ଅପରାଧ

ବେଦିକୁ ଯିବା ପୂର୍ବରୁ ଜେଲ ଗଲେ ଯୁବତୀ

ବେଦିକୁ ଯିବା ପୂର୍ବରୁ ଜେଲ ଗଲେ ଯୁବତୀ

ପରଜଙ୍ଗ,୧୦।୩(ଡି.ଏନ୍‌.ଏ.): ନିର୍ବନ୍ଧ ସରିଥିଲା। ଆସନ୍ତା ୧୩ ତାରିଖରେ ହୋଇଥାନ୍ତା ବିବାହ। ହେଲେ ଏହାର ତିନି ଦିନ ପୂର୍ବରୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ କୁଟୁରିଆ ପଞ୍ଚାୟତ ବାଘମୁଣ୍ଡା ଗ୍ରାମର ଜଣେ ଯୁବତୀଙ୍କୁ ପରଜଙ୍ଗ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘରେ ପଶି ଟଙ୍କା, ସୁନା ଗହଣା ଲୁଟ୍‌

ଘରେ ପଶି ଟଙ୍କା, ସୁନା ଗହଣା ଲୁଟ୍‌

ଆସିକା,୯।୩(ଡି.ଏନ୍‌.ଏ.)- ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ଗୋବରା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଦୁର୍ବୃତ୍ତମାନେ ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି। 

ଛାତ୍ରୀଙ୍କୁ ଅସଦାଚାରଣ ମାମଲା: ସେବାଶ୍ରମ ପ୍ରଧାନଶିକ୍ଷକ ଗିରଫ

ଛାତ୍ରୀଙ୍କୁ ଅସଦାଚାରଣ ମାମଲା: ସେବାଶ୍ରମ ପ୍ରଧାନଶିକ୍ଷକ ଗିରଫ

ଫୁଲବାଣୀ ଅଫିସ, ୯।୩- ଫୁଲବାଣୀ ବ୍ଲକ ପକନାଗାଁ ସେବାଶ୍ରମରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚାରଣ କରି ଫେରାର ଥିବା ପ୍ରଧାନଶିକ୍ଷକଙ୍କୁ ସଦର ଥାନା ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକାଙ୍କୁ ଶିଶୁମଙ୍ଗଳ କମିଟିରେ ହାଜର କରାଯିବାପରେ ବାପାଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରଧାନଶିକ୍ଷକ ଜଣକ ହେଲେ କାଶିନାଥ ବେହେରା। ଥାନାରେ ଏ ନେଇ ନଂ.୨୨/୧୯ରେ ଏକ ମାମଲା  ରୁଜୁ ହୋଇଥିବା ଥାନାଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଉକ୍ତ ସେବାଶ୍ରମର ୧୦ମ ଶ୍ରେଣୀ ଛାତ୍ରୀ ଚଳିତ ଥର ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଗତ ଗୁରୁବାର  ୨ଜଣ ଛାତ୍ରୀ ଘରକୁ ଫୋନ କରିବା ପାଇଁ ପ୍ରଧାନଶିକ୍ଷକ ରହୁଥବା ରୁମ୍‌କୁ ଯାଇଥିଲେ। ଜଣେ ଚାଲି ଆସିବା ପରେ ଅନ୍ୟ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚାରଣ କରିଥିଲେ। ଏନେଇ ନାବାଳିକାଙ୍କ ବାପା ଥାନାରେ ଶୁକ୍ରବାର ଅଭିଯୋଗ କରିଥିଲେ।

