ସମ୍ପାଦକୀୟ

ସମ୍ପାଦକୀୟ/ ସାମାଜିକ ବିଭେଦ

ସମ୍ପାଦକୀୟ/ ସାମାଜିକ ବିଭେଦ

ସମଗ୍ର ଦେଶରେ ଦଳିତଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଏହି ଶ୍ରେଣୀର ଲୋକମାନଙ୍କ ଉପରେ ଆକ୍ରମଣ, ବଳାତ୍କାର, ହତ୍ୟା ଭଳି ଘଟଣା ପ୍ରତିଦିନ ଶୁଣିବାକୁ ମିଳୁଛି। ଆଇନ ଶୃଙ୍ଖଳାର ରକ୍ଷାକାରୀ ପୋଲିସ ପ୍ରଶାସନ ମଧ୍ୟ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ବାରମ୍ବାର ପ୍ରମାଣିତ ହେଲାଣି। ଓଡ଼ିଶାର କୋରାପୁଟ ଜିଲା କୁନ୍ଦୁଲିରେ ଜଣେ ଆଦିବାସୀ ଛାତ୍ରୀଙ୍କୁ ଯବାନ ବର୍ଦ୍ଦିପିନ୍ଧା ୪ଜଣ ବ୍ୟକ୍ତି ବଳାତ୍କାର କରିଥିବାର ଅଭିଯୋଗ ଉଠିଥିଲା। ତଦନ୍ତକାରୀ ଅଧିକାରୀମାନେ ଏହି ଘଟଣାକୁ ଏଭଳି ମୋଡ଼ ଦେଲେ ଯେ, ଶେଷରେ ଲୋକଲଜ୍ଜାରେ ପୀଡ଼ିତା ଆତ୍ମହତ୍ୟାର ପଥ ବାଛିନେଲେ। ...

ଶୌଚାଳୟ ପାଇଁ ତାଗିଦ

ଶୌଚାଳୟ ପାଇଁ ତାଗିଦ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ସମ୍ବଲପୁରରେ ମହାନଦୀ କୂଳେ କୂଳେ ଗଡ଼ିଯାଇଛି ପ୍ରାୟ ଚାରି କିଲୋମିଟର ରିଙ୍ଗରୋଡ୍‌। ରାସ୍ତାର କଡେ କଡେ ସହରର ଘନ ଜନବସତି। ସେଦିନ ବଡ଼ି ସକାଳୁ ଜିଲାପାଳ ସାଥିରେ ଅଫିସର ତଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ବନ୍ଧୁକ ତଥା ହ୍ବିସିଲଧାରୀ ସିପାହିମାନଙ୍କୁ ଧରି ପହଞ୍ଚିଗଲେ ସେଠି, ଆଉ ପାଦରେ ଚାଲିଲେ ସେହି ନଦୀକୂଳ ରାସ୍ତାରେ। ସୁନ୍ଦରିଆ ରିଙ୍ଗରୋଡ୍‌ରେ ଗଲାବେଳେ ନାକ ଖୋଲା ରଖିଲେ ଅବସ୍ଥା ବେହାଲ ହୋଇଯାଏ। ନାକ ଫାଟିଯାଏ ଆଉ ଚିତ୍ର ଦେଖି ଆଖି ବନ୍ଦ ହୋଇଯାଏ। ଏହି ରିଙ୍ଗରୋଡ୍‌ ଓ ନଦୀପଠା ଅନେକ ଲୋକଙ୍କର ମଳତ୍ୟାଗର ସ୍ଥାନ। ସେଠାରେ ମଳତ୍ୟାଗ କରୁଥିବା ପ୍ରାୟ ଅଧିକାଂଶ ଲୋକଙ୍କର ମୋଟର ଗାଡ଼ି ଓ ବାଇକ ଅଛି, ଅନେକେ ଦାମୀ ଫୋନ୍‌ ଧରି ବୁଲନ୍ତି। ...

 ପୂର୍ବଭାରତର ପ୍ରଥମ ଗଦ୍ୟସ୍ରଷ୍ଟା

ପୂର୍ବଭାରତର ପ୍ରଥମ ଗଦ୍ୟସ୍ରଷ୍ଟା

ଡ. ଉଦ୍ଧବ ଚରଣ ନାୟକ କବି ବ୍ରଜନାଥ ବଡ଼ଜେନା ହେଉଛନ୍ତି ୧୮ଶ ଶତାବ୍ଦୀର ଅନ୍ୟତମ ମହାନ୍‌ ପ୍ରତିଭାବାନ୍‌ ତଥା ଶକ୍ତିଧର କବି। ପୂର୍ବ ଭାରତୀୟ ସାହିତ୍ୟ ଜଗତର ପ୍ରଥମ ଗଦ୍ୟ ରଚନାକାରୀ। ତାଙ୍କ ରଚିତ ଗଳ୍ପ ଗ୍ରନ୍ଥ ‘ଚତୁର ବିନୋଦ’ ଏହାର ଜ୍ୱଳନ୍ତ ପ୍ରମାଣ। ସେହିପରି ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସମର କବି। ୧୭୮୧ ମସିହାରେ ଢେଙ୍କାନାଳ-ମରହଟ୍ଟା ଯୁଦ୍ଧର ବାସ୍ତବଧର୍ମୀ ଐତିହାସିକ ଘଟଣାବଳୀକୁ ନେଇ ସେ ରଚନା କରିଯାଇଛନ୍ତି ‘ସମର ତରଙ୍ଗ’ ମହାକାବ୍ୟ। ବ୍ରଜନାଥ ବଡ଼ଜେନା ହେଉଛନ୍ତି ପ୍ରଥମ ଓଡ଼ିଆ ହିନ୍ଦୀ କବି ତଥା ବହୁ ଭାଷାର କବି। କବି ହିନ୍ଦୀ ଭାଷାରେ ଜଗନ୍ନାଥ ସଂସ୍କୃତି ଉପରେ ରଚନା କରିଯାଇଛନ୍ତି ହିନ୍ଦୀ କାବ୍ୟଗ୍ରନ୍ଥ ‘ଗୁଣ୍ଡିଚା ବିଜେ’। ଏହି କାବ୍ୟଟି ହିନ୍ଦୀ, ମାଗଧି, ଅର୍ଦ୍ଧମାଗଧି ଓ ବ୍ରଜଭାଷାରେ ରଚନା ହୋଇଥିବା ପରି ମନେହୁଏ। ସେ ସଂସ୍କୃତ ଭାଷାରେ ରଚନା କରିଯାଇଛନ୍ତି କାଳିଦାସଙ୍କ ‘ମେଘଦୂତମ୍‌’ ପରି ‘ମନୋଦୂତମ୍‌’ ନାମରେ ଏକ କାବ୍ୟଗ୍ରନ୍ଥ। ମାତୃଭାଷା ଓଡ଼ିଆ ସହ ସଂସ୍କୃତ-ପ୍ରାକୃତ, ଖୋରଠା-ମରଠା, ହିନ୍ଦୀ-ବଙ୍ଗଳା ଓ ତେଲୁଗୁ ଭାଷାରେ କବିଙ୍କର ଗଭୀର ବ୍ୟୁତ୍ପତ୍ତି ଥିବାର ଜଣାଯାଏ। କବି ବ୍ରଜନାଥ ଏ ସମ୍ପର୍କରେ ସ୍ବରଚନାରେ ଉଲ୍ଲେଖ କରିଯାଇଛନ୍ତି- ବର୍ତ୍ତମାନ ଯେତେ ଗୁଣ କରିଛି ଗୋସାଇଁ ଶୁଣ। ସଂସ୍କୃତ, ପ୍ରାକୃତ, ହିନ୍ଦୁସ୍ତାନୀ, ବଙ୍ଗଳା ତେଲେଙ୍ଗୀ ଭାଷାରୁ କିଛି ଏ ରୂପେ ଗୀତ କରିଛି ଚଉତିଶା, ଚଉପଦୀ ବିବିଧ ଲୀଳା।ା (ରାଜସଭା) ସଂସ୍କୃତ, ପରାକୃତ ଖୋରଠା ବୋଲି। ନାନା ଭାଷାରେ ଗୀତ କବିତ୍ୱ କଲି।ା ବିବିଧ, ଚଉପଦୀ, ଚଉତିଶା ହିଁ। ବୋଲି, ଛନ୍ଦ, ପ୍ରବନ୍ଧ ଲେଖିଛି ମୁହିଁ।ା (ସମର ତରଙ୍ଗ) ‘ଅ’ ଅକ୍ଷର ନିୟମରେ କବି ଶିବ-ଉମାଙ୍କ ବିବାହ ଉପାଖ୍ୟାନକୁ ନେଇ ରଚନା କରିଯାଇଛନ୍ତି ମହାନ୍‌ ‘ଅମ୍ବିକାବିଳାସ’ କାବ୍ୟଗ୍ରନ୍ଥ। ତାଙ୍କର ଅନ୍ୟାନ୍ୟ ରଚନାଗୁଡିକ ମଧ୍ୟରେ କେଳିକଳାନିଧି, ବିଚକ୍ଷଣା, ଗୋପୀବିଳାପ, ଦଶପୋଈ, ରାଜସଭା, ଚଣ୍ଡୀମାଳଶ୍ରୀ ଓ ରାଜନଙ୍କୁ ଛଳୋକ୍ତି ଆଦି ଅନ୍ୟତମ। କବି ବ୍ରଜନାଥ ଥିଲେ ଜଣେ ନିପୁଣ ଚିତ୍ରଶିଳ୍ପୀ। ସେ କାଗଜ, ତାଳପତ୍ର, ବଉଳ ମଞ୍ଜି, ବାଉଁଶ, ଅଭ୍ର ଓ କଚକଡା ଆଦିରେ ଚିତ୍ର ଆଙ୍କିବାରେ ଥିଲେ ସିଦ୍ଧହସ୍ତ। ସ୍ବରଚିତ କାବ୍ୟଗୁଡିକରେ କବି ଏହା ଉଲ୍ଲେଖ କରିଯାଇଛନ୍ତି- ଅତି ରମ୍ୟ ରୂପ ଚିତ୍ରପଟ୍ଟ ତାଳପତ୍ର କାଗଜ ଅଙ୍କନେ ସୁଘଟଣ। ଅଭ୍ର ବାଂଶ ବଲ୍ଲଭରେ ବକୁଳ-ବୀଜରେ, ପୁଷ୍ପେ ଅବ୍‌ଜ ନବଦଳପରେ ଅକ୍ଷରସମୂହ ସୂକ୍ଷ୍ମ ଲେଖିଛି ସୁଷମ, ଲୋକେନ ମନୋରଞ୍ଜନ କରେ।ା (ଅମ୍ବିକା ବିଳାସ) ଏହା ବ୍ୟତୀତ କବି ପଥରରେ ଖୋଦେଇ କରି ସୁନ୍ଦର ମୂର୍ତ୍ତି ମଧ୍ୟ ନିର୍ମାଣ କରିପାରୁଥିଲେ। ସେ ଖଣ୍ଡିଏ ପଥରରେ ସୁନ୍ଦର ହନୁମାନ ମୂର୍ତ୍ତିଟିଏ ପ୍ରସ୍ତୁତ କରି କାବେରା ଗ୍ରାମର ନିଜ ବାସଭବନରେ ପ୍ରତ୍ୟହ ପୂଜାର୍ଚ୍ଚନା କରୁଥିଲେ। ଏବେ ସେଠାରେ ତାଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୁଏ। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲା ଭିଲିଙ୍ଗ ଗ୍ରାମର ପର୍ଶୁରାମ ପାତ୍ରଙ୍କ ଘରୁ ଏକ ତାଳପତ୍ର ପୋଥି ମିଳିଛି। ସେଥିରେ ଚିତ୍ର ଅଙ୍କିତ ହୋଇ ରହିଛି। ଏହି ଚିତ୍ରଗୁଡିକର ଶିଳ୍ପୀ ବ୍ରଜନାଥ ବଡ଼ଜେନା ବୋଲି ପୋଥିର ଶେଷଭାଗ ଲେଖାରୁ ଜଣାଯାଏ।...

ଏଇ ଭାରତରେ

ଏଇ ଭାରତରେ

ଭାରତରେ ଏବେ ବି ଅନେକ ଲୋକ ଝିଅକୁ ବୋଝ ଭାବେ ଦେଖୁଛନ୍ତି। ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ପୂର୍ବରୁ ବହୁ ଅଭିଯାନ କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ଦିଆଯାଇଛି। ହେଲେ କେତେକ ବ୍ୟକ୍ତି କନ୍ୟା ସନ୍ତାନଟିଏ ଜନ୍ମ ନେଲେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ନିକଟରେ ଉତ୍ତରପ୍ରଦେଶର ଶାହଜାହାନପୁର ଜିଲା ବାବ୍‌ରା ଗ୍ରାମରେ ଏକ ଅସ୍ବାଭାବିକ ଘଟଣା ଘଟିଥିବା ଖବର ପଦାକୁ ଆସିଛି। ଜଣେ ମହିଳା ୩ଟି କନ୍ୟା ଜନ୍ମ ଦେବାରୁ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ମାଡ଼ ମାରି ତାଙ୍କ ଦୁଇ ହାତ ଭାଙ୍ଗି ଦେଇଛନ୍ତି। ରେଖା ୮ ବର୍ଷ ତଳେ ଶୈଲନ୍ଦ୍ର କୁମାର ନାମକ ଯୁବକଙ୍କୁ ବିବାହ କରିଥିଲେ। କିଛି ମାସ ପୂର୍ବରୁ ରେଖା ତୃତୀୟ ସନ୍ତାନ ଭାବେ ପୁଣି ଝିଅ ଜନ୍ମ ଦେଇଥିଲେ। ବାରମ୍ବାର ଝିଅ ଜନ୍ମ ଦେଉଥିବାରୁ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ମିଶି ତାଙ୍କୁ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ। ...

ସମ୍ପାଦକୀୟ/ ଦେଶ ଖସିଯିବ

ସମ୍ପାଦକୀୟ/ ଦେଶ ଖସିଯିବ

ଏପ୍ରିଲ ୭, ୨୦୧୮ ରାତିରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ସମ୍ବଲପୁର ରେଳମଣ୍ଡଳ ଅଧୀନ ବଲାଙ୍ଗୀର ଜିଲାର ଟିଟିଲାଗଡ଼ ଷ୍ଟେଶନରୁ ବିନା ଇଞ୍ଜିନରେ ପ୍ରାୟ ୧୩ କିଲୋମିଟର ପଛକୁ ଗଡ଼ିଯିବା ଘଟଣା ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ କରିଛି। ଇଞ୍ଜିନ ପରିବର୍ତ୍ତନ ବେଳେ ଟ୍ରେନ୍‌ର ୨୨ଟି ବଗି ମୂଳ ଇଞ୍ଜିନ ଧକ୍କାରେ ଅଲଗା ହେବା ସମ୍ଭବତଃ ଭାରତୀୟ ରେଳପଥର ପ୍ରଥମ ଘଟଣା। ସୌଭାଗ୍ୟବଶତଃ ଏଥିରେ ଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ଦାୟିତ୍ୱରେ ଥିବା କର୍ମଚାରୀମାନେ କେତେ ଖାମଖିଆଲ ଅଛନ୍ତି। ...

