ବାଣିଜ୍ୟ

ଏପ୍ରିଲ ପହିଲାରୁ କମିବ ଗୃହ ଋଣ ସୁଧ ହାର

ଏପ୍ରିଲ ପହିଲାରୁ କମିବ ଗୃହ ଋଣ ସୁଧ ହାର

ନୂଆଦିଲ୍ଲୀ,୭-୩:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଉଦ୍ୟମକ୍ରମେ ବ୍ୟାଙ୍କଗୁଡ଼ିକ ଶେଷରେ ଋଣ ଉପରେ ସୁଧ ହାର କମାଇବାକୁ ରାଜି ହୋଇଛନ୍ତି। 

୧୩ ଧର୍ମଘଟ ଡାକରା ନେଇ କେନ୍ଦ୍ର କର୍ମଚାରୀଙ୍କୁ ଚେତାବନୀ

୧୩ ଧର୍ମଘଟ ଡାକରା ନେଇ କେନ୍ଦ୍ର କର୍ମଚାରୀଙ୍କୁ ଚେତାବନୀ

ନୂଆଦିଲ୍ଲୀ,୭-୩:  ନୂତନ ପେନ୍‌ଶନ ଯୋଜନା(ଏନ୍‌ପିଏସ୍‌)କୁ ବିରୋଧ କରି କେନ୍ଦ୍ର କର୍ମଚାରୀମାନେ ଆସନ୍ତା ୧୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି। ଧର୍ମଘଟରେ ସାମିଲ ହେବା ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କୁ ଚେତାବନୀ ଦିଆଯାଇଛି।

ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟ ଯୋଜନା ହେବ:ଜେଟ୍‌ଲୀ

ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟ ଯୋଜନା ହେବ:ଜେଟ୍‌ଲୀ

ନୂଆଦିଲ୍ଲୀ,୭-୩:  ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଆୟୁଷ୍ମାନ ଭାରତ) ମାତ୍ର ୫ ମାସ ଭିତରେ ବିଶ୍ୱର ସର୍ବବୃହତ ମାଗଣା ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ହେବାକୁ ଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବୁଧବାର ଟୁଇଟ୍‌ କରି ଜଣାଇଛନ୍ତି।

ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ସଂଖ୍ୟା ୬୨.୭୦ କୋଟିରେ ପହଞ୍ଚିବ

ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ସଂଖ୍ୟା ୬୨.୭୦ କୋଟିରେ ପହଞ୍ଚିବ

ନୂଆଦିଲ୍ଲୀ,୭-୩:  ଚଳିତ ବର୍ଷ ଦେଶର ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ସଂଖ୍ୟା ଦୁଇ ଅଙ୍କ ବୃଦ୍ଧି ସହ ୬୨.୭୦ କୋଟିରେ ପହଞ୍ଚିବ ବୋଲି ରିସର୍ଚ୍ଚ ଏଜେନ୍ସି କଣ୍ଟର ଆଇଏମ୍‌ଆର୍‌ବି ପକ୍ଷରୁ ବୁଧବାର ଏକ ସର୍ଭେ ରିପୋର୍ଟ ଜାରି କରାଯାଇଛି।

ମାଲ୍ୟାଙ୍କ ସମ୍ପତ୍ତି ବିକ୍ରିକୁ ବିରୋଧ

ମାଲ୍ୟାଙ୍କ ସମ୍ପତ୍ତି ବିକ୍ରିକୁ ବିରୋଧ

ନୂଆଦିଲ୍ଲୀ,୭-୩:  ମଦ୍ୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି ଲାଗି ଏସ୍‌ବିଆଇ ନେତୃତ୍ୱରେ ବ୍ୟାଙ୍କ କନ୍‌ସୋର୍ଟିୟମ ଉଦ୍ୟମ କରୁଥିବାରୁ ଏହାକୁ ୟୁନାଇଟେଡ ବ୍ରିଓରିଜ(ହୋଲ୍ଡିଂ) ଲିମିଟେଡ ବା ୟୁବିଏଚ୍‌ଏଲ୍‌ ଅଥବା ୟୁବି ଗ୍ରୁପ୍‌ ବିରୋଧ କରିଛି।

ଏୟାର ଇଣ୍ଡିଆକୁ ଲୋଡା ୧୨ ହଜାର କୋଟି

ଏୟାର ଇଣ୍ଡିଆକୁ ଲୋଡା ୧୨ ହଜାର କୋଟି

ନୂଆଦିଲ୍ଲୀ,୭-୩:  ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୯-୨୦ ବର୍ଷ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ବିମାନ କିଣା ବକେୟା ୮ ହଜାର କୋଟି ଟଙ୍କା ଓ କାମଚଳା ପୁଞ୍ଜି ବାବଦରେ ୪ ହଜାର କୋଟି ଏପରି ମୋଟ ୧୨ ହଜାର କୋଟି ଟଙ୍କା ଏବେ ଏୟାର ଇଣ୍ଡିଆ ଆବଶ୍ୟକ କରୁଛି।

ନୂତନ ମଡେଲ ଏସି ଆଣିଲା ‘ଡାଇକିନ’

ନୂତନ ମଡେଲ ଏସି ଆଣିଲା ‘ଡାଇକିନ’

ବାଲେଶ୍ୱର ଅଫିସ,୭-୩: ପ୍ରମୁଖ ଏସି ନିର୍ମାତା ଡାଇକିନ ଏୟାର କଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଓଡିଶା ବଜାରରେ ନୂଆ ମଡେଲ ଏସି ପ୍ରବେଶ କରିଛି। ସ୍ଥାନୀୟ ବାମପଦାସ୍ଥିତ ନୋସି ବିଜନେସ ପାର୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହାକୁ ଉନ୍ମୋଚନ କରାଯାଇଛି।

ବିଏସ୍‌ଏନ୍‌ଏଲ୍‌ ଓଡ଼ିଶାର ନୂଆ ସିଜିଏମ୍‌

ବିଏସ୍‌ଏନ୍‌ଏଲ୍‌ ଓଡ଼ିଶାର ନୂଆ ସିଜିଏମ୍‌

ଭୁବନେଶ୍ୱର,୭-୩: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଓଡ଼ିଶା ସର୍କଲର ନୂଆ ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍‌) ଭାବେ ଡ. ଉଦୟ ଶଙ୍କର ପଣ୍ଡା ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।

ସାମସଙ୍ଗ ଆଣିଲା ନୂଆ ସ୍ମାର୍ଟଫୋନ ସିରିଜ୍‌

ସାମସଙ୍ଗ ଆଣିଲା ନୂଆ ସ୍ମାର୍ଟଫୋନ ସିରିଜ୍‌

ଭୁବନେଶ୍ୱର,୭-୩(ବ୍ୟୁରୋ): ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗ ପକ୍ଷରୁ ଏହାର ଏ ଏବଂ ଏସ୍‌ ସିରିଜରେ ନୂଆ ସ୍ମାର୍ଟଫୋନ ମଡେଲ ବଜାରକୁ ଆସିଛି। ସ୍ଥାନୀୟ ଏକ ହୋଟେଲରେ ଏ ସିରିଜରେ ଏ୩୦ , ଏ୫୦ , ଏ୧୦ , ଏସ୍‌ ସିରିଜରେ ଏସ୍‌୧୦,ଏସ୍‌ ୧୦ ପ୍ଲସ,ଏସ୍‌ ୧୦ଇ ଉନ୍ମୋଚନ କରାଯାଇଛି।

ହିରୋ ମୋଟୋକର୍ପର ମେଗା ସର୍ଭିସ କ୍ୟାମ୍ପ ୮ରୁ

ହିରୋ ମୋଟୋକର୍ପର ମେଗା ସର୍ଭିସ କ୍ୟାମ୍ପ ୮ରୁ

ଭୁବନେଶ୍ୱର,୭-୩(ବ୍ୟୁରୋ) : ହିରୋ ମୋଟୋକର୍ପ ଲିମିଟେଡ୍‌ (ଏଚ୍‌ଏମ୍‌ସିଏଲ୍‌) ପକ୍ଷରୁ ୩ ଦିନିଆ ମେଗା ସର୍ଭିସ କ୍ୟାମ୍ପ ଚଳିତ ମାସ ୮ ତାରିଖ(ଶୁକ୍ରବାର) ଠାରୁ ଆରମ୍ଭ ହେଉଛି। ସାରା ଦେଶରେ ଥିବା କମ୍ପାନୀର ଅଧିକୃତ ଡିଲରଶିପଗୁଡ଼ିକରେ ଏହା ଅନୁଷ୍ଠିତ ହେବ।

ଭାରତରେ ଡାଟା ସବୁଠାରୁ ଶସ୍ତା; ୧ଜିବି ଡାଟାର ମୂଲ୍ୟ ହାରାହାରି ୧୮.୫୦ ଟଙ୍କା

ଭାରତରେ ଡାଟା ସବୁଠାରୁ ଶସ୍ତା; ୧ଜିବି ଡାଟାର ମୂଲ୍ୟ ହାରାହାରି ୧୮.୫୦ ଟଙ୍କା

ନୂଆଦିଲ୍ଲୀ,୭-୩:  ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ମାଧ୍ୟମରେ ଶସ୍ତା ଡାଟା ପରିବେଷଣ କରି ମାତ୍ର ସ୍ବଳ୍ପ ସମୟ ମଧ୍ୟରେ ୨୮ କୋଟି ଗ୍ରାହକ ହାସଲ କରିଛି। ଏହାରି କାରଣରୁ ଭାରତରେ ମୋବାଇଲ ଡାଟା ମୂଲ୍ୟ ବହୁଳ ଭାବେ ହ୍ରାସ ପାଇଛି।

ୟାମିନୀ ଷଢଙ୍ଗୀ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା

ୟାମିନୀ ଷଢଙ୍ଗୀ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା

ଭୁବନେଶ୍ୱର,୭ା୩:  ବରିଷ୍ଠ ପ୍ରଶାସନିକ ଅଧିକାରୀ ୟାମିନୀ ଷଢଙ୍ଗୀ, ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ)ର ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

ରିୟଲ୍‌ମି ୩ ସ୍ମାର୍ଟଫୋନ୍‌ ବଜାରରେ

ରିୟଲ୍‌ମି ୩ ସ୍ମାର୍ଟଫୋନ୍‌ ବଜାରରେ

ଭୁବନେଶ୍ୱର,୬।୩ : ପ୍ରମୁଖ ସ୍ମାର୍ଟଫୋନ୍‌ ବ୍ରାଣ୍ଡ ରିୟଲ୍‌ମି ପକ୍ଷରୁ ଏହାର ନୂତନ ‘ରିୟଲ୍‌ମି ୩’ ସ୍ମାର୍ଟ ଫୋନର ବଜାର ପ୍ରବେଶ ହୋଇଛି। 

ଜିଏସ୍‌ଟି ଲାଗୁ ପରେ ପ୍ରଥମଥର ସିମେଣ୍ଟ ମୂଲ୍ୟ ବଢ଼ିଲା

ଜିଏସ୍‌ଟି ଲାଗୁ ପରେ ପ୍ରଥମଥର ସିମେଣ୍ଟ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ,୬-୩:  ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ଫେବୃୟାରୀରେ ସିମେଣ୍ଟ ପ୍ରଥମଥର ବଢ଼ିଛି। ଜାନୁୟାରୀ ତୁଳନାରେ ପ୍ରତି ବସ୍ତା ସିମେଣ୍ଟ ଦାମ୍‌ରେ ୨୫ ଟଙ୍କା ବୃଦ୍ଧି ପାଇଛି ବୋଲି କ୍ରିସିଲ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। 

