ଅପରାଧ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ବଢୁଥିବା ଅବାଧ ମଦକାରବାର ରୋକିବାକୁ ଅବକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ସ୍ବତନ୍ତ୍ର ସ୍କ୍ବାଡ୍‌। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ସ୍କ୍ବାଡ୍‌ ପକ୍ଷରୁ ପରଜଙ୍ଗ ବ୍ଲକ ଆମ୍ବପଳାସ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୦ ଲିଟର ମହୁଲି ମଦ ସହ ଅଟୋରିକ୍ସା (ଓଆର୍‌ ୧୯ ଏମ୍‌ ୭୭୩୫) ଏବଂ ସାଇକେଲ ଜବତ କରାଯାଇଛି।

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଚଳନ୍ତା ବାଇକରୁ ଟଙ୍କା ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର,୧୩।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହରର ପୁରୁଣା କୋର୍ଟ ରାସ୍ତାରେ ମଙ୍ଗଳବାର ଚଳନ୍ତା ବାଇକରୁ ୨ ଦୁର୍ବୃତ୍ତ ୧.୩ ଲକ୍ଷ ଥିବା ଏକ ଟଙ୍କା ବ୍ୟାଗ ଲୁଟି ନେଇଛନ୍ତି।

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ଆଦିବାସୀ ନାବାଳକକୁ ମାଡ଼ ଘଟଣା: ପରିଚାଳକ ଗିରଫ

ବଡ଼ସାହି,୧୩।୧୧(ସ୍ବ.ପ୍ର.):  ବଡ଼ସାହି ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଆଦିବାସୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ମଙ୍ଗଳବାର ବଡ଼ସାହି ପୋଲିସ ମେସ୍‌ ପରିଚାଳକ ଦେବବ୍ରତ ଦ୍ୱିବେଦୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ଆହତ

ଭଞ୍ଜନଗର, ୧୩।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡା ଥାନା ଅନ୍ତର୍ଗତ ରାମପଡା ଜଙ୍ଗଲରେ ପୋଲିସ ଓ ପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଧାନ୍ତ ଅପରାଧୀ ବେଣୁ ବାରିକ ଆହତ ହୋଇଛନ୍ତି। 

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୨।୧୧-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଝାଡ଼େଶ୍ୱରପୁର ଗ୍ରାମ ଶେଖବାଡ଼ରେ ସୋମବାର ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି।

ସାଙ୍ଗଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା : ୨୪ ଘଣ୍ଟା ପରେ ମୃତଦେହ ଜବତ

ସାଙ୍ଗଙ୍କୁ ବାଉଁଶ ଫାଳିଆରେ ପିଟି ହତ୍ୟା : ୨୪ ଘଣ୍ଟା ପରେ ମୃତଦେହ ଜବତ

କୁଅଁ।ରମୁଣ୍ଡା,୧୨।୧୧(ଡି.ଏନ୍‌.ଏ.)- ୨ ସାଙ୍ଗଙ୍କ ମଧ୍ୟରେ କଥା କଟାକଟିରୁ ମରଣାନ୍ତକ ଆକ୍ରମଣରେ ଜଣଙ୍କ ଜୀବନ ଯାଇଛି। ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଅଁାରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଏହି ଅମାନବିକ ଘଟଣା ଘଟିଛି। ରବିବାର ଏହି ହତ୍ୟାକାଣ୍ଡ ଘଟିଥିଲେ ହେଁ, ସୋମବାର ଉଭୟ ଥାନା ଓ ଫାଣ୍ଡି ପୋଲିସ ଖବର ପାଇ ଘଟଣାସ୍ଥଳରୁ ସମରା ବାଖ୍‌ଲା (୪୦)ଙ୍କ ରକ୍ତାକ୍ତ ମୃତଦେହ ଜବତ କରିଥିବାବେଳେ  ଅଭିଯୁକ୍ତ ନାନ୍‌ସୁଦ ବାଗେ(୪୧)ଙ୍କୁ ଗିରଫ କରି ଥାନାକୁ ଆଣିଥିଲା।

ଠିକାଦାରଙ୍କ ଉପରକୁ ଗୁଳିମାଡ଼

ଠିକାଦାରଙ୍କ ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼/ବିଶ୍ରା, ୧୨।୧୧(ଡି.ଏନ୍‌.ଏ) ସୁନ୍ଦରଗଡ ଜିଲା ବିଶ୍ରା ଥାନା ଅନ୍ତର୍ଗତ ସାରୁବାହାଲ ପୋଖରୀ ନିକଟରେ ରବିବାର ସନ୍ଧ୍ୟାରେ ଜଣେ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବ୍ଲକ ଠିକାଦାର ଭରତ ମାହୋତୋ  (୨୫)ଙ୍କ ଉପରକୁ ୪ରାଉଣ୍ଡ ଗୁଳି ଚଳାଇ ଫେରାର୍‌ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ରାଉରକେଲାସ୍ଥିତ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଠିକାଦାରଙ୍କ ଘର ବିଶ୍ରା ବ୍ଲକର ତେତିରକେଲା ଗ୍ରାମରେ।

ଅବକାରୀ ଚଢାଉ, ୬ ଗିରଫ

ଅବକାରୀ ଚଢାଉ, ୬ ଗିରଫ

ବାରିପଦା ଅଫିସ,୧୨।୧୧- ମୟୁରଭଞ୍ଜ ଜିଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି।

କଳାକନା ବୁଲାଇଲେ ଚୋର

କଳାକନା ବୁଲାଇଲେ ଚୋର

ଭୋଗରାଇ,୧୧।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଜଳସୋହରିଆ ଗ୍ରାମର ସପନ କୁଣ୍ଡୁ ତାଙ୍କ ପରିବାର ସହ ଘରେ ତାଲା ପକାଇ ଶନିବାର ରାତି ପ୍ରାୟ ସାଢେ ୮ଟା ବେଳେ ଯାତ୍ରା ଦେଖିବାକୁ ଯାଇଥିଲେ। 

୮ ମତ୍ସ୍ୟଜୀବୀ ଗିରଫ

ରାଜନଗର,୧୧ା୧୧(ଡିଏନଏ) : ଭିତରକନିକା ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ବାବା ଚନ୍ଦନେଶ୍ୱର ନାମକ ଟ୍ରଲରକୁ ଶନିବାର ସନ୍ଧ୍ୟାରେ ଜବତ କରାଯାଇଛି। ଜବତ ଟ୍ରଲରକୁ ମାଦଳୀ ମୁହାଣ ନିକଟରୁ ପାଟ୍ରୋଲିଂ ଟିମ ଜବତ କରିଛି। 

ଗୁହାଳିଆ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ : ପ୍ରାଥମିକ ତଦନ୍ତରେ ପ୍ରମାଣ ନ ମିଳିବାରୁ ଦେବପ୍ରିିୟଙ୍କ ମୋବାଇଲ ଟ୍ରାକିଂ କଲା  ପୋଲିସ

ଗୁହାଳିଆ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ : ପ୍ରାଥମିକ ତଦନ୍ତରେ ପ୍ରମାଣ ନ ମିଳିବାରୁ ଦେବପ୍ରିିୟଙ୍କ ମୋବାଇଲ ଟ୍ରାକିଂ କଲା ପୋଲିସ

ଆନନ୍ଦପୁର,୧୧।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମରେ ଗତ ୭ ତାରିଖ ଦୀପାବଳି ଦିନ ଘଟିଥିବା ଆକ୍ରମଣ ଘଟଣା ରାଜନୈତିକ ରୂପ ନେଇ ବିବାଦୀୟ ହୋଇପଡିଛି। ପୋଲିସ ଏହାର ତନାଘନା ଚଳାଇ ଗଣ୍ଡଗୋଳରେ ସମ୍ପୃକ୍ତ ଗୁହାଳିଆ ଗ୍ରାମର ମହେଶ୍ୱର ଯେନା ଏବଂ ବନିକା ଗ୍ରାମର କାଳିଆ ଯେନାଙ୍କୁ ଶନିବାର ଗିରଫ କରିଛି।

 ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ଔଷଧ ଦୋକାନୀଙ୍କୁ ମାଡ଼ମାରି ସୁନା ଚେନ୍‌ ଲୁଟ୍‌

ବାଲିଅନ୍ତା,୧୦।୧୧(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ଖମଙ୍ଗ-କାକରୁଦ୍ରପୁର  ରାସ୍ତାର ଭୂତପଦା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଔଷଧ ଦୋକାନୀଙ୍କଠାରୁ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ କାକରୁଦ୍ରପୁର ଗ୍ରାମର ପ୍ରସନ୍ନ  କୁମାର ସାହୁ। 

୮୦ ଲିଟର ଦେଶୀମଦ ଓ ୨୨୨୫ ଲିଟର ପୋଚ ଜବତ, ୨ ମହିଳାଙ୍କ ସମେତ ୩ ଜେଲ ଗଲେ

୮୦ ଲିଟର ଦେଶୀମଦ ଓ ୨୨୨୫ ଲିଟର ପୋଚ ଜବତ, ୨ ମହିଳାଙ୍କ ସମେତ ୩ ଜେଲ ଗଲେ

 ରଣପୁର,୧୦ା୧୧ (ସ୍ବ.ପ୍ର.)- ରଣପୁର ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଶୁକ୍ରବାର କଟକ ଓ ରଣପୁର ଅବକାରୀ ବିଭାଗ କର୍ମଚାରୀ ଚଢାଉ କରି ୮୦ ଲିଟର ଦେଶୀମଦ ସହିତ ୨୨୨୫ ଲିଟର ପୋଚ ଜବତ କରିଛନ୍ତି। 

ବେଗୁନିଆର ଦେଉଳି ଜଙ୍ଗଲରୁ ଯୁବକ ଅଟକ ଘଟଣା: ମାଓବାଦୀ ନୁହନ୍ତି, ଶ୍ରମିକ

ବେଗୁନିଆର ଦେଉଳି ଜଙ୍ଗଲରୁ ଯୁବକ ଅଟକ ଘଟଣା: ମାଓବାଦୀ ନୁହନ୍ତି, ଶ୍ରମିକ

ବେଗୁନିଆ,୧୦ା୧୧ (ଡି.ଏନ.ଏ.) : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମ ନିକଟସ୍ଥ ଜଙ୍ଗଲ ପରିସରରେ ଥିବା ଗୋଜା ମୁଣ୍ଡିଆରେ ୨ ମାସ ହେଲା ମାଓବାଦୀଙ୍କ କ୍ୟାମ୍ପକୁ ନେଇ ଚର୍ଚ୍ଚା ଜୋର ହେଉଥିଲା। ଏହାକୁ ନେଇ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। 

ମା’କୁ ପିଟିବାବେଳେ ଅଟକାଇବାରୁ ପୁଅକୁ କଟୁରିରେ ହାଣିଲେ ବାପା

ମା’କୁ ପିଟିବାବେଳେ ଅଟକାଇବାରୁ ପୁଅକୁ କଟୁରିରେ ହାଣିଲେ ବାପା

ଭୁବନେଶ୍ୱର, ୧୦ା୧୧(ବ୍ୟୁରୋ)- ନିଶା ଖାଇ ସ୍ବାମୀ ସ୍ତ୍ରୀଙ୍କ ସହିତ ଝଗଡ଼ା କଲେ। ଏପରି କି ସ୍ତ୍ରୀଙ୍କୁ ମାଡ଼ ମାରିବାକୁ ହାତ ଉଠାଇଲେ। କିନ୍ତୁ ଏହାକୁ ସହ୍ୟ କରିପାରିଲେନି ପୁଅ। ସେ ବାପାଙ୍କୁ ଅଟକାଇବାରୁ ବାପା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ସାଲିଆସାହିର ଆଦିବାସୀ ଗଁାରେ।

ସୋସିଆଲ ମିଡିଆରେ ଯୁବତୀଙ୍କୁ ବଦନାମ କରି ଯୁବକ ଗିରଫ

ସୋସିଆଲ ମିଡିଆରେ ଯୁବତୀଙ୍କୁ ବଦନାମ କରି ଯୁବକ ଗିରଫ

ରାଉରକେଲା ଅଫିସ,୯।୧୧- ଜଣେ ଯୁବତୀଙ୍କୁ ଗତ ମାସାଧିକ ସମୟ ହେବ ସୋସିଆଲ ମିଡିଆରେ ବଦନାମ କରୁଥିବା ଯୁବକଙ୍କୁ ରାଉରକେଲା ସାଇବର ଥାନା ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ନାଁ ପ୍ରଦୀପ ତିର୍କୀ (୨୮)। ସେ କିଞ୍ଜିରିକେଲା ଥାନା ଅନ୍ତର୍ଗତ ଖମାରିମୁଣ୍ଡା ବାସିନ୍ଦା ବୋଲି ଜଣାଯାଇଛି। ଏ ନେଇ ପୋଲିସ ଦଫା ୩୫୪ (ଡି)/୪୪୬/୪୬୯/୫୦୦ ଆଇପିସି, ଆର୍‌/ଡବ୍ଲୁ ୬୬ (ସି)/୬୭ ଆଇଟି ଆକ୍ଟ ୨୦୦୮ରେ ଏକ ମାମଲା (ନଂ-୮/୨୦୧୮) ରୁଜୁ କରିଛି। ଅଇଆଇସି 

କୂଅରୁ ମା’ପୁଅଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ: ବିବାହ ପାଇଁ ଜିଦ୍‌ ଧରିବା କାଳହେଲା, ଯୁବକ ଗିରଫ

କୂଅରୁ ମା’ପୁଅଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ: ବିବାହ ପାଇଁ ଜିଦ୍‌ ଧରିବା କାଳହେଲା, ଯୁବକ ଗିରଫ

ନୂଆଗାଁ, ୯।୧୧(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ବାରିଲେପଟା ପଞ୍ଚାୟତର ଗୁଡୁଗୁଡା ଟେୟଁଟୋଲିର ଏକ କୂଅରୁ ମା’ ଓ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଉଭୟଙ୍କୁ ତଣ୍ଟିଚିପି  ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଗୁରୁବାର ପୋଲିସ ଅଭିଯୁକ୍ତ ଇନସେଣ୍ଟ ଏକ୍କା (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଇନସେଣ୍ଟ ଉଭୟଙ୍କୁ ହତ୍ୟାକରି କୂଅରେ ପିଙ୍ଗି ଦେଇଥିବା ସ୍ବୀକାର କରିଛନ୍ତି। 

ମାଓବାଦୀ କ୍ୟାମ୍ପରେ ଚଢାଉ: ବିପୁଳ ସାମଗ୍ରୀ ଜବତ

ମାଓବାଦୀ କ୍ୟାମ୍ପରେ ଚଢାଉ: ବିପୁଳ ସାମଗ୍ରୀ ଜବତ

କଣ୍ଟାବାଞ୍ଜି,୮।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ପୋଲିସର କୋମ୍ବିଂ ଅପରେଶନ ବେଳେ  ବୁଧବାର ରାତିରେ ତୁରେକେଲା ଥାନା ଅଧୀନ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲରୁ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛି। ପୋଲିସ କ୍ୟାମ୍ପରୁ ମାଓବାଦମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି। ମାଓବାଦୀମାନ ଘଟଣାସ୍ଥଳରୁ ଫେରାର ହୋଇଥିବା ଗୁରୁବାର ତୁରେକେଲା ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବଲାଙ୍ଗୀର ଏସ୍‌ପି କେ.ଶିବା ସୁବ୍ରମଣୀ, ସିଆର୍‌ପିଏଫ କମାଣ୍ଡାଣ୍ଟ ଯୋଗେନ୍ଦ୍ର ସିଂ ମୋରିଆ ଏହି ସୂଚନା ଦେଇଛନ୍ତି। 

ଛାତ୍ରୀଙ୍କୁ କ୍ରୀଡ଼ା ଶିକ୍ଷକଙ୍କ ଅସଦାଚରଣ, ସ୍କୁଲ ପରିସରରେ ଉତ୍ତେଜନା

ଛାତ୍ରୀଙ୍କୁ କ୍ରୀଡ଼ା ଶିକ୍ଷକଙ୍କ ଅସଦାଚରଣ, ସ୍କୁଲ ପରିସରରେ ଉତ୍ତେଜନା

ମହାକାଳପଡ଼ା, ୮।୧୧ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତ ତରପଦାସ୍ଥିତ କୁଞ୍ଜବିହାରୀ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜନୈକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି।  ଏ ନେଇ ଗୁରୁବାର ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ସ୍କୁଲ ପରିସରରେ ଭଙ୍ଗାରୁଜା କରିଛନ୍ତି। 

୧୪୦ ଲିଟର ଚୋରା ମଦ ଜବତ: ଜଣେ ଗିରଫ, ୨ ଫେରାର

୧୪୦ ଲିଟର ଚୋରା ମଦ ଜବତ: ଜଣେ ଗିରଫ, ୨ ଫେରାର

ନୀଳଗିରି,୮।୧୧(ଡି.ଏନ.ଏ.): ବାଲେଶ୍ବର ଜିଲା ନୀଳଗିରି ବ୍ଲକର ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢାଉ କରି ୧୪୦ ଲିଟର ଦେଶୀ ମଦ ସହ ବାଇକ ଜବତ କରିଛି।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ବଢ଼ୁଛି ଦାଦାଗିରି

ଖୋର୍ଦ୍ଧା ଅଫିସ,୮।୧୧-ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ନକଲି ରସିଦରେ ପାର୍କିଂ ଫି ଆଦାୟ ଚାଲିଛି। ପୋଲିସ ବିଭିନ୍ନ ସମୟରେ ବେଆଇନ ପାର୍କିଂ ଫି ଆଦାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ ବି ଏହା ଉପରେ ଲଗାମ ଲଗାଯାଇପାରୁନି।

ଦୁଇ ପରିବାର ମଧ୍ୟରେ ମାରପିଟ: ଜଣେ ମୃତ

ଦୁଇ ପରିବାର ମଧ୍ୟରେ ମାରପିଟ: ଜଣେ ମୃତ

ବାରିପଦା ଅଫିସ, ୮।୧୧: ଗୋରୁମହିଶାଣି ଥାନା ଅଧୀନ ଡଙ୍ଗାାପାଣି ଗ୍ରାମରେ ଦୁଇ ପରିବାର ମଧ୍ୟରେ ମାରପିଟ ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। 

 ରାଜନଅର ଗୁଳିକାଣ୍ଡ ଘଟଣା: ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜନଅର ଗୁଳିକାଣ୍ଡ ଘଟଣା: ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଜୟପୁର,୮।୧୧(ନି.ପ୍ର.): ଗତ ସେପ୍ଟେମ୍ବର ୨୫ ତାରିଖରେ କୋରାପୁଟ ଜିଲା ଜୟପୁର ସହର ମୁଖ୍ୟରାସ୍ତା ରାଜନାହାରଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅପରାଧିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଦୀର୍ଘ ୪୦ ଦିନ ପରେ ଅଭିଯୁକ୍ତ ବିକାଶ ପାତ୍ରଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।

ଚୋରା କୋଇଲା ବୋଝେଇ ଟ୍ରକ ଜବତ,ଡ୍ରାଇଭର ଗିରଫ

ଚୋରା କୋଇଲା ବୋଝେଇ ଟ୍ରକ ଜବତ,ଡ୍ରାଇଭର ଗିରଫ

ଚାନ୍ଦବାଲି, ୮ା୧୧(ଡି.ଏନ.ଏ.): ଧାମରାରୁ ଭଦ୍ରକ ଅଭିମୁଖେ ଯାଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ବାଂଶଡ଼ା ପୋଲିସ ବୁଧବାର ରାତିରେ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।