ରତ୍ନଭଣ୍ଡାର ରହସ୍ୟ

ରତ୍ନଭଣ୍ଡାର ରହସ୍ୟ

ସହଦେବ ସାହୁ ମୋଗଲ ଶାସନର ଲୁଣ୍ଠନ ଓ ମରହଟ୍ଟା ଶାସନର ଅବହେଳା ଯୋଗୁ ଶ୍ରୀମନ୍ଦିରର ଶ୍ରୀ ମଳିନ ହୋଇଆସିଥିଲା, ଠାକୁରଙ୍କ ପୂଜାବିଧିରେ ବିଶୃଙ୍ଖଳା ଓ ରଥଯାତ୍ରାରେ ଅନିୟମିତତା ପ୍ରତି କାହାରି ନଜର ନ ଥିଲା। ଛ’ ବର୍ଷ ଧରି ପୁରୀକୁ ଅଧିକାର କରିନେଇଥିବା ଇଷ୍ଟଇଣ୍ଡିଆ କମ୍ପାନୀର ସାମରିକ କର୍ତ୍ତା ସ୍ଥାନୀୟ ଲୋକଙ୍କ ଆସ୍ଥା ହାସଲ କରିବା ଲାଗି ମନ୍ଦିରର ପରିଚାଳନାରେ ସଂସ୍କାର ଆଣିବା ଉଚିତ ମନେକଲେ। ପୂର୍ବର ଅଧୋଗତିରୁ ମନ୍ଦିରକୁ ଓ ମନ୍ଦିର ପରମ୍ପରାକୁ ରକ୍ଷା କରିବାକୁ କହି ପ୍ରଣୟନ କରାଗଲା ଗଭର୍ନର ଜେନେରାଲ୍‌ ଇନ୍‌ କାଉନସିଲ୍‌ର ୧୮୦୯ ଏପ୍ରିଲ୨୮ର ରେଗୁଲେଶନ। ଏବେ ସରକାର କିଛି କଲେ ଧର୍ମରେ କାହିଁକି ହାତ ପୂରାଉଛ ବୋଲି କହୁଥିବା ସେବକମାନଙ୍କ ଓ ଶଙ୍କରାଚାର୍ଯ୍ୟଙ୍କ ପୂର୍ବଜମାନେ ବିଦ୍ରୋହ କାହିଁକି, ଆପତ୍ତି ବି କରି ନ ଥିଲେ। ପୂର୍ବକାଳର ଖୋର୍ଦ୍ଧା ରାଜାଙ୍କୁ ପୁରୀ ରାଜା ରୂପେ ସ୍ଥାପିତ କରି ତାଙ୍କୁ ବଂଶାନୁକ୍ରମେ ଠାକୁରଙ୍କ ସମ୍ପତ୍ତି ଓ ପୂଜାପୂଜିର ତତ୍ତ୍ବାବଧାରକ (ମାଲିକ ନୁହେଁ) ପଦରେ ସ୍ବୀକୃତି ଦେଲେ। ...

ନିଃସନ୍ତାନଙ୍କ ଦୁଃଖ

ନିଃସନ୍ତାନଙ୍କ ଦୁଃଖ

ଅଭିମନ୍ୟୁ ଧଳ ନିଃସନ୍ତାନ ଦମ୍ପତିଙ୍କ ଦୁଃଖର ଅନ୍ତ ନାହିଁ। ପତ୍ନୀଙ୍କୁ ବାଞ୍ଝ କୁହାଗଲା ବେଳେ ପତିଙ୍କୁ ଆଣ୍ଠୁକୁଡ଼ା, ଅଣପୁରୁଷା ଆଦି କୁହାଯାଇଥାଏ। ନିଃସନ୍ତାନଙ୍କ ସମ୍ପତ୍ତି ଖାଇଲେ ଭୋଗ ହେବନି ଭଳି ଭର୍ତ୍ସନା ଜିଇ ଥାଉ ଥାଉ ଶୁଣିବାକୁ ମିଳେ। କେତେକ ପୁରାଣରେ ଏହିଭଳି କଥା ଅଛି, ଯଥା ନିଃସନ୍ତାନ ଯେଉଁ ବୃକ୍ଷମୂଳେ ବସନ୍ତି ତାହା ପତ୍ରଝଡ଼ା ଦେଇ ଥୁଣ୍ଟା ହୋଇଯାଏ। ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଆତ୍ମା ଶାନ୍ତି ପାଏନା। ପ୍ରଗତିଶୀଳ ସମାଜରେ ବି ଏଭଳି କୁସଂସ୍କାର କମିନାହିଁ। ତେଣୁ ନିଃସନ୍ତାନମାନେ ଜୀବନ ବିକଳରେ ତାଟିଆ କାମୁଡ଼ିଲା ଭଳି ଚିକିତ୍ସାରୁ ସୁଫଳ ନ ପାଇ ଅଥବା ଆର୍ଥତ୍କ ଦୁରବସ୍ଥା ପାଇଁ ବ୍ୟୟବହୁଳ ଚିକିତ୍ସା କରାଇ ନ ପାରି ଚେରମୂଳି, ଗୁଣୀ, ଜ୍ୟୋତିଷୀ, କ୍ୱାକ୍‌ଙ୍କ ଶିକାର ହୋଇଥାନ୍ତି। ଠାକୁରଙ୍କ ପାଖରେ ଅଧିଆ ପଡ଼ିବା, ଦିନ ଦିନ ଉପାସ ରହି ପୂଜାର୍ଚ୍ଚନା କରିବା ଆଦି ଯନ୍ତ୍ରଣାଦାୟକ କାର୍ଯ୍ୟ କରିବାକୁ ପଛାନ୍ତି ନାହିଁ।...

ଏଇ ଭାରତରେ

ଏଇ ଭାରତରେ

ଯେଉଁମାନେ ଶିକ୍ଷିତ, ସେହିମାନେ ଯେ କେବଳ ଶିକ୍ଷାର ମହତ୍ତ୍ୱ ଜାଣିଛନ୍ତି ଭାବିବା ଭୁଲ୍‌। ସ୍କୁଲ ମାଟି ମାଡି ନ ଥିବା ବ୍ୟକ୍ତି ମଧ୍ୟ ଶିକ୍ଷା ପ୍ରତି ସମର୍ପିତପ୍ରାଣ ହୋଇପାରନ୍ତି। ଏଭଳି ଉଦାହରଣ ଅନେକ ରହିଛି। ମଧ୍ୟପ୍ରଦେଶର ବଡଓ୍ବାନି ଜିଲାରେ ଥିବା ଏକ ଅତ୍ୟନ୍ତ ଅନୁନ୍ନତ ଗ୍ରାମ ଠେଙ୍ଗଚାର ଜଣେ ଅଶିକ୍ଷିତ ବ୍ୟକ୍ତି ଶିକ୍ଷା ପ୍ରତି ଯେଉଁ ନିଦର୍ଶନ ଦେଖାଇଛନ୍ତି ତାହା ଶୁଣିଲେ ଯେ କେହି ଅଶ୍ଚର୍ଯ୍ୟ ହେବ। ଗ୍ରାମର ବୋଟ୍‌ଓ୍ବାଲ ବାବା ତାଙ୍କର ଝୁମ୍ପୁଡି ଘରେ ସ୍କୁଲ ଚଳାଇବା ପାଇଁ ଅନୁମତି ଦେଇଛନ୍ତି। ଘରେ ଦିନବେଳା ସ୍କୁଲ ଚାଲୁଥିବା ସମୟରେ ବାବାଙ୍କ ପରିବାରର ସାତ ସଦସ୍ୟ କ୍ଷେତରେ କାମ କରନ୍ତି। ...

