ବାଣିଜ୍ୟ

ଜେଟ୍‌ ଏୟାରଓ୍ବେଜ ବିମାନରେ ଅସ୍ବାଭାବିକ ଘଟଣା;ଯାତ୍ରୀଙ୍କ ନାକ-କାନରୁ ରକ୍ତସ୍ରାବ

ଜେଟ୍‌ ଏୟାରଓ୍ବେଜ ବିମାନରେ ଅସ୍ବାଭାବିକ ଘଟଣା;ଯାତ୍ରୀଙ୍କ ନାକ-କାନରୁ ରକ୍ତସ୍ରାବ

ନୂଆଦିଲ୍ଲୀ,୨୧-୯: ୧୪ ହଜାର ଫୁଟ୍‌ ଉପରେ ବିମାନରେ ଉଡୁଥିବା ବେଳେ ଅକ୍ସିଜେନର ଅଭାବ ହେଲେ କ’ଣ ହୋଇପାରେ ଜେଟ୍‌ ଏୟାରଓ୍ବେଜର ୧୬୬ ଯାତ୍ରୀ ଗୁରୁବାର ତାହା ମର୍ମେ ମର୍ମେ ଅନୁଭବ କରିଛନ୍ତି। ଗୁରୁବାର ଜେଟ୍‌ ଏୟାରଓ୍ବେଜର ମୁମ୍ବାଇ-ଜୟପୁର ବିମାନର ଉଡାଣ ବେଳେ ବିମାନ କର୍ମଚାରୀଙ୍କ ଗୋଟିଏ ଭୁଲ୍‌ରୁ ସମସ୍ତ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଥିଲା। ଆକାଶକୁ ଉଠିବା ମାତ୍ରେ ବିମାନର ଅକ୍ସିଜେନ ଚାପ ବଜାୟ ରଖୁଥିବା ସୁଇଚ୍‌ ମାରିବାକୁ କର୍ମଚାରୀ ଭୁଲି ଯାଇଥିଲେ। ଫଳରେ ଅକ୍ସିଜେନ ଅଭାବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଏକ ସମୟରେ ଅଣନିଶ୍ୱାସୀ ହୋଇ ପଡିଥିଲେ। ତେବେ ତୁରନ୍ତ ପଦକ୍ଷେପ ନିଆଯିବା ଯୋଗୁ କିଛି ସମୟ ମଧ୍ୟରେ ସ୍ଥିତି ସ୍ବାଭାବିକ ହୋଇଥିଲା ସତ ଏହି ସ୍ବଳ୍ପ ସମୟର ଅବଧି ଭିତରେ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ଆରମ୍ଭ ହୋଇଯାଇଥିଲା। 

