ସମ୍ପାଦକୀୟ

ସମ୍ପାଦକୀୟ/ ଶିଳ୍ପ ନୁହେଁ ସାଥୀ

ସମ୍ପାଦକୀୟ/ ଶିଳ୍ପ ନୁହେଁ ସାଥୀ

ତାମିଲନାଡୁ ସରକାର ୨୮ ମେ ୨୦୧୮ରେ ଥୁଥୁକୁଡି ଜିଲାରେ ଥିବା ବେଦାନ୍ତ ଗ୍ରୁପ୍‌ର ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେବା ସକାଶେ ନିର୍ଦ୍ଦେଶ ଦେବା ପରେ ଏହାର ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଛି। ଏହି କାରଖାନା ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବାୟୁ ଓ ଭୂତଳ ଜଳ ବ୍ୟାପକ ପ୍ରଦୂଷଣ ହୋଇଥିବା ଦର୍ଶାଇ ତାମିଲନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସାମୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବତା ହେଲା ସମ୍ପୃକ୍ତ ପ୍ଲାଣ୍ଟକୁ ବନ୍ଦ କରିବା ସହ ଟୁଟିକୋରିନ୍‌ଠାରେ ଏହାର ସମ୍ପ୍ରସାରଣ ରୋକିବା ଦାବିରେ ଦୀର୍ଘଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆସୁଥିଲା। ମେ ୨୨ରେ ବିକ୍ଷୋଭ ୧୦୦ ଦିନରେ ପହଞ୍ଚିବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଫଳରେ ପ୍ରତିବାଦକାରୀଙ୍କ ଉପରେ ପୋଲିସ ଗୁଳି ଚଳାଇବାରୁ ୧୩ ଜଣଙ୍କ ପ୍ରାଣହାନି ଘଟିଥିଲା। ସମ୍ଭବତଃ ପୋଲିସ ଗୁଳିରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଯୋଗୁ ନୁହେଁ, ବରଂ ...

 ଚାଲିଛି ତେଲର ଖେଳ

ଚାଲିଛି ତେଲର ଖେଳ

ସରଳ କୁମାର ଦାସ କ୍ରମାଗତ ଭାବେ ଗତ କିଛି ଦିନ ଧରି ପେଟ୍ରୋଲ, ଡିଜେଲର ଦର ହୁ ହୁ ହୋଇ ବଢ଼ିବା ଯୋଗୁ ଖାଉଟି ତ୍ରାହି ତ୍ରାହି ଡାକିଲେଣି। ଗତ ୧୫ ମାସ ମଧ୍ୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ବ୍ୟାରେଲ ପିଛା ୪୫ ଡଲାରରୁ ବଢ଼ି ୭୭ ଡଲାରରେ ପହଞ୍ଚିବା ଦରବୃଦ୍ଧିର ଏକ ପ୍ରମୁଖ କାରଣ ହୋଇପାରେ। ତେବେ ପଡୋଶୀ ଦେଶଙ୍କ ତୁଳନାରେ ଭାରତରେ ପେଟ୍ରୋଲ ଦର ଅଧିକ ରହିବା ଯେକୌଣସି ଉପଭୋକ୍ତାଙ୍କୁୁ ଦରବୃଦ୍ଧିର ପ୍ରକୃତ କାରଣଗୁଡିକ ଜାଣିବାକୁ ବ୍ୟସ୍ତ ଓ ବିବ୍ରତ କରିବା ସ୍ବାଭାବିକ। ଭାରତରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣକୁ ସରକାରୀ ନିୟନ୍ତ୍ରଣ ବାହାରେ ରଖାଯାଇଥିବାରୁ ଅନ୍ତର୍ଜାତୀୟ ...

ସଫଳ ଦାମ୍ପତ୍ୟର ମନ୍ତ୍ର

ସଫଳ ଦାମ୍ପତ୍ୟର ମନ୍ତ୍ର

ଅରୁଣ ଦାସ ସେଦିନ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଏକୁଟିଆ ବରଗଛ ମୂଳେ ବସିଥାଆନ୍ତି। ସମୟ ପ୍ରାୟ ସନ୍ଧ୍ୟା ଛଅଟା। ମୁହଁରେ ତାଙ୍କର ବିଷଣ୍ଣ ଭାବ ଦେଖି ପାଖକୁ ଯାଇ ପଚାରିଲି, ଆଜ୍ଞା! ଏ ସାବେଳଟାରେ ଏମିତି ଏକା ଏକା ବରଗଛ ତଳେ କାହିଁକି ବସିଛନ୍ତି? କିଛିକ୍ଷଣ ପରେ ତାଙ୍କ ବିଷାଦଭରା ମୁହଁରୁ ଅନିଚ୍ଛାକୃତ ହସଟିକେ ଉକୁଟି ଉଠି ପରମୁହୂର୍ତ୍ତରେ ହଠାତ୍‌ ସୂର୍ଯ୍ୟଙ୍କୁ ବାଦଲ ଢାଙ୍କିଲା ପରି ପ୍ରତୀୟମାନ ହେଲା। ତାଙ୍କ ଇଶାରାରେ ମୁଁ ପାଖରେ ଯାଇ ବସିଲି। ତା’ପରେ ସେ ଆରମ୍ଭ କଲେ- ଆଜ୍ଞା ମୁଁ ଜଣେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ। ଏବେ ସିନା ମୋ ଅଫିସ ଛୁଟି ହୁଏ ମୁଁ କିନ୍ତୁ ରାତି ଦଶଟାରେ ଘରକୁ ଯାଏ। ପଚାରିଲି କାହିଁକି? ଦୀର୍ଘଶ୍ୱାସ ...

