ସମ୍ପାଦକୀୟ

ମାତୃଦ୍ରୋହର କ୍ଷମା ନାହିଁ

ମାତୃଦ୍ରୋହର କ୍ଷମା ନାହିଁ

ବେଆଇନ ଭାବରେ ଖଣିଜ ଉତ୍ତୋଳନ କରିଥିବା ଖଣିମାଲିକମାନଙ୍କଠାରୁ ଶତ ପ୍ରତିଶତ ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟର ରାୟ ପ୍ରକାଶିତ ହେଲା ପରେ ରାଜ୍ୟ ପ୍ରଶାସନ ଓ ସରକାର ସମସ୍ୟା ଭିତରେ ପଡିଯାଇଥିଲେ। କାରଣ ଏ ପର୍ଯ୍ୟନ୍ତ ସେମାନେ ଖଣିଜ ଲୁଟ୍‌ ସମସ୍ୟା ଭିତରୁ ଉତ୍ତୋଳନକାରୀଙ୍କଠାରୁ ଯଥାସମ୍ଭବ ରାଜନୈତିକ ଓ ଅର୍ଥନୈତିକ ଫାଇଦା ହାସଲ କଥା ଚିନ୍ତା କରୁଥିଲେ। କୋର୍ଟଙ୍କ ରାୟ ପରେ ସେଥିରେ ଭଟ୍ଟା ପଡିବାର ଆଶଙ୍କା ସୃଷ୍ଟି ହେଲା। ତେଣୁ ରାଜ୍ୟ କ୍ୟାବିନେଟ୍‌ର ଏକ ଜରୁରୀ ବୈଠକ ବସିଲା। ସ୍ଥିର ହେଲା ପାଖାପାଖି ୧୯ ହଜାର ୫୦୦ କୋଟି ଟଙ୍କାର ଜରିମାନା ରାଜକୋଷକୁ ଆସିବ। ପୂର୍ବ ହିସାବର ଏହା ଏକ ତୃତୀୟାଂଶ ମାତ୍ର। ସାଧାରଣ ରାଜ୍ୟବାସୀ ଏତେ କ୍ଳିଷ୍ଟ ହିସାବ ବୁଝିପାରିବେ ନାହିଁ। କିନ୍ତୁ ନିନ୍ଦୁକମାନେ କହନ୍ତି, ଏହା ସରକାରଙ୍କର ଖଣିମାଲିକମାନଙ୍କ ସହିତ ଏକ ବୁଝାମଣା ବା ଫିକ୍ସିଂ।...

ସଂସାରେ ନିଜର ନୁହେଁ ନିଜ ମନ

ସଂସାରେ ନିଜର ନୁହେଁ ନିଜ ମନ

ଏକ ବିବାହ ଉତ୍ସବରେ ଜଣେ ବନ୍ଧୁ ମନ୍ତବ୍ୟ ଦେଲେ, ଝିଅ ବିଭାଘର ଅପେକ୍ଷା ପୁଅ ବିଭାଘର ବରଂ କଠିନ। ଝିଅର ବିବାହରେ ମାତାପିତା କନ୍ୟାଦାନ କରି ପୁଣ୍ୟ ଅର୍ଜନ କରନ୍ତି। ତା’ପରେ ଭଲମନ୍ଦରେ ପଚାରିବା, ପର୍ବପର୍ବାଣିରେ ଦିଆନିଆ ସବୁ ସାମୟିକ ବ୍ୟାପାର। କିନ୍ତୁ ପୁଅ ବିଭାଘର ପରେ ମାତାପିତାଙ୍କ ଜୀବନରେ ଏକ ନାଟକୀୟ ମୋଡ ଆସେ। ପରିବାରରେ ମୁଖ୍ୟ ବୋଲାଉଥିବା ପିତାଙ୍କର ଗୁରୁତ୍ୱ କ୍ରମେ ହ୍ରାସ ପାଏ। ଆଉ ଯଦି ଚାକିରିରୁ ଅବସର ମିଳେ କିମ୍ବା ରୋଜଗାରଶୂନ୍ୟ ହେବାକୁ ପଡେ, ତେବେ ପ୍ରତିଟି ଆବଶ୍ୟକତା ପୂରଣ ପାଇଁ ପୁଅ ପାଖରେ ହାତ ପାତିବାକୁ ହୁଏ। ମାତାପିତା ବୃଦ୍ଧାବସ୍ଥାରେ ପୁଅବୋହୂଙ୍କ ଉପରେ ନିର୍ଭର କରିବା ଛଡା ଅନ୍ୟ ଉପାୟ ନ ଥାଏ।...

ଏଇ ଭାରତରେ

ଦାରିଦ୍ର୍ୟ ମଣିଷକୁ କେଉଁ ସ୍ତରକୁ ଟାଣିନିଏ ତା’ର ଏକ ଜ୍ୱଳନ୍ତ ନମୁନା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲୀ ଜିଲା ଅନ୍ତର୍ଗତ ଧାକିଆଖୋଲ ଗ୍ରାମରେ। ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା ସକାଶେ ସ୍ତ୍ରୀ ବିକ୍ରି କରିଛନ୍ତି ତାଙ୍କର ନବଜାତ ଶିଶୁପୁତ୍ରକୁ। ଏହି ଗ୍ରାମରେ ସ୍ବାମୀ ହର୍ଷରୂପ ମୌର୍ଯ୍ୟଙ୍କୁ ନେଇ ସଞ୍ଜୁଦେବୀଙ୍କ ପରିବାର। ହର୍ଷରୂପ ପେସାରେ ଜଣେ ନିର୍ମାଣ ଶ୍ରମିକ। ତାଙ୍କ ରୋଜଗାରରେ ଚଳୁଥିଲା ସଂସାର। ଇତିମଧ୍ୟରେ କୋଳକୁ ଆସିଥିଲା ଏକ ଶିଶୁପୁତ୍ର। ...