ସିଏଚ୍‌. ଏସ୍‌.ଏସ୍‌ ମଲ୍ଲିକାର୍ଜୁନ ରାଓ ଆଲ୍ଲାହାବାଦ ବ୍ୟାଙ୍କ ଏମ୍‌ଡି, ସିଇଓ

ସିଏଚ୍‌. ଏସ୍‌.ଏସ୍‌ ମଲ୍ଲିକାର୍ଜୁନ ରାଓ ଆଲ୍ଲାହାବାଦ ବ୍ୟାଙ୍କ ଏମ୍‌ଡି, ସିଇଓ

ନୂଆଦିଲ୍ଲୀ,୨୧-୯: ଆଲ୍ଲାହାବାଦ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ସିଇଓ ଭାବେ ସିଏଚ୍‌. ଏସ୍‌.ଏସ୍‌. ମଲ୍କିକାର୍ଜୁନ ରାଓ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ସିଣ୍ଡିକେଟ ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କିଙ୍ଗ ଶିଳ୍ପରେ ତାଙ୍କର ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ରହିଛି। ସେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସର ଜେନେରାଲ ମ୍ୟାନେଜର ଏବଂ ସିଏଫ୍‌ଓ, ଗ୍ଲୋବାଲ ଟ୍ରଷ୍ଟ ବ୍ୟାଙ୍କର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି। ୧୯୮୫ରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ପ୍ରୋବେଶନାରୀ ଅଫିସର କାର୍ଯ୍ୟ ଆରମ୍ଭ କରିଥିଲେ। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ସେ ଆଞ୍ଚଳିକ ମୁଖ୍ୟ ରହିିବା ସହ ବ୍ୟାଙ୍କର ବିଭିନ୍ନ ବିଭାଗ ତଥା ଜେନେରାଲ ମ୍ୟାନେଜର ଦାୟିତ୍ୱରେ କାର୍ଯ୍ୟ କରିଛନ୍ତି। କ୍ରେଡିଟ, ରିକଭରି, ଟ୍ରେଜେରୀ, ରିସ୍କ ପରିଚାଳନା, ଇନଫରମେଶନ ଟେକ୍ନୋଲୋଜି, ଇନଫରମେଶନ ସିଷ୍ଟମ ମ୍ୟାନେଜମେମଣ୍ଟ, ରିଟେଲ ବ୍ୟାଙ୍କିଙ୍ଗ, ମାର୍କେଟିଂ, ପବ୍ଲିସିଟି ଏବଂ ଅଲଟରନେଟିଭ୍‌ ଡେଲିଭରି ଚ୍ୟାନେଲ୍‌  ଭଳି କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଅଭିଜ୍ଞତା ରହିଛି। 

ପୂର୍ବତଟ ରେଳପଥର ସ୍ବଚ୍ଛତା ପକ୍ଷ

ପୂର୍ବତଟ ରେଳପଥର ସ୍ବଚ୍ଛତା ପକ୍ଷ

ନୂଆଦିଲ୍ଲୀ,୨୧-୯: ପୂର୍ବତଟ ରେଳପଥ ପକ୍ଷରୁ ସ୍ବଚ୍ଛତା ପକ୍ଷ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଭୁବନେଶ୍ୱର ରେଳ ଷ୍ଟେଶନଠାରେ ‘ରେଳ ଷ୍ଟେଶନର ସଫେଇ ଓ ରକ୍ଷଣାବେକ୍ଷଣ’ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାରତ ସ୍କାଉଟ ଓ ଗାଇଡ, ପିପିଲି ସାଂସ୍କୃତିକ ପରିଷଦ, ଚାଇଲ୍ଡ ଲାଇନ ତଥା ଚାଇଲ୍ଡ ହେଲ୍ପ ଲାଇନର ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଷ୍ଟେଶନ ପରିସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା॥ ସକ୍ଷମ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଜେ.ପି. ପଣ୍ଡା ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ। 