ପାଟଣାଗଡ଼ ଡାକ୍ତରଖାନାରୁ ନବଜାତକ ଚୋରି ଘଟଣା: ଉଦ୍ଧାର ହେଲା ଶିଶୁପୁତ୍ର, ମହିଳା ଗିରଫ

ପାଟଣାଗଡ଼ ଡାକ୍ତରଖାନାରୁ ନବଜାତକ ଚୋରି ଘଟଣା: ଉଦ୍ଧାର ହେଲା ଶିଶୁପୁତ୍ର, ମହିଳା ଗିରଫ

ପାଟଣାଗଡ଼,୯।୩(ଡି.ଏନ୍‌.ଏ.): ଚଳିତ ମାସ ୬ ତାରିଖରେ ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ଏକ ନବଜାତ ଶିଶୁପୁତ୍ର ଚୋରି ହୋଇଥିଲା। ଏହି ଘଟଣାରେ ଶନିବାର ପୋଲିସକୁ ସଫଳତା ମିଳିଛି। ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ କରି ଚୋରି କରିଥିବା ମହିଳାଙ୍କ ସହ ଶିଶୁଟିକୁ ଉଦ୍ଧାର କରିଛି। 

ଶହୀଦନଗର ଥାନା ଭଙ୍ଗାରୁଜା, ପୋଲିସକୁ ମାଡ଼ ଘଟଣା: ମାଷ୍ଟରମାଇଣ୍ଡ ପ୍ରକାଶ ଗିରଫ,ପଦରୁ ବହିଷ୍କୃତ କରାଗଲା

ଶହୀଦନଗର ଥାନା ଭଙ୍ଗାରୁଜା, ପୋଲିସକୁ ମାଡ଼ ଘଟଣା: ମାଷ୍ଟରମାଇଣ୍ଡ ପ୍ରକାଶ ଗିରଫ,ପଦରୁ ବହିଷ୍କୃତ କରାଗଲା

ଭୁବନେଶ୍ୱର,୯।୩(ବ୍ୟୁରୋ): ଶହୀଦନଗର ଥାନା ଭଙ୍ଗାରୁଜା ଓ ପୋଲିସକୁ ମାଡ଼ ମାରିବା ଘଟଣାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ରାଜ୍ୟ ବିଜୁ ଯୁବ ଜନତାର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଶନିବାର ପୋଲିସ ଗିରଫ କରିଛି। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପଦରୁ ବହିଷ୍କୃତ କରାଯାଇଛି। ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏହି ସୂଚନା ଦେଇଛନ୍ତି। 

ଓଉପଦା ଗ୍ରାମରୁ ସୁତା ଚୋରଙ୍କୁ ଗିରଫ କଲା ସୁରଟ ପୋଲିସ

ଓଉପଦା ଗ୍ରାମରୁ ସୁତା ଚୋରଙ୍କୁ ଗିରଫ କଲା ସୁରଟ ପୋଲିସ

ପଟ୍ଟାମୁଣ୍ଡାଇ, ୯।୩(ସ୍ବ.ପ୍ର.): ଗୁଜରାଟର ସୁରଟ ପୋଲିସ ପଟ୍ଟାମୁଣ୍ଡାଇ ପୋଲିସ ସହଯୋଗରେ ଜଣେ ସୁତା ଚୋରଙ୍କୁ ଗିରଫ କରିଛି। ସେ ହେଲେ ପଟ୍ଟାମୁଣ୍ତାଇ ଥାନା ଓଉପଦା ଗ୍ରାମର ବିଚିତ୍ର ବେହେରା। ସେହିଭଳି ଅଭିଯୁକ୍ତ କୁମର ବେହେରା ଫେରାର ହୋଇଯାଇଛନ୍ତି। 

ଅବସରପ୍ରାପ୍ତ  ପୋଲିସ ଦମ୍ପତିଙ୍କୁ ହତ୍ୟାକରି ଟଙ୍କା, ସୁନା ଅଳଙ୍କାର ଚୋରିକଲେ ଦୁର୍ବୃତ୍ତ

ଅବସରପ୍ରାପ୍ତ ପୋଲିସ ଦମ୍ପତିଙ୍କୁ ହତ୍ୟାକରି ଟଙ୍କା, ସୁନା ଅଳଙ୍କାର ଚୋରିକଲେ ଦୁର୍ବୃତ୍ତ

ଜୟପୁର,୯।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟନଗରଠାରେ ଅବସରପ୍ରାପ୍ତ  ପୋଲିସ ଦମ୍ପତିଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ହତ୍ୟା କରିବା ସହ ଘରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି କରିନେଇଛନ୍ତି। 

