ଅପରାଧ

୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

କଟକରୋଡ,୭।୯(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ  ଗୁଇନ୍ଦା ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ଲକ୍ଷ୍ମୀସାଗର ଥାନା ପଛପଟେ ଥିବା ହଳଦୀପଡ଼ିଆ ବସ୍ତିରେ ଚଢ଼ାଉ କରାଯାଇ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। 

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ, ସ୍ବାମୀ ଗିରଫ

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ, ସ୍ବାମୀ ଗିରଫ

ବାରଙ୍ଗ,୭।୯(ଡି.ଏନ୍‌.ଏ.)- ଚନ୍ଦକା ଥାନା ଅଧୀନ ପାଇକେରାପୁର ଗ୍ରାମରୁ ପୋଲିସ ଗୁରୁବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି।

ଟିଟୋ ଲିଙ୍କ୍‌: ଜଟଣୀ ଆଇଆଇସିଙ୍କୁ ରିମାଣ୍ଡରେ ଆଣିପାରେ ଏସ୍‌ଟିଏଫ୍‌

ଟିଟୋ ଲିଙ୍କ୍‌: ଜଟଣୀ ଆଇଆଇସିଙ୍କୁ ରିମାଣ୍ଡରେ ଆଣିପାରେ ଏସ୍‌ଟିଏଫ୍‌

ଭୁବନେଶ୍ୱର, ୭।୯(ବ୍ୟୁରୋ)- ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତିଙ୍କ ପାଇଁ ଅଡୁଆ ବଢ଼ିଲା। ଗୁରୁବାର ଢେଙ୍କାନାଳ ଜିଲାରେ ଥିବା ତାଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। 

କୋଟିପତି ତହସିଲ କିରାଣି: ୩ ସ୍ଥାନରେ ଭିଜିଲାନ୍ସ ଯାଞ୍ଚ

କୋଟିପତି ତହସିଲ କିରାଣି: ୩ ସ୍ଥାନରେ ଭିଜିଲାନ୍ସ ଯାଞ୍ଚ

କଟକ ଅଫିସ,୭।୯- କନ୍ଧମାଳ ଜିଲା ଜି.ଉଦୟଗିରି ତହସିଲ ଅଫିସ୍‌ରେ କାର୍ଯ୍ୟରତ ବରିଷ୍ଠ କିରାଣି ସୁଶୀଲ କୁମାର ସେନାପତିଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୨୦ ଲକ୍ଷ ୫୦ହଜାର ୫୦୦ ଟଙ୍କା।

ବ୍ୟାଟେରୀ ଓ ଆଲମୁନିୟମ୍‌ ତାର ଜବତ, ଜଣେ ଗିରଫ

ବ୍ୟାଟେରୀ ଓ ଆଲମୁନିୟମ୍‌ ତାର ଜବତ, ଜଣେ ଗିରଫ

ଧର୍ମଶାଳା, ୬।୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଳକ ଜେନାପୁର ଥାନା ଅନ୍ତର୍ଗତ ବାରକଣା ଗ୍ରାମରୁ ଚୋରି ହୋଇଥିବା ୨ଟି ଟ୍ରାକ୍ଟର ବ୍ୟାଟେରୀ ସହ ୪୦କେଜି ଆଲୁମିନିୟମ୍‌ ତାରକୁ ପୋଲିସ ଜବତ କରିଛି। 