ନିଜେ ବଞ୍ଚିଲେ

ନିଜେ ବଞ୍ଚିଲେ

ଗ୍ରିଗୋରିଆନ୍‌ କ୍ୟାଲେଣ୍ଡରର ୨୦୧୭ ମସିହା ସରିଲା। ଆଜି ୧ ଜାନୁୟାରୀ ୨୦୧୮ ଅର୍ଥାତ୍‌ ଓଡ଼ିଆ କ୍ୟାଲେଣ୍ଡରରେ ୧୪୨୫ ସାଲ ପୌଷ (ଧନୁ) ୧୭ ଦିନ। ଦେଖିବାକୁ ଗଲେ ପ୍ରତ୍ୟେକ ଦିନ ଏକ ନୂଆ ବର୍ଷର ଆରମ୍ଭ ହୋଇଆସୁଛି। ଭାରତବର୍ଷରେ କେବଳ ନୁହେଁ, ସମଗ୍ର ବିଶ୍ୱରେ ଆଜି ନୂତନ ବର୍ଷର ଆରମ୍ଭ ଏକ ନୂଆ ଆଶା ସୃଷ୍ଟି କରିଥାଏ। ଆମ ଦେଶରେ ଗତବର୍ଷ ଏକ ମିଶ୍ରିତ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଇ ଭାରତରେ

ଏଇ ଭାରତରେ

ଊଣେଇଶ ବର୍ଷ ବୟସର ଝିଅ ବେଦାଙ୍ଗୀ କୁଲକର୍ନିଙ୍କ ମନରେ ଅଦମ୍ୟ ସାହସ। ବିଶ୍ୱ ରେକର୍ଡର ଅଭିଳାଷ ପୋଷଣ କରୁଥିବା ପୁଣେର ଏହି ଝିଅ ଏକାକୀ ସାଇକେଲରେ ପୃଥିବୀ ଭ୍ରମଣ କରିବେ। ସର୍ବକନିଷ୍ଠ ଓ ଦ୍ରୁତତମ ମହିଳା ଭାବେ ଗିନିଜ ବୁକ୍‌ରେ ନାମ ଚଢାଇବେ।

ଭୁକିଲା କୁକୁର ଭୋକିଲା ନର

ଭୁକିଲା କୁକୁର ଭୋକିଲା ନର

ଶେଠ୍‌ ଦୀନଦୟାଲଙ୍କ ଭୃତ୍ୟ ଦୁଃଖିଶ୍ୟାମ ଓରଫ ଦୁଃଖା। ଶେଠ୍‌ଙ୍କ କୁତ୍ତାପାଳକ ସେ। ସେଥିପାଇଁ ତା’ର ସ୍ବତନ୍ତ୍ର ନିଯୁକ୍ତି। କଙ୍କାଳକୁ ଘୋଡ଼େଇ ରଖିବା ପାଇଁ ଚମଡ଼ା ଯାହା ମାତ୍ର ତା’ ଦେହରେ ଲାଖି ରହିଛି। ଛାତିର ପିଞ୍ଜରା ହାଡ଼ ଗୋଟି ଗୋଟି ହୋଇ ଗଣିହୋଇଯାଉଛି। ନାହି ତଳକୁ ଢିଲା ତାଳିପକା ପାଞ୍ଚସିଆଁ ପ୍ୟାଣ୍ଟ ଆଣ୍ଠୁ ପର୍ଯ୍ୟନ୍ତ ପ୍ରଲମ୍ବିତ। କାନ୍ଧରେ ଗୋଟିଏ ମାଗିଅଣା ଖୋର୍ଦ୍ଧା ଗାମୁଛା। ସେଇ ତା’ର ଚିର ପରିଧାନ।

ସାମାଜିକ ବାଡ଼ବନ୍ଦୀ ଓ ସାମାଜିକ ନିରୀକ୍ଷଣ

ସାମାଜିକ ବାଡ଼ବନ୍ଦୀ ଓ ସାମାଜିକ ନିରୀକ୍ଷଣ

ବିସ୍ତୃତ ତୃଣଭୂମିର ସୁରକ୍ଷା ଏବଂ ବନୀକରଣକୁ ସାମାଜିକ ବାଡ଼ବନ୍ଦୀର ଆଖ୍ୟା ଦିଆଯାଇଛି। ଆଫ୍ରିକା ମହାଦେଶରେ ଅଧିବାସୀଙ୍କ ଦ୍ୱାରା ବିସ୍ତୃତ ତୃଣଭୂମିର ସୁରକ୍ଷା ଉଦ୍ଦେଶ୍ୟରେ ଏହା ପ୍ରଥମେ କରାଯାଇଥିଲା। ଏହାଦ୍ୱାରା ତୃଣଭୂମିର ନଷ୍ଟ ପ୍ରକ୍ରିୟା ଏବଂ ମୃତ୍ତିକା କ୍ଷୟକୁ ମଧ୍ୟ ବହୁ ଭାବରେ କମାଯାଇପାରେ। ଗୋସମ୍ପଦର ଅହେତୁକ ସଂଖ୍ୟା ବୃଦ୍ଧି ଚାରଣଭୂମିକୁ ଦିନକୁ ଦିନ ଅଧିକ କ୍ଷତି କରିବାକୁ ଦିଏ।

ତିନି ଶ୍ରେଣୀର ସମର୍ଥକ

ତିନି ଶ୍ରେଣୀର ସମର୍ଥକ

ନରେନ୍ଦ୍ର ମୋଦି ଆମ ସମୟର ଜଣେ ବିଚକ୍ଷଣ ରାଜନେତା। କେବଳ ଭାରତରେ ନୁହେଁ ବାହାରେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ବିଶ୍ୱସ୍ତରରେ କେଉଁ କେଉଁ ନିର୍ବାଚିତ ନେତା ଅତ୍ୟନ୍ତ ଲୋକପ୍ରିୟ ତାହା ଉଲ୍ଲେଖ କରିବା ଏକ ସହଜ କାମ ନୁହେଁ। ମୁଁ ଭାବୁଛି ରୁଷିଆର ପୁଟିନ ଏବଂ ତୁର୍କୀର ଏର୍ଡୋଗାନ୍‌ ଅତ୍ୟନ୍ତ ଲୋକପ୍ରିୟ। ସେ ସବୁ ଦେଶର ରାଜନୀତି ବିଷୟରେ ମୋତେ ମାଲୁମ ଅଛି। ସେମାନଙ୍କ ପ୍ରତି ତାଙ୍କ ଦେଶରେ ଯେପରି ଜନସମର୍ଥନ ଅଛି, ଭାରତରେ ମୋଦିଙ୍କ ପ୍ରତି ମଧ୍ୟ ସେପରି ସମର୍ଥନ ରହିଛି। ଉପରୋକ୍ତ ତିନୋଟି କ୍ଷେତ୍ରରେ ଦଳ ଅପେକ୍ଷା ସମ୍ପୃକ୍ତ ନେତା ଅଧିକ ଲୋକପ୍ରିୟ, କାରଣ ସେମାନେ ପାରମ୍ପରିକ ଭିତ୍ତିକୁ ସମ୍ପ୍ରସାରିତ କରିଛନ୍ତି।

ଭାରତର ଅନ୍ନ, ପାକିସ୍ତାନର ଗୁଣଗାନ

ଭାରତର ଅନ୍ନ, ପାକିସ୍ତାନର ଗୁଣଗାନ

କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ନିକଟ ଅତୀତରେ-ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପାକିସ୍ତାନର, ତାହା ଭାରତ ଦାବି କରିପାରିବନାହିଁ ବୋଲି କହିବାର କେତେଦିନ ପରେ ଶ୍ରୀନଗରର ଲାଲଚଉକଠାରେ ଭାରତ ତ୍ରିରଙ୍ଗା ଉତ୍ତୋଳନ କରି ଦେଖୁ ବୋଲି ଆହ୍ବାନ ଦେଇଥିଲେ। ଜଣେ ଭାରତୀୟଙ୍କ ମୁଖରୁ ଏଭଳି ବିଚ୍ଛିନ୍ନତାବାଦୀ ସ୍ବର ଶୁଣାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସ୍ବାଧୀନତା ପ୍ରାପ୍ତିର ୭୦ବର୍ଷ ପରେ କଶ୍ମୀରର ଜଣେ ଦାୟିତ୍ୱସମ୍ପନ୍ନ ରାଜନେତାଙ୍କ ମୁହଁରେ ଏହା ଶୋଭା ପାଏନାହିଁ। ସ୍ବାଧୀନତାପ୍ରାପ୍ତିର ୨ମାସ ପରେ ପାକିସ୍ତାନ କଶ୍ମୀର ବିରୋଧରେ ଅଚାନକ ଅଘୋଷିତ ଯୁଦ୍ଧ ଆରମ୍ଭକରି ଏହାର ଗିଲଗିଟ ଓ ବାଲଟିସ୍ଥାନ ସହିତ ୯୦ହଜାର ବର୍ଗ କି.ମି. ପରିମିତ ଏକ ବିରାଟ ଭୂଖଣ୍ଡକୁ ଅଧିକାର କରିନେଲା। କଶ୍ମୀରର ଅବଦୁଲ୍ଲା ପରିବାର ହୁଏତ ଏହା ହିଁ ଚାହିଁଥିଲେ। ଏହି ପରିବାର ଦୀର୍ଘ ୩୦ବର୍ଷ ରାଜ୍ୟ ଶାସନରେ ରହିଥିଲେ ମଧ୍ୟ ଏଯାବତ୍‌ ପାକିସ୍ତାନ ଅଧିକୃତ ଅଞ୍ଚଳର ପୁନରୁଦ୍ଧାର ପାଇଁ ସ୍ବର ଉତ୍ତୋଳନ କରିନାହିଁ। ସେଠାକାର ହିନ୍ଦୁଶାସକ ନିଜ ରାଜ୍ୟର ପ୍ରଜାମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପୂର୍ବରୁ ପାକିସ୍ତାନ ସହିତ ୧ବର୍ଷ ସ୍ଥିତାବସ୍ଥା ଚୁକ୍ତି କରିଥିଲେ ମଧ୍ୟ ପାକିସ୍ତାନ ତାଙ୍କ ସହିତ ଭୟଙ୍କର ପ୍ରତାରଣାର ଖେଳ ଖେଳିଲା। ଅଗତ୍ୟା ଭାରତ ସହିତ କଶ୍ମୀରକୁ ମିଶ୍ରଣ ପ୍ରସ୍ତାବ ଦେବା ବ୍ୟତୀତ ରାଜାଙ୍କ ପାଖରେ ଅନ୍ୟ ଚାରା ନ ଥିଲା। ପୂର୍ବରୁ ଶେଖ ଅବଦୁଲ୍ଲା, ହରି ସିଂ କଶ୍ମୀର ଛାଡ଼ ନାରାବାଜିରେ ଉପତ୍ୟକାକୁ ପ୍ରକମ୍ପିତ କରୁଥିଲେ। ଆନ୍ତରିକ ଭାବରେ ସେ ଚାହୁଁ ନ ଥିଲେ କଶ୍ମୀର ପାକିସ୍ତାନ ସହିତ ମିଶୁ କାରଣ ଏହାଦ୍ୱାରା ତାଙ୍କର କ୍ଷମତା ସଙ୍କୁଚିତ ହେବ। ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ କଶ୍ମୀର ଘଟଣା ଅବଶ୍ୟ ଏକ ଶିକ୍ଷା ଦେଲା। ତେଣୁ ଜୁନାଗଡ ଓ ହାଇଦ୍ରାବାଦରେ ସେ ତାଙ୍କର କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣି ଭବିଷ୍ୟତରେ ଭାରତକୁ ଅନ୍ୟ ୨ଟି କଶ୍ମୀର ସମସ୍ୟାରୁ ରକ୍ଷା କରିପାରିଥିଲେ।...