ମୁକେଶ ବିଶ୍ୱର ୧୩ତମ ଧନୀ: ଫୋବର୍‌ସ

ମୁକେଶ ବିଶ୍ୱର ୧୩ତମ ଧନୀ: ଫୋବର୍‌ସ

ନୂଆଦିଲ୍ଲୀ,୬-୩:  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାଲିକ ମୁକେଶ ଅମ୍ବାନୀ ଫୋବର୍‌ସ ପକ୍ଷରୁ ଜାରି ବିଶ୍ୱର ଶୀର୍ଷ ବିଲିୟନେୟାରଙ୍କ ତାଲିକାରେ ୬ ପାଦ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚତ୍ୟାଇଛନ୍ତି। 

ସେବା ପିଏମ୍‌ଆଇ ବୃଦ୍ଧି

ନୂଆଦିଲ୍ଲୀ,୬-୩:  ଦେଶରେ ସେବା କ୍ଷେତ୍ରରେ ଫେବୃୟାରୀରେ ଗତିବିଧି ଦ୍ରୁତତର ହୋଇଛି। ନୂଆ କାମ ପାଇଁ ଅର୍ଡର ବଢ଼ିବା କାରଣରୁ ସେବା କ୍ଷେତ୍ରରେ ଦୃଢ଼ତା ଦେଖାଯାଇଛି। ଏହାଦ୍ୱାରା ଉତ୍ପାଦନ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ବଢ଼ିଛି। 

୫ ବ୍ୟାଙ୍କକୁ ୧୦ କୋଟି ଜରିମାନା

୫ ବ୍ୟାଙ୍କକୁ ୧୦ କୋଟି ଜରିମାନା

ନୂଆଦିଲ୍ଲୀ,୬-୩:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା ପ୍ରଣୀତ ବିଭିନ୍ନ ନୀତି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ଓ କାନାରା ବ୍ୟାଙ୍କ ସମେତ ୫ଟି ବ୍ୟାଙ୍କକୁ ୧୦ କୋଟି ଟଙ୍କା ଜରିମାନା କରାଯାଇଛି। 

ଗ୍ରାମୀଣ ମହିଳାଙ୍କ ଆୟ ବୃଦ୍ଧି ଲକ୍ଷ୍ୟ;୨୫ କୋଟି ଡଲାର ସହାୟତା ଲାଗି ବିଶ୍ୱ ବ୍ୟାଙ୍କ ସହ ଚୁକ୍ତି

ଗ୍ରାମୀଣ ମହିଳାଙ୍କ ଆୟ ବୃଦ୍ଧି ଲକ୍ଷ୍ୟ;୨୫ କୋଟି ଡଲାର ସହାୟତା ଲାଗି ବିଶ୍ୱ ବ୍ୟାଙ୍କ ସହ ଚୁକ୍ତି

ନୂଆଦିଲ୍ଲୀ,୬-୩:  ଗ୍ରାମୀଣ ମହିଳାଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ଗ୍ରାମୀଣ ଆର୍ଥିକ ରୁପାନ୍ତରଣ ପ୍ରକଳ୍ପ(ଏନ୍‌ଆର୍‌ଇଟିପି)କୁ ପାଣ୍ଠି ଯୋଗାଣ ଉଦ୍ଦେଶ୍ୟରେ ବିଶ୍ୱ ବ୍ୟାଙ୍କ ୨୫ କୋଟି ଡଲାର ସହାୟତା ଦେବ। ଏନେଇ ଅନ୍ତର୍ଜାତୀୟ ବ୍ୟାଙ୍କ ସହ କେନ୍ଦ୍ର ସରକାରଙ୍କ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। 