ଖଣିରୁ ବ୍ଲାଷ୍ଟିଂ ସରଞ୍ଜାମ ଜବତ: ୨ଜଣଙ୍କ ନାମରେ ମାମଲା

ଖଣିରୁ ବ୍ଲାଷ୍ଟିଂ ସରଞ୍ଜାମ ଜବତ: ୨ଜଣଙ୍କ ନାମରେ ମାମଲା

ଖଇରା, ୬।୯(ଡି.ଏନ.ଏ.)-ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡ଼  ବଗେଇପୁର ନିକଟସ୍ଥ ୫୧ନମ୍ବର ଖଣିରେ ରାଜସ୍ବ ବିଭାଗ ଓ ଖଇରା ପୋଲିସ ପକ୍ଷରୁ ବୁଧବାର ରାତିରେ ଚଢ଼ାଉ କରାଯାଇଥିଲା। ବେଆଇନ ବ୍ଲାଷ୍ଟିଂ ପାଇଁ ରଖାଯାଇଥିବା ଗନ୍‌ ପାଉଡ଼ର, ଫୁଜ ଉଇଆର, ଡିଜେଲ, ବ୍ୟାଟେରୀ ଆଦି ପଦାର୍ଥ ଖଣି ଭିତରୁ ଜବତ କରାଯାଇଛି। 

୪ ଚୋରା ମଦ ବେପାରୀ ଗିରଫ

୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା, ୬।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଳକ ରୂପ୍‌ସା ଥାନା ଅଞ୍ଚଳରେ ଗୁରୁବାର ଅବକାରୀ ବିଭାଗ ତରଫରୁ ଅଚାନକ ଚଢ଼ାଉ କରାଯାଇଛି। ବସ୍ତା ସବ୍‌ଇନ୍ସପେକ୍ଟର ଅର୍ଜୁନ ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୪ଜଣ ମଦ ବେପାରୀଙ୍କୁ ଗିରଫ କରାଯାଇଛି।

ଡକାୟତି ଯୋଜନା ପଣ୍ଡ, ୭ ଗିରଫ: ବାଇକ, ମରଣାସ୍ତ୍ର ଜବତ

ଡକାୟତି ଯୋଜନା ପଣ୍ଡ, ୭ ଗିରଫ: ବାଇକ, ମରଣାସ୍ତ୍ର ଜବତ

ଜୟପୁର, ୬।୯  (ନି.ପ୍ର)-  ଜୟପୁର ଟାଉନ ପୋଲିସ ଗୋଟିଏ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି । ୭ ଜଣ ଯୁବକ ଢେପଗୁଡାଠାରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଖବରପାଇ ଚଢାଉ କରିଥିଲା।  ଚଢାଉ କରି  ପୋଲିସ  ବିହାର ଅଞ୍ଚଳର ୬ ଜଣ ଓ ବୈପାରିଗୁଡାର ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗୁଡୁ ସିଂ(୩୫), ଜିତେନ୍ଦ୍ର ୟାଦବ (୩୦),  ଶିବଜି ରାୟ (୫୦), ଅନିଲ କୁମାର ରାୟ(୨୨), ଚନ୍ଦ୍ର ଭୁଷଣ ସିଂ(୪୨), ସଞ୍ଜୟ ସିଂ (୩୫) ଉକ୍ତ ୬ ଜଣ ବିହାରର ହୋଇଥିବା ବେଳେ  ବୈପାରିଗୁଡା ଅଞ୍ଚଳର ବିକ୍ରାନ୍ତ ହରିଜନ (୨୬)। ସେମାନଙ୍କଠାରୁ ୮ ହଜାର ୫ ଶହ ଟଙ୍କା, ବାଇକ, ୭ଟି ମୋବାଇଲ, ୨ଟି ଖଣ୍ଡା, ୨ଟି ଲୁହାରଡ ଓ ୩ଟି ଲାଠି କୁ ପୋଲିସ ଜବତ କରିଛି ।

ଭିଜିଲାନ୍ସ ଜାଲରେ ସୋରଡ଼ା ବ୍ଲକ ଜିପିଟିଏ

ଭିଜିଲାନ୍ସ ଜାଲରେ ସୋରଡ଼ା ବ୍ଲକ ଜିପିଟିଏ

ସୋରଡ଼ା,୬।୯(ଡି.ଏନ୍‌.ଏ): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଜିପିଟିଏ ଅନିଲ କୁମାର ବେହେରା। 

୪୦ ହଜାର ଟଙ୍କା, ୧୪ ଗ୍ରାମ ସୁନା ଚୋରି

୪୦ ହଜାର ଟଙ୍କା, ୧୪ ଗ୍ରାମ ସୁନା ଚୋରି

ଅନୁଗୋଳ ଅଫିସ, ୬।୯:  ଅନୁଗୋଳ ସହରର ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ଥିବା ବିଜୟ କୁମାର ସାହୁଙ୍କ ଘରୁ ବୁଧବାର ଦିନ ବିଳମ୍ବିତ ରାତିରେ ଚୋରି ହୋଇଛି। ନଗଦ ୪୦ ହଜାର ଟଙ୍କା ଓ ୧୪ ଗ୍ରାମ ସୁନା ନେଇ ଚୋର ଫେରାର ହୋଇଯାଇଛନ୍ତି।

୭ ବ୍ୟାଟେରି ଚୋର ଗିରଫ

୭ ବ୍ୟାଟେରି ଚୋର ଗିରଫ

ଆନନ୍ଦପୁର, ୬।୯(ସ୍ବ.ପ୍ର.)- ରାମଚନ୍ଦ୍ରପୁର ଥାନା ପୋଲିସ ବୁଧବାର ୭ ଜଣ ବ୍ୟାଟେରି ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦ଟି ବ୍ୟାଟେରି ଜବତ ହୋଇଛି। ଗିରଫ ମାନେ ହେଲେ ପନସିଆ ଗାଁର  ମଟକା ହୋ, ଭିମ ହୋ, ଦିଲୁ କୁଲକେର, ଭଗିଆ ହୋ, ଗୁରୁଚରଣ ବିନ୍ଧାଣୀ, ମିଟୁ ଚରଣ ହୋ, ବୁଲୁ ହୋ।

ଛାତ୍ର ନେତାଙ୍କୁ ଛୁରାମାଡ଼

ଛାତ୍ର ନେତାଙ୍କୁ ଛୁରାମାଡ଼

ଭଦ୍ରକ ଅଫିସ,୬।୯-ବୁଧବାର ଅପରାହ୍ନରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ର ନେତାଙ୍କୁ ଛୁରାମାଡ଼ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ସେଲ୍ଫ ଫାଇନାନ୍ସ ଅଧୀନ ସାମ୍ବାଦିକ ଓ ଗଣଯୋଗାଯୋଗ 

ବ୍ୟାଙ୍କ ଋଣ ପରିଶୋଧ ନ କରିବାରୁ ଦୋକାନ ଘର ସିଲ୍‌

ବ୍ୟାଙ୍କ ଋଣ ପରିଶୋଧ ନ କରିବାରୁ ଦୋକାନ ଘର ସିଲ୍‌

ବଅଁରପାଳ,୫।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ଠାରେ ଥିବା ଜଗଦୀପ ଟ୍ରେଣ୍ଡିଂ ନାମକ ଦୋକାନକୁ ବ୍ୟାଙ୍କ ପକ୍ଷରୁ ବୁଧବାର ସିଜ୍‌ କରାଯାଇଛି। ଗତ ୨୦୧୫ରୁ ଦୋକାନୀ ୨୨ ଲକ୍ଷ ଋଣ କରିଥିଲେ। 

କୋଟିପତି ଇଞ୍ଜିନିୟର: ୫ ସ୍ଥାନରେ ଭିଜିଲାନ୍ସର ଯାଞ୍ଚ, ଘରୁ ବାହାରିଲା ନଗଦ ୨ ଲକ୍ଷ ୨୬ ହଜାର

କୋଟିପତି ଇଞ୍ଜିନିୟର: ୫ ସ୍ଥାନରେ ଭିଜିଲାନ୍ସର ଯାଞ୍ଚ, ଘରୁ ବାହାରିଲା ନଗଦ ୨ ଲକ୍ଷ ୨୬ ହଜାର

କଟକ ଅଫିସ, ୫ା୯- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୬୨ ଲକ୍ଷ ୧୫ହଜାର ୬୬୨ ଟଙ୍କା। ଯନ୍ତ୍ରୀ ମହାରଣାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗ ହୋଇଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି ତଲାସି ୱାରେଣ୍ଟ ବଳରେ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ମଙ୍ଗଳବାର  ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ।

କଲେଜ କିରାଣିଙ୍କ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ: ଭୁବନେଶ୍ୱର ସମେତ ୩ ସ୍ଥାନରେ ୨୭ ପ୍ଲଟ

କଲେଜ କିରାଣିଙ୍କ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ: ଭୁବନେଶ୍ୱର ସମେତ ୩ ସ୍ଥାନରେ ୨୭ ପ୍ଲଟ

କଟକ ଅଫିସ, ୫ା୯- ବାରିପଦା ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡ଼ାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୧୬ ଲକ୍ଷ ୯୭ହଜାର ୧୯୭ ଟଙ୍କା। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।

ଓଭରସିୟରଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

ଓଭରସିୟରଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ, ୫ା୯- କଳାହାଣ୍ଡି ଜିଲା ନର୍ଲା ଓ ମ.ରାମଚନ୍ଦ୍ରପୁର ବ୍ଲକର ମୃତ୍ତିକା ସଂରକ୍ଷଣ ବିଭାଗର ଓଭରସିୟର ପୀତବାସ ମହାକୁଡ଼ଙ୍କ ଘର ଓ ଅଫିସ୍‌ ସମତେ ୫ଟି ସ୍ଥାନରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। 

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଛତିଶଗଡ଼ ପୋଲିସ ସହଯୋଗରେ ତଦନ୍ତ ଚାଲିଛି: ଏଡିଜି

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଛତିଶଗଡ଼ ପୋଲିସ ସହଯୋଗରେ ତଦନ୍ତ ଚାଲିଛି: ଏଡିଜି

ଭୁବନେଶ୍ୱର, ୫ା୯(ବ୍ୟୁରୋ)- ଛତିଶଗଡର ବିଳାସପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୁଷ୍ପେନ୍ଦ୍ର ନାଥ ଚୌହ୍ବାନ ନାମକ ଜଣେ କଏଦୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦେଇଥିଲେ। ଛତିଶଗଡ଼ ପୋଲିସ ସହାୟତାରେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଜୁଆଆଡ୍ଡା ଉପରେ  ବାଲିଅନ୍ତା ପୋଲିସର ଚଢ଼ାଉ: ୩ ଜୁଆଡ଼ି ଗିରଫ, ୩୨ ହଜାର ଟଙ୍କା ଜବତ

ଜୁଆଆଡ୍ଡା ଉପରେ ବାଲିଅନ୍ତା ପୋଲିସର ଚଢ଼ାଉ: ୩ ଜୁଆଡ଼ି ଗିରଫ, ୩୨ ହଜାର ଟଙ୍କା ଜବତ

ବାଳକାଟୀ,୫।୯(ଡି.ଏନ୍‌.ଏ.)-ବାଳକାଟୀ ଫାଣ୍ଡି ଅଧୀନ ନନ୍ଦିସାହି ନିକଟ ସେସୁ କାର୍ଯ୍ୟାଳୟ ପଛପଟେ ଦୀର୍ଘମାସ ଧରି ଚାଲିଥିବା ଏକ ଜୁଆଆଡ୍ଡା ଉପରେ ବାଲିଅନ୍ତା ପୋଲିସ ମଙ୍ଗଳବାର ଅପରାହ୍ନରେ ଚଢ଼ାଉ କରି ୩ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ ବାଳକାଟୀ ପ୍ରତାପଶାସନ ଗ୍ରାମର ଶ୍ରୀଧର ଜେନା(୬୨), ସୂର୍ଯ୍ୟନାରାୟଣ ବେହେରା(୪୦) ଓ ସୁନାକର ସାହୁ(୪୪)।

ପରିବାରକୁ ବାସନ୍ଦ ଅଭିଯୋଗ: ଥାନାରେ ଏତଲା ଦେଲେ ବୋହୂ

ପରିବାରକୁ ବାସନ୍ଦ ଅଭିଯୋଗ: ଥାନାରେ ଏତଲା ଦେଲେ ବୋହୂ

ବନ୍ତଳା, ୫।୯ (ଡି.ଏନ.ଏ): ଅନୁସୂଚିତ ଜାତି କିମ୍ବା ଦିବ୍ୟାଙ୍ଗ ଝିଅ ପୁଅଙ୍କୁ ବିବାହ କଲେ ସରକାର ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଆଇନ ମଧ୍ୟ ରହିଛି। କିନ୍ତୁ ଆଜି ବି ସମାଜର ଅନେକ ମଣିଷ ଏହି ଜାତିପ୍ରଥା ବା ସାମାଜିକ କୁସଂସ୍କାରର ଊର୍ଦ୍ଧ୍ୱକୁ ଉଠିପାରି ନାହାନ୍ତି। ଅନ୍ୟ ଜାତିରେ ବିବାହ ପାଇଁ ଏବେ ମଧ୍ୟ ପରିବାରକୁ ଗଁାରୁ ବାସନ୍ଦ ହେବାକୁ ପଡ଼ୁଛି। ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଶାସନ ବଜାର ଗ୍ରାମରେ ଏପରି ଘଟିଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି।

ବାସୁଦେବପୁରରେ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ବାସୁଦେବପୁରରେ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଗିରଫ

ପଦ୍ମପୁର,୪ା୯(ଡି.ଏନ.ଏ.)- ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା(ଗୋଚର) ଗ୍ରାମରେ ଜଣେ ନବବିବାହିତା ବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକ ଅଧୀନ କୁଆମରା ଗ୍ରାମର ପଦ୍ମଲୋଚନ ଦାସଙ୍କର ଝିଅ ସୁଜାତା(୧୯) ବାଲିମୁଣ୍ଡା ଗ୍ରାମର ହରିପଦ ମଣ୍ଡଳଙ୍କର ପୁଅ ବିଜୟ ୩ ମାସ ତଳେ ବିବାହ କରିଥିଲେ।  

ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଚମ୍ପୁଆ, ୪।୯(ଡି.ଏନ.ଏ.): ଚମ୍ପୁଆ ଅତିରିକ୍ତ ଜିଲା ଦୌରା ଜଜ୍‌ ଡା. ପବିତ୍ର ମୋହନ ସାମଲ ଏକ ହତ୍ୟାକାଣ୍ଡର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। 

ବଞ୍ଚୋ ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ: ୫ ଆହତ, ଜଣେ ଗୁରୁତର

ବଞ୍ଚୋ ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ: ୫ ଆହତ, ଜଣେ ଗୁରୁତର

ଆନନ୍ଦପୁର, ୪।୯(ସ୍ବ.ପ୍ର.): ଆନନ୍ଦପୁର ଥାନା ବଞ୍ଚୋ ଗ୍ରାମରେ ଜମିଜମା ଘଟଣାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟି ଗୋଟିଏ ପରିବାରର ଜଣେ ଗୁରୁତର ହେବା ସହ ୫ ଆହତ ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବଳାତ୍କାର ଅଭିଯୁକ୍ତଙ୍କ ଗିରଫ ଦାବି

ବଳାତ୍କାର ଅଭିଯୁକ୍ତଙ୍କ ଗିରଫ ଦାବି

ଭୁବନ, ୪ା୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ସେନନ୍ଦା ଅଞ୍ଚଳର  ୧୭ବର୍ଷ ବୟସର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ୩ଦିନ ବିତିଯାଇଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। 

ଆଠମଲ୍ଲିକ ଅବକାରୀ ଚଢାଉ: ୩୭ ଲିଟର ଦେଶୀ ମଦ ଜବତ, ୫ ଗିରଫ

ଆଠମଲ୍ଲିକ ଅବକାରୀ ଚଢାଉ: ୩୭ ଲିଟର ଦେଶୀ ମଦ ଜବତ, ୫ ଗିରଫ

ବଇଣ୍ଡା,୪।୯(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର  ଆଠମଲ୍ଲିକ ବ୍ଲକର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୩୭ ଲିଟର ଦେଶୀ ମଦ ଜବତ  କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।