କୃଷକରୁ ମୁଖ୍ୟମନ୍ତ୍ରୀ

କୃଷକରୁ ମୁଖ୍ୟମନ୍ତ୍ରୀ

ପର୍ବତମାଳା ସହ ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ହିମାଚଳ ପ୍ରଦେଶ। ନିକଟରେ ଏହି ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟ ହାସଲ କରିଥିଲା। ହେଲେ ଦଳ ପକ୍ଷରୁ ପ୍ରଦର୍ଶନ କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୁମଲ ନିର୍ବାଚନରେ ପରାଜିତ ହୋଇଯାଇଥିଲେ। ଏହା ପରେ ନେତୃତ୍ୱ ସଙ୍କଟ ଦେଖା ଦେଇଥିଲା। ଦଳ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ନେତାଙ୍କ ସମ୍ଭାବ୍ୟ ତାଲିକା। ସେଥିରେ ସବୁଠାରୁ ଆଗରେ ରହିଥିଲେ ୫ ଥର ନିର୍ବାଚନ ଜିତିଥିବା ଜୟରାମ ଠାକୁରଙ୍କ ନାମ । ୨୪ ଡିସେମ୍ବରରେ ଜୟରାମଙ୍କୁ ବିଧାୟକ ଦଳ ନେତା ନିର୍ବାଚନ କରାଗଲା। ୨୭ ଡିସେମ୍ବର ୨୦୧୭ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଭଳି ଗୌରବ ଅର୍ଜନ କରିବାରେ ସେ ରାଜ୍ୟର କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ଏକ କୃଷକ ପରିବାରରୁ ଆସି ରାଜ୍ୟର ମୁଖ୍ୟ ଶାସକ ହୋଇପାରିଥିବାରୁ ତାଙ୍କ ସରଳ ଓ ନିରାଡ଼ମ୍ବର ଜୀବନ ସହ ଯାତ୍ରାପଥକୁ ନେଇ ଚର୍ଚ୍ଚା ହେଉଛି।...

ଏଇ ଭାରତରେ

ଡାକ୍ତରଖାନାରେ ପ୍ରସୂତିଙ୍କ ପ୍ରତି ଅବିଚାରର ଆଉ ଏକ ନମୁନା। ମଧ୍ୟପ୍ରଦେଶର ଦିନ୍ଦୋରୀ ଜିଲା ଅନ୍ତର୍ଗତ ଏକ ଗ୍ରାମର ଜଣେ ପ୍ରସୂତିଙ୍କୁ କିଭଳି ବିନା ପରୀକ୍ଷାରେ ପେଟରେ ଥିବା ପିଲାର ମୃତ୍ୟୁ ଘଟିଛି ବୋଲି କହି ଫେରାଇ ଦିଆଗଲା ଏବଂ ଏହାର କିଛି ସମୟ ପରେ ମହିଳା ଜଣକ ଘରକୁ ଫେରିବା ବାଟରେ ସୁସ୍ଥ ପିଲାଟିଏ ଜନ୍ମ ଦେଲେ, ତା’ର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ୨୪ ବର୍ଷ ବୟସ୍କା ସମରଓ୍ବତୀ ଥିଲେ ୮ ମାସର ଗର୍ଭବତୀ। ହଠାତ୍‌ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୋମବାର ସାରେ ନେଇଆସିଥିଲେ ଜିଲା ସଦର ହସ୍ପିଟାଲକୁ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଡାକ୍ତରବାବୁଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଲା ସମରଓ୍ବତୀଙ୍କୁ। ...

ଅସଫଳ  ଭିଜିଲାନ୍ସ

ଅସଫଳ ଭିଜିଲାନ୍ସ

ଦୁର୍ନୀତିକୁ ମୁକାବିଲା କରିବାରେ ଚଣ୍ଡିଗଡ଼ ଭିଜିଲାନ୍ସ ବିଭାଗ ଅପେକ୍ଷା ସିବିଆଇ ଅଧିକ ସଫଳତା ପାଇଥିବା ମନେହେଉଛି। ଏଥିରେ ଭିଜିଲାନ୍ସ ବିଭାଗର ବାବୁମାନେ ଖୁସି ନୁହନ୍ତି। ପୋଲିସ ବିଭାଗରେ ଦୁର୍ନୀତିକୁ ଆଦୌ ସହ୍ୟ କରାଯିବନି ବୋଲି କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସକ ଭି.ପି. ବଦନୋର ଘୋଷଣା କରିବା ପରେ ବି ଭିଜିଲାନ୍ସ ବିଭାଗ ଜଣେ ହେଲେ ଦୁର୍ନୀତିଗ୍ରସ୍ତଙ୍କୁ ଧରିପାରି ନ ଥିବା ବେଳେ ସିବିଆଇ ଚଳିତବର୍ଷ ଲାଞ୍ଚ ଗ୍ରହଣ ମାମଲାରେ ଚାରିଜଣ ପୋଲିସ ବାବୁଙ୍କୁ ଧରିଛି। ଇତିମଧ୍ୟରେ ଭିଜିଲାନ୍ସ ବିଭାଗ ପାଖରେ ୨୫ଟି ଅଭିଯୋଗ ଦାଖଲ କରାଯାଇଥିବା ବେଳେ ସେଥି୍‌ମଧ୍ୟରୁ ଅଧାଅଧି ତଦନ୍ତ ସ୍ତରରେ ରହିଛି। ତଦନ୍ତରେ ଭିଜିଲାନ୍ସ ବିଭାଗର ମନ୍ଥର ଗତି ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିନ୍ତୁ ବିଭାଗ ଏଥିପାଇଁ ଲୋକବଳର ଅଭାବକୁ ଦାୟୀ କରିଛି। ଅନୁଭୂତି ଜ୍ଞାନ ଓ ସଫଳତା ନେଇ ଭିଜିଲାନ୍ସ ଅପେକ୍ଷା ସିବିଆଇକୁ ଲୋକେ ଅଧିକ ବିଶ୍ୱାସ କରୁଛନ୍ତି। ଭିଜିଲାନ୍ସ ବାବୁମାନେ ପରିସ୍ଥିତିରେ ପରିବର୍ତ୍ତନ ଓ କାର୍ଯ୍ୟଧାରାରେ ସରଳୀକରଣ ସହ ଅଧିକ କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛନ୍ତି। ପ୍ରକୃତରେ ବିଭାଗରେ ଲୋକବଳର ଘୋର ଅଭାବ ରହିଛି। ବର୍ତ୍ତମାନ ସୁଦ୍ଧା ଅନୁମୋଦନ ଅନୁସାରେ ବିଭାଗରେ ଜଣେ ଡିଏସ୍‌ପି, ଜଣେ ଇନ୍ସପେକ୍ଟର ଓ ଦୁଇଜଣ ସବ୍‌ଇନ୍ସପେକ୍ଟରଙ୍କ ସମେତ ୧୧ ଜଣ କର୍ମଚାରୀ ରହିବା କଥା। କିନ୍ତୁ ଗତ ସେପ୍ଟେମ୍ବର ମାସରୁ କୌଣସି ଇନ୍ସପେକ୍ଟର ନାହାନ୍ତି। ଲୋକବଳ ବୃଦ୍ଧି କରିବାର ପ୍ରସ୍ତାବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଖରେ ପଡ଼ିରହିଛି। ...

