ଅପରାଧ

ପୂର୍ବ ଶତ୍ରୁତା: ସରନଉତି ଗ୍ରାମରେ ବାପା, ପୁଅଙ୍କୁ ଆକ୍ରମଣ

ପୂର୍ବ ଶତ୍ରୁତା: ସରନଉତି ଗ୍ରାମରେ ବାପା, ପୁଅଙ୍କୁ ଆକ୍ରମଣ

ସୋରଡା,୧।୪(ଡି.ଏନ୍‌.ଏ.): ସୋରଡା ବ୍ଲକ ସରନଉତି ଗ୍ରାମରେ ରବିବାର ସକାଳେ ଗ୍ରାମର ସନ୍ନ୍ୟାସୀ ଗୌଡ ଓ ତାଙ୍କ ବାପା କାଳିଆ ଗୌଡଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏଥିରେ ସନ୍ନ୍ୟାସୀଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଲାଗିଛି। ସେହିଭଳି ବାପା କାଳିଆ ପୁଅକୁ ରକ୍ଷା କରିବାକୁ ଯିବା ସମୟରେ ଗୁରୁତର ଆହତ ହୋଇଛନ୍ତି।

୧୧ ଜୀବନ୍ତ ବୋମା ଉଦ୍ଧାର, ଖୋର୍ଦ୍ଧା ଟାଉନ ଥାନା ପୋଲିସର ଖୋଳତାଡ଼

୧୧ ଜୀବନ୍ତ ବୋମା ଉଦ୍ଧାର, ଖୋର୍ଦ୍ଧା ଟାଉନ ଥାନା ପୋଲିସର ଖୋଳତାଡ଼

ଖୋର୍ଦ୍ଧା ଅଫିସ,୧।୪: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଲୋକେଶ୍ୱରପୁର ନିକଟସ୍ଥ ବିକାଶନଗର ଆମ୍ବ ବଗିଚାରୁ ରବିବାର ପୂର୍ବାହ୍ନରେ ୧୧ଟି ଜୀବନ୍ତ ବୋମା ଉଦ୍ଧାର କରିଛି।

ଟୋଲ ଗେଟ୍‌ ନିକଟରୁ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ୩.୨୮ ଲକ୍ଷ ଜବତ

ଟୋଲ ଗେଟ୍‌ ନିକଟରୁ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ: ୩.୨୮ ଲକ୍ଷ ଜବତ

ପୁରୀ ଅଫିସ, ୩୧ା୩- ପୁରୀ ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ନିରଜ କୁମାର ଦାଶ ଶନିବାର ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିରଜ ଏକ ବୋଲେରୋ(ଓଡି ୧୩ ଏଚ୍‌ ୫୭୫୬) ଯୋଗେ ଲକ୍ଷାଧିକ ଟଙ୍କା ଧରି ପୁରୀରୁ ଭୁବନେଶ୍ୱର ଯାଉଥିବା ଖବର ପାଇ ପୁରୀ ଭିଜିଲାନ୍ସ ୟୁନିଟ୍‌ ପିପିଲି ଟୋଲ ଗେଟ ନିକଟରେ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ୩ଲକ୍ଷ ୨୮ହଜାର ଟଙ୍କା ଜବତ ହୋଇଥିଲା।

ହଳଦୀପଡ଼ିଆ ବସ୍ତିରେ ପୋଲିସର ଚଢ଼ାଉ: ୯୦ ବ୍ୟବସାୟୀଙ୍କ ମଧ୍ୟରୁ ଧରାପଡ଼ିଲେ ଦୁଇ, ୩୦ ଗ୍ରାମ ବ୍ରାଉନସୁଗାର ଜବତ

ହଳଦୀପଡ଼ିଆ ବସ୍ତିରେ ପୋଲିସର ଚଢ଼ାଉ: ୯୦ ବ୍ୟବସାୟୀଙ୍କ ମଧ୍ୟରୁ ଧରାପଡ଼ିଲେ ଦୁଇ, ୩୦ ଗ୍ରାମ ବ୍ରାଉନସୁଗାର ଜବତ

