ବାଣିଜ୍ୟ

ନାଗରିକ ଅଧିକାର ସୁରକ୍ଷା;ଫେସ୍‌ବୁକ, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ ଅଧିକାରୀଙ୍କୁ ତଲବ

ନାଗରିକ ଅଧିକାର ସୁରକ୍ଷା;ଫେସ୍‌ବୁକ, ହ୍ବାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ ଅଧିକାରୀଙ୍କୁ ତଲବ

ନୂଆଦିଲ୍ଲୀ,୨୩-୨:  ସୋସିଆଲ ମିଡିଆରେ ନାଗରିକଙ୍କ ଅଧିକାର ସୁରକ୍ଷା ଲାଗି ଆଲୋଚନା କରିବା ଉଦ୍ଦେଶ୍ୟରେ ସଂସଦୀୟ କମିଟି ଫେସ୍‌ବୁକ, ଏହାର ମେସେଜିଂ ସର୍ଭିସ ହ୍ବାଟ୍ସଆପ୍‌ ଓ ଫଟୋ ଶେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମର ବରିଷ୍ଠ ଅଧିକାରୀଙ୍କୁ ହାଜର ହେବା ଲାଗି ତଲବ କରିଛନ୍ତି। 

ଆୟୁଷ୍ମାନ୍‌ ଭାରତ ଯୋଜନା;୨ କୋଟି ଲାଭାର୍ଥୀ,୧୨ ଲକ୍ଷଙ୍କୁ ମାଗଣା ଚିକିତ୍ସା

ଆୟୁଷ୍ମାନ୍‌ ଭାରତ ଯୋଜନା;୨ କୋଟି ଲାଭାର୍ଥୀ,୧୨ ଲକ୍ଷଙ୍କୁ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୨୩-୨:  ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ୍‌ ଯୋଜନାରେ ଅଦ୍ୟାବଧି ୨ କୋଟି ଲାଭାର୍ଥୀଙ୍କୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ୧୨ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା କରାଯାଇଛି ବୋଲି ଆୟୁଷ୍ମାନ୍‌ ଭାରତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଇନ୍ଦୁ ଭୂଷଣ ପ୍ରକାଶ କରିଛନ୍ତି। 

ଲୁକ୍‌ଆଇଟ ନୋଟିସ ଜାରି କଲା ସିବିଆଇ; ଦେଶ ଛାଡ଼ି ପାରିବେନି ଚନ୍ଦା କୋଚ୍ଚର

ଲୁକ୍‌ଆଇଟ ନୋଟିସ ଜାରି କଲା ସିବିଆଇ; ଦେଶ ଛାଡ଼ି ପାରିବେନି ଚନ୍ଦା କୋଚ୍ଚର

ନୂଆଦିଲ୍ଲୀ,୨୩-୨:  ଭିଡିଓକନ ଋଣ ମାମଲା ନୂଆ ମୋଡ ନେଇଛି। ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଓ ଭିଡିଓକନ ଗ୍ରୁପ୍‌ ଏମ୍‌ଡି ବେଣୁଗୋପାଳ ଧୂତ ଆଉ ଦେଶ ଛାଡ଼ି ଯାଇପାରିବେ ନାହିଁ। ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ସିବିଆଇ) ସେ ବାଟ ବନ୍ଦ କରିଦେଇଛି।

କମ୍ପାନୀଙ୍କ ଲାଗି ଇ-ଫାଇଲିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୩-୨:  ଭୂତ କମ୍ପାନୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଅଭିଯାନ ଜାରି ରହିଛି। କଓ୍ବୋଇସି ନିୟମ ଦ୍ୱାରା ଭୂତ କମ୍ପାନୀଙ୍କୁ ଧରିବା ଅଭିଯାନ ଭିତରେ କେନ୍ଦ୍ର ସରକାର ପଞ୍ଜୀକୃତ ୧୨ ଲକ୍ଷ କମ୍ପାନୀଙ୍କ ଲାଗି ଇ-ଫାଇଲିଂ ବାଧ୍ୟତାମୂଳକ କରିଛନ୍ତି। 

୮୫୦୦ କୋଟିର ଭିଆର୍‌ଏସ୍‌ ଯୋଜନା

୮୫୦୦ କୋଟିର ଭିଆର୍‌ଏସ୍‌ ଯୋଜନା

ନୂଆଦିଲ୍ଲୀ,୨୩-୨:  କ୍ଷତିରେ ଚାଲୁଥିବା ଦୁଇ ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌)ରେ ଭିଆର୍‌ଏସ୍‌ ଏବଂ ଆଗୁଆ ପେନସନ ଯୋଜନା ଲାଗି କେନ୍ଦ୍ର ସରକାର ୮୫୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି।

ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ

ପ୍ରଥମ ଟ୍ରେନ ଯୋଗୁ ପରବର୍ତ୍ତୀକୁ ଧରି ନ ପାରିଲେ; ଟିକେଟ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ,୨୩-୨:  କୁହୁଡି ଅଥବା ଅନ୍ୟ କୌଣସି କାରଣରୁ ପ୍ରଥମ ଟ୍ରେନଟି ବିଳମ୍ବିତ ହେବା କାରଣରୁ ପରବର୍ତ୍ତୀ ଟ୍ରେନ ଧରି ନ ପାରିଲେ ଏଭଳି ସ୍ଥିତିରେ ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଭଡ଼ା ଅର୍ଥ ଫେରାଇବ। ତେବେ ସର୍ତ୍ତ ହେଉଛି, ଦୁଇଟି ଟ୍ରେନର ଟିକେଟ କିଣିବା ବେଳେ ଏହାର ପିଏନ୍‌ଆରକୁ ଲିଙ୍କ୍‌ କରାଇ ନେବାକୁ ହେବ। 

ଜେଏସ୍‌ପିଏଲ୍‌କୁ ଫିକି ସିଏସ୍‌ଆର୍‌ ପୁରସ୍କାର

ଜେଏସ୍‌ପିଏଲ୍‌କୁ ଫିକି ସିଏସ୍‌ଆର୍‌ ପୁରସ୍କାର

ନୂଆଦିଲ୍ଲୀ,୨୩-୨: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ( ଜେଏସ୍‌ପିଏଲ୍‌)କୁ ଫିକି ସିଏସ୍‌ଆର୍‌ ପୁରସ୍କାର ମିଳିଛି। ମହିଳା ଶସକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି କମ୍ପାନୀ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି।

ମହିଳାଙ୍କୁ ଶସକ୍ତ କରିଛି ଉଜ୍ଜ୍ୱଳା: ସୁଷମା ସ୍ବରାଜ

ମହିଳାଙ୍କୁ ଶସକ୍ତ କରିଛି ଉଜ୍ଜ୍ୱଳା: ସୁଷମା ସ୍ବରାଜ

ଭୁବନେଶ୍ୱର,୨୩-୨(ବ୍ୟୁରୋ): ଉଜ୍ଜ୍ୱଳା ଯୋଜନା ପରିବାରଗୁଡ଼ିକୁ କେବଳ ଗ୍ୟାସ ସିଲିଣ୍ଡର ପ୍ରଦାନ କରି ନାହିଁ। ଏହା ମହିଳାଙ୍କୁ ଶସକ୍ତ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି। 

ଉଜ୍ଜ୍ୱଳା ଦିଦି ସମାବେଶ ଆଜି

ଭୁବନେଶ୍ୱର,୨୩-୨(ବ୍ୟୁରୋ): ତୈଳ ବୀପଣନ କମ୍ପାନୀଗୁଡ଼ିକ(ଓଏମ୍‌ସି) ପକ୍ଷରୁ ସାରା ରାଜ୍ୟର ଉଜ୍ଜ୍ୱଳା ଦିଦିଙ୍କୁ ନେଇ ଏଠାକାର ମଞ୍ଚେଶ୍ୱର ସ୍ପୋର୍ଟସ କମ୍ଲେକ୍ସ ଗ୍ରାଉଣ୍ଡଠାରେ ଏକ ସମାବେଶ ଶନିବାର ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରାୟ ୧୦,୦୦୦ ଉଜ୍ଜ୍ଜଳା ଦିଦି ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ଡୋସାନ୍‌ ବବ୍‌କ୍ୟାଟ ଆଣିବ ନୂଆ ବ୍ୟାକହୋ ଲୋଡର