ଜେଲ୍‌ ଯିବା ଭୟରେ ଅନିଲ ଅମ୍ବାନୀ;ବଡ଼ଭାଇଙ୍କ ଉପରେ ଏବେ ମଧ୍ୟ ଭରସା 

ଜେଲ୍‌ ଯିବା ଭୟରେ ଅନିଲ ଅମ୍ବାନୀ;ବଡ଼ଭାଇଙ୍କ ଉପରେ ଏବେ ମଧ୍ୟ ଭରସା 

ନୂଆଦିଲ୍ଲୀ,୬-୩:  ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ମାଲିକ ଅନିଲ ଅମ୍ବାନୀଙ୍କୁ ଏବେ ଜେଲ୍‌ ଯିବା ଭୟ ଘାରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ୪୫୩ କୋଟି ଟଙ୍କାର ବକେୟା ଏରିକସନକୁ ଦେବାକୁ ହେବ। 

ଭାରତକୁ ଟ୍ରମ୍ପଙ୍କ ଜିଏସ୍‌ପି ଝଟ୍‌କା 

ଭାରତକୁ ଟ୍ରମ୍ପଙ୍କ ଜିଏସ୍‌ପି ଝଟ୍‌କା 

ଓ୍ବାଶିଂଟନ, ୬-୩:  ଗତ କିଛି ବର୍ଷ ହେଲା ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଅତି ପ୍ରଗାଢ଼ ହୋଇଥିବା ଦାବି କରାଯାଉଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତି ଏହି ଦାବି ଉପରେ ପ୍ରଶ୍ନଚିହ୍ନ ଲଗାଇଲାଣି। 

ଜିଏସ୍‌ଟି ସଂଗ୍ରହ ବଢ଼ିଲେ କର୍ପୋରେଟ ଟିକସ କମିବ

ଜିଏସ୍‌ଟି ସଂଗ୍ରହ ବଢ଼ିଲେ କର୍ପୋରେଟ ଟିକସ କମିବ

ନୂଆଦିଲ୍ଲୀ,୬-୩:  ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ବଢ଼ିଲେ କେନ୍ଦ୍ର ସରକାର ଛୋଟ-ବଡ଼ ସମସ୍ତ କମ୍ପାନୀଙ୍କ କର୍ପୋରେଟ ଟିକସ ହାରକୁ ୨୫%କୁ ହ୍ରାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

ଏସ୍‌ବିଆଇ ଅଫିସର୍ସ ସଂଘର ସାଧାରଣ ସଭା 

ଏସ୍‌ବିଆଇ ଅଫିସର୍ସ ସଂଘର ସାଧାରଣ ସଭା 

ଭୁବନେଶ୍ୱର,୬-୩: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଅଫିସର୍ସ ସଂଘ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ଏକ ସାଧାରଣ ସଭା ସ୍ଥାନୀୟ କିଟ୍‌ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। 

ବିଜିୟୁରେ ଜାତୀୟ ଆଲୋଚନା ଚକ୍ର

ବିଜିୟୁରେ ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ୱର,୬-୩: ବିର୍ଲା ଗ୍ଳୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଭାଷା, ସାହିତ୍ୟ ଏବଂ ବିବିଧତା ସଂକ୍ରାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 

ଆଲୁମିନିୟମ ପାର୍କରେ ନିବେଶ କର: ଟି.କେ. ଚାନ୍ଦ

ଆଲୁମିନିୟମ ପାର୍କରେ ନିବେଶ କର: ଟି.କେ. ଚାନ୍ଦ

ଭୁବନେଶ୍ୱର,୬-୩: ଆଲୁମିନିୟମ ଭବିଷ୍ୟତର ଧାତୁ ହୋଇଥିବାରୁ ଏହାର ଅଭିବୃଦ୍ଧି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହାକୁ ନଜରରେ ରଖି ଅନୁଗୋଳଠାରେ ସ୍ଥାପନ ହୋଇଥିବା ଆଲୁମିନିୟମ ପାର୍କରେ ପୁଞ୍ଜି ବିନିଯୋଗ କରିବାକୁ ନିବେଶକ ଏବଂ ହାଇଏଣ୍ଡ ଟେକ୍ନୋଲୋଜି ପ୍ରଦାନକାରୀଙ୍କୁ ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଆହ୍ବାନ ଜଣାଇଛନ୍ତି।