ଅପରାଧ

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ମାମଲା

ନାବାଳିକାଙ୍କୁ ଅପହରଣ ଅଭିଯୋଗ, ଥାନାରେ ମାମଲା

ଦିଗପହଣ୍ଡି,୩୧।୮(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ନାବାଳିକାଙ୍କ ଭାଇ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ମାମଲା(ନଂ-୧୪୭/୧୮) ରୁଜୁ କରି ତଦନ୍ତ ଚଳାଇଛି। 

ଚୋରାମଦ କାରୋବାର ଘଟଣା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଚୋରାମଦ କାରୋବାର ଘଟଣା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାଲିଗୁଡ଼ା, ୩୧।୮:  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଧୀନ ବେଲଘର ଥାନା ପୋଲିସ ଶୁକ୍ରବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମଦ ବେପାରୀ ଗିରଫ

ମଦ ବେପାରୀ ଗିରଫ

ବାଲିଗୁଡ଼ା,୩୧।୮: କନ୍ଧମାଳ ଜିଲା ବେଲଘର ଥାନା କେକେଡିଏ କଲୋନୀରେ ଶୁକ୍ରବାର ବେଲଘର ପୋଲିସ ଚଢ଼ାଉ କରି ଚୋରା ଦେଶୀ ମହୁଲି ମଦ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଚୋରି

ପାପଡ଼ାହାଣ୍ଡି,୩୧।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାରେ ଥିବା ୟୁଜିଏମ୍‌ଇ ସ୍କୁଲ ପରିସରରୁ ଗୁରୁବାର ରାତିରେ ଚୋରି ହୋଇଛି। ସ୍କୁଲ କୋଠରୀର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଗ୍ୟାସ୍‌ ସିଲିଣ୍ଡର, ଚୁଲା ଓ ୪ କୁଇଣ୍ଟାଲ ଚାଉଳ ନେଇ ଯାଇଥିବା ଜଣାପଡ଼ିଛି।

ଆଗରପଡ଼ାରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା

ଆଗରପଡ଼ାରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା

ବନ୍ତ,୩୧।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ବାଲିପୋଖରୀ ବଜାର କାଳି ମଣ୍ଡପ ପଛପଟୁ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଲେ ତେଲନଟି ଗ୍ରାମର ବଳରାମ ଜେନାଙ୍କ ପୁଅ ମୁରଲୀ। 

ଲୁଟ୍‌ ପାଇଁ ଘରେ ପଶି ବୃଦ୍ଧାଙ୍କୁ ହତ୍ୟା: ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଲୁଟ୍‌ ପାଇଁ ଘରେ ପଶି ବୃଦ୍ଧାଙ୍କୁ ହତ୍ୟା: ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବାଲିଅନ୍ତା,୩୧।୮(ଡି.ଏନ୍‌.ଏ.)- ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ବଙ୍ଗୁଆରି ସାହାବାଜ୍‌ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଏକ ହତ୍ୟାକାଣ୍ଡ ଘଟିଛି। ଘରେ ଏକୁଟିଆ ରହୁଥିବା ମନୋରମା ପଣ୍ଡା(୬୩) ନାମ୍ନୀ ବିଧବା ବୃଦ୍ଧାଙ୍କୁ ଦୁର୍ବୃତ୍ତମାନେ ତଣ୍ଟିଚିପି ହତ୍ୟା କରିଛନ୍ତି।

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତ ଗିରଫ

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୩୧।୮(ବ୍ୟୁରୋ)- ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ବଳାକତ୍ାର କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ପ୍ରେମିକ ଧୋକା ଦେଲେ: ହାତ କାଟି ୩ମହଲାରୁ ଡେଇଁଲେ ଯୁବତୀ

ପ୍ରେମିକ ଧୋକା ଦେଲେ: ହାତ କାଟି ୩ମହଲାରୁ ଡେଇଁଲେ ଯୁବତୀ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ)- ପ୍ରେମିକା କଥାରେ ପ୍ରେମିକ ରାଜି ହେଲେ ନାହିଁ। ଫଳରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ରେ କଥା କଟାକଟି ହେଲା।  