ଡୋସାନ୍‌ ବବ୍‌କ୍ୟାଟ ଆଣିବ ନୂଆ ବ୍ୟାକହୋ ଲୋଡର

ଭୁବନେଶ୍ୱର,୨୩-୨(ବ୍ୟୁରୋ): ପ୍ରମୁଖ କମ୍ପାନୀ ଡୋସାନ୍‌ ବବ୍‌କ୍ୟାଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ନୂଆ ବ୍ୟାକହୋ ଲୋଡର ଶୀଘ୍ର ବଜାରକୁ ଆଣିବ। ଏହା ବର୍ତ୍ତମାନ ପରିକ୍ଷାମୂଳକ ଭାବେ ଉପଲବ୍ଧ ରହିଛି। 

ଲଏଡ୍‌ ଆଣିଲା ନୂଆ ଗ୍ରାଣ୍ଡେ ଏସି

ଲଏଡ୍‌ ଆଣିଲା ନୂଆ ଗ୍ରାଣ୍ଡେ ଏସି

ଭୁବନେଶ୍ୱର,୨୩-୨(ବ୍ୟୁରୋ): ପ୍ରମୁଖ କମ୍ପାନୀ ଲଏଡ୍‌ ପକ୍ଷରୁ ବଜାରକୁ ନୂଆ ଗ୍ରାଣ୍ଡେ ସିରିଜର ଏୟାର କଣ୍ଡିଶନର ଆସିଛି। ଭୁବନେଶ୍ୱରର ରାଜ ଇଲେକଟ୍ରୋନିକ୍ସ ଶୋ’ରୁମରେ କମ୍ପାନୀର ସିଇଓ ଶଶି ଅରୋରା ଏବଂ ଶୋ’ରୁମର ସ୍ବତ୍ତ୍ୱାଧିକାରୀ ପ୍ରକାଶ ବିଶ୍ୱାଳ ଏହି ମଡେଲଗୁଡ଼ିକୁ ବଜାର ପ୍ରବେଶ କରାଇଥିଲେ।

ଆଜି ପାଳନ ହେବ ଉଜ୍ଜ୍ୱଳା ସ୍ବାଭିମାନ ଦିବସ

ଆଜି ପାଳନ ହେବ ଉଜ୍ଜ୍ୱଳା ସ୍ବାଭିମାନ ଦିବସ

ଭୁବନେଶ୍ୱର,୨୨-୨: ଦେଶର ତୈଳ ବୀପଣନ କମ୍ପାନୀଗୁଡ଼ିକ ପକ୍ଷରୁ ଶୁକ୍ରବାର ସାରା ରାଜ୍ୟରେ ଉଜ୍ଜ୍ୱଳା ସ୍ବାଭିମାନ ଦିବସ ପାଳନ ହେଉଛି। 

ସ୍ବୟଂ ଚାଳିତ ବଗି ସଫେଇ ପ୍ଲାଣ୍ଟ ବସାଇବ ପୂର୍ବତଟ ରେଳପଥ

ସ୍ବୟଂ ଚାଳିତ ବଗି ସଫେଇ ପ୍ଲାଣ୍ଟ ବସାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨-୨: ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ଏବଂ ବିଶାଖାପାଟଣାଠାରେ ସ୍ବୟଂଚାଳିତ ବଗି ସଫେଇ ପ୍ଲାଣ୍ଟ ସ୍ଥାପନ ହେବ।

ହୋଣ୍ଡା ପକ୍ଷରୁ ବିଗ୍‌ ଡେମୋଭ୍ୟାନ୍‌ ଶୋ’

ହୋଣ୍ଡା ପକ୍ଷରୁ ବିଗ୍‌ ଡେମୋଭ୍ୟାନ୍‌ ଶୋ’

ଭୁବନେଶ୍ୱର,୨୨-୨: ଗୁଗ୍‌ନାନୀ ହୋଣ୍ଡା ଶୋ’ରୁମ ପକ୍ଷରୁ ବିଗ୍‌ ଡେମୋଭ୍ୟାନ ଶୋ’ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ହୋଣ୍ଡାର ୧୬୦ସିସି ଏକ୍ସବ୍ଲେଡ ମଡେଲ ଲାଗି ଏହି ଶୋ’ ଆୟୋଜନ ହୋଇଥିଲା।