ଏସ୍‌ବିଆଇ ପକ୍ଷରୁ ଗ୍ରୀନ ମାରାଥନ୍‌

ଏସ୍‌ବିଆଇ ପକ୍ଷରୁ ଗ୍ରୀନ ମାରାଥନ୍‌

ନୂଆଦିଲ୍ଲୀ,୨୧-୯: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଦେଶର ୧୫ ସହରରେ ‘ଏସ୍‌ବିଆଇ ଗ୍ରୀନ ମାରାଥନ’ ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରଥମ ସଂସ୍କରଣର ସଫଳତା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଭୁବନେଶ୍ୱରଠାରେ ଏହାକୁ ୨୦୧୯ ଫେବୃୟାରୀ ୩ରେ ଆୟୋଜନ କରାଯିବ। ଏଥିରେ ୫କେ, ୧୦କେ ଏବଂ ୨୧କେର ଦୌଡ ଆୟୋଜନ କରାଯିବ। ପ୍ରାୟ ୨୧ ହଜାର ଅଂଶ ଗ୍ରହଣକାରୀ ଏଥିରେ ଯୋଗ ଦେବେ। ସ୍ବଚ୍ଛ ତଥା ସବୁଜ ଦୁନିଆ ବିଷୟରେ ସଚେତନତା ଲାଗି ଏସ୍‌ବିଆଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏଥିରେ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ, ଏସ୍‌ବିଆଇ ଲାଇଫ, ଏସ୍‌ବିଆଇ ମ୍ୟୁଚୁଆଲ ଫଣ୍ଡ, ଏସ୍‌ବିଆଇ କାର୍ଡର  ଯୋଗଦାନ ରହିବ। ଏସ୍‌ବିଆଇ ଗ୍ରୀନ ମାରାଥନର ଦ୍ୱିତୀୟ ସଂସ୍କରଣରେ ପ୍ରବେଶ କରି ଅତ୍ୟନ୍ତ ଖୁସି ବୋଲି ଏସ୍‌ବିଆଇର ଡିଏମ୍‌ଡି-ସିଏଫ୍‌ଓ ତଥା ସିଡିଓ ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି। 

ସାମ୍‌ସଙ୍ଗର ୨୦୧୮ ମୋବାଇଲ ସଲ୍ୟୁଶନ ଫୋରମ୍‌

ସାମ୍‌ସଙ୍ଗର ୨୦୧୮ ମୋବାଇଲ ସଲ୍ୟୁଶନ ଫୋରମ୍‌

ନୂଆଦିଲ୍ଲୀ,୨୧-୯: ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସ ପକ୍ଷରୁ ନୂଆଦିଲ୍ଲୀଠାରେ ସାମ୍‌ସଙ୍ଗ ମୋବାଇଲ ସଲ୍ୟୁଶନ ଫୋରମ୍‌ ୨୦୧୮ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ମାର୍ଟଫୋନ ବଜାର ପାଇଁ କମ୍ପାନୀର ନୂତନ ପ୍ରଯୁକ୍ତି ଓ ଅତ୍ୟାଧୁନିକ ଉପକରଣକୁ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଶିଳ୍ପ ବିଶେଷଜ୍ଞ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ମୋବାଇଲ ନିର୍ମାତା, ଓଇଏମ୍‌, ଉପକରଣ ପାର୍ଟନର, ଆନାଲିଷ୍ଟ ସାମିଲ ଥିଲେ। ସାମ୍‌ସଙ୍ଗ ଅତ୍ୟାଧୁନିକ ତଥା ପ୍ରଯୁକ୍ତି ଭିତ୍ତିକ ସମାଧାନ ପ୍ରଦାନ କରୁଥିବା ସାମ୍‌ସଙ୍ଗ ଇଲେକଟ୍ରୋନିକ୍ସର ଦକ୍ଷିଣପୂର୍ବ ଏସିଆ ଉପସଭାପତି ଓ ମୁଖ୍ୟ ଡିଭାଇସ ସଲ୍ୟୁଶନ ହାଏଜିନ୍‌ ପାର୍କ ସୂଚନା ଦେଇଛନ୍ତି। ଏଥିରେ ସାମ୍‌ସଙ୍ଗର ଏକ୍ସିନସ ପରିବାରର ବିଭିନ୍ନ ଚିପ୍‌ ବ୍ୟତୀତ ଏକ୍ସିନସ ମୋଡେମ୫,୧୦୦, ଇଣ୍ଟରନେଟ ଅଫ୍‌ ଥିଙ୍ଗସ ସମାଧାନ ଭଳି ପ୍ରଡକ୍ଟ ପ୍ରଦର୍ଶନ କରାଯାଇଥିଲା। 

