ବାଣିଜ୍ୟ

ଚାକିରି ବଦଳିବା ମାତ୍ରେ ସ୍ବତଃ ସ୍ଥାନାନ୍ତର ହେବ ଇପିଏଫ୍‌ ଆକାଉଣ୍ଟ

ଚାକିରି ବଦଳିବା ମାତ୍ରେ ସ୍ବତଃ ସ୍ଥାନାନ୍ତର ହେବ ଇପିଏଫ୍‌ ଆକାଉଣ୍ଟ

ନୂଆଦିଲ୍ଲୀ,୧୧-୩: କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ସଦସ୍ୟମାନଙ୍କୁ ଆସନ୍ତା ଆର୍ଥିକ ବର୍ଷରୁ ଚାକିରି ପରିବର୍ତ୍ତନ କାଳରେ ଇପିଏଫ ଆକାଉଣ୍ଟକୁ ସ୍ଥାନାନ୍ତର କରିବା ଲାଗି ଅନୁରୋଧ କରିବାକୁ ପଡିବନି। 

ନିର୍ବାଚନ ପୂର୍ବରୁ ପେଟ୍ରୋଲ ମହଙ୍ଗା;ସୌଦି ଆରବର ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ନିର୍ବାଚନ ପୂର୍ବରୁ ପେଟ୍ରୋଲ ମହଙ୍ଗା;ସୌଦି ଆରବର ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୧-୩: ଭାରତରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି। ସାଧାରଣ ନିର୍ବାଚନ ପୂର୍ବରୁ ତେଲ ଦର ବୃଦ୍ଧି ପାଇବା ଭାଜପା ପାଇଁ ବିପଦ ଘଣ୍ଟି ହୋଇପାରେ ଅନୁମାନ କରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ହସ୍ତକ୍ଷେପ କରିବାକୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୌଦି ଆରବକୁ ରବିବାର ଅନୁରୋଧ କରିଛନ୍ତି। 

ଫେବୃୟାରୀରେ ହୋଣ୍ଡା କାର୍‌ସ ଇଣ୍ଡିଆର ବିକ୍ରି ଅଭିବୃଦ୍ଧି

ଫେବୃୟାରୀରେ ହୋଣ୍ଡା କାର୍‌ସ ଇଣ୍ଡିଆର ବିକ୍ରି ଅଭିବୃଦ୍ଧି

ନୂଆଦିଲ୍ଲୀ,୧୦-୩: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ଫେବୃୟାରୀମାସରେ ୧୬% ବିକ୍ରି ଅଭିବୃଦ୍ଧି ସମ୍ପର୍କରେ ଘୋଷଣା କରିଛି। ଏହି ସମୟରେ କମ୍ପାନୀ ୧୩,୫୨୭ ୟୁନିଟ ଯାନ ବିକ୍ରି କରିଛି। ଏହା ଗତ ବର୍ଷ ସମାନ ସମୟରେ ୧୧,୬୫୦ ୟୁନିଟ ରହିଥିଲା। ଚଳିତ ଆର୍ଥତ୍କ ବଷରେ କମ୍ପାନୀ ମୋଟ ଅଭିବୃଦ୍ଧି ୬.୫% ରହିଛି। 

ଗବେଷଣା,ବିକାଶକୁ ନାଲ୍‌କୋର ଗୁରୁତ୍ୱ

ଗବେଷଣା,ବିକାଶକୁ ନାଲ୍‌କୋର ଗୁରୁତ୍ୱ

ଭୁବନେଶ୍ୱର,୧୦-୩: ନ୍ୟାଶନାଲ୍‌ ଆଲୁମିନିୟମ କମ୍ପାନି(ନାଲ୍‌କୋ) ଗବେଷଣା ଏବଂ ବିକାଶକୁ ଗୁରୁତ୍ୱ ପ୍ରଦାନ ପୂର୍ବକ ନୂଆ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି। କମ୍ପାନୀ ପ୍ରଥମଥର ଲାଗି ବିଶ୍ୱର ନାନୋ ଭିତ୍ତିକ ଏମ୍ର୍ରିଅନ ଟେକ୍ନୋଲୋଜି ଉପଯୋଗ କରିଛି। ନାଲ୍‌କୋ ସ୍ଥିତ ସ୍ମେଲଟର ପ୍ଲାଣ୍ଟରୁ ନିର୍ଗତ ଜଳରୁ ଫ୍ଲୋରାଇଡ ନିସ୍କାଷନ ପାଇଁ ଡିଫ୍ଲୋରିଡେଶନ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟାନ୍ବୟନ କରାଯାଇଛି।