ମୂଲ୍ୟାୟନ ଧମକ

ମୂଲ୍ୟାୟନ ଧମକ

ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା କିଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି, ତାହାର ସଦ୍ୟ ଦୃଷ୍ଟାନ୍ତ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନରୁ ଉପୁଜିଥିବା ବିଭ୍ରାଟରୁ ବୁଝାପଡ଼ିଯାଉଛି। ଠିକ୍‌ ସମୟରେ ପରୀକ୍ଷାଫଳ ବାହାରିଲେ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ପାଇଁ ସର୍ବଭାରତୀୟ ଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖାଇବାର ସୁଯୋଗ ପାଇଥାଆନ୍ତି । ହେଲେ ଖାତା ମୂଲ୍ୟାୟନ ହେବାର ପ୍ରଥମ ୩ ଦିନ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ନିୟୋଜିତ ୫୮୦୦ ଅଧ୍ୟାପିକା ଅଧ୍ୟାପକଙ୍କ ମଧ୍ୟରୁ ୨୯୦୦ ଯୋଗ ଦେଇ ନ ଥିବା ଜଣାପଡ଼ିଛି।

 ଆମ ବଜେଟ ଚେହେରା

ଆମ ବଜେଟ ଚେହେରା

ଡ. ସନ୍ତୋଷ କୁମାର ମହାପାତ୍ର/ସମ୍ପ୍ରତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୮-୧୯ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଉପସ୍ଥାପନ ପରେ ରାଜ୍ୟର ଋଣ ବୃଦ୍ଧି ନେଇ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଏପରି କି ସିଏଜି ତରଫରୁ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି। କିନ୍ତୁ ବିତ୍ତୀୟ ଶୃଙ୍ଖଳା ବଜାୟ ରଖାଯାଇଛି ଏବଂ ବିଭିନ୍ନ ବିତ୍ତୀୟ ସୂଚକାଙ୍କରେ ଓଡିଶାର ସ୍ଥିତି ଭଲ ଅଛି ବୋଲି ବଜେଟ ପୁସ୍ତିକାରେ କୁହାଯାଇଛି।

ଖସିଯିବା ଗୋଡ଼ ତଳକୁ

ଖସିଯିବା ଗୋଡ଼ ତଳକୁ

ରାଧାଶ୍ୟାମ ରାଉଳ/ମଣିଷ ଦିନକୁ ଦିନ ମତ୍‌ଲବୀ, ଅହଙ୍କାରୀ ଏବଂ ହୃଦୟହୀନ ହୋଇପଡ଼ୁଛି। ଯଦିଓ ସେ ଜାଣୁଛି ଯେ ଲୋଭ ତା’ର ପରମ ଶତ୍ରୁ ତଥାପି ସେ ଅଧିକରୁ ଅଧିକ ଧନସମ୍ପତ୍ତି, କ୍ଷମତା, ପ୍ରତିପତ୍ତି ହାସଲ କରିବା ପାଇଁ ବ୍ୟଗ୍ର ହୋଇପଡ଼ୁଛି। ତା’ର ଏ ପ୍ରକାରର ବ୍ୟଗ୍ରତା ଦୁର୍ନୀତିକୁ ଜନ୍ମ ଦେଉଛି।

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନର ଡିଜିଟାଲ ଯୁଗରେ ସବୁ କାର୍ଯ୍ୟ ଅନ୍‌ଲାଇନ କରାଯାଉଛି। ବିବାହ ମଧ୍ୟ ହେଉଛି ଅନ୍‌ଲାଇନ ସମ୍ପର୍କରୁ, ଏଥିପାଇଁ ମ୍ୟାରେଜ ପୋର୍ଟଲ ମାଧ୍ୟମ ସାଜିଛି। ଏହି ପୋର୍ଟଲରେ ଥିବା ଯୁବତୀ ଯୁବକଙ୍କ ପ୍ରୋଫାଇଲ ଦେଖି କନ୍ୟା, ବର ଖୋଜିନିଅ, କିଛି ଝିଞ୍ଜଟ୍‌ ନାହିଁ। କିନ୍ତୁ ଏଭଳି ବିବାହରେ କେତେ ଝିଞ୍ଜଟ ତାହା ଭୋଗିବା ଲୋକେ ହିଁ ଜାଣିଛନ୍ତି। ଦିଲ୍ଲୀ ଲକ୍ଷ୍ମୀନଗର ଇଲାକାର ଇଷ୍ଟଗୁରୁ ଅଙ୍ଗଦନଗରରେ ରହୁଥିବା ଜଣେ ଯୁବତୀ ମ୍ୟାରେଜ ପୋର୍ଟଲରୁ ବର ଖୋଜି ବିବାହ କରି କିପରି ଠକିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେବେ।

ଦଳିତଙ୍କ ଗାଁରେ ଦୁଇ ରାତି

ଦଳିତଙ୍କ ଗାଁରେ ଦୁଇ ରାତି

ଆକାର ପଟେଲ/ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା ଏମ୍‌ପିମାନଙ୍କୁ ଦଳିତମାନଙ୍କ ନିକଟତର ହେବା ପାଇଁ ଉତ୍ସାହିତ କରିଛନ୍ତି। ସେ ଚାହାନ୍ତି ପ୍ରତ୍ୟେକ ଏମ୍‌ପି ଆମ୍ବେଡ଼କରଙ୍କ ଜୟନ୍ତୀ ଏପ୍ରିଲ ୧୪ ପାଖାପାଖି ଦୁଇରାତି ଦଳିତ ଅଧ୍ୟୁଷିତ ଗଁାରେ କଟାନ୍ତୁ। ଭାଜପା ଯେ ଆମ୍ବେଡ଼କରଙ୍କୁ ସମ୍ମାନ ଦେବା ପାଇଁ ପଦକ୍ଷେପ ନେଇଛି, ଏକଥା ଦଳିତମାନଙ୍କୁ ମନେପକାଇଦେବାକୁ ସେ ଏମ୍‌ପିମାନଙ୍କୁ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଘଟଣା ପରିପ୍ରେକ୍ଷୀରେ ଦଳିତମାନେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିବାରୁ ମୋଦି ଏପରି କରିବାକୁ ଏମ୍‌ପିମାନଙ୍କୁ କହିଛନ୍ତି। ଦଳିତମାନେ ଭାବୁଛନ୍ତି, ଗତ ତିନିବର୍ଷ ଧରି ହିନ୍ଦୁତ୍ୱବାଦର ପ୍ରସାର ଯୋଗୁ ସେମାନଙ୍କ ସୁରକ୍ଷା ପାଇଁ ରହିଥିବା ସ୍ବତନ୍ତ୍ର ଆଇନକୁ ସୁପ୍ରିମ୍‌କୋର୍ଟ ହଟାଇବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ଚାହାନ୍ତି ଭାଜପା ଦଳିତବିରୋଧୀ ନୁହେଁ, ବରଂ ସେମାନଙ୍କ ସ୍ବାର୍ଥ ପାଇଁ ଅନ୍ତରର ସହ ଚିନ୍ତାକରେ ବୋଲି ସେମାନେ ବୁଝନ୍ତୁ। ଏଥିପାଇଁ ଏମ୍‌ପିମାନେ ପ୍ରତୀକାତ୍ମକ ଭାବେ ଦୁଇ ରାତି ସେମାନଙ୍କ ସହ କଟାନ୍ତୁ। କିନ୍ତୁ ଏତିକି କ’ଣ ଯଥେଷ୍ଟ? ଭାଜପାର ଦୃଷ୍ଟିଭଙ୍ଗୀକୁ ଆମେ ଦେଖିବା ଦରକାର। ଦଳର ଲକ୍ଷ୍ୟ ହେଉଛି ରାଜନୈତିକ ଓ ସାଂସ୍କୃତିକ ଭାବେ ସବୁ ହିନ୍ଦୁଙ୍କୁ ଏକାଠି କରିବା। ହିନ୍ଦୁମାନଙ୍କ ପ୍ରକୃତ ସଂଖ୍ୟା କେତେ କହିବା କଷ୍ଟକର କାରଣ ଶିଖ୍‌ ଓ ଜୈନମାନେ (ଏବଂ ବର୍ତ୍ତମାନ ବୋଧହୁଏ ଲିଙ୍ଗାୟତମାନେ) ନିଜକୁ ହିନ୍ଦୁ ବୋଲି ମାନନ୍ତି ନାହିଁ। ତଥାପି ସେମାନଙ୍କୁ ହିନ୍ଦୁମାନଙ୍କ ଭିତରେ ସାମିଲ କରାଯାଉ ଏବଂ ଧରାଯାଉ ୮୫ ପ୍ରତିଶତ ଲୋକ ହିନ୍ଦୁ ପତାକା ତଳେ ଏକାଠି ହେବାର ଅଛି।...