ଇନ୍ଦିରା ଆଇଭିଏଫ୍‌ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଇନ୍ଦିରା ଆଇଭିଏଫ୍‌ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୧-୯: ଇନ୍ଦିରା ଆଇଭିଏଫ୍‌ ଗ୍ରୁପ ଭୁବନେଶ୍ୱର ସେଣ୍ଟର ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ନିଃସନ୍ତାନ ଦମ୍ପତ୍ତିଙ୍କୁ ରିହାତିରେ ଚିକିତ୍ସା ସୁବିଧା ଯୋଗାଣ ଲକ୍ଷ୍ୟରେ ଗ୍ରୁପ ପକ୍ଷରୁ ଏହି ସେଣ୍ଟର ସ୍ଥାପନ କରାଯାଇଥିଲା। ନିରନ୍ତର ସେବା ଲାଗି ଏହି ଅବସରରେ ଗ୍ରୁପର ଅଧ୍ୟକ୍ଷ ଡ. ଅଜୟ ମୁର୍ଡିୟା ଅନୁଷ୍ଠାନର ସମସ୍ତ କର୍ମଚାରୀ ତଥା ଡାକ୍ତରଙ୍କୁ ଶୁଭେଛା ପ୍ରଦାନ କରିଛନ୍ତି। ଏହି ଅବସରରେ ‘ବେଟି ପଢାଓ ବେଟି ବଚାଓ’ ଅଭିଯାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଇନ୍ଦିରା ଆଇଭିଏଫ୍‌ ଭୁବନେଶ୍ୱରର ଡାକ୍ତର ଅକ୍ଷୟ ମହାପାତ୍ର ଅତିଥିଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେଣ୍ଟରରେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଗ୍ରହଣ କରାଯାଉଥିବା ଆଇଭିଏଫ୍‌ ସ୍ପେଶିଆଲିଷ୍ଟ ଡାକ୍ତର ସସ୍ମିତା କହିଛନ୍ତି। 

ସାମାଜିକ ସେବା ପାଇଁ ଓସିଏଲ୍‌ ପୁରଷ୍କୃତ

ସାମାଜିକ ସେବା ପାଇଁ ଓସିଏଲ୍‌ ପୁରଷ୍କୃତ

ଭୁବନେଶ୍ୱର,୨୧-୯: ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡର ପ୍ରମୁଖ କମ୍ପାନୀ ଓସିଏଲ୍‌ ଇଣ୍ଡିଆ ସିଏସ୍‌ଆର୍‌ କମ୍ୟୁନିଟି ଇନିସିଏଟିଭ୍‌ ପୁରଷ୍କାର ଲାଭ କରିଛି। ଏକ ଦାୟିତ୍ୱାନ କର୍ପୋରେଟ ଭାବେ ସିଏସ୍‌ଆର୍‌ ପଦ୍ଧତି କାର୍ଯ୍ୟକାରୀ କରିଥିବାରୁ ସଂସ୍ଥାକୁ ଏଭଳି ପୁରଷ୍କାର ମିଳିଛି। ଓସିଏଲ୍‌ ଇଣ୍ଡିଆର ସିଏସ୍‌ଆର ମୁଖ୍ୟ ନିଳାଦ୍ରୀ ପାରହୀ ଏବଂ ଡାଲମିଆ ଭାରତ ଫାଉଣ୍ଡେଶନ ମୁଖ୍ୟ ବିଶାଲ ଭରଦ୍ୱାଜଙ୍କ ନେତୃତ୍ୱାଧିନ ଟିମ୍‌ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କଠାରୁ ଏହି ପୁରଷ୍କାର ଲାଭ କରିଥିଲେ। ଓଡିଶା ସିଏସ୍‌ଆର୍‌ ଫୋରମ ପକ୍ଷରୁ ଏକ କାର୍ଯ୍ୟକ୍ରମରେ କମ୍ପାନୀ ଏହି ପୁରଷ୍କାର ଲାଭ କରିଛି। 

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ଭୁବନେଶ୍ୱର,୨୧-୯(ବ୍ୟୁରୋ): କୋଇଲାରୁ ଗ୍ୟାସ ଉତ୍ପାଦନ ଦ୍ୱାରା ଦେଶର ପ୍ରଥମ ସାର କାରଖାନା ତାଳଚେରଠାରେ ସ୍ଥାପନ ହେବାକୁ ଯାଉଛି। ବନ୍ଦ ହୋଇ ପଡିଥିବା ଉକ୍ତ କାରଖାନାକୁ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ପୁନରୁଦ୍ଧାର କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଏହି ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟର ଶୁଭାରମ୍ଭ କରିବେ। ଏହା ସହ ରାଜ୍ୟର ଅନ୍ୟ କେତେକ ପ୍ରକଳ୍ପକୁ ମୋଦି ଭିଡିଓକନଫରେନ୍ସି ଯୋଗେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ଏକ ହୋଟେଲରେ ତାଳଚେର ସାର କାରଖାନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ୟୁ.ଭି. ଧତ୍‌ରକ ଏହି ସୂଚନା ଦେଇଛନ୍ତି।

୮.୫ କୋଟିରେ କିଙ୍ଗଫିଶରର ୨ ହେଲିକପ୍ଟର ବିକ୍ରି

୮.୫ କୋଟିରେ କିଙ୍ଗଫିଶରର ୨ ହେଲିକପ୍ଟର ବିକ୍ରି

ନୂଆଦିଲ୍ଲୀ,୨୦-୯: ବୁଧବାର କିଙ୍ଗଫିଶର ଏୟାର ଲାଇନ୍ସର ଦୁଇଟି ହେଲିକପ୍ଟର ୮.୫ କୋଟି ଟଙ୍କାରେ ବିକ୍ରି ହୋଇଯାଇଛି। ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡିକ ପକ୍ଷରୁ କିଙ୍ଗଫିଶରର ଦୁଇଟି ଏୟାରବସ ହେଲିକପ୍ଟରକୁ ବିକ୍ରି ପାଇଁ ନିଲାମ ଡାକିଥିଲେ। 

ପ୍ରସ୍ତାବିତ ଡାଟା ବିଲ୍‌;ବିଦେଶୀ ଟେକ୍‌ କମ୍ପାନୀ ବିରୋଧ କରିବେ

ପ୍ରସ୍ତାବିତ ଡାଟା ବିଲ୍‌;ବିଦେଶୀ ଟେକ୍‌ କମ୍ପାନୀ ବିରୋଧ କରିବେ

ନୂଆଦିଲ୍ଲୀ,୨୦-୯: ଦେଶରେ ସୃଷ୍ଟି ହେଉଥିବା ଡାଟାକୁ ଦେଶରେ ହିଁ ରଖିବା ଲାଗି କେନ୍ଦ୍ର ସରକାର ଏକ ଡାଟା ବିଲ୍‌ ଆଣିବାକୁ ଯାଉଥିବା ବେଳେ ବିଦେଶୀ ଟେକ୍‌ କମ୍ପାନୀମାନେ ଏହାକୁ ବିରୋଧ କରିବାକୁ ଅଣ୍ଟା ଭିଡିଲେଣି। ସରକାରଙ୍କ ପ୍ରସ୍ତାବିତ ଅନୁମୋଦନ ହେବା ପରେ ଗୁଗୁଲ

ପିଏନ୍‌ବି ଦୁର୍ନୀତି;ଦେଶର ସବୁଠୁ ବଡ଼ ଆଇନ ପରାମର୍ଶଦାତା କମ୍ପାନୀ ଉପରେ ସିବିଆଇ ନଜର

ପିଏନ୍‌ବି ଦୁର୍ନୀତି;ଦେଶର ସବୁଠୁ ବଡ଼ ଆଇନ ପରାମର୍ଶଦାତା କମ୍ପାନୀ ଉପରେ ସିବିଆଇ ନଜର

ନୂଆଦିଲ୍ଲୀ,୨୦-୯: ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ନେଇ ଦେଶର ସର୍ବବୃହତ ଆଇନ ପରାମର୍ଶଦାତା କମ୍ପାନୀ ସିରିଲ ଅମରଚାନ୍ଦ ମଙ୍ଗଲଦାସ ଉପରେ ଏବେ ସିବିଆଇର ନଜର ପଡିଛି। ଚଳିତ ବର୍ଷ ଫେବୃଆରୀରେ 

