ସମ୍ପାଦକୀୟ

ପ୍ରଶ୍ନବାଚୀରେ ପର୍ବତ ସୁରକ୍ଷା

ପ୍ରଶ୍ନବାଚୀରେ ପର୍ବତ ସୁରକ୍ଷା

ପ୍ରାୟ ତିରିଶ ବର୍ଷ ତଳେ ରାଜଧାନୀ ଭୁବନେଶ୍ୱରର ଜଳବାୟୁ ବେଶ୍‌ ଉପଭୋଗ୍ୟ ଥିଲା। ବର୍ଷସାରା ଦକ୍ଷିଣା ପବନ ବହୁଥିଲା। କଣ୍ଟା ବାଉଁଶବୁଦା, କୋଚିଳା ଗଛ, ପୋକସୁଙ୍ଗା, ବେତ ଆଦି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଭରି ରହିଥିଲା। ନଅ ନମ୍ବର ୟୁନିଟ୍‌, ରାମମନ୍ଦିର ଅଞ୍ଚଳ, ଚନ୍ଦ୍ରଶେଖରପୁର ଆଦି ଭୁବନେଶ୍ୱରର ଗୋଟିଏ ଗୋଟିଏ ଛୋଟ ଛୋଟ ପାହାଡ଼। ସାଇକେଲ୍‌ରେ ଯିବାଆସିବା କରିବାରେ ଖୁବ୍‌ ପରିଶ୍ରମ ହେଉଥିଲା। ଏଇ ତିରିଶ ବର୍ଷ ଭିତରେ ଭୁବନେଶ୍ୱରର ଜଙ୍ଗଲ ଧ୍ୱଂସ ପାଇ କଂକ୍ରିଟ୍‌ ଜଙ୍ଗଲ ହୋଇଯାଇଛି। ଦକ୍ଷିଣା ପବନ ଆଉ ନାହିଁ। ଭୁବନେଶ୍ୱରର ଆଖପାଖ ଧଉଳି, ଖଣ୍ଡଗିରି, ଶିଖରଚଣ୍ଡୀ, ବରୁଣେଇ ଆଦି ପାହାଡ଼ ପ୍ରାୟତଃ ଲଣ୍ଡା ହୋଇଯାଇଛି। ହତଗଣତି କେତୋଟି ବଡ଼ ବଡ଼ ଗଛକୁ ଛାଡିଦେଲେ ବାକି ଗଛଗୁଡିକ ବୃକ୍ଷ କିମ୍ବା ଦ୍ରୁମ ପଦବାଚ୍ୟ ନୁହେଁ। ଏବେ ଭୁବନେଶ୍ୱର ଦେଶର ଅନ୍ୟତମ ଉତ୍ତପ୍ତ ସହର। ଭୁବନେଶ୍ୱର ସହ ତୁଳନା କଲେ ରାଜ୍ୟର ଅନ୍ୟ ସ୍ଥାନର ପାହାଡ଼ଗୁଡିକର ଅବସ୍ଥା ମଧ୍ୟ ସମାନ ଭାବେ ଅବକ୍ଷୟ ଦିଗକୁ ଚାଲିଯାଇଛି। ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଭଳି ଜିଲାଗୁଡିକର କେତେକ ପାହାଡ଼ ପଥର ଖଣି ଲିଜ୍‌କୁ ନେଇ ନିଶ୍ଚିହ୍ନ ହୋଇଗଲାଣି। ତିରିଶ ବର୍ଷ ତଳେ ଯେଉଁଠାରେ ଛୋଟ ପାହାଡ଼ଟିଏ ଥିଲା ଏବେ ସେଠାରେ ପାହାଡ଼ ପରିବର୍ତ୍ତେ ବିରାଟ ଗାତଟିଏ ଦେଖିବାକୁ ମିଳୁଛି। ...

ଆମ ସଂସ୍କୃତି ଓ ପ୍ରଣାମ

ଆମ ସଂସ୍କୃତି ଓ ପ୍ରଣାମ

ଆଗକୁ ଆସୁଛି ଇଂଲିଶ ନୂଆବର୍ଷ। ଉଚ୍ଚାଙ୍ଗ ନୃତ୍ୟ, ସଙ୍ଗୀତ ବା ଉଚ୍ଛୃଙ୍ଖଳ ଢଙ୍ଗରେ ଏ ନୂଆବର୍ଷକୁ ସ୍ବାଗତ କରିବା ଆମ ସଂସ୍କୃତିର ପରିଚାୟକ ନୁହେଁ। ଆମ ନୂଆବର୍ଷ, ପଣା ସଂକ୍ରାନ୍ତିରେ ଈଶ୍ୱରଙ୍କୁ ପ୍ରଣାମପୂର୍ବକ ସାରା ବର୍ଷ ପାଇଁ ଏ ଜାତିର ମଙ୍ଗଳ କାମନା କରୁ। ଏ ଖ୍ରୀଷ୍ଟୀୟ ନୂଆବର୍ଷ ପାଳନ ଭିତରେ ବି ସେହି କଥାଟିକୁ ଭୁଲିଯିବା ଉଚିତ ନୁହେଁ। ଏହି ଦିନରେ ଆମେ ଈଶ୍ୱରଙ୍କୁ ପ୍ରଣାମ ସହ ଗୁରୁଜନ ଓ ମାତାପିତାଙ୍କୁ ପ୍ରଣାମ କରି ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିନେବା ଉଚିତ।

ଏଇ ଭାରତରେ

ଭଲ ପାଇବାର ପରିସୀମା ଅସୀମ। ଏହା ପରିବାରର ସଦସ୍ୟ କିମ୍ବା ଆତ୍ମୀୟସ୍ବଜନଙ୍କ ମଧ୍ୟରେ ସୀମିତ ହୋଇ ରହି ନ ଥାଏ। ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଜୀବଜନ୍ତୁ ତଥା ଗୃହପାଳିତ ପଶୁଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି। ସେମାନଙ୍କୁ ପାଖରେ ରଖି ବେଶ୍‌ ଆନନ୍ଦ ଲାଭ କରିଥାନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ର ରାଇଗଡ଼ ଜିଲାର କାରଜାଟ ଅଞ୍ଚଳରେ ରହୁଥିବା ମୟୂରେଶ ଚୌଧୁରୀ। ସେ ଘରେ ରଖିଥିବା ଗାଈର ପ୍ରତିବର୍ଷ ଜନ୍ମଦିନ ପାଳନ କରି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ମୟୂରେଶ ଗୌରୀ ନାମ୍ନୀ ଏକ ଗାଈ ରଖିଛନ୍ତି। ତାକୁ ନିଜ ପରିବାର ସଦସ୍ୟ ଭଳି ଲାଳନପାଳନ କରୁଛନ୍ତି।

ଅଶୁଭ ଶକୁନ

ଅଶୁଭ ଶକୁନ

ସମ୍ପାଦକୀୟ/ଆଜିର ଅର୍ଥନୀତି ଆମେ ୨୦୧୭ ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଥିବା ବେଳେ ସରକାର ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟର ଧାର୍ଯ୍ୟ ଲକ୍ଷ୍ୟ ୩.୨% ହାସଲ କରିବାକୁ କ୍ଷମ ହେବେ ନାହିଁ ବୋଲି ରିପୋର୍ଟ ମିଳିଛି। ଦେଶର ଅର୍ଥନୀତି ପାଇଁ ଏହା ଏକ ଅଶୁଭ ଶକୁନ। ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ମାଧ୍ୟମରେ ମିଳିଥିବା ଟିକସ ପରିମାଣ ଡିସେମ୍ବର ମାସରେ ଯଥେଷ୍ଟ ହ୍ରାସ ପାଇବାରୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଓ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ୫୦,୦୦୦ କୋଟି ଟଙ୍କା ଋଣ କରିବାକୁ ବାଧ୍ୟ ହେବେ। ଗତବର୍ଷ ସରକାର ୩.୫% ଧାର୍ଯ୍ୟ ନିଅଣ୍ଟ ଲକ୍ଷ୍ୟ ପୂରଣ କରିଥିଲେ। ଚଳିତବର୍ଷ ବଜେଟ୍‌ରେ ମୋଟ କରଜ ପରିମାଣ ୫.୮ ଲକ୍ଷ କୋଟିରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବୁଧବାରର ସଂଶୋଧନ ପରେ ଏହି ପରିମାଣ ୬.୩ ଲକ୍ଷ କୋଟିରେ ପହଞ୍ଚିଛି। ଯଦିଚ ଚଳିତବର୍ଷର ବିତ୍ତୀୟ ଲକ୍ଷ୍ୟ ହାସଲ କରିବେ ବୋଲି ସରକାର ଦୋହରାଇଛନ୍ତି, ତେବେ ବିଦାୟୀ ବର୍ଷର ଅନେକ ଘଟଣା ଓ ୨୦୧୬ ବର୍ଷରୁ ରହିଆସିଥିବା ସମସ୍ୟାଗୁଡ଼ିକ ସରକାରଙ୍କ ଯୋଜନାକୁ ପଣ୍ଡ କରିବାକୁ ବସିଛି। ତେବେ ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇବା ନେଇ ଯେଉଁ ଖବର ମିଳିଛି, ତାହା ଆଶ୍ଚର୍ଯ୍ୟଜନକ ନୁହେଁ। ଚଳିତ ବର୍ଷର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ପୂରଣ କରିବାରେ ସରକାର ବିଫଳ ହେଲେ ଏହା ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଓ ନିଅଣ୍ଟ ପରିମାଣକୁ ଜିଡିପିର ୩ ପ୍ରତିଶତରେ ସୀମିତ ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କୁ କିଛି ନୂତନ ପଦକ୍ଷେପ ନେବା ଲାଗି ବାଧ୍ୟ କରିବ। ...

ମନୋରଞ୍ଜନ ବନାମ ସଂସ୍କୃତି

ମନୋରଞ୍ଜନ ବନାମ ସଂସ୍କୃତି

ପ୍ରସନ୍ନ କୁମାର ସାହୁ ମହାରାଜା ମାନଧାତାଙ୍କ ରାଜତ୍ୱ ସମୟରେ ସୌଭରି ନାମକ ଜଣେ ଋଷିଙ୍କର ଆବିର୍ଭାବ ହୋଇଥିଲା। ସୌଭରିଙ୍କ ମହିମା ପ୍ରଚାରିତ ହେବାରେ ଲାଗିବାରୁ ଅନେକ ଲୋକ ତାଙ୍କ ଦର୍ଶନ କରି ନିଜର ସମସ୍ୟା ଉପସ୍ଥାପନ କରୁଥିଲେ ଏବଂ ତାଙ୍କର ମାର୍ଗଦର୍ଶନରେ ସମାଧାନର ବାଟ ବାହାର କରୁଥିଲେ। ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢିବାରୁ ସୌଭରି ଆଉ ଜପତପ କରିବାକୁ ସକ୍ଷମ ହେଲେନାହିଁ। ସେ ଜପତପ କରିବା ପାଇଁ ନିଜର ସିଦ୍ଧି ବଳରେ କାଳିନ୍ଦୀ ନଦୀର ଗଭୀର ଜଳ ମଧ୍ୟରେ ବସି ତପସାଧନା କଲେ। ଏପରି ଅନେକ ଦିନ ବିତିଯିବା ପରେ ଥରେ ସୌଭରି ଋଷି ଜଳ ମଧ୍ୟରେ ଥାଇ ଆଖି ଖୋଲିଲାବେଳକୁ ତାଙ୍କ ଆଖି ଆଗରେ ଏକ ମତ୍ସ୍ୟଯୁଗଳ ରତିକ୍ରୀଡାରେ ବ୍ୟସ୍ତ। (ଦେଖିଲେ ମୀନ ଗଣ ମଧ୍ୟେ। ରୋହିତ ଖେଳଇ ଆନନ୍ଦେ।ା -ଭାଗବତ, ୯ମ ସ୍କନ୍ଧ ୬ଷ୍ଠ ଅଧ୍ୟାୟ) ଏହା ଦେଖି ଋଷି ସୌଭରିଙ୍କ ମନରେ ବିବାହ କରି ଘରସଂସାର କରିବାକୁ ଇଚ୍ଛା ଜାଗ୍ରତ ହେଲା ଏବଂ ସେ ଜଳ ମଧ୍ୟରୁ ବାହାରି ମହାରାଜା ମାନଧାତାଙ୍କୁ ତାଙ୍କର ୫୦ କନ୍ୟା ମଧ୍ୟରୁ ଜଣଙ୍କୁ ବିବାହ କରିବା ପାଇଁ ଇଚ୍ଛା ବ୍ୟକ୍ତ କଲେ। (ଏହାର ପରବର୍ତ୍ତୀ ଘଟଣା ପାଠକେ ନିଜେ ଭାଗବତରେ ପଢିବାକୁ ଅନୁରୋଧ)।...

ଅନ୍ତହୀନ ଚାଷୀଙ୍କ କଷଣ

ଅନ୍ତହୀନ ଚାଷୀଙ୍କ କଷଣ

ଅଭିମନ୍ୟୁ ଧଳ ମୁଣ୍ଡଝାଳ ତୁଣ୍ଡରେ ମାରି, ରକ୍ତକୁ ପାଣିକରି ଚାଷୀଭାଇ ଚାହିଁ ରହିଥାଏ ସୁନାରଙ୍ଗ ଧାରଣ କରିଥିବା ପାଚିଲା ଧାନକୁ କାଟିଆଣି ଖଳାରେ ଅମଳ କରିବ। ଏ ବର୍ଷ ଶତଗୁଣ ଧାନ ଫଳିଛି, ସତେ ଅବା ଲକ୍ଷ୍ମୀସାଆନ୍ତାଣୀ ବିଜେ କରିଛନ୍ତି ଧାନ କ୍ଷେତରେ। ଅକସ୍ମାତ୍‌ ମୁଣ୍ଡରେ ଚଡକ ପଡିଲା। ଚକଡା ପୋକ ବିଷକୁ ଖାତିର ନ କରି ୨୪ଟି ଜିଲାର ୧ଲକ୍ଷ ୨୮ ହଜାର ହେକ୍ଟର ଧାନ ଫସଲ ନଷ୍ଟ କରିଦେଲା। ଏଥିରେ ୮୦୯୨ ଗ୍ରାମର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମାନସିକ ଭାରସାମ୍ୟ ହରାଇ ଏଥିରେ ନିଆଁ ଲଗାଇବା ଓ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେଇଛନ୍ତି। ଚକଡା ପୋକର ଦୌରାତ୍ମ୍ୟ ଶେଷ ନ ହେଉଣୁ ଅଦିନିଆ ଲଘୁଚାପ ବର୍ଷା ପାଚିଲା ଧାନକ୍ଷେତକୁ ବୁଡାଇଦେଲା। ସରକାର ଚକଡା ପୋକ କ୍ଷତି ବାବଦକୁ ରିଲିଫ କୋଡ୍‌ ଅନୁସାରେ ଜଳସେଚିତ ଜମିକୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଓ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬,୮୦୦ ଟଙ୍କା ସାହାଯ୍ୟ ଦେବେ। ବର୍ଷାରେ ଫସଲ ନଷ୍ଟର ଆକଳନ ଚାଲିଛି, ପରନ୍ତୁ ଆମର ସରକାରୀ ବାବୁମାନେ ଜମିକୁ ନ ଯାଇ ରାସ୍ତା ଉପରେ ରହି ତା’ର ଫଟୋ ଉଠାଇବା ଅଭିଯୋଗ ହେଉଛି। ଏଥିରୁ ପ୍ରକୃତ କ୍ଷୟକ୍ଷତିର ଠିକ୍‌ ଆକଳନ ହୋଇପାରିବ ନାହିଁ।...

ଏଇ ଭାରତରେ

ପେସାରେ ଥିଲେ ସେ ଡାକ୍ତର। ଏକ ମେଡିକାଲ କଲେଜର ଆନାଟୋମି ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ମ୍ୟାନେଜିଂ କମିଟି ସହ ବିବାଦ ହେବାରୁ ୨୦୦୬ରୁ ଚାକିରି ହରାଇ ଘରେ ରହିଆସୁଛନ୍ତି ଡାକ୍ତର ନୀଳମଣି ଧର (୭୦)। ଚାକିରି ଚାଲିଯାଇଥିବାରୁ ଅନେକ ଦୁଃଖକଷ୍ଟରେ ଚଳୁଛନ୍ତି ସେ। ପାଖରେ ରହୁଥିଲେ ଭଉଣୀ କରବି (୬୩)। କରବିଙ୍କର ଗତ ରବିବାର ରାତିରେ ପରଲୋକ ହୋଇଗଲା। ତାଙ୍କର ସଂସ୍କାର ପାଇଁ ଯେତିକି ଅର୍ଥ ଆବଶ୍ୟକ ସେତକ ମଧ୍ୟ ନ ଥିଲା ନୀଳମଣିଙ୍କ ନିକଟରେ। ...