ଏଭଳି ଗାଁ ଜଗତେ ନାହିଁ

ଏଭଳି ଗାଁ ଜଗତେ ନାହିଁ

ପ୍ରକାଶ ତ୍ରିପାଠୀ/ ଏବେ ଆମ ଆଖପାଖର ଗାଁକୁ ଦେଖିଲେ ମନ ଭାରି କଷ୍ଟ ହୁଏ। ଗାଁ ଆଉ ଗାଁ ଭଳି ଲାଗୁନାହିଁ। ଗାଁରେ ରହୁଥିବା ମଣିଷମାନଙ୍କ ପାଖରେ ପୂର୍ବର ଆଉ ସେ ସରଳତା ନାହିଁ କି ପୂର୍ବର ସେ ଗାଁ ପରିବେଶ ଆଉ ନାହିଁ। ଏହା ସତ ଯେ, ଗାଁ ଗାଁକୁ ଏବେ ପକ୍କା ସଡ଼କ ହେଲାଣି, କଚ୍ଚାଘର ଜାଗାରେ ପକ୍କା ଘର ସଂଖ୍ୟା ବଢିଲାଣି, ଲୋକଙ୍କ ଆର୍ଥତ୍କ ସ୍ଥିତିରେ ସୁଧାର ଆସିଲାଣି। ହେଲେ ଗାଁର ପ୍ରାକୃତିକ ଶୋଭା ଆଜି ବିପର୍ଯ୍ୟସ୍ତ। ସହରୀ ମଣିଷର ଲୋଲୁପ ଦୃଷ୍ଟି ଗାଁ ପ୍ରକୃତିକୁ କରୁଛି ବିକଳାଙ୍ଗ। ଗାଁର ପରିଚୟ ସାଜିଥିବା ତୋଟାମାଳ ଓ ଜଙ୍ଗଲ ଆଜି ଶ୍ରୀହୀନ। ଶସ୍ୟଖେତ ଜମି ଦଲାଲଙ୍କ ଦ୍ୱାରା ଲୁଣ୍ଠିତ। ସର୍ବୋପରି ହୀନ ରାଜନୈତିକ ପଶାପାଲିରେ ଗଁା ଭାଇଚାରା ଆଜି ବିଭାଜିତ। ସହରୀ ସଭ୍ୟତାର କୃତ୍ରିମ ଆଚରଣ ଭିତରେ ଗାଁର ସରଳ ଜୀବନ କ୍ରମଶଃ ନିସ୍ତେଜ ହୋଇଚାଲିଛି। ଦେଶର ଭବିଷ୍ୟତ କୁହାଯାଉଥିବା ଗ୍ରାମ୍ୟ ଯୁବଗୋଷ୍ଠୀ ଆଜି କର୍ମବିମୁଖ ଓ ନିଶା କବଳିତ। କେବଳ ଆମ ରାଜ୍ୟ ନୁହେଁ, ସମଗ୍ର ଭାରତବର୍ଷର କୋଣ ଅନୁକୋଣରେ ଗାଁର ଚରିତ୍ର ଆଜି ପରିବର୍ତ୍ତିତ। ତଥାପି ଏପରି କିଛି ଗାଁ ଏବେ ବି ରହିଛି, ଯାହାକୁ ନେଇ ଆମେ ଗର୍ବ କରିପାରୁଛେ। ମୁଣ୍ଡ ଟେକି କହିପାରୁଛେ ଯେ, ଏଭଳି ଗାଁ ଜଗତେ ନାହିଁ। ...

 ଶିକ୍ଷା ସଂସ୍କାରକ

ଶିକ୍ଷା ସଂସ୍କାରକ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ) ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ପ୍ରତିଷ୍ଠା, ଦାରିଦ୍ର୍ୟ ଦୂରୀକରଣ, ନିରନ୍ତର ବିକାଶ ଏବଂ ଶିକ୍ଷା, ବିଜ୍ଞାନ, ସଂସ୍କୃତି, ଯୋଗାଯୋଗ ଓ ସୂଚନା ଜରିଆରେ ସମନ୍ବୟ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିିଛି। ୟୁନେସ୍କୋର ସାମ୍ବିଧାନିକ ଅଙ୍ଗ ହେଉଛି ୟୁନେସ୍କୋ କାର୍ଯ୍ୟକାରୀ ବୋର୍ଡ। ଜେନେରାଲ କନ୍‌ଫରେନ୍ସରେ ଏହାର ସଦସ୍ୟମାନଙ୍କୁ ନିର୍ବାଚିତ କରାଯାଇଥାଏ। ୫୮ ସଦସ୍ୟ ବିଶିଷ୍ଟ ଏହି ବୋର୍ଡର ଅବଧି ୪ ବର୍ଷ। ୟୁନେସ୍କୋ କାର୍ଯ୍ୟଧାରା ଓ ଏଥିଲାଗି ଆବଶ୍ୟକ ହେଉଥିବା ବଜେଟର ସମୀକ୍ଷା ବୋର୍ଡ କରିଥାଏ। ସଙ୍ଗଠନର ପ୍ରମୁଖ ଅଙ୍ଗ ହୋଇଥିବାରୁ ନୀତି ଓ ଯୋଜନା ପ୍ରଣୟନ ଦାୟିତ୍ୱ ଏହା ଉପରେ ନ୍ୟସ୍ତ ରହିଛି। ୨୦୧୮ ମାର୍ଚ୍ଚ ୨୫ରେ ଜାତୀୟ ଶିକ୍ଷା ସମ୍ବନ୍ଧୀୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି)ର ପୂର୍ବତନ ନିର୍ଦ୍ଦେଶକ ଜେ ଏସ୍‌ ରାଜପୁତ ଏହି ମର୍ଯ୍ୟାଦାଜନକ ବୋର୍ଡକୁ ମନୋନୀତ ହୋଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ...