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ନୂଆଦିଲ୍ଲୀ,୨୦-୯: ବଡ଼ ବଡ଼ କମ୍ପାନୀ ଋଣ ନେଇ ଆଉ ପରିଶୋଧ କଲେ ନାହିଁ। ଫଳରେ ଏହା ଅନାଦାୟ ଋଣ(ଏନ୍‌ପିଏ) ହେଲା। କେନ୍ଦ୍ର ସରକାର ଜାତୀୟ ସଡ଼କ ନିର୍ମାଣକୁ ଦ୍ରୁତଗତିରେ ଆଗେଇ ନେଉଥିବା ବେଳେ ଏବେ ଏହି ଏନ୍‌ପିଏ ଏଥିରେ ବାଧକ ସାଜିଛି। 

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ଜାତୀୟ ରାଜମାର୍ଗ ନିର୍ମାଣରେ ବାଧକ ସାଜିଛି ଏନ୍‌ପିଏ

ନୂଆଦିଲ୍ଲୀ,୨୦-୯: ବଡ଼ ବଡ଼ କମ୍ପାନୀ ଋଣ ନେଇ ଆଉ ପରିଶୋଧ କଲେ ନାହିଁ। ଫଳରେ ଏହା ଅନାଦାୟ ଋଣ(ଏନ୍‌ପିଏ) ହେଲା। କେନ୍ଦ୍ର ସରକାର ଜାତୀୟ ସଡ଼କ ନିର୍ମାଣକୁ ଦ୍ରୁତଗତିରେ ଆଗେଇ ନେଉଥିବା ବେଳେ ଏବେ ଏହି ଏନ୍‌ପିଏ ଏଥିରେ ବାଧକ ସାଜିଛି। 

ପ୍ରତ୍ୟାହାର ହେବ ହିନ୍ଦୁ ଅଣବିଭାଜିତ ପରିବାର ସିଦ୍ଧାନ୍ତ

ପ୍ରତ୍ୟାହାର ହେବ ହିନ୍ଦୁ ଅଣବିଭାଜିତ ପରିବାର ସିଦ୍ଧାନ୍ତ

ନୂଆଦିଲ୍ଲୀ,୨୦-୯: କେନ୍ଦ୍ର ସରକାର ଟିକସ ଆଦାୟ ବୃଦ୍ଧି ଲାଗି ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ହିନ୍ଦୁ ଅଣ-ବିଭାଜିତ ପରିବାର(ଏଚ୍‌ୟୁଏଫ୍‌) ସିଦ୍ଧାନ୍ତକୁ ପ୍ରତ୍ୟାହାର କରି ଟିକସ ବଢ଼ାଇବାକୁ ସୁପାରିସ କରାଯାଇଛି। ଏଥିପାଇଁ ପରିବାର ଆଇନରେ ସଂଶୋଧନ ପ୍ରସ୍ତାବ ଦିଆଯାଇଛି। 

୪୫୦୦ କୋଟିର ଚିନି ପ୍ୟାକେଜ ନିଷ୍ପତ୍ତି ଟଳିଲା

୪୫୦୦ କୋଟିର ଚିନି ପ୍ୟାକେଜ ନିଷ୍ପତ୍ତି ଟଳିଲା

ନୂଆଦିଲ୍ଲୀ,୨୦-୯: ଆଖୁ ଚାଷୀଙ୍କୁ ଦୁଇଗୁଣ ଉତ୍ପାଦନ ସହାୟତା, ଚିନି କଳଗୁଡିକୁ ପରିବହନ ବାବଦରେ ସବ୍‌ସିଡି ପ୍ରଦାନ କରିବେ। କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ୪୫୦୦ କୋଟି ଟଙ୍କାର ଏକ ପ୍ୟାକେଜ ତିଆରି କରିଛନ୍ତି। କିନ୍ତୁ ବୁଧବାର ଅନୁଷ୍ଠିତ 

