ସମ୍ପାଦକୀୟ

ଆସ୍ଥା ହରାଉଛି ସିଆଇସି

ଆସ୍ଥା ହରାଉଛି ସିଆଇସି

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ବାରବର୍ଷ ଧରି ବିଭିନ୍ନ ସ୍ଥାନରୁ କାର୍ଯ୍ୟ କଲା ପରେ ଶେଷରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)କୁ ନିଜସ୍ବ ଗୃହ ପ୍ରାପ୍ତ ହୋଇଛି, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ମାତ୍ର ଯଥେଷ୍ଟ ସ୍ଥାନାଭାବ ଛଡ଼ା ସିଆଇସିର ଅନ୍ୟ ଗୁରୁତର ସମସ୍ୟା ରହିଛି। ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଲାଗି କାମ କରୁଥିବା ଏହି ସଂସ୍ଥା ୨୦୧୬ରୁ ଆୟୁକ୍ତ ସ୍ତର ପର୍ଯ୍ୟନ୍ତ କର୍ମକର୍ତ୍ତାଙ୍କ ଅଭାବ ଭିତରଦେଇ ଗତିକରି ଆସୁଛି। ୧୧ ଜଣ କମିଶନର ରହିବାର ନିୟମ ଥିବାବେଳେ ବର୍ତ୍ତମାନ ମୁଖ୍ୟ ସୂଚନା ଆୟୁକ୍ତଙ୍କ ସମେତ ମାତ୍ର ୭ ଜଣ ସୂଚନା କମିଶନର କାର୍ଯ୍ୟରତ ଅଛନ୍ତି। ଉକ୍ତ ୭ ଜଣଙ୍କ ମଧ୍ୟରୁ ତିନିଜଣ ଚଳିତବର୍ଷ ଅବସର ନେବାକୁ ଯାଉଛନ୍ତି। ନୂତନ ନିଯୁକ୍ତି ଲାଗି ୨୦୧୬ରୁ ବିଜ୍ଞାପନ ଦିଆଯାଇଥିଲେ ମଧ୍ୟ ସରକାର ୧୮ ମାସ ହେଲା ଉକ୍ତ ଚାରୋଟି ପଦବୀ ପୂରଣ କରିବାରେ ବ୍ୟର୍ଥ ହୋଇଛନ୍ତି। ...

ଦଳିତଙ୍କ ପୂଜାପାଠ

ଦଳିତଙ୍କ ପୂଜାପାଠ

ନାରାୟଣ ପଣ୍ଡା/ ଅତୀତରେ ବିଦେଶୀମାନେ ନିଜ ଶାସନକୁ ସୁଦୃଢ କରିବା ପାଇଁ ଭାରତୀୟମାନଙ୍କୁ ବହୁଧା ବିଭକ୍ତ କରି ସେମାନଙ୍କ ଏକତା ଓ ଅଖଣ୍ଡତାକୁ ନଷ୍ଟ କରିବା ସକାଶେ ଭରପୂର ଉଦ୍ୟମ କରିଥିଲେ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ଦୂରତା ଯୋଗୁ ପ୍ରାକ୍‌ସ୍ବାଧୀନତା କାଳରୁ ଦେଶର ରାଜନୈତିକ, ଆର୍ଥିକ ଓ ଶିକ୍ଷାଗତ କ୍ଷେତ୍ରରେ ଅଶାନ୍ତି ଓ ଅସନ୍ତୁଳନ ସୃଷ୍ଟି ହେଲା। ପ୍ରାଚୀର ସୃଷ୍ଟି ହେଲା ଜାତି ଜାତି ମଧ୍ୟରେ। ଦଳିତମାନଙ୍କୁ ସମାଜରେ ପ୍ରଚଳିତ ୪ ବର୍ଣ୍ଣ ବାହାରେ ପଞ୍ଚମ ବର୍ଣ୍ଣ ଭାବରେ ବିବେଚନା କରାଗଲା। ତେଣୁ ସେମାନେ ହିନ୍ଦୁ ଧର୍ମର ଅବହେଳିତ ଅଙ୍ଗ ରୂପେ କ୍ରମାଗତ ହୀନମନ୍ୟତାର ଶିକାର ହେବା ଅପେକ୍ଷା ବୌଦ୍ଧ, ଖ୍ରୀଷ୍ଟ ଓ ଶିଖ୍‌ ଧର୍ମ ଆଦିକୁ ଆଦରି ନେଲେ। ଆଜି ମଧ୍ୟ ସେମାନେ ଆଦିଦ୍ରାବିଡ଼ ତାମିଲନାଡ଼ୁରେ, ଆଦିକର୍ନାଟକୀ କର୍ନାଟକରେ, ଆଦିଆନ୍ଧ୍ର ଆନ୍ଧ୍ରରେ, ଆଦିମାହାର ମହାରାଷ୍ଟ୍ରରେ ଓ ଡମ୍ବ ନାମରେ ଓଡ଼ିଶାରେ ଅସ୍ପୃଶ୍ୟ ବିବେଚିତ ହୋଇ ସାମାଜିକ କଳଙ୍କର ଭାର ମୁଣ୍ଡେଇ ଚାଲିଛନ୍ତି। ଜାତିଭିତ୍ତିକ ବାଛବିଚାର ଓ ଅସ୍ପୃଶ୍ୟତାକୁ ଭାରତୀୟ ସମ୍ବିଧାନରେ ଉଚ୍ଛେଦ କରାଯାଇଛି। ତେବେ ବି ସେମାନଙ୍କ ଉପରେ ଅସ୍ପୃଶ୍ୟତାର କଳଙ୍କ ଲଦି ଯୁଗ ଯୁଗ ଧରି ମୁଖ୍ୟସ୍ରୋତରୁ ଦୂରରେ ରଖାଯାଇଛି। ...

ସମସ୍ତଙ୍କୁ ସ୍ବାସ୍ଥ୍ୟସେବା

ସମସ୍ତଙ୍କୁ ସ୍ବାସ୍ଥ୍ୟସେବା

ଡା. ସୁରେନ୍ଦ୍ରନାଥ ପତି/ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ୧୯୪୮ ମସିହାରେ ଗଠିତ ହୋଇଥିଲା। ଏହା ଜାତିସଂଘର ଅନ୍ତର୍ଭୁକ୍ତ। ବିଶ୍ୱରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏହା କାର୍ଯ୍ୟ କରେ। ମୁଖ୍ୟ କାର୍ଯ୍ୟାଳୟ ଜେନେଭାରେ ଅବସ୍ଥିତ। ଏହି ବିଶ୍ୱସଂସ୍ଥା ଏପ୍ରିଲ ୭କୁ ଏହାର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିଆସୁଛି। ୧୯୫୦ ମସିହାଠାରୁ ଏହି ଦିନକୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ ଭାବରେ ବିଶ୍ୱସାରା ପାଳନ କରାଯାଉଛି। ୧୯୩ଟି ଦେଶ ଏହାର ସଭ୍ୟ ଅଟନ୍ତି। ଉଦ୍ଦେଶ୍ୟ ହେଲା ଜଗତର ଜନସାଧାରଣ ଦୃଷ୍ଟିକୁ ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ଉପରେ କେନ୍ଦ୍ରୀଭୂତ କରିବା, ସଚେତନତା ସୃଷ୍ଟି କରିବା ଏବଂ ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା। ଏଠାରେ ଉଲ୍ଲେଖନୀୟ ଯେ, ଡବ୍ଲ୍ୟୁଏଚ୍‌ଓ ସ୍ବାସ୍ଥ୍ୟ ସମ୍ପର୍କିତ ଅନ୍ୟ ସାତୋଟି ଦିବସ ପାଳନ କରିଥାଏ। ସେଗୁଡ଼ିକ ହେଲା- ବିଶ୍ୱ ଯକ୍ଷ୍ମା ଦିବସ, ବିଶ୍ୱ ମ୍ୟାଲେରିଆ ଦିବସ, ବିଶ୍ୱ ଏଡ୍‌ସ ଦିବସ, ବିଶ୍ୱ ଯକୃତ ଦିବସ, ବିଶ୍ୱ ରକ୍ତଦାନ ଦିବସ, ବିଶ୍ୱ ଧୂମପାନ ନିଷେଧ ଦିବସ ଏବଂ ବିଶ୍ୱ ଟିକାକରଣ ସପ୍ତାହ। ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ଏହି ବର୍ଷ (୨୦୧୮) ପାଇଁ ଥିମ୍‌ ହେଉଛି, ‘ସାର୍ବଜନୀନ ସ୍ବାସ୍ଥ୍ୟସେବା ସମସ୍ତଙ୍କୁ, ସବୁଠାରେ।’...

ଏଇ ଭାରତରେ

ଏଇ ଭାରତରେ

ଜମ୍ମୁ ଜିଲାର ୫୨ବର୍ଷର ଜଣେ ବ୍ୟକ୍ତି ଭାରତ-ପାକ୍‌ ସୀମା ନିକଟରେ ବୁଲୁଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବାହିନୀ ସୁରକ୍ଷା ଦେଇ ନିଜ ପରିବାରକୁ ହସ୍ତାନ୍ତର କରିଛି। ନ ହେଲେ ପାକିସ୍ତାନୀଙ୍କ ହାତରେ ଧରା ପଡ଼ିଥିଲେ ତାଙ୍କୁ ଆଉ ଜଣେ କୁଳଭୂଷଣ ସଜେଇବାକୁ ପାକିସ୍ତାନ ସରକାରଙ୍କୁ ବେଶି ସମୟ ଲାଗି ନ ଥାନ୍ତା। ଏଥିସହିତ ଭାରତକୁ ବଦ୍‌ନାମ କରିବା ପାଇଁ ସବୁବେଳେ ସୁଯୋଗ ଅପେକ୍ଷାରେ ଥିବା ପାକିସ୍ତାନ ପାଇଁ ଏହା ଆଉ ଏକ ଭାରତ-ବିରୋଧୀ ପ୍ରସଙ୍ଗ ହୋଇଥାଆନ୍ତା। ସୂଚନାଯୋଗ୍ୟ ଯେ, କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଦ୍ୱାରା ଇରାନ୍‌ରୁ ଅପହରଣ କରି ନିଆଯାଇ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗ କରାଯାଇଥିଲା।...

ଆଜିର ଅର୍ଥନୀତି/ଉତ୍ପାଦ ଶୁଳ୍କ କମାଅ

ଆଜିର ଅର୍ଥନୀତି/ଉତ୍ପାଦ ଶୁଳ୍କ କମାଅ

ପେଟ୍ରୋଲିୟମ୍‌ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଓଡ଼ିଶାରେ ପେଟ୍ରୋଲ ଦର ଲିଟର ପିଛା ଟ୭୨.୮୫ ରହିଛି, ଯାହା ୨୦୧୪ ସେପ୍ଟେମ୍ବର ପରଠାରୁ ସବୁଠାରୁ ଅଧିକ ଏବଂ ଡିଜେଲ ଦର ମଧ୍ୟ ଲିଟର ପିଛା ଟ୬୯.୫୪ ରହିଛି, ଯାହା ପୂର୍ବାପେକ୍ଷା ସବୁଠୁ ଅଧିକ। ଏହି ପେଟ୍ରୋଲିୟମ୍‌ ଦର ବୃଦ୍ଧିକୁ କମାଇବା ଲାଗି ସରକାର କିଛି ପଦକ୍ଷେପ ନେବେ ବୋଲି ଲୋକେ ଆଶା କରୁଛନ୍ତି। ଦର ହ୍ରାସ ପାଇଁ ସରକାର ପେଟ୍ରୋଲିମ୍‌ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ଅନ୍ୟତମ ବିକଳ୍ପ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। ଖୁଚୁରା ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଦକ୍ଷିଣ ଏସିଆରେ ଭାରତରେ ସବୁଠାରୁ ଅଧିକ କାରଣ ଏଠାରେ ତୈଳ ଦରର ଅଧା ହେଉଛି ବିଭିନ୍ନ ପ୍ରକାର ଟିକସ। ନଭେମ୍ବର ୨୦୧୪ରୁ ଜାନୁୟାରୀ ୨୦୧୬ ମଧ୍ୟରେ ଭାଜପା-ନେତୃତ୍ୱାଧୀନ କେନ୍ଦ୍ର ସରକାର ୯ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିସାରିଲେଣି। ...

ମାଛ ନ ଦେଇ ଜାଲ ଦିଅ

ମାଛ ନ ଦେଇ ଜାଲ ଦିଅ

ଉପେନ୍ଦ୍ର ବିଶ୍ୱାଳ/ ୨୦୧୭ର ଶେଷାର୍ଦ୍ଧ। ସାମ୍ନାରେ ଥାଏ ରାଜ୍ୟର ଏକ ବିଧାନସଭା ନିର୍ବାଚନ। ତା’ର ଠିକ୍‌ ବର୍ଷକ ପରେ ଆସିବାକୁ ଥାଏ ସାଧାରଣ ନିର୍ବାଚନ। ତିନି ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଥାଏ ପ୍ରସ୍ତୁତିପର୍ବ। ଚାଲିଥାଏ ବାଗ୍‌ଯୁଦ୍ଧ ବାହୁସ୍ଫୋଟ। ବିଶେଷ କରି ତାହା ଥିଲା ଟଙ୍କିକିଆ ଚାଉଳ ବ୍ୟବସ୍ଥାର ଶ୍ରେୟ ପାଇଁ ସଂଘର୍ଷ। ସତେ ଯେମିତି ତାହା ହିଁ ତାଙ୍କ ପାରଦର୍ଶିତାର ପରିଚୟ। ବିଜେଡ଼ି କୁହେ- ଆମେ ଗରିବର ବନ୍ଧୁ। ଟଙ୍କିକିଆ ଚାଉଳର ଆମେ ହିଁ ଅସଲ ବିନ୍ଧାଣୀ। ଭାଜପା କୁହେ କେନ୍ଦ୍ର ସରକାରଙ୍କ ଯୋଜନାର ଏହା ଏକ ଅଂଶ। କଂଗ୍ରେସ କୁହେ ଦେଶରେ ଯେତେ ସବୁ ମାଗଣା, ରିହାତି, ଛାଡ଼ ଆଦିର ବ୍ୟବସ୍ଥା ହୋଇଛି, ସେ ସବୁଥିରେ ଆମର ହାତ ଅଛି। ଏହା ମଧ୍ୟ ଆମ ଉର୍ବର ମସ୍ତିଷ୍କରୁ ଉଦ୍ଭବ। ସେ ଯାହା ବି ହେଉ, ନିଜ ନିଜର ତାତ୍କାଳିକ ରାଜନୈତିକ ସ୍ବାର୍ଥ ପାଇଁ ଗୋଟିଏ ଜାତିର ପତନର ପଥ ପ୍ରଶସ୍ତ କରିବାରେ ଏହା ଯେ ଏକ ଏକ ପ୍ରୟାସ, ଏହା ନିଃସନ୍ଦେହ। ...

ଶାନ୍ତି ଅଶାନ୍ତି

ଶାନ୍ତି ଅଶାନ୍ତି

ରମେଶ ଚନ୍ଦ୍ର ସାମଲ/ ସମସ୍ତେ ସୁଖ ଶାନ୍ତି ଚାହାନ୍ତି। ସାଧାରଣ ଭାବେ ନିଜେ ଭଲରେ ରହି, ପରିବାର ଭଲରେ ଚଳାଇ, ପିଲାମାନଙ୍କୁ ଉତ୍ତମ ସଂସ୍କାରରେ ପାଠ ପଢାଇ ସମାଜରେ ପ୍ରତିଷ୍ଠିତ କରିପାରିଲେ ଆତ୍ମସନ୍ତୋଷ ଲାଭକରନ୍ତି। ଚାଷୀଟି ଭଲ ଚାଷ, ବ୍ୟବସାୟୀଟି ଭଲ ବ୍ୟବସାୟ କରିପାରିଲେ, ଚାକିରିଆ ପଦୋନ୍ନତି ସହ ଉଚ୍ଚ ଦରମା ପାଇପାରିଲେ ଆନନ୍ଦିତ ହୁଅନ୍ତି। ବୈଜ୍ଞାନିକଟି କିଛି ନୂତନ ଉଦ୍ଭାବନ କରି, କବିଲେଖକ କିଛି ବହୁଜନାଦୃତ ଲେଖା ଲେଖି ଆନନ୍ଦରେ ଆତ୍ମହରା ହୋଇଉଠନ୍ତି। ରାଜନୀତିଜ୍ଞମାନେ ସେହିଭଳି ନିର୍ବାଚିତ ହୋଇ ମନ୍ତ୍ରୀ ପଦ ଆଦି ପାଇପାରିଲେ ସୁଖଶାନ୍ତି ଅନୁଭବ କରନ୍ତି। ଚୋରତସ୍କରମାନେ ‘ନେଇଆଣି ଥୋଇପାରିଲେ ଚୋରିବିଦ୍ୟା ଭଲ’ ବିବେଚନା କରନ୍ତି। ମୋଟ ଉପରେ କହିବାକୁ ଗଲେ ଇଚ୍ଛା ଅନୁଯାୟୀ କାମ କରି ସଫଳ ହୋଇପାରିଲେ ସମସ୍ତେ ସୁଖଶାନ୍ତି ଅନୁଭବ କରନ୍ତି। କିଛି କରି ନ ପାରିଲେ ଭାଗ୍ୟକୁ ଆଦରି ଭଗବାନଙ୍କ ଉପରେ ସବୁ ଛାଡ଼ି ଦିଅନ୍ତି। କିଛି ଲୋକ ନିଜ କାମ ପାଇଁ ଏପରି ନଛୋଡ଼ବନ୍ଧା ଯେ ସେମାନେ ଯେନତେନ ଉପାୟରେ ଏହା ନ କରିବା ପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ୱାସ ନେଇପାରନ୍ତିନି। ଜଣେ ଯେଉଁ କାମରେ ସୁଖୀ ହୁଏ ଅନ୍ୟ ଜଣଙ୍କ ପାଇଁ ଏହା ନିରାନନ୍ଦର କାରଣ ହୋଇପାରେ।...