ଏଇ ଭାରତରେ

ଏଇ ଭାରତରେ

ଅନେକ ସମୟରେ ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ର ଦୁରୁପଯୋଗ କରାଯାଉଛି। ଅଶ୍ଳୀଳ ଭିଡିଓ ଭାଇରାଲ କରି କାହାକୁ ବ୍ଲାକମେଲ୍‌ କରିବା, ବ୍ୟକ୍ତିଗତ ତଥ୍ୟ ପ୍ରଘଟ, ଅବାଞ୍ଛିତ ବାର୍ତ୍ତାପ୍ରେରଣ ଆଦି ସମାଜର କ୍ଷତି ପହଞ୍ଚାଉଛି। କିନ୍ତୁ ସେହି ସୋସିଆଲ ମିଡିଆ କାହା ପାଇଁ ସାହାଯ୍ୟର ମାଧ୍ୟମ ହୋଇଯାଉଛି। ମଥୁରାର ଜଣେ ଦିବ୍ୟାଙ୍ଗଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯିବା ପରେ ତାଙ୍କ ଉପରେ ପ୍ରଶାସନର ଶୁଭଦୃଷ୍ଟି ପଡିଛି। ଅନେକଙ୍କଠାରୁ ସାହାଯ୍ୟର ହାତ ମଧ୍ୟ ଲମ୍ବି ଆସିଲାଣି। ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଲେ ବଦନ ସିଂ। ...

ଆସ୍ଥା ହରାଉଛି ସିଆଇସି

ଆସ୍ଥା ହରାଉଛି ସିଆଇସି

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ବାରବର୍ଷ ଧରି ବିଭିନ୍ନ ସ୍ଥାନରୁ କାର୍ଯ୍ୟ କଲା ପରେ ଶେଷରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)କୁ ନିଜସ୍ବ ଗୃହ ପ୍ରାପ୍ତ ହୋଇଛି, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ମାତ୍ର ଯଥେଷ୍ଟ ସ୍ଥାନାଭାବ ଛଡ଼ା ସିଆଇସିର ଅନ୍ୟ ଗୁରୁତର ସମସ୍ୟା ରହିଛି। ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଲାଗି କାମ କରୁଥିବା ଏହି ସଂସ୍ଥା ୨୦୧୬ରୁ ଆୟୁକ୍ତ ସ୍ତର ପର୍ଯ୍ୟନ୍ତ କର୍ମକର୍ତ୍ତାଙ୍କ ଅଭାବ ଭିତରଦେଇ ଗତିକରି ଆସୁଛି। ୧୧ ଜଣ କମିଶନର ରହିବାର ନିୟମ ଥିବାବେଳେ ବର୍ତ୍ତମାନ ମୁଖ୍ୟ ସୂଚନା ଆୟୁକ୍ତଙ୍କ ସମେତ ମାତ୍ର ୭ ଜଣ ସୂଚନା କମିଶନର କାର୍ଯ୍ୟରତ ଅଛନ୍ତି। ଉକ୍ତ ୭ ଜଣଙ୍କ ମଧ୍ୟରୁ ତିନିଜଣ ଚଳିତବର୍ଷ ଅବସର ନେବାକୁ ଯାଉଛନ୍ତି। ନୂତନ ନିଯୁକ୍ତି ଲାଗି ୨୦୧୬ରୁ ବିଜ୍ଞାପନ ଦିଆଯାଇଥିଲେ ମଧ୍ୟ ସରକାର ୧୮ ମାସ ହେଲା ଉକ୍ତ ଚାରୋଟି ପଦବୀ ପୂରଣ କରିବାରେ ବ୍ୟର୍ଥ ହୋଇଛନ୍ତି। ...

ଦଳିତଙ୍କ ପୂଜାପାଠ

ଦଳିତଙ୍କ ପୂଜାପାଠ

ନାରାୟଣ ପଣ୍ଡା/ ଅତୀତରେ ବିଦେଶୀମାନେ ନିଜ ଶାସନକୁ ସୁଦୃଢ କରିବା ପାଇଁ ଭାରତୀୟମାନଙ୍କୁ ବହୁଧା ବିଭକ୍ତ କରି ସେମାନଙ୍କ ଏକତା ଓ ଅଖଣ୍ଡତାକୁ ନଷ୍ଟ କରିବା ସକାଶେ ଭରପୂର ଉଦ୍ୟମ କରିଥିଲେ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ଦୂରତା ଯୋଗୁ ପ୍ରାକ୍‌ସ୍ବାଧୀନତା କାଳରୁ ଦେଶର ରାଜନୈତିକ, ଆର୍ଥିକ ଓ ଶିକ୍ଷାଗତ କ୍ଷେତ୍ରରେ ଅଶାନ୍ତି ଓ ଅସନ୍ତୁଳନ ସୃଷ୍ଟି ହେଲା। ପ୍ରାଚୀର ସୃଷ୍ଟି ହେଲା ଜାତି ଜାତି ମଧ୍ୟରେ। ଦଳିତମାନଙ୍କୁ ସମାଜରେ ପ୍ରଚଳିତ ୪ ବର୍ଣ୍ଣ ବାହାରେ ପଞ୍ଚମ ବର୍ଣ୍ଣ ଭାବରେ ବିବେଚନା କରାଗଲା। ତେଣୁ ସେମାନେ ହିନ୍ଦୁ ଧର୍ମର ଅବହେଳିତ ଅଙ୍ଗ ରୂପେ କ୍ରମାଗତ ହୀନମନ୍ୟତାର ଶିକାର ହେବା ଅପେକ୍ଷା ବୌଦ୍ଧ, ଖ୍ରୀଷ୍ଟ ଓ ଶିଖ୍‌ ଧର୍ମ ଆଦିକୁ ଆଦରି ନେଲେ। ଆଜି ମଧ୍ୟ ସେମାନେ ଆଦିଦ୍ରାବିଡ଼ ତାମିଲନାଡ଼ୁରେ, ଆଦିକର୍ନାଟକୀ କର୍ନାଟକରେ, ଆଦିଆନ୍ଧ୍ର ଆନ୍ଧ୍ରରେ, ଆଦିମାହାର ମହାରାଷ୍ଟ୍ରରେ ଓ ଡମ୍ବ ନାମରେ ଓଡ଼ିଶାରେ ଅସ୍ପୃଶ୍ୟ ବିବେଚିତ ହୋଇ ସାମାଜିକ କଳଙ୍କର ଭାର ମୁଣ୍ଡେଇ ଚାଲିଛନ୍ତି। ଜାତିଭିତ୍ତିକ ବାଛବିଚାର ଓ ଅସ୍ପୃଶ୍ୟତାକୁ ଭାରତୀୟ ସମ୍ବିଧାନରେ ଉଚ୍ଛେଦ କରାଯାଇଛି। ତେବେ ବି ସେମାନଙ୍କ ଉପରେ ଅସ୍ପୃଶ୍ୟତାର କଳଙ୍କ ଲଦି ଯୁଗ ଯୁଗ ଧରି ମୁଖ୍ୟସ୍ରୋତରୁ ଦୂରରେ ରଖାଯାଇଛି। ...

ସମସ୍ତଙ୍କୁ ସ୍ବାସ୍ଥ୍ୟସେବା

ସମସ୍ତଙ୍କୁ ସ୍ବାସ୍ଥ୍ୟସେବା

ଡା. ସୁରେନ୍ଦ୍ରନାଥ ପତି/ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ୧୯୪୮ ମସିହାରେ ଗଠିତ ହୋଇଥିଲା। ଏହା ଜାତିସଂଘର ଅନ୍ତର୍ଭୁକ୍ତ। ବିଶ୍ୱରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏହା କାର୍ଯ୍ୟ କରେ। ମୁଖ୍ୟ କାର୍ଯ୍ୟାଳୟ ଜେନେଭାରେ ଅବସ୍ଥିତ। ଏହି ବିଶ୍ୱସଂସ୍ଥା ଏପ୍ରିଲ ୭କୁ ଏହାର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିଆସୁଛି। ୧୯୫୦ ମସିହାଠାରୁ ଏହି ଦିନକୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ ଭାବରେ ବିଶ୍ୱସାରା ପାଳନ କରାଯାଉଛି। ୧୯୩ଟି ଦେଶ ଏହାର ସଭ୍ୟ ଅଟନ୍ତି। ଉଦ୍ଦେଶ୍ୟ ହେଲା ଜଗତର ଜନସାଧାରଣ ଦୃଷ୍ଟିକୁ ସେମାନଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ଉପରେ କେନ୍ଦ୍ରୀଭୂତ କରିବା, ସଚେତନତା ସୃଷ୍ଟି କରିବା ଏବଂ ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା। ଏଠାରେ ଉଲ୍ଲେଖନୀୟ ଯେ, ଡବ୍ଲ୍ୟୁଏଚ୍‌ଓ ସ୍ବାସ୍ଥ୍ୟ ସମ୍ପର୍କିତ ଅନ୍ୟ ସାତୋଟି ଦିବସ ପାଳନ କରିଥାଏ। ସେଗୁଡ଼ିକ ହେଲା- ବିଶ୍ୱ ଯକ୍ଷ୍ମା ଦିବସ, ବିଶ୍ୱ ମ୍ୟାଲେରିଆ ଦିବସ, ବିଶ୍ୱ ଏଡ୍‌ସ ଦିବସ, ବିଶ୍ୱ ଯକୃତ ଦିବସ, ବିଶ୍ୱ ରକ୍ତଦାନ ଦିବସ, ବିଶ୍ୱ ଧୂମପାନ ନିଷେଧ ଦିବସ ଏବଂ ବିଶ୍ୱ ଟିକାକରଣ ସପ୍ତାହ। ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ଏହି ବର୍ଷ (୨୦୧୮) ପାଇଁ ଥିମ୍‌ ହେଉଛି, ‘ସାର୍ବଜନୀନ ସ୍ବାସ୍ଥ୍ୟସେବା ସମସ୍ତଙ୍କୁ, ସବୁଠାରେ।’...

ଏଇ ଭାରତରେ

ଏଇ ଭାରତରେ

ଜମ୍ମୁ ଜିଲାର ୫୨ବର୍ଷର ଜଣେ ବ୍ୟକ୍ତି ଭାରତ-ପାକ୍‌ ସୀମା ନିକଟରେ ବୁଲୁଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବାହିନୀ ସୁରକ୍ଷା ଦେଇ ନିଜ ପରିବାରକୁ ହସ୍ତାନ୍ତର କରିଛି। ନ ହେଲେ ପାକିସ୍ତାନୀଙ୍କ ହାତରେ ଧରା ପଡ଼ିଥିଲେ ତାଙ୍କୁ ଆଉ ଜଣେ କୁଳଭୂଷଣ ସଜେଇବାକୁ ପାକିସ୍ତାନ ସରକାରଙ୍କୁ ବେଶି ସମୟ ଲାଗି ନ ଥାନ୍ତା। ଏଥିସହିତ ଭାରତକୁ ବଦ୍‌ନାମ କରିବା ପାଇଁ ସବୁବେଳେ ସୁଯୋଗ ଅପେକ୍ଷାରେ ଥିବା ପାକିସ୍ତାନ ପାଇଁ ଏହା ଆଉ ଏକ ଭାରତ-ବିରୋଧୀ ପ୍ରସଙ୍ଗ ହୋଇଥାଆନ୍ତା। ସୂଚନାଯୋଗ୍ୟ ଯେ, କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଦ୍ୱାରା ଇରାନ୍‌ରୁ ଅପହରଣ କରି ନିଆଯାଇ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଅଭିଯୋଗ କରାଯାଇଥିଲା।...

ଆଜିର ଅର୍ଥନୀତି/ଉତ୍ପାଦ ଶୁଳ୍କ କମାଅ

ଆଜିର ଅର୍ଥନୀତି/ଉତ୍ପାଦ ଶୁଳ୍କ କମାଅ

ପେଟ୍ରୋଲିୟମ୍‌ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଓଡ଼ିଶାରେ ପେଟ୍ରୋଲ ଦର ଲିଟର ପିଛା ଟ୭୨.୮୫ ରହିଛି, ଯାହା ୨୦୧୪ ସେପ୍ଟେମ୍ବର ପରଠାରୁ ସବୁଠାରୁ ଅଧିକ ଏବଂ ଡିଜେଲ ଦର ମଧ୍ୟ ଲିଟର ପିଛା ଟ୬୯.୫୪ ରହିଛି, ଯାହା ପୂର୍ବାପେକ୍ଷା ସବୁଠୁ ଅଧିକ। ଏହି ପେଟ୍ରୋଲିୟମ୍‌ ଦର ବୃଦ୍ଧିକୁ କମାଇବା ଲାଗି ସରକାର କିଛି ପଦକ୍ଷେପ ନେବେ ବୋଲି ଲୋକେ ଆଶା କରୁଛନ୍ତି। ଦର ହ୍ରାସ ପାଇଁ ସରକାର ପେଟ୍ରୋଲିମ୍‌ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ଅନ୍ୟତମ ବିକଳ୍ପ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। ଖୁଚୁରା ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଦକ୍ଷିଣ ଏସିଆରେ ଭାରତରେ ସବୁଠାରୁ ଅଧିକ କାରଣ ଏଠାରେ ତୈଳ ଦରର ଅଧା ହେଉଛି ବିଭିନ୍ନ ପ୍ରକାର ଟିକସ। ନଭେମ୍ବର ୨୦୧୪ରୁ ଜାନୁୟାରୀ ୨୦୧୬ ମଧ୍ୟରେ ଭାଜପା-ନେତୃତ୍ୱାଧୀନ କେନ୍ଦ୍ର ସରକାର ୯ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିସାରିଲେଣି। ...

