ଅପରାଧ

ବଚସାରୁ ବାପାଙ୍କ ଆକ୍ରମଣ, ପୁଅ ମୃତ

ବଚସାରୁ ବାପାଙ୍କ ଆକ୍ରମଣ, ପୁଅ ମୃତ

ଯାଜପୁର ଅଫିସ/ବିରଜାକ୍ଷେତ୍ର, ୨୯।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ପୋଦନା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ଲଙ୍ଗଳକଣ୍ଟି ମାଡ଼ରେ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର ବେହେରା

ଦିନ ଦ୍ୱିପ୍ରହରରେ ମହିଳାଙ୍କଠାରୁ ୪୨ ହଜାର ଲୁଟ୍‌, କଳା ପଲସରରେ ଆସି ଝାମ୍ପିନେଲେ ଦୁର୍ବୃତ୍ତ

ଦିନ ଦ୍ୱିପ୍ରହରରେ ମହିଳାଙ୍କଠାରୁ ୪୨ ହଜାର ଲୁଟ୍‌, କଳା ପଲସରରେ ଆସି ଝାମ୍ପିନେଲେ ଦୁର୍ବୃତ୍ତ

ଡେରାବିଶ, ୨୮।୩(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ଥାନା ୫ନଂ(କ) ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ବୁଧବାର ଅପରାହ୍ନ ୨ଟାରେ ଜଣେ ମହିଳାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁଇଜଣ ଦୁର୍ବୃତ୍ତ କଳା ପଲସର୍‌ରେ ଆସି ମହିଳାଙ୍କଠାରୁ ୪୨ହଜାର ଟଙ୍କା ଲୁଟି ନେଇଛନ୍ତି।

ଜମନକିରାରେ ଚୋର ସକ୍ରିୟ: ୩ ଘରୁ ଲୁଟିନେଲେ ୨୦ହଜାରରୁ ଅଧିକ ଟଙ୍କା

ଜମନକିରାରେ ଚୋର ସକ୍ରିୟ: ୩ ଘରୁ ଲୁଟିନେଲେ ୨୦ହଜାରରୁ ଅଧିକ ଟଙ୍କା

ଜମନକିରା, ୨୭।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ପୋଷ୍ଟ ଅଫିସ ପଡ଼ାସ୍ଥିତ ଭିନ୍ନ ଭିନ୍ନ ୩ଟି ଘରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି।

ବିଟ୍‌ କଏନ୍‌ ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ୨ଗିରଫ

ବିଟ୍‌ କଏନ୍‌ ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ୨ଗିରଫ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜଧାନୀରେ ଅଭିନବ ଉପାୟରେ ଏକ ଠକେଇ ହୋଇଛି। ବିଟ୍‌ କଏନ୍‌ ନାଁରେ ଅଭିଯୁକ୍ତମାନେ ଟଙ୍କା ୨ଗୁଣା କରିଦେବାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାପରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ସ୍ବାଇପ୍‌ ମେଶିନ୍‌, ୩ ମୋବାଇଲ, ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି।

୪୫ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ଗିରଫ

୪୫ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ଗିରଫ

ଚନ୍ଦ୍ରଶେଖରପୁର,୨୬।୩(ଡି.ଏନ୍‌.ଏ.): ଚନ୍ଦ୍ରଶେଖରପୁର ଥାନା ପଟିଆସ୍ଥିତ ଏକ ଭଡ଼ାଘରୁ ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ବିସି) ଚଢ଼ାଉକରି ୪୫ କି.ଗ୍ରା. ଗଞ୍ଜେଇ ଜବତ କରିଛି।

ନାବାଳିକାଙ୍କୁ ଅପହରଣ, ବଳାତ୍କାର ଅଭିଯୋଗ: ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ/ସୋହେଲା,୨୬।୩: ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ସୋମବାର ବରଗଡ଼ ଜିଲା ସୋହେଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ୨୦୧୭ରେ ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଏବଂ ଅଭିଯୁକ୍ତ ଟ୍ୟୁଶନ ସାର୍‌ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ଚାକିରି ଦେବା ନାଁରେ ଠକେଇ: ଜଣେ ନାବାଳିକା, ୩ ଯୁବତୀ ଉଦ୍ଧାର

ଚାକିରି ଦେବା ନାଁରେ ଠକେଇ: ଜଣେ ନାବାଳିକା, ୩ ଯୁବତୀ ଉଦ୍ଧାର

ଖୋର୍ଦ୍ଧା ଅଫିସ,୨୬।୩: ଚାକିରି ଦେବା ନାଁରେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳରୁ ରାଉରକେଲା ଚାଲାଣ ହେଉଥିବା ଜଣେ ନାବାଳିକା ଓ ୩ ଯୁବତୀଙ୍କୁ ଖୋର୍ଦ୍ଧା ଜିଲା ପୋଲିସର ଏକ ଟିମ୍‌ ଉଦ୍ଧାର କରିଛି। ଏଥିସହ ମିଥ୍ୟା ପ୍ରଲୋଭନ ଦେଖାଇଥିବା ଚାଲାଣକାରୀ ବାଣପୁର ଜିଆଙ୍କ ସାହିର ବିଦ୍ୟାଧର ପଣ୍ଡା(୪୫)ଙ୍କୁ ପୋଲିସ ରାଉରକେଲା ଅଞ୍ଚଳରୁ ଗିରଫ କରିଛି।

୨ କାର୍‌ ସହ ୧.୨ କୁଇଣ୍ଟାଲ ଗଞ୍ଜେଇ ଜବତ : ୮  ଗିରଫ

୨ କାର୍‌ ସହ ୧.୨ କୁଇଣ୍ଟାଲ ଗଞ୍ଜେଇ ଜବତ : ୮ ଗିରଫ

ଭୁବନେଶ୍ୱର, ୨୫।୩(ବ୍ୟୁରୋ)- ମାଲକାନଗିରିରୁ କଲିକତା ଭାୟା ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଛି। ପୋଲିସ ଏବଂ ଅବକାରୀ ବିଭାଗ ନଜରରୁ ବର୍ତ୍ତିବା ଲାଗି ଚୋରା ବେପାରୀମାନେ ଦାମୀ କାର୍‌ରେ ଏହାକୁ ଚାଲାଣ କରୁଛନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଧରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ।

ପିଲାକଳିରୁ ଯୁବକଙ୍କୁ ପୋଡ଼ି ହତ୍ୟା ଘଟଣା: ମୃତକଙ୍କ ପରିବାରକୁ ବସ୍ତିରୁ ତଡ଼ିବାକୁ ଯୋଜନା

ଚନ୍ଦ୍ରଶେଖରପୁର(ଡି.ଏନ୍‌.ଏ)/ଭୁବନେଶ୍ୱର(ବ୍ୟୁରୋ), ୨୫।୩: ପିଲା କଳିରୁ ଚିରଗୋଟୋଲା ବସ୍ତିରେ ବଣ୍ଟି ସକ୍‌ସେନା ନାମକ ଯୁବକଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ପ୍ରିୟା ସକ୍‌ସେନା ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ହେଲେ ଏଯାଏ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏପରି ସ୍ଥଳେ ବସ୍ତିରେ ରହୁଥିବା ରହୁଥିବା ଜଣେ କନଷ୍ଟେବଳ ସ୍ଥାନୀୟ କେତେଜଣ ବ୍ୟକ୍ତିଙ୍କୁ ହାତ କରି ପ୍ରିୟା ଏବଂ ତାଙ୍କର ୪ ପିଲାଙ୍କୁ ବସ୍ତିରୁ ତଡ଼ିବାକୁ ଯୋଜନା କରିଛନ୍ତି।

ଉନ୍ମୟ ପାଢ଼ୀ ହତ୍ୟା ମାମଲା: କଲିକତା ଖସିଯିବା ବେଳେ ପ୍ରେମିକା, ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ

ଉନ୍ମୟ ପାଢ଼ୀ ହତ୍ୟା ମାମଲା: କଲିକତା ଖସିଯିବା ବେଳେ ପ୍ରେମିକା, ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର, ୨୫।୩(ବ୍ୟୁରୋ)- ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ପୋଲିସ ଏକପ୍ରକାର ଅସହାୟ ହୋଇପଡ଼ିଛି। ହତ୍ୟାକାଣ୍ଡର ୬ଦିନ ବିତିଯାଇଥିଲେ ହେଁ ପୋଲିସକୁ ଏଯାଏ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ସୁରାକ୍‌ ମିଳିନାହିଁ। ଗତ ଶନିବାର ପୋଲିସ ଉନ୍ମୟଙ୍କ ପ୍ରେମିକା ଏବଂ ତାଙ୍କର ତଥାକଥିତ ଜଣେ ପୁରୁଷ ବନ୍ଧୁଙ୍କୁ ଜେରା କରିଥିବାବେଳେ ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳି ନ ଥିଲା।

୫୦ ଲିଟର ମଦ ଜବତ, ପିକ୍‌ଅପ୍‌ ଡ୍ରାଇଭର ଗିରଫ

୫୦ ଲିଟର ମଦ ଜବତ, ପିକ୍‌ଅପ୍‌ ଡ୍ରାଇଭର ଗିରଫ

ବାସୁଦେବପୁର, ୨୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଚୁଡାମଣି ପଞ୍ଚାୟତ ଷଣ୍ଢ ଛକଠାରୁ ଗୁରୁବାର ରାତିରେ ଚୁଡାମଣି ସାମୁଦ୍ରିକ ଥାନା ପୋଲିସ ଏକ ମଦ ବୋଝେଇ ପିକ୍‌ ଅପ୍‌ ଭ୍ୟାନକୁ ଜବତ କରିଛି।

ଗୋଡ଼ିଆପଲ୍ଲୀ ଛକରେ ବୋମାମାଡ଼

ଗୋଡ଼ିଆପଲ୍ଲୀ ଛକରେ ବୋମାମାଡ଼

ବେଗୁନିଆ, ୨୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ିଆପଲ୍ଲୀ ଛକ ନିକଟରେ ଶନିବାର ଭୋର ୫ଟାରେ ବୋମାମାଡ ହୋଇଛି।

ସୋନିପତ୍‌ରେ ଅଭାବନୀୟ ଘଟଣା: ବଡଭାଇ ହତ୍ୟାକାରୀଙ୍କ ଗୁଳିମାଡରେ ସାନଭାଇ ମୃତ

ସୋନିପତ୍‌ରେ ଅଭାବନୀୟ ଘଟଣା: ବଡଭାଇ ହତ୍ୟାକାରୀଙ୍କ ଗୁଳିମାଡରେ ସାନଭାଇ ମୃତ

ସୋନିପତ୍‌, ୨୪।୩: ହରିୟାଣାର ସୋନିପତ୍‌ ଜିଲାରେ ଶୁକ୍ରବାର ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରାଯାଇଛି। ସେ ହେଉଛନ୍ତି ମାଦିନା ଗ୍ରାମର ରାଜେଶ ସିଂ। ରାଜେଶ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳପଡିଆ ନିକଟରେ ଭଉଣୀକୁ ଅପେକ୍ଷା କରିଥିବା ବେଳେ ଏକ କାରରେ କିଛି ଲୋକ ଆସି ତାଙ୍କୁ ଗୁଳିମାଡ଼ କରିଥିଲେ। ତାଙ୍କ ଦେହରେ ୧୦ଟି ଗୁଳି ବାଜିବା ହେତୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଜିଆରଏସ୍‌

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଜିଆରଏସ୍‌

ସାକ୍ଷୀଗୋପାଳ,୨୩।୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ମହିଳା ଜିଆରଏସ୍‌(ଗ୍ରାମ ରୋଜଗାର ସେବକ) ପୁଷ୍ପାଙ୍ଗିନୀ ପ୍ରଧାନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ଗ୍ରାମ ଅଳଗୁମ ବାଟୁଳିପଡା।

ମହେଶ୍ୱର ମହାନ୍ତିଙ୍କ ପିଏଙ୍କୁ ଆକ୍ରମଣ ଘଟଣା:  ୪ ଗିରଫ

ମହେଶ୍ୱର ମହାନ୍ତିଙ୍କ ପିଏଙ୍କୁ ଆକ୍ରମଣ ଘଟଣା: ୪ ଗିରଫ

ପୁରୀ ଅଫିସ,୨୩।୩: ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ ଭବାନୀ ପ୍ରସାଦ ସାହୁ ଓ ଅନ୍ୟ ଜଣେ ସୋମନାଥ ସାହୁଙ୍କୁ ଆକ୍ରମର ଘଟଣାରେ କୁମ୍ଭାରପଡ଼ା ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରିଛି ।

କୋଣ୍ଡାଗାଁରୁ ୭ଶହ କେଜି ଗଞ୍ଜେଇ ଜବତ, ୨ ଗିରଫ

କୋଣ୍ଡାଗାଁରୁ ୭ଶହ କେଜି ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି, ୨୩।୩(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ କୋଣ୍ଡାଗାଁରୁ ପୋଲିସ ଶୁକ୍ରବାର ୭ଶହ କିଗ୍ରା ଗଞ୍ଜେଇ ଜବତ କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି।

କୁଆଖାଇ ନଦୀପଠାରୁ ଅଧାପୋଡା ମୃତଦେହ ଉଦ୍ଧାର ଘଟଣା: ତ୍ରିକୋଣୀୟ ପ୍ରେମ ସମ୍ପର୍କ ସନ୍ଦେହ

କୁଆଖାଇ ନଦୀପଠାରୁ ଅଧାପୋଡା ମୃତଦେହ ଉଦ୍ଧାର ଘଟଣା: ତ୍ରିକୋଣୀୟ ପ୍ରେମ ସମ୍ପର୍କ ସନ୍ଦେହ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ନହରକଣ୍ଟା କୁଆଖାଇ ନଦୀପଠାରୁ ବୁଧବାର ତନ୍ମୟ ପାଢୀଙ୍କ ଅଧାପୋଡା ମୃତଦେହ ମିଳିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ବଡଗଡ ବିଜେବି ନଗରର ତନ୍ମୟଙ୍କୁ ହତ୍ୟା କରିବା ପଛରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି।

ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଓଏଏସ୍‌ ଅଧିକାରୀ ଆଶୁତୋଷ ସାମଲଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

ସ୍କୁଟି ଡିକି ଭାଙ୍ଗି ନାଲ୍‌କୋ କର୍ମଚାରୀଙ୍କ ୩୦ହଜାର ଲୁଟ୍‌

ସ୍କୁଟି ଡିକି ଭାଙ୍ଗି ନାଲ୍‌କୋ କର୍ମଚାରୀଙ୍କ ୩୦ହଜାର ଲୁଟ୍‌

ବଅଁରପାଳ, ୨୨।୩(ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ନାଲ୍‌କୋ କୋଅପରେଟିଭ ମାର୍କେଟ ପଛପଟୁ ଗୁରୁବାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ନାଲ୍‌କୋ କର୍ମଚାରୀ ସନ୍ତୋଷ ମିଶ୍ରଙ୍କ ସ୍କୁଟିର ଡିକି ଭାଙ୍ଗି ୩୦ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଗାଡି ରଖାକୁ କେନ୍ଦ୍ର କରି ଆକ୍ରମଣ: ଉଭଣୀ-ଭାଇ ଗିରଫ

ଗାଡି ରଖାକୁ କେନ୍ଦ୍ର କରି ଆକ୍ରମଣ: ଉଭଣୀ-ଭାଇ ଗିରଫ

ରଣପୁର, ୨୨।୩(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର ଏନ୍‌ଏସି ଅନ୍ତର୍ଗତ ହଂସର ଓ୍ବାର୍ଡରେ ଗୁରୁବାର ସକାଳେ ଭଉଣୀଭାଇଙ୍କ ଆକ୍ରମଣରେ ଚତ୍ତରଞ୍ଜନ ସାହୁ(୨୨) ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ଭଉଣୀ, ଭାଇ ହେଲେ ମଞ୍ଜୁବାଳା ବେହେରା ଓ ଅମର ବେହେରା।

କଲିକତା ଫରେନ୍‌ସିକ୍‌ ଲ୍ୟାବ ରିପୋର୍ଟ ଆସିଲା: ରିଷିଙ୍କ ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ ରେକର୍ଡ ହୋଇଥିବା ସ୍ପଷ୍ଟ ହୋଇପାରିଲାନି

କଲିକତା ଫରେନ୍‌ସିକ୍‌ ଲ୍ୟାବ ରିପୋର୍ଟ ଆସିଲା: ରିଷିଙ୍କ ମୋବାଇଲ୍‌ରେ ଅଶ୍ଳୀଳ ଭିଡିଓ ରେକର୍ଡ ହୋଇଥିବା ସ୍ପଷ୍ଟ ହୋଇପାରିଲାନି

ଭୁବନେଶ୍ୱର, ୨୧ା୩(ବ୍ୟୁରୋ)- ବହୁ ଚର୍ଚ୍ଚିତ ଆଶୁତୋଷ ମହାନ୍ତି ଓରଫ୍‌ ରିଷି ମୃତ୍ୟୁ ମାମଲାରେ କଲିକତାସ୍ଥିତ କେନ୍ଦ୍ରୀୟ ଫୋରେନ୍‌ସିକ ଲ୍ୟାବ୍‌ରୁ ମିଳିଥିବା ରିପୋର୍ଟକୁ କମିଶନରେଟ ପୋଲିସ ବୁଧବାର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିଛି।

ଏମିତି କେୟାରିଂ କମିଶନରେଟ ପୋଲିସ: ଦୁର୍ଘଟଣା ଘଟାଇ ଫେରାର ହୋଇଗଲା ଭ୍ୟାନ୍‌, ୩ ଗୁରୁତର

ଏମିତି କେୟାରିଂ କମିଶନରେଟ ପୋଲିସ: ଦୁର୍ଘଟଣା ଘଟାଇ ଫେରାର ହୋଇଗଲା ଭ୍ୟାନ୍‌, ୩ ଗୁରୁତର

ଭୁବନେଶ୍ୱର, ୨୧।୩(ବ୍ୟୁରୋ)- ‘ଓ୍ବି କେୟାର, ଓ୍ବି ଡେୟାର’। କମିଶନରେଟ ପୋଲିସର ଏହି ସ୍ଳୋଗାନରେ କେତେ ସତ୍ୟତା ରହିଛି ତାହା ବୁଧବାରର ଏକ ଦୁର୍ଘଟଣାରୁ ସ୍ପଷ୍ଟ ହୋଇଛି। ରାଜଧାନୀରେ ଏକ ପୋଲିସ ଭ୍ୟାନ ସିରିଜ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯିବା ଘଟଣା କମିଶନରେଟ ପୋଲିସର ଅସଲ ଚେହେରାକୁ ପଦାରେ ପକାଇଛି। ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତାରୋକୋ କରି ପୋଲିସ ବିରୋଧରେ ନାରାବାଜି ଦେଇଛନ୍ତି।

ପୋଲିସ ବାବୁଙ୍କ ଯୌତୁକ ପ୍ରୀତି: ୩ ଲକ୍ଷ ନ ଦେବାରୁ ବୋହୂଙ୍କୁ ଘରୁ ତଡ଼ିଦେଲେ

ପୋଲିସ ବାବୁଙ୍କ ଯୌତୁକ ପ୍ରୀତି: ୩ ଲକ୍ଷ ନ ଦେବାରୁ ବୋହୂଙ୍କୁ ଘରୁ ତଡ଼ିଦେଲେ

ଭୁବନେଶ୍ୱର, ୨୧।୩(ବ୍ୟୁରୋ)- ବିବାହର ୩ମାସ ପରେ ଅଧିକ ଯୌତୁକ ଆଣିବା ଲାଗି ବୋହୂକୁ ନିର୍ଯାତନା ଦେଲେ। ବାପଘରୁ ୩ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କଲେ। କିନ୍ତୁ ଗରିବ ବାପା ଏତେ ଟଙ୍କା ଦେଇ ନ ପାରିବାରୁ ବୋହୂକୁ ମାଡ଼ ମାରି ଘରୁ ତଡ଼ିଦେଲେ। କୌଣସି ସାଧାରଣ ପରିବାର ନୁହେଁ, ଖୋଦ ଜଣେ ପୋଲିସ କର୍ମଚାରୀଙ୍କ ଏଭଳି ଯୌତୁକ ପ୍ରୀତି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଅନ୍ୟପଟେ ନ୍ୟାୟ ପାଇଁ ମହିଳା ଜଣକ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୁକ୍ତମାନେ ପୋଲିସ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକେ ହୋଇଥିବାରୁ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇନାହିଁ।

ମୋବାଇଲ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ, ୩ ଗିରଫ

ମୋବାଇଲ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ, ୩ ଗିରଫ

ପୁରୀ ଅଫିସ, ୨୧।୩: ଗତ କିଛି ଦିନ ହେବ ପୁରୀ ସହରରେ ସକ୍ରିୟ ଥିବା ମୋବାଇଲ ଫୋନ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରିଛି କୁମ୍ଭାରପଡା ପୋଲିସ। ବୁଧବାର ଏହି ଗ୍ୟାଙ୍ଗର ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡିଆବନ୍ଧର ଆଲୋକ ପ୍ରଧାନ(୨୩), ଜଗନ୍ନାଥ କଲୋନୀର ରାଜା ନାୟକ ଓ ରବି ବାରିକ(୪୨)।