ନିରର୍ଥକ ପରୀକ୍ଷଣ

ନିରର୍ଥକ ପରୀକ୍ଷଣ

ଅନେକ ବର୍ଷ ହେଲା ବୈଜ୍ଞାନିକମାନେ କୁକୁରମାନଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିବାର ନିରର୍ଥକତା ବିଷୟରେ କହିଆସୁଛନ୍ତି। ଅଧିକାଂଶ ବୈଜ୍ଞାନିକ ଓ ଔଷଧ କମ୍ପାନୀଙ୍କ ମତରେ ମଣିଷଙ୍କ ଔଷଧର ଗୁଣବତ୍ତା ନିରୂପଣରେ କୁକୁରମାନଙ୍କର କିଛି ଭୂମିକା ନାହିଁ।

 ଆଶା-ଆଶଙ୍କାର ନୂଆବର୍ଷ

ଆଶା-ଆଶଙ୍କାର ନୂଆବର୍ଷ

ପ୍ରତ୍ୟେକ ନୂଆ ଜିନିଷ ଆସିବା ବେଳେ ତା’ ସହିତ କିଛି ଆଶା ଓ ଆଶଙ୍କା ଯୋଡ଼ି ହୋଇଥାଏ। ସେମିତି ନୂଆବର୍ଷ ୨୦୧୮। ଏହାକୁ ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲୁଥିବା ସମୟରେ ନୂଆବର୍ଷରେ ଜନସାଧାରଣଙ୍କ ପାଇଁ ଥିବା ଆଶା ଓ ଆଶଙ୍କା ଉପରେ ଟିକେ ଆଖି ପକେଇ ନେବା ଉଚିତ ମନେହୁଏ।

କିଛି ସତ୍ୟ ନ ଜାଣିଲେ ଭଲ

କିଛି ସତ୍ୟ ନ ଜାଣିଲେ ଭଲ

ଆମେ ପିଲାଟିଦିନୁ ଇତିହାସରେ କଳିଙ୍ଗ ଯୁଦ୍ଧ କଥା ପଢ଼ି ଆସିଛୁ। ଆମେ ଏ ପର୍ଯ୍ୟନ୍ତ ମନେରଖିଛୁ ଯେ ଧଉଳି ପାହାଡ଼ ନିକଟବର୍ତ୍ତୀ ଦୟାନଦୀରେ ଲକ୍ଷାଧିକ ସୈନିକଙ୍କ ମୃତଦେହ ଦେଖି ସମ୍ରାଟ୍‌ ଅଶୋକଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା ଓ ସେ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଗଲେ।

ଏଇ ଭାରତରେ

ଏଇ ଭାରତରେ

ଭାରତରେ ପୋଲିସର କାର୍ଯ୍ୟଦକ୍ଷତା ନେଇ ସର୍ବଦା ପ୍ରଶ୍ନ ଉଠିଥାଏ। ନିର୍ଦ୍ଦିଷ୍ଟ ଭାବେ କୌଣସି ଅପରାଧୀ ବାରମ୍ବାର ସମାନ ଢଙ୍ଗରେ ଅପରାଧ କରୁଥିଲେ ମଧ୍ୟ ତାକୁ ଧରିବା କଷ୍ଟକର ହୋଇପଡ଼ୁଛି। ଗୁଜରାଟର ସୁରତ ନିକଟରେ ବେନିନାଥରୁ ...

