ଅପରାଧ

ଜାଲ ନୋଟ୍‌ ର଼୍ୟାକେଟ ଠାବ, ୫ ଗିରଫ

ଜାଲ ନୋଟ୍‌ ର଼୍ୟାକେଟ ଠାବ, ୫ ଗିରଫ

ନୂଆପଡ଼ା ଅଫିସ,୧୬।୩: ନକଲି ନୋଟ୍‌ ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିବା ଏକ ର଼୍ୟାକେଟ୍‌କୁ ନୂଆପଡ଼ା ଜିଲା ଖଡ଼ିଆଳ ଥାନା ପୋଲିସ ଶୁକ୍ରବାର ଠାବ କରିଛି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖଡ଼ିଆଳ ଥାନା ଚଲାନପଡ଼ା ଗାଁର ଦାମୋଦର ଚଲାନ (୩୪), ଧୋବାପଡ଼ାର ରାମେଶ୍ୱର ବାଗ (୩୫), ଅରବିନ୍ଦ ବାଗ (୩୨), କଳାହାଣ୍ଡି ଜିଲା ଚିଚିଆ ଗାଁର ସନ୍ତୋଷ ସରାଫ (୪୯) ଓ ଟେମେରୀ ଗାଁର ଭବାନୀ ଶଙ୍କର ବାଗ (୩୨)।

ସ୍ବାମୀଙ୍କୁ ଅପହରଣ, ଦେଢ଼ ଲକ୍ଷରେ ମୁଣ୍ଡ ଜାମିନ: ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ସ୍ବାମୀଙ୍କୁ ଅପହରଣ, ଦେଢ଼ ଲକ୍ଷରେ ମୁଣ୍ଡ ଜାମିନ: ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଭୁବନେଶ୍ୱର, ୧୬।୩(ବ୍ୟୁରୋ)- ରାଜଧାନୀରେ ଜଣେ ଯୁବକଙ୍କୁ ଅପହରଣ କରିନିଆଯାଇଛି। ଅପହର୍ତ୍ତାମାନେ ତାଙ୍କ ମୁଣ୍ଡ ଜାମିନ ରଖି ଦେଢ଼ଲକ୍ଷ ଟଙ୍କା ଦାବି କରିଛନ୍ତି। ଯୁବକଙ୍କ ସ୍ତ୍ରୀ ମିତୁ ଘଣ୍ଟାୟତ ଏ ସମ୍ପର୍କରେ ଶୁକ୍ରବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।

ଲଙ୍କାଗୁଣ୍ଡ ଫିଙ୍ଗି ମା’ କୋଳରୁ ଶିଶୁପୁତ୍ରକୁ ଅପହରଣ ଘଟଣା: ଅଭିଯୁକ୍ତ ଗିରଫ

ଲଙ୍କାଗୁଣ୍ଡ ଫିଙ୍ଗି ମା’ କୋଳରୁ ଶିଶୁପୁତ୍ରକୁ ଅପହରଣ ଘଟଣା: ଅଭିଯୁକ୍ତ ଗିରଫ

ଚନ୍ଦ୍ରଗିରି,୧୬।୩(ଡି.ଏନ.ଏ.): ଗଜପତି ଜିଲା ରା.ଉଦୟଗିରି ଥାନା ଖ୍ରୀଷ୍ଟପୁର ଗ୍ରାମର ବିପିଇପି ବିଦ୍ୟାଳୟର ପାଚିକାଙ୍କ ୩ ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଶୁକ୍ରବାର ଗଜପତି ଏସପି ଅମୂଲ୍ୟ କୁମାର ଦାସ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ବନାବିରା ଗୁଳିକାଣ୍ଡ ଘଟଣା: ଜୟନାରାୟଣଙ୍କ ସମେତ ୨ ଗିରଫ

ବନାବିରା ଗୁଳିକାଣ୍ଡ ଘଟଣା: ଜୟନାରାୟଣଙ୍କ ସମେତ ୨ ଗିରଫ

ସୋହେଲା,୧୫।୩(ଡି.ଏନ.ଏ.): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ବନାବିରା ଗୁଳିମାଡ଼ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ସୋହେଲା ପୋଲିସ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜୟନାରାୟଣ ମିଶ୍ର ଓ ଅନ୍ୟତମ ଅଭିଯୁକ୍ତ ଶିବ କୁମାର ଦଓ୍ବୋନ(୩୦)ଙ୍କୁ ସମ୍ବଲପୁର ଜିଲା ନନ୍ଦପଡାରୁ ଗିରଫ କରିଛି। ଉଭୟଙ୍କୁ ଅପରାହ୍ନ ସାଢେ ୨ଟାରେ କୋର୍ଟ ଚାଲାଣ କରାଯାଇଥିଲା।

ପ୍ରେମିକଙ୍କ ଅଜବ କାଣ୍ଡ: ପ୍ରେମିକାଙ୍କୁ ନେଇ ଫେରାର ହେବା ପରେ ସୋସିଆଲ ମିଡିଆରେ ଛାଡିଲେ ଅଶ୍ଳୀଳ ଫଟୋ

ପ୍ରେମିକଙ୍କ ଅଜବ କାଣ୍ଡ: ପ୍ରେମିକାଙ୍କୁ ନେଇ ଫେରାର ହେବା ପରେ ସୋସିଆଲ ମିଡିଆରେ ଛାଡିଲେ ଅଶ୍ଳୀଳ ଫଟୋ

ବେଗୁନିଆ,୧୫।୩(ଡି.ଏନ.ଏ.): ବେଗୁନିଆ ମହାବିଦ୍ୟାଳୟରେ ଯୁକ୍ତ ୩ରେ ପଢ଼ୁଥିବା ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ତାଙ୍କ ପରିବାରକୁ ବ୍ଲାକମେଲିଂ କରିବା ସହ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିବା ଗୁରୁବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।

ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ କନୋଲି ଗିରଫ, ଶାର୍ପ ସୁଟର ଭାବେ କରୁଥିଲେ କାମ

ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ କନୋଲି ଗିରଫ, ଶାର୍ପ ସୁଟର ଭାବେ କରୁଥିଲେ କାମ

କଟକ ଅଫିସ, ୧୫।୩: ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ କନୋଲି ଓରଫ ଆଶିଷ କୁମାର ବେହେରାଙ୍କୁ ଗୁରୁବାର ଚାଉଳିଆଗଞ୍ଚ ଥାନା ପୋଲିସ ଗିରଫ କରିଛି। କନୋଲି ଧଳସାମନ୍ତ ଭ୍ରାତାଙ୍କ ଶାର୍ପ ସୁଟରଭାବେ କାମ କରୁଥିଲେ। ସେ ଦାଦାବଟି ସହ ଟେଣ୍ଡର ଫିକ୍ସିଂରେ ମଧ୍ୟ ଧଳସାମନ୍ତ ଭ୍ରାତାଙ୍କୁ ସହଯୋଗ କରୁଥିଲେ।

ବନାବିରା ଗୁଳିକାଣ୍ଡ ମାମଲା: ଭାଜପା ନେତା ଜୟ ନାରାୟଣ ମିଶ୍ର ଗିରଫ

ବନାବିରା ଗୁଳିକାଣ୍ଡ ମାମଲା: ଭାଜପା ନେତା ଜୟ ନାରାୟଣ ମିଶ୍ର ଗିରଫ

ବରଗଡ ଅଫିସ/ସୋହେଲା,୧୫।୩(ଡି.ଏନ.ଏ.): ବନାବିରା ଗୁଳିକାଣ୍ଡ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ଜୟ ନାରାୟଣ ମିଶ୍ରଙ୍କୁ ଗୁରୁବାର ଗିରଫ କରାଯାଇଛି। ସୋହେଲା ଥାନା ପୋଲିସ ମିଶ୍ରଙ୍କୁ ତାଙ୍କର ସମ୍ବଲପୁର ବାସଭବନରୁ ଗିରଫ କରିଥିବା ଜଣାପଡିଛି। ଏଥିସହ ତାଙ୍କର ସମର୍ଥକ ଶିବ କୁମାର ଦିଓ୍ବାନ ମଧ୍ୟ ଗିରଫ ହୋଇଛନ୍ତି।

ଆସିକା ସବ୍‌ଜେଲରେ ଚଢ଼ାଉ, ବହୁ ମାଦକଦ୍ରବ୍ୟ ସହ ୫ ମୋବାଇଲ ଜବତ

ଆସିକା ସବ୍‌ଜେଲରେ ଚଢ଼ାଉ, ବହୁ ମାଦକଦ୍ରବ୍ୟ ସହ ୫ ମୋବାଇଲ ଜବତ

ଆସ୍କା, ୧୫।୩(ଡି.ଏନ.ଏ.): ଆସିକା ସବ୍‌ଜେଲ ଉପରେ ଗୁରୁବାର ସକାଳେ ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ କଏଦୀ ରହୁଥିବା ଏକ ସେଲ୍‌ରୁ ୫ଟି ମୋବାଇଲ ହ୍ୟାଣ୍ଡସେଟ୍‌, ଦୁଇଟି ଚାର୍ଜର, ୨୦ହଜାର ୫୭୦ଟଙ୍କା, ମାରାତ୍ମକ ମାଦକ ଦ୍ରବ୍ୟ ଗଞ୍ଜେଇ, ବହୁ ପରିମାଣର ଗୁଟଖା, ପୁଡିଆ,ବିଡି, ସିଗାରେଟ ଏବଂ ୪ ପ୍ୟାକେଟ ତାସ ଜବତ କରାଯାଇଛି।

ହ୍ବାଟସ୍‌ଆପ୍‌ରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଆକାଉଣ୍ଟାନ୍ସି ପ୍ରଶ୍ନପତ୍ର ଭାଇରାଲ: ଖଣ୍ଡନ କଲା ସିବିଏସ୍‌ଇ

ହ୍ବାଟସ୍‌ଆପ୍‌ରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଆକାଉଣ୍ଟାନ୍ସି ପ୍ରଶ୍ନପତ୍ର ଭାଇରାଲ: ଖଣ୍ଡନ କଲା ସିବିଏସ୍‌ଇ

ନୂଆଦିଲ୍ଲୀ, ୧୫।୩ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦ୍ୱାଦଶ ଶ୍ରେଣୀ ଆକାଉଣ୍ଟାନ୍ସି ଦ୍ୱିତୀୟ ଭାଗର ପ୍ରଶ୍ନପତ୍ର ହ୍ବାଟସ୍‌ଆପ୍‌ରେ ଲିକ୍‌ ହୋଇଛି। ଗୁରୁବାର ଏଥିପାଇଁ ପରୀକ୍ଷା ହେବାକୁଥିବାବେଳେ ବୁଧବାରଠାରୁ ପ୍ରଶ୍ନପତ୍ର ହ୍ବାଟସ୍‌ଆପ୍‌ରେ ଭାଇରାଲ ହୋଇଛି। ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନିଶ ସିସୋଦିଆ ପ୍ରଶ୍ନପତ୍ର କେତେକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସ୍ବୀକାର କରିଛନ୍ତି।

ଲାଞ୍ଚ ନେବା ଅଭିଯୋଗରେ କିରାଣୀ ଗିରଫ

ଲାଞ୍ଚ ନେବା ଅଭିଯୋଗରେ କିରାଣୀ ଗିରଫ

ଜି ଉଦୟଗିରି, ୧୪।୩(ଡି.ଏନ୍‌.ଏ.): ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଜି ଉଦୟଗିରି ସବ ରେଜିଷ୍ଟାର ଅଫିସ କିରାଣୀ କୁମୁଦ ଓଝା ବୁଧବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଜମି ପଟାର ଇସି ବାହାର କରିବା ପାଇଁ ସେ ଉକ୍ତ ଟଙ୍କା ନେଉଥିଲେ।

ଗୋଷ୍ଠୀ ସଂଘର୍ଷ: ୪ ଆହତ

ଗୋଷ୍ଠୀ ସଂଘର୍ଷ: ୪ ଆହତ

କଟକ ରୋଡ, ୧୩।୩(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିପଡ଼ିଆ ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ମଙ୍ଗଳବାର ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷର ୪ ଆହତ ହୋଇଛନ୍ତି।

ତେଜରାତି ଦୋକାନରୁ ଚୋରି

ତେଜରାତି ଦୋକାନରୁ ଚୋରି

ନିଶ୍ଚିନ୍ତକୋଇଲି,୧୩।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ନଗସପୁର ବଜାରରେ ଥିବା ଏକ ତେଜରାତି ଦୋକାନରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ଆଜବେଷ୍ଟସ୍‌ ଭାଙ୍ଗି ଦୋକାନରେ ଥିବା ଟିଭି, ନଗଦ ୮୦ ହଜାର ଟଙ୍କା ଏବଂ ବହୁ ସାମଗ୍ରୀ ଚୋରେଇ ନେଇଛନ୍ତି।

୧୨ଶହ ଟଙ୍କା ପାଇଁ ସୁଜାତାଙ୍କୁ ହତ୍ୟା

୧୨ଶହ ଟଙ୍କା ପାଇଁ ସୁଜାତାଙ୍କୁ ହତ୍ୟା

ରାଉରକେଲା ଅଫିସ,୧୩।୩: ଫେବୃୟାରୀ ୧୫ ତାରିଖ ରାତିରେ ଘଟିଥିବା ଏଲ୍‌ଆଇସି ଏଜେଣ୍ଟ ସୁଜାତା ମହାପାତ୍ର ହତ୍ୟାକାଣ୍ଡ ରହସ୍ୟ ମଙ୍ଗଳବାର ପୋଲିସ ପର୍ଦ୍ଦାଫାଶ କରିଛି। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତାରାତାରିଣୀପଲ୍ଲୀ ବସ୍ତିର ସାଗର ମୁଖୀ(୨୮) ଏବଂ ଭୋଲେ ମୁଖୀ(୧୯)।

କଟକରେ ଡବଲ୍‌ ଏନ୍‌କାଉଣ୍ଟର: ମୋଷ୍ଟ ୱାଣ୍ଟେଡ୍‌ ମଙ୍ଗୁ, ଶାର୍ପ ଶୁଟର୍‌ ଲିପୁଙ୍କୁ ଗୁଳି

କଟକରେ ଡବଲ୍‌ ଏନ୍‌କାଉଣ୍ଟର: ମୋଷ୍ଟ ୱାଣ୍ଟେଡ୍‌ ମଙ୍ଗୁ, ଶାର୍ପ ଶୁଟର୍‌ ଲିପୁଙ୍କୁ ଗୁଳି

କଟକ ଅଫିସ, ୧୧।୩- କଟକ ସଦର ଥାନା ଅନ୍ତର୍ଗତ ଓ୍ବାଲିମି କାର୍ଯ୍ୟାଳୟ ପଛପାର୍ଶ୍ୱ କୁଆଖାଇ ନଦୀବନ୍ଧ ନିକଟରେ ଶନିବାର ବିଳମ୍ବିତ ରାତିରେ ଡବଲ୍‌ ଏନ୍‌କାଉଣ୍ଟର ଘଟିଛି। ଏହାର ଶିକାର ହୋଇଛନ୍ତି ଦୁଇଜଣ ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀ ମଙ୍ଗୁ ଓରଫ ମନୋଜ ମହାରଣା ଏବଂ ଲିପୁ ଓରଫ ସୁଧାକର ପାତ୍ର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ନିକଟରୁ ୨ଟି ଅତ୍ୟାଧୁନିକ ମାଉଜର, ୧୫ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ ଫୋନ, ନଗଦ ୬ହଜାର ଟଙ୍କା ଏବଂ ୨ଟି ବାଇକ୍‌ ଜବତ ହୋଇଛି। ମଙ୍ଗୁ ଏବଂ ଲିପୁ ପୋଲିସକୁ ହତ୍ୟା କରିବା ପାଇଁ ଟାର୍ଗେଟ ରଖିଥିଲେ। ତେବେ ଏକ ଗୁଳିକାଣ୍ଡ ମାମଲାର ଆହତ ପରିବାର ଏବଂ ସାକ୍ଷୀଙ୍କୁ ଧମକ ଦେବା ଲାଗି ଉଭୟେ ବୁଲୁଥିବାବେଳେ ଏହି ଘଟଣା ଘଟିଥିଲା। କଟକରେ ଡବଲ୍‌ ଏନକାଉଣ୍ଟର ପ୍ରଥମ ହୋଇଥିବା କୁହାଯାଇଥିବା ବେଳେ ଏହି ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

ଚାକିରି ପାଇଁ ଶାରିରୀକ ସମ୍ପର୍କ ରଖିବାକୁ କହିଲେ ଡାକ୍ତର: ସୋଶିଆଲ ମିଡିଆରେ ଅଶ୍ଳୀଳ ଚାଟିଂ ମେସେଜ ଭାଇରାଲ

ଚାକିରି ପାଇଁ ଶାରିରୀକ ସମ୍ପର୍କ ରଖିବାକୁ କହିଲେ ଡାକ୍ତର: ସୋଶିଆଲ ମିଡିଆରେ ଅଶ୍ଳୀଳ ଚାଟିଂ ମେସେଜ ଭାଇରାଲ

ଭୁବନେଶ୍ୱର, ୧୧।୩(ବ୍ୟୁରୋ)- ଚାକିରି କରିବାକୁ ହେଲେ ଶାରୀରିକ ସମ୍ପର୍କ ରଖିବାକୁ ପଡ଼ିବ। ଏକ ଘରୋଇ ହସ୍ପିଟାଲର ଡାକ୍ତର ଜଣେ ନର୍ସିଂ ଛାତ୍ରୀଙ୍କୁ ଏ ନେଇ ବାଧ୍ୟ କରିଛନ୍ତି। କିନ୍ତୁ ଛାତ୍ରୀ ଜଣକ ରାଜି ନ ହେବାରୁ ଗୋଟିଏ ରାତି ତାଙ୍କ ଶଯ୍ୟାସଙ୍ଗିନୀ ହେବାକୁ ଡାକ୍ତର ତାଙ୍କୁ ୩୦ ହଜାର ଟଙ୍କା ଯାଚିଥିଲେ। ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ଅଶ୍ଳୀଳ ମେସେଜ ପଠାଉଥିଲେ। ଛାତ୍ରୀ ଜଣକ ଡାକ୍ତରଙ୍କ ସହ ହୋଇଥିବା ଚାଟିଂର ସମସ୍ତ ମେସେଜ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଘଟଣାଟି ପଦାକୁ ଆସିଛି।

କଶ୍ମୀର ଛାତ୍ର ନିଖୋଜ ଘଟଣା: ଦିଲ୍ଲୀ ଯାଇଥିବା ପୋଲିସ ଦ୍ୱନ୍ଦ୍ୱରେ, ସ୍ପଷ୍ଟ ତଥ୍ୟ ମିଳୁନି

କଶ୍ମୀର ଛାତ୍ର ନିଖୋଜ ଘଟଣା: ଦିଲ୍ଲୀ ଯାଇଥିବା ପୋଲିସ ଦ୍ୱନ୍ଦ୍ୱରେ, ସ୍ପଷ୍ଟ ତଥ୍ୟ ମିଳୁନି

ଭୁବନେଶ୍ୱର, ୧୧।୩(ବ୍ୟୁରୋ)- ଭୁବନେଶ୍ୱର ଏମ୍‌ସରେ ପଡୁଥିବା ଜମ୍ମୁ-କଶ୍ମୀର ଛାତ୍ର ସେହେଲ ଇସାକ ନିଖୋଜ ଘଟଣା ପୋଲିସ ପାଇଁ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସେହେଲଙ୍କୁ ଖୋଜିବାକୁ ଦିଲ୍ଲୀ ଯାଇଥିବା ଖଣ୍ଡଗିରି ପୋଲିସ ଟିମ୍‌କୁ ଏଯାଏ କୌଣସି ତଥ୍ୟ ମିଳିନାହିଁ। ସେହେଲଙ୍କୁ ଦେଖିଥିବା ନେଇ ଦିଲ୍ଲୀର ରାହୁଲ ନାମକ ଯେଉଁ ଯୁବକ ତାଙ୍କ ବାପା ମହମ୍ମଦ ଆଜାଦଙ୍କୁ ଫୋନ କରିଥିଲେ, ପୋଲିସ ତାଙ୍କୁ ପଚରାଉଚରା କରିଛି। କିନ୍ତୁ ତାଙ୍କଠାରୁ ଯେଉଁ ସୂଚନା ପାଇଛି ତାହାକୁ ନେଇ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି।

ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ସୁନା ଚାଲାଣ: ବିମାନବନ୍ଦରରୁ ୨୩ ଲକ୍ଷର ସୁନା ଜବତ, ୪ ବ୍ୟବସାୟୀ ଗିରଫ

ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ସୁନା ଚାଲାଣ: ବିମାନବନ୍ଦରରୁ ୨୩ ଲକ୍ଷର ସୁନା ଜବତ, ୪ ବ୍ୟବସାୟୀ ଗିରଫ

ଭୁବନେଶ୍ୱର, ୧୧।୩(ବ୍ୟୁରୋ)- ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ହେଉଥିବା ପ୍ରାୟ ୨୩ ଲକ୍ଷ ଟଙ୍କାର ସୁନାକୁ ବିମାନବନ୍ଦରରୁ ଜବତ କରିଛି କଷ୍ଟମ୍‌ସ ବିଭାଗ। ରବିବାର ଅପରାହ୍ନରେ ଅଧିକାରୀମାନେ ବିମାନବନ୍ଦରରେ ଚଢ଼ାଉ କରି ସୁନା ସମେତ କିଛି ବିଦେଶୀ ମୁଦ୍ରାକୁ ଜବତ କରିଛନ୍ତି। ଚାଲାଣରେ ସମ୍ପୃକ୍ତ ଥିବା ୪ ଚୋରା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଦିଲ୍ଲୀ, କଲିକତା ଏବଂ କଟକର ବୋଲି ଜଣାପଡ଼ିଛି। ବିମାନବନ୍ଦରରୁ ବାରମ୍ବାର ସୁନା ଜବତ ହେବା ଘଟଣା ଅନ୍ତଃରାଷ୍ଟ୍ରୀୟ ସୁନା ଚାଲାଣରେ ଓଡ଼ିଶାର ଲିଙ୍କ୍‌କୁ ସ୍ପଷ୍ଟ କରିଛି।

ଦୋକାନ ତାଲା ଭାଙ୍ଗି ଚୋରି

ବାଲିଅନ୍ତା,୧୧।୩(ଡି.ଏନ୍‌.ଏ.): କମିଶନରେଟ୍‌ ପୋଲିସ ଅଧୀନ ବାଲିଅନ୍ତା ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସ୍ଥାନୀୟ ଲୋକେ ପୋଲିସର ଦୁର୍ବଳ ପାଟ୍ରୋଲିଂକୁ ଦାୟୀ କରିଛନ୍ତି। ଏହି ଥାନା ଅଧୀନ ଜିତିକାର ସୁଆଁଲୋ ଗ୍ରାମ ଛକରେ ଥିବା ତପନ କୁମାର ସାହୁଙ୍କ ତେଜରାତି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।

କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ୨ ଛାତ୍ର ଅଟକ

କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ୨ ଛାତ୍ର ଅଟକ

ଡେରାବିଶ,୧୧।୩(ଡି.ଏନ୍‌.ଏ): କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ଅନ୍ତର୍ଗତ ସରକାରୀ ପଲିଟେକ୍‌ନିକ୍‌ କଲେଜର ଜନୈକା ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ପୋଲିସ ୨ ଛାତ୍ରଙ୍କୁ ଅଟକ ରଖିଛି।

କଣ୍ଟିଲୋ ଭିଡିଓ ଭାଇରାଲ ଘଟଣାର ମୁଖ୍ୟ ଅଭିଯୁକ୍ତ ଅଟକ

ନୟାଗଡ଼ ଅଫିସ,୧୧।୩: ନୟାଗଡ଼ ଜିଲା କଣ୍ଟିଲୋ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଘଟଣାର ଅଭିଯୁକ୍ତ ଛାତ୍ରଙ୍କୁ ଶନିବାର ବିଳମ୍ବିତ ରାତିରେ ଖଣ୍ଡପଡ଼ା ପୋଲିସ ଅଟକ ରଖିଛି। ରବିବାର ତାଙ୍କର ଡାକ୍ତରିମାଇନା କରାଯିବା ସହ ତାଙ୍କୁ ପଚରାଉଚୁରା ଜାରି ରଖିଛି। ସୂଚନାଯୋଗ୍ୟ, ଭିଡିଓ ଭାଇରାଲ ହେବାପରେ ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।

୨ ଶିକାରୀ ଗିରଫ

୨ ଶିକାରୀ ଗିରଫ

ପାଟଣା,୧୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରୁ ଶନିବାର ବନ କର୍ମଚାରୀଙ୍କ ଦ୍ୱାରା ୨ଶିକାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ବାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ପିଛୁଳା ବେଡା ଗ୍ରାମର କାଞ୍ଚୁ ଚରଣ ନାଏକ ଓ ଲକ୍ଷ୍ମଣ ନାଏକ।

କୋର୍ଟ ପରିସରରୁ ସିସିଟିଭି କ୍ୟାମେରା ଚୋରି

କୋର୍ଟ ପରିସରରୁ ସିସିଟିଭି କ୍ୟାମେରା ଚୋରି

ରଣପୁର,୧୧।୩(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର କୋର୍ଟ ପରିସରରୁ ନୂତନ ଭାବେ ଲାଗିଥିବା ୨ଟି ସିସିଟିଭି କ୍ୟାମେରାକୁ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି କରିନେଇଥିଲେ। ଏ ନେଇ କୋର୍ଟ ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ କ୍ୟାମେରା ଦ୍ୱୟକୁ ଜବତ କରିଛି।

ବନ୍ଧୁକ ଦେଖାଇ ଲୁଟ୍‌

ବନ୍ଧୁକ ଦେଖାଇ ଲୁଟ୍‌

ଖୋର୍ଦ୍ଧା ଅଫିସ,୧୧।୩: ବାଘମାରୀ-କଣ୍ଟିଲୋ ରାସ୍ତାର ବାଘମାରୀ ସିମର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ରଣପା ପୋଲ ନିକଟରେ ରବିବାର ସକାଳ ସାଢ଼େ ୭ଟାରେ ଏକ ଲୁଟ ହୋଇଛି। ୪ଜଣ ଯୁବକ ବନ୍ଧୁକ ଦେଖାଇ ୧ ରାଉଣ୍ଡ ଗୁଳି ଚାଳନା କରି ୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି।

 ଗୁଡ୍ଡୁ ଅଗ୍ରଓ୍ବାଲ ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ

ଗୁଡ୍ଡୁ ଅଗ୍ରଓ୍ବାଲ ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୦।୩: ବରଗଡ଼ ଜିଲା ବିଜେପୁରରେ ହୋଇଥିବା ଗୁଡ୍ଡୁ ଅଗ୍ରଓ୍ବାଲ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ବିଜେପୁର ପୋଲିସ ଶନିବାର ଗିରଫ କରିଛି। ଏ ନେଇ ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ବିଜେପୁର ଥାନାରେ ଆୟୋଜିତ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।