ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇଙ୍କ ଲାଗି କମିଟି ଗଠନ କଲା ଆର୍‌ବିଆଇ

ଏମ୍‌ଏସ୍‌ଏମ୍‌ଇଙ୍କ ଲାଗି କମିଟି ଗଠନ କଲା ଆର୍‌ବିଆଇ

ମୁମ୍ବାଇ,୩-୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଙ୍କ ସମସ୍ୟାର ସମାଧାନ ଲାଗି ଏକ କମିଟି ଗଠନ କରିଛି। 

ଆସନ୍ତା ସପ୍ତାହରେ ଏମ୍‌ଏସ୍‌ଏମ୍‌ଇ, ଏନ୍‌ବିଏଫ୍‌ସି ପ୍ରତିନିଧିଙ୍କୁ ଭେଟିବେ ଶକ୍ତିକାନ୍ତ

ଆସନ୍ତା ସପ୍ତାହରେ ଏମ୍‌ଏସ୍‌ଏମ୍‌ଇ, ଏନ୍‌ବିଏଫ୍‌ସି ପ୍ରତିନିଧିଙ୍କୁ ଭେଟିବେ ଶକ୍ତିକାନ୍ତ

ନୂଆଦିଲ୍ଲୀ,୩-୧: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଆସନ୍ତା ସପ୍ତାହରେ ଏମ୍‌ଏସ୍‌ଏମ୍‌ଇ ଏବଂ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି) ପ୍ରତିନିଧିଙ୍କୁ ଭେଟିବେ। 

ଉଜ୍ଜ୍ୱଳା ଯୋଜନା: ୬ କୋଟିରେ ପହଞ୍ଚତ୍ଲା ସଂଯୋଗ

ଉଜ୍ଜ୍ୱଳା ଯୋଜନା: ୬ କୋଟିରେ ପହଞ୍ଚତ୍ଲା ସଂଯୋଗ

ନୂଆଦିଲ୍ଲୀ,୩-୧: ଦେଶର ପ୍ରତ୍ୟେକ ଘରେ ରୋଷେଇ ଗ୍ୟାସ୍‌ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏଥିରେ ବେଶ୍‌ ସଫଳତା ମିଳୁଛି। ବୁଧବାର ସୁଦ୍ଧା ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ଗ୍ୟାସ୍‌ ସଂଯୋଗ ଦେଇଥିବା ଜଣାପଡିଛି। 

୧୦ରେ ଜିଏସ୍‌ଟି କାଉନସିଲ ବୈଠକ

୧୦ରେ ଜିଏସ୍‌ଟି କାଉନସିଲ ବୈଠକ

ନୂଆଦିଲ୍ଲୀ,୩-୧: ଚଳିତ ୧୦ ତାରିଖରେ ଜିଏସ୍‌ଟି କାଉନସିଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ନିର୍ମାଣାଧୀନ ଫ୍ଲାଟ୍‌ ଓ ଘର ଉପରେ ଆଦାୟ ହେଉଥିବା ଜିଏସ୍‌ଟିକୁ ୫%କୁ ହ୍ରାସ କରିବା ନେଇ ବିଚାର କରାଯିବ। 

୧୦ବର୍ଷର ସର୍ବୋଚ୍ଚ ସ୍ତରରେ ଜିଡିପି-ପ୍ରତ୍ୟକ୍ଷ ଟିକସ ଅନୁପାତ

୧୦ବର୍ଷର ସର୍ବୋଚ୍ଚ ସ୍ତରରେ ଜିଡିପି-ପ୍ରତ୍ୟକ୍ଷ ଟିକସ ଅନୁପାତ

ନୂଆଦିଲ୍ଲୀ,୩-୧: ଆର୍ଥିକ ବର୍ଷ ୨୦୧୭-୧୮ରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ସମ୍ମୁଖରେ ପ୍ରତ୍ୟକ୍ଷ ଟିକସ ଆଦାୟ ୫.୯୮ ପ୍ରତିଶତରେ ପହଞ୍ଚତ୍ଛି ଯାହାକି ବିଗତ ୧୦ ବର୍ଷରେ ସର୍ବଶ୍ରେଷ୍ଠ। ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। 

ଏମ୍‌ଏସ୍‌ଏମ୍‌ଇ ପାଇଁ ନାଲ୍‌କୋ ଆଣିବ କ୍ୟାଶଲେସ ମଡେଲ

ଏମ୍‌ଏସ୍‌ଏମ୍‌ଇ ପାଇଁ ନାଲ୍‌କୋ ଆଣିବ କ୍ୟାଶଲେସ ମଡେଲ

ଭୁବନେଶ୍ୱର,୩-୧: ନ୍ୟାଶନାଲ ଆଲୁମିିନିୟମ କମ୍ପାନୀ(ନାଲ୍‌କୋ) ଚଳିତ ବର୍ଷ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ପାଇଁ କ୍ୟାଶଲେସ ମଡେଲ ଆଣିବ। ଏହା ଦ୍ୱାରା ସଂସ୍ଥାଗୁଡ଼ିକୁ କଞ୍ଚାମାଲ ଯୋଗାଣ ଏବଂ ଉତ୍ପାଦ ବିକ୍ରୟ ପାଇଁ ମାର୍କେଟିଂ ସହଯୋଗ ପ୍ରଦାନ କରାଯିବ। 

କୁମ୍ଭମେଳା ପୂର୍ବରୁ ଟ୍ରେନ୧୮ର ଶୁଭାରମ୍ଭ

କୁମ୍ଭମେଳା ପୂର୍ବରୁ ଟ୍ରେନ୧୮ର ଶୁଭାରମ୍ଭ

ନୂଆଦିଲ୍ଲୀ,୩-୧: ଭାରତୀୟ ରେଲଓ୍ବେର ବହୁ ପ୍ରତୀକ୍ଷିତ ଟ୍ରେନ ୧୮ ଆସନ୍ତା ସପ୍ତାହରେ କୁମ୍ଭ ମେଳା ପୂର୍ବୁରୁ ବାଣିଜି୍ୟକ ଭାବେ ଯାତ୍ରାରମ୍ଭ କରିବ। ଦିଲ୍ଲୀ ଓ ବାରାଣସି ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଶୁଭାରମ୍ଭ କରିବେ। 

୧୨୩ କୋଟି ଆଧାର କାର୍ଡ ଜାରି

୧୨୩ କୋଟି ଆଧାର କାର୍ଡ ଜାରି

ନୂଆଦିଲ୍ଲୀ,୩-୧: ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପାଖାପାଖି ୧୨୩ କୋଟି ଆଧାର କାର୍ଡ ଜାରି କରିଛି। କେନ୍ଦ୍ରମନ୍ତ୍ରୀ ହଂସରାଜ ଅହିର ବୁଧବାର ରାଜ୍ୟ ସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି;ରପ୍ତାନିକାରୀଙ୍କୁ ମିଳିବ ୬୦୦ କୋଟିର ସବ୍‌ସିଡି

କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି;ରପ୍ତାନିକାରୀଙ୍କୁ ମିଳିବ ୬୦୦ କୋଟିର ସବ୍‌ସିଡି

ନୂଆଦିଲ୍ଲୀ,୩-୧: ବାଣିଜି୍ୟକ ମାଲ୍‌ ରପ୍ତାନିକାରୀଙ୍କୁ ମିଳୁଥିବା ଋଣ ଉପରେ କେନ୍ଦ୍ର ସରକାର ୩% ସବ୍‌ସିଡି ଦେବେ। ଏହାଦ୍ୱାରା ରପ୍ତାନିକାରୀଙ୍କୁ ପ୍ରାୟ ୬୦୦ କୋଟି ଟଙ୍କାର ଫାଇଦା ମିଳିବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

ଚଳିତବର୍ଷରୁ ମିଳିବ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ

ଚଳିତବର୍ଷରୁ ମିଳିବ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ

ନୂଆଦିଲ୍ଲୀ,୩-୧: ଚଳିତବର୍ଷଠାରୁ ସୁଇସ ବ୍ୟାଙ୍କରୁ ଭାରତକୁ ଆକାଉଣ୍ଟ ତଥ୍ୟ ମିଳିବା ଆରମ୍ଭ ହେବ ବୋଲି  ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂ ପାର୍ଲାମେଣ୍ଟରେ କହିଛନ୍ତି। ବୁଧବାର ଲୋକ ସଭାରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ମଞ୍ଜୁରୀ: ଗଠନ ହେବ ତୃତୀୟ ସର୍ବବୃହତ ବ୍ୟାଙ୍କ

୩ ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ ମଞ୍ଜୁରୀ: ଗଠନ ହେବ ତୃତୀୟ ସର୍ବବୃହତ ବ୍ୟାଙ୍କ

ନୂଆଦିଲ୍ଲୀ,୨-୧: କେନ୍ଦ୍ର କ୍ୟାବିନେଟ ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ରେ ବିଜୟ ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ମିଶ୍ରଣକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ବୈଠକ ଶେଷରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ତ୍ୱରାନ୍ବିତ ହେବ ସଂସ୍କାରଧାରା

ତ୍ୱରାନ୍ବିତ ହେବ ସଂସ୍କାରଧାରା

ନୂଆଦିଲ୍ଲୀ,୨-୧: ଦେଶରେ ଗ୍ରହଣ କରାଯାଉଥିବା ବିଭିନ୍ନ ସଂସ୍କାର ଧାରାକୁ ତ୍ୱରାନ୍ବିତ କରିବାକୁ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ଫୋକସ ରଖିଛି। ବିଭିନ୍ନ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବାକୁ ସକ୍ଷମ ହୋଇଛି। 

୪ ବ୍ୟାଙ୍କକୁ ୧୦,୮୮୨ କୋଟିର ପୁଞ୍ଜି ସହାୟତା

୪ ବ୍ୟାଙ୍କକୁ ୧୦,୮୮୨ କୋଟିର ପୁଞ୍ଜି ସହାୟତା

ନୂଆଦିଲ୍ଲୀ,୨-୧:ସରକାର ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୦,୮୮୨ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିଛନ୍ତି। ପ୍ରାୟ ୬ ବ୍ୟାଙ୍କକୁ ୨୮,୬୧୫ କୋଟି ଟଙ୍କାର ପୁଞ୍ଜି ସହାୟତା ଯୋଗାଣ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ୪ ବ୍ୟାଙ୍କକୁ ପୁଞ୍ଜି ପ୍ରଦାନ କରାଯାଇଛି।

ଆକ୍ସିସ ସିଇଓ ପଦବୀରୁ ଶିଖା ଶର୍ମାଙ୍କ ଅବସର;ଅମିତାଭ ଚୌଧୁରୀ ନୂଆ ସିଇଓ

ଆକ୍ସିସ ସିଇଓ ପଦବୀରୁ ଶିଖା ଶର୍ମାଙ୍କ ଅବସର;ଅମିତାଭ ଚୌଧୁରୀ ନୂଆ ସିଇଓ

ନୂଆଦିଲ୍ଲୀ,୨-୧: ଆକ୍ସିସ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରୁଥିବା ଶିଖା ଶର୍ମା ଅବସର ନେଇଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ ରେଗୁଲେଟୋରୀ ଫାଇଲିଂରେ ସୋମବାର ସୂଚନା ଦିଆଯାଇଛି। ତାଙ୍କ ପରେ ଅମିତାଭ ଚୌଧୁରୀ ପରବର୍ତ୍ତୀ ଏମ୍‌ଡି ତଥା ସିଇଓ ଭାବେ ଅବସ୍ଥାପିତ ହୋଇଥିବା ଜଣା ଯାଇଛି। 

ବିମାନ ଇନ୍ଧନ ମୂଲ୍ୟରେ ୧୪.୭% ହ୍ରାସ

ବିମାନ ଇନ୍ଧନ ମୂଲ୍ୟରେ ୧୪.୭% ହ୍ରାସ

ନୂଆଦିଲ୍ଲୀ,୨-୧: ବିମାନ ଇନ୍ଧନ (ଇଟିଏଫ୍‌) ମୂଲ୍ୟ ମଙ୍ଗଳବାର ୧୪.୭% ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ଏହା ଫଳରେ ପେଟ୍ରୋଲ ଏବଂ ଡିଜେଲ ତୁଳନାରେ ଇଟିଏଫ୍‌ ଅପେକ୍ଷାକୃତ ଶସ୍ତା ହୋଇଥିବା ଜଣା ପଡିଛି। 

ଗେମ୍‌ ଚେଞ୍ଜର ହୋଇଛି ଆୟୁଷ୍ମାନ ଭାରତ:ଜେଟ୍‌ଲୀ

ଗେମ୍‌ ଚେଞ୍ଜର ହୋଇଛି ଆୟୁଷ୍ମାନ ଭାରତ:ଜେଟ୍‌ଲୀ

ନୂଆଦିଲ୍ଲୀ,୨-୧: ସରକାର ଆରମ୍ଭ କରିଥିବା ସ୍ବାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ଗେମ୍‌ ଚେଞ୍ଜର ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରଥମ ୧୦୦ ଦିନ ମଧ୍ୟରେ ୬.୮୫ ଲକ୍ଷ ଗରୀବ ଲୋକ ଏହା ଦ୍ୱାରା ମାଗଣା ଚିକିତ୍ସା ସୁବିଧା ଲାଭ କରିଥିବା ଜେଟଲୀ ମଙ୍ଗଳବାର କହିଛନ୍ତି। 

୯୪,୭୨୬ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

୯୪,୭୨୬ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨-୧: ଚଳିତ ବର୍ଷ ଡିସେମ୍ବର ମାସରେ ୯୪,୭୨୬ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହୋଇଛି। ନଭେମ୍ବର ମାସ ତୁଳନାରେ ଏଥିରେ ହ୍ରାସ ଘଟିଥିବା ଜଣାଯାଇଛି। ନଭେମ୍ବରରେ ସରକାର ୯୭,୬୩୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିଥିଲେ। 

ନୂଆ ସିବିଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପ୍ରଣବ କୁମାର ଦାସ

ନୂଆ ସିବିଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପ୍ରଣବ କୁମାର ଦାସ

ଭୁବନେଶ୍ୱର,୨-୧: କେନ୍ଦ୍ରୀୟ ପରୋକ୍ଷ ତଥା ସୀମା ଟିକସ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଭାବେ ବରିଷ୍ଠ ଓଡ଼ିଆ ଅଧିକାରୀ ପ୍ରଣବ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାସ ଅର୍ଥନୀତିରେ ସ୍ନାତକୋତ୍ତର ,ଏମ୍‌ଫିଲ୍‌ ଏବଂ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ସେ ପୂର୍ବରୁ ସିବିଆଇସିର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

ଲୋକ ସଭାରେ ଆସିବ ସଂଶୋଧନ ଆଇନ; ଆଧାର ନିୟମ ଉଲ୍ଲଂଘନକାରୀ କମ୍ପାନୀ ଦେବେ କୋଟିଏ ତଣ୍ଡ

ଲୋକ ସଭାରେ ଆସିବ ସଂଶୋଧନ ଆଇନ; ଆଧାର ନିୟମ ଉଲ୍ଲଂଘନକାରୀ କମ୍ପାନୀ ଦେବେ କୋଟିଏ ତଣ୍ଡ

ନୂଆଦିଲ୍ଲୀ,୨-୧: କେନ୍ଦ୍ର ସରକାର ଆଧାର ଆଇନ ସଂଶୋଧନ ବିଲ୍‌କୁ ଲୋକ ସଭାରେ ଉପସ୍ଥାପନ ପାଇଁ ତାଲିକାଭୁକ୍ତ କରିଛନ୍ତି। ଏହି ଆଇନ ଅନୁମୋଦନ ଲାଭ କଲେ ଆଧାର ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀଙ୍କଠାରୁ ୧ କୋଟି ଟଙ୍କା ତଣ୍ଡ ଆଦାୟ କରାଯିବ। 

ନୂଆବର୍ଷରେ ମୁଣ୍ଡପିଛା ଋଣ ୬୨ ହଜାର

ନୂଆବର୍ଷରେ ମୁଣ୍ଡପିଛା ଋଣ ୬୨ ହଜାର

ନୂଆଦିଲ୍ଲୀ,୨-୧: ନୂଆବର୍ଷ ପଦାର୍ପଣ କରିଛି। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ ଦେଶର ପ୍ରତି ବ୍ୟକ୍ତିଙ୍କୁ ମୁଣ୍ଡ ଉପରେ ୬୨ ହଜାର ଟଙ୍କାର ଋଣ ରହିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ତ୍ରୈମାସିକ ଋଣ ପରିଚାଳନା ରିପୋର୍ଟ ପ୍ରକାଶ କରାଯାଇଛି।

ପୁଞ୍ଜିପ୍ରତ୍ୟାହାରରୁ ମିଳିଛି ୭୭,୪୧୭କୋଟି, ପରବର୍ତ୍ତୀ ଲକ୍ଷ୍ୟ ଏୟାର ଇଣ୍ଡିଆ

ପୁଞ୍ଜିପ୍ରତ୍ୟାହାରରୁ ମିଳିଛି ୭୭,୪୧୭କୋଟି, ପରବର୍ତ୍ତୀ ଲକ୍ଷ୍ୟ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨-୧: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ପୁଞ୍ଜି ପ୍ରତ୍ୟାହାର କରି ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର, ୨୦୧୮ ସୁଦ୍ଧା ୭୭,୪୧୭ କୋଟି ଟଙ୍କା ହାସଲ କରିଛନ୍ତି। ପ୍ରଥମଥର ବିଫଳ ହେବା ପରେ ସରକାର ପୁନର୍ବାର ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବା ଲାଗି ଉଦ୍ୟମ କରିବେ। 

ପ୍ରଥମଥର ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ: ୬ ମାସ ପୂର୍ବରୁ ଇସ୍ତଫା ଦେବାକୁ ଚାହୁଁଥିଲେ ଉର୍ଜିତ

ପ୍ରଥମଥର ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ: ୬ ମାସ ପୂର୍ବରୁ ଇସ୍ତଫା ଦେବାକୁ ଚାହୁଁଥିଲେ ଉର୍ଜିତ

ନୂଆଦିଲ୍ଲୀ,୨-୧: ଚଳିତ ବର୍ଷ ଗଣମାଧ୍ୟମ ସହ ପ୍ରଥମ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆର୍ଥିକ ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛନ୍ତି। ବିମୁଦ୍ରୀକରଣରୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ ଗଭର୍ନର ପଦରୁ ଡ.ଉର୍ଜିତ ପଟେଲଙ୍କ ଇସ୍ତଫା ଦେବା ପର୍ଯ୍ୟନ୍ତ ସମସ୍ତ ଆର୍ଥିକ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି। 

ଆଜିଠୁ ବଦଳିଯିବ ୬ଟି ନିଷ୍ପତ୍ତି

ଆଜିଠୁ ବଦଳିଯିବ ୬ଟି ନିଷ୍ପତ୍ତି

ନୂଆଦିଲ୍ଲୀ,୧-୧: ମଙ୍ଗଳବାର ନୂଆବର୍ଷ ଆସୁଛି। ଏହାର ଆଗମନକୁ ନେଇ ସମସ୍ତେ ଉତ୍ସାହିତ। ଏହାକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ସମସ୍ତେ ବ୍ୟସ୍ତ। କିନ୍ତୁ ବର୍ଷ ବଦଳିବା ସହିତ ଆର୍ଥିକ ଜଗତରେ ୬ଟି ନିଷ୍ପତ୍ତି ମଧ୍ୟ ବଦଳିଯାଉଛି, ଯାହା ସମସ୍ତଙ୍କୁ ପ୍ରଭାବିତ କରିବ। 

ସବ୍‌ସିଡିଯୁକ୍ତ ୬, ଅଣସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୨୦ ଟଙ୍କା ଶସ୍ତା

ସବ୍‌ସିଡିଯୁକ୍ତ ୬, ଅଣସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୨୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ,୧-୧: କେନ୍ଦ୍ର ସରକାର ରୋଷେଇ ଗ୍ୟାସ୍‌ ବ୍ୟବହାରକାରୀଙ୍କୁ ଦର ହ୍ରାସ କରି ନୂଆବର୍ଷର ଉପହାର ଦେଇଛନ୍ତି। ତୈଳ ବିତରଣ କମ୍ପାନୀଗୁଡିକ ସୋମବାର ସବ୍‌ସିଡିଯୁକ୍ତ ଓ ଅଣସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦାମ୍‌ କମାଇଛନ୍ତି।