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୪୦୦ ମହିଳାଙ୍କୁ ଦକ୍ଷତା ତାଲିମ

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୪୦୦ ମହିଳାଙ୍କୁ ଦକ୍ଷତା ତାଲିମ

ଭୁବନେଶ୍ୱର,୧୦-୩: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ଥାପନା ହୋଇଥିବା ସ୍କିଲ ଏକାଡେମୀ ବର୍ତ୍ତମାନ ସୁଦ୍ଧା ୧୪୦୦ ଅବହେଳିତ ମହିଳାଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିଛି। ଭୁବନେଶ୍ୱରର ବମିଖାଲରେ ଥିବା ତାଲିମ ପ୍ରତିଷ୍ଠାନରେ ଅଫିସ ପରିଚାଳନାରେ ୩ ମାସିଆ ପାଠ୍ୟକ୍ରମ ସହ ଅନ୍ୟାନ୍ୟ କୋର୍ସ ପ୍ରଦାନ କରାଯାଉଛି।

ବଜାରକୁ ଆସିଲା ସାମ୍‌ସଙ୍ଗର ନୂଆ ଗାଲାକ୍ସି ଏମ୍‌୩୦:  ରହିଛି ଟ୍ରିପଲ୍‌ ରିୟର କ୍ୟାମେରା, ସୁପର ଆମୋଲେଡ ଇନ୍‌ଫିନିଟି ୟୁ ଡିସ୍ପଲେ

ବଜାରକୁ ଆସିଲା ସାମ୍‌ସଙ୍ଗର ନୂଆ ଗାଲାକ୍ସି ଏମ୍‌୩୦: ରହିଛି ଟ୍ରିପଲ୍‌ ରିୟର କ୍ୟାମେରା, ସୁପର ଆମୋଲେଡ ଇନ୍‌ଫିନିଟି ୟୁ ଡିସ୍ପଲେ

ନୂଆଦିଲ୍ଲୀ,୧୦-୩:ସାମ୍‌ସଙ୍ଗ ଇଣ୍ଡିଆ ପକ୍ଷରୁ ନୂଆ ଗାଲାକ୍ସି ଏମ୍‌ ୩୦ ସ୍ମାର୍ଟଫୋନ୍‌ ବଜାରକୁ ଆସିଛି। ଟେକ୍ନୋଲୋଜିପ୍ରିୟ ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏଭଳି ଏକ ମଡେଲ ବଜାରକୁ ଆସିଛି। ନୂଆ ମଡେଲରେ ଟ୍ରିପଲ୍‌ ରିୟର କ୍ୟାମେରା, ସୁପର ଆମୋଲେଡ ଇନ୍‌ଫିନିଟି ୟୁ ଡିସ୍ପଲେ, ୫୦୦୦ ଏମ୍‌ଏଏଚ୍‌ ଫାଷ୍ଟ ଚାର୍ଜ ବ୍ୟାଟେରୀ ରହିଛି।

୧୨ଟି ଟ୍ରେନର ନୂତନ ରହଣି ସୁବିଧା

୧୨ଟି ଟ୍ରେନର ନୂତନ ରହଣି ସୁବିଧା

ଭୁବନେଶ୍ୱର, ୧୦-୩: ଯାତ୍ରୀ ସୁବିଧା ଏବଂ ଲୋକଙ୍କ ଦୀର୍ଘ ଦିନର ଦାବିକୁ ବିଚାର କରି ପୂର୍ବତଟ ରେଳପଥ ପକ୍ଷରୁ ୧୨ଟି ଟ୍ରେନର ପରୀକ୍ଷାମୂଳକ ଭାବେ ନୂତନ ରହଣି ସୁବିଧା ଏବଂ ୨ଟିର ଚଳାଚଳ ଦିବସ ବୃଦ୍ଧି ସୁବିଧା କରାଯାଇଛି। 

ଜେରଥ୍‌ ପାଥ୍‌ଲାବର ସମ୍ପୂର୍ଣ୍ଣ ଆଲର୍ଜି ପରୀକ୍ଷା ଆଜିଠାରୁ

ଭୁବନେଶ୍ୱର, ୧୦-୩: ଜେରଥ୍‌ ପାଥ୍‌ ଲ୍ୟାବ୍‌ ପକ୍ଷରୁ ରବିବାର ଏବଂ ସୋମବାର ରାଜ୍ୟର ବଚ୍ଛାବଚ୍ଛା ସ୍ଥାନରେ ସମ୍ପୂର୍ଣ୍ଣ ଆଲର୍ଜି ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି। ଫୁଡ, ସ୍କିନ ଏବଂ ଇନହେଲାଣ୍ଟ ବର୍ଗରେ ଏହି ପରୀକ୍ଷଣ କରାଯିବ।

ଚଣ୍ଡିଗଡରେ ‘ମିଲନ ଟକିଜ’ର ପ୍ରମୋଶନ

ଚଣ୍ଡିଗଡରେ ‘ମିଲନ ଟକିଜ’ର ପ୍ରମୋଶନ

ଚଣ୍ଡିଗଡ, ୧୦-୩: ବହୁ ପ୍ରତିକ୍ଷିତ ସିନେମା ‘ମିଲନ ଟିକିଜ’ର ପ୍ରମୋଶନ କାର୍ଯ୍ୟକ୍ରମ ଚଣ୍ଡିଗଡଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଭିନେତା ଅଲି ଫାଜଲ, ଶ୍ରଦ୍ଧା ଶ୍ରୀନାଥ, ଶିକନ୍ଦର ଖେର, ନିର୍ଦ୍ଦେଶକ ତିଗମାଂଶୁ ଧୁଲିଆ ଏବଂ ପ୍ରଯୋଜକ ପି.ଏସ୍‌.ଛଟଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।

ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ସାଧାରଣ ବୈଠକ

ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ସାଧାରଣ ବୈଠକ

ମୁମ୍ବାଇ, ୧୦-୩: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାର ଅଂଶୀଦାରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରିଫରେନ୍ସିଆଲ ଭିତ୍ତିରେ ଇକ୍ୟୁଟି ଶେୟାର ଜାରି କରିବା ପାଇଁ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ପୁଞ୍ଜି ଉଠାଣକାରୀ କମିଟିକୁ କ୍ଷମତା ପ୍ରଦାନ କରାଯାଇଛି। 

ଓସ୍‌ମେଇ ପକ୍ଷରୁ ମହିଳା ଦିବସ ପାଳିତ

ଭୁବନେଶ୍ୱର, ୧୦-୩: ଶିଳ୍ପ ସଂଘ ଓସ୍‌ମେଇର ମହିଳା ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ କଟକର ଏକ ହୋଟେଲରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ ଉଦ୍‌ଘାଟନ କରିଥିଲେ।

 ଫୋର୍ଡର ବ୍ୟବସାୟ ଅଭିବୃଦ୍ଧି ଲକ୍ଷ୍ୟ

ଫୋର୍ଡର ବ୍ୟବସାୟ ଅଭିବୃଦ୍ଧି ଲକ୍ଷ୍ୟ

 ଭୁବନେଶ୍ୱର ୧୦-୩: ଫୋର୍ଡ ଇଣ୍ଡିଆ ଓଡିଶାରେ ନିଜର ବ୍ୟବସାୟିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଉଛି। ଏହାକୁ ଧ୍ୟାନରେ ରଖି କମ୍ପାନୀ ବିଭିନ୍ନ ଆକର୍ଷଣୀୟ ଯୋଜନା ହାତକୁ ନେଉଥିବା ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୟ ରାଇନା କହିଛନ୍ତି। 

ବଢ଼ିବ ଅନିଲଙ୍କ ଅଡ଼ୁଆ :ବକେୟା  ଆଦାୟ ଲାଗି ସୁପ୍ରିମକୋର୍ଟ ଗଲେ ଅଧିକ କମ୍ପାନୀ

ବଢ଼ିବ ଅନିଲଙ୍କ ଅଡ଼ୁଆ :ବକେୟା ଆଦାୟ ଲାଗି ସୁପ୍ରିମକୋର୍ଟ ଗଲେ ଅଧିକ କମ୍ପାନୀ

ନୂଆଦିଲ୍ଲୀ,୧୦-୩: ମାନହାନୀ ମକଦ୍ଦମାରେ ଛନ୍ଦି ହୋଇ ଜେଲ୍‌ ଯିବାର ଦ୍ୱାରଦେଶରେ ପହଞ୍ଚତ୍ଥିବା ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ମାଲିକ ଅନିଲ ଅମ୍ବାନୀଙ୍କ ଅଡ଼ୁଆ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। 

କ୍ରେଡାଇ ଭୁବନେଶ୍ୱର ଆସୋଶିଏସନ ଗଠିତ

କ୍ରେଡାଇ ଭୁବନେଶ୍ୱର ଆସୋଶିଏସନ ଗଠିତ

ଭୁବନେଶ୍ୱର,୧୦-୩ (ବ୍ୟୁରୋ): କନ୍‌ଫେଡେରେଶନ ଅଫ୍‌ ରିୟଲ ଇଷ୍ଟେଟ ଡେଭଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (କ୍ରେଡାଇ) ପକ୍ଷରୁ ଏହାର ଭୁବନେଶ୍ୱର ଆସୋଶିଏସନ ଗଠନ ହୋଇଛି। 

ଏପ୍ରିଲରୁ ଓଡ଼ିଆ ଲିପିରେ ଟ୍ରେନ ଟିକେଟ୍‌

ଏପ୍ରିଲରୁ ଓଡ଼ିଆ ଲିପିରେ ଟ୍ରେନ ଟିକେଟ୍‌

ଭୁବନେଶ୍ୱର, ୧୦-୩: ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ଓଡ଼ିଆ ସହିତ ଅନ୍ୟାନ ଆଞ୍ଚଳିକ ଭାଷା ବା ଲିପିରେ ଟ୍ରେନ ଟିକେଟ ଉପଲବ୍ଧ କରିବାକୁ ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ହୋଇଛି। ଓଡ଼ିଆ ଲିପିରେ ଟ୍ରେନ ଟିକେଟ ପ୍ରଚଳନକୁ ଆସନ୍ତା ଏପ୍ରିଲ ମାସ ପହିଲା (ଓଡିଶା ଦିବସ)ଠାରୁ ଲାଗୁ କରିବାକୁ ରେଳବାଇ ପକ୍ଷରୁ ସ୍ଥିର ହୋଇଛି। 

ସମ୍ପତ୍ତି ବିକି କେନ୍ଦ୍ରକୁ ମିଳିଛି ୫୭ ହଜାର କୋଟି

ସମ୍ପତ୍ତି ବିକି କେନ୍ଦ୍ରକୁ ମିଳିଛି ୫୭ ହଜାର କୋଟି

ନୂଆଦିଲ୍ଲୀ,୧୦-୩: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ବିକ୍ରି କରି ୫୭,୫୨୩.୩୨ କୋଟି ଟଙ୍କା ହାସଲ କରିଛନ୍ତି। 

ମାଲ୍ୟାଙ୍କ ସମ୍ପତ୍ତି ଉପରେ ଦାବିକୁ ବିରୋଧ କରିବ ଇଡି

ମାଲ୍ୟାଙ୍କ ସମ୍ପତ୍ତି ଉପରେ ଦାବିକୁ ବିରୋଧ କରିବ ଇଡି

ନୂଆଦିଲ୍ଲୀ,୧୦-୩: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇ ଏବେ ଲଣ୍ଡନରେ ବାସ କରୁଛନ୍ତି। ତାଙ୍କର ଅଧିକାଂଶ ସମ୍ପତ୍ତିକୁ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି।

ଜମା, ଋଣକୁ ରେପୋ ରେଟ୍‌ ସହ ଯୋଡିଲା ଏସ୍‌ବିଆଇ

ଜମା, ଋଣକୁ ରେପୋ ରେଟ୍‌ ସହ ଯୋଡିଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୦-୩: ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ  ଏସ୍‌ବିଆଇର ଏକ ବଡ଼ ନିଷ୍ପତ୍ତି ଗୃହ ଏବଂ ଅନ୍ୟାନ୍ୟ ଋଣ ନେଉଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବାକୁ ଯାଉଛି। 

ଲଣ୍ଡନର ଲକ୍‌ଜୁରୀ ଫ୍ଲାଟ୍‌ରେ ରହୁଛନ୍ତି ନୀରବ

ଲଣ୍ଡନର ଲକ୍‌ଜୁରୀ ଫ୍ଲାଟ୍‌ରେ ରହୁଛନ୍ତି ନୀରବ

ଲଣ୍ଡନ/ନୂଆଦିଲ୍ଲୀ,୧୦-୩:  ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ୧୩,୭୦୦ କୋଟି ଟଙ୍କାର ଋଣଠକି ଫେରାର ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଏବେ ଲଣ୍ଡନରେ ଲକ୍ଜରୀ ଫ୍ଲାଟରେ ବସବାସ କରୁଛନ୍ତି।

କ୍ରେଡିଟ ରେଟିଙ୍ଗ୍‌ସ ଏଜେନ୍ସିଙ୍କ କାର୍ଯ୍ୟକୁ ଗଭର୍ନରଙ୍କ ସମାଲୋଚନା

କ୍ରେଡିଟ ରେଟିଙ୍ଗ୍‌ସ ଏଜେନ୍ସିଙ୍କ କାର୍ଯ୍ୟକୁ ଗଭର୍ନରଙ୍କ ସମାଲୋଚନା

ନୂଆଦିଲ୍ଲୀ,୯।୩- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଦେଶରେ କାର୍ଯ୍ୟରତ କ୍ରେଡିଟ ରେଟିଙ୍ଗ୍‌ସ ଏଜେନ୍ସିଙ୍କ କାର୍ଯ୍ୟଶୈଳୀକୁ ନେଇ ସମାଲୋଚନା କରିଛନ୍ତି।

କାର୍ଡ ଫର୍ମାଟରେ ଆସିବ ଡିଏଲ୍‌, ଗାଡ଼ି ରେଜିଷ୍ଟ୍ରେଶନ ସାର୍ଟିଫିକେଟ

କାର୍ଡ ଫର୍ମାଟରେ ଆସିବ ଡିଏଲ୍‌, ଗାଡ଼ି ରେଜିଷ୍ଟ୍ରେଶନ ସାର୍ଟିଫିକେଟ

ନୂଆଦିଲ୍ଲୀ,୯।୩: ଏଣିକି ସାରା ଦେଶରେ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଏବଂ ଗାଡ଼ି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ଲାଷ୍ଟିକ କାର୍ଡରେ ଜାରି କରାଯିବ। ଫଳରେ କାଗଜ ଅଥବା ବୁକ୍‌ଲେଟ ଆଧାରିତ ଡିଏଲ୍‌ ଓ ରେଜିଷ୍ଟେଶନ ସାର୍ଟିଫିକେଟ ବନ୍ଦ ହୋଇଯିବ।

ଏସାର ଷ୍ଟିଲ୍‌ ବିକ୍ରି ବାଧା ତୁଟିଲା: ଆର୍ସେଲର ମିଟ୍ଟଲର ପ୍ରସ୍ତାବକୁ ଏନ୍‌ସିଏଲ୍‌ଟିଙ୍କ ଅନୁମୋଦନ

ଏସାର ଷ୍ଟିଲ୍‌ ବିକ୍ରି ବାଧା ତୁଟିଲା: ଆର୍ସେଲର ମିଟ୍ଟଲର ପ୍ରସ୍ତାବକୁ ଏନ୍‌ସିଏଲ୍‌ଟିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୯।୩: ଏସାର ଷ୍ଟିଲ୍‌ ବିକ୍ରିକୁ ନେଇ ଗତ କିଛି ଦିନ ଧରି ଚାଲିଥିବା ଟଣାଓଟରାର ପରିସମାପ୍ତି ଘଟିଛି। ଏହି କମ୍ପାନୀକୁ କିଣିବା ଲାଗି ଆର୍ସେଲର ମିଟ୍ଟଲ ଦେଇଥିବା ୪୨ ହଜାର କୋଟି ଟଙ୍କାର ରିଜଲ୍ୟୁଶନ ପ୍ରସ୍ତାବକୁ ନ୍ୟାଶନାଲ କମ୍ପାନୀ  ଲ’ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ଅହମ୍ମଦାବାଦ ବେଞ୍ଚ ଶୁକ୍ରବାର ଅନୁମୋଦନ କରିଛନ୍ତି।

ହିରୋ ମୋଟୋକର୍ପର ମେଗା ସର୍ଭିସ ଆରମ୍ଭ

ହିରୋ ମୋଟୋକର୍ପର ମେଗା ସର୍ଭିସ ଆରମ୍ଭ

ଭୁବନେଶ୍ୱର,୯।୩(ବ୍ୟୁରୋ)-ହିରୋ ମୋଟୋକର୍ପ ଲିମିଟେଡ୍‌ (ଏଚ୍‌ଏମ୍‌ସିଏଲ୍‌) ପକ୍ଷରୁ ୩ ଦିନିଆ ମେଗା ସର୍ଭିସ କ୍ୟାମ୍ପ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ସାରା ଦେଶରେ ଥିବା କମ୍ପାନୀର ଅଧିକୃତ ଡିଲରଶିପଗୁଡ଼ିକରେ ଏହା ଅନୁଷ୍ଠିତ ହେଉଛି। 

ସୁଭାଷ ଚନ୍ଦ୍ର ଗର୍ଗ ଅର୍ଥ ସଚିବ ନିଯୁକ୍ତ

ସୁଭାଷ ଚନ୍ଦ୍ର ଗର୍ଗ ଅର୍ଥ ସଚିବ ନିଯୁକ୍ତ

ନୂଆଦିଲ୍ଲୀ,୯।୩: ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଶୁକ୍ରବାର ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଛି ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ବ୍ୟାପାର କ୍ୟାବିନେଟ କମିଟି ଗର୍ଗଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିଲେ।