ସମ୍ପାଦକୀୟ

ପଣ୍ଡିତସଭା ଓ ପଞ୍ଜିକା ପ୍ରସ୍ତୁତି

ପଣ୍ଡିତସଭା ଓ ପଞ୍ଜିକା ପ୍ରସ୍ତୁତି

ଆଗାମୀ ସୌରବର୍ଷ ପାଇଁ ମୁକ୍ତିମଣ୍ଡପ ପଣ୍ଡିତସଭା ଦ୍ୱାରା ଚାରିଗୋଟି ପଞ୍ଜିକା ସଂଶୋଧନ କରାଯାଉଥିବା ଖବର ପ୍ରକାଶିତ ହୋଇଛି। ଏହା ସତ୍ୟ ଯେ ପଣ୍ଡିତସଭାରେ କୌଣସି ଦକ୍ଷ ଗଣକ ବା ଜ୍ୟୋତିଷ ବିଶାରଦ ନ ଥିବାରୁ ପଞ୍ଜିକାକାରମାନଙ୍କ ଗଣନାକୁ ତର୍ଜମା କରାଯାଇ ନ ଥାଏ। କେବଳ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥାକୁ ସ୍ବୀକୃତି ଦିଆଯାଉଥିବା ପଣ୍ଡିତସଭା ପ୍ରଦତ୍ତ ପ୍ରମାଣପତ୍ରରୁ ଜଣାଯାଏ। ଗଣନାଜନିତ ତ୍ରୁଟି ପଞ୍ଜିକାର ପଞ୍ଚାଙ୍ଗ ଯଥା-ତିଥି, ରାଶି, ନକ୍ଷତ୍ର, ଯୋଗ, କରଣର ବ୍ୟାପ୍ତିକୁ ପ୍ରଭାବିତ କରୁଥିବାରୁ ବିନା ତର୍ଜମାରେ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହୋଇ ନ ପାରେ।

ଅନ୍ଧଦେଶକୁ ଗଲି ଦର୍ପଣ ବିକି

ଅନ୍ଧଦେଶକୁ ଗଲି ଦର୍ପଣ ବିକି

ଦାରିଦ୍ର୍ୟରେ ଜନ୍ମ ପୁଣି ଦାରିଦ୍ର୍ୟ ଭିତରେ ମୃତ୍ୟୁ। ସଂଘର୍ଷମୟ ଜୀବନ ମଧ୍ୟରେ ବାଣୀସାଧନା କରି ଉତ୍କଳର ବାଣୀ ଭଣ୍ଡାରକୁ ସେ କିନ୍ତୁ ସମୃଦ୍ଧ କରାଇଛନ୍ତି। ସେ ଆଉ କେହି ନୁହଁନ୍ତି; ସେ ହେଉଛନ୍ତି ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର। ୧୭୮୧ ମସିହା (ନେଟ୍‌ ତଥ୍ୟ ଅନୁସାରେ ୧୭୮୩ ଯାହା ଠିକ୍‌ ନୁହେଁ) ଜାନୁଆରୀ ମାସ ୮ ତାରିଖ ପୌଷ ଶୁକ୍ଲ ତ୍ରୟୋଦଶୀ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଅଞ୍ଚଳର ମଥୁରା ଗ୍ରାମରେ ଚିତ୍ରଶିଳ୍ପୀ ମୁକୁନ୍ଦ ମହାପାତ୍ର ଏବଂ ଶୋଭାଦେବୀଙ୍କର ପୁତ୍ରଭାବରେ ସେ ଜନ୍ମଗ୍ରହଣ କରିଥିଲେ।

ଏଇ ଭାରତରେ

ଏଇ ଭାରତରେ

ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାର ପ୍ରସାର ସତ୍ତ୍ୱେ ଲୋକେ କୌଣସି କଥାରେ ସଚେତନ ହେଉନାହାନ୍ତି। ପରିବେଶ ସୁରକ୍ଷା ହେଉ କିମ୍ବା ସ୍ବଚ୍ଛତା, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। କନ୍ୟାସନ୍ତାନଙ୍କର ସୁରକ୍ଷା, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ବଡ କରିବା ସକାଶେ ସରକାର ପଦକ୍ଷେପ ନେଉଛନ୍ତି।

ସାମାଜିକ ଗଣମାଧ୍ୟମ ଓ ଆମେ

ସାମାଜିକ ଗଣମାଧ୍ୟମ ଓ ଆମେ

ଆମର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଜଣେ ବୁଦ୍ଧିଜୀବୀ ଥିଲେ, ଯାହାଙ୍କୁ ସାରା ବିଶ୍ୱ ସମ୍ମାନ କରେ। ତେବେ ସିଂଙ୍କର ଆକର୍ଷକ ବ୍ୟକ୍ତିତ୍ୱ ଓ ବ୍ୟକ୍ତିଗତ କ୍ଷମତା ନ ଥିବାରୁ ଏବଂ ଓବାମା ଜାତିଗତ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଥିବାରୁ ତାଙ୍କୁ କିଛି ଲୋକ ବିଫଳ ନେତା ଭାବେ ଚିତ୍ରଣ କଲେ ମଧ୍ୟ ସେଥିରେ କିଛି ଯାଏ ଆସେ ନାହିଁ। ଅନ୍ୟ ନେତାଙ୍କ ପରି ଅଧିକ ସମୟ ଭାଷଣ ନ ଦେଲେ ବି ସେମାନେ ବିଜ୍ଞ ମଣିଷ। ଯେତେବେଳେ ବି ସେମାନେ ଭାଷଣ ଦିଅନ୍ତି, ତାହା ସମସ୍ତଙ୍କର ଶୁଣିବା ଯୋଗ୍ୟ। କିଛିଦିନ ତଳେ ଓବାମା ବ୍ରିଟେନ୍‌ର ପ୍ରିନ୍ସ ହ୍ୟାରୀଙ୍କୁ ଏକ ସୁନ୍ଦର ସାକ୍ଷାତ୍‌କାର ଦେଇଥିଲେ। ଏଥିରେ ସେ ସାମାଜିକ ଗଣମାଧ୍ୟମର କେତେକ ଦିଗ ବିଷୟରେ ଆଲୋଚନା କରିବା ସହ ଆଧୁନିକ ବିଶ୍ୱ ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ସେ ସ୍ବୀକାର କରିଥିଲେ ଯେ, ସାଧାରଣ ସ୍ବାର୍ଥ ଥିବା ଲୋକମାନେ ପରସ୍ପର ସହ ଯୋଗାଯୋଗ ରଖିବା ପାଇଁ ଏହା ଏକ ଶକ୍ତିଶାଳୀ ମାଧ୍ୟମ। କିନ୍ତୁ ପରେ ଅଫ୍‌ଲାଇନ୍‌ରେ କୌଣସି ହୋଟେଲରେ ବା ଉପାସନା ସ୍ଥଳରେ ବା ଅନ୍ୟ କୌଣସି ସ୍ଥାନରେ ଭେଟାଭେଟି ହେବା ଓ ପରସ୍ପରକୁ ଜାଣିବା ସେମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଇଣ୍ଟର୍‌ନେଟ୍‌ରେ ଯୋଗାଯୋଗ କରିବା ଅତ୍ୟନ୍ତ ସରଳ, ମାତ୍ର ମୁହଁାମୁହିଁ ହେବାବେଳେ ଜଣାପଡ଼େ ଯେ ସେମାନେ ଖୁବ୍‌ ଜଟିଳ। ଇଣ୍ଟର୍‌ନେଟ୍‌ର ସବୁଠାରୁ ବଡ଼ ବିପଦ ହେଲା ଲୋକମାନେ ଇଣ୍ଟର୍‌ନେଟ୍‌ରେ ନିଜ ସମ୍ବନ୍ଧରେ ଯେଉଁ ତଥ୍ୟ ଦେଇଥାନ୍ତି, ତାହା ବାସ୍ତବତାଠାରୁ ଭିନ୍ନ ହୋଇପାରେ। ...

ପେସାର ନାଁ ପ୍ରତାରଣା

ପେସାର ନାଁ ପ୍ରତାରଣା

ସହଯାତ୍ରୀର ବିଷଣ୍ଣ ବଦନ ମଣିଷକୁ ଏମିତି ବ୍ୟତିବ୍ୟସ୍ତ କରିଦିଏ ଯେ ତାହା ଅସଲ ବିଷଣ୍ଣତା କି ଅଭିନୟ, ତାହା ନିରେଖିବାକୁ ସେ ସମୟର ଅପଚୟ ବୋଲି ମନେକରେ। ଯେତେବେଳେ ତା’ର ସାହାରା ପାଇ ସେହି ଅଚିହ୍ନା, ଅଜଣା ଦୁଃଖୀ ଲୋକଟିର ମୁହଁରେ ହସ ଫୁଟେ ସେତେବେଳେ ତା’ ନିଜ ଓଠରୁ ଉକୁଟି ଆସେ ପରିତୃପ୍ତିର ହସଧାର। ମାତ୍ର ଏହାର ବିପରୀତ ପରିଣାମ ଦେହମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରେ, ଏହା ଅନୁଭବ କରିବାକୁ ନିମ୍ନୋକ୍ତ ଘଟଣାର ଅବତାରଣା ଏଠାରେ ପ୍ରାସଙ୍ଗିକ। ଜଣେ ବନ୍ଧୁଙ୍କ ସୌଜନ୍ୟରୁ ହ୍ବାଟ୍ସଆପ୍‌ରୁ ଉପଲବ୍ଧ ହୋଇଥିବା ଏଇ ଦୃଶ୍ୟଟି ଦେଖି ପ୍ରଥମେ ବେଶ୍‌ ହସ ଲାଗିଥିଲେ ବି ପରେ ଏହା ଏକ ଗମ୍ଭୀର ଅନୁଶୀଳନର ଅପେକ୍ଷା ରଖିଥିଲା। ରାସ୍ତାକଡରେ ଜଣେ ଦୃଷ୍ଟିହୀନ ଯୁବକ ଅସହାୟ ଭାବେ ବସିରହି କୌଣସି ଉଦାର ହାତର ସାହାଯ୍ୟକୁ ଅପେକ୍ଷା କରୁଥିଲାବେଳେ ସହୃଦୟ ଜଣେ ବାଇକ୍‌ ଆରୋହୀ ମାନବିକତାର ଆହ୍ବାନରେ ତା’ ପାଖରେ ଅଟକିଗଲେ ଓ ଗାଡିରୁ ନ ଓହ୍ଲାଇ ପକେଟରୁ ପର୍ସ କାଢି କିଛି ଦେବାକୁ ଉପକ୍ରମ କଲେ। ଏତିକିବେଳେ ହଠାତ୍‌ ତଡିତ ବେଗରେ ପଛଆଡୁ କେହି ଦୁର୍ବୃତ୍ତ ଆସି ତାଙ୍କ ହାତରୁ ପର୍ସଟି ଛଡାଇ ଦୌଡି ପଳାଇଲା। ବାଇକ୍‌ ଚାଳକ ସଙ୍ଗେସଙ୍ଗେ ଗାଡିରୁ ଓହ୍ଲାଇ ତା’ ପଛରେ ଦୌଡୁଥିଲାବେଳେ ତାଙ୍କୁ ଅପେକ୍ଷା କରୁଥିଲା ସ୍ତବ୍ଧ ଚକିତ କଲା ଭଳି ଆଉ ଏକ ଦୁର୍ଭାଗ୍ୟ। ଯାହାକୁ ସେ ବିଚରା ଅନ୍ଧ ଭାବି ସହାୟତାର ଉଦାର ହାତ ଲମ୍ବାଇବାକୁ ଯାଇ ନିଜ ପର୍ସଟିକୁ ହରାଇଲେ, ସେଇ ତଥାକଥିତ ଦୃଷ୍ଟିହୀନ ଜଣକ ଅଚାନକ ତା’ର ଭିକ୍ଷାଥାଳ ଫିଙ୍ଗି ନିମିଷକ ମଧ୍ୟରେ ବାଇକ୍‌ଟି ଧରି ଉଭାନ ହୋଇଗଲା। ନିଜ ନିଆରା ମାନବିକତା ପାଇଁ ବହୁମୂଲ୍ୟ ଗଣିସାରିଥିବା ତଟସ୍ଥ ଯୁବକଟି ପକେଟରୁ ମୋବାଇଲ କାଢି ତାଙ୍କ ଦୁର୍ଭାଗ୍ୟର କାହାଣୀ କାହାକୁ ଶୁଣାଇବାର ଉପକ୍ରମ କରୁଥିଲାବେଳେ ନାଟକର ଶେଷଦୃଶ୍ୟଟି ସଂଘଟିତ ହେଲା। ଦୁଇଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ହାତରୁ ମୋବାଇଲ ଛଡାଇ ଦ୍ରୁତଗତିରେ ଅନ୍ତର୍ଦ୍ଧାନ ହୋଇଗଲେ। ଚାରିଆଡୁ ଲୁଣ୍ଠନର ଶିକାର ହୋଇଥିବା ହତଭାଗ୍ୟ ଯୁବକ ଜଣକ ଏକା ଏକା ରାସ୍ତା ଉପରେ ଛିଡାହୋଇ ରହିଥିଲେ ଓ ଏଯାଏଁ ପରମ ଯତ୍ନରେ ନିଜ ଭିତରେ ଲାଳିତ କରି ରଖିଥିବା ସମ୍ବେଦନା ଓ ସହୃଦୟତାକୁ ଧିକ୍କାରୁ ଥିଲେ।...