କଟକ ରୋଡ୍‌, ୩୧।୩(ଡି.ଏନ୍‌.ଏ.)- ହଳଦୀପଡ଼ିଆ ବସ୍ତିର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ ଚାଲିଛି। ୯୦ ବ୍ରାଉନସୁଗାର ବ୍ୟବସାୟୀ ଏହି କାରବାର ଚଳାଇବା ସାଙ୍ଗକୁ ପୂରା ସହରରେ ଏହି ବ୍ୟବସାୟକୁ ନିୟନ୍ତ୍ରଣ କରୁଛନ୍ତି। ସମ୍ପୃକ୍ତ ବ୍ୟବସାୟୀଙ୍କର ଏକ ତାଲିକା ପୋଲିସ କମିଶନର ଓ୍ବାଇ.ବି. ଖୁରାନିଆଙ୍କୁ ନିଆଯାଇଥିଲା। ଏ ନେଇ ଧରିତ୍ରୀ ପକ୍ଷରୁ ଗତ ୨୯ ତାରିଖରେ ‘ହଳଦୀପଡ଼ିଆରେ ୯୦ ପାଉ ବ୍ୟବସାୟୀ’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଶନିବାର ଲକ୍ଷ୍ମୀସାଗର ପୋଲିସ ହଳଦୀପଡ଼ିଆ ବସ୍ତିରେ ଚଢ଼ାଉ କରି ୨ ବ୍ୟବସାୟୀଙ୍କୁ ଗିରଫ କରିଛି।

ଓପେପା ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ: ଠୁଳ କରିଥିଲେ ଆୟ ବହିର୍ଭୁତ ସମ୍ପତ୍ତି

ଓପେପା ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ: ଠୁଳ କରିଥିଲେ ଆୟ ବହିର୍ଭୁତ ସମ୍ପତ୍ତି

କଟକ ଅଫିସ, ୩୧।୩- ଓଡ଼ିଶା ପ୍ରାଇମେରୀ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓପେପା)ର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଧ୍ରୁବଚରଣ ରାଉତଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯିବ। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଅଧିକୃତ ଅଧିକାରୀ ଏହି ଚୂଡାନ୍ତ ଆଦେଶ ଦେଇଛନ୍ତି।

ଘରୋଇ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌: ଭୁଜାଲିରେ ହାଣି ୨୭ଲକ୍ଷ ଝାମ୍ପିନେଲେ

ଘରୋଇ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌: ଭୁଜାଲିରେ ହାଣି ୨୭ଲକ୍ଷ ଝାମ୍ପିନେଲେ

କଟକ ଅଫିସ, ୩୧।୩- ଦିନ ଦିପ୍ରହରରେ ଡକାୟତି। ଜଗତ୍‌ପୁର ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ଏକ ଘରୋଇ ବ୍ୟାଙ୍କ ସମ୍ମୁଖରେ ଶନିବାର ଅପରାହ୍ନରେ ଘଟିଛି ଏହି ଘଟଣା। ୨ଜଣ ଦୁର୍ବୃତ୍ତ ଏକ ଘରୋଇ ନିର୍ମାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ଭୁଜାଲିରେ ହାଣି ତାଙ୍କ ବ୍ୟାଗରେ ଥିବା ୨୭ ଲକ୍ଷ ଟଙ୍କା ଛଡାଇ ନେଇଛନ୍ତି। ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍‌ ପୋଲିସର ଦୁର୍ବଳତାକୁ ପଦାରେ ପକାଇଛି। ସଂସ୍ଥା ପକ୍ଷରୁ ଏ ନେଇ ଜଗତପୁର ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା(୬୪/୧୮) ରୁଜୁକରି ତଦନ୍ତ ଆରମ୍ଭ କରିଛି।