ଏଇ ଭାରତରେ

ଏଇ ଭାରତରେ

ବିବାହ ସମୟରେ ଯୌତୁକ ଦେବା ଏବଂ ନେବା ଆଜିକାଲି ଏକ ପ୍ରଥାରେ ପରିଣତ ହୋଇଗଲାଣି। ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନେ ଯୌତୁକ ଦେବାରେ କୌଣସି ଦ୍ୱିଧା କରୁ ନ ଥିବା ବେଳେ ଆର୍ଥିକ ସ୍ଥିତି ଭଲ ନ ଥିବା ଲୋକମାନେ ବାଧ୍ୟ ହୋଇ ଧାରଉଧାର କରି ଯୌତୁକ ଦେଉଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଏହି ଯୌତୁକକୁ କେନ୍ଦ୍ର କରି ସମାଜରେ ବିଭିନ୍ନ ଅପରାଧ ମଧ୍ୟ ଘଟୁଛି। ବରପକ୍ଷ ଜୋରଜବରଦସ୍ତ ଯୌତୁକ ଦାବି କରୁଛନ୍ତି। ଆଉ କିଛି କ୍ଷେତ୍ରରେ ଯୌତୁକ ଦେଇ ନ ପାରିବାରୁ ବିବାହ ମଧ୍ୟ ଭାଙ୍ଗି ଯାଉଛି। ମାତ୍ର ଏଭଳି ମାନସିକତା ବିରୋଧରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି ମଧ୍ୟପ୍ରଦେଶର ଇନ୍ଦୋର ଜିଲାର ରାଜପାଲ ସିଂ। ରାଜପାଲ ନିକଟରେ ବିବାହ କରିଛନ୍ତି। ବିବାହ ସମୟରେ ତାଙ୍କୁ କାର୍‌, ଏସି, କୁଲର, ପଲଙ୍କ ଆଦି ସମେତ ପ୍ରାୟ ୬ଲକ୍ଷ ଟଙ୍କାର ...

ସମ୍ପାଦକୀୟ/ ସନ୍ଦେହରେ ନୋଟ୍‌

ସମ୍ପାଦକୀୟ/ ସନ୍ଦେହରେ ନୋଟ୍‌

୮ ନଭେମ୍ବର ୨୦୧୬ରେ ଭାରତ ସରକାର ଅର୍ଥନୀତିରେ ବିମୁଦ୍ରୀକରଣ ଅସ୍ତ୍ର ପ୍ରୟୋଗ କରିଥିଲେ। କଳାଧନ ରୋକିବା, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଉପରେ ଅଙ୍କୁଶ ଏବଂ ଜାଲ ନୋଟ୍‌ କାରବାରକୁ ପ୍ରତିରୋଧ କରିବା ଥିଲା ବିମୁଦ୍ରୀକରଣର ମୂଳ ଉଦ୍ଦେଶ୍ୟ। ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌କୁ ସହଜରେ ଜାଲ୍‌ କରାଯାଇପାରିବ ନାହିଁ ବୋଲି ସେହି ସମୟରେ କୁହାଯାଇଥିଲା। ଏପରିକି ‘ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌, ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ମଧ୍ୟ ନୂତନ ନୋଟ୍‌ର ସୁରକ୍ଷା ବୈଶିଷ୍ଟ୍ୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ନୂଆ ନୋଟ୍‌ଗୁଡ଼ିକୁ ...

ଯେଉଁଠି ସରକାର ଲୋକଙ୍କୁ ହଇରାଣ କରନ୍ତି

ଯେଉଁଠି ସରକାର ଲୋକଙ୍କୁ ହଇରାଣ କରନ୍ତି

ଡ. ସନ୍ତୋଷ କୁମାର ମହାପାତ୍ର ସମ୍ପ୍ରତି ଏଟିଏମ୍‌ଗୁଡିକରୁ ଟଙ୍କା ଉଠାଇବାରେ ସମସ୍ୟା ଉପୁଜୁଛି। ବିମୁଦ୍ରୀକରଣ ସମୟରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ବର୍ତ୍ତମାନ ତାହାର ସାମାନ୍ୟ ଆକାରରେ ପୁନରାବୃତ୍ତି ଘଟିଛି। ଏପରି ଅଚଳାବସ୍ଥା ପାଇଁ ଅନେକ କାରଣ ଦର୍ଶାଯାଉଛି। ସେଗୁଡିକ ହେଲା ନୂତନ ନୋଟ୍‌ ସବୁ ପ୍ରଚଳନ ହେଲା ପରେ ଏଟିଏମ୍‌ଗୁଡିକ ସେହି ଟଙ୍କାକୁ ଧରି ରଖିବା ପାଇଁ ପଦକ୍ଷେପ ନିଆଯାଇନାହିଁ। ୫ ବା ଅଧିକ ଥର ଟଙ୍କା ଉଠାଇଲେ ଚାର୍ଜ ପଡିବା ସହ ବ୍ୟାଙ୍କଗୁଡ଼ିକ କ୍ରମବର୍ଦ୍ଧିଷ୍ଣୁ ଅଚଳ ସମ୍ପତ୍ତି ଚାପରେ ଦେବାଳିଆ ହେବାର ...

 ଆଗ ହୃଦୟ, ପରେ ବୁଦ୍ଧି

ଆଗ ହୃଦୟ, ପରେ ବୁଦ୍ଧି

ସୁଧିରାଜ ରାଉତ ବାଙ୍ଗାଲୋରରୁ ଟ୍ରେନ୍‌ରେ ଫେରୁଥାଏ। ମୋ ଆଗ ସିଟ୍‌ରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ତାଙ୍କ ପତ୍ନୀ ବସିଥାନ୍ତି। ପୁଅ ତାଙ୍କର ଆଇଟିରେ କାମ କରୁଛି। ମାସକୁ ଦୁଇ ଲକ୍ଷ ଦରମା। ପୁଅ ବିଷୟରେ ଅନର୍ଗଳ ଗପୁଆନ୍ତି। ତା’ ପିଲାବେଳ, ଛାତ୍ର ଜୀବନ, ତା’ ମନେ ରଖିବାର ସାମର୍ଥ୍ୟ... କେତେ କଥା। ହଠାତ୍‌ ଫୋନ ଆସିଲା, ଫୋନ ପତ୍ନୀଙ୍କୁ ବଢ଼ାଇଦେଇ ପୁଣି ଗପିବା ଆରମ୍ଭ କଲେ। ମୁଁ ପଚାରିଲି କାହା ଫୋନ ଥିଲା? ଟିକେ ବିରକ୍ତ ସ୍ବରରେ କହିଲେ ବଡ଼ପୁଅର, ପାଠଶାଠ ହେଲାନାହିଁ ଗାଁରେ ଚାଷ କରୁଛି। ମୋର ମନେହୁଏ ଆମର ସମଗ୍ର ଶିକ୍ଷା ବ୍ୟବସ୍ଥାଟି ଏହି ଶିକ୍ଷକଙ୍କ ଦୁଇ ପୁଅ ଭଳି। ମାନସିକ ଶିକ୍ଷା କହିଲେ ଆମେ କେତେ କ’ଣ ...

ଏଇ ଭାରତରେ

ଏଇ ଭାରତରେ

ଜେଲ ଭିତରେ ଦିନତମାମ କଳିକଜିଆ, ପାଟିତୁଣ୍ଡରେ କଟୁଥିଲା କଏଦୀଙ୍କ ଜୀବନ। ବନ୍ଦୀ ଅବସ୍ଥାରେ ଆନନ୍ଦ ମନ୍ତ୍ରକୁ ବ୍ୟଙ୍ଗ ଭାବୁଥିଲେ ସେମାନେ। ଏପରି କି ଉତ୍ତେଜନା ପାଲଟି ଯାଇଥିଲା ସେମାନଙ୍କ ଜୀବନର ପ୍ରମୁଖ ଅଂଶ। କିନ୍ତୁ ଏବେ ସେମାନେ ଅନୁଶାସିତ। ପ୍ରାର୍ଥନାରୁ ଆରମ୍ଭ ହୁଏ ସେମାନଙ୍କ ସକାଳ। ସାଥୀ କଏଦୀଙ୍କ ସହ ସଦ୍‌ଭାବନା ରଖୁଛନ୍ତି ସେମାନେ। ମଧ୍ୟପ୍ରଦେଶର ଜବଲପୁରସ୍ଥିତ ସୁଭାଷ ଚନ୍ଦ୍ର ବୋଷ କେନ୍ଦ୍ରୀୟ କାରାଗାରରେ କଏଦୀଙ୍କ ଜୀବନରେ ଏସବୁ ସମ୍ଭବ ହୋଇପାରିଛି ଅରୁଣା ସରିନଙ୍କ ଯୋଗୁ। ୨୦୦୦ ମସିହାରୁ ଏଠାରେ କଏଦୀଙ୍କୁ ଖୁସିର ମନ୍ତ୍ର ବାଣ୍ଟୁଛନ୍ତି ଅରୁଣା। ପ୍ରଥମେ କେହି କିଛି ଶିଖିବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲେ। ବହୁ ଚେଷ୍ଟା ପରେ କଏଦୀଙ୍କୁ ଯୋଗ ଏବଂ ଧ୍ୟାନ ସହ ଯୋଡ଼ିବାରେ ସମର୍ଥ ହୋଇଥିଲେ ସେ। ଅରୁଣାଙ୍କ ନିଃସ୍ବାର୍ଥ ସେବା ...

ମେଳି ରହିବ ତ

ମେଳି ରହିବ ତ

ଆକାର ପଟେଲ କଂଗ୍ରେସ ସହ ମେଣ୍ଟ ଗଠନ କରି ଜେଡିଏସ୍‌ ନେତା କୁମାରସ୍ବାମୀ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଅବସରରେ ବାଙ୍ଗାଲୋରରେ ବିରୋଧୀ ଦଳ ନେତାମାନେ ଏକାଠି ହେବା ଘଟଣା କ’ଣ ସୂଚାଉଛି? ସେମାନେ କାହିଁକି ଏକଜୁଟ ହେବାରେ ଲାଗିଛନ୍ତି ଏବଂ ସେମାନଙ୍କର ଏହି ମେଳି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରହିବ ତ? ଏ ବିଷୟରେ ତର୍ଜମା କରିବା ପୂର୍ବରୁ ଆଗ ଦେଖିନେବା କେଉଁ ନେତାମାନେ ବାଙ୍ଗାଲୋର ଆସି ନ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ନେତା ନବୀନ ପଟ୍ଟନାୟକ ଆସି ନ ଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ...

ସଚ୍ଚା ଦେଶପ୍ରେମୀ ଆଢୁଆଳରେ

ସଚ୍ଚା ଦେଶପ୍ରେମୀ ଆଢୁଆଳରେ

ପ୍ରକାଶ ତ୍ରିପାଠୀ ଗତ ରବିବାର ସାରେ ଆମେ କିଛି ବନ୍ଧୁ ଚିରାଚରିତ ଢଙ୍ଗରେ ଏକତ୍ରିତ ହୋଇଥିଲୁ ପୁରୀ ବେଳାଭୂମିର ଏକ ନିଛାଟିଆ ସ୍ଥାନରେ। ଜଣେ ବନ୍ଧୁ ପ୍ରଶ୍ନ ଛଳରେ ପଚାରିଥିଲେ, ଆପଣମାନେ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାରର ଦୃଶ୍ୟ ଟିଭିରେ ଦେଖିଛନ୍ତି? ତ୍ରିରଙ୍ଗା ପତାକା ଆବୃତ୍ତ ଶ୍ରୀଦେବୀଙ୍କ ମର ଶରୀରକୁ ଦେଖି ଆପଣମାନଙ୍କୁ କେମିତି ଲାଗିଲା? ଜାତୀୟ ପତାକାରେ ଏ ସଂସାରରୁ ବିଦାୟ ନେବା ଏକ ମହାନ୍‌ ଗୌରବ ଓ ସୌଭାଗ୍ୟର କଥା। ଭାରତ ମାତାର ସୁଯୋଗ୍ୟ ସନ୍ତାନମାନଙ୍କ ଭାଗ୍ୟରେ ଏଭଳି ବିରଳ ସୁଯୋଗ ସମ୍ଭବ ହୋଇଥାଏ। ଦେଶମାତୃକାର ସୁରକ୍ଷାରେ ଦିବାରାତ୍ର ନିୟୋଜିତ ବୀର ଯବାନଙ୍କ ମରଶରୀରରେ...

‘ଫ୍ଲାଇଟ୍‌ସ’ର ରୂପକାର

‘ଫ୍ଲାଇଟ୍‌ସ’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଯାତ୍ରା ଓ ମଣିଷ ଶରୀରର ଗଠନ ବିଜ୍ଞାନ (ହ୍ୟୁମାନ ଆନାଟୋମି) ଉପରେ ଗଭୀର ଅନୁଶୀଳନ କରି ସେ ଭିନ୍ନ ଧରଣର ଏକ ପୁସ୍ତକ ରଚନା କରିଥିଲେ। ୨୦୦୮ରେ ‘ଫ୍ଲାଇଟ୍‌ସ’ ପ୍ରକାଶ ପାଇବା ପରେ ୨୦୧୮ରେ ଏହାର ଲେଖକ ଓଲ୍‌ଗା ତୋକାର୍କଜୁକ୍‌ଙ୍କୁ ମିଳିପାରିଛି ‘ମ୍ୟାନ୍‌ ବୁକର ଇଣ୍ଡରନ୍ୟାଶନାଲ ପୁରସ୍କାର’। ନିକଟରେ ପୁରସ୍କାର ଘୋଷଣା ହେବା ପରେ ଫ୍ଲାଇଟ୍‌ସ ଓ ଏହାର ଲେଖକଙ୍କ ବିଷୟରେ ଜାଣିବା ପାଇଁ ପାଠିକାପାଠକ ବିଶେଷ ଆଗ୍ରହ ଦେଖାଇଛନ୍ତି। ବିଶ୍ୱରେ ଆମେ ସମସ୍ତେ ଏକ ଯାଯାବର ଜୀବନ ଜିଉଛେ। ଆମର ଅବିରତ ଗତି ଓ କିଛି ପାଇବା ପାଇଁ ଅବିରତ ଇଚ୍ଛା ଆମକୁ ଅଗକୁ ନେଇଯାଉଛି। ମଣିଷ ଶରୀର ମରଣଶୀଳ ହେବା ପରେ ଭୂମିଆଡ଼କୁ ଟାଣି ହୋଇଯିବା ମଧ୍ୟ ଏକ ଗତିର ପ୍ରତୀକ। ତୋକାର୍କଜୁକ୍‌ ‘ଫ୍ଲାଇଟସ୍‌’ ମାଧ୍ୟମରେ ଏହିଭଳି ମନସ୍ତତ୍ତ୍ୱାତ୍ତିକ ଚିରନ୍ତନ ସତ୍ୟକୁ ପ୍ରକାଶ କରିବାକୁ ଚାହିଁ ସାହିତ୍ୟ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିଥିବାରୁ ଏବେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ...

ଏଇ ଭାରତରେ

ଏଇ ଭାରତରେ

ପ୍ରକୃତ ଅର୍ଥରେ ଦେଖିଲେ ସାହସ ହିଁ ଶକ୍ତି। ସେହିଭଳି ଅଦମ୍ୟ ସାହସିକତା ପ୍ରଦର୍ଶନ କରି ତାମିଲନାଡୁର ଜଣେ ମହିଳା ନିଜର ୧୧ବର୍ଷର ଝିଅକୁ ଚିତାବାଘ ମୁହଁରୁ ଉଦ୍ଧାର କରିପାରିଛନ୍ତି। ଘଟଣାଟି ଘଟିଛି ଶନିବାର ସାରେ ତାମିଲନାଡୁ କୋଏମ୍ବାଟୁର ଜିଲାର ଭାଲପରାଇ ଅଞ୍ଚଳରେ। ଏହି ଅଞ୍ଚଳରେ ପରିବାର ସହ ବାସ କରନ୍ତି ମୁଥୁଲକ୍ଷ୍ମୀ। ଶନିବାର ସାରେ ସେ ରୋଷେଇ ପାଇଁ ଘର ପଛପଟକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ବାଡିପଟ ଅନ୍ଧାର ହୋଇଥିବାରୁ ଏକ ଡିବିରି ଧରି ଝିଅ ମଧ୍ୟ ତାଙ୍କ ସହ ଯାଇଥିଲେ। ମୁଥୁଲକ୍ଷ୍ମୀ ଭାଡିରୁ କାଠ ବାହାର କରୁଥିବା ବେଳେ ସେଠାରେ ଲୁଚି ରହିଥିବା ଏକ ଚିତାବାଘ ଝିଅକୁ ଆକ୍ରମଣ କରିଥିଲା। ଝିଅ ବେକଠାରୁ କାମୁଡିଧରି ଟାଣିନେବାକୁ ଉଦ୍ୟମ କରିଥିଲା ଏହି ବାଘ। ଝିଅର ଚିତ୍କାର ଶୁଣି ମୁଥୁଲକ୍ଷ୍ମୀ ତୁରନ୍ତ ଏକ କାଠଫାଳିଆରେ ଚିତାକୁ ଜୋରଦାର ପ୍ରହାର କରିଥିଲେ। ସମ୍ଭବତଃ ଆଘାତ ଜୋର ଲାଗିଥିଲା ଚିତାକୁ। ଏଥିରେ ଜନ୍ତୁଟି ଭୟଭୀତ ହୋଇ ଝିଅକୁ ଛାଡିଦେଇ ଜଙ୍ଗଲ ଆଡକୁ ଦୌଡି ପଳାଇଥିଲା। ଝିଅକୁ ଗୁରୁତର ଅବସ୍ଥାରେ ନିକଟବର୍ତ୍ତୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିତାକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି।

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁଛଅ ମାସ ବୃଦ୍ଧି କରାଯିବାର ସମ୍ଭାବନା ଦେଖାଦେଇଛି। ବ୍ୟାସ ଗତବର୍ଷ ନଭେମ୍ବର ମାସରେ ଅବସର ନେବାର ଥିଲା। କିନ୍ତୁ ତାଙ୍କୁ ଦୁଇଥର ତିନିମାସିଆ ସମ୍ପ୍ରସାରଣ ଦିଆଗଲା। ତାଙ୍କର ଦ୍ୱିତୀୟ ସମ୍ପ୍ରସାରିତ ଅବଧି ଚଳିତ ମାସରେ ପୂରିବାକୁ ଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ସୁପାରିସକ୍ରମେ ରାଜ୍ୟ ସରକାର ୧୯୮୬ ବ୍ୟାଚ୍‌ର ଏହି ରାଜସ୍ଥାନ କ୍ୟାଡର ଅଫିସରଙ୍କୁ ଆଉ କିଛି କାଳ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରୁଛନ୍ତି। ଏହା ପୂର୍ବରୁ ବ୍ୟାସ କେନ୍ଦ୍ରୀୟ ଓ ଅନ୍ତର୍ଜାତୀୟ ଡେପୁଟେଶନରେ କାର୍ଯ୍ୟ ...

କଶ୍ମୀର ସମସ୍ୟା

କଶ୍ମୀର ସମସ୍ୟା

ଶରତ ଚନ୍ଦ୍ର ମିଶ୍ର କଶ୍ମୀର ଭାରତର ଏକ ପୁରାତନ ସମସ୍ୟା। ସ୍ବାଧୀନତା ପରେ ପରେ ୧୯୪୭ ମସିହାରେ ବ୍ରିଟିଶ୍‌ ସେନା ଅଫିସରଙ୍କ ସହାୟତାରେ ମୁସଲମାନ ସୈନ୍ୟମାନେ ବଲ୍‌ଟିକ ସ୍ଥାନ ଓ ଗିଲ୍‌ଗିଟ ଅଞ୍ଚଳରେ କଶ୍ମୀର ମହାରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେଇ ଅଞ୍ଚଳ ଦୁଇଟିକୁ ପାକିସ୍ତାନରେ ମିଶାଇ ଦେଇଥିଲେ। ପାକିସ୍ତାନୀ ଲୋକ ୧୯୪୮ ମସିହାରେ କଶ୍ମୀର ଆକ୍ରମଣ କରି କିଛି ଅଂଶ ଦଖଲ କରିନେଲେ ଓ ମୁଜାଫରବାଦକୁ ରାଜଧାନୀ କରି ଆଜାଦ କଶ୍ମୀର ସରକାର ସ୍ଥାପନ ହୋଇଛି। କଶ୍ମୀର ମହାରାଜା ତାଙ୍କ ରାଜ୍ୟକୁ ଭାରତରେ ମିଶାଇଲା ପରେ ଭାରତୀୟ ସୈନ୍ୟ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ପରାସ୍ତ କଲେ। କିନ୍ତୁ ପାକିସ୍ତାନୀମାନେ କଶ୍ମୀରରୁ ସମ୍ପୂର୍ଣ୍ଣ ବିତାଡିତ ହେବା ପୂର୍ବରୁ ଜାତିସଂଘରେ ଭାରତ ଫେରାଦ ହେଲାରୁ ସ୍ଥିତାବସ୍ଥା ଜାରି ରହିଲା ଓ କଶ୍ମୀରର କିଛି ଅଂଶ ...

ସଂକଳ୍ପ ଗଡ଼ ଜିଣେ

ସଂକଳ୍ପ ଗଡ଼ ଜିଣେ

ମନ-ମାନଚିତ୍ର/ ଡ. ନରହରି ବେହେରା ଚେତନାର ଜାଗରଣ ହିଁ ସଭ୍ୟତା ଅଭ୍ୟୁଦୟର ମୂଳମନ୍ତ୍ର। ଚେତନାର ଉତ୍ତରଣ ବିନା ନୂତନ ସର୍ଜନା ଅସମ୍ଭବ। ଆଜି ସମାଜରେ ଯେଉଁ ସବୁ ପରିବର୍ତ୍ତନ ଘଟିଛି, ତାହା କେବଳ ସମ୍ଭବ ହୋଇଛି ଏହି ଚେତନାର ସ୍ବତଃସ୍ଫୂର୍ତ୍ତ ପରିପ୍ରକାଶ ଯୋଗୁ। ଏ ସଂସାର ହେଉଛି ଚେତନାର ଗନ୍ତାଘର। ମାତ୍ର ଏହା ସବୁବେଳେ ସବୁ ବ୍ୟକ୍ତିସତ୍ତାକୁ ସ୍ପର୍ଶ କରେନାହିଁ। କେବଳ ମନନଶୀଳ ଏବଂ ନିଃସ୍ବାର୍ଥପର ବ୍ୟକ୍ତିବିଶେଷଙ୍କୁ ହିଁ ଏହି ମହାଜାଗତିକ ଶକ୍ତି ଛୁଇଁଥାଏ। ପ୍ରଜ୍ୱଳିତ ଅଗ୍ନିକୁ ଜଳ ପ୍ରଶମିତ କରିବାପରି ହୃଦୟରେ ଥିବା ସକଳ ...

ଏଇ ଭାରତରେ

ଏଇ ଭାରତରେ

ସରକାର କାହାକୁ କ’ଣ ଜୀବନସାଥୀ ଦେଇପାରିବେ? କିନ୍ତୁ ରାଜସ୍ଥାନ ଆଜମେର ଜିଲାର ଜଣେ ଯୁବକ ସେମିତି ଦାବି ଉଠାଇଲେ ସରକାରୀ ଭାବେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ। ଯୁବକଙ୍କ ଏଭଳି ଦାବି ଶୁଣି ଶିବିରରେ ଉପସ୍ଥିତ ଲୋକେ ନ ହସି ରହିପାରି ନ ଥିଲେ। ବତୀତଲୋରା ପଞ୍ଚାୟତର ମୁକେଶ ଭଟ୍ଟି ଜଣେ ବିବାହିତ ଯୁବକ। ଦୁଇବର୍ଷ ପୂର୍ବରୁ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଛନ୍ତି। ଏତେଦିନ ବିତିଯାଇଥିଲେ ମଧ୍ୟ ମୁକେଶ ଦ୍ୱିତୀୟ ବିବାହ ପାଇଁ ମନ ବଳାଇ ନ ଥିଲେ। ଏବେ ବାହା ହେବାକୁ ଚାହୁଁଥିଲେ ମଧ୍ୟ ଝିଅ ମିଳୁନାହାନ୍ତି। ତେଣୁ ସେ ଚାହୁଁଛନ୍ତି ତାଙ୍କର ପ୍ରଥମ ସ୍ତ୍ରୀକୁ ଫେରାଇ ଅଣାଯାଉ ନଚେତ୍‌ ଦ୍ୱିତୀୟ ବିବାହ ପାଇଁ ଝିଅଟିଏ ଖୋଜି ଦିଆଯାଉ। ଏଥିପାଇଁ ସେ ପ୍ରଥମେ ପଞ୍ଚାୟତ ବୈଠକରେ କଥା ପକାଇ ଲିଖିତ ଆବେଦନ ...

ଆଜିର ଅର୍ଥନୀତି/ ତୈଳ ବୋମା

ଆଜିର ଅର୍ଥନୀତି/ ତୈଳ ବୋମା

ଦେଶରେ ତୈଳ ଦର କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି। ଏହାଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ପେଟ୍ରୋଲ ପମ୍ପକୁ ପେଟ୍ରୋଲ ବା ଡିଜେଲ ପକାଇବାକୁ ଗଲାବେଳେ ସାଧାରଣ ଗାଡ଼ିଚାଳକ ମନରେ ଖୁବ୍‌ କ୍ରୋଧ ସୃଷ୍ଟି ହେଉଛି, କିନ୍ତୁ ସେ ନିରୁପାୟ। ଗୁରୁବାର ସୁଦ୍ଧା ତୈଳ କମ୍ପାନୀଗୁଡ଼ିକ କ୍ରମାଗତ ଭାବେ ୧୧ ଦିନ ଧରି ତୈଳ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୭୭ ଓ ଡିଜେଲ ଦର ପ୍ରାୟ ୭୪ ଟଙ୍କା ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି, ଯାହା କି ଆଗରୁ ନ ଥିଲା। ଏହା ବିରୋଧରେ ଦେଶ ସାରା ଗରିବ ଧନୀ ନିର୍ବିଶେଷରେ ଖାଉଟିମାନେ ବିକ୍ଷୋଭ ଓ ପ୍ରତିବାଦ କଲେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ସରକାର ନୀରବ ରହିଛନ୍ତି। ଯଦି ସରକାର ତୁରନ୍ତ ଦର ହ୍ରାସ ନ କରନ୍ତି, ତେବେ ...

କୁନ୍ଦୁଲିରୁ କାଠୁଆ

କୁନ୍ଦୁଲିରୁ କାଠୁଆ

ଡ. ପ୍ରଫୁଲ୍ଲ କୁମାର ସାହୁ ୨୦୧୨ ମସିହା ଡିସେମ୍ବର ମାସରେ ଦେଶର ସାମୂହିକ ଗଣବିବେକକୁ ଦୋହଲେଇ ଦେଇଥିଲା ରାଜଧାନୀ ଦିଲ୍ଲୀର ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣା। ମହିଳା ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସାରା ଦେଶର ଲୋକେ। ଏଭଳି ଜନ ଆକ୍ରୋଶର ତାତି ପୁଣି ଥରେ ଦେଖିବାକୁ ମିଳିଲା ଗତ ଏପ୍ରିଲ୍‌ ମାସରେ ଉତ୍ତରପ୍ରଦେଶର ଉନ୍ନାଓ ଓ ଜମ୍ମୁର କାଠୁଆ ଘଟଣା ଗଣମାଧ୍ୟମରେ ପ୍ରଘଟ ହେଲା ପରେ। ଏହାକୁ ନେଇ ରାଷ୍ଟ୍ରବ୍ୟାପୀ କ୍ରୋଧ ଓ ବିରୋଧ ପୃଷ୍ଠଭୂମିରେ ସରକାର ଆଣିଲେ ଶିଶୁ କନ୍ୟା ବଳାକତ୍ାରୀଙ୍କ ପାଇଁ ଫାଶୀ ଦଣ୍ଡବିଧାନର ଅଧ୍ୟାଦେଶ। ଏହି ଅଧ୍ୟାଦେଶ ଅନୁସାରେ ୧୨ବର୍ଷରୁ କମ୍‌ ବର୍ଷ ବୟସର ...

ପଞ୍ଚପୀର

ପଞ୍ଚପୀର

ଦେବଦତ୍ତ ପଟ୍ଟନାୟକ ଦକ୍ଷିଣ ଏସିଆରେ ଇସଲାମ ଧର୍ମରେ ଏକ ସ୍ବତନ୍ତ୍ର ଜିନିଷ ଦେଖିବାକୁ ମିଳେ। ତାହା ହେଉଛି ପାଞ୍ଚଜଣ ମହାପୁରୁଷ ବା ସନ୍ଥ (ଆଉଲିଆ) ଯାହାଙ୍କୁ କୁହାଯାଏ ପଞ୍ଚପୀର। ଅନେକ ସମୟରେ ପୀରବାବାଙ୍କ ସ୍ତୂପାକୃତି କବର ବା ମଜାର ଉପରେ ରଖାଯାଇଥିବା ହାତ ପାପୁଲି ଚିହ୍ନ ସେମାନଙ୍କର ପ୍ରତିନିଧିତ୍ୱ କରେ। ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଆମେ ପଞ୍ଚ ପୀରବାବାଙ୍କ ମଜାର ବା ଦରଘା ଦେଖିବାକୁ ପାଉ। ଅନେକ ସମୟରେ ସେମାନଙ୍କୁ ଶିଆ ଇସଲାମ ସମ୍ପ୍ରଦାୟର ପାଞ୍ଚଜଣ ମହାତ୍ମା ବୋଲି ଚିହ୍ନଟ କରାଯାଏ: ରସୁଲ ମହମ୍ମଦ, ତାଙ୍କ ଝିଅ, ତାଙ୍କ ଜାମାତା ଓ ତାଙ୍କର ଦୁଇଜଣ ନାତି। ଅନ୍ୟମାନେ ସେମାନଙ୍କୁ ...

ଏଇ ଭାରତରେ

ଏଇ ଭାରତରେ

ସମ୍ଭବତଃ କିଛି ଭଲ କାମ ଲୋକଙ୍କ ଆଖିରେ ଯାଏନାହିଁ। ଏପରି କି ନିଜ ପରିବାର ପରିଜନ ସମାଲୋଚନା କରିବାକୁ ପଛାନ୍ତି ନାହିଁ। କେତେକେ ତ ପାଗଳର ଆଖ୍ୟା ଦେଇ ଦିଅନ୍ତି। ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳର ଡା. ଡି.ପି. କନୌଜିୟାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ମୋଟାଅଙ୍କର ଦରମାରେ ସରକାରୀ ଚାକିରିରେ ଥିବା କନୌଜିୟା ଦୀର୍ଘ ୩୦ବର୍ଷ ଧରି ଗଛର ଯତ୍ନ ପାଇଁ ଯେଉଁଭଳି କାର୍ଯ୍ୟ କରିଆସିଛନ୍ତି ତାହା ଯେ କେହି ବ୍ୟକ୍ତିକୁ ଆଶ୍ଚର୍ଯ୍ୟ କରିବ। କନୌଜିୟାଙ୍କୁ ଇତିମଧ୍ୟରେ ହେଲାଣି ୭୭ବର୍ଷ। ସେ ଯେତେବେଳେ ୪୭ ବର୍ଷର ହୋଇଥିଲେ ସେବେଠାରୁ ତାଙ୍କର ଗଛ ଲଗାଇବାର ନିଶା ଘାରିଲା। ସେ ଭୋପାଳ ନିକଟବର୍ତ୍ତୀ ଏକ ବା ଜମିରେ ଆରମ୍ଭ କଲେ ଚାରାରୋପଣ। ବିଭିନ୍ନ ପ୍ରଜାତିର ପ୍ରାୟ ୬୦ ଚାରା ଆଣି ସେ ସେଠାରେ ଲଗାଇଥିଲେ। ଗାଈଗୋରୁ, ...

ପ୍ରାଣୀଙ୍କ ଉପରେ ପରୀକ୍ଷା

ପ୍ରାଣୀଙ୍କ ଉପରେ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆପଣ ଯେତେବେଳେ ଜର୍ମାନ୍‌ କାର୍‌ କିଣୁଛନ୍ତି, ସେତେବେଳେ ସେମାନଙ୍କ ମାଙ୍କଡ଼ ଓ ମଣିଷ ମାରିବା ଓ ଆହତ କରିବାକୁ ସମର୍ଥନ ଦେଉଛନ୍ତି। ଡିଜେଲ ଧୂଆଁ ଆଘ୍ରାଣ କଲେ ମାଙ୍କଡ଼ ଓ ମଣିଷଙ୍କ ଉପରେ କି ପ୍ରଭାବ ପଡ଼ୁଛି, ତା’ ଉପରେ ଅନୁଧ୍ୟାନ କରିବା ପାଇଁ ଜର୍ମାନ୍‌ କାର୍‌ ନିର୍ମାତାମାନେ ପାଣ୍ଠି ଯୋଗାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ଓ ବିଭିନ୍ନ ଜର୍ମାନ୍‌ ଖବରକାଗଜରେ ପ୍ରକାଶ ପାଇଛି ଯେ, ଭକ୍ସଓ୍ବାଗନ୍‌, ବିଏମ୍‌ଡବ୍‌ଲ୍ୟୁ ଓ ଡେମ୍ଲର ୨୦୧୪ରେ ଅନୁଷ୍ଠିତ ଏକ ଅନୁଧ୍ୟାନ ପାଇଁ ପାଣ୍ଠି ଯୋଗାଇଥିଲେ। ପରିବହନ କ୍ଷେତ୍ର (ଇୟୁଜିଟି) ବା କାର୍‌ ଶିଳ୍ପର ପରିବେଶ ଓ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ୁଛି ତାହା ଉପରେ ୟୁରୋପୀୟ ରିସର୍ଚ୍ଚ ଗ୍ରୁପ୍‌ ଏହି ଅନୁଧ୍ୟାନ...

ଅମଳ ରଖିବାକୁ ଜାଗା କାହିଁ

ଅମଳ ରଖିବାକୁ ଜାଗା କାହିଁ

ବିଚିତ୍ର ବିଶ୍ୱାଳ ତିନିମାସ ତଳେ ଟମାଟୋ କିଲୋ ଟଙ୍କାଟିଏ ହୋଇଥିଲା ଆମ ରାଜ୍ୟରେ। ବ୍ରହ୍ମପୁରରେ ଚାଷୀମାନେ ଟମାଟୋ କିଲୋ ପ୍ରତି ଏକଟଙ୍କାରେ ବିକିବାରୁ ବିରୋଧୀଦଳମାନେ ବିଧାନସଭା ବି ଅଚଳ କରିଦେଇଥିଲେ। ବଲାଙ୍ଗୀର ଓ ବରଗଡ଼ରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଚରେଇଦେଲେ। କାରଣ ଏତେ କଷ୍ଟରେ ଚାଷ କରି ଟମାଟୋ ଫଳେଇବା ସତ୍ତ୍ୱେ ତା’ର ମୂଲ୍ୟ ଯଦି ମାତ୍ର ଟଙ୍କାଟିଏ ହେବ ତା’ହେଲେ ତାକୁ ଅମଳ କରିବା ଅପେକ୍ଷା ଗୋରୁ ଖୁଆଇଦେଲେ ଅନ୍ତତଃପକ୍ଷେ ତୋଳିବାର ପରିଶ୍ରମ ତ ପଡ଼ିବ ...

ଓଡ଼ିଶା ଓ ମାଓବାଦ

ଓଡ଼ିଶା ଓ ମାଓବାଦ

ଯଶୋବନ୍ତ ସେଠୀ ଦୀର୍ଘ ଷାଠିଏ ଦଶକରେ ନକ୍ସଲବାଡ଼ିରୁ ଅଙ୍କୁରୋଦ୍‌ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣ ବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି। ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ ମିଳିବ ନାହିଁ। ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦଠାରୁ ବହୁ ଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ...

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷା ଗ୍ରହଣରେ କୌଣସି ବୟସର ପ୍ରତିବନ୍ଧକ ନାହିଁ। ପରିଣତ ବୟସରେ ବ୍ୟକ୍ତି ମଧ୍ୟ ସ୍କୁଲ, କଲେଜ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟଗ୍ରତା ଦେଖାଉଥିବାର ନଜିର ରହିଛି। ହରିୟାଣା ଫତେହାବାଦ ଜିଲା ଗୋରଖପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସୁନୀତା ଯାହା କରି ଦେଖାଇଛନ୍ତି ତାହା ଅନନ୍ୟ। ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ସୁନୀତା। ଅଳ୍ପ ବୟସରୁ ବିବାହ ହୋଇଯାଇଥିବାରୁ ପାଠପଢାରେ ଡୋରି ବନ୍ଧାଯାଇଥିଲା। କିନ୍ତୁ ପାଠ ପ୍ରତି ତାଙ୍କର ଥିଲା ପ୍ରବଳ ଆଗ୍ରହ। ଦୁଇ ସନ୍ତାନର ମା’ ସୁନୀତାଙ୍କର ଏଭଳି ଆଗ୍ରହ ଦେଖି ସ୍ବାମୀ ତାଙ୍କୁ ସୁଯୋଗ ଦେଲେ। ଗାଁ ସ୍କୁଲରେ ନା ଲେଖାଇଲେ ସୁନୀତା। ପୁଅ ଝିଅଙ୍କ ସହ ସ୍କୁଲ ଗଲେ। ବଡ ଝିଅ ଜେବିକା ଷଷ୍ଠ ଏବଂ ସାନ ପୁଅ ଡେବିଡ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସୁନୀତା ଦିବ୍ୟାଙ୍ଗ ହୋଇଥିବାରୁ ପ୍ରତିଦିନ ସ୍ବାମୀ ତାଙ୍କର ସ୍ତ୍ରୀ, ପୁଅ, ଝିଅଙ୍କୁ ସ୍କୁଲ ଛାଡିବାକୁ ...