ବାଣିଜ୍ୟ

ଆଜି ଅନ୍ତରୀଣ ବଜେଟ
ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏନ୍ଡିଏ ସରକାରଙ୍କ ଅନ୍ତିମ ତଥା ଅନ୍ତରୀଣ ବଜେଟକୁ ଶୁକ୍ରବାର ଲୋକ ସଭାରେ ଉପସ୍ଥାପନ କରିବେ। ଏହି ବଜେଟକୁ ନେଇ ଦେଶବାସୀଙ୍କ ମଧ୍ୟରେ ବହୁ ଆଶାଆକାଂକ୍ଷା ରହିଥିବା ବେଳେ ଗୋୟଲ ପୂର୍ବାହ୍ନ ୧୧ଟାରେ ତାଙ୍କର ବଜେଟ ଭାଷଣ ଆରମ୍ଭ କରିବେ।

ରେଳ ବଜେଟ ୨୦୧୯;ହାଇସ୍ପିଡ୍ ଟ୍ରେନ, ଆଧୁନିକୀକରଣ, ସୁରକ୍ଷା ଉପରେ ଫୋକସ୍
ନୂଆଦିଲ୍ଲୀ,୩୧-୧: ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଫେବୃୟାରୀ ପହିଲାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅନ୍ତରୀଣ ବଜେଟ ସହ ରେଳ ବଜେଟ ଏକାଠି ଉପସ୍ଥାପନ କରାଯିବ।

ଗୃହଋଣ ସବ୍ସିଡି; ସହାୟତା କରିବ ଆୟକର ବିଭାଗ
ନୂଆଦିଲ୍ଲୀ,୩୧-୧: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ଏଓ୍ବାଇ)ର ଲାଭ ଅଧିକରୁ ଅଧିକ ସଂଖ୍ୟାରେ ପହଞ୍ଚାଇବା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି।

ଅନ୍ତରୀଣ ବଜେଟ ଆସିବ: ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୩୧-୧: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଫେବୃୟାରୀ ପହିଲାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ବୋଲି କେତେକ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ଖଣ୍ଡନ କରି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସରକାର ପୂର୍ଣ୍ଣାଙ୍ଗ ନୁହେଁ ବରଂ ଅନ୍ତରୀଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି।

ଚଳିତବର୍ଷ ଉପସ୍ଥାପିତ ହେବନି ଅର୍ଥନୈତିକ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ,୩୧-୧: କେନ୍ଦ୍ର ସରକାରଙ୍କ ଅନ୍ତିମ ତଥା ଅନ୍ତରୀଣ ବଜେଟ ଫେବୃୟାରୀ ପହିଲାରେ ଉପସ୍ଥାପିତ ହେବାକୁ ଯାଉଛି। ତେବେ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବାକୁ ଯାଉଛି ଯାହା ଫେବୃୟାରୀ ୧୩ ଯାଏ ଚାଲିବ।

ଜଷ୍ଟିସ ଶ୍ରୀକ୍ରିଷ୍ଣା କମିଟି ରିପୋର୍ଟ ପ୍ରଦାନ; ବ୍ୟାଙ୍କର ଆଚାର ସଂହିତା ଭାଙ୍ଗିଛନ୍ତି ଚନ୍ଦା କୋଚ୍ଚର
ମୁମ୍ବାଇ,୩୧-୧: ଭିଡିଓକନ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମ୍ଡି ଚନ୍ଦା କୋଚ୍ଚରଙ୍କ ବିରୋଧରେ ତଦନ୍ତ କରୁଥିବା ଜଷ୍ଟିସ ବି.ଏନ୍ ଶ୍ରୀକ୍ରିଷ୍ଣା କମିଟି ତାଙ୍କର ରିପୋର୍ଟ ବୁଧବାର ବ୍ୟାଙ୍କ ବୋର୍ଡକୁ ପ୍ରଦାନ କରିଛନ୍ତି।

