ଅପରାଧ

ମୋବାଇଲ ଟାୱାରରୁ ବ୍ୟାଟେରୀ  ଚୋରି

ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି

ଭଦ୍ରକଅଫିସ, ୮।୨: ଭଦ୍ରକ ଜିଲାରେ ବ୍ୟାଟେରୀ  ଚୋର  ର଼୍ୟାକେଟ  ସକ୍ରିୟ   ହୋଇଉଠିଛନ୍ତି। ଗୁରୁବାର ରାତିରେ ଦୁଇଟି ମୋବାଇଲ ଟାୱାର ଗୁଆମାଳ ଓ କୁବେରାରୁ ୭୨ ଟି ବେଟେରୀ ଚୋରି ହୋଇଛି। ଏହାକୁ ମିଶାଇ ଗତ ତିନି ଦିନରେ ୫ଟି ଟାୱାରରୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚୋରି ହୋଇଥିବା ଜଣାପଡ଼ିଛି।

ବାପାଙ୍କୁ ପିଟି  ହତ୍ୟା, ଅଭିଯୁକ୍ତ ଗିରଫ

ବାପାଙ୍କୁ ପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ୍‌,୭ା୨- ବ୍ରହ୍ମପୁର ସଦରଥାନା ଅଧୀନ ଲାଠି ଗ୍ରାମର ଦଣ୍ଡାସୀ ସାହିରେ ଗୁରୁବାର ଭୋର୍‌ରେ ଏକ ହତ୍ୟାକାଣ୍ଡ ଘଟିଛି ା ସାହି ଦାଣ୍ଡରେ ନିଜ ବାପାଙ୍କୁ ନିଶାସକ୍ତ ପୁଅ ଅମାନୁଷିକ ଭାବେ ପିଟି ହତ୍ୟା କରିଥିବା ଦେଖିବାକୁ ମିଳିଛି ା ମୃତକ ହେଲେ ଅଭିମନ୍ୟୁ ନାୟକ(୬୦) ା ଏନେଇ ଅଭିମନ୍ୟୁଙ୍କ ସାନଭାଇ ଶିବରାମଙ୍କ ଏତଲାକୁ ଭିତ୍ତିକରି  ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପୁଅ ସୀମାଞ୍ଚଳ ନାୟକଙ୍କୁୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ା 

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ଅଭିଯୁକ୍ତ ଗିରଫ

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ଅଭିଯୁକ୍ତ ଗିରଫ

ରାସୋଳ, ୭।୨(ଡି.ଏନ.ଏ.)-ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ରାସୋଳ ଥାନା ପୋଲିସ ଗୁଆଗରିଆ ଗ୍ରାମର ରାକ୍ଷୀ ବେହେରାଙ୍କୁ ବୁଧବାର ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ୨ବର୍ଷ ହେଲା ଅଭିଯୁକ୍ତ  ରାକ୍ଷୀଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

ଚୋରାମଦ ବିକ୍ରି ବେଳେ ଧରାପଡ଼ିଲେ ୨ ବେପାରୀ

ଭଣ୍ଡାରିପୋଖରୀ, ୭।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରାମଦ ବିକ୍ରି କରୁଥିବା ବେଳେ ୨ ବେପାରୀଙ୍କୁ ଗିରଫ ସହ ମଦ ଜବତ କରିଛି। ସେମାନେ ହେଲେ ଚକ୍ରଧର ଜେନା ଓ କୁରିଗଁା ଗ୍ରାମର ସୁବାସ ବେହେରା। ଏନେଇ ପୋଲିସ ୨ଟି ମାମଲା (ନଂ.୧୩/୧୯ ଓ ୧୪/୧୯) ରୁଜୁ କରି ୨ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିଲା। 

