ଅପରାଧ

ଲାପଟପ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ, ୨ ଗିରଫ

ଲାପଟପ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ, ୨ ଗିରଫ

ଅନୁଗୋଳ ଅଫିସ, ୬ା୧୧ଅନୁଗୋଳ ପୋଲିସ ଏକ ଲ୍ୟାପଟପ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲ୍ୟାପ୍‌ଟପ୍‌ ଚୋରି କରୁଥିବା ପୁରୀ ଜିଲା ସାତଶଙ୍ଖ ଅଞ୍ଚଳର ଗୁରୁଚରଣ ପୁଷ୍ପାଳକ(୫୮) ଓ ତାହାକୁ ଅଳ୍ପରେ କିଣି ଚଢ଼ା ଦରରେ ବଜାରରେ ବିକ୍ରି କରିବା ଅଭିଯୋଗରେ ଅଜୟ କୁମାର ପ୍ରଧାନ(୪୦)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

ଶିଶୁ ଯୌନ ନିର୍ଯାତନାରେ ଚତୁର୍ଥ ସ୍ଥାନରେ ଓଡ଼ିଶା

ଶିଶୁ ଯୌନ ନିର୍ଯାତନାରେ ଚତୁର୍ଥ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, ୬ା୧୧(ବ୍ୟୁରୋ)- ଆମ ରାଜ୍ୟରେ ବର୍ତ୍ତମାନ ଶିଶୁ ଯୌନ ନିର୍ଯାତନା ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ଭାରତ ସରକାରଙ୍କ ଏକ ରିପୋର୍ଟ ଅନୁଯାୟୀ ୫୩% ଶିଶୁ ଦେଶରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି। 

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ଖଲ୍ଲିକୋଟ,୫।୧୧(ଡି.ଏନ୍‌.ଏ)- ଖଲ୍ଲିକୋଟ ପୋଲିସ ଗୁଳି ଓ ଦେଶୀ ବନ୍ଧୁକ ଜବତ କରିବା ସହ ୫ ଜଣକୁ ଗିରଫ କରିଛି। ସେମାନେ ହେଲେ ଧରାକୋଟ ଥାନା ଦାମୋଦର ପଲ୍ଲୀର ନିରଞ୍ଜନ ରେଡ୍ଡୀ, ବାଲୁଙ୍ଗା ଥାନା କୁଲାକୁଣ୍ଡେଇ ଗ୍ରାମର ରଞ୍ଜିତ କୁମାର ପ୍ରଧାନ, କୁଲାକୁଣ୍ଡେଇ ନୂଆଗାଁର ଆଶିଷ ରଞ୍ଜନ ଜେନା, ଧରାକୋଟ ଥାନା ମୁଣ୍ଡମରେଇ ଗ୍ରାମର ସଂଗ୍ରାମ କେଶରୀ ଜେନା, ଖଲ୍ଲିକୋଟ ଥାନା ଅଞ୍ଚଳର ମିଟୁ ନାହାକ।

ପ୍ରଦୀପ ବେହେରା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗିରଫ

ପ୍ରଦୀପ ବେହେରା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୫।୧୧: ବ୍ରହ୍ମପୁର ଖାରବେଳନଗର ତୃତୀୟ ଲେନ୍‌ର ପ୍ରଦୀପ ବେହେରା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଗ୍ରାମର ସଂସାର ମହାଙ୍କୁଡ଼(୨୧)।

ତେଜରାତି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଧାମନଗର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ନିକଟ ଧୂଷୁରୀ ବଜାରରେ ଥିବା ଏକ ତେଜରାତି ଦୋକାନରୁ ରବିବାର ରାତିରେ ଚୋରି ହୋଇଛି।

ମାରଣାସ୍ତ୍ର ଦେଖାଇ କାର୍‌ ଲୁଟ

ଭଣ୍ଡାରିପୋଖରୀ,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ଯାମିନୀବନ୍ଧା ନିକଟରେ ରବିବାର ରାତି ସାଢ଼େ ୮ରେ ଏକ କାର୍‌ ଲୁଟ ହୋଇଛି। ସୁଇଫ୍ଟ ଡିଜାୟାର ନଂ.ଓଡ଼ି-୩୩-ୟୁ-୧୨୨୨ କାର୍‌କୁ ବନ୍ଧୁକ, ଖଣ୍ଡା ଦେଖାଇ ଦୁର୍ବୃତ୍ତ ଲୁଟି ନେଇଛନ୍ତି।

ଓଡ଼ିଶା ପୋଲିସକୁ ସଫଳତା: ଏନକାଉଣ୍ଟରରେ ୫ ମାଓବାଦୀ ମୃତ

ଓଡ଼ିଶା ପୋଲିସକୁ ସଫଳତା: ଏନକାଉଣ୍ଟରରେ ୫ ମାଓବାଦୀ ମୃତ

ଭୁବନେଶ୍ୱର/ଚିତ୍ରକୋଣ୍ଡା,୫।୧୧(ବ୍ୟୁରୋ): ମାମଲକାନଗିରି ଜିଲା ଚିତ୍ରକୋଣ୍ଡାର ପପଲୁର୍‌ ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୫ ମାଓବାଦୀ ନିହତ ହୋଇଛନ୍ତି।

ଗୋଚ୍ଛାପଡା ଥାନାଧିକାରୀଙ୍କୁ ହାଣିବା ଘଟଣା: ଏନକାଉଣ୍ଟରରେ ଅଭିଯୁକ୍ତ ମୁନା ଦିଗାଲ ଗୁରୁତ

ଗୋଚ୍ଛାପଡା ଥାନାଧିକାରୀଙ୍କୁ ହାଣିବା ଘଟଣା: ଏନକାଉଣ୍ଟରରେ ଅଭିଯୁକ୍ତ ମୁନା ଦିଗାଲ ଗୁରୁତ

ଫୁଲବାଣୀ ଅଫିସ, ୫ା୧୧-ଫିରିଂଗିଆ ବ୍ଲକ ଗୋଚ୍ଛାପଡା ଥାନାଧିକାରୀଙ୍କୁ ହାଣିବା ଘଟଣାରେ ଟାଉନ ଥାନା ପୋଲିସ ଅଭିଯୁକ୍ତ ମୁନା ଦିଗାଲଙ୍କୁ ଏନକାଉଣ୍ଟର କରିଛିା

ଜଙ୍ଗଲରେ ଯୁବତୀଙ୍କୁ ଗଣବଳାତ୍କାର

ଜଙ୍ଗଲରେ ଯୁବତୀଙ୍କୁ ଗଣବଳାତ୍କାର

ଖୋର୍ଦ୍ଧା ଅଫିସ,୪।୧୧: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର ଏକ ଜଙ୍ଗଲରେ ଜନୈକା ୨୨ ବର୍ଷୀୟା ଯୁବତୀଙ୍କୁ ଶନିବାର ଅପରାହ୍ନରେ ଗଣବଳାତ୍କାର କରାଯାଇଥିଲା। ୩ ଜଣ ଯୁବକ ଏଭଳି କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି। ଅଭିଯୋଗ ପରେ ପୋଲିସ ୩୭୬(ଘ) ଦଫାରେ ନଂ. ୧୬୩/୧୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଖଣ୍ଡଗିରିରେ ୮ ଘଣ୍ଟାରେ ୪ ଲୁଟ: ଲୁଟ୍‌ ପରେ ସେଲ୍‌ଫି ନେଉଥିଲେ ଲୁଟେରା

ଖଣ୍ଡଗିରିରେ ୮ ଘଣ୍ଟାରେ ୪ ଲୁଟ: ଲୁଟ୍‌ ପରେ ସେଲ୍‌ଫି ନେଉଥିଲେ ଲୁଟେରା

ଭୁବନେଶ୍ୱର, ୪ା୧୧(ବ୍ୟୁରୋ)- ରାସ୍ତାରେ ଯିବାବେଳେ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ବନ୍ଧୁକ ଦେଖାଇ ଭୟଭୀତ କରାଉଛନ୍ତି। ପରେ ଟଙ୍କାପଇସା, ମୋବାଇଲ ଏବଂ ଅନ୍ୟାନ୍ୟ ଦାମୀ ଜିନିଷ ଛଡ଼ାଇ ନେଉଛନ୍ତି। ଏଭଳି ଏକ ଲୁଟେରା ଗ୍ୟାଙ୍ଗ ଖଣ୍ଡଗିରି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଶନିବାର ରାତି ୨ଟାରୁ ରବିବାର ପୂର୍ବାହ୍ନ ୧୦ଟା ମଧ୍ୟରେ ଏହି ଗ୍ୟାଙ୍ଗ ୪ ଜଣଙ୍କଠାରୁ ଲୁଟ୍‌ କରିଛନ୍ତି।

କବାଟ ଭାଙ୍ଗି ଘରୁ ଚୋରି କରିନେଲେ ସୁନା ଅଳଙ୍କାର

କବାଟ ଭାଙ୍ଗି ଘରୁ ଚୋରି କରିନେଲେ ସୁନା ଅଳଙ୍କାର

ଭଣ୍ଡାରିପୋଖରୀ,୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବୟଁାବନାପୁର ଗ୍ରାମର ଶତ୍ରୁଘ୍ନ ଦାସଙ୍କ ଘରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଏନେଇ ଶତ୍ରୁଘ୍ନ ରବିବାର ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୯୦/୧୮) ରୁଜୁ କରି ତଦନ୍ତ ଚଳାଇଛି।

ତନ୍ତ୍ର ସାଧନା ପାଇଁ ସ୍ତ୍ରୀଙ୍କୁ ହତ୍ୟା: ସ୍ବାମୀ ଗିରଫ; ସ୍ତ୍ରୀଙ୍କ ହାତପାପୁଲି କାଟି ବଳି ଦେଇଥିଲେ

ତନ୍ତ୍ର ସାଧନା ପାଇଁ ସ୍ତ୍ରୀଙ୍କୁ ହତ୍ୟା: ସ୍ବାମୀ ଗିରଫ; ସ୍ତ୍ରୀଙ୍କ ହାତପାପୁଲି କାଟି ବଳି ଦେଇଥିଲେ

ନାକଟିଦେଉଳ, ୪।୧୧ (ଡି.ଏନ.ଏ)- ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ଗ୍ରାମ ପଞ୍ଚାୟତ ହିତସରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତନ୍ତ୍ର ସାଧନା ପାଇଁ ନିଜ ସ୍ତ୍ରୀ ହାତପାପୁଲି କାଟି ବଳି ଦେବା ଓ ପରେ ତାଙ୍କୁ ହତ୍ୟା କରିଥିବା ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ୨୯ ତାରିଖରେ ଘଟିଥିଲେ ମଧ୍ୟ ଶନିବାର ଲୋକ ଲୋଚନକୁ ଆସିଛି। ରବିବାର ପୋଲିସ ମହିଳାଙ୍କ ଗଳିତ ମୃତଦେହ ରେଢାଖୋଲ ଡ଼ାକ୍ତରଖାନାରେ

ଗ୍ରାମରକ୍ଷୀ କ୍ଷୀରୋଦ ପାତ୍ର ହତ୍ୟା ଘଟଣା: ଅଭିଯୁକ୍ତଙ୍କ ସହ ୩ ଗିରଫ, ୧ ଫେରାର

ଗ୍ରାମରକ୍ଷୀ କ୍ଷୀରୋଦ ପାତ୍ର ହତ୍ୟା ଘଟଣା: ଅଭିଯୁକ୍ତଙ୍କ ସହ ୩ ଗିରଫ, ୧ ଫେରାର

ପାଟଣା, ୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବୁଢୀକାପୁଡି ପଞ୍ଚାୟତ ପୁଟୁଗାଁର ୩ ଜଣ ବ୍ୟକ୍ତିଙ୍କୁ ତୁରୁମୁଙ୍ଗା ପୋଲିସ ଗ୍ରାମରକ୍ଷୀ କ୍ଷୀରୋଦ ପାତ୍ରଙ୍କ ହତ୍ୟା ଅଭିଯୋଗରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ପୁଟୁଗାଁର ତୁଳସୀ ମୁଣ୍ଡା(୪୫), ସହଯୋଗୀ ପୁର୍ଣ୍ଣଚନ୍ଦ୍ର ମୁଣ୍ଡା(୩୦) ଓ ଟୁନା ମୁଣ୍ଡା(୩୫)।

ଥମୁନି ତାଳଚେରରୁ କୋଇଲା ଚୋରା ଚାଲାଣ: ୧ ଟ୍ରକ ଜବତ, ଦୁଇ ଗିରଫ

ଥମୁନି ତାଳଚେରରୁ କୋଇଲା ଚୋରା ଚାଲାଣ: ୧ ଟ୍ରକ ଜବତ, ଦୁଇ ଗିରଫ

ପରଜଙ୍ଗ,୪।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବଜାରଠାରେ ଶନିବାର ବିଳମ୍ବିତ ରାତିରେ ଏକ ୧୦ ଚକିଆ ଚୋରା କୋଇଲା ଟ୍ରକ(ଓଆର ୦୪ ଏଚ ୫୬୫୩)କୁ ପୋଲିସ ଜବତ କରିଛି । ଏହି ମାମଲାରେ ପୋଲିସ ଗାଡ଼ିର ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସେକ୍ସ ର଼୍ୟାକେଟ୍‌ ଠାବ, ଦୁଇ ଦଲାଲ ଓ ଜଣେ ଯୁବକ ଅଟକ

ସେକ୍ସ ର଼୍ୟାକେଟ୍‌ ଠାବ, ଦୁଇ ଦଲାଲ ଓ ଜଣେ ଯୁବକ ଅଟକ

ଭବାନୀପାଟଣା, ୪।୧୧(ଡିଏନ୍‌ଏ): ଗତ ଗୁରୁବାର ଦିନ ପୋଲିସ ସହରରେ ଚାଲିଥିବା ଏକ ସେକ୍ସ ର଼୍ୟାକେଟକୁ ଧରିଥିଲା। ଘଟଣାର ୫ ଦିନ ପରେ ପୋଲିସ ସହରରେ ଆଉ ଏକ ସେକ୍ସ ର଼୍ୟାକେଟର ପର୍ଦ୍ଦାଫାସ କରିଥିବା ଟାଉନଥାନା ଆଇଆଇସି ସତ୍ୟ କୁମାର ନନ୍ଦ ପ୍ରକାଶ କରିଛନ୍ତି।

ନଳକୂପକୁ ନେଇ ଗଣ୍ଡଗୋଳ: ୧୫ ଜଣଙ୍କ ନଁାରେ ମାମଲା

ଭଣ୍ଡାରିପୋଖରୀ,୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତ ବରାହ ନୂଆପଡ଼ା ଗ୍ରାମରେ ଏକ ସରକାରୀ ନଳକୂପକୁ ନେଇ ଗଣ୍ଡଗୋଳ ଘଟି ଉଭୟ ପକ୍ଷରୁ ୭ରୁ ୮ଜଣ ଆହତ ହୋଇଛନ୍ତି।

ଗଳା କାଟି ମହିଳାଙ୍କୁ ହତ୍ୟା

ଗଳା କାଟି ମହିଳାଙ୍କୁ ହତ୍ୟା

ଠାକୁରମୁଣ୍ଡା,୪ା୧୧(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା କାଳିଆଜିଆଣୀ ଗ୍ରାମର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଶୁକ୍ରବାର ରାତିରେ ଗଳା କାଟି ହତ୍ୟା କରାଯାଇଛି।

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୪ା୧୧- ଏକ ସେବାଶ୍ରମ ହଷ୍ଟେଲରେ ନାବାଳିକାଙ୍କୁ ଅସଦାଚାରଣ ମାମଲାର ବିଚାର କରି ଶନିବାର ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସୁଶାନ୍ତ ପଟେଲ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଛତ୍ରପୁର,୪ା୧୧(ଡି.ଏନ.ଏ.): ଛତ୍ରପୁର ଥାନା ଅଧୀନ ଏକ ଗଁ।ର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ପରେ ବିବାହ କରିବାକୁ ଉକ୍ତ ଯୁବକ ଜଣଙ୍କ ମନାକରି ଦେଇଥିଲେ।

ଲକ୍ଷାଧିକ ଟଙ୍କାର ବାଣ ଜବତ, ୨ ଗିରଫ

ଲକ୍ଷାଧିକ ଟଙ୍କାର ବାଣ ଜବତ, ୨ ଗିରଫ

ଆସିକା,୪ା୧୧(ଡି.ଏନ୍‌.ଏ)- ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥର ନଳବଣ୍ଟା ଗ୍ରାମରେ ଚାଲିିଥିବା ବେଆଇନ ବାଣ କାରଖାନା ଉପରେ ପୋଲିସ ଶନିବାର ଅପରାହ୍ନରେ ଚଢାଉ କରିଥିଲା।

ଲିଫ୍ଟ ଦେଇ ମହିଳାଙ୍କୁ ବଳାତ୍କାର ଘଟଣା, ୨ ଗିରଫ

ଶଙ୍କରାଖୋଲ,୩।୧୧(ଡି.ଏନ.ଏ.)- ଚକାପାଦ ଅଞ୍ଚଳରେ ଲିଫ୍ଟ ଦେବା ବାହାନରେ ଜନୈକା ମହିଳାଙ୍କୁ ବଳାତ୍କାର ଘଟଣାରେ ସମ୍ପୃକ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଚକାପାଦ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରେମିକ ସାଜିଲା ସଇତାନ: ୨ ସାଙ୍ଗଙ୍କ ସହ ମିଶି ପ୍ରେମିକାଙ୍କୁ ଗଣବଳାତ୍କାର

ପ୍ରେମିକ ସାଜିଲା ସଇତାନ: ୨ ସାଙ୍ଗଙ୍କ ସହ ମିଶି ପ୍ରେମିକାଙ୍କୁ ଗଣବଳାତ୍କାର

ପାଲଲହଡ଼ା,୩।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଅଞ୍ଚଳରେ ଜଣେ ପ୍ରେମିକ ନିଜ ଦୁଇ ସାଙ୍ଗଙ୍କ ସହ ମିଶି ପ୍ରେମିକାଙ୍କୁ ଗଣ ବଳାତ୍କାର କରିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପାଲଲହଡ଼ା ପୋଲିସ ଅଭିଯୁକ୍ତ ପ୍ରେମିକ କାଳିଆ ମହାକୁଳକୁ ଅଟକ ରଖିଛି।

୪ ଆନ୍ତଃ ଜିଲା ଡକାୟତ କୋର୍ଟ ଚାଲାଣ

୪ ଆନ୍ତଃ ଜିଲା ଡକାୟତ କୋର୍ଟ ଚାଲାଣ

ଗଣିଆ,୩ା୧୧(ଡି.ଏନ.ଏ.)- ନୟାଗଡ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗଣିଆ ପୋଲିସ ଶୁକ୍ରବାର ଚଢାଉ କରି ୪ ଆନ୍ତଃ ଜିଲା ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୟାଗଡ ଜିଲା ଝୁମ୍ପୁରୀ ଗ୍ରାମର ଲଳିତମାଧବ ପ୍ରଧାନ (୩୦), ନୟାଗଡ ଶଗଡିଆସାହିର ମନୋଜ କୁମାର ବେହେରା (୩୪), ଆଶୁତୋଷ ଦାଶ(୪୨), ଗଣିଆ ଥାନା କାଦୁଆ ଗ୍ରାମର ଗୋବର୍ଦ୍ଧନ ନାଏକ (୩୦)।

 ବସ୍‌ରୁ କଫ୍‌ସିରପ ଜବତ ଘଟଣା: ବ୍ୟବସାୟୀ, ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୬ ଗିରଫ

ବସ୍‌ରୁ କଫ୍‌ସିରପ ଜବତ ଘଟଣା: ବ୍ୟବସାୟୀ, ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୬ ଗିରଫ

ସୋନପୁର,୨।୧୧(ନି.ପ୍ର.): କଟକରୁ ନୂଆପଡା ଜିଲା ରାଜ ଖରିଆରକୁ କଫ୍‌ସିରପ ଚୋରା ଚାଲାଣ ମାମଲାରେ ସୋନପୁର ଟାଉନ ଥାନା ପୋଲିସ ୬ ଜଣଙ୍କୁ ଗିରଫ କରଛି।