ଅପରାଧ

ଏଟିଏମ୍‌ କାଟି ଲୁଟିନେଲେ ଦୁର୍ବୃତ୍ତ

ଏଟିଏମ୍‌ କାଟି ଲୁଟିନେଲେ ଦୁର୍ବୃତ୍ତ

ସଜନାଗଡ଼, ୭।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରାଗଡ଼ିଆ ଚଣ୍ଡି ମାର୍କେଟ କମ୍ଲେକ୍ସରେ ଥିବା ଏକ୍ସିସ୍‌ ଏଟିଏମ୍‌ରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି।  

ବନ୍ୟପ୍ରାଣୀ ବିଭାଗ ତରଫରୁ ଚଢ଼ାଉ: ୩ ମୃତ ବିଦେଶୀ ପକ୍ଷୀ ଜବତ, ୨  ଗିରଫ

ବନ୍ୟପ୍ରାଣୀ ବିଭାଗ ତରଫରୁ ଚଢ଼ାଉ: ୩ ମୃତ ବିଦେଶୀ ପକ୍ଷୀ ଜବତ, ୨ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୬ା୧୨(ଡି.ଏନ.ଏ.)-ଚିଲିକା ଉପକୂଳ ଭୁଷଣ୍ଡପୁର ରିଙ୍ଗ୍‌ ବନ୍ଧରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଗୁରୁବାର ଅପରାହ୍ନରେ ଚଢ଼ାଉ  କରାଯାଇ ବନ୍ଧୁକ ସହ ୩ ମୃତ ପକ୍ଷୀ ଜବତ କରାଯାଇଛି ।

ଧାମରା ପୋର୍ଟରେ ଚାକିରି କରାଇ ଦେବା ନାଁରେ ଠକେଇ, ଯୁବକ ଗିରଫ

ଧାମରା ପୋର୍ଟରେ ଚାକିରି କରାଇ ଦେବା ନାଁରେ ଠକେଇ, ଯୁବକ ଗିରଫ

ରାଜନଗର,୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ପୋର୍ଟରେ ଚାକିରି କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ରାଜନଗର ପୋଲିସ ଧାମରା ଅଞ୍ଚଳରୁ ଗିରଫ କରିଛି।

ଯୁବକଙ୍କୁ ଆକ୍ରମଣ ଘଟଣା: ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଯୁବକଙ୍କୁ ଆକ୍ରମଣ ଘଟଣା: ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଛକରେ ୨ ପଡୋଶୀଙ୍କ ମଧ୍ୟରେ ଘଟିଥିବା ଆକ୍ରମଣ ଘଟଣାରେ ଗୁରୁବାର କେ.ନୂଆଗାଁ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଦନମୋହନପୁର ଗ୍ରାମର ସୁରେନ୍ଦ୍ର ବେହେରା ଓ ଅଶୋକ କୁମାର ରାଉଳ। 

ଜରପଡ଼ା ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଚେନ, ମୁଦି ଲୁଟ

ଜରପଡ଼ା ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଚେନ, ମୁଦି ଲୁଟ

ଛେଣ୍ଡିପଦା,୬।୧୨(ଡି.ଏନ୍‌.ଏ.): ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନାଠାରୁ୧ କିମି ଦୂର ଭାଗିରଥିପୁର ପଠାଣିବାଙ୍କ ସାହି ମଧ୍ୟରେ ଥିବା ଏକ ଆମ୍ବ ବଗିଚା ପାଖରେ ଗୁରୁବାର ସକାଳେ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ ହୋଇଛି। ୨ଜଣ ରାଜପଥ ଲୁଟେରା ଏକ ବାଇକ ଯୋଗେ ତାଙ୍କୁ ପିଛା କରି ଭୁଜାଲି ଏବଂ ଛୁରୀ ଦେଖାଇ ଭୟଭୀତ କରି ସୁନାଚେନ ଏବଂ ଦୁଇଟି ହାତ ମୁଦି ଲୁଟି ନେଇଥିବା ଜଣାପଡ଼ିଛି।

ରାଜଗାଙ୍ଗପୁର ଥାନାରେ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା, ଶୀତବସ୍ତ୍ର ସୂତାରେ ରଶି ଲଗାଇଥିବା କହିଲା ପୋଲିସ

ରାଜଗାଙ୍ଗପୁର ଥାନାରେ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା, ଶୀତବସ୍ତ୍ର ସୂତାରେ ରଶି ଲଗାଇଥିବା କହିଲା ପୋଲିସ

ସୁନ୍ଦରଗଡ଼,୬।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନାରେ ବୁଧବାର ରାତି ପ୍ରାୟ ୧୦ଟାରେ ଏକ ଠକେଇ ଘଟଣାରେ ତଦନ୍ତ ପାଇଁ ଅଣାଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କୁତ୍ରା ଥାନା ରାଏକାକଚ୍ଛାର ଗ୍ରାମର ଜୟ କୁମାର ଲାକ୍ରା(୩୦)।

ଜୁଆ ଆଡ୍ଡା ଉପରେ ଚଢ଼ାଉ:  ୮ ଗିରଫ, ୫୧ ହଜାର ଟଙ୍କା ଜବତ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୮ ଗିରଫ, ୫୧ ହଜାର ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୫।୧୨: କୁକୁଡ଼ାଖଣ୍ଡି ମେଡିକାଲ ପଛପଟେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସଦର ଥାନା ପୋଲିସ ମଙ୍ଗଳବାର ରାତିରେ ଚଢ଼ାଉ କରି ନଗଦ ୫୧ହଜାର ଟଙ୍କା ଜବତ କରିଛି।

ଜୁଆଆଡ୍ଡା ଉପରେ ଚଢ଼ାଉ, ୧୨ ଅଭିଯୁକ୍ତ ଗିରଫ

ଜୁଆଆଡ୍ଡା ଉପରେ ଚଢ଼ାଉ, ୧୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି/ଚିକିଟି, ୫।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ.ନୂଆଗାଁ  ପୋଲିସ ଧାନଘର ଛକ ନିକଟ ଜୁଆ ଆଡ୍ଡା ଉପରେ ମଙ୍ଗଳବାର ରାତିରେ ଚଢ଼ାଉକରି ୧୨ ଜୁଆଡ଼ିଙ୍କୁ ଗିରଫ କରିଛି। 

ଆନ୍ତଃଜିଲା ଲୁଟେରା ଗିରଫ, ମାଉଜର ଜବତ

ଆନ୍ତଃଜିଲା ଲୁଟେରା ଗିରଫ, ମାଉଜର ଜବତ

ଓଡଗାଁ, ୫।୧୨(ସ୍ବ.ପ୍ର.): ୨୦୧୫ ରୁ ଅଦ୍ୟାବଧି ୨୫ରୁ ଉର୍ଦ୍ଧ୍ୱ ଚୋରି ଓ ଲୁଟ ମାମଲାରେ ଜଡ଼ିତ ଜଣେ ଆନ୍ତଃରାଜ୍ୟ ଲୁଟେରାଙ୍କୁ ସ୍ଥାନୀୟ ପୋଲିସ ମଙ୍ଗଳବାର ଗିରଫ କରିଛି। ଗିରଫ ଲୁଟେରା ନୟାଗଡ଼ ଜିଲା ଓଡଗାଁ ଥାନା ଆରେଡା ପଞ୍ଚାୟତ ଗୁଆନ୍ଦ ଗ୍ରାମର ଫକୀର ପ୍ରଧାନ(୨୨)। 

ଭଦ୍ରକରେ ବଢ଼ୁଛି କାଠ ଚୋରା ଚାଲାଣ: ଚଢ଼ାଉ କରି ଶାଗୁଆନ କାଠ ବୋଝେଇ ଭ୍ୟାନ ଜବତ କଲା ବନବିଭାଗ

ଭଦ୍ରକରେ ବଢ଼ୁଛି କାଠ ଚୋରା ଚାଲାଣ: ଚଢ଼ାଉ କରି ଶାଗୁଆନ କାଠ ବୋଝେଇ ଭ୍ୟାନ ଜବତ କଲା ବନବିଭାଗ

ଭଣ୍ଡାରିପୋଖରୀ,୫।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲାରେ ଦିନକୁ ଦିନ ଚୋରା କାଠ ବେପାରୀଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି। ଯାଜପୁର ଜିଲାରୁ ଦୈନିକ ଚୋରା କାଠ ଭଦ୍ରକ ଜିଲାରୁ ଆସୁଥିବା ବେଳେ ଏବେ ଭଦ୍ରକରୁ ଯାଜପୁର କାଠ ଚାଲାଣ ହେବାରେ ଲାଗିଛି।

ଜେଲ୍‌ରୁ ମୁକୁଳିଲେ ଅଭିଜିତ୍‌, ମିଳିଲା ସର୍ତ୍ତମୂଳକ ଜାମିନ

ଜେଲ୍‌ରୁ ମୁକୁଳିଲେ ଅଭିଜିତ୍‌, ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର ଏବଂ ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ୍‌ ଆୟର ମିତ୍ରଙ୍କୁ ବୁଧବାର ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି।  ସହିଦନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି।

୧ ହଜାର ଲିଟର ଦେଶୀ ମଦ ଜବତ, ୨ ଗିରଫ

୧ ହଜାର ଲିଟର ଦେଶୀ ମଦ ଜବତ, ୨ ଗିରଫ

ଭଦ୍ରକ ଅଫିସ,୫।୧୨: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଟିମ୍‌ ମଙ୍ଗଳବାର ରାତିରେ ଜାତୀୟ ରାଜପଥ ଚରମ୍ପା ନିକଟରୁ ୧ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଛି। ଏକ ପିକ୍‌ଅପ୍‌ ଗାଡ଼ିରେ ଉକ୍ତ ମଦ ବାଲେଶ୍ୱରରୁ ଭଦ୍ରକ ଆସୁଥିଲା। 

ଭିଜିଲାନ୍ସ ଜାଲରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର

ଭିଜିଲାନ୍ସ ଜାଲରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର

ଭଦ୍ରକ ଅଫିସ,୫।୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଡିଆର୍‌ଡିଏ ପ୍ରୋଗ୍ରାମ ଅଫିସର ସନ୍ଦିପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ବୁଧବାର ସକାଳୁ ଏହି ଚଢ଼ାଉ କରିଛି।

କର୍ମଜୀବୀ ମହିଳାଙ୍କୁ ଜଙ୍ଗଲରେ ଗଣବଳାତ୍କାର: ଅଫିସ୍‌ରୁ ଫେରିବା ବେଳେ ଅପହରଣ କରାଯାଇଥିଲା

କର୍ମଜୀବୀ ମହିଳାଙ୍କୁ ଜଙ୍ଗଲରେ ଗଣବଳାତ୍କାର: ଅଫିସ୍‌ରୁ ଫେରିବା ବେଳେ ଅପହରଣ କରାଯାଇଥିଲା

ବାରଙ୍ଗ,୫।୧୨(ଡି.ଏନ୍‌.ଏ.): ଚନ୍ଦକା ଥାନା ଅଞ୍ଚଳର ଏକ ଜଙ୍ଗଲରେ ଜଣେ କର୍ମଜୀବୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ରବିବାର ସନ୍ଧ୍ୟାରେ ମହିଳା ଜଣକ ଅଫିସ୍‌ରୁ କାମ ସାରି ଘରକୁ ଫେରୁଥିବାବେଳେ ତାଙ୍କର ଜଣେ ସହକର୍ମୀ ଏବଂ ଅନ୍ୟ ଦୁଇଜଣ ଯୁବକ ତାଙ୍କୁ ଏକ କାର୍‌ରେ ଅପହରଣ କରି ନେଇ ଗଣବଳାତ୍କାର କରିଛନ୍ତି।। 

୩ ଦୋକାନରୁ ଚୋରି

୩ ଦୋକାନରୁ ଚୋରି

ସିମୁଳିଆ, ୪।୧୨(ଡି.ଏନ.ଏ.)-ମାର୍କୋଣା ଷ୍ଟେଶନ ନିକଟସ୍ଥ ୩ଟି ଦୋକାନରୁ ଚୋରି ହୋଇଛି। ଦୋକାନଗୁଡ଼ିକର ପଛପାର୍ଶ୍ୱ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍‌ କରିଥିବା ମଙ୍ଗଳବାର ସକାଳେ ଥାନାରେ ଅଭିଯୋଗ ହୋଇଛି। 

ମରଣାନ୍ତକ ଆକ୍ରମଣ ମାମଲା:  ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ

ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ

ବାରିପଦା ଅଫିସ,୪।୧୨- ମୟୂରଭଞ୍ଜ ଜିଲା ଦୌରାଜଜ ସଞ୍ଜୟ ରଞ୍ଜନ ବହିଦାର ମଙ୍ଗଳବାର ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ ଓ ୩ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଟଙ୍କା  ଅନାଦେୟ ଅଧିକ ୨ମାସ ଜେଲ ଦଣ୍ଡ  ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି। 

ଧାନକ୍ଷେତରୁ ନରକଙ୍କାଳ ଜବତ

ଧାନକ୍ଷେତରୁ ନରକଙ୍କାଳ ଜବତ

ରାଇସୁଆଁ, ୪।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଥାନା ରାଇସୁଆଁ ପେଟ୍ରେଲ ପମ୍ପ ନିକଟ ଏକ ଧାନକ୍ଷେତରୁ ମଙ୍ଗଳବାର ସଦର ପୋଲିସ ନରକଙ୍କାଳ ଜବତ କରିଛି। ସ୍ଥାନୀୟ କେତେକ ଲୋକ ବିଲକୁ ଧାନ କାଟିବାକୁ ଯାଇଥିଲ। ସେଠାରେ ନରକଙ୍କାଳ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ।

ବିନା ପଞ୍ଜିକରଣରେ ଚାଲିଥିଲା ଡ୍ରିମ୍‌ ସେଣ୍ଟର: ୧୩୪ ଶିଶୁ ଉଦ୍ଧାର

ବିନା ପଞ୍ଜିକରଣରେ ଚାଲିଥିଲା ଡ୍ରିମ୍‌ ସେଣ୍ଟର: ୧୩୪ ଶିଶୁ ଉଦ୍ଧାର

ଛତ୍ରପୁର, ୪।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାଏବ୍‌ଜେନାପଲୀରେ ଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ ସେଣ୍ଟରରୁ  ମଙ୍ଗଳବାର ୧୩୪ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। 

୫୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

୫୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକରୋଡ଼,୪।୧୨(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଙ୍ଗଳବାର ରାଜଧାନୀର ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ଛକରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ବାଲିଅନ୍ତା ଥାନା ଅଧୀନ ଜଗନ୍ନାଥପୁର ଗ୍ରାମର ବାପି ନାୟକ। 

ଘରେ କେହି ନ ଥିବାର ସୁଯୋଗ ନେଇ ୧୫ ଭରି ସୁନା,  ୩ ଲକ୍ଷ ଚୋରିକଲେ ଦୁର୍ବୃତ୍ତ

ଘରେ କେହି ନ ଥିବାର ସୁଯୋଗ ନେଇ ୧୫ ଭରି ସୁନା, ୩ ଲକ୍ଷ ଚୋରିକଲେ ଦୁର୍ବୃତ୍ତ

ଜଟଣୀ,୪।୧୨(ଡି.ଏନ୍‌.ଏ.): ଜଟଣୀ ଥାନା ଅନ୍ତର୍ଗତ ଚିନ୍ତାମଣୀ ନଗର ଅଞ୍ଚଳର ସନାତନ ସାହୁଙ୍କ ଘରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ୧୫ ଭରି ଓଜନର ସୁନା ଅଳଙ୍କାର ସମେତ ନଗଦ ୩ ଲକ୍ଷ ୨୦ହଜାର ଟଙ୍କା ଚୋରିକରି ନେଇଥିବା ଜଣାପଡ଼ିଛି।

ପୋଲିସ-ଅପରାଧୀ ମଧ୍ୟରେ ଗୁଳି ବିନିମୟ

ପୋଲିସ-ଅପରାଧୀ ମଧ୍ୟରେ ଗୁଳି ବିନିମୟ

ଜୟପୁର, ୪।୧୨(ନି.ପ୍ର): କୋରାପୁଟ ଜିଲାର ଜୟପୁରରେ ପୋଲିସ ଅପରାଧୀ ମଙ୍ଗଳବାର ଭୋରରୁ ଗୁଳି ବିନିମୟ ଘଟିଛି। ଜୟପରୁ ଗ୍ଲୋକାଲ ମେଡିକାଲ ପାଖରେ ଘଟିଛି ଏହି ଘଟଣା।

ଯାଜପୁର ଡିଡିଏମ ଅଫିସ କଲୋନୀରେ ଭିଜିଲାନ୍ସ ଚଢାଉ

ଯାଜପୁର ଡିଡିଏମ ଅଫିସ କଲୋନୀରେ ଭିଜିଲାନ୍ସ ଚଢାଉ

ଯାଜପୁର ଅଫିସ, ୪।୧୨: ଯାଜପୁର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ କଲୋନୀରେ ଭିଜିଲାନ୍ସ ଚଢାଉ ଚାଲିଛି। ଟାଟା ଖଣି ଚେକ ଗେଟରେ କାର୍ଯ୍ୟରତ କିରାଣୀ ଚିନ୍ମୟ ବେହୁରା ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ତରଫରୁ ଯାଞ୍ଚ ଚାଲିଛି। 

ନାବାଳିକାଙ୍କୁ ଅସଦାଚରଣ କରି ଜେଲ୍‌ ଗଲେ ବାବା

ନାବାଳିକାଙ୍କୁ ଅସଦାଚରଣ କରି ଜେଲ୍‌ ଗଲେ ବାବା

ପିପିଲି, ୩।୧୨(ଡି.ଏନ୍‌.ଏ.)-ପିପିଲି ଥାନା ଅଞ୍ଚଳର ଜଣେ ବାବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ବାବାଙ୍କୁ ଗିରଫ କରିଥିଲା। ପରେ ବାବାଙ୍କୁ ପୁରୀ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିବାବେଳେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। 

ବାଳିକାଙ୍କୁ ଅସଦାଚରଣ ମାମଲା: ଔଷଧ ଦୋକାନୀ ଗିରଫ

ବାଳିକାଙ୍କୁ ଅସଦାଚରଣ ମାମଲା: ଔଷଧ ଦୋକାନୀ ଗିରଫ

ଧାମନଗର, ୩।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳୀ ବଜାରରେ ଔଷଧ ଦୋକାନରେ ଜଣେ ବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ପୋଲିସ ଦୋକାନୀ ପଙ୍କଜ ବେହେରାଙ୍କୁ ସୋମବାର ଗିରଫ କରିଛି।