ଆୟ ବହିର୍ଭୂତ ସମ୍ପତ୍ତି କାଳ ହେଲା: ଓପେପା ଅଧିକାରୀ, ତହସିଲଦାର ସ୍ବାମୀ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି କାଳ ହେଲା: ଓପେପା ଅଧିକାରୀ, ତହସିଲଦାର ସ୍ବାମୀ ଗିରଫ

କଟକ ଅଫିସ, ୩୧ା୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପେପାର ମୁଖ୍ୟ ଆକାଉଣ୍ଟସ୍‌ ଅଫିସର ନଳିନୀ କୁମାରୀ ପୃଷ୍ଟି ଓ ତାଙ୍କ ସ୍ବାମୀ ତଥା ଗଞ୍ଜାମ ଜିଲା ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି।

ଗୁଳି ମାଡ଼ରେ ଯୁବକ ଗୁରୁତର

ଗୁଳି ମାଡ଼ରେ ଯୁବକ ଗୁରୁତର

ବଇଣ୍ଡା,୩୦।୮(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଯୋଗିପଥର ଗ୍ରାମରେ ବୁଧବାର ରାତିରେ ଗୁଳି ମାଡ଼ରେ କୁଣ୍ଡାଳି ଗ୍ରାମର ତପନ ନାଥ(୧୭) ଗୁରୁତର ହୋଇଛନ୍ତି।

୨ ଘଟଣାରେ ୭ ଗିରଫ: ୩ ବନ୍ଧୁକ, ବୋମା, ଟଙ୍କା ବାଇକ୍‌ ଜବତ

୨ ଘଟଣାରେ ୭ ଗିରଫ: ୩ ବନ୍ଧୁକ, ବୋମା, ଟଙ୍କା ବାଇକ୍‌ ଜବତ

ଭଞ୍ଜନଗର,୩୦।୮(ଡି.ଏନ.ଏ.)-ଭଞ୍ଜନଗର ଉପଖଣ୍ଡ ପୋଲିସକୁ ବୁଧବାର ରାତିରେ ବଡ ଼ସଫଳତା ମିଳିଛି । ଭଞ୍ଜନଗର ଓ ତାରସିଂ ଥାନାର ପୃଥକ ୨ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବ୍ରହ୍ମପୁର ଗୋସାଣି  ନୂଆଗାଁର ସୁମନ ପାଢ଼ୀ, ବୋରିଗୁଡ଼ାର ରାକେଶ ପରିଡ଼ା, ପୁରୁଷୋତ୍ତମପୁର ଥାନା ଗଙ୍ଗାଡ଼େଣୁ ଗ୍ରାମର ପବିତ୍ର ଭୂୟଁା, ତୁରୁମୁର ଅନୀଲ ମିଶ୍ର, ସତ୍ୟ ମଳିକ, ଗୁନା ଗୌଡ଼ ଓ ପି. ଭବାନୀ ପ୍ରସାଦ ରାଓ । 

 ତୁଡିଗଡିଆରୁ ଚୋରି, ଫଗୁଣାରୁ ଲୁଟ୍‌

ତୁଡିଗଡିଆରୁ ଚୋରି, ଫଗୁଣାରୁ ଲୁଟ୍‌

ଖଇରା, ୩୦।୮(ଡି.ଏନ.ଏ.)-ବୁଧବାର ରାତିରେ ଖଇରା ଥାନା ଅଧୀନ ତୁଡିଗଡିଆ ବଜାରସ୍ଥିତ କମଳାକାନ୍ତ ପଣ୍ଡା ମୋବାଇଲ ଦୋକାନରୁ ଚୋରି ହୋଇଯାଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି।

ପୋଲିସର ଅତ୍ୟାଚାର ସହି ନ ପାରି ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି

ପୋଲିସର ଅତ୍ୟାଚାର ସହି ନ ପାରି ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି

କଟକ ଅଫିସ,୩୦।୮:  ଟାଙ୍ଗି ଥାନା ପୋଲିସ ଏକ ହତ୍ୟା ମାମଲାରେ ବଳରାମ ନାୟକ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବାର ଥିବା ବେଳେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଗୋଟିଏ ଦିନରେ ତୁଡ଼ିଗଡିଆରୁ ଚୋରି, ଫଗୁଣାରୁ ଲୁଟ୍‌