ଏଇ ଭାରତରେ

ଏଇ ଭାରତରେ

ବିଦେଶରେ ଚାକିରି କରିଥିବା ଯୁବକ ସହ ଝିଅକୁ ବାହାଦେବେ, ଝିଅ ବିଦେଶ ଯାଇ ଅୟସ କରିବ। ସୁବିଧା ମିଳିଲେ ଜ୍ୱାଇଁ ଡାକରା ପାଇ ବିଦେଶ ବୁଲିଯିବାର ସୁଯୋଗ ମିଳିବ- ଏମିତି ଅନେକ ଚିନ୍ତା କରୁଥିବା ମାତାପିତା ଅଧିକାଂଶ ସମୟରେ ଧୋକା ଖାଇଥାଆନ୍ତି। ଝିଅ ଜୀବନ ତ ବରବାଦ୍‌ ହୁଏ, ସାରାଜୀବନ ସେମାନଙ୍କର ଅଶାନ୍ତିରେ ଭରିଯାଏ। ପ୍ରବାସୀ ଯୁବକଙ୍କୁ ବାହା ହୋଇଥିବା ଯୁବତୀ ନିଜ ଭାଗ୍ୟକୁ ନିନ୍ଦି ମନମାରି ରହିବା ସାର ହୁଏ। ସମାଜରେ ଏଭଳି ଘଟଣା ଅନେକ କ୍ଷେତ୍ରରେ ଘଟୁଥିଲେ ମଧ୍ୟ ବିହାରର ଝିଅ ସୁଜାତା ହାର ମାନିନାହାନ୍ତି। ସମସ୍ତିପୁର ଜିଲାର ଏହି ପୋଷ୍ଟ ଗ୍ରାଜୁଏଟ୍‌ ଯୁବତୀ ୨୦୧୫ରେ ବିବାହ କରିଥିଲେ ପାଟନାର ରାଜେନ୍ଦ୍ରନଗର ନିବାସୀ ଅନିତାଭ କମଲଙ୍କୁ। ବିବାହର ଦୁଇଦିନ ପରେ ଅନିତାଭ ଘରେ ସ୍ତ୍ରୀକୁ ଛାଡି ଚାଲିଯାଇଥିଲେ ତାଙ୍କର ଚାକିରି ସ୍ଥଳ ମସ୍କୋ। ଏହାପରଠାରୁ ସୁଜାତାଙ୍କ ଉପରେ ଶ୍ୱଶୁରଘରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ବିଚାରୀ ସୁଜାତା ଅତ୍ୟାଚାର ସହି ନ ପାରି ଚାଲିଆସିଲେ ବାପଘରକୁ। ପ୍ରବାସୀ ସ୍ବାମୀଙ୍କ ଧୋକାବାଜିକୁ ପଦାରେ ପକାଇବା ପାଇଁ ସେ ସୋସିଆଲ ମିଡିଆକୁ ବାଛିନେଲେ। ...

ପ୍ରାଣୀଙ୍କ ଅଧୋବାୟୁ

ପ୍ରାଣୀଙ୍କ ଅଧୋବାୟୁ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ଗତବର୍ଷ ଏକ ମଜାଦାର ବୈଜ୍ଞାନିକ ଗବେଷଣା ସମ୍ପାଦିତ ହୋଇଥିଲା। ଏହାକୁ ମଜାଳିଆ କହିବାର ଦୁଇଟି କାରଣ ଅଛି: ୧) ଗବେଷଣାଟି ପ୍ରାଣୀଙ୍କ ଅଧୋବାୟୁ (ମଳଦ୍ୱାରରୁ ନିର୍ଗତ ବାୟୁ) ସମ୍ପର୍କିତ। ଇଂଲିଶରେ ଚଳନ୍ତି ଭାଷାରେ ଏହାକୁ ଫାର୍ଟିଂ (ପାଡ଼) କୁହାଯାଏ। ୨) ଗବେଷଣା କରୁଥିବା ବୈଜ୍ଞାନିକମାନେ #ଡଜ୍‌ଇଟ୍‌ଫାର୍ଟ ନାମକ ଟୁଇଟର ହ୍ୟାଣ୍ଡଲ ଜରିଆରେ ତଥ୍ୟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ପ୍ରାପ୍ତ ତଥ୍ୟଗୁଡ଼ିକୁ ସେହି ଏକା ନାମରେ ଏକ ପୁସ୍ତକରେ ମୁଦ୍ରଣ କରାଯାଇଛି। ...

ପ୍ରଯୁକ୍ତିର ଚୋରାବାଲିରେ ମଣିଷ

ପ୍ରଯୁକ୍ତିର ଚୋରାବାଲିରେ ମଣିଷ

ଡ. ସୁବାସ ଚନ୍ଦ୍ର ପାତ୍ର/ ଆଧାର କାର୍ଡରେ ସନ୍ନିବେଶିତ ନାଗରିକମାନଙ୍କର ବାୟୋମେଟ୍ରିକ ଡାଟା ସୁରକ୍ଷିତ କି ନୁହେଁ ଏବଂ ତାହାର ଅପବ୍ୟବହାର ହୋଇପାରିବ କି ନାହିଁ, ସେ ପ୍ରସଙ୍ଗ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ଥିଲାବେଳେ ଏବଂ ବିଭିନ୍ନ ରାଜନୈତିକ ଦଳ ବା ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଆପ୍‌ ମାଧ୍ୟମରେ ଡାଟା ସଂଗ୍ରହ ଏବଂ ତା’ର ବିଶ୍ଳେଷଣ ଏବଂ ତା’ର ରାଜନୈତିକ ଉପଯୋଗ ନେଇ ବାଦବିସମ୍ବାଦ ଦେଖାଦେଇଛି। ତେବେ ଆଶଙ୍କା କରାଯାଏ ଯେ, ଏହାଦ୍ୱାରା ଭବିଷ୍ୟତରେ ନାଗରିକମାନଙ୍କର ବ୍ୟକ୍ତି ସ୍ବାତନ୍ତ୍ର୍ୟ ବିପନ୍ନ ହେବା ସହିତ ଭାରତୀୟ ଗଣତନ୍ତ୍ର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।...

ମଦୁଆ ଭିକାରି

ମଦୁଆ ଭିକାରି

ଅରୁଣ ଦାସ/ ମଝିରେ ମଝିରେ ଗାଁକୁ ଗଲେ କିଛି ହାଇସ୍କୁଲ ସାଙ୍ଗଙ୍କ ସହ ଦେଖା ହୁଏ। ସେମାନେ ମୋତେ ଦେଖୁ ଦେଖୁ ଆଉ କିଛି ଭଲ ମନ୍ଦ କଥା ନ ପଚାରି ସିଧା ମଦ ପିଇବାକୁ ଟଙ୍କା ମାଗନ୍ତି। ମୁଁ ସେମାନଙ୍କ କଥାରେ ସହମତ ନ ହେଲେ ଆରମ୍ଭ ହୋଇଯାଏ ସେମାନଙ୍କ ମୁହଁରୁ ବିଭିନ୍ନ ପ୍ରକାର ଗାଳି ଓ ଥଟ୍ଟାମଜା। ଯେମିତି ମୁଁ ସେମାନଙ୍କ ପାଖରୁ ଟଙ୍କା ସୁନା ଧାର କରଜରେ ଆଣିଛି। କିଏ ଶ’ମାଇଚିଆ, ମରଦ ହୋଇଥିଲେ ସିନା ମଦ ପିଇଥାଆନ୍ତୁ କହି ଦାନ୍ତ ନିକୁଟିଲା ବେଳକୁ ଆଉ କିଏ କଞ୍ଜୁସ୍‌ କହି ତାଚ୍ଛଲ୍ୟ କରିବାରେ ଲାଗିଯାଆନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ଗୋରା ହେଉ କି କଳା, ସନ୍ତାନ ଯେମିତି ହେଲେ ବି ମାଆ ପାଇଁ ସୁନ୍ଦର। ପିଲାର ସୌନ୍ଦର୍ଯ୍ୟ ତା’ର ଶରୀରରେ ନ ଥାଏ, ଥାଏ ମାଆର ଆଖିରେ। ମଧ୍ୟପ୍ରଦେଶର ଭୋପାଳରେ କିନ୍ତୁ ଏଭଳି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଅଜବ ଲାଗେ। ଜଣେ ମାଆ ତାଙ୍କର ଶିଶୁକୁ ଗୋରା କରିବା ପାଇଁ ତା’ର ଦେହକୁ ପଥରରେ ଘଷିଥିଲେ। ଫଳରେ ଶିଶୁଟିର ଶରୀର ସାରା ଖଣ୍ଡିଆଖାବରା ହୋଇଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଶିଶୁଟିକୁ ଏଭଳି ଅବସ୍ଥା କରିଥିବା ମାଆ ଜଣକ ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ । ଭୋପାଳବାସିନ୍ଦା ସୁଧା ତିଓ୍ବାରୀ ନାମ୍ନୀ ଏହି ଶିକ୍ଷୟିତ୍ରୀ ଜଣକ ଉତ୍ତରାଖଣ୍ଡର ମାତୃଛାୟାରୁ ଶିଶୁଟିକୁ ଦେଢବର୍ଷ ପୂର୍ବରୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ପିଲାଟିର ରଙ୍ଗ କଳା ଥିବାରୁ ସୁଧା ପ୍ରଥମରୁ ନାପସନ୍ଦ କରି ଆସୁଥିଲେ। ପିଲାଟି କିପରି ଗୋରା ହେବ ସେଥିପାଇଁ ସେ ଅନେକ ଚିକିତ୍ସା ଓ ଉପଚାର କରିଥିଲେ, ମାତ୍ର ଏଥିରୁ କୌଣସି ସୁଫଳ ମିଳିଲା ନାହିଁ। ତାଙ୍କୁ କେହି ଜଣେ ପରାମର୍ଶ ଦେଲେ ପିଲାଟି ଶରୀରରେ ଯଦି କଳା ପଥର ଘଷାଯାଏ ତେବେ ସେ ଗୋରା ହୋଇଯିବ। ଏଥିରେ ବିଶ୍ୱାସ କରିଗଲେ ଶିକ୍ଷୟିତ୍ରୀ ଜଣକ।...

ସମ୍ପାଦକୀୟ/ଦେଶର ହିତ କେଉଁଠି

ସମ୍ପାଦକୀୟ/ଦେଶର ହିତ କେଉଁଠି

ତଫସିଲଭୁକ୍ତ ଜାତି/ଜନଜାତି ନିର୍ଯାତନା ନିବାରଣ ଆଇନ (ଏସ୍‌ସି/ଏସ୍‌ଟି ଆଟ୍ରୋସିଟି ଆକ୍ଟ)ର ସଂଶୋଧନ କରି ସୁପ୍ରିମକୋର୍ଟ ୨୦୧୮ ମାର୍ଚ୍ଚ ୨୦ରେ ରାୟ ଦେଇଥିଲେ। ଏହି ରାୟର ସାରମର୍ମ ହେଉଛି ଦଳିତ ବର୍ଗର ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବାର ଅଭିଯୋଗ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରା ନ ଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଏଭଳି ଅଭିଯୋଗ ଯଦି କୌଣସି ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କ ବିରୋଧରେ ହୋଇଥାଏ ତେବେ ତାଙ୍କୁ ଗିରଫ କରିବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କ ଲିଖିତ ଅନୁମତି ଦରକାର। ବେସରକାରୀ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଲେ ଡିଏସ୍‌ପି ପାହ୍ୟାର ଜଣେ ପୋଲିସ ଅଧିକାରୀଙ୍କ ଯାଞ୍ଚ ପରେ ଯାଇ ତାଙ୍କୁ ଗିରଫ କରାଯାଇପାରିବ। ଯେହେତୁ ଆଟ୍ରୋସିଟି ଆଇନର ଦୁରୁପଯୋଗ ହେଉଥିବାର ଅଭିଯୋଗ ବାରମ୍ବାର ଶୁଣିବାକୁ ମିଳୁଛି ତେଣୁ ସର୍ବୋଚ୍ଚ ଅଦାଲତ ଉକ୍ତ ଆଇନର ସଂଶୋଧନ କରି ଏହି ରାୟ ଦେଇଥିଲେ। ...

 ମଣିଷର ଶତ୍ରୁ ଅନ୍ଧବିଶ୍ୱାସ

ମଣିଷର ଶତ୍ରୁ ଅନ୍ଧବିଶ୍ୱାସ

ପ୍ରଫୁଲ୍ଲ କୁମାର ସାହୁ/ ଜ୍ଞାନବିଜ୍ଞାନର କ୍ରାନ୍ତିକାରୀ ଅଭିଯାନ ଫଳରେ ମଣିଷ ଆଜି ବିଚରଣ କରୁଛି ଅତଳ ସମୁଦ୍ର ଓ ଅନନ୍ତ ମହାକାଶରେ। ଅପର ଗ୍ରହରେ ବାସ ରଚିବା ପାଇଁ ଚଳାଇଛି ଦୁର୍ବାର ପ୍ରୟାସ। ଅଥଚ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିବା ପାଇଁ ଖୋଜି ପାଉନି ବାଟ। ଏହି ପରିପ୍ରେକ୍ଷୀରେ ଏକ ସଦ୍ୟତମ ଦୃଷ୍ଟାନ୍ତ ହେଉଛି ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ଜଣେ ବ୍ୟକ୍ତି ଦେହରେ ପ୍ରାଣ ସଞ୍ଚାର କରିବା ଲାଗି ଗତ ଫେବୃୟାରୀ ୨୪ ତାରିଖ ଦିନ ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣା। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ବାରିପଦା ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଝିନେଇ ଗ୍ରାମର ପୂର୍ବତନ ସରପଞ୍ଚ ରାଜାରାମ ମୁର୍ମୁ। ମୃତଦେହ ଗାଁକୁ ଆଣିଲା ପରେ ରାଜାରାମ ମରିନାହାନ୍ତି ବରଂ ତାଙ୍କ ଦେହରେ ଡାହାଣୀ ଲାଗିଛି ବୋଲି ସନ୍ଦେହ କଲେ ପରିବାର ଲୋକେ। ଡାହାଣୀ ଛଡ଼ାଇବା ପାଇଁ ଡାକିଲେ ସାଦ ଟୁଡ଼ୁ ନାମକ ଜଣେ ଗୁଣିଆଙ୍କୁ। ଗ୍ରାମବାସୀଙ୍କ ଉପସ୍ଥିତିରେ ଦୀର୍ଘ ୧୨ଘଣ୍ଟା ଧରି ପୂଜାର୍ଚ୍ଚନା ଚାଲିବା ପରେ ଖବର ପାଇ ଘଟଣାସ୍ଥଳରେ ସଦଳବଳ ପହଞ୍ଚତ୍ଲେ ଚାନ୍ଦୁଆ ଥାନାର ପୋଲିସ ଅଧିକାରୀ। ସଂପୃକ୍ତ ଗୁଣିଆକୁ ଗିରଫ କରିବା ସହିତ ମୃତଦେହକୁ ପଠାଇଦେଲେ ସତ୍କାର ପାଇଁ। ...

ନକ୍ସଲ ଆନ୍ଦୋଳନ

ନକ୍ସଲ ଆନ୍ଦୋଳନ

ରାଧାମୋହନ ମହାପାତ୍ର/ ବିଗତ ପ୍ରାୟ ୪ ଦଶନ୍ଧି ମଧ୍ୟରେ ଏଇ କେତେବର୍ଷ ହେବ ପ୍ରାୟ ସବୁଦିନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ, ନକ୍ସଲ ଆନ୍ଦୋଳନ ଆଦି ସମ୍ବନ୍ଧରେ ଖବର ଶୁଣିବାକୁ ଓ ପଢ଼ିବାକୁ ମିଳୁଛି। ବିଶ୍ୱରେ ଆତଙ୍କବାଦ କାୟା ବିସ୍ତାର କରୁଥିଲାବେଳେ ଭାରତରେ ନକ୍ସଲ ଓ ମାଓବାଦୀ ଆନ୍ଦୋଳନ ପକ୍ଷ ମେଲାଇ ଚାଲିଛି। ଏବେ ଭାରତର ୯ଟି ରାଜ୍ୟ ଓ ୭୬ଟି ଜିଲା ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ବୋଲି ଚିହ୍ନଟ କରାଯାଇଛି। ୯ଟି ରାଜ୍ୟ ମଧ୍ୟରେ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର, କେରଳରେ ନକ୍ସଲ ଆନ୍ଦୋଳନ ଜୋରଦାର ହୋଇଛି। ତେବେ କାହିଁକି ନକ୍ସଲମାନେ ଉଗ୍ର, ରକ୍ତପିପାସୁ, ହିଂସ୍ର ହୋଇଉଠିଛନ୍ତି ତା’ର କାରଣ ଅଛପା ନାହିଁ।...

ଏଇ ଭାରତରେ

ବରିଷ୍ଠମାନଙ୍କ ଅସାବଧାନତା ଯୋଗୁ ଛୋଟ ପିଲାଙ୍କ ଜୀବନ ଚାଲିଯିବାର ଅନେକ ନଜିର ରହିଛି। ଦେଖାଯାଉଛି ରାସ୍ତାକାମ ବେଳେ ଠିକାଦାରମାନେ ଅଧାଖୋଳା ଥିବା ସ୍ଥାନକୁ ଢାଙ୍କୁ ନାହାନ୍ତି। ଫଳରେ ଅନେକ ସମୟରେ ଗାତରେ ପଡ଼ି ପିଲାମାନଙ୍କ ଜୀବନ ଚାଲିଯାଉଛି। ହେଲେ ଏକ ପରିତ୍ୟକ୍ତ କାର୍‌ ଭିତରେ ପଶିଯାଇ ପିଲାଙ୍କ ଜୀବନ ଯିବା କ୍ୱଚିତ୍‌ ଶୁଣିବାକୁ ମିଳେ। ...

ସମ୍ପାଦକୀୟ/ ନିଜ ସୁରକ୍ଷା ନିଜର

ସମ୍ପାଦକୀୟ/ ନିଜ ସୁରକ୍ଷା ନିଜର

ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଦ୍ୱାରା ୨୦୧୪ରେ ୩୯ ଭାରତୀୟ ଶ୍ରମିକଙ୍କୁ ହତ୍ୟା କରାଯିବାର ପାଖାପାଖି ୪ ବର୍ଷ ବିତିବାକୁ ଯାଉଥିବା ବେଳେ ଇରାକ୍‌ରୁ ୩୮ ଜଣଙ୍କ ଦେହାବଶେଷ ୨୦୧୮ ଏପ୍ରିଲ ୨ରେ ଭାରତକୁ ଅଣାଯାଇଛି। ସେଠାକୁ କାମ କରିବାକୁ ଯାଇଥିବା ଏହି ଶ୍ରମିକଙ୍କ ମୃତ୍ୟୁକୁ ସୁନିଶ୍ଚିତ କରିବା ଲାଗି ଭାରତ ସରକାରଙ୍କୁ ଦୀର୍ଘ ବର୍ଷ ଲାଗିଯିବା ହେଉଛି ସବୁଠୁ ପରିତାପର ବିଷୟ। ନିକଟରେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ପାର୍ଲାମେଣ୍ଟରେ ଅତି ଆଗ୍ରହର ସହିତ ଏହି ମୃତକଙ୍କ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ। ତେବେ ନିଜ ଇଚ୍ଛାରେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଦେଶ ବାହାରକୁ କାମ କରିବାକୁ ଯାଇଥିବା ବ୍ୟକ୍ତିଙ୍କ ଅଘଟଣ ଘଟିଥିବାରୁ ସେଥିପାଇଁ ସରକାର କାହିଁକି ଦାୟୀ ରହିବେ ବୋଲି ପଚରାଗଲାଣି। କରଦାତାଙ୍କ ଅର୍ଥରେ ଇରାକ୍‌ ଯାଇ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. କେ. ସିଂ ଉକ୍ତ ମୃତକଙ୍କ ଦେହାବଶେଷ ନେଇ ସ୍ବଦେଶ ଫେରିବା ପରେ ଅନେକଙ୍କ ମନରେ ଏଭଳି ପ୍ରଶ୍ନ ଉଠିଛି।...

କର୍ମ ହିଁ ସୁଖଦୁଃଖଦାତା

କର୍ମ ହିଁ ସୁଖଦୁଃଖଦାତା

ବୈକୁଣ୍ଠନାଥ ମିଶ୍ର/ ମୃତ୍ୟୁ ରହସ୍ୟମୟ। ଜୀବନ ଯାହାର ଅଛି, ମୃତ୍ୟୁ ତା’ ପାଇଁ ଅବଶ୍ୟମ୍ଭାବୀ। ମୃତ୍ୟୁକୁ ନାନା ଭାବରେ ନାନା ବିଦୂଷୀଙ୍କ ଦ୍ୱାରା ବିଶ୍ଳେଷଣ କରାଯାଇଛି। ସମସ୍ତ ମୁନିଋଷି, ଦାର୍ଶନିକ ଓ ପ୍ରଜ୍ଞାଶୀଳ ବ୍ୟକ୍ତି ମୃତ୍ୟୁର ସତ୍ୟତାକୁ ଗ୍ରହଣ କରିଥିଲେ ମଧ୍ୟ ମୃତ୍ୟୁ ପରବର୍ତ୍ତୀ କ୍ରିୟାଶୀଳତା ଉପରେ ଐକମତ୍ୟ ସ୍ଥାପିତ ହୋଇପାରିନାହିଁ। ଜଣେ ଇଂଲିଶ ଦାର୍ଶନିକଙ୍କ ମତରେ ମୃତ୍ୟୁ ହେଉଛି ନିଦ୍ରାର ଦ୍ୱିତୀୟ ସଂସ୍କରଣ- ‘ଡ଼େଥ୍‌ ଇଜ୍‌ ଦି ସେକେଣ୍ଡାରୀ ଫର୍ମ ଅଫ୍‌ ସ୍ଲମ୍ବରିଙ୍ଗ।’ ଏହା ଭୀତିପ୍ରଦ ହେଲେ ମଧ୍ୟ ଏହା ଯେ ବିମୁକ୍ତିର ଦ୍ୱାର, ତାହା ସହଜରେ ଅନୁମିତ ହୁଏ ନାହିଁ। ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି-...

ତଳ ବରଡ଼ା ଖସୁଛି

ତଳ ବରଡ଼ା ଖସୁଛି

ଦ୍ୱିତୀ ଚନ୍ଦ୍ର ସାହୁ/ ଅସମୟରେ ଚାଲିଗଲେ ସ୍ବାମୀ। ସୀମାନ୍ତ ଗାଁରୁ ଆସି ସହର ମାଟିରେ ଥୟ ହୋଇ ପାଦ ଥାପିଲା ବେଳକୁ ଏମିତି ଦାରୁଣ ଦୁଃଖ। ତିନି ତିନିଟା ପିଲାଙ୍କର ବୋଝ। ବ୍ରାହ୍ମଣ ଘରର ବୋହୂ। ଖାଲି ଘରକୁ ତଥାପି ଅଣ୍ଟା ଭିଡ଼ିଲେ ବୋହୂ। ପିଲାମାନଙ୍କୁ ମଣିଷ ପରି ମଣିଷ କରି ଗଢି ତୋଳିବା ଲାଗି ମନେ ମନେ ସ୍ଥିର କଲେ। ପିଲାମାନଙ୍କୁ ଦେଖି ସ୍ବାମୀଙ୍କ ବିୟୋଗର ଦୁଃଖକୁ କୌଣସିମତେ ହଜମ କରିନେଲେ। ହେଲେ ପିଲାଙ୍କ ଭିତରେ ବଢୁଥିବା ଶାରୀରିକ ଅସାମର୍ଥ୍ୟରେ ସନ୍ତୁଳି ହେଲେ ବିଧବା ମାଆ। ସଂପୂର୍ଣ୍ଣ ଶଯ୍ୟାଶାୟୀ ବଡ଼ ଝିଅର ଦୈନନ୍ଦିନ ନିତ୍ୟକର୍ମ ସମ୍ଭାଳିବାକୁ ହେଲା। ସମୟକ୍ରମେ ସାନପୁଅର ଶାରୀରିକ ଅସାମର୍ଥ୍ୟ ବୃଦ୍ଧି ପାଇଲା। ତା’ ସହିତ ଘର ଓ ବାହାର ଦୁନିଆର ସବୁ କାର୍ଯ୍ୟକୁ ଅତି ସହଜ ଓ ସରଳ ଭାବେ କରିପାରୁଥିଲେ ସେ ସମସ୍ତଙ୍କୁ ଚକିତ କରି। ବୟସ ଭାରରେ ନଇଁ ଯାଇଥିଲେ ସତ, କିନ୍ତୁ ଭାଙ୍ଗି ନ ଥିଲେ। ନିୟତି ଦାଉରୁ ପ୍ରଥମେ ସାନପୁଅ ଓ ବଡ଼ଝିଅ ଆଗପଛ ହୋଇ ଚାଲିଗଲେ ଆରପାରିକୁ। ଆପଣାର ମଣିଷମାନେ କ୍ରମେ ଅପସରି ଯାଉଥିଲେ ନିଜ ପାଖରୁ। ପୁଣି ବଡ଼ପୁଅର କ୍ରମଶଃ ବଢୁଥିବା ଶାରୀରିକ ଅସାମର୍ଥ୍ୟକୁ ନେଇ ଚିନ୍ତା। ଜୀବନତମାମ ଦୁଃଖକୁ ଜହର କରି ପିଇ ବି ନୀଳକଣ୍ଠ ପରି ସହଜରେ ହଜମ କରିପାରୁଥିବା ଏଇ ମହୀୟସୀ ମାଆଙ୍କୁ ଦେଖିଲେ ଚକିତ ଲାଗୁଥିଲା। ମାଆ ପରି ମାଆ।...

ଏଇ ଭାରତରେ

ମାନବିକତାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଲା ହାଇଦ୍ରାବାଦର ଜଣେ ହୋମ୍‌ଗାର୍ଡଙ୍କ ନିକଟରେ। ରାସ୍ତାକଡରେ ପଡିଥିବା ଜଣେ ବାସହୀନ ପରିତ୍ୟକ୍ତ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଇ ସେ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ସମୟର ଫଟୋଟି ଉଠାଇ କୌଣସି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଦେବା ପରେ ୩୫ ବର୍ଷ ବୟସ୍କ ହୋମ୍‌ଗାର୍ଡ ଜି. ଗୋପାଲଙ୍କୁ ଟୁଇଟର ପେଜ୍‌ରେ ମିଳିଛି ଅଜସ୍ର ପ୍ରଶଂସା। ଘଟଣାଟି ଗତ ଶୁକ୍ରବାରର। ସେଦିନ କୁକଟପାଲି ଟ୍ରାଫିକ ଥାନାର ହୋମଗାର୍ଡ ଗୋପାଳ ଜଣେ ମନ୍ତ୍ରୀଙ୍କ ଗସ୍ତ ଡ୍ୟୁଟିରେ ଥାଆନ୍ତି। ହଠାତ୍‌ ତାଙ୍କର ନଜର ପଡିଲା ଜବାହରଲାଲ ନେହେରୁ ଟେକ୍ନୋଲୋଜିକାଲ ୟୁନିଭରସିଟି ନିକଟବର୍ତ୍ତୀ ରାସ୍ତାକଡରେ ଅତି ଦୟନୀୟ ଅବସ୍ଥାରେ ଥିବା ଜଣେ ବୃଦ୍ଧାଙ୍କ ଉପରେ । ...

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ହେଲେ ଋଣ ନ ମିଳିବା କିମ୍ବା ଋଣ ବୋଝ ଏବଂ ସରକାରଙ୍କ ଭୁଲ ନୀତି ଭଳି କାରଣ ଯୋଗୁ ବର୍ଷକୁ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଅପରପକ୍ଷରେ ବଡ଼ବଡ଼ ପ୍ରତିଶ୍ରୁତି ଦେଇ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ଅନ୍ନଦାତାଙ୍କ ଦୁଃଖ ବୁଝିବାକୁ ବେଳ ପାଉନାହାନ୍ତି। ଏଭଳି ସମୟରେ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଦୁର୍ନୀତିରେ ବୁଡ଼ିଯାଉଥିବା ଦେଖିବାକୁ ମିଳୁଛି। ବିଗତ ୫ ବର୍ଷରେ ୬୧ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଜାଣିବାକୁ ପାଇଛି।

ସଅଳ ଅବସର ଉଛୁର ମୃତ୍ୟୁ

ସଅଳ ଅବସର ଉଛୁର ମୃତ୍ୟୁ

ରଞ୍ଜନ କୁମାର ଦାସ/ଆମ ଦେଶରେ ସରକାରୀ କର୍ମଚାରୀମାନଙ୍କ ଅବସର ବୟସ ଏବେ ଷାଠିଏ। ଡାକ୍ତର, ବିଚାରପତି ଏବଂ ଆଉ କେତେକ ବର୍ଗର କର୍ମଚାରୀଙ୍କର ଟିକେ ବେଶି। କାହାର ବାଷଠି ତ କାହାର ପଁଷଠି। ଚାକିରିରେ ପ୍ରବେଶର ହାରାହାରି ବୟସ ପଚିଶରୁ ତିରିଶ। ସେଇକ୍ରମରେ ଜଣେ ଜଣେ ସରକାରୀ କର୍ମଚାରୀ ତିରିଶରୁ ପଞ୍ଚତିରିଶ ବର୍ଷ ଚାକିରି କରନ୍ତି ଏବଂ ଅବଶେଷରେ ଅବସର ଗ୍ରହଣ କରନ୍ତି। ଅବସର ବୟସ ଆସିବାର ଦି’ ଚାରି ବର୍ଷ ଆଗରୁ ସେମାନେ ଶାରୀରିକ ଓ ମାନସିକ ରୋଗର ଶିକାର ହୁଅନ୍ତି।

ବିରୋଧୀ ମେଳି

ବିରୋଧୀ ମେଳି

ସବ୍ୟସାଚୀ ଅମିତାଭ/୧୯୯୦ ମସିହା କଥା। କେନ୍ଦ୍ରରେ ଥାଏ ଅଣକଂଗ୍ରେସ ଓ ଅଣଭାଜପା ମେଣ୍ଟ ସରକାର। ପ୍ରଧାନମନ୍ତ୍ରୀ ଥାଆନ୍ତି ଭି.ପି. ସିଂହ। ସେତେବେଳେ କେହି ଜଣେ ସାମ୍ବାଦିକ ଭି.ପି.ଙ୍କୁ ପଚାରିଥିଲେ, ଏହି ‘ଖେଚୁଡ଼ି’ ସରକାର ଦେଶ ପାଇଁ କେତେ ଭଲ? ଭି.ପି. କହିଥିଲେ, ଏପରି ମେଣ୍ଟ ସରକାର ଦେଶ ପାଇଁ କେତେ ଜରୁରୀ ସେ ଜାଣନ୍ତି ନାହିଁ, କିନ୍ତୁମଏହା ଏକ ବାସ୍ତବିକତା। ଭି.ପି. ସିଂହ ଏପରି ଜଣେ ନେତା ଥିଲେ ଯେ ଥାର୍ଡ଼ ଫ୍ରଣ୍ଟ ପଲିଟିକ୍ସରେ ମାସ୍କଟ୍‌ କହିଲେ ଭୁଲ୍‌ ହେବନି।

ଏଇ ଭାରତରେ

ଏଇ ଭାରତରେ

ଚାକିରି ପାଇଁ ଡିଗ୍ରୀଧାରୀ ବେକାର ଯୁବତୀ ଯୁବକମାନେ ବେଳେବେଳେ ପ୍ରତିବାଦ ସକାଶେ ରାଜରାସ୍ତାକୁ ଓହ୍ଲାଇ ଥାଆନ୍ତି। ଅନେକ ସମୟରେ ଏହି ପ୍ରତିବାଦ ଭିନ୍ନ ଭିନ୍ନ ଭାବରେ ଦେଖିବାକୁ ମିଳେ। କିନ୍ତୁ ଇନ୍ଦୋର ସହରସ୍ଥିତ ମଧ୍ୟପ୍ରଦେଶ ଲୋକସେବା ଆୟୋଗଙ୍କ କାର୍ଯ୍ୟାଳୟ ନିକଟରେ ଶନିବାର ଯେଉଁଭଳି ପ୍ରତିବାଦ ଦେଖିବାକୁ ମିଳିଲା ତାହା ଅଭିନବ। ଆୟୋଗ ପକ୍ଷରୁ ସହାୟକ ପ୍ରାଧ୍ୟାପକ ପରୀକ୍ଷା ସ୍ଥଗିତ କରିଦିଆଯିବା କାରଣରୁ ପ୍ରତ୍ୟାଶୀମାନେ ଏଭଳି ଅଭିନବ ପ୍ରତିବାଦର ଆଶ୍ରୟ ନେଇଥିଲେ।