ପ୍ରଶ୍ନବାଚୀରେ ପର୍ବତ ସୁରକ୍ଷା

ପ୍ରଶ୍ନବାଚୀରେ ପର୍ବତ ସୁରକ୍ଷା

ପ୍ରାୟ ତିରିଶ ବର୍ଷ ତଳେ ରାଜଧାନୀ ଭୁବନେଶ୍ୱରର ଜଳବାୟୁ ବେଶ୍‌ ଉପଭୋଗ୍ୟ ଥିଲା। ବର୍ଷସାରା ଦକ୍ଷିଣା ପବନ ବହୁଥିଲା। କଣ୍ଟା ବାଉଁଶବୁଦା, କୋଚିଳା ଗଛ, ପୋକସୁଙ୍ଗା, ବେତ ଆଦି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଭରି ରହିଥିଲା। ନଅ ନମ୍ବର ୟୁନିଟ୍‌, ରାମମନ୍ଦିର ଅଞ୍ଚଳ, ଚନ୍ଦ୍ରଶେଖରପୁର ଆଦି ଭୁବନେଶ୍ୱରର ଗୋଟିଏ ଗୋଟିଏ ଛୋଟ ଛୋଟ ପାହାଡ଼। ସାଇକେଲ୍‌ରେ ଯିବାଆସିବା କରିବାରେ ଖୁବ୍‌ ପରିଶ୍ରମ ହେଉଥିଲା। ଏଇ ତିରିଶ ବର୍ଷ ଭିତରେ ଭୁବନେଶ୍ୱରର ଜଙ୍ଗଲ ଧ୍ୱଂସ ପାଇ କଂକ୍ରିଟ୍‌ ଜଙ୍ଗଲ ହୋଇଯାଇଛି। ଦକ୍ଷିଣା ପବନ ଆଉ ନାହିଁ। ଭୁବନେଶ୍ୱରର ଆଖପାଖ ଧଉଳି, ଖଣ୍ଡଗିରି, ଶିଖରଚଣ୍ଡୀ, ବରୁଣେଇ ଆଦି ପାହାଡ଼ ପ୍ରାୟତଃ ଲଣ୍ଡା ହୋଇଯାଇଛି। ହତଗଣତି କେତୋଟି ବଡ଼ ବଡ଼ ଗଛକୁ ଛାଡିଦେଲେ ବାକି ଗଛଗୁଡିକ ବୃକ୍ଷ କିମ୍ବା ଦ୍ରୁମ ପଦବାଚ୍ୟ ନୁହେଁ। ଏବେ ଭୁବନେଶ୍ୱର ଦେଶର ଅନ୍ୟତମ ଉତ୍ତପ୍ତ ସହର। ଭୁବନେଶ୍ୱର ସହ ତୁଳନା କଲେ ରାଜ୍ୟର ଅନ୍ୟ ସ୍ଥାନର ପାହାଡ଼ଗୁଡିକର ଅବସ୍ଥା ମଧ୍ୟ ସମାନ ଭାବେ ଅବକ୍ଷୟ ଦିଗକୁ ଚାଲିଯାଇଛି। ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଭଳି ଜିଲାଗୁଡିକର କେତେକ ପାହାଡ଼ ପଥର ଖଣି ଲିଜ୍‌କୁ ନେଇ ନିଶ୍ଚିହ୍ନ ହୋଇଗଲାଣି। ତିରିଶ ବର୍ଷ ତଳେ ଯେଉଁଠାରେ ଛୋଟ ପାହାଡ଼ଟିଏ ଥିଲା ଏବେ ସେଠାରେ ପାହାଡ଼ ପରିବର୍ତ୍ତେ ବିରାଟ ଗାତଟିଏ ଦେଖିବାକୁ ମିଳୁଛି। ...

ଆମ ସଂସ୍କୃତି ଓ ପ୍ରଣାମ

ଆମ ସଂସ୍କୃତି ଓ ପ୍ରଣାମ

ଆଗକୁ ଆସୁଛି ଇଂଲିଶ ନୂଆବର୍ଷ। ଉଚ୍ଚାଙ୍ଗ ନୃତ୍ୟ, ସଙ୍ଗୀତ ବା ଉଚ୍ଛୃଙ୍ଖଳ ଢଙ୍ଗରେ ଏ ନୂଆବର୍ଷକୁ ସ୍ବାଗତ କରିବା ଆମ ସଂସ୍କୃତିର ପରିଚାୟକ ନୁହେଁ। ଆମ ନୂଆବର୍ଷ, ପଣା ସଂକ୍ରାନ୍ତିରେ ଈଶ୍ୱରଙ୍କୁ ପ୍ରଣାମପୂର୍ବକ ସାରା ବର୍ଷ ପାଇଁ ଏ ଜାତିର ମଙ୍ଗଳ କାମନା କରୁ। ଏ ଖ୍ରୀଷ୍ଟୀୟ ନୂଆବର୍ଷ ପାଳନ ଭିତରେ ବି ସେହି କଥାଟିକୁ ଭୁଲିଯିବା ଉଚିତ ନୁହେଁ। ଏହି ଦିନରେ ଆମେ ଈଶ୍ୱରଙ୍କୁ ପ୍ରଣାମ ସହ ଗୁରୁଜନ ଓ ମାତାପିତାଙ୍କୁ ପ୍ରଣାମ କରି ସାରା ବର୍ଷ ପାଇଁ ଆଶୀର୍ବାଦ ମାଗିନେବା ଉଚିତ।

ଏଇ ଭାରତରେ

ଭଲ ପାଇବାର ପରିସୀମା ଅସୀମ। ଏହା ପରିବାରର ସଦସ୍ୟ କିମ୍ବା ଆତ୍ମୀୟସ୍ବଜନଙ୍କ ମଧ୍ୟରେ ସୀମିତ ହୋଇ ରହି ନ ଥାଏ। ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଜୀବଜନ୍ତୁ ତଥା ଗୃହପାଳିତ ପଶୁଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି। ସେମାନଙ୍କୁ ପାଖରେ ରଖି ବେଶ୍‌ ଆନନ୍ଦ ଲାଭ କରିଥାନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ର ରାଇଗଡ଼ ଜିଲାର କାରଜାଟ ଅଞ୍ଚଳରେ ରହୁଥିବା ମୟୂରେଶ ଚୌଧୁରୀ। ସେ ଘରେ ରଖିଥିବା ଗାଈର ପ୍ରତିବର୍ଷ ଜନ୍ମଦିନ ପାଳନ କରି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ମୟୂରେଶ ଗୌରୀ ନାମ୍ନୀ ଏକ ଗାଈ ରଖିଛନ୍ତି। ତାକୁ ନିଜ ପରିବାର ସଦସ୍ୟ ଭଳି ଲାଳନପାଳନ କରୁଛନ୍ତି।

ଅଶୁଭ ଶକୁନ

ଅଶୁଭ ଶକୁନ

ସମ୍ପାଦକୀୟ/ଆଜିର ଅର୍ଥନୀତି ଆମେ ୨୦୧୭ ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଥିବା ବେଳେ ସରକାର ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟର ଧାର୍ଯ୍ୟ ଲକ୍ଷ୍ୟ ୩.୨% ହାସଲ କରିବାକୁ କ୍ଷମ ହେବେ ନାହିଁ ବୋଲି ରିପୋର୍ଟ ମିଳିଛି। ଦେଶର ଅର୍ଥନୀତି ପାଇଁ ଏହା ଏକ ଅଶୁଭ ଶକୁନ। ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ମାଧ୍ୟମରେ ମିଳିଥିବା ଟିକସ ପରିମାଣ ଡିସେମ୍ବର ମାସରେ ଯଥେଷ୍ଟ ହ୍ରାସ ପାଇବାରୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଓ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ୫୦,୦୦୦ କୋଟି ଟଙ୍କା ଋଣ କରିବାକୁ ବାଧ୍ୟ ହେବେ। ଗତବର୍ଷ ସରକାର ୩.୫% ଧାର୍ଯ୍ୟ ନିଅଣ୍ଟ ଲକ୍ଷ୍ୟ ପୂରଣ କରିଥିଲେ। ଚଳିତବର୍ଷ ବଜେଟ୍‌ରେ ମୋଟ କରଜ ପରିମାଣ ୫.୮ ଲକ୍ଷ କୋଟିରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବୁଧବାରର ସଂଶୋଧନ ପରେ ଏହି ପରିମାଣ ୬.୩ ଲକ୍ଷ କୋଟିରେ ପହଞ୍ଚିଛି। ଯଦିଚ ଚଳିତବର୍ଷର ବିତ୍ତୀୟ ଲକ୍ଷ୍ୟ ହାସଲ କରିବେ ବୋଲି ସରକାର ଦୋହରାଇଛନ୍ତି, ତେବେ ବିଦାୟୀ ବର୍ଷର ଅନେକ ଘଟଣା ଓ ୨୦୧୬ ବର୍ଷରୁ ରହିଆସିଥିବା ସମସ୍ୟାଗୁଡ଼ିକ ସରକାରଙ୍କ ଯୋଜନାକୁ ପଣ୍ଡ କରିବାକୁ ବସିଛି। ତେବେ ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇବା ନେଇ ଯେଉଁ ଖବର ମିଳିଛି, ତାହା ଆଶ୍ଚର୍ଯ୍ୟଜନକ ନୁହେଁ। ଚଳିତ ବର୍ଷର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ପୂରଣ କରିବାରେ ସରକାର ବିଫଳ ହେଲେ ଏହା ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଓ ନିଅଣ୍ଟ ପରିମାଣକୁ ଜିଡିପିର ୩ ପ୍ରତିଶତରେ ସୀମିତ ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କୁ କିଛି ନୂତନ ପଦକ୍ଷେପ ନେବା ଲାଗି ବାଧ୍ୟ କରିବ। ...