ନିରାପତ୍ତା ରକ୍ଷକ

ନିରାପତ୍ତା ରକ୍ଷକ

ଜାତୀୟ ନିରାପତ୍ତା ପରିଷଦ (ଏନ୍‌ଏସ୍‌ସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ହେଉଛନ୍ତି ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ)। ଜାତୀୟ ଓ ଅନ୍ତର୍ଜାତୀୟ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେବାରେ ସେ ହେଉଛନ୍ତି ପ୍ରଥମ ପରାମର୍ଶଦାତା। ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ ନ ଦେଇ ଏନ୍‌ଏସ୍‌ଏଙ୍କୁ ଦେଇଥାନ୍ତି। ଏଥିରୁ ଏହି ପଦବୀର କ୍ଷମତା କେତେ ବ୍ୟାପ୍ତ ବୁଝାପଡ଼ୁଛି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ ୧୯୯୮ ମସିହାରେ ଏହି ପଦବୀ ପ୍ରଥମେ ସୃଷ୍ଟି କରାଯାଇଥିଲା। ବ୍ରିଜେସ୍‌ ମିଶ୍ର ପ୍ରଥମେ ଏହି ପଦ ଧାରଣ କରିଥିଲେ। ଏହି ପଦବୀର ଆରମ୍ଭରୁ ସମସ୍ତେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଅଫିସର ରହିଆସିଥିଲେ ହେଁ ଏମ୍‌.କେ. ନାରାୟଣନ୍‌ ଓ ବର୍ତ୍ତମାନର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ ହେଉଛନ୍ତି ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ। ତେବେ ଏନ୍‌ଏସ୍‌ଏଙ୍କୁ ସହଯୋଗ ଦେବା ଲାଗି ଉପ ଏନ୍‌ଏସ୍‌ଏ ଅଛନ୍ତି। ୨୦୧୮ ଜାନୁୟାରୀ ୩ରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି (ଏସିସି) ପୂର୍ବତନ ର’ ମୁଖ୍ୟ ରାଜିନ୍ଦର ଖାନ୍ନାଙ୍କୁ ଉପ ଏନ୍‌ଏସ୍‌ଏ ଭାବେ ନିଯୁକ୍ତ କରିଛନ୍ତି। ସେ କେତେ ସମୟ ଯାଏ ଏହି ପଦବୀ ଧାରଣ କରିବେ ସେନେଇ କୌଣସି ଉଲ୍ଲେଖ ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ରାଜିନ୍ଦର ଆତଙ୍କବାଦୀ ନିରୋଧୀ କ୍ଷେତ୍ରରେ ଅଭିନବ କୌଶଳ ସୃଷ୍ଟି କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ...

ଏଇ ଭାରତରେ

ସମାଜରେ ଅନେକ ପ୍ରତିପତ୍ତିଶାଳୀ ଧନିକ ଶ୍ରେଣୀର ବ୍ୟକ୍ତି ଅଛନ୍ତି। ସେମାନଙ୍କ ନିକଟରେ ସମାଜ କଲ୍ୟାଣର ଭାବନା କ୍ୱଚିତ୍‌ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଛୋଟ ଛୋଟ ପିଲା ମନରେ ଦାନର ଚିନ୍ତାଧାରା ଜାଗ୍ରତ ହେଉଥିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାଆବାପା ଦେଉଥିବା ପକେଟ୍‌ ଖର୍ଚ୍ଚ ଅର୍ଥକୁ ସଞ୍ଚୟ କରି ତାହାକୁ ଏକ ସ୍କୁଲ୍‌ର ଉନ୍ନତି ସକାଶେ ଦାନ କରିଛନ୍ତି ୪ଜଣ ପିଲା। ବାଙ୍ଗାଲୋରର ଏହି ଚାରିଜଣ ପିଲାଙ୍କ ଦେଢଲକ୍ଷ ଟଙ୍କା ଦାନ ଅର୍ଥରେ କଲ୍ୟାଣନଗର ନିକଟରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଛି ଉନ୍ନତିମୂଳକ କାର୍ଯ୍ୟ। ୪ର୍ଥ ଷ୍ଟାଣ୍ଡାର୍ଡର ଛାତ୍ରୀ ଦୀକ୍ଷା, ୮ମ ଷ୍ଟାଣ୍ଡାର୍ଡର ଛାତ୍ର ଧ୍ରୁବ, ଏସ୍‌ଏସ୍‌ଏଲ୍‌ସି ଛାତ୍ରୀ ନେହା ଏବଂ ପ୍ରି ୟୁନିଭର୍ସିଟି ଛାତ୍ରୀ ନିଧି ଗରିବ ପିଲାମାନେ ପଢୁଥିବା ଉକ୍ତ ପ୍ରାଥମିକ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଚିନ୍ତିତ ହୋଇପଡିଥିଲେ। ସେମାନେ କେବଳ ନିଜସ୍ବ ପକେଟ୍‌ ଖର୍ଚ୍ଚ ଅର୍ଥ ସଞ୍ଚୟ କରି ନ ଥିଲେ, ସେମାନଙ୍କ ଭାଇଭଉଣୀଙ୍କଠାରୁ କିଛି ଅର୍ଥ ସଂଗ୍ରହ କରି ରଖିଥିଲେ।...