୧୦ ରାଷ୍ଟ୍ରୀୟ ବ୍ୟାଙ୍କର ଏମ୍‌ଡି, ସିଇଓ ନିଯୁକ୍ତ

୧୦ ରାଷ୍ଟ୍ରୀୟ ବ୍ୟାଙ୍କର ଏମ୍‌ଡି, ସିଇଓ ନିଯୁକ୍ତ

ନୂଆଦିଲ୍ଲୀ,୨୦-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ନିଯୁକ୍ତିଦାତା କମିଟିର ବୈଠକରେ ୧୦ ରାଷ୍ଟ୍ରୀୟ ବ୍ୟାଙ୍କର ଏମ୍‌ଡି ଓ ସିଇଓଙ୍କୁ ନିଯୁକ୍ତ କରାଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଥିବା ମୃତ୍ୟୁଞ୍ଜୟ

ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପାରିତୋଷିକ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପାରିତୋଷିକ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ,୨୦-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପାରିତୋଷିକ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଭତ୍ତା ବୃଦ୍ଧିକୁ ଅନୁମୋଦନ କରାଯାଇଛି। 

୨୫ରେ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ ଜେଟ୍‌ଲୀ

୨୫ରେ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୦-୯: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଆସନ୍ତା ୨୫ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡିକୁ ପତ୍ର ଲେଖାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଶକ୍ତିଶାଳୀ ପିଏସ୍‌ୟୁ ବ୍ରାଣ୍ଡ୍‌ ଭାବେ ପ୍ରତିଷ୍ଠିତ କରିବା 

୬୧ ପଇସା ସମୃଦ୍ଧ ହେଲା ଭାରତୀୟ ମୁଦ୍ରା

୬୧ ପଇସା ସମୃଦ୍ଧ ହେଲା ଭାରତୀୟ ମୁଦ୍ରା

ବମ୍ବେ, ୨୦ା୯(ପି.ଟି.) ଦୀର୍ଘ ଦେଢ଼ ବର୍ଷ ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୬୧ ପଇସା ସମୃଦ୍ଧ ହୋଇଛି। ଫଳରେ ମଙ୍ଗଳବାର ଏକ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୭୨ 

ଅଫର ସହିତ ଏକାଧିକ ନୂଆ ଉତ୍ପାଦ ବଜାରକୁ ଆଣିଲା ବଟରଫ୍ଲାଏ

ଅଫର ସହିତ ଏକାଧିକ ନୂଆ ଉତ୍ପାଦ ବଜାରକୁ ଆଣିଲା ବଟରଫ୍ଲାଏ

ଭୁବନେଶ୍ୱର,୨୦-୯(ବ୍ୟୁରୋ) ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ କିଚେନ ଏବଂ ହୋମ୍‌ ଆପ୍ଲିଆନ୍ସସେସ୍‌ ବ୍ରାଣ୍ଡ୍‌ ‘ବଟରଫ୍ଲାଏ’ ଏହାର ବିଭିନ୍ନ ସେଗ୍‌ମେଣ୍ଟ୍‌ରେ ବ୍ୟାପକ ଉତ୍ପାଦ ବଜାର ପ୍ରବେଶ କରାଇଛି। ମିକ୍ସର ଗ୍ରାଇଣ୍ଡର, ଏଲ୍‌ପିଜି ଷ୍ଟୋଭସ୍‌ ଏବଂ ଟେବୁଲ ଟପ୍‌ ଓ୍ବେଟ