ମନୋରଞ୍ଜନ ବନାମ ସଂସ୍କୃତି

ମନୋରଞ୍ଜନ ବନାମ ସଂସ୍କୃତି

ପ୍ରସନ୍ନ କୁମାର ସାହୁ ମହାରାଜା ମାନଧାତାଙ୍କ ରାଜତ୍ୱ ସମୟରେ ସୌଭରି ନାମକ ଜଣେ ଋଷିଙ୍କର ଆବିର୍ଭାବ ହୋଇଥିଲା। ସୌଭରିଙ୍କ ମହିମା ପ୍ରଚାରିତ ହେବାରେ ଲାଗିବାରୁ ଅନେକ ଲୋକ ତାଙ୍କ ଦର୍ଶନ କରି ନିଜର ସମସ୍ୟା ଉପସ୍ଥାପନ କରୁଥିଲେ ଏବଂ ତାଙ୍କର ମାର୍ଗଦର୍ଶନରେ ସମାଧାନର ବାଟ ବାହାର କରୁଥିଲେ। ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢିବାରୁ ସୌଭରି ଆଉ ଜପତପ କରିବାକୁ ସକ୍ଷମ ହେଲେନାହିଁ। ସେ ଜପତପ କରିବା ପାଇଁ ନିଜର ସିଦ୍ଧି ବଳରେ କାଳିନ୍ଦୀ ନଦୀର ଗଭୀର ଜଳ ମଧ୍ୟରେ ବସି ତପସାଧନା କଲେ। ଏପରି ଅନେକ ଦିନ ବିତିଯିବା ପରେ ଥରେ ସୌଭରି ଋଷି ଜଳ ମଧ୍ୟରେ ଥାଇ ଆଖି ଖୋଲିଲାବେଳକୁ ତାଙ୍କ ଆଖି ଆଗରେ ଏକ ମତ୍ସ୍ୟଯୁଗଳ ରତିକ୍ରୀଡାରେ ବ୍ୟସ୍ତ। (ଦେଖିଲେ ମୀନ ଗଣ ମଧ୍ୟେ। ରୋହିତ ଖେଳଇ ଆନନ୍ଦେ।ା -ଭାଗବତ, ୯ମ ସ୍କନ୍ଧ ୬ଷ୍ଠ ଅଧ୍ୟାୟ) ଏହା ଦେଖି ଋଷି ସୌଭରିଙ୍କ ମନରେ ବିବାହ କରି ଘରସଂସାର କରିବାକୁ ଇଚ୍ଛା ଜାଗ୍ରତ ହେଲା ଏବଂ ସେ ଜଳ ମଧ୍ୟରୁ ବାହାରି ମହାରାଜା ମାନଧାତାଙ୍କୁ ତାଙ୍କର ୫୦ କନ୍ୟା ମଧ୍ୟରୁ ଜଣଙ୍କୁ ବିବାହ କରିବା ପାଇଁ ଇଚ୍ଛା ବ୍ୟକ୍ତ କଲେ। (ଏହାର ପରବର୍ତ୍ତୀ ଘଟଣା ପାଠକେ ନିଜେ ଭାଗବତରେ ପଢିବାକୁ ଅନୁରୋଧ)।...

ଅନ୍ତହୀନ ଚାଷୀଙ୍କ କଷଣ

ଅନ୍ତହୀନ ଚାଷୀଙ୍କ କଷଣ

ଅଭିମନ୍ୟୁ ଧଳ ମୁଣ୍ଡଝାଳ ତୁଣ୍ଡରେ ମାରି, ରକ୍ତକୁ ପାଣିକରି ଚାଷୀଭାଇ ଚାହିଁ ରହିଥାଏ ସୁନାରଙ୍ଗ ଧାରଣ କରିଥିବା ପାଚିଲା ଧାନକୁ କାଟିଆଣି ଖଳାରେ ଅମଳ କରିବ। ଏ ବର୍ଷ ଶତଗୁଣ ଧାନ ଫଳିଛି, ସତେ ଅବା ଲକ୍ଷ୍ମୀସାଆନ୍ତାଣୀ ବିଜେ କରିଛନ୍ତି ଧାନ କ୍ଷେତରେ। ଅକସ୍ମାତ୍‌ ମୁଣ୍ଡରେ ଚଡକ ପଡିଲା। ଚକଡା ପୋକ ବିଷକୁ ଖାତିର ନ କରି ୨୪ଟି ଜିଲାର ୧ଲକ୍ଷ ୨୮ ହଜାର ହେକ୍ଟର ଧାନ ଫସଲ ନଷ୍ଟ କରିଦେଲା। ଏଥିରେ ୮୦୯୨ ଗ୍ରାମର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ମାନସିକ ଭାରସାମ୍ୟ ହରାଇ ଏଥିରେ ନିଆଁ ଲଗାଇବା ଓ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତି ନେଇଛନ୍ତି। ଚକଡା ପୋକର ଦୌରାତ୍ମ୍ୟ ଶେଷ ନ ହେଉଣୁ ଅଦିନିଆ ଲଘୁଚାପ ବର୍ଷା ପାଚିଲା ଧାନକ୍ଷେତକୁ ବୁଡାଇଦେଲା। ସରକାର ଚକଡା ପୋକ କ୍ଷତି ବାବଦକୁ ରିଲିଫ କୋଡ୍‌ ଅନୁସାରେ ଜଳସେଚିତ ଜମିକୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଓ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬,୮୦୦ ଟଙ୍କା ସାହାଯ୍ୟ ଦେବେ। ବର୍ଷାରେ ଫସଲ ନଷ୍ଟର ଆକଳନ ଚାଲିଛି, ପରନ୍ତୁ ଆମର ସରକାରୀ ବାବୁମାନେ ଜମିକୁ ନ ଯାଇ ରାସ୍ତା ଉପରେ ରହି ତା’ର ଫଟୋ ଉଠାଇବା ଅଭିଯୋଗ ହେଉଛି। ଏଥିରୁ ପ୍ରକୃତ କ୍ଷୟକ୍ଷତିର ଠିକ୍‌ ଆକଳନ ହୋଇପାରିବ ନାହିଁ।...

