ବାଣିଜ୍ୟ

ଜିଏସ୍‌ଟି ଅଡିଟ ରିପୋର୍ଟ ଲାଗି ଜାରି ହେଲା ଫର୍ମ

ଜିଏସ୍‌ଟି ଅଡିଟ ରିପୋର୍ଟ ଲାଗି ଜାରି ହେଲା ଫର୍ମ

ନୂଆଦିଲ୍ଲୀ,୧୭-୪: ଆର୍ଥିକ ବର୍ଷ ୨୦୧୭-୧୮ ଲାଗି ୨ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକୁ ଜିଏସ୍‌ଟି ଅଡିଟ ରିପୋର୍ଟ ଦାଖଲ କରିବାକୁ ହେବ। ଏଥିପାଇଁ ଜିଏସ୍‌ଟି ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ନିଜର ପୋର୍ଟାଲରେ ଫର୍ମ ଜାରି କରିଛି। ଅଡିଟ ରିପୋର୍ଟ ଦାଖଲ କରିବାର ଅନ୍ତିମ ଦିବସ ଜୁନ୍‌ ୩୦ ଧାର୍ଯ୍ୟ ହୋଇଛି। 

ସେନସେକ୍ସ, ନିଫ୍ଟିରେ ନୂଆ ରେକର୍ଡ 

ସେନସେକ୍ସ, ନିଫ୍ଟିରେ ନୂଆ ରେକର୍ଡ 

ମୁମ୍ବାଇ,୧୭-୪: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ନିବେଶକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ଉଭୟ ସେନସେକ୍ସ ଓ ନିଫ୍ଟିରେ ନୂଆ ରେକର୍ଡ ହୋଇପାରିଛି। 

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। 

ବେଙ୍ଗାଲୁରୁ ଏୟାରପୋର୍ଟରୁ ଯାତ୍ରା କରିବା ହେବ ମହଙ୍ଗା

ବେଙ୍ଗାଲୁରୁ ଏୟାରପୋର୍ଟରୁ ଯାତ୍ରା କରିବା ହେବ ମହଙ୍ଗା

ନୂଆଦିଲ୍ଲୀ,୧୬-୪: ଯାତ୍ରୀଙ୍କ ଲାଗି ବେଙ୍ଗାଲୁରୁ ଏୟାରପୋର୍ଟରୁ ବିମାନ ଯାତ୍ରା କରିବା ମହଙ୍ଗା ହେବାକୁ ଯାଉଛି। 

୩ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ ବାଟା ଗଣିଲା ୯ ହଜାର

୩ ଟଙ୍କାର କ୍ୟାରିବ୍ୟାଗ୍‌ ପାଇଁ ବାଟା ଗଣିଲା ୯ ହଜାର

ନୂଆଦିଲ୍ଲୀ,୧୬-୪: ବାଟା ଇଣ୍ଡିଆ ମାତ୍ର ୩ ଟଙ୍କାର କ୍ୟାରି ବ୍ୟାଗ୍‌ ପାଇଁ ୯ ହଜାର ଟଙ୍କା ଜରିମାନା ଗଣିବାକୁ ବାଧ୍ୟ ହୋଇଛି।

ପାଇକାରୀ ମୁଦ୍ରାସ୍ଫୀତି ୩.୧୮%କୁ ବୃଦ୍ଧି

ପାଇକାରୀ ମୁଦ୍ରାସ୍ଫୀତି ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୪: ଖାଦ୍ୟପଦାର୍ଥ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି କାରଣରୁ ପାଇକାରୀ ମୂଲ୍ୟ  ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି କ୍ରମାଗତ ଦ୍ୱିତୀୟ ମାସ ବୃଦ୍ଧି ପାଇଛି ଏବଂ ମାର୍ଚ୍ଚରେ ଏହା ୩.୧୮%ରେ ପହଞ୍ଚତ୍ୟାଇଛି। 

ଜେଟ୍‌ ପାଇଲଟଙ୍କ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି

ଜେଟ୍‌ ପାଇଲଟଙ୍କ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି

ମୁମ୍ବାଇ,୧୬-୪: ଋଣରେ ବୁଡ଼ି ଯାଇଥିବା ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ପାଇଲଟମାନେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ଙ୍କ ନିକଟରେ ଚାକିରୀ ରକ୍ଷା ଲାଗି ଗୁହାରି କରିଛନ୍ତି। 

୨୦୧୯ରେ ଇଣ୍ଡିଆ ପୋଷ୍ଟର କ୍ଷତି ୧୫,୦୦୦ କୋଟି

୨୦୧୯ରେ ଇଣ୍ଡିଆ ପୋଷ୍ଟର କ୍ଷତି ୧୫,୦୦୦ କୋଟି

ନୂଆଦିଲ୍ଲୀ,୧୬-୪: ବିଏସ୍‌ଏନ୍‌ଏଲ ଏବଂ ଏୟାର ଇଣ୍ଡିଆ ୨୦୧୯ ଆର୍ଥିକ ବର୍ଷ(୨୦୧୮-୧୯)ରେ ସର୍ବାଧିକ କ୍ଷତି ସହିଥିବା ସରକାରୀ କମ୍ପାନୀ ମନେ କରାଯାଉଥିଲା। କିନ୍ତୁ ଅନ୍ୟ ଏକ ସରକାରୀ ସଂସ୍ଥା କ୍ଷତି ସହିବାରେ ଏହି ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀକୁ ବଳିଯାଇଛି। 

କ୍ୟାରି ବ୍ୟାଗ୍‌ ପାଇଁ ୩ ଟଙ୍କା ମାଗିବାରୁ ବାଟା କମ୍ପାନୀ ଉପରେ ଲାଗିଲା ୯ହଜାର ଟଙ୍କା ଜରିମାନା

କ୍ୟାରି ବ୍ୟାଗ୍‌ ପାଇଁ ୩ ଟଙ୍କା ମାଗିବାରୁ ବାଟା କମ୍ପାନୀ ଉପରେ ଲାଗିଲା ୯ହଜାର ଟଙ୍କା ଜରିମାନା

ଚଣ୍ଡିଗଡ଼,୧୫।୪: ଜୋତା କମ୍ପାନୀ ‘ବାଟା’ ଜଣେ ଗ୍ରାହକଙ୍କୁ ଏକ ପେପର କ୍ୟାରି ବ୍ୟାଗ୍‌ ପାଇଁ ୩ ଟଙ୍କା ମାଗିବା ମହଙ୍ଗା ପଡିଛି। 

ଆଇବିସିରେ ସଫଳତା;୮୮ ମାମଲାରେ ଅର୍ଦ୍ଧେକ ଋଣ ଅସୁଲ

ଆଇବିସିରେ ସଫଳତା;୮୮ ମାମଲାରେ ଅର୍ଦ୍ଧେକ ଋଣ ଅସୁଲ

ନୂଆଦିଲ୍ଲୀ,୧୫-୪: ଦେବାଳିଆ ଏବଂ ଋଣ ସମାଧାନ ସଂହିତା(ଆଇବିସି) ଅଧୀନରେ ବକେୟା ଋଣ ଆଦାୟରେ ସଫଳତା ମିଳୁଛି। 

କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାରୁ ମିଳିଛି ଭଲ ସଫଳତା: ଲାଗାର୍ଡ

କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାରୁ ମିଳିଛି ଭଲ ସଫଳତା: ଲାଗାର୍ଡ

ଓ୍ବାଶିଂଟନ ଡିସି,୧୫-୪: କେନ୍ଦ୍ରୀୟ ବ୍ୟାଙ୍କକୁ ସରକାର ଦେଇଥିବା ସ୍ବାଧୀନତାରୁ ଭଲ ସଫଳତା ମିଳିଛି ବୋଲି ଅନ୍ତର୍ରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପ୍ରମୁଖ କ୍ରିଷ୍ଟିନ ଲାଗାର୍ଡ ପ୍ରକାଶ କରିଛନ୍ତି। 

୩୦ କୋଟି ଟପିଲା ରିଲାଏନ୍ସ ଗ୍ରାହକ ସଂଖ୍ୟା

୩୦ କୋଟି ଟପିଲା ରିଲାଏନ୍ସ ଗ୍ରାହକ ସଂଖ୍ୟା

ନୂଆଦିଲ୍ଲୀ,୧୫-୪: ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଆରମ୍ଭ ହେବା ଦିନ ଠାରୁ ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ୩୦ କୋଟି ଗ୍ରାହକ ସଂଖ୍ୟା ଅତିକ୍ରମ କରିବାରେ ସଫଳ ହୋଇଛି। 

ମୋଦି ସରକାରଙ୍କ ସାମାଜିକ କାର୍ଯ୍ୟକ୍ରମକୁ ପାନଗାରିୟାଙ୍କ ପ୍ରଶଂସା

ମୋଦି ସରକାରଙ୍କ ସାମାଜିକ କାର୍ଯ୍ୟକ୍ରମକୁ ପାନଗାରିୟାଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୫-୪: ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ତଥା ଗ୍ରାମୀଣ ବିଦ୍ୟୁତିକରଣ ଭଳି ସାମାଜିକ କ୍ଷେତ୍ରର କାର୍ଯ୍ୟକ୍ରମଗୁଡ଼ିକ ବଡ଼ ସଫଳତା ହାସଲ କରିଛି ବୋଲି ନୀତି ଆୟୋଗ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟା କହିଛନ୍ତି।

ଜେଟ୍‌ର ଭାଗ୍ୟ ନିର୍ଦ୍ଧାରଣ ଆଜି

ଜେଟ୍‌ର ଭାଗ୍ୟ ନିର୍ଦ୍ଧାରଣ ଆଜି

ନୂଆଦିଲ୍ଲୀ,୧୫-୪: ଜେଟ୍‌ ଏୟାରଓ୍ବେଜ ପାଇଁ ସୋମବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ସଙ୍କଟଗ୍ରସ୍ତ ଏହି ଏୟାରଲାଇନ୍ସରେ ତାଲା ଝୁଲିବ ନା ଉଡ଼ାଣ ଜାରି ରହିବ ସେ ନେଇ ସୋମବାର ନିଷ୍ପତ୍ତି ନିଆଯିବ। 

ଲୋକ ସଙ୍ଗୀତର ସଂରକ୍ଷଣ ଦେଲା ପରିଚୟ

ଲୋକ ସଙ୍ଗୀତର ସଂରକ୍ଷଣ ଦେଲା ପରିଚୟ

ନୂଆଦିଲ୍ଲୀ, ୧୪-୪: ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶ ପାଉଥିବା ଅଣ୍ଡର-୩୦ ଏସିଆ ୟଙ୍ଗ ଆଚିଭର୍ସ ୨୦୧୯ ତାଲିକାରେ ଗ୍ରେଟର ନଏଡା ନିବାସୀ ଅଭିନବ ଅଗ୍ରଓ୍ବାଲ ସ୍ଥାନିତ ହୋଇଛନ୍ତି।

ଆସନ୍ତା କାଲି ହେବ ଜେଟ୍‌ ଏୟାରଓ୍ବେଜର ଭାଗ୍ୟ ନିର୍ଦ୍ଧାରଣ

ଆସନ୍ତା କାଲି ହେବ ଜେଟ୍‌ ଏୟାରଓ୍ବେଜର ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ, ୧୪-୪: ଅର୍ଥ ସଙ୍କଟ ଦେଇ ଗତି କରୁଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ବନ୍ଦ ହେବ କି ଚାଲୁ ରହିବ ସେ ଉପରେ ସୋମବାର ନିଷ୍ପତ୍ତି ହେବ। 

ଆସିଲା ସାମ୍‌ସଙ୍ଗ୍‌ର ଗାଲାକ୍ସି ଏ-୮୦ ସ୍ମାର୍ଟଫୋନ୍‌

ଆସିଲା ସାମ୍‌ସଙ୍ଗ୍‌ର ଗାଲାକ୍ସି ଏ-୮୦ ସ୍ମାର୍ଟଫୋନ୍‌

ଭୁବନେଶ୍ୱର, ୧୪-୪: ସାମ୍‌ସଙ୍ଗ୍‌ ପକ୍ଷରୁ  ପରବର୍ତ୍ତି ପୀଢିର ନୂତନ ଗାଲେକ୍ସି ଏ-୮୦ ମୋବାଇଲ୍‌ ହ୍ୟାଣ୍ଡସେଟର ବଜାର ପ୍ରବେଶ କରାଯାଇଛି।