ଅଫର ସହିତ ଏକାଧିକ ନୂଆ ଉତ୍ପାଦ ବଜାରକୁ ଆଣିଲା ବଟରଫ୍ଲାଏ

ଭୁବନେଶ୍ୱର,୨୦-୯(ବ୍ୟୁରୋ) ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ କିଚେନ ଏବଂ ହୋମ୍‌ ଆପ୍ଲିଆନ୍ସସେସ୍‌ ବ୍ରାଣ୍ଡ୍‌ ‘ବଟରଫ୍ଲାଏ’ ଏହାର ବିଭିନ୍ନ ସେଗ୍‌ମେଣ୍ଟ୍‌ରେ ବ୍ୟାପକ ଉତ୍ପାଦ ବଜାର ପ୍ରବେଶ କରାଇଛି। ମିକ୍ସର ଗ୍ରାଇଣ୍ଡର, ଏଲ୍‌ପିଜି ଷ୍ଟୋଭସ୍‌ ଏବଂ ଟେବୁଲ ଟପ୍‌ ଓ୍ବେଟ

ବଜାରରେ ଓଜି ହେଭିଡ୍ୟୁଟିର ଓ୍ବାଟର ଡିସ୍‌ପେନ୍ସର

ବଜାରରେ ଓଜି ହେଭିଡ୍ୟୁଟିର ଓ୍ବାଟର ଡିସ୍‌ପେନ୍ସର

ଭୁବନେଶ୍ୱର,୨୦ା୯ ପ୍ରମୁଖ କମ୍ପାନୀ ଓଜି ହେଭି ଡ୍ୟୁଟି ପକ୍ଷରୁ ନୂଆ ଓ୍ବାଟର ଡିସ୍‌ପେନ୍ସରର ବଜାର ପ୍ରବେଶ ହୋଇଛି। ସ୍ଥାନୀୟ ଏକ ହୋଟେଲରେ କମ୍ପାନୀର ନିର୍ଦ୍ଦେଶକ ବୈଭବ ଜୈନ, ଅଗୋସ ଜୈନ, ସଞ୍ଜୟ ଗୋଏଲ, ଜାତୀୟ ସେଲସ ମୁଖ୍ୟ ଏସ୍‌.ପି ସିଂ ଓ ଶାଖା ମୁଖ୍ୟ ବାବି କର ଏହାର ବଜାର ପ୍ରବେଶ କରାଇଥିଲେ। 

ରାଲ୍‌କୋ ଟାୟାର ପକ୍ଷରୁ ବନ୍ଧୁମିଳନ

ରାଲ୍‌କୋ ଟାୟାର ପକ୍ଷରୁ ବନ୍ଧୁମିଳନ

କଟକ,୨୦ା୯ ରାଲ୍‌କୋ ଟାୟାର ପକ୍ଷରୁ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୧୯୭୦ରେ ରାମଭୁଲାୟାଙ୍କ ଦ୍ୱାରା ସ୍ଥାପନ ହୋଇଥିବା ରାଲସନ କମ୍ପାନୀ ୪୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି। 

କଟକରେ କ୍ରକୋଡାଇଲର ନୂଆ ଶୋ’ରୁମ

କଟକରେ କ୍ରକୋଡାଇଲର ନୂଆ ଶୋ’ରୁମ

କଟକ,୨୦ା୯ ପ୍ରମୁଖ ପୁରୁଷ ଫ୍ୟାଶନ ବ୍ରାଣ୍ଡ କ୍ରକୋଡାଇଲ ପକ୍ଷରୁ କଟକର ବଜ୍ରକବାଟି ରୋଡ୍‌ଠାରେ ବୁଧବାର ପୂର୍ବାହ୍ନରେ ନୂଆ ଶୋ’ରୁମ ଉଦ୍‌ଘାଟିତ ହୋଇଛି। ଏହାକୁ କମ୍ପାନୀର ଏରିଆ ସେଲସ୍‌ ମ୍ୟାନେଜର ଶୋଭନ ମିଶ୍ର ଉନ୍ମୋଚନ କରିଥିଲେ।