ସମ୍ପାଦକୀୟ/କରଦାତାଙ୍କୁ ସମ୍ମାନ

ସମ୍ପାଦକୀୟ/କରଦାତାଙ୍କୁ ସମ୍ମାନ

୧୨୫କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଭାରତରେ ଆୟକର ସଂଗ୍ରହ ଅତ୍ୟନ୍ତ ନଗଣ୍ୟ ସ୍ଥିତିରେ ରହିଛି। ନିକଟରେ ଆୟକର ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ, ମୋଟ ଜନସଂଖ୍ୟାର ମାତ୍ର ୧.୭ ଶତାଂଶ ଅର୍ଥାତ୍‌ ୨.୦୬ କୋଟି ଲୋକ ୨୦୧୫-୧୬ ଆକଳନ ବର୍ଷ (ଏ.ଓ୍ବାଇ.)ରେ ଟିକସ ପୈଠ କରିଛନ୍ତି।

ମହାନଦୀ ଜଳବିବାଦର ଅଲଗା ଦିଗ

ମହାନଦୀ ଜଳବିବାଦର ଅଲଗା ଦିଗ

ଭାଗବଣ୍ଟାର ବିବାଦ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ କାହାକୁ କୌଣସି ବସ୍ତୁ ବା ସମ୍ପତ୍ତି ନ୍ୟାଯ୍ୟଦାବି ତୁଳନାରେ କମ୍‌ ମିଳିଥାଏ। ଅଥଚ ତହିଁରେ ଥିବା ଦାବିଦାରମାନେ ନିଜନିଜର ଦାବି ଛାଡ଼ନ୍ତି ନାହିଁ। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମୁଣ୍ଡ ଟେକିଥିବା ବିବାଦ ମଧ୍ୟ ବର୍ତ୍ତମାନ ଯାଏ ପ୍ରାୟ ସେହି ଶ୍ରେଣୀୟ ହୋଇରହିଛି। ଉକ୍ତ ନଦୀଜଳ ଉପରେ କାହାର କେତେ ଅଧିକାର ରହିଛି ତାକୁ ନେଇ ଭିଡାଓଟରା ଚାଲିଛି। କିନ୍ତୁ ଆମେ ଜାଣିରଖିବା ଦରକାର ଯେ ନଦୀ ଏକ ସାଧାରଣ ବସ୍ତୁ ବା ସମ୍ପତ୍ତି ନୁହେଁ। ମହାନଦୀ ତ ବିଲ୍‌କୁଲ ସେମିତି ନୁହେଁ। ତେଣୁ ତା’ ଜଳ ଉପରେ ନିଜନିଜର ଅଧିକାର ଜାହିର କରୁଥିବା ପକ୍ଷଙ୍କର ଏହା ନିର୍ବୋଧତା ବ୍ୟତୀତ ଅନ୍ୟ କିଛି ନୁହେଁ।

ଦାନର ମହତ୍ତ୍ୱ

ଦାନର ମହତ୍ତ୍ୱ

ବିଖ୍ୟାତ ରୁଷୀୟ ଦାର୍ଶନିକ କାଉଣ୍ଟ ଲିଓ ଟଲଷ୍ଟୟଙ୍କ ଭାଷାରେ କୃପଣଠାରୁ ବଡ଼ ଦାନୀ କେହି ନାହିଁ। ଅନ୍ୟମାନେ ତ ନିଜ ଓ ପରିବାର ପାଇଁ ଧନ ଖର୍ଚ୍ଚ କଲା ପରେ ଯାହା ବଳେ ସେଥିରୁ କିଞ୍ଚିତ୍‌ ଦାନ କରନ୍ତି। କିନ୍ତୁ କୃପଣ ନ ଖାଇ, ନ ପିନ୍ଧି ଏପରି କି ନିଜ ପାଇଁ ବି ମୌଳିକ ଆବଶ୍ୟକତା ପୂର୍ଣ୍ଣ ନ କରି ଧନ ସବୁ ସାଇତି ରଖିଥାଏ ଏବଂ ମଲାବେଳେ ସବୁତକ ଧନ ସେ ଦାନ କରିଯାଏ। ପୃଥିବୀରେ ଯେତେ ସତ୍‌କର୍ମ ଅଛି ତା’ ଭିତରେ ଦାନ ଏକ ମହତ୍‌ କର୍ମ। କାରଣ ଏ ସଂସାରଟା ଦବାନବାର ବୁଝାମଣା ଉପରେ ପ୍ରତିଷ୍ଠିତ। ଏହା ସୁସମ୍ପର୍କ ଓ ବନ୍ଧୁତ୍ୱର ନିଦର୍ଶନ। ଶାସ୍ତ୍ର କହେ-...

ଏଇ ଭାରତରେ

ଏଇ ଭାରତରେ

ଭାରତବର୍ଷର ସ୍ବାସ୍ଥ୍ୟ ସେବା ଦେଖିଲେ ସେଥିରେ ଅନେକ ପ୍ରକାର ଅବ୍ୟବସ୍ଥା ସାମ୍ନାକୁ ଆସୁଛି। ଏ ଦେଶରେ ଏଭଳି ବହୁ ସ୍ଥାନ ଅଛି ଯେଉଁଠିକି ଆମ୍ବୁଲାନ୍ସଟିଏ ଯିବା କଷ୍ଟକର। ଗର୍ଭବତୀ ମହିଳାଙ୍କୁ ଦୋଳା କରି ଡାକ୍ତରଖାନା ବୁହାଯାଉଥିବା ବାରମ୍ବାର ଦେଖିବାକୁ ମିଳୁଛି। ହେଲେ ଡାକ୍ତରମାନଙ୍କ ଭୋଜିରେ ମଦ ବୁହାଯିବା ଲାଗି ଆମ୍ବୁଲାନ୍ସ ବ୍ୟବହାର କରାଯିବା ଭଳି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ୁଛି।

ସମ୍ପାଦକୀୟ/ ଧିନାକରନ୍‌ଙ୍କ ଝଟକା

ସମ୍ପାଦକୀୟ/ ଧିନାକରନ୍‌ଙ୍କ ଝଟକା

ତାମିଲନାଡୁର ରାଧାକ୍ରିଷ୍ଣ ନଗର (ଆର୍‌.କେ.ନଗର) ବିଧାନସଭା ଉପନିର୍ବାଚନ ଡିସେମ୍ବର ୨୪ର ଫଳ ସେହି ରାଜ୍ୟ ରାଜନୀତିକୁ ଅସ୍ଥିରତା ଆଡ଼କୁ ଠେଲିଦେବାର ସାମର୍ଥ୍ୟ ରଖିଥିବା ଭଳି ମନେହେଉଛି। କେବଳ ଏତିକି ନୁହେଁ, ନିର୍ବାଚନ ପରିଣାମ ଜାତୀୟ ରାଜନୈତିକ ପ୍ରେକ୍ଷାପଟକୁ ମଧ୍ୟ ପ୍ରଭାବିତ କରିବାର ସମ୍ଭାବନା ସୃଷ୍ଟି କଲାଣି।

ସୋସିଆଲ୍‌ ମିଡିଆ ଓ ଗ୍ରିଭାନ୍ସ ସେଲ୍‌

ସୋସିଆଲ୍‌ ମିଡିଆ ଓ ଗ୍ରିଭାନ୍ସ ସେଲ୍‌

ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ୍‌ ମିଡିଆ ପରିଚାଳନା କରୁଥିବା ଅଧିକାରୀମାନେ ଏବେ ଲୋକଙ୍କ ଦୁଃଖ ଓ ଅଭିଯୋଗ ସୋସିଆଲ୍‌ ମିଡିଆ ଜରିଆରେ ଶୁଣିବେ- ଏହି ମର୍ମରେ ୱେବ୍‌ ପୋର୍ଟାଲ୍‌ ତଥା ମୋବାଇଲ୍‌ ଆପ୍ଲିକେଶନ୍‌ ଅନ୍ତର୍ଭୁକ୍ତ କରି ସୂଚନା-ପ୍ରଯୁକ୍ତି ବିଦ୍ୟାର ଏକ ନୂଆ ଆୟୁଧ ରୂପେ ଲୋକଙ୍କର ଅଭିଯୋଗ ଦୂର କରିବାର ଉପାୟ

ରାମସେତୁର ସତ୍ୟାସତ୍ୟ

ରାମସେତୁର ସତ୍ୟାସତ୍ୟ

ତ୍ରେତୟାଯୁଗରେ ବନବାସୀ ରାମଚନ୍ଦ୍ରଙ୍କ ପତ୍ନୀ ସୀତାଙ୍କୁ ଲଙ୍କାର ରାଜା ରାବଣ ହରଣ କରିନେଇଥିଲେ। ରାମ ବହୁତ ମନସ୍ତାପରେ ଭ୍ରମଣ କରି କିସ୍କିନ୍ଧ୍ୟାରେ ସୁଗ୍ରୀବଙ୍କ ସହ ମିତ୍ରତା କଲେ। ତାଙ୍କର ଦୂତ ହନୁମାନ ଆକାଶମାର୍ଗରେ ଉଡିଯାଇ ସୀତାଙ୍କୁ ଅଶୋକବନରେ ଠାବ କଲେ।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଅନେକ ବଦାନ୍ୟ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ସ୍ବାର୍ଥଠାରୁ ସମାଜସେବାକୁ ପ୍ରାଧାନ୍ୟ ଦେଇଥାଆନ୍ତି। ଅନ୍ୟର ଦୁଃଖ ସେମାନଙ୍କୁ ବିଚଳିତ କରିଥାଏ। କାହାର ଅଭାବ ଅସୁବିଧା ବେଳେ ସାହାଯ୍ୟର ହାତ ବଢ଼ାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଆନ୍ତି।

ବଡ଼ଦିନ: ଅଭ୍ୟୁଦୟର ପ୍ରତୀକ

ବଡ଼ଦିନ: ଅଭ୍ୟୁଦୟର ପ୍ରତୀକ

ଆନନ୍ଦ ଓ ଉଲ୍ଲାସର ପର୍ବ ବଡ଼ଦିନ। ଈଶ୍ୱରଙ୍କ ପାଖରୁ ପୃଥିବୀକୁ ଖୁସିର ସନ୍ଦେଶ ବୋହି ଆଣିବାର ଏକ ଆଧ୍ୟାମତ୍ିକ ଅବସର। ଭୌଗୋଳିକ କାରଣରୁ ଉତ୍ତର ଗୋଲାର୍ଦ୍ଧରେ ଡିସେମ୍ବର ୨୨ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଜୁନ୍‌ ୨୧ ତାରିଖରେ ଦିନ ବଡ଼ହୁଏ ସତ, ହେଲେ ଡିସେମ୍ବର ୨୫ ତାରିଖକୁ

ଗୁଜରାଟ ମଡେଲ:କେତେ ସତ କେତେ କାହାଣୀ

ଗୁଜରାଟ ମଡେଲ:କେତେ ସତ କେତେ କାହାଣୀ

ଯଦି ଗୁଜରାଟ ନିର୍ବାଚନର ଫଳାଫଳକୁ ଗଭୀରଭାବେ ସମୀକ୍ଷା କରାଯାଏ, ତେବେ ଜଣେ ଏହି ସିଦ୍ଧାନ୍ତରେ ଉପନୀତ ହେବ ଯେ ଭାଜପା ଜିତି ମଧ୍ୟ ପରାଜିତ। କାରଣ ଭାଜପା ଯଦିଓ ସଂଖ୍ୟାଧିକ ଆସନ ପାଇଛି, ତଥାପି ଏହା ୯୯ ଆସନରେ ସୀମିତ...

ତଳେ ପକାଇ ଦେଉଛନ୍ତି

ତଳେ ପକାଇ ଦେଉଛନ୍ତି

ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଭିନ୍ନ ରାୟ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ବାଧୀନ ଭାରତରେ ସମ୍ଭବତଃ ସବୁଠୁ ବଡ଼ ଭ୍ରଷ୍ଟାଚାର ଭାବେ ...

ଧାର୍ମିକ ଜାତୀୟତାବାଦ

ଧାର୍ମିକ ଜାତୀୟତାବାଦ

ଆକାର ପଟେଲ ଗୁଜରାଟ ନିର୍ବାଚନରେ ଭାଜପା ସ୍ପଷ୍ଟ ବହୁମତ ପାଇଛି। ଏହାର କାରଣ ବିଷୟରେ ଆମ

କୃତ୍ରିମ ବୁଦ୍ଧିମତ୍ତା ଓ ଭବିଷ୍ୟତ

କୃତ୍ରିମ ବୁଦ୍ଧିମତ୍ତା ଓ ଭବିଷ୍ୟତ

ପ୍ରକାଶ ତ୍ରିପାଠୀ ୧୯୮୬ରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ସିନେମା ‘ଶର୍ଟ ସର୍କିଟ୍&