ଗୋଦ୍‌ରେଜ ଇଣ୍ଟେରିଓର ନୂଆ କିଚେନ ଗ୍ୟାଲେରି

ଗୋଦ୍‌ରେଜ ଇଣ୍ଟେରିଓର ନୂଆ କିଚେନ ଗ୍ୟାଲେରି

ଭୁବନେଶ୍ୱର,୨୨-୨: ଗୋଦରେଜ ଇଣ୍ଟେରିଓ ପକ୍ଷରୁ ଏହାର ନୂଆ କିଚେନ ଗ୍ୟାଲେରି ଖଣ୍ଡଗିରି ଜୟଦେବ ବାଟିକା ଛକଠାରେ ଶୁଭାରମ୍ଭ ହୋଇଛି।

କଲ୍ୟାଣ ଜୁଏଲର୍ସ ଏମ୍‌ଡି ସମ୍ମାନିତ

କଲ୍ୟାଣ ଜୁଏଲର୍ସ ଏମ୍‌ଡି ସମ୍ମାନିତ

ଭୁବନେଶ୍ୱର,୨୨-୨: କୋଚିଠାରେ ଅନୁଷ୍ଠିତ ୪୪ତମ ଅନ୍ତର୍ଜାତୀୟ ବିଜ୍ଞାପନ ସଂଘ(ଆଇଏଏ)  ବିଶ୍ୱ କଂଗ୍ରେସ କାର୍ଯ୍ୟକ୍ରମରେ କଲ୍ୟାଣ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଏସ୍‌. କଲ୍ୟାଣ ରମଣଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି।

ବ୍ରାଣ୍ଡ୍‌ ଭିଜନ ସମିଟ୍‌ରେ ଇକ୍‌ଫାଇ ଗ୍ରୁପ ସମ୍ମାନିତ

ବ୍ରାଣ୍ଡ୍‌ ଭିଜନ ସମିଟ୍‌ରେ ଇକ୍‌ଫାଇ ଗ୍ରୁପ ସମ୍ମାନିତ

ହାଇଦ୍ରାବାଦ,୨୨-୨: ବ୍ରାଣ୍ଡ ଷ୍ଟ୍ରାଟେଜି କନସଲଣ୍ଟାନ୍ସି ନେକ୍ସବ୍ରାଣ୍ଡ ଇଙ୍କ୍‌ ପକ୍ଷରୁ ଅନୁଷ୍ଠିତ ବ୍ରାଣ୍ଡ ଭିଜନ ସମିଟ ଅବସରରେ ଇକ୍‌ଫାଇ ଗ୍ରୁପ ସମ୍ମାନଜନକ ପୁରସ୍କାର ଲାଭ କରିଛି। 

ଶହୀଦ ଯବାନଙ୍କୁ ପିଏନ୍‌ବିର ଶ୍ରଦ୍ଧାଞ୍ଜଳି

ଶହୀଦ ଯବାନଙ୍କୁ ପିଏନ୍‌ବିର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୨-୨:ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ ପକ୍ଷରୁ ପୁଲଓ୍ବାମା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। 

ସୁଧ ହାର ହ୍ରାସ ନେଇ ବ୍ୟାଙ୍କଗୁଡ଼ିକ ଉପରେ ଶକ୍ତିକାନ୍ତ କ୍ଷୁବ୍ଧ

ସୁଧ ହାର ହ୍ରାସ ନେଇ ବ୍ୟାଙ୍କଗୁଡ଼ିକ ଉପରେ ଶକ୍ତିକାନ୍ତ କ୍ଷୁବ୍ଧ

ମୁମ୍ବାଇ,୨୨-୨:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ମୁଦ୍ରାନୀତିରେ ରେପୋ ରେଟ ହ୍ରାସ କରିଥିଲେ ହେଁ ବ୍ୟାଙ୍କଗୁଡ଼ିକ ସୁଧ ହାର କମାଉ ନଥିବାରୁ ଗଭର୍ନର ଶକ୍ତିକାନ୍ତ ଦାସ କ୍ଷୋଭ ବ୍ୟକ୍ତ କରିଛନ୍ତି। ସୁଧ ହାର ହ୍ରାସ ପାଉନି କାହିଁକି ବୋଲି ସେ ବ୍ୟାଙ୍କ ମୁଖ୍ୟମାନଙ୍କୁ ପ୍ରଶ୍ନ କରିଛନ୍ତି। 