ଯୁବକଙ୍କୁ ଯୁବତୀ ବେଶରେ ସଜାଇ ହତ୍ୟା ସନ୍ଦେହ: ଗଳିତ ମୃତଦେହ ଉଦ୍ଧାର, ଯାଜପୁର ଜିଆର୍‌ପି ପୋଲିସର ତଦନ୍ତ ଆରମ୍ଭ

ଯୁବକଙ୍କୁ ଯୁବତୀ ବେଶରେ ସଜାଇ ହତ୍ୟା ସନ୍ଦେହ: ଗଳିତ ମୃତଦେହ ଉଦ୍ଧାର, ଯାଜପୁର ଜିଆର୍‌ପି ପୋଲିସର ତଦନ୍ତ ଆରମ୍ଭ

କଳିଙ୍ଗନଗର,୮।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜଖପୁରା ରେଳ ଷ୍ଟେଶନ ନୂତନ କଲୋନୀ ବିଲ୍ଡିଂର ଏଫ୍‌-୨ କୋଠରୀରୁ ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗାଡ଼ି ଅଟକାଇ ଚାନ୍ଦା ଆଦାୟ ଅଭିଯୋଗରେ ଆର୍‌ଟିଓଙ୍କ  ଡ୍ରାଇଭର ଅଟକ

ଗାଡ଼ି ଅଟକାଇ ଚାନ୍ଦା ଆଦାୟ ଅଭିଯୋଗରେ ଆର୍‌ଟିଓଙ୍କ ଡ୍ରାଇଭର ଅଟକ

ବାରିପଦା ଅଫିସ,୮।୩: ମୟୂରଭଞ୍ଜ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଡ୍ରାଇଭର ଗୁରୁବାର ରାତିରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଅଟକ ଅଛନ୍ତି । ଏ ନେଇ ବାରିପଦା ସଦର ଥାନା ଅଧିକାରୀ ସ୍ବର୍ଣ୍ଣାଲତା ମିଞ୍ଜ ସୂଚନା ଦେଇଛନ୍ତି ।

ମୋଦିଙ୍କଠୁ ଟଙ୍କା ଆସିବ କହି ଏଟିଏମ୍‌ ସିକ୍ରେଟ ନମ୍ବର ମାଗିନେଲେ

ମୋଦିଙ୍କଠୁ ଟଙ୍କା ଆସିବ କହି ଏଟିଏମ୍‌ ସିକ୍ରେଟ ନମ୍ବର ମାଗିନେଲେ

ଭଣ୍ଡାରିପୋଖରୀ, ୮।୩ (ଡି.ଏନ.ଏ.):ଫେକ୍‌ କଲ୍‌ କରି ଏଟିଏମ୍‌ ସିକ୍ରେଟ ନମ୍ବର ମାଗିନେଇ ଗ୍ରାମାଞ୍ଚଳ ଲୋକଙ୍କୁ ଦିନକୁ ଦିନ ଲୁଟିବାରେ ଲାଗିଛନ୍ତି ସାଇବର ଅପରାଧୀ। ଏଭଳି ଠକାମିର ଶିକାର ହୋଇଛନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ରହଣିଆ ପଞ୍ଚାୟତ ନୂଆପୋଖରୀ ଗ୍ରାମର ସୌଦାମିନୀ ସାହୁ। 

ସେବାଶ୍ରମ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସେବାଶ୍ରମ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କାମାକ୍ଷାନଗର, ୭।୩(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମରୁଆବିଲି ସେବାଶ୍ରମ ବିଦ୍ୟାଳୟର ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।

ପଟ୍ଟା ବୋଝେଇ ପିକଅପ ଜବତ, ୨ଗିରଫ

ପଟ୍ଟା ବୋଝେଇ ପିକଅପ ଜବତ, ୨ଗିରଫ

ଖପ୍ରାଖୋଲ,  ୭ା୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଗନ୍ଧମାର୍ଦ୍ଦନ ପାହାଡ ଜଙ୍ଗଲରୁ ଅବାଧରେ ଚାଲିଛି ଗଛକଟା। ଯୋଜନାବଦ୍ଧଭାବେ ମୂଲ୍ୟବାନ ଶାଳ, ପିଆଶାଳ, ଶିଶୁ, ଶାଗୁଆନ ଗଛ ସବୁ କାଟିଲା ପରେ ଏହାକୁ ପଟ୍ଟା କରି ବାହାରକୁ ଚାଲାଣ କରାଯାଉଛି।

ପେଟ୍ରୋଲ ପମ୍ପ ଲୁଟ ଘଟଣାର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ଭୁଷୁଙ୍କ ସମେତ ୪ ଗିରଫ

ପେଟ୍ରୋଲ ପମ୍ପ ଲୁଟ ଘଟଣାର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ଭୁଷୁଙ୍କ ସମେତ ୪ ଗିରଫ

ବଡବିଲ, ୭।୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସକୁ ବଡ ସଫଳତା ମିଳିଛି। ଏହି ଥାନା ଅନ୍ତର୍ଗତ ସେରେଣ୍ଡାସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଗତ ୪ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ସକ୍ଷମ ହୋଇଛି। 

୨ ଚୋରା ମଦ ବେପାରୀ ଗିରଫ

୨ ଚୋରା ମଦ ବେପାରୀ ଗିରଫ

ନୀଳଗିରି,  ୭ା୩ (ଡି.ଏନ.ଏ.)-ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ଥାନାର ବିଭିନ୍ନ ସ୍ଥାନରେ  ଗୁରୁବାର ଚଢାଉ କରାଯାଇ  ୨ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରାଯାଇଛି। 

୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ,୭।୩(ସ୍ବ.ପ୍ର.): କୋରାପୁଟଠାରେ ଗୁରୁବାର ଡିଜି ଆର୍‌ପି ଶର୍ମାଙ୍କ ସମ୍ମୁଖରେ ୨ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। 

ଡକାୟତି ଯୋଜନା କରୁଥିବା ୫ ଅଭିଯୁକ୍ତ ଗିରଫ: ୨ ଦେଶୀ ବନ୍ଧୁକ, ଅଫୁଟା ଗୁଳି ଜବତ

ଡକାୟତି ଯୋଜନା କରୁଥିବା ୫ ଅଭିଯୁକ୍ତ ଗିରଫ: ୨ ଦେଶୀ ବନ୍ଧୁକ, ଅଫୁଟା ଗୁଳି ଜବତ

ସମ୍ବଲପୁର,୭।୩(ବ୍ୟୁରୋ): ସମ୍ବଲପୁର ଜିଲା ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଏକ ଢାବାରେ ଡକାୟତି ଯୋଜନା କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଚାଉଳ ଚୋରା ଚାଲାଣ ଅଭିଯୋଗ: ଟ୍ରକ୍‌ ସହ ଚାଳକ ଅଟକ

ଚାଉଳ ଚୋରା ଚାଲାଣ ଅଭିଯୋଗ: ଟ୍ରକ୍‌ ସହ ଚାଳକ ଅଟକ

ଚାନ୍ଦବାଲି,୭ା୩(ଡି.ଏନ୍‌.ଏ.)- ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ବିଜୟପାଟଣା ଗ୍ରାମବାସୀ ବୁଧବାର ବିଳମ୍ବିତ ରାତିରେ ଚାଉଳ ଓ କିରୋସିନ ନେଇ ଯାଉଥିବା ଏକ ଟ୍ରକ ସହ ଡ୍ରାଇଭରଙ୍କୁୁ ଅଟକାଇ କରମାଳ ଫାଣ୍ଡି ଜିମା ଦେଇଛନ୍ତି। 