ଚିନ୍ତା ବଢ଼ାଇଛି ସୁନା ଚାଲାଣ: ବିମାନବନ୍ଦରରୁ ପୁଣି ୧୦ ଲକ୍ଷର ସୁନା ଜବତ

ଚିନ୍ତା ବଢ଼ାଇଛି ସୁନା ଚାଲାଣ: ବିମାନବନ୍ଦରରୁ ପୁଣି ୧୦ ଲକ୍ଷର ସୁନା ଜବତ

ଭୁବନେଶ୍ୱର, ୩୧।୩(ବ୍ୟୁରୋ)- ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୧୦ ଲକ୍ଷ ଟଙ୍କାର ସୁନା। ଜଣେ ଯାତ୍ରୀ ବ୍ୟାଙ୍କକ୍‌ରୁ ଏହି ସୁନା ଧରି ଏଲ୍‌-୩୩୯ ବିମାନରେ ଭୁବନେଶ୍ୱର ଆସୁଥିଲେ। ଏ ନେଇ କଷ୍ଟମ ବିଭାଗକୁ ସୂଚନା ମିଳିଥିଲା। ବିଭାଗ ପକ୍ଷରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନବନ୍ଦର ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କଠାରୁ ୩୦୪ ଗ୍ରାମ୍‌ରୁ ଊର୍ଦ୍ଧ୍ୱ ଓଜନର ସୁନା ମିଳିଥିଲା।

୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

କଟକ ରୋଡ଼,୩୧।୩(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ପୋଲିସ ଶନିବାର ୨ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ବାଲିପାଟପୁର ଗ୍ରାମର ଅଦିତ ବେପାରୀ ଓ ହଳଦିପଡ଼ିଆ ବସ୍ତିରେ ରହୁଥିବା ସୋନୁ ଖାନ୍‌। ସେମାନଙ୍କଠାରୁ ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ନାଲ୍‌କୋ କ୍ୱାର୍ଟର୍ସରୁ ସୁନାଗହଣା ଚୋରି

ନାଲ୍‌କୋ କ୍ୱାର୍ଟର୍ସରୁ ସୁନାଗହଣା ଚୋରି

ବଅଁରପାଳ,୩୧।୩(ଡି.ଏନ୍‌.ଏ.): ନାଲ୍‌କୋ କଲୋନୀର ସି ୬୫ରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କ୍ୱାର୍ଟର୍ସର ତାଲାଭାଙ୍ଗି ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଚୋରି କରିନେଇଛନ୍ତି।

ଜମି ଦେବା ଆଳରେ କୋଟିଏ ଠକେଇ: ବିଡିଏ ଅମିନ ଗିରଫ

ଜମି ଦେବା ଆଳରେ କୋଟିଏ ଠକେଇ: ବିଡିଏ ଅମିନ ଗିରଫ

ଭୁବନେଶ୍ୱର, ୩୦।୩(ବ୍ୟୁରୋ)- ଜମି ଦେବା ଆଳରେ ବହୁ ଲୋକଙ୍କୁ ଠକେଇ କରୁଥିଲେ। ନିଜେ ବିଡିଏରେ କାମ କରୁଥିବାରୁ ସହଜରେ ଜମି ଦେବେ ବୋଲି କହି ଲୋକଙ୍କୁ ଭୁଅଁା ବୁଲାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଏପରି କି ଥରେ ଜେଲ ଯାଇ ମଧ୍ୟ ଟଙ୍କା ଲୁଟ କରିବା ନିଶା ଛାଡି ନ ଥିଲା। ଜେଲରୁ ଜାମିନରେ ଆସି ପୁଣି ଠକେଇ କରି ଚାଲିଥିଲେ।

ବେଆଇନ କରତକଳ ଉପରେ ଚଢାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତକଳ ଉପରେ ଚଢାଉ, ଯନ୍ତ୍ରାଂଶ ଜବତ

କାକଟପୁର, ୩୦।୩(ଡି.ଏନ୍‌.ଏ.): କାକଟପୁର ଅଞ୍ଚଳର ମେଡିକାଲ ଛକ, କଟକଣା, ଶୁକପୋଖରୀ, ବାଜପୁର ପ୍ରଭୃତି ସ୍ଥାନରେ ଦୀର୍ଘଦିନ ହେବ ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ଶୁକ୍ରବାର ପୁରୀ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବହୁ ଯନ୍ତ୍ରାଂଶ ଜବତ ହୋଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅସ୍ତରଙ୍ଗ ରେଞ୍ଜର କହିଛନ୍ତି।

ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଚୋରି

ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଚୋରି

କଟକ ରୋଡ, ୩୦।୩(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ବିଡିଏ କଲୋନୀ ଷ୍ଟେଜ୍‌-୪ରେ ଥିବା ତାରିଣୀ ସଫ୍ଟଓ୍ବେର ସଲ୍ୟୁଶନ ନାମକ ସଂସ୍ଥାରୁ ଶୁକ୍ରବାର ଭୋର ୪ଟାରେ ବହୁ ସଂଖ୍ୟାର କମ୍ପ୍ୟୁଟର ଓ ଲାପ୍‌ଟପ୍‌ ଚୋରି ହୋଇଛି। ଏ ନେଇ ସଂସ୍ଥା ମାଲିକ ସଂଗ୍ରାମ ବରାଳ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ସାମଗ୍ରୀ ମଧ୍ୟରେ ୩ କମ୍ପ୍ୟୁଟର, ସିପିୟୁ, ପ୍ରିଣ୍ଟର, ହାର୍ଡଡିକ୍ସ, ୟୁପିଏସ୍‌ ଓ ଲାପ୍‌ଟପ୍‌ ଆଦି ରହିଥିବା ଏତଲାରେ ଦର୍ଶାଯାଇଛି।

ଜାଲ ନୋଟ ଜବତ: ୩ ଅଭିଯୁକ୍ତ ଗିରଫ

ଜାଲ ନୋଟ ଜବତ: ୩ ଅଭିଯୁକ୍ତ ଗିରଫ

ରାୟଗଡା ଅଫିସ,୩୦।୩: ରାୟଗଡା ଜିଲା ଚାନ୍ଦିଲି ଥାନା ପୋଲିସ ଦ୍ୱାରା ଜାଲ ନୋଟ କାରବାର କରୁଥିବା ୩ ଅଭିଯୁକ୍ତ ଗିରଫ ଓ ସେମାନଙ୍କଠାରୁ ୫ଶହ ଟଙ୍କିଆ ୯ଟି ନୋଟ ମୋଟ ୪ହଜାର ୫ଶହ ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ କୋଲନରା ବ୍ଲକର ପିପିଲି ସାହିରେ ରହୁଥିବା ରଞ୍ଜନ ଜେନା ଏବଂ ତାଙ୍କ ପିତା ଯଶୋବନ୍ତ ଜେନା, ଅନ୍ୟ ଜଣେ ଯଶୋବନ୍ତଙ୍କ ସଡୁଙ୍କ ଭାଇ ପଣସବୁଡା ସାହିର ରାଜକୁମାର ପାଣି।

ଚାକିରି ଆଶାରେ ଦୁଇ ଯୁବକ ଠକାମିର ଶିକାର

ଚାକିରି ଆଶାରେ ଦୁଇ ଯୁବକ ଠକାମିର ଶିକାର

ପାଟଣା,୨୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ମଜୁରବିନ୍ଧା ସାହିର ଯାଦବ ମହାନ୍ତ(୨୮) ଓ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମର ଡମ୍ବରୁଧର ମହାନ୍ତ(୨୧) ଠକାମିର ଶିକାର ହୋଇଥିବା ଗୁରୁବାର ଅଭିଯୋଗ ହୋଇଛି। ଉଭୟଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଏକ କମ୍ପାନୀ ସେମାନଙ୍କଠାରୁ ୩୨,୨୦୦ ଟଙ୍କା ନେଇ ଯାଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି।

ସିସିଟିଭି ଫୁଟେଜ୍‌ରୁ ମିଳିଲା ଚୋରି ସନ୍ଧାନ, ୨ ସାଇକେଲ ଉଦ୍ଧାର

ସିସିଟିଭି ଫୁଟେଜ୍‌ରୁ ମିଳିଲା ଚୋରି ସନ୍ଧାନ, ୨ ସାଇକେଲ ଉଦ୍ଧାର

ବାସୁଦେବପୁର, ୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘର ପୋଖରୀସ୍ଥିତ ବାଲିମେଦ ସେବା ସମବାୟ ସମିତିର ୨ କର୍ମଚାରୀଙ୍କ ଚୋରି ଯାଇଥିବା ସାଇକେଲ ମିଳିଛି। ଗତ ୨୭ ତାରିଖରେ ଉକ୍ତ ସାଇକେଲ ଚୋରି ହୋଇଥିଲା। ସିସିଟିଭି ଫୁଟେଜ୍‌ରୁ ସନ୍ଧାନ ପାଇ ନାୟକାଣିଡିହୀ ପୋଲିସ ଗୁରୁବାର ସାଇକେଲ ଦୁଇଟିକୁ ଉଦ୍ଧାର କରିଛି।

ବଚସାରୁ ବାପାଙ୍କ ଆକ୍ରମଣ, ପୁଅ ମୃତ

ବଚସାରୁ ବାପାଙ୍କ ଆକ୍ରମଣ, ପୁଅ ମୃତ

ଯାଜପୁର ଅଫିସ/ବିରଜାକ୍ଷେତ୍ର, ୨୯।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ପୋଦନା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ଲଙ୍ଗଳକଣ୍ଟି ମାଡ଼ରେ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର ବେହେରା

ଦିନ ଦ୍ୱିପ୍ରହରରେ ମହିଳାଙ୍କଠାରୁ ୪୨ ହଜାର ଲୁଟ୍‌, କଳା ପଲସରରେ ଆସି ଝାମ୍ପିନେଲେ ଦୁର୍ବୃତ୍ତ

ଦିନ ଦ୍ୱିପ୍ରହରରେ ମହିଳାଙ୍କଠାରୁ ୪୨ ହଜାର ଲୁଟ୍‌, କଳା ପଲସରରେ ଆସି ଝାମ୍ପିନେଲେ ଦୁର୍ବୃତ୍ତ

ଡେରାବିଶ, ୨୮।୩(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ଥାନା ୫ନଂ(କ) ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ବୁଧବାର ଅପରାହ୍ନ ୨ଟାରେ ଜଣେ ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁଇଜଣ ଦୁର୍ବୃତ୍ତ କଳା ପଲସର୍‌ରେ ଆସି ମହିଳାଙ୍କଠାରୁ ୪୨ହଜାର ଟଙ୍କା ଲୁଟି ନେଇଛନ୍ତି।

ଜମନକିରାରେ ଚୋର ସକ୍ରିୟ: ୩ ଘରୁ ଲୁଟିନେଲେ ୨୦ହଜାରରୁ ଅଧିକ ଟଙ୍କା

ଜମନକିରାରେ ଚୋର ସକ୍ରିୟ: ୩ ଘରୁ ଲୁଟିନେଲେ ୨୦ହଜାରରୁ ଅଧିକ ଟଙ୍କା

ଜମନକିରା, ୨୭।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ପୋଷ୍ଟ ଅଫିସ ପଡ଼ାସ୍ଥିତ ଭିନ୍ନ ଭିନ୍ନ ୩ଟି ଘରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି।

ବିଟ୍‌ କଏନ୍‌ ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ୨ଗିରଫ

ବିଟ୍‌ କଏନ୍‌ ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ୨ଗିରଫ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜଧାନୀରେ ଅଭିନବ ଉପାୟରେ ଏକ ଠକେଇ ହୋଇଛି। ବିଟ୍‌ କଏନ୍‌ ନାଁରେ ଅଭିଯୁକ୍ତମାନେ ଟଙ୍କା ୨ଗୁଣା କରିଦେବାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାପରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ସ୍ବାଇପ୍‌ ମେଶିନ୍‌, ୩ ମୋବାଇଲ, ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି।

୪୫ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ଗିରଫ

୪୫ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ଗିରଫ

ଚନ୍ଦ୍ରଶେଖରପୁର,୨୬।୩(ଡି.ଏନ୍‌.ଏ.): ଚନ୍ଦ୍ରଶେଖରପୁର ଥାନା ପଟିଆସ୍ଥିତ ଏକ ଭଡ଼ାଘରୁ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ବିସି) ଚଢ଼ାଉକରି ୪୫ କି.ଗ୍ରା. ଗଞ୍ଜେଇ ଜବତ କରିଛି।

ନାବାଳିକାଙ୍କୁ ଅପହରଣ, ବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ/ସୋହେଲା,୨୬।୩: ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ସୋମବାର ବରଗଡ଼ ଜିଲା ସୋହେଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ୨୦୧୭ରେ ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଏବଂ ଅଭିଯୁକ୍ତ ଟ୍ୟୁଶନ ସାର୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ଚାକିରି ଦେବା ନାଁରେ ଠକେଇ: ଜଣେ ନାବାଳିକା, ୩ ଯୁବତୀ ଉଦ୍ଧାର

ଚାକିରି ଦେବା ନାଁରେ ଠକେଇ: ଜଣେ ନାବାଳିକା, ୩ ଯୁବତୀ ଉଦ୍ଧାର

ଖୋର୍ଦ୍ଧା ଅଫିସ,୨୬।୩: ଚାକିରି ଦେବା ନାଁରେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳରୁ ରାଉରକେଲା ଚାଲାଣ ହେଉଥିବା ଜଣେ ନାବାଳିକା ଓ ୩ ଯୁବତୀଙ୍କୁ ଖୋର୍ଦ୍ଧା ଜିଲା ପୋଲିସର ଏକ ଟିମ୍‌ ଉଦ୍ଧାର କରିଛି। ଏଥିସହ ମିଥ୍ୟା ପ୍ରଲୋଭନ ଦେଖାଇଥିବା ଚାଲାଣକାରୀ ବାଣପୁର ଜିଆଙ୍କ ସାହିର ବିଦ୍ୟାଧର ପଣ୍ଡା(୪୫)ଙ୍କୁ ପୋଲିସ ରାଉରକେଲା ଅଞ୍ଚଳରୁ ଗିରଫ କରିଛି।

୨ କାର୍‌ ସହ ୧.୨ କୁଇଣ୍ଟାଲ ଗଞ୍ଜେଇ ଜବତ : ୮  ଗିରଫ

୨ କାର୍‌ ସହ ୧.୨ କୁଇଣ୍ଟାଲ ଗଞ୍ଜେଇ ଜବତ : ୮ ଗିରଫ

ଭୁବନେଶ୍ୱର, ୨୫।୩(ବ୍ୟୁରୋ)- ମାଲକାନଗିରିରୁ କଲିକତା ଭାୟା ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଛି। ପୋଲିସ ଏବଂ ଅବକାରୀ ବିଭାଗ ନଜରରୁ ବର୍ତ୍ତିବା ଲାଗି ଚୋରା ବେପାରୀମାନେ ଦାମୀ କାର୍‌ରେ ଏହାକୁ ଚାଲାଣ କରୁଛନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଧରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ।

ପିଲାକଳିରୁ ଯୁବକଙ୍କୁ ପୋଡ଼ି ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ବସ୍ତିରୁ ତଡ଼ିବାକୁ ଯୋଜନା

ଚନ୍ଦ୍ରଶେଖରପୁର(ଡି.ଏନ୍‌.ଏ)/ଭୁବନେଶ୍ୱର(ବ୍ୟୁରୋ), ୨୫।୩: ପିଲା କଳିରୁ ଚିରଗୋଟୋଲା ବସ୍ତିରେ ବଣ୍ଟି ସକ୍‌ସେନା ନାମକ ଯୁବକଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ପ୍ରିୟା ସକ୍‌ସେନା ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ହେଲେ ଏଯାଏ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏପରି ସ୍ଥଳେ ବସ୍ତିରେ ରହୁଥିବା ରହୁଥିବା ଜଣେ କନଷ୍ଟେବଳ ସ୍ଥାନୀୟ କେତେଜଣ ବ୍ୟକ୍ତିଙ୍କୁ ହାତ କରି ପ୍ରିୟା ଏବଂ ତାଙ୍କର ୪ ପିଲାଙ୍କୁ ବସ୍ତିରୁ ତଡ଼ିବାକୁ ଯୋଜନା କରିଛନ୍ତି।