ମାଛ ନ ଦେଇ ଜାଲ ଦିଅ

ମାଛ ନ ଦେଇ ଜାଲ ଦିଅ

ଉପେନ୍ଦ୍ର ବିଶ୍ୱାଳ/ ୨୦୧୭ର ଶେଷାର୍ଦ୍ଧ। ସାମ୍ନାରେ ଥାଏ ରାଜ୍ୟର ଏକ ବିଧାନସଭା ନିର୍ବାଚନ। ତା’ର ଠିକ୍‌ ବର୍ଷକ ପରେ ଆସିବାକୁ ଥାଏ ସାଧାରଣ ନିର୍ବାଚନ। ତିନି ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଥାଏ ପ୍ରସ୍ତୁତିପର୍ବ। ଚାଲିଥାଏ ବାଗ୍‌ଯୁଦ୍ଧ ବାହୁସ୍ଫୋଟ। ବିଶେଷ କରି ତାହା ଥିଲା ଟଙ୍କିକିଆ ଚାଉଳ ବ୍ୟବସ୍ଥାର ଶ୍ରେୟ ପାଇଁ ସଂଘର୍ଷ। ସତେ ଯେମିତି ତାହା ହିଁ ତାଙ୍କ ପାରଦର୍ଶିତାର ପରିଚୟ। ବିଜେଡ଼ି କୁହେ- ଆମେ ଗରିବର ବନ୍ଧୁ। ଟଙ୍କିକିଆ ଚାଉଳର ଆମେ ହିଁ ଅସଲ ବିନ୍ଧାଣୀ। ଭାଜପା କୁହେ କେନ୍ଦ୍ର ସରକାରଙ୍କ ଯୋଜନାର ଏହା ଏକ ଅଂଶ। କଂଗ୍ରେସ କୁହେ ଦେଶରେ ଯେତେ ସବୁ ମାଗଣା, ରିହାତି, ଛାଡ଼ ଆଦିର ବ୍ୟବସ୍ଥା ହୋଇଛି, ସେ ସବୁଥିରେ ଆମର ହାତ ଅଛି। ଏହା ମଧ୍ୟ ଆମ ଉର୍ବର ମସ୍ତିଷ୍କରୁ ଉଦ୍ଭବ। ସେ ଯାହା ବି ହେଉ, ନିଜ ନିଜର ତାତ୍କାଳିକ ରାଜନୈତିକ ସ୍ବାର୍ଥ ପାଇଁ ଗୋଟିଏ ଜାତିର ପତନର ପଥ ପ୍ରଶସ୍ତ କରିବାରେ ଏହା ଯେ ଏକ ଏକ ପ୍ରୟାସ, ଏହା ନିଃସନ୍ଦେହ। ...

ଶାନ୍ତି ଅଶାନ୍ତି

ଶାନ୍ତି ଅଶାନ୍ତି

ରମେଶ ଚନ୍ଦ୍ର ସାମଲ/ ସମସ୍ତେ ସୁଖ ଶାନ୍ତି ଚାହାନ୍ତି। ସାଧାରଣ ଭାବେ ନିଜେ ଭଲରେ ରହି, ପରିବାର ଭଲରେ ଚଳାଇ, ପିଲାମାନଙ୍କୁ ଉତ୍ତମ ସଂସ୍କାରରେ ପାଠ ପଢାଇ ସମାଜରେ ପ୍ରତିଷ୍ଠିତ କରିପାରିଲେ ଆତ୍ମସନ୍ତୋଷ ଲାଭକରନ୍ତି। ଚାଷୀଟି ଭଲ ଚାଷ, ବ୍ୟବସାୟୀଟି ଭଲ ବ୍ୟବସାୟ କରିପାରିଲେ, ଚାକିରିଆ ପଦୋନ୍ନତି ସହ ଉଚ୍ଚ ଦରମା ପାଇପାରିଲେ ଆନନ୍ଦିତ ହୁଅନ୍ତି। ବୈଜ୍ଞାନିକଟି କିଛି ନୂତନ ଉଦ୍ଭାବନ କରି, କବିଲେଖକ କିଛି ବହୁଜନାଦୃତ ଲେଖା ଲେଖି ଆନନ୍ଦରେ ଆତ୍ମହରା ହୋଇଉଠନ୍ତି। ରାଜନୀତିଜ୍ଞମାନେ ସେହିଭଳି ନିର୍ବାଚିତ ହୋଇ ମନ୍ତ୍ରୀ ପଦ ଆଦି ପାଇପାରିଲେ ସୁଖଶାନ୍ତି ଅନୁଭବ କରନ୍ତି। ଚୋରତସ୍କରମାନେ ‘ନେଇଆଣି ଥୋଇପାରିଲେ ଚୋରିବିଦ୍ୟା ଭଲ’ ବିବେଚନା କରନ୍ତି। ମୋଟ ଉପରେ କହିବାକୁ ଗଲେ ଇଚ୍ଛା ଅନୁଯାୟୀ କାମ କରି ସଫଳ ହୋଇପାରିଲେ ସମସ୍ତେ ସୁଖଶାନ୍ତି ଅନୁଭବ କରନ୍ତି। କିଛି କରି ନ ପାରିଲେ ଭାଗ୍ୟକୁ ଆଦରି ଭଗବାନଙ୍କ ଉପରେ ସବୁ ଛାଡ଼ି ଦିଅନ୍ତି। କିଛି ଲୋକ ନିଜ କାମ ପାଇଁ ଏପରି ନଛୋଡ଼ବନ୍ଧା ଯେ ସେମାନେ ଯେନତେନ ଉପାୟରେ ଏହା ନ କରିବା ପର୍ଯ୍ୟନ୍ତ ଶାନ୍ତିରେ ନିଃଶ୍ୱାସ ନେଇପାରନ୍ତିନି। ଜଣେ ଯେଉଁ କାମରେ ସୁଖୀ ହୁଏ ଅନ୍ୟ ଜଣଙ୍କ ପାଇଁ ଏହା ନିରାନନ୍ଦର କାରଣ ହୋଇପାରେ।...

ଏଇ ଭାରତରେ

ଏଇ ଭାରତରେ

ବିଦେଶରେ ଚାକିରି କରିଥିବା ଯୁବକ ସହ ଝିଅକୁ ବାହାଦେବେ, ଝିଅ ବିଦେଶ ଯାଇ ଅୟସ କରିବ। ସୁବିଧା ମିଳିଲେ ଜ୍ୱାଇଁ ଡାକରା ପାଇ ବିଦେଶ ବୁଲିଯିବାର ସୁଯୋଗ ମିଳିବ- ଏମିତି ଅନେକ ଚିନ୍ତା କରୁଥିବା ମାତାପିତା ଅଧିକାଂଶ ସମୟରେ ଧୋକା ଖାଇଥାଆନ୍ତି। ଝିଅ ଜୀବନ ତ ବରବାଦ୍‌ ହୁଏ, ସାରାଜୀବନ ସେମାନଙ୍କର ଅଶାନ୍ତିରେ ଭରିଯାଏ। ପ୍ରବାସୀ ଯୁବକଙ୍କୁ ବାହା ହୋଇଥିବା ଯୁବତୀ ନିଜ ଭାଗ୍ୟକୁ ନିନ୍ଦି ମନମାରି ରହିବା ସାର ହୁଏ। ସମାଜରେ ଏଭଳି ଘଟଣା ଅନେକ କ୍ଷେତ୍ରରେ ଘଟୁଥିଲେ ମଧ୍ୟ ବିହାରର ଝିଅ ସୁଜାତା ହାର ମାନିନାହାନ୍ତି। ସମସ୍ତିପୁର ଜିଲାର ଏହି ପୋଷ୍ଟ ଗ୍ରାଜୁଏଟ୍‌ ଯୁବତୀ ୨୦୧୫ରେ ବିବାହ କରିଥିଲେ ପାଟନାର ରାଜେନ୍ଦ୍ରନଗର ନିବାସୀ ଅନିତାଭ କମଲଙ୍କୁ। ବିବାହର ଦୁଇଦିନ ପରେ ଅନିତାଭ ଘରେ ସ୍ତ୍ରୀକୁ ଛାଡି ଚାଲିଯାଇଥିଲେ ତାଙ୍କର ଚାକିରି ସ୍ଥଳ ମସ୍କୋ। ଏହାପରଠାରୁ ସୁଜାତାଙ୍କ ଉପରେ ଶ୍ୱଶୁରଘରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ବିଚାରୀ ସୁଜାତା ଅତ୍ୟାଚାର ସହି ନ ପାରି ଚାଲିଆସିଲେ ବାପଘରକୁ। ପ୍ରବାସୀ ସ୍ବାମୀଙ୍କ ଧୋକାବାଜିକୁ ପଦାରେ ପକାଇବା ପାଇଁ ସେ ସୋସିଆଲ ମିଡିଆକୁ ବାଛିନେଲେ। ...