ଦୁର୍ନୀତିଗ୍ରସ୍ତ ବାବୁ

ଦୁର୍ନୀତିଗ୍ରସ୍ତ ବାବୁ

ମୋଦି ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିବା ବେଳେ ଦୁର୍ନୀତି ବିରୋଧରେ ଲଢ଼େଇ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି ଏ କ୍ଷେତ୍ରରେ ସରକାର ମିଶ୍ରିତ େ ରକର୍ଡ ସୃଷ୍ଟି କରିଛନ୍ତି। କାର୍ଯ୍ୟଦକ୍ଷତାର ଅଭାବ ଦର୍ଶାଇ ୨୪ ଜଣ ଆଇଏଏସ୍‌ ଅଫିସରଙ୍କ ସହ ସରକାର ୩୫୭ ଜଣ ବାବୁଙ୍କୁ ଚାକିରିରୁ ବିଦା କରିଥିବା ବେଳେ ଦୁର୍ନୀତି ଅଭିଯୋଗରେ ମାତ୍ର ୧୨ ଜଣ ଆଇଏଏସ୍‌ ଅଫିସରଙ୍କୁ ଦଣ୍ଡିତ କରିଛନ୍ତି। ସମ୍ପ୍ରତି ଦେଶରେ ୫୦୦୦ରୁ ଅଧିକ ସେବାରତ ଆଇଏଏସ୍‌ ଅଫିସର ଅଛନ୍ତି। ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବର ମୁଖ୍ୟ କାରଣ ହେଉଛି ଆମ ତଦନ୍ତ ପ୍ରକ୍ରିୟାର ମନ୍ଥରଗତି, ଯାହାଫଳରେ ଗୋଟିଏ ଦୁର୍ନୀତି ମାମଲାର ବିଚାର ଶେଷ ହେବା ପାଇଁ ହାରାହାରି ୮ ବର୍ଷରୁ ଅଧିକ କାଳ ଲାଗିଯାଉଛି। ତେଣୁ ଏହିସବୁ ତଦନ୍ତ ଯେପରି ଦୁଇବର୍ଷ ଭିତରେ ଶେଷ ହୁଏ, ସେଥିପାଇଁ ଆଇନ ପ୍ରଣୟନ ହେବାର ଜରୁରୀ ଆବଶ୍ୟକତା ରହିଛି। ଦିଲ୍ଲୀ ମହଲରେ କେତେକେ ବିଶ୍ୱାସ କରନ୍ତି ଯେ, ଏଥିପାଇଁ ଲୋକପାଳ ଓ ଲୋକାୟୂୁକ୍ତ ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଦରକାର, ଯାହାଫଳରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ ତଦନ୍ତ ଓ ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ଉକ୍ତ ଆଇନ ଲାଗୁ ହୋଇଥିଲେ ହେଁ ଏବଂ ୨୦୧୪ ଜାନୁୟାରୀରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ ଭାଜପା ନେତୃତ୍ୱାଧୀନ ସରକାରର ତିନିବର୍ଷ ଭିତରେ ଏହା ପୂର୍ଣ୍ଣତଃ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏପର୍ଯ୍ୟନ୍ତ ଲୋକପାଳ ପଦବୀଗୁଡ଼ିକ ବି ପୂରଣ ହୋଇପାରି ନାହିଁ। ...

ଆଜିର ଦିନେ ଶିକ୍ଷା ଓ ଶିକ୍ଷକ

ଆଜିର ଦିନେ ଶିକ୍ଷା ଓ ଶିକ୍ଷକ

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛି ଶିକ୍ଷା ଓ ଶିକ୍ଷକ। ଅଧୁନା ପ୍ରଗତିଶୀଳ ସମାଜରେ ଶିକ୍ଷା ଓ ଶିକ୍ଷକ ପରସ୍ପର ନିଜ ସ୍ଥାନରୁ ବିଚ୍ୟୁତ ହେଲାପରି କେଜାଣି କାହିଁକି ମନେହେଉଛି। ଶିକ୍ଷାର ହାର ବଢିବାରେ ଲାଗିଛି। କିନ୍ତୁ କୋଉଠି ଗୋଟେ କେଁ ରହିଯାଉଛି। ଲାଗୁଛି ଶିକ୍ଷା ଓ ଶିକ୍ଷକଙ୍କ ଗତି ଦୁଇ ବିପରୀତ ଦିଗକୁ ଧାବମାନ। କାହାର ଛେଦବିନ୍ଦୁ ନାହିଁ। ଚଳିତ ବ୍ୟବସ୍ଥା ସହିତ ଅବ୍ୟବସ୍ଥା ଏମିତି ମିଶି ରହିଛି ଯେ, ଶିକ୍ଷା ପ୍ରମାଣପତ୍ରକୁ ଯୋଗ୍ୟତାର ମାପକାଠି ବୋଲି ଭାବୁଥିବାବେଳେ ଶିକ୍ଷକ କଥା ନ କହିବା ଭଲ। ତା’ର ଭାବିବା ନ ଭାବିବା ସବୁ ନିରର୍ଥକ। ସରକାରୀ କଳର ଭାରବୁହା ଗଧଟିଏ ସେ। ବିଚରାର ମନ ବୋଲି କିଛି ନାହିଁ। ଯୁଆଡେ ବର୍ଷା ସିଆଡେ ଛତା ନ ଧରିପାରିଲେ ତା’ର ନିସ୍ତାର ନାହିଁ। ନାମଟା ଖାଲି ଶିକ୍ଷକ କିନ୍ତୁ ରୂପ ଅନେକ। ଯାତ୍ରାର ରଙ୍ଗମଞ୍ଚକୁ ସଜେଇ ହୋଇ ତାକୁ ଆସିବାକୁ ପଡେ। ସେ ଏକାଧାରରେ ଭୋଟର ସଂଶୋଧନକାରୀ, ଦାରିଦ୍ର୍ୟ ସୀମାରେଖା ଗଣନାକାରୀ, ଅଣ୍ଡା ହିସାବରକ୍ଷକ, ବିପିଏଲ ଚାଉଳ ହିସାବରକ୍ଷକ, ଘର ତିଆରି କରୁଥିବା କଣ୍ଟ୍ରାକ୍ଟର, ଅଭିଭାବକଙ୍କୁ ନେଇ ଗଠିତ ହେଉଥିବା କମିଟିର ମୁଖ୍ୟ ଓ ଏମିତି ଅନେକ କିଛି ଭୂମିକା ସହ ଶେଷରେ ଜଣେ ଶିକ୍ଷକ। ସେ ପୁଣି ବିଭିନ୍ନ କିସମର- ଯଥା ଗଣଶିକ୍ଷକ, ଶିକ୍ଷା ସହାୟକ, ପାରା ଶିକ୍ଷକ, ତାଲିମପ୍ରାପ୍ତ ଶିକ୍ଷକ, ଅଣତାଲିମପ୍ରାପ୍ତ ଶିକ୍ଷକ, ଜିଲା ପରିଷଦ ଶିକ୍ଷକ, କନିଷ୍ଠ ଶିକ୍ଷକ ଇତ୍ୟାଦି। ଖାଲି ଏତିକି ନୁହଁ, ଏମାନଙ୍କ ପାରିଶ୍ରମିକ ମଧ୍ୟ ଭିନ୍ନ ପ୍ରକାରର। ସ୍ବଳ୍ପ ବେତନରେ ୬ବର୍ଷ କାମ କରିସାରିବା ପରେ ଭାଗ୍ୟ ଭଲ ଥିଲେ ଚାକିରି ନିୟମିତ ହୁଏ। ଯଦି ଭାଗ୍ୟ ବିପରୀତ ଥାଏ, ତା’ହେଲେ ନ୍ୟାୟିକ ବ୍ୟବସ୍ଥା ପଛରେ ଗୋଡାଇ ଗୋଡାଇ ଚପଲ ଘୋରିବା ସାର ହୁଏ। ଆଜିର ପରିବର୍ତ୍ତନଶୀଳ ଯୁଗରେ ବିଚରା ସମସ୍ତଙ୍କ ମାଡ, ଗାଳି ତଥା ସ୍ବଳ୍ପ ବେତନକୁ ପାଥେୟକରି ତା’ର ଜୀବନତରୀକୁ ଆଗକୁ ଗତିଶୀଳ କରିଚାଲେ। ...