ଗୋଟିଏ ଦିନରେ ତୁଡ଼ିଗଡିଆରୁ ଚୋରି, ଫଗୁଣାରୁ ଲୁଟ୍‌

ଖଇରା,୩୦।୮(ଡି.ଏନ.ଏ): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡ଼ିଗଡ଼ିଆ ବଜାରସ୍ଥିତ କମଳାକାନ୍ତ ପଣ୍ଡା ମୋବାଇଲ ଦୋକାନରୁ ଚୋରି ହୋଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। 

ଆୟ ବହିର୍ଭୁତ ୬ କୋଟିର ସମ୍ପତ୍ତି ଠାବ ଘଟଣା: ଓପେପା ଅଧିକାରୀ ଓ ସ୍ବାମୀ ଛତ୍ରପୁର ତହସିଲଦାର ଗିରଫ

ଆୟ ବହିର୍ଭୁତ ୬ କୋଟିର ସମ୍ପତ୍ତି ଠାବ ଘଟଣା: ଓପେପା ଅଧିକାରୀ ଓ ସ୍ବାମୀ ଛତ୍ରପୁର ତହସିଲଦାର ଗିରଫ

କଟକ ଅଫିସ,୩୦।୮: ଭୁବନେଶ୍ୱରସ୍ଥିତ ଓଡ଼ିଶା ପ୍ରାଇମେରୀ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓପେପା)ର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀ ନଳିନୀ ପୃଷ୍ଟି ଏବଂ ତାଙ୍କ ସ୍ବାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି। 

କଟକରେ ଆଇନଜୀବୀଙ୍କୁ ମାଡ଼ ମାରିବା ଘଟଣା: ୩ ପୋଲିସ କର୍ମଚାରୀ ନିଲମ୍ବିତ

କଟକରେ ଆଇନଜୀବୀଙ୍କୁ ମାଡ଼ ମାରିବା ଘଟଣା: ୩ ପୋଲିସ କର୍ମଚାରୀ ନିଲମ୍ବିତ

କଟକ ଅଫିସ,୩୦।୮: କଟକରେ ଆଇନଜୀବୀଙ୍କୁ ମାଡ଼ ମରାଯିବା ଘଟଣାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲମାନେ ନିନ୍ଦା କରିବା ସହ କୋର୍ଟ ବର୍ଜନ କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଗୁରୁବାର ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ୩ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। 

ଚୋରା ମଦ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର: ଗାଡ଼ି ଜବତ, ଡ୍ରାଇଭର ଅଟକ

ଚୋରା ମଦ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର: ଗାଡ଼ି ଜବତ, ଡ୍ରାଇଭର ଅଟକ

ସଜନାଗଡ଼, ୨୯।୮(ଡି.ଏନ.ଏ.)-ନୀଳଗିରି ଅବକାରୀ ବିଭାଗ କାର୍ଯ୍ୟାଳୟର ୧ କି.ମି. ଦୂରରେ ଚୋରା ମଦ ବୋଝେଇ ଗାଡ଼ି ଧକ୍କାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଗାଡ଼ି  ଦ୍ରୁତଗତିରେ ଯାଉଥିବାରୁ ଭାରସାମ୍ୟ ହରାଇ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। 

୫୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

୫୦ ଲିଟର ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ବାହାନଗା, ୨୯।୮(ଡି.ଏନ.ଏ.)-ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ନିମଗୋହିରୀ ଛକ ନିକଟରେ ଗୋପାଳପୁର ଫାଣ୍ଡି ପୋଲିସ ୫୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବ୍ରହ୍ମଗିରି ବ୍ଲକ ପରିଷର ପାଲଟିଲା ରଣ କ୍ଷେତ୍ର, ୧୪୪ ଧାରା ଜାରି

ବ୍ରହ୍ମଗିରି ବ୍ଲକ ପରିଷର ପାଲଟିଲା ରଣ କ୍ଷେତ୍ର, ୧୪୪ ଧାରା ଜାରି

ବ୍ରହ୍ମଗିରି,୨୯। ୮(ଡି.ଏନ.ଏ): ବିଭିନ୍ନ ଦାବିନେଇ ପୁରୀ ଜିଲା ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟରେ ୩ ଦିନ ଧରି ଧାରଣାରେ ବସିଥିଲେ ଜନପ୍ରତିନିଧି। ବୁଧବାର ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ବେଳେ ବିଜେଡିର କେତକ କର୍ମୀ ଏହି ଆଲୋଚନାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ। 

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

କଟକ ଅଫିସ, ୨୯।୮: ଭିଜିଲାନ୍ସ ଜାଲରେ ଗଜପତି ଜିଲାରେ କାର୍ଯ୍ୟରତ କନେଷ୍ଟବଳ ରଞ୍ଜିତ କୁମାର ଲିମା ଓ ତନୁଜ କୁମାର ସାବତ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସେମାନଙ୍କ ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। 

ଜ୍ୱାଇଁଙ୍କୁ ମାରି ଜଙ୍ଗଲରେ ପୋତିଥିଲେ: ଶ୍ୱଶୁର ସମେତ ୫ ଗିରଫ

ଜ୍ୱାଇଁଙ୍କୁ ମାରି ଜଙ୍ଗଲରେ ପୋତିଥିଲେ: ଶ୍ୱଶୁର ସମେତ ୫ ଗିରଫ

କେନ୍ଦୁଝର, ୨୯।୮(ସ୍ବ.ପ୍ର.): ଜ୍ୱାଇଁଙ୍କୁ ହତ୍ୟା କରିବା ଅଭିଯୋଗରେ ନୟାକୋଟ ଥାନା ପୋଲିସ ବୁଧବାର ଶ୍ୱଶୁରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ୱଶୁର ଭାଗରୁ ଦେହୁରୀ, ପାତୁ ନାଏକ, ନକୁଳ ନାଏକ, ଗୁରୁବନ ମୁଣ୍ଡା ଓ ତାକ ମୁଣ୍ଡା। 

ଓପେପା ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଓପେପା ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ ଅଫିସ, ୨୯।୮: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଓପେପା ସିଏଓ ନଳିନୀ କୁମାରୀ ପୃଷ୍ଟିଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି।

୩ କୋଟି ୧୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ଓସିସିଏଲ ମ୍ୟାନେଜର ଗିରଫ

୩ କୋଟି ୧୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ଓସିସିଏଲ ମ୍ୟାନେଜର ଗିରଫ

ଭୁବନେଶ୍ୱର,୨୯ା୮(ବ୍ୟୁରୋ)- ଅର୍ଥ ହେରଫେର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକି ଅପରାଧ ଶାଖା(ଇଓଡବ୍ଲ୍ୟୁ) ଓସିସିଏଲ୍‌(ଓଡ଼ିଶା କନ୍‌ଷ୍ଟ୍ରକ୍ସନ କୋଅପରେଟିଭ ଲିମିଟେଡ୍‌)ର ସିନିୟର ମ୍ୟାନେଜର ବିଶ୍ୱଜିତ୍‌ ବିଶ୍ୱାଳଙ୍କୁ ମଙ୍ଗଳବାର ଗିରଫ କରିଛି। 

ଷ୍ଟେଶନରେ ଡାକ୍ତରଙ୍କ ମୃତ୍ୟୁ ଘଟଣା: ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପରିବାର

ଷ୍ଟେଶନରେ ଡାକ୍ତରଙ୍କ ମୃତ୍ୟୁ ଘଟଣା: ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପରିବାର

ଭୁବନେଶ୍ୱର, ୨୯ା୮(ବ୍ୟୁରୋ)- ଷ୍ଟେଶନରେ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରହସ୍ୟ ଖୋଲିବାରେ ଅସମର୍ଥ ହୋଇଛି ରେଲଓ୍ବେ ପୋଲିସ। ଡାକ୍ତରଙ୍କୁ କିଏ ହତ୍ୟା କଲା ନା ଏହା ଏକ ଦୁର୍ଘଟଣା ଏଭଳି ଅନେକ ପ୍ରଶ୍ନର ଅଡୁଆ ସୂତା ଭିତରେ ଛନ୍ଦି ହୋଇପଡିଛି ପୋଲିସ।