ୟେସ୍ ବ୍ୟାଙ୍କରେ ନିଯୁକ୍ତ ହେବେ ଦୁଇ ନୂଆ ଡାଇରେକ୍ଟର
ମୁମ୍ବାଇ,୩୧-୧: ୟେସ୍ ବ୍ୟାଙ୍କର ଦୁଇ ପ୍ରମୋଟର ରାଣା କପୁର ଓ ମଧୁ କପୁର ଗ୍ରୁପ୍ ବୋର୍ଡରେ ନିଜର ସ୍ବତନ୍ତ୍ର ଡାଇରେକ୍ଟର ନିଯୁକ୍ତ କରିବାକୁ ରାଜି ହୋଇଛନ୍ତି। ୟେସ୍ ବ୍ୟାଙ୍କର ଅନ୍ତରୀଣ ଏମ୍ଡି ତଥା ସିଇଓ ଭାବେ ଅଣ ଏକଜିକ୍ୟୁଟିଭ ତଥା ଅଣ ସ୍ବାଧୀନ ଡାଇରେକ୍ଟର ଅଜୟ କୁମାରଙ୍କ ନାମକୁ ମଧ୍ୟ ସେମାନେ ରିଜର୍ଭ ବ୍ୟାଙ୍କକୁ ସୁପାରିସ କରିଛନ୍ତି।

ମହିନ୍ଦ୍ରା ଆଣିଲା ନୂଆ ଟ୍ରକ୍
ମୁମ୍ବାଇ,୩୧-୧: ମହିନ୍ଦ୍ରା ଟ୍ରକ୍ ଆଣ୍ଡ ବସ୍ ଡିଜିଜନ (ଏମ୍ଟିବି) ପକ୍ଷରୁ ନୂଆ ଫ୍ୟୁରିଓ ଟ୍ରକ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ମଧ୍ୟମ ବାଣିଜି୍ୟକ ଯାନ (ଆଇସିଭି) ବର୍ଗରେ ଏହା ଗ୍ରାହକଙ୍କୁ ଅଧିକ ଲାଭ ପ୍ରଦାନ କରିବ ବୋଲି କମ୍ପାନୀ ପ୍ରକାଶ କରିଛି।

ୟୁନିୟନ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୧-୧: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

କ୍ରିସ୍ ଏଲ୍ଇଡିକୁ ଓ୍ବାର୍ଲଡ ସିଗ୍ନେଚର ଆଓ୍ବାର୍ଡ
ଭୁବନେଶ୍ୱର,୩୧-୧: ଗୁଣବତ୍ତା ସମ୍ପନ୍ନ ଏଲ୍ଇଡି ନିର୍ମାଣ କ୍ଷେତ୍ରରେ ଯୋଗଦାନ ଲାଗି ଚଳିତ ବର୍ଷ କ୍ରିସ ଇଣ୍ଡିଜେନସ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡକୁ ‘ଓ୍ବାର୍ଲଡ ସିଗ୍ନେଚର ଆଓ୍ବାର୍ଡ’ ୨୦୧୯ ପ୍ରଦାନ କରାଯାଇଛି।

କଟକରେ ହୋଣ୍ଡାର ସଡ଼କ ସଚେତନତା
ଭୁବନେଶ୍ୱର,୩୧-୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ କଟକ ଜିଲାର ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସୀ ଆଣ୍ଡ ଟେକ୍ନୋଲୋଜିଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ନିବେଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୩୧-୧: ବର୍ତ୍ତମାନ ଓଡ଼ିଶା କୃଷି ଉତ୍ପାଦନରେ ଉନ୍ନତି କରିବା ସହ କୃଷିଜାତ ସାମଗ୍ରୀର ବଳକା ରାଜ୍ୟ ଭାବେ ପରିଗଣିତ ହେଉଛି। ମାତ୍ର ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟାକରଣ ନେଇ ରାଜ୍ୟରେ ସେହି ଅନୁସାରେ ସୁବିଧା ନାହିଁ।

ଖଣି କ୍ଷେତ୍ରରେ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ଲାଗି ଆହ୍ବାନ
ଭୁବନେଶ୍ୱର,୩୧-୧: ବର୍ତ୍ତମାନ ଖଣିଗୁଡ଼ିକରେ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆବଶ୍ୟକତା ରହିଛି। କେବଳ ରାଜ୍ୟ ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଖଣି କ୍ଷେତ୍ରରେ ପ୍ରତ୍ୟକ୍ଷ ନିଯୁକ୍ତି ହ୍ରାସ ଘଟିଛି। ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ ଏଭଳି ସ୍ଥିତି ଉପୁଜିଛି।

ହୋଣ୍ଡା କାର୍ସ ପକ୍ଷରୁ ମେଗା ସର୍ଭିସ କ୍ୟାମ୍ପ ଘୋଷଣା
ଭୁବନେଶ୍ୱର,୩୦-୧: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି ମେଗା ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ସାରା ଦେଶରେ ୨୩୯ ସହରରେ ଥିବା କମ୍ପାନୀର ଅଧିକୃତ ଡିଲରଶିପଗୁଡ଼ିକରେ ଏହା ଅନୁଷ୍ଠିତ ହେଉଛି।

ଓଡ଼ିଶା ବଜାରରେ ଏଲିଜେଣ୍ଟ ଓଜି ପ୍ରୋ ଗାଲାକ୍ସି
ଭୁବନେଶ୍ୱର,୩୦-୧: କିଚେନ ଆପ୍ଲାଏନ୍ସ, କଞ୍ଜ୍ୟୁମର ଡ୍ୟୁରେବଲ ଏବଂ ସ୍ମାର୍ଟ ହୋମ୍ ଅଟୋମେଶନ ମାନୁଫାକଚରର ଏଲିଜେଣ୍ଟ ଓଜି ପ୍ରୋ ଗାଲାକ୍ସି ପ୍ରାଇଭେଟ ଲିମିଟେଡର ବିଭିନ୍ନ ପ୍ରଡକ୍ଟ ଓଡ଼ିଶା ବଜାରରେ ପ୍ରବେଶ କରିଛି।
୯ ବଡ଼ ଆଇବିସି ମାମଲାର ସମାଧାନ;ମାର୍ଚ୍ଚ ପର୍ଯ୍ୟନ୍ତ ମିଳିଲା ସମୟ
ନୂଆଦିଲ୍ଲୀ,୩୦-୧: ଏସାର ଷ୍ଟିଲ୍ ଏବଂ ଜେପି ଇନଫ୍ରାଟେକ୍ ଭଳି ୯ଟି ବଡ଼ ମୂଲ୍ୟର ଦେବାଳିଆ ମାମଲାର ସମାଧାନ ଲାଗି କେନ୍ଦ୍ର ସରକାର ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛନ୍ତି।

ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ବଢାଇବାକୁ ଭିଏତନାମ ଆଗ୍ରହୀ
ଭୁବନେଶ୍ୱର,୩୦-୧: ରାଜ୍ୟର ଅଣୁ,କ୍ଷୁଦ୍ର,ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ସହ ବାଣିଜ୍ୟ ସମ୍ପର୍କ ବଢାଇବାକୁ ଭିଏତନାମ ଆଗ୍ରହ ପ୍ରକାଶ କରିଛି।

ମାର୍ଚ୍ଚ ସୁଦ୍ଧା ଏନ୍ଟିପିସି ଦର୍ଲିପାଲି ୟୁନିଟ୍ରୁ ବିଦ୍ୟୁତ ଉତ୍ପାଦନ
ଭୁବନେଶ୍ୱର,୩୦-୧: ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍ଟିପିସି) ଲିମିଟେଡର ସୁନ୍ଦରଗଡ ଜିଲାସ୍ଥିତ ଦର୍ଲିପାଲି ପ୍ରକଳ୍ପରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ ଉତ୍ପାଦନ ହେବ। ସୁନ୍ଦରଗଡର ଲେଫ୍ରିପଡା ତହସିଲରେ ଏନ୍ଟିପିସି ୧୬୦୦ ମେଗାଓ୍ବାଟ (୨X୮୦୦) ସୁପର ଥର୍ମାଲ ପାଓ୍ବାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ବଢ଼ିଲା ଜେଟ୍ ଏୟାରଓ୍ବେଜ ସଙ୍କଟ;ଛିଡ଼ା ହେଲା ୪ ବିମାନ
ନୂଆଦିଲ୍ଲୀ,୩୦ -୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କମ୍ପାନୀ ଜେଟ୍ ଏୟାରଓ୍ବେଜର ଅସୁବିଧା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ବକେୟା ପ୍ରଦାନ କରି ନ ଥିବାରୁ ଜେଟ୍୍କୁ ଭଡ଼ାରେ ବିମାନ ଦେଇଥିବା କମ୍ପାନୀ ଇତିମଧ୍ୟରେ ୪ଟି ବିମାନ ଉଡ଼ାଣ ରୋକିଛନ୍ତି।