ଇପିଏଫ୍‌ ସୁଧ ହାର ୮.୬୫%କୁ ବୃଦ୍ଧି

ଇପିଏଫ୍‌ ସୁଧ ହାର ୮.୬୫%କୁ ବୃଦ୍ଧି

ନୂଆଦିଲ୍ଲୀ,୨୨-୨:  କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଇପିଏଫ୍‌ ଜମା ଉପରେ ସୁଧ ହାର ୮.୬୫%କୁ ବୃଦ୍ଧି କରିବା ଲାଗି ପ୍ରସ୍ତାବ ଦେଇଛି। 

ବକେୟା ଫେରାଇବାକୁ ଅନିଲଙ୍କ ଉଦ୍ୟମ;୨୬୦କୋଟି ଦେବାକୁ ଅନୁମତି ମାଗିଲେ

ବକେୟା ଫେରାଇବାକୁ ଅନିଲଙ୍କ ଉଦ୍ୟମ;୨୬୦କୋଟି ଦେବାକୁ ଅନୁମତି ମାଗିଲେ

ନୂଆଦିଲ୍ଲୀ,୨୨-୨:  ଏରିକସନକୁ ବକେୟା ବାବଦରେ ୪୫୩ କୋଟି ଟଙ୍କା ଫେରାଇବାକୁ ସୁପ୍ରିମକୋର୍ଟ ବୁଧବାର ରିଲାଏନ୍ସ କମ୍ୟୁନିକେଶନ୍ସ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଓ ଅନ୍ୟ ଦୁଇ ଶୀର୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଏୟାରଟେଲ,ଭୋଡ଼ା, ଆଇଡିଆ ଉପରେ ୩ ହଜାର କୋଟି ଜରିମାନା: ନିଷ୍ପତ୍ତି ଟଳିଲା

ଏୟାରଟେଲ,ଭୋଡ଼ା, ଆଇଡିଆ ଉପରେ ୩ ହଜାର କୋଟି ଜରିମାନା: ନିଷ୍ପତ୍ତି ଟଳିଲା

ନୂଆଦିଲ୍ଲୀ,୨୨-୨: ଡିଜିଟାଲ କମ୍ୟୁନିକେଶନ୍ସ କମିଶନ(ଡିସିସି) ଏୟାରଟେଲ, ଭୋଡ଼ାଫୋନ ଓ ଆଇଡିଆ ଉପରେ ୩୦୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ରାୟ ଟାଳି ଦେଇଛନ୍ତି। 

ସହଯୋଗୀ କମ୍ପାନୀ ସଂଖ୍ୟା ହ୍ରାସ କରିବ ଟାଟା

ସହଯୋଗୀ କମ୍ପାନୀ ସଂଖ୍ୟା ହ୍ରାସ କରିବ ଟାଟା

ନୂଆଦିଲ୍ଲୀ,୨୨-୨:  ଟାଟା ଗ୍ରୁପ୍‌ର ୧୦୦୦ରୁ ଅଧିକ ସହଯୋଗୀ କମ୍ପାନୀ ରହିଛି। ଏହି ସଂଖ୍ୟା ହ୍ରାସ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି। 

ଆଞ୍ଜେଲ ଟିକସ ନିୟମ କୋହଳ: ୭ହଜାରରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌କୁ ଫାଇଦା

ଆଞ୍ଜେଲ ଟିକସ ନିୟମ କୋହଳ: ୭ହଜାରରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌କୁ ଫାଇଦା

ନୂଆଦିଲ୍ଲୀ,୨୨-୨:  କେନ୍ଦ୍ର ସରକାର ଦୁଇ ଦିନ ପୂର୍ବେ ଆଞ୍ଜେଲ ଟିକସ ନିୟମ କୋହଳ କରିଛନ୍ତି। ଏହାଦ୍ୱାରା ପୁଞ୍ଜି ଆବଶ୍ୟକ କରୁଥିବା ୭ ହଜାରରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌କୁ ଫାଇଦା ମିଳିବ ବୋଲି ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ପକ୍ଷରୁ କୁହାଯାଇଛି।