ଏଇ ଭାରତରେ

ପେସାରେ ଥିଲେ ସେ ଡାକ୍ତର। ଏକ ମେଡିକାଲ କଲେଜର ଆନାଟୋମି ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ମ୍ୟାନେଜିଂ କମିଟି ସହ ବିବାଦ ହେବାରୁ ୨୦୦୬ରୁ ଚାକିରି ହରାଇ ଘରେ ରହିଆସୁଛନ୍ତି ଡାକ୍ତର ନୀଳମଣି ଧର (୭୦)। ଚାକିରି ଚାଲିଯାଇଥିବାରୁ ଅନେକ ଦୁଃଖକଷ୍ଟରେ ଚଳୁଛନ୍ତି ସେ। ପାଖରେ ରହୁଥିଲେ ଭଉଣୀ କରବି (୬୩)। କରବିଙ୍କର ଗତ ରବିବାର ରାତିରେ ପରଲୋକ ହୋଇଗଲା। ତାଙ୍କର ସଂସ୍କାର ପାଇଁ ଯେତିକି ଅର୍ଥ ଆବଶ୍ୟକ ସେତକ ମଧ୍ୟ ନ ଥିଲା ନୀଳମଣିଙ୍କ ନିକଟରେ। ...

ନିରର୍ଥକ ପରୀକ୍ଷଣ

ନିରର୍ଥକ ପରୀକ୍ଷଣ

ଅନେକ ବର୍ଷ ହେଲା ବୈଜ୍ଞାନିକମାନେ କୁକୁରମାନଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିବାର ନିରର୍ଥକତା ବିଷୟରେ କହିଆସୁଛନ୍ତି। ଅଧିକାଂଶ ବୈଜ୍ଞାନିକ ଓ ଔଷଧ କମ୍ପାନୀଙ୍କ ମତରେ ମଣିଷଙ୍କ ଔଷଧର ଗୁଣବତ୍ତା ନିରୂପଣରେ କୁକୁରମାନଙ୍କର କିଛି ଭୂମିକା ନାହିଁ।

 ଆଶା-ଆଶଙ୍କାର ନୂଆବର୍ଷ

ଆଶା-ଆଶଙ୍କାର ନୂଆବର୍ଷ

ପ୍ରତ୍ୟେକ ନୂଆ ଜିନିଷ ଆସିବା ବେଳେ ତା’ ସହିତ କିଛି ଆଶା ଓ ଆଶଙ୍କା ଯୋଡ଼ି ହୋଇଥାଏ। ସେମିତି ନୂଆବର୍ଷ ୨୦୧୮। ଏହାକୁ ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲୁଥିବା ସମୟରେ ନୂଆବର୍ଷରେ ଜନସାଧାରଣଙ୍କ ପାଇଁ ଥିବା ଆଶା ଓ ଆଶଙ୍କା ଉପରେ ଟିକେ ଆଖି ପକେଇ ନେବା ଉଚିତ ମନେହୁଏ।

କିଛି ସତ୍ୟ ନ ଜାଣିଲେ ଭଲ

କିଛି ସତ୍ୟ ନ ଜାଣିଲେ ଭଲ

ଆମେ ପିଲାଟିଦିନୁ ଇତିହାସରେ କଳିଙ୍ଗ ଯୁଦ୍ଧ କଥା ପଢ଼ି ଆସିଛୁ। ଆମେ ଏ ପର୍ଯ୍ୟନ୍ତ ମନେରଖିଛୁ ଯେ ଧଉଳି ପାହାଡ଼ ନିକଟବର୍ତ୍ତୀ ଦୟାନଦୀରେ ଲକ୍ଷାଧିକ ସୈନିକଙ୍କ ମୃତଦେହ ଦେଖି ସମ୍ରାଟ୍‌ ଅଶୋକଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା ଓ ସେ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଗଲେ।

ଏଇ ଭାରତରେ

ଏଇ ଭାରତରେ

ଭାରତରେ ପୋଲିସର କାର୍ଯ୍ୟଦକ୍ଷତା ନେଇ ସର୍ବଦା ପ୍ରଶ୍ନ ଉଠିଥାଏ। ନିର୍ଦ୍ଦିଷ୍ଟ ଭାବେ କୌଣସି ଅପରାଧୀ ବାରମ୍ବାର ସମାନ ଢଙ୍ଗରେ ଅପରାଧ କରୁଥିଲେ ମଧ୍ୟ ତାକୁ ଧରିବା କଷ୍ଟକର ହୋଇପଡ଼ୁଛି। ଗୁଜରାଟର ସୁରତ ନିକଟରେ ବେନିନାଥରୁ ...

ସମ୍ପାଦକୀୟ/କରଦାତାଙ୍କୁ ସମ୍ମାନ

ସମ୍ପାଦକୀୟ/କରଦାତାଙ୍କୁ ସମ୍ମାନ

୧୨୫କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଭାରତରେ ଆୟକର ସଂଗ୍ରହ ଅତ୍ୟନ୍ତ ନଗଣ୍ୟ ସ୍ଥିତିରେ ରହିଛି। ନିକଟରେ ଆୟକର ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ, ମୋଟ ଜନସଂଖ୍ୟାର ମାତ୍ର ୧.୭ ଶତାଂଶ ଅର୍ଥାତ୍‌ ୨.୦୬ କୋଟି ଲୋକ ୨୦୧୫-୧୬ ଆକଳନ ବର୍ଷ (ଏ.ଓ୍ବାଇ.)ରେ ଟିକସ ପୈଠ କରିଛନ୍ତି।