ହରିୟାଣାକୁ ଚାଲାଣ ହେଉଥିବା ୫୦୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ହରିୟାଣାକୁ ଚାଲାଣ ହେଉଥିବା ୫୦୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ଚିତ୍ରକୋଣ୍ଡା, ୭।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ବୁଧବାର ରାତିରେ ହରିୟାଣାକୁ ଚାଲାଣ ହେଉଥିବା ୫୦୭ କେଜି ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହରିୟାଣାର ବୋଲି ଜଣାପଡିଛି ।

ବିଦ୍ୟୁତ୍‌ ଆଘାତରେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ବିଦ୍ୟୁତ୍‌ ଆଘାତରେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ଅନୁଗୋଳ ଅଫିସ,୭।୩: ଅନୁଗୋଳ ସହର ଉପକଣ୍ଠ ଶୁଶୁଡ଼ା ଅଞ୍ଚଳରେ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦମୟନ୍ତୀ ସେନାପତି।

କଟରାମଲ୍ଲ ବଧୂ ହତ୍ୟା ଘଟଣା;ସ୍ବାମୀ, ଶ୍ୱଶୁର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

କଟରାମଲ୍ଲ ବଧୂ ହତ୍ୟା ଘଟଣା;ସ୍ବାମୀ, ଶ୍ୱଶୁର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା ଅଫିସ୍‌, ୬।୩-୨୦୧୩ ମସିହାର ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ଥାନା କଟରାମଲ୍ଲ ବଧୂ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଏଡିଜେ ପ୍ରଜ୍ଞା ପାଣିଗ୍ରାହୀ ଏହି ମାମଲାରେ ସ୍ବାମୀ, ଶ୍ୱଶୁର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। 

ଝିଅ ବାହାଘର ପାଇଁ ଉଠାଯାଇଥିବା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଝିଅ ବାହାଘର ପାଇଁ ଉଠାଯାଇଥିବା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୬।୩: ଖୋର୍ଦ୍ଧା ଆଦର୍ଶ ଥାନା ତୋଟାପଡ଼ା ଛକରେ ଟାଙ୍ଗି ଥାନା କାଳୁପଡ଼ା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। 

୧୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

୧୭ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକରୋଡ଼, ୬।୩(ଡି.ଏନ୍‌.ଏ.): ଭୁବନେଶ୍ୱର ଶହିଦନଗର ଥାନା ନିକଟରୁ ବୁଧବାର କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ସଂସ୍ଥା ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। 

ଭିଜିଲାନ୍ସ ହାତରେ ରାଜସ୍ବ ନିରୀକ୍ଷକ

ଭିଜିଲାନ୍ସ ହାତରେ ରାଜସ୍ବ ନିରୀକ୍ଷକ

ସୁନ୍ଦରଗଡ଼, ୬।୩(ସ୍ବ.ପ୍ର.):ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଡୁମାବାହାଲ ରାଜସ୍ବ ନିରୀକ୍ଷକ ବୁଧବାର ମଧ୍ୟାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଛନ୍ତି। 

ପାଟଣାଗଡ଼ ଡାକ୍ତରଖାନାରୁ ନବଜାତ ଶିଶୁପୁତ୍ର ଚୋରି: ଖେଳାଇବା ବାହାନାରେ ମା’ କୋଳରୁ ଉଠାଇ ନେଇ ମହିଳା ଚମ୍ପଟ

ପାଟଣାଗଡ଼ ଡାକ୍ତରଖାନାରୁ ନବଜାତ ଶିଶୁପୁତ୍ର ଚୋରି: ଖେଳାଇବା ବାହାନାରେ ମା’ କୋଳରୁ ଉଠାଇ ନେଇ ମହିଳା ଚମ୍ପଟ

ପାଟଣାଗଡ଼,୬।୩(ଡି.ଏନ.ଏ.)- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ବୁଧବାର ପୂର୍ବାହ୍ନ ୧୧ଟାରେ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।