ଡିଏଚ୍ଏଫ୍ଏଲ୍ ଖାଇଗଲା ୩୧ ହଜାର କୋଟି
ନୂଆଦିଲ୍ଲୀ,୩୦-୧: ଦିଓ୍ବାନ ହାଉସିଂ ଫାଇନାନ୍ସ କର୍ପୋରେଶନ ଲିମିଟେଡ(ଡିଏଚ୍ଏଫ୍ଏଲ୍) ସାଧାରଣ ଜନତାଙ୍କ ୩୧ ହଜାର କୋଟି ଟଙ୍କା ଚଳୁ କରିଦେଇଛି ବୋଲି କୋବ୍ରାପୋଷ୍ଟ ନାମକ ଏକ ଅନୁସନ୍ଧାନମୂଳକ ସମ୍ବାଦ ପ୍ରକାଶ କରୁଥିବା ଓ୍ବେବ୍ସାଇଟ୍ ମଙ୍ଗଳବାର ଅଭିଯୋଗ କରିଛି। ଏହି ଠକାମିରେ କମ୍ପାନୀର ପ୍ରାଥମିକ ପ୍ରମୋଟରମାନେ ସାମିଲ ଅଛନ୍ତି ବୋଲି ଅଭିଯୋଗ କରାଯାଇଛି।

ଡିବିଟିରୁ ସଞ୍ଚୟ ହୋଇଛି ୧.୧୦ଲକ୍ଷ କୋଟି
ନୂଆଦିଲ୍ଲୀ,୩୦-୧: ବିଭିନ୍ନ କଲ୍ୟାଣକାରୀ ଯୋଜନାର ସବ୍ସିଡିକୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ଯୋଜନା।

ମୁଦ୍ରା ଯୋଜନା ଫେଲ୍: ପଡିରହିଛି ୪୦% ପାଣ୍ଠି
ନୂଆଦିଲ୍ଲୀ,୩୦-୧: କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ସ୍ବରୋଜଗାର ଲାଗି ଆଗଭର ହେଉଥିବା ଉଦ୍ୟମୀଙ୍କ ଲାଗି କେନ୍ଦ୍ର ସରକାର ବହୁ ଆଡମ୍ବରରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଘୋଷଣା କଲେ।

ମହଙ୍ଗା ପଡ଼ିବ ଇନପୁଟ୍ ଟ୍ୟାକ୍ସ କ୍ରେଡ଼ିଟ୍ ଠକାମୀ
ନୂଆଦିଲ୍ଲୀ,୨୯-୧: ସାମଗ୍ରୀ ଏବଂ ସେବା କର(ଜିଏସ୍ଟି) ଅଧୀନରେ ଜାଲ୍ ବିଲ୍ ଜରିଆରେ ସରକାରଙ୍କୁ ଠକି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ ଆଦାୟ କରିଥିବା ବ୍ୟବସାୟୀ ଅଡ଼ୁଆରେ ପଡିବାକୁ ଯାଉଛନ୍ତି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଆର୍ବିଆଇ ଗଭର୍ନର
ମୁମ୍ବାଇ,୨୯ -୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କୁ ଭେଟିଛନ୍ତି। ଏଥିରେ ବ୍ୟାଙ୍କର ସିଇଓ, ଏମ୍ଡି ସାମିଲ ଥିଲେ।