ବିଜେଡି କାଉନ୍‌ସିଲର ହତ୍ୟା ମାମଲା, ଥାନାରେ ହାଜର ହେଲେନି ଗୋଲକ

ବିଜେଡି କାଉନ୍‌ସିଲର ହତ୍ୟା ମାମଲା, ଥାନାରେ ହାଜର ହେଲେନି ଗୋଲକ

ଛତ୍ରପୁର,୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କ ଘର ସମ୍ମୁଖରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଗୁରୁବାର ହାଜର ହେବାକୁ ଗତମାସ ୨୮ ତାରିଖରେ ଛତ୍ରପୁର ପୋଲିସ ରାଜ୍ୟ ଭାଜପା ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ରଙ୍କୁ ନୋଟିସ ଜାରି କରିଥିଲା।

ଖଣ୍ଡଗିରିରେ ଭଡ଼ାଘରେ କରୁଥିଲେ ବ୍ରାଉନ୍‌ସୁଗାର ବିକ୍ରି: ମହିଳା ଗିରଫ, ୨ ଲକ୍ଷ ମୂଲ୍ୟର ନିଶାଦ୍ରବ୍ୟ ଜବତ

ଖଣ୍ଡଗିରିରେ ଭଡ଼ାଘରେ କରୁଥିଲେ ବ୍ରାଉନ୍‌ସୁଗାର ବିକ୍ରି: ମହିଳା ଗିରଫ, ୨ ଲକ୍ଷ ମୂଲ୍ୟର ନିଶାଦ୍ରବ୍ୟ ଜବତ

କଟକ ରୋଡ,୭।୨ (ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଜିଲା ଫ୍ଲାଇଂ ସ୍କ୍ବାଡ୍‌ ଗୁରୁବାର ଜଣେ ମହିଳାଙ୍କୁ ଗିରଫ କରିଛନ୍ତି। ସେ ହେଲେ ସମିତା ମହାନ୍ତି। ତାଙ୍କଠାରୁ ୨୧ ଗ୍ରାମର ବ୍ରାଉନ୍‌ସୁଗାର ସହ ୫ ହଜାର ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। 

ପ୍ରେମିକ ୪୨୦: ନିଜକୁ ଡାକ୍ତର ଓ ପୋଲିସ କହି ଫସାଉଥିଲେ ଯୁବତୀ, ଶାରିରୀକ ସମ୍ପର୍କ ରଖିବା ପରେ ଅର୍ଥ ଲୁଟି ଚାଲିଯାଉଥିଲେ

ପ୍ରେମିକ ୪୨୦: ନିଜକୁ ଡାକ୍ତର ଓ ପୋଲିସ କହି ଫସାଉଥିଲେ ଯୁବତୀ, ଶାରିରୀକ ସମ୍ପର୍କ ରଖିବା ପରେ ଅର୍ଥ ଲୁଟି ଚାଲିଯାଉଥିଲେ

ଭୁବନେଶ୍ୱର,୫ା୨ (ବ୍ୟୁରୋ):-ପ୍ରେମିକ ୪୨୦। ନିଜକୁ ଡାକ୍ତର,ପୋଲିସ ଓ ବ୍ୟାଙ୍କ ଅଫିସର ଆଦି ବିଭିନ୍ନ କଥା କହି ଫସାଉଥିଲେ ଏକାଧିକ ଯୁବତୀ ଓ ମହିଳାଙ୍କୁ। ସେମାନଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଗଢି ଉଠେ। ଏହାପରେ ଯୁବତୀଙ୍କ ଓ ମହିଳାଙ୍କ ସଂ ଶାରୀରିକ ସମ୍ପର୍କ ରଖି ବ୍ଲାକ୍‌ ମେଲିଂ କରି ଅର୍ଥ ଆଦାୟ। 

ଆଇଓବି ଏଟିଏମ୍‌ ମେଶିନ ତାଡ଼ି ଟଙ୍କା ନେଲେ ଦୁର୍ବୃତ୍ତ: ଏସ୍‌ବିଆଇ ଏଟିଏମ୍‌ ଲୁଟ ଉଦ୍ୟମ, ୨ ଅଟକ

ଆଇଓବି ଏଟିଏମ୍‌ ମେଶିନ ତାଡ଼ି ଟଙ୍କା ନେଲେ ଦୁର୍ବୃତ୍ତ: ଏସ୍‌ବିଆଇ ଏଟିଏମ୍‌ ଲୁଟ ଉଦ୍ୟମ, ୨ ଅଟକ

ଧର୍ମଗଡ,୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଏକକାଳୀନ ଦୁଇଟି ଏଟିଏମ୍‌ ଲୁଟ ଉଦ୍ୟମ ଘଟଣା ଘଟିଛି। ଆଇଓବି ଏଟିଏମ୍‌ ମେଶିନ ତାଡ଼ି ଟଙ୍କା ନେବାରେ ସଫଳ ହୋଇଥିବାବେଳେ ଏସ୍‌ବିଆଇ ଏଟିଏମ ଲୁଟ ଯୋଜନା ବେଳେ ପୋଲିସ ସାଇରନ ବାଜିବାରୁ ସେଠାରୁ ବିଫଳ ହୋଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। 

ଏଟିଏମ୍‌ ଲୁଟ୍‌  ଉଦ୍ୟମ ବିଫଳ

ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ବଇଣ୍ଡା,୫।୨(ଡି.ଏନ.ଏ.)- କିଶୋରନଗର  ଥାନା ସମ୍ମୁଖରେ ଥିବା  ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ସୋମବାର ରାତିରେ କେତେକ ଦୁର୍ବୃତ୍ତ ଲୁଟ ଉଦ୍ୟମ କରୁଥିବାବେଳେ  ବିଫଳ ହୋଇଛନ୍ତି। ଏ ନେଇ କିଶୋରନଗର ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳାକ ସମାପ୍ତ ପ୍ରଧାନ ମଙ୍ଗଳବାର ସକାଳେ କିଶୋରନଗର ଥାନାରେ ଅଭିଯୋଗ କରିଛନ୍ତି।

ଏନ୍‌ଜେନ ଅଫିସରୁ ଚୋରି

ଏନ୍‌ଜେନ ଅଫିସରୁ ଚୋରି

ରାଜନଗର, ୫।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାନବଡ଼ ଗୋପାଳପୁରସ୍ଥ ଏନ୍‌ଜେନ ଅଫିସରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ୪ଟି କମ୍ପ୍ୟୁଟର ସହ ନଗଦ ୨୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଚୋରି କରିଥିବା ରାଜନଗର ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

କେନ୍ଦୁଝରରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା, କୁଅରୁ ଉଦ୍ଧାର ହେଲା ମୃତଦେହ

କେନ୍ଦୁଝରରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା, କୁଅରୁ ଉଦ୍ଧାର ହେଲା ମୃତଦେହ

କେନ୍ଦୁଝର,୫।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଖୁଣ୍ଟାକଟା ଗ୍ରାମରେ ମଙ୍ଗଳବାର ଏକ ଡବଲ୍‌ ମର୍ଡର ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ନିଲୁ ନାୟକ ଓ କସ୍ତୁରୀ ନାୟକ।

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ: ବୋମାମାଡ କଲେ ଦୁର୍ବୃତ୍ତ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ବିଫଳ: ବୋମାମାଡ କଲେ ଦୁର୍ବୃତ୍ତ

ବାଲି,୫।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ ଅଏଲ ଇଣ୍ଡିଆ ଛକରେ ଥିବା ଏସ୍‌ବିଆଇର ଏଟିଏମରୁ ଦୁର୍ବୃତ୍ତଙ୍କ ଦ୍ୱାରା ଲୁଟ ଉଦ୍ୟମ ବିଫଳ ହୋଇଛି। ଖବରପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍‌କୁ ସିଲ କରିଛି। ଫୋରେନ୍‌ସିକ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

ନାବାଳିକା ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ନାବାଳିକା ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଭାପୁର,୫ା୨(ଡି.ଏନ୍‌.ଏ.)-ଫତେଗଡ ଥାନା ଅଞ୍ଚଳର ଜଣେ ଦଳିତ ନାବାଳିକାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ସୋମବାର ଗ୍ରାମବାସୀ ରାସ୍ତାରୋକୋ କରିଥିଲେ। ଫତେଗଡ଼ ଥାନା ନିମାଣୀ ଗ୍ରାମର ସରୋଜ କୁମାର ସେଠୀଙ୍କ ବଡ଼ ଝିଅ ସାଇ ସ୍ବାଗତିକା ସେଠୀ (୮) ସେହି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ୩ୟ ଶ୍ରେଣୀରେ ପଢୁଥିଲେ। 

ଫ୍ଲାଟ୍‌ ଦେବା ଆଳରେ ୫ କୋଟି ଠକେଇ:  ଶ୍ରେୟା ଇନ୍‌ଫ୍ରାଷ୍ଟ୍ରକଚର ନିର୍ଦ୍ଦେଶକ ଗିରଫ

ଫ୍ଲାଟ୍‌ ଦେବା ଆଳରେ ୫ କୋଟି ଠକେଇ: ଶ୍ରେୟା ଇନ୍‌ଫ୍ରାଷ୍ଟ୍ରକଚର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୫।୨(ବ୍ୟୁରୋ)- କମ୍‌ ମୂଲ୍ୟରେ ଫ୍ଲାଟ୍‌ ଓ ଜମି ଯୋଗାଇଦେବା କହି ୫ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ଆଉଜଣଙ୍କୁ ଗିରଫ କରିଛି। 

ବେଆଇନ କରତକଳ ଉପରେ ଚଢ଼ାଉ    ଲକ୍ଷାଧିକ ଟଙ୍କାର କାଠ ସହ ଯନ୍ତ୍ରାଂଶ ଜବତ

ବେଆଇନ କରତକଳ ଉପରେ ଚଢ଼ାଉ ଲକ୍ଷାଧିକ ଟଙ୍କାର କାଠ ସହ ଯନ୍ତ୍ରାଂଶ ଜବତ

ବସ୍ତା, ୪।୨(ସ୍ବ.ପ୍ର.)-ବସ୍ତା ବ୍ଲକ ସାହାଡ଼ାଠାରେ ଚାଲିଥିବା ଏକ ବେଆଇନ କରତକଳ ଉପରେ ବନବିଭାଗ ପକ୍ଷରୁ ସୋମବାର ଅଚାନକ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ନିମ୍ବ ଓ ଶାଗୁଆନ ସହ କରତକଳ ଯନ୍ତ୍ରାଂଶ ଜବତ କରାଯାଇଛି। 

 ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ବଇଣ୍ଡା,୪।୨ (ଡି.ଏନ.ଏ.)- ଠାକୁରଗଡ଼ ପୋଲିସ ଠାକୁରଗଡ଼ ଗ୍ରାମରେ ଚଢାଉ କରି ମିନି ସାହୁ ଓ  ବୁଲୁ ପ୍ରଧାନଙ୍କ ଘରୁ ୫ ଲିଟର ଲେଖାଁଏ ଚୋରା ଦେଶୀ ମଦ ଜବତ କରିଛି। 

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭେଡ଼େନ, ୪।୨(ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରେମଣ୍ଡା ଗ୍ରାମରେ ଥିବା ମଙ୍ଗଳୁ ପ୍ରଧାନଙ୍କ ପ୍ରତିମୂର୍ତ୍ତି ନିକଟରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ହେଲେ ଉକ୍ତ ଗ୍ରାମର ସହଦେବ କର(୪୫)। 

ଦୁଇ ନାବାଳିକାଙ୍କୁ ଅପହରଣ, ବଳାତ୍କାର, ୨ ଅଭିଯୁକ୍ତ ଗିରଫ

ଦୁଇ ନାବାଳିକାଙ୍କୁ ଅପହରଣ, ବଳାତ୍କାର, ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ୍‌,୪ା୨-ବ୍ରହ୍ମପୁର ପୋଲିସ ଜିଲାର ଦୁଇଟି ପୃଥକ୍‌ ପୃଥକ୍‌  ସ୍ଥାନରେ ଦୁଇ କଲେଜ ପଢୁଆ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ରବିବାର ପୋଲିସ ୨ ଜଣଙ୍କୁ ଗିରଫ କରିଛି । 

ବେଆଇନ ଗୋରୁଚାଲାଣ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ: ୧୫ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର

ବସ୍ତା,୩।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ କୁଣ୍ଡଳୀ ପଞ୍ଚାୟତ ତ୍ରୈଲୋକ୍ୟ ଛକଠାରେ ରବିବାର ଗ୍ରାମବାସୀଙ୍କ ଦ୍ୱାରା ବେଆଇନ ଗୋରୁ ଚାଲାଣ ହେଉଥିବା ଏକ ଟାଟା ଏସିଇ  ଗାଡ଼ିକୁ ଅଟକ  ରଖାଯାଇଛି ।

ଗୋଟିଏ ରାତିରେ ଦୁଇଟି ଘରୁ ଲକ୍ଷାଧିକ ଟଙ୍କା, ମୋବାଇଲ ଚୋରି

ଗୋଟିଏ ରାତିରେ ଦୁଇଟି ଘରୁ ଲକ୍ଷାଧିକ ଟଙ୍କା, ମୋବାଇଲ ଚୋରି

ବାସୁଦେବପୁର,୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିରସ ପଞ୍ଚାୟତ କେରସାହି ଓ ବିନୋବାନଗର ଗ୍ରାମରେ ଶନିବାର  ବିଳମ୍ବିତ ରାତିରେ ଚୋରି ହୋଇଛି। 

ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୩ା୨(ଡି.ଏନ.ଏ): କନ୍ଧମାଳ ଜିଲାରେ ନାବାଳିକା  ଯୌନ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି।

ପେନ୍‌ସନ ଆକାଉଣ୍ଟରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ, ପୂର୍ବତନ ବ୍ୟାଙ୍କ୍‌ ମ୍ୟାନେଜର ଗିରଫ

ପେନ୍‌ସନ ଆକାଉଣ୍ଟରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ, ପୂର୍ବତନ ବ୍ୟାଙ୍କ୍‌ ମ୍ୟାନେଜର ଗିରଫ

ଭୁବନେଶ୍ୱର,  ୩ ।୨(ବ୍ୟୁରୋ)- ଜାଲିଆତି କରି ଦୁଇଜଣ ମୃତ ବ୍ୟକ୍ତିଙ୍କ ପେନ୍‌ସନ ଆକାଉଣ୍ଟରୁ ୧ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗୌରାଙ୍ଗ ଚରଣ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶନିବାର ଗିରଫ କରିଛି। 

୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

୩ କୁଖ୍ୟାତ ଅପରାଧୀଙ୍କୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର, ୩ ।୨ (ବ୍ୟୁରୋ)- ୩ଜଣ କୁଖ୍ୟାତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌। ସେମାନେ ହେଲେ ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଏସ୍‌.କେ ମାମୁଦ, ଏସ୍‌.କେ ଲୋପା ଓ  ଏସ୍‌.କେ ମେହେବୁବ। 

୨୭ ଲକ୍ଷ ଠକେଇ, ଅଭିଯୁକ୍ତଙ୍କୁ ଛାଡ଼ିଦେଲା ପୋଲିସ

ଭୁବନେଶ୍ୱର, ୩ ।୨ (ବ୍ୟୁରୋ)- ଏକ ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ ସଂସ୍ଥାର ମ୍ୟାନେଜରଙ୍କ ନାଁରେ ୨୭ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିଛି। ଏ ନେଇ ଠକେଇର ଶିକାର ହୋଇଥିବା ଇଭେଣ୍ଟ କାର୍ଟ ସଂସ୍ଥାର ମୁଖ୍ୟ ଅଭିଷେକ ଖେମ୍‌କା ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।