ଟାଟା ସ୍କାଏରେ ଲ୍ୟୁକ୍‌ କ୍ୟୁଟିନ୍‌ହୋଙ୍କ ଫିଟ୍‌ନେସ୍‌  କାର୍ଯ୍ୟକ୍ରମ

ଟାଟା ସ୍କାଏରେ ଲ୍ୟୁକ୍‌ କ୍ୟୁଟିନ୍‌ହୋଙ୍କ ଫିଟ୍‌ନେସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୪-୪: ମେଦ ବହୁଳତା କମାଇବାର ଉପଚାର କିଭଳି ଉପବାସ ମାଧ୍ୟମରେ ହୋଇପାରିବ ସେ ନେଇ ଟାଟା ସ୍କାଏରେ ଏକ କାର୍ଯ୍ୟକ୍ରମ ପ୍ରସାରିତ ହେବ। 

ଫିଟ୍‌ଜୀ ମେଧାବୃତ୍ତି ପରୀକ୍ଷା ଏପ୍ରିଲ୍‌ ୨୧ରେ

ଫିଟ୍‌ଜୀ ମେଧାବୃତ୍ତି ପରୀକ୍ଷା ଏପ୍ରିଲ୍‌ ୨୧ରେ

ଭୁବନେଶ୍ୱର, ୧୪-୪:ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ପକ୍ଷରୁ ଏହାର କ୍ୟୁରେଟ କାର୍ଯ୍ୟକ୍ରମରେ ନାମଲେଖା ନିମନ୍ତେ ମେଧାବୃତ୍ତି ପରୀକ୍ଷା ଏପ୍ରିଲ୍‌୨୧ ଅନୁଷ୍ଠିତ ହେବାକୁ ଯାଉଛି। 

ଭାରତଠାରୁ ଜିଏସ୍‌ପି ପ୍ରତ୍ୟାହାର ମହଙ୍ଗା ପଡ଼ିବ

ଭାରତଠାରୁ ଜିଏସ୍‌ପି ପ୍ରତ୍ୟାହାର ମହଙ୍ଗା ପଡ଼ିବ

ଓ୍ବାଶିଂଟନ,୧୪-୪: ସାମାନ୍ୟ ପ୍ରାଥମିକତା ବ୍ୟବସ୍ଥା(ଜିଏସ୍‌ପି) ଅଧୀନରେ ଭାରତକୁ ମିଳୁଥିବା ଲାଭ  ରଦ୍ଦ କରିବା ନେଇ ଆମେରିକାର ଟ୍ରମ୍ପ ପ୍ରଶାସନ ନେବାକୁ ଯାଉଥିବା ନିଷ୍ପତ୍ତି ଟାଳିବାକୁ ଦୁଇ ଜଣ ସିନେଟର ଅନୁରୋଧ କରିଛନ୍ତି। 

୭.୮ କୋଟି ଲୋକଙ୍କ ଆଧାର ଡାଟା ଚୋରି

୭.୮ କୋଟି ଲୋକଙ୍କ ଆଧାର ଡାଟା ଚୋରି

ହାଇଦ୍ରାବାଦ,୧୪-୪: ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ସେବା ମିତ୍ର ମୋବାଇଲ ଆପ୍ଲିକେଶନ ପ୍ରସ୍ତୁତ କରିବା ଲାଗି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଅଞ୍ଚଳର ୭.୮ କୋଟି ଲୋକଙ୍କର ଆଧାର ତଥ୍ୟ ଚୋରି ହୋଇଛି। 

ଓଭରଟାଇମ କଲ୍‌ଚରକୁ ଜ୍ୟାକ୍‌ ମାଙ୍କ ସମର୍ଥନ

ଓଭରଟାଇମ କଲ୍‌ଚରକୁ ଜ୍ୟାକ୍‌ ମାଙ୍କ ସମର୍ଥନ

ବେଜିଂ,୧୪-୪: କର୍ମଚାରୀଙ୍କ କ୍ଷମତା ଏବଂ ଦକ୍ଷତାକୁ ରଚନାମତ୍କ କରିବା ଉଦ୍ଦେଶ୍ୟରେ ସପ୍ତାହରେ ୪ ଦିନ ଏବଂ ଅପେକ୍ଷାକୃତ କମ୍‌ ଘଣ୍ଟା କାମ କରିବା ଉପରେ କମ୍ପାନୀମାନେ ଏବେ ବିଚାର କରୁଥିବା ବେଳେ ବିଶ୍ୱରେ ବଡ଼ ବ୍ୟବସାୟୀଙ୍କ ମଧ୍ୟରେ ପରିଚିତ ଆଲିବାବା ପ୍ରତିଷ୍ଠାତା ଜ୍ୟାକ୍‌ ମା ‘ଓଭରଟାଇମ କଲ୍‌ଚର’କୁ ସମର୍ଥନ କରୁଛନ୍ତି। ଆଲିବାବା ସିଇଓ ମା ନିଜ କର୍ମଚାରୀଙ୍କୁ ସକାଳ ୯ରୁ ରାତି ୯ ଯାଏ ଏପରି ୧୨ ଘଣ୍ଟା ଏବଂ ସପ୍ତାହରେ ୬ ଦିନ କାମ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି।

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଙ୍କଟ: ପୂର୍ବତନ ସିଇଓ  ଗିରଫ

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ସଙ୍କଟ: ପୂର୍ବତନ ସିଇଓ ଗିରଫ

ମୁମ୍ବାଇ,୧୪-୪: ଆର୍ଥିକ ପରିଚାଳନାରେ ତ୍ରୁଟି ତଥା ଅନିୟମିତତା ଯୋଗୁ ଋଣରେ ବୁଡ଼ି ଯାଇଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ଆଉ ଜଣେ ପୂର୍ବତନ ବଡ଼ ଅଧିକାରୀ ଗିରଫ ହୋଇଛନ୍ତି। 

ଇଲେକ୍ଟୋରାଲ ଟ୍ରଷ୍ଟକୁ ୨୨୦ କୋଟି ଦେଇଛି ଟିସିଏସ୍‌

ଇଲେକ୍ଟୋରାଲ ଟ୍ରଷ୍ଟକୁ ୨୨୦ କୋଟି ଦେଇଛି ଟିସିଏସ୍‌

ନୂଆଦିଲ୍ଲୀ,୧୪-୪: ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସ(ଜାନୁୟାରୀ-ମାର୍ଚ୍ଚ)ରେ ଏକ ଇଲେକ୍ଟୋରାଲ ଟ୍ରଷ୍ଟକୁ ୨୨୦ କୋଟି ଟଙ୍କା ଦାନ କରିଥିବା ପ୍ରକାଶ କରିଛି। କମ୍ପାନୀ ଏହାକୁ ନିଜ ଆକାଉଣ୍ଟରେ ଅନ୍ୟ ଖର୍ଚ୍ଚ ଭାବେ ଦର୍ଶାଇଛି। ରାଜନୈତିକ ଦାନ ବାବଦରେ ଟିସିଏସ୍‌ ଅଦ୍ୟାବଧି ସର୍ବାଧିକ ଦାନ ଦେଇଥିବା କୁହାଯାଉଛି। ତେବେ କେଉଁ ପାର୍ଟି ଏହାଦ୍ୱାରା ଉପକୃତ ହେଲେ ତାହା କମ୍ପାନୀ ସ୍ପଷ୍ଟ କରିନାହିଁ। ଉଲ୍ଲେଖ କରାଯାଇପାରେ ଯେ, ଟିସିଏସ୍‌ ସମେତ ଟାଟା ଗ୍ରୁପ୍‌ର ଏକାଧିକ କମ୍ପାନୀ ଇଲେକ୍ଟୋରାଲ ଟ୍ରଷ୍ଟକୁ ଅର୍ଥ ଦାନ କରିଛନ୍ତି। ଭାରତରେ ଏପରି ଏକାଧିକ ଇଲେକ୍ଟୋରାଲ ଟ୍ରଷ୍ଟ ରହିଛି, ଯିଏକି ରାଜନୈତିକ ଦଳ ଓ କର୍ପୋରେଟ ମଧ୍ୟରେ ମଧ୍ୟସ୍ଥ କାମ କରନ୍ତି।