ମିଥ୍ୟାପବାଦ

ଆମେ ନିଜେ କ’ଣ କହୁଛୁ, କ’ଣ କରୁଛୁ, କ’ଣ ଭାବୁଛୁ ତର୍ଜମା ନ କରି ଅପରର ଦୋଷ ବାଛିବାରେ ଧୁରନ୍ଧର। ଆଜିର ଯୁଗରେ ଯଦି ଜନମତ ସୃଷ୍ଟି କରିପାରିଲ, ତେବେ ତିନି ତୁଣ୍ଡରେ ଛେଳି କୁକୁର ବୋଲି ପ୍ରମାଣିତ କରିବା କଷ୍ଟସାଧ୍ୟ ନୁହେଁ। ସଜ ଗୋବରର ପବିତ୍ରତା ପ୍ରତି ନାକ ଟେକି ସେଥିରେ ପୋକ ପକାଇବାରେ ଆମେ ସତତ ଚେଷ୍ଟିତ। ମହାମତି ଚାଣକ୍ୟ କହିଛନ୍ତି, ଯିଏ ଅନ୍ୟ ଛିଦ୍ର ଅର୍ଥାତ୍‌ ଦୋଷଦୁର୍ବଳତା ଗୋପନୀୟ ରଖେ ଓ ସଦ୍‌ଗୁଣାବଳୀ ଲୋକରେ ପ୍ରଚାର କରେ ସେ ହିଁ ପ୍ରକୃତ ବନ୍ଧୁ। ଅନ୍ୟର ବ୍ୟସନ ସମୟରେ ତା’ର ଦୋଷସମୂହ ଲୋକଙ୍କଠାରେ ଉପସ୍ଥାପିତ କରି ତାକୁ ତୁଚ୍ଛ ଓ ଉପହସିତ କରି ସେଥିରେ ଆନନ୍ଦିତ ହେବା ସୁଯୋଗକୁ ନିକୃଷ୍ଟ ବ୍ୟକ୍ତିମାନେ ଚାହିଁ ରହିଥାନ୍ତି। ଯିଏ ମହାନ୍‌ ବ୍ୟକ୍ତି, ସେ ଅନ୍ୟର ଅସୁବିଧା ସମୟରେ (ସେ ଶତ୍ରୁ ହେଉ ପଛେ) ତା’ର ଦୁଃଖ ଲାଘବରେ ତତ୍ପର ରହେ। ଦୁଃସ୍ଥ ବ୍ୟକ୍ତିକୁ ଯଥାସାଧ୍ୟ ସାହାଯ୍ୟ କରି ତାକୁ ଉପରକୁ ଉଠାଇବାକୁ ଚେଷ୍ଟା କରେ। ...

ଏଇ ଭାରତରେ

ପୁଅ ପ୍ରତି ମା’ର ମମତା ଅବର୍ଣ୍ଣନୀୟ। ପୁଅ ଦେହରେ ଯେ କୌଣସି ଆଘାତ ମା’ ଅନୁଭବ କରେ। କିନ୍ତୁ ଦୁନିଆରେ ଏମିତି ପୁଅ ଅଛନ୍ତି ଯେଉଁମାନେ ସେହି ମମତାର ଗୁରୁତ୍ୱ ବୁଝନ୍ତି ନାହିଁ। କଷ୍ଟ ସ୍ବୀକାର କରି ଛୋଟରୁ ବଡ କରିଥିବା ମାଆ ଅନେକଙ୍କ ପାଇଁ ଅଲୋଡା ହୋଇଯାଇଛନ୍ତି। ଜୀବନର ଶେଷ ପାହାଚ ସେମାନଙ୍କର ଯନ୍ତ୍ରଣାଦାୟକ ହୋଇଯାଉଛି। ଗୁଜରାଟର ରାଜକୋଟ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ଯାହା କେବଳ ବିସ୍ମୟକର ନୁହେଁ, ଅମାନବୀୟତାର ଜ୍ୱଳନ୍ତ ନିଦର୍ଶନ। ଜଣେ ପୁଅ କିପରି ଏତେ ନିଷ୍ଠୁର ହୋଇପାରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ...

ଆଜିର ଅର୍ଥନୀତି/ଅଧିକରୁ ଅସୁବିଧା

ଆଜିର ଅର୍ଥନୀତି/ଅଧିକରୁ ଅସୁବିଧା

୨୦୧୭ ମସିହା କୃଷିକ୍ଷେତ୍ର ପାଇଁ ଶୁଭଦ ନ ଥିଲା। ଓଡ଼ିଶାର କୃଷକମାନେ ଗତ ଖରିଫ ଋତୁରେ ନାନା ସମସ୍ୟା ଦେଇ ଗତି କରିଥିଲେ। ପ୍ରଥମେ ମୌସୁମୀ ବର୍ଷାର ଅଭାବ ଯୋଗୁ ମରୁଡ଼ି ପରିସ୍ଥିତି ସୃଷ୍ଟିହେଲା। ତା’ପରେ ଚକଡ଼ା ପୋକ ପାଚିଲା ଧାନ ଫସଲକୁ ଉଜାଡ଼ିଦେଲା। ତା’ ସତ୍ତ୍ୱେ ଯେତିକି ବି ଧାନ ଅମଳ ହୋଇଥାନ୍ତା, ସେସବୁ ଅଧିକାଂଶ ଜିଲାରେ ଅଦିନିଆ ବର୍ଷାରେ ଧୋଇ ହୋଇଗଲା। ସରକାର କ୍ଷତିପୂରଣ ଘୋଷଣା କରି କୃଷକମାନଙ୍କ ଦୁଃଖ ଲାଘବ କରିବାକୁ ଚେଷ୍ଟା କରିଛନ୍ତି। ତଥାପି ଫସଲହାନି ଓ ଋଣବୋଝଜନିତ ଦୁଃଖରେ ବହୁ କୃଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଅଧିକ ଧାନ ଅମଳ ହେଉଥିବା ବରଗଡ଼ ଓ ବଲାଙ୍ଗୀର ଜିଲାରେ ଅଧିକ ଆତ୍ମହତ୍ୟା ଘଟଣା ଘଟିଥିବା ବେଳେ ଅନ୍ୟ କେତେକ ଜିଲାରେ ମଧ୍ୟ କୃଷକ ଆତ୍ମହତ୍ୟା କରିଥିବା ରିପୋର୍ଟ ମିଳିଛି। ...

ଓଡ଼ିଆ ଭାଷାର ଖିଆଲି ପ୍ରୟୋଗ

ଓଡ଼ିଆ ଭାଷାର ଖିଆଲି ପ୍ରୟୋଗ

ସମ୍ପ୍ରତି ଓଡ଼ିଆ ଲେଖାରେ ଅସଂଖ୍ୟ ବର୍ଣ୍ଣାଶୁଦ୍ଧି ପରିଲକ୍ଷିତ ହେଉଛି। ହାତ ଗଣତି ଦୁଇ ତିନୋଟି ସାହିତ୍ୟ ପତ୍ରିକାକୁ ଛାଡିେ ଦଲେ ଅନ୍ୟ ସବୁଥିରେ ଶବ୍ଦଗୁଡିକର ତ୍ରୁଟିପୂର୍ଣ୍ଣ ବ୍ୟବହାର ହେବା ସହିତ ଅଶୁଦ୍ଧ ଶବ୍ଦ ମୁଦ୍ରିତ ହେଉଛି। ଫଳରେ ସାମାନ୍ୟ ଜ୍ଞାନ ଥିବା ପାଠକଟିଏ ପଢ଼ିବା ବେଳେ ଅନେକ ସ୍ଥାନରେ ଝୁଣ୍ଟେ। ଓଡ଼ିଆ ଦୈନିକ ଖବରକାଗଜଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୂପ। ଦିନ ଥିଲା ଖବରକାଗଜଗୁଡ଼ିକରେ ଆଦୌ ଭୁଲ ଶବ୍ଦଟିଏ ଦେଖିବାକୁ ମିଳୁ ନ ଥିଲା। ଭାଷାଗତ ଦୃଷ୍ଟିରୁ ଖବରକାଗଜର ଲେଖା ଅନେଶତ ଶତାଂଶ ଶୁଦ୍ଧ ଥାଏ। ମାତ୍ର ଦୁଃଖର ବିଷୟ ଆଜିକାଲି ପ୍ରକାଶ ପାଉଥିବା ଅଧିକାଂଶ ଦୈନିକ ଖବରକାଗଜରେ ଅଜସ୍ର ଭୁଲ ରହୁଛି। ଓଡ଼ିଶାର ପୁରୁଣା ସମ୍ଭ୍ରାନ୍ତ ଖବରକାଗଜଗୁଡିକ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଗୋଟିଏ ଲୋକପ୍ରିୟ ଖବରକାଗଜରେ ଥରେ ଆଖିରେ ପଡିଲା- ”ଦିବଂଗତ ସାହିତ୍ୟ ସାଧକଙ୍କ କୃତୀ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି।“...

 ବାପାଙ୍କ ବିକଳ୍ପ ନାହିଁ

ବାପାଙ୍କ ବିକଳ୍ପ ନାହିଁ

କେଉଁଦିନର ପୁରୁଣା ଖବରକାଗଜ ପୃଷ୍ଠାଟିଏ। ହଠାତ୍‌ ଆଖିରେ ପଡ଼ିଲା ଏକ କବିତା। କୁନି ଝିଅଟିର କଅଁଳ ସ୍ପର୍ଶ। କବିତାଟି ଯେମିତି କମନୀୟ ଥିଲା ସେମିତି କରୁଣ ବି। ଆଖିପତା ଓଦା ହୋଇଯାଇଥିଲା ଓ ବାଧ୍ୟ କରିଥିଲା ବାପାଙ୍କ ସମ୍ବନ୍ଧେ କିଛି ଲେଖିବାକୁ। କବିତାଟି ଲେଖିଥିଲା ଷଷ୍ଠ ଶ୍ରେଣୀର ପିଲାଟିଏ। ଶାସ୍ତ୍ରରେ କୁହାଯାଇଛି- ‘ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ। ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ।ା’ ଅର୍ଥାତ୍‌ ପିତାଙ୍କ ସେବାରେ ହିଁ ପୁଣ୍ୟ ପ୍ରାପ୍ତି। ସ୍ବର୍ଗ ସୁଖ ଲାଭ। ସେଇଠି ସାଇତା ସକଳ ଧର୍ମ, କର୍ମର ସୁଫଳ। ବାପା- ଆମ ବଳ, ଆମ ସମ୍ବଳ। ଆଶା ଆଶ୍ୱାସନାର ଅଳକାନନ୍ଦା। ଆମ ଆସ୍ଥାର ଆବରଣ। ଭରସା, ବିଶ୍ୱାସର ବଡ଼ଦେଉଳ। ଜୀବନ ଜିଇବାର କଳା ଯେ ଶିଖାଇଥାନ୍ତି, ସେ ଆମ ବାପା। ଜୀବନ ଜିଣିବାର ସୂତ୍ର ଯିଏ ଶିଖାଇଥାନ୍ତି ସେ ଆମ ବାପା। ଇନ୍ଦ୍ରଙ୍କ ଉଷ୍ମ ସିଂହାସନଠାରୁ ବି ଶ୍ରେୟସ୍କର ମନେହୁଏ ପିଲାବେଳର ବାପାଙ୍କ କାନ୍ଧ। କାନ୍ଧରେ ବସାଇ ତାରା ମେଳରେ ଯେ ଆମକୁ ହଜାଇ ଦିଅନ୍ତି, ଉନ୍ମୁକ୍ତ ଆକାଶରେ ଉଡ଼ି ବୁଲୁଥିବା ଚଢ଼େଇକୁ ଦେଖାଇ ମନ ଆକାଶରେ ଆମକୁ ଉଡ଼ାଇ ଆମ ମନରେ ଯେ ଅସରନ୍ତି ଆନନ୍ଦ ଭରିଥାନ୍ତି ସେ ଆମ ବାପା। ...

ଏଇ ଭାରତରେ

ଆଜିକାଲିର କିଶୋର ପୀଢି ସମ୍ଭବତଃ କୌଣସି ଧର୍ମୀୟ ଧାରାରେ ବନ୍ଧାହୋଇଯିବା ସପକ୍ଷରେ ନାହାନ୍ତି। ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଯଦି ମିରଟର ମୁସଲମାନ କିଶୋରୀ ଆଲିଆ ଖାଁଙ୍କୁ ଉଦାହରଣ ଭାବେ ନିଆଯାଏ ତେବେ ସେହି କଥା ଜଣାପଡୁଛି। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଆୟୋଜିତ ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଭାଗନେଇ ଆଲିଆ ଦ୍ୱିତୀୟ ସ୍ଥାନ ଅଧିକାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜଣେ ମୁସଲମାନ ଝିଅ କଣ୍ଠରେ ଗୀତାର ଏତେ ସୁନ୍ଦର ଆବୃତ୍ତି ସମସ୍ତଙ୍କୁ ମୋହିତ କରିଥିଲା। ଆଲିଆ ଗୀତା ଆବୃତ୍ତି କରିବା ସକାଶେ ନିଜକୁ ଶ୍ରୀକୃଷ୍ଣ ବେଶରେ ମଧ୍ୟ ସଜାଇଥିଲେ। ଦର୍ଶକ ଓ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଆଲିଆ କିନ୍ତୁ ଦେଓବନ୍ଦ ଦାରୁଲ ଉଲୁମ୍‌ କୋପଦୃଷ୍ଟିର ଶିକାର ହୋଇଛନ୍ତି। ...

ନିରର୍ଥକ ଗବେଷଣା

ନିରର୍ଥକ ଗବେଷଣା

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ସମ୍ଭବତଃ ପୃଥିବୀର ପ୍ରଥମ ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ ଭଗବାନ୍‌ ଶିବଙ୍କ ଦ୍ୱାରା କରାଯାଇଥିଲା। ଶିବଙ୍କ ଶ୍ୱଶୁର ଦକ୍ଷ ଏକ ଯଜ୍ଞର ଆୟୋଜନ କରିଥିଲେ। ସେ ଏହି ଯଜ୍ଞରେ ଶିବଙ୍କୁ ଅପମାନିତ କଲେ। ତାଙ୍କ ଝିଅ ତଥା ଶିବଙ୍କ ପତ୍ନୀ ସତୀ ସ୍ବାମୀଙ୍କ ଅପମାନ ସହି ନ ପାରି ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ। ଏଥିରେ ଶିବ କ୍ରୋଧାନ୍ବିତ ହୋଇ ଦକ୍ଷଙ୍କ ମୁଣ୍ଡ କାଟି ତାଙ୍କୁ ହତ୍ୟା କଲେ। ପରେ ଶାଶୁଙ୍କ ବିନୀତ ପ୍ରାର୍ଥନାରେ ଶିବ ପ୍ରସନ୍ନ ହୋଇ ଦକ୍ଷଙ୍କୁ ବଞ୍ଚାଇଦେବାକୁ ରାଜି ହେଲେ। କିନ୍ତୁ ସେତେବେଳେ ଦକ୍ଷଙ୍କ ମୁଣ୍ଡଟି ନ ମିଳିବାରୁ ସେ ଏକ ଛେଳିମୁଣ୍ଡ ଲଗାଇ ତାଙ୍କୁ ଜୀବନ୍ୟାସ ଦେଲେ। ପରେ ଗଣେଶଙ୍କ କ୍ଷେତ୍ରରେ ଅନୁରୂପ ଘଟଣା ଘଟିଥିଲା। ଶିବ ଏକ ହାତୀଛୁଆର ମୁଣ୍ଡ ଲଗାଇ ଗଣେଶଙ୍କୁ ଜୀବନ୍ୟାସ ଦେଇଥିଲେ। ଗତ ୩୦୦ ବର୍ଷ ହେଲା ଡାକ୍ତରମାନେ ଏ କ୍ଷେତ୍ରରେ ସଫଳତା ପାଇଁ ଚେଷ୍ଟା କରିଆସୁଛନ୍ତି। ଏହାକୁ କୁହାଯାଏ ଜେନୋଟ୍ରାନ୍ସପ୍ଲାଣ୍ଟେଶନ୍‌ ଯେଉଁଥିରେ ମନୁଷ୍ୟେତର ପ୍ରାଣୀର ଅଙ୍ଗ ବା କୋଷକୁ ମଣିଷଠାରେ ପ୍ରତିରୋପଣ କରାଯାଏ। ...

ବୃତ୍ତିଗତ ବିପତ୍ତି

ବୃତ୍ତିଗତ ବିପତ୍ତି

ଡ. ସୁବାସ ଚନ୍ଦ୍ର ପାତ୍ର/ ବେଶ୍‌ ତମତମ ହୋଇ ପଶିଆସିଲେ ଅଧ୍ୟାପକ ଜଣକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ। ”ସାର୍‌, କ୍ଲାସ୍‌ ଭିତରେ ଏବଂ କଲେଜ ପରିସରରେ ଯେଉଁ ପରିବେଶ ସୃଷ୍ଟି ହେଲାଣି, ଲାଗୁଛି ଆଉ ପାଠ ପଢ଼େଇ ହେବନାହିଁ। ଶ୍ରେଣୀ ଭିତରେ ଶୃଙ୍ଖଳା ବାବଦରେ ମୁଁ ସିନା କିଛି କରିବି, କିନ୍ତୁ ଶ୍ରେଣୀ ବାହାର, କଲେଜ ପରିସରର ଯେଉଁ ଅବସ୍ଥା ସେ କ୍ଷେତ୍ରରେ ମୁଁ କ’ଣ କରିପାରିବି?“ ”ଦେଖନ୍ତୁ, ସବୁ କଲେଜରେ ସେଇ ଅବସ୍ଥା। ଏହାକୁ ଆପଣ ‘ବୃତ୍ତିଗତ ବିପତ୍ତି’ (ପ୍ରଫେସନାଲ ହାଜାର୍ଡ) ହିସାବରେ ନେଇପାରନ୍ତି। ସବୁ କଥାରେ ମୋ ପ୍ରକୋଷ୍ଠକୁ ଆସନ୍ତୁ ନାହିଁ। ଆପଣ ମଧ୍ୟ କାଲି ଅଧ୍ୟକ୍ଷ ହେବେ।“...

ଚାଷୀ ମୃତ୍ୟୁର ଶେଷ କାହିଁ

ଚାଷୀ ମୃତ୍ୟୁର ଶେଷ କାହିଁ

ପ୍ରଦୀପ୍ତ ନାୟକ/ ସମ୍ପ୍ରତି ଆତ୍ମହତ୍ୟାଜନିତ ଚାଷୀ ଅପମୃତ୍ୟୁ ଭାରତବର୍ଷର ଗରିମାମୟ ଇତିହାସ ଓ ଶାସନ ବ୍ୟବସ୍ଥା ପ୍ରତି ଚରମ ଉପହାସ। ଏହି ସମସ୍ୟା ଏକ ଦୁରାରୋଗ୍ୟ ବ୍ୟାଧିରେ ପରିଣତ ହେଲାଣି ମାତ୍ର ସରକାରୀସ୍ତରରେ ଏହାକୁ ନେଇ କେବଳ ଭାଷଣବାଜି ଚାଲିଛି। ଦାରିଦ୍ର୍ୟ, କ୍ଷୁଧା ଓ ଅପମୃତ୍ୟୁରେ ଭାରତ ଚରମରେ ପହଞ୍ଚତ୍ଥିବା ବେଳେ ବିକାଶପୁରୁଷ ମୋଦି ଜନଗଣଙ୍କୁ ଅଚ୍ଛେ ଦିନର ସ୍ବପ୍ନ ଦେଖାଇ ଚାଲିଛନ୍ତି। ସରକାରୀ ହିସାବ ଓ ଜାତୀୟ ଅପରାଧ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆର୍‌ବି) ସୂତ୍ରରୁ ଜଣାଯାଇଛି ଯେ, ଦେଶରେ ୨୦୧୪ ମସିହାରେ ଚାଷୀ ଆତ୍ମହତ୍ୟା ୨୬% ବୃଦ୍ଧି ପାଇଛି। ମୋଦି ଶାସନ କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୈତିକ ଦୁଷ୍ପରିସ୍ଥିତି, ଆକାଶଛୁଆଁ ବଜାର ଦର, ବିଭିନ୍ନ ସବ୍‌ସିଡି କାଟ, ମନରେଗା ପାଣ୍ଠିରେ ହ୍ରାସ, ନୂତନ କୃଷି ଋଣ ଯୋଗାଣରେ ଶିଥିଳତା, ପୁରୁଣା କୃଷି ଋଣର ବୋଝ ଇତ୍ୟାଦି ଯୋଗୁ ନିରୀହ ଚାଷୀମାନେ ଜୀବନ ହରାଇ ଚାଲିଛନ୍ତି। ସେହିପରି ୨୦୧୫ରେ ଚାଷୀ ଆମତ୍ହତ୍ୟା ୪୨% ବୃଦ୍ଧି ପାଇଛି। ଦେଶରେ ୨୦୧୪ରେ ୫,୬୫୦ ଓ ୨୦୧୫ରେ ୮,୦୦୭ଜଣ ଚାଷୀ ଆମତ୍ହତ୍ୟା କରିଛନ୍ତି। ଦରିଦ୍ର କୃଷି ଶ୍ରମିକମାନଙ୍କର ଆମତ୍ହତ୍ୟା ବି ମୋଦିଙ୍କ ଶାସନରେ ବଢିଛି।...

ଏଇ ଭାରତରେ

ଏଇ ଭାରତରେ

ଯୌନ ଜୀବନରେ ଶୃଙ୍ଖଳା ରହୁ ନ ଥିବାରୁ କେତେକଙ୍କ ପାରିବାରିକ ଜୀବନ ଦୁର୍ବିଷହ ହୋଇଯାଉଛି। ପରିସ୍ଥିତି ଏଭଳି ହେଉଛି ଯେ ସ୍ବାମୀ ଓ ସ୍ତ୍ରୀ ପରସ୍ପରକୁ ମାରିବାକୁ ପଛାଉ ନାହାନ୍ତି। ଅଧିକାଂଶ ସ୍ଥଳେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ମାରିଦେଉଥିବା ଖବର ମିଳୁଛି। ହେଲେ ଏବେ ଉତ୍ତରପ୍ରଦେଶର ମଥୁରା ଜିଲା ଅନ୍ତର୍ଗତ ଡାହାରୁ ଗ୍ରାମରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି। କାରଣ ସ୍ବାମୀ ତାଙ୍କ ପରକୀୟା ପ୍ରୀତିକୁ ଘୋର ବିରୋଧ କରିଥିଲେ। ସମ୍ପୃକ୍ତା ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରି ଆସୁଥିଲେ। ...

ସମ୍ପାଦକୀୟ/ ଲୋକେ ତାତିଲେ

ସମ୍ପାଦକୀୟ/ ଲୋକେ ତାତିଲେ

ଇରାନରେ ଗତ ଗୁରୁବାର (୨୮ା୧୨ା୨୦୧୭)ଠାରୁ ମୁଣ୍ଡ ଟେକିଛି ସରକାର ବିରୋଧୀ ଆନ୍ଦୋଳନ। ରାଷ୍ଟ୍ରପତି ହାସନ ରୌହାନିଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ବିରୋଧରେ ହିଂସାତ୍ମକ ଆନ୍ଦୋଳନ ପନ୍ଥା ବାଛି ନେଇଛନ୍ତି ଦେଶର ସାଧାରଣ ଜନତା। ରୌହାନି ୨୦୧୩ରେ କ୍ଷମତାକୁ ଆସି ବ୍ୟାପକ ଅର୍ଥନୈତିକ ସଂସ୍କାରର ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କର ଏହି ପ୍ରତିଶ୍ରୁତି ପ୍ରତି ଦେଶର ସର୍ବୋଚ୍ଚ ଧର୍ମୀୟ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନୀଙ୍କର ମଧ୍ୟ ସମର୍ଥନ ଥିଲା। ଇତିମଧ୍ୟରେ ୪ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରକାରଙ୍କର କୌଣସି ଗୋଟିଏ ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ବେକାରି ସମସ୍ୟା ସାଧାରଣ ଜନତାଙ୍କୁ ଅତିଷ୍ଠ କରିବାରୁ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସରକାରୀ ଚେତାବନୀ ଏବଂ ରିପବ୍ଲିକାନ୍‌ ଗାର୍ଡର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଆନ୍ଦୋଳନ ଥମୁନାହିଁ। ଇତିମଧ୍ୟରେ ବିକ୍ଷୋଭଜନିତ ସଂଘର୍ଷରେ ୧୨ ଜଣଙ୍କର ପ୍ରାଣହାନି ଘଟିଲାଣି। ୨୦୦୯ରେ ଇରାନରେ ଅନୁରୂପ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହାର ୮ବର୍ଷ ପରେ ଜନତା ପୁନର୍ବାର ଜାଗିଛନ୍ତି। ବିକ୍ଷୋଭ କାରଣରୁ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ ହେଉଛି। ବିକ୍ଷୋଭକାରୀମାନେ ୨୦୧୭ ମେ’ରେ ପୁନଃ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ରୌହାନିଙ୍କର ଇସ୍ତଫା ଦାବି କରୁଛନ୍ତି।...

ପ୍ରଦୂଷଣରେ ପଥହରା ପୃଥିବୀ

ପ୍ରଦୂଷଣରେ ପଥହରା ପୃଥିବୀ

ପ୍ରଦୂଷଣ ପରିବେଶକୁ ସଙ୍କଟମୟ କରିବା ସହ ମାନବ ଜୀବନକୁ ଗଭୀରଭାବେ ପ୍ରଭାବିତ କରିଛି। ଆଧୁନିକ ଜୀବନଶୈଳୀ ଓ ବ୍ୟାପକ ସୁଯୋଗର ଅବକାଶ ମଣିଷକୁ ଭ୍ରମିତ କରି ପ୍ରଦୂଷଣ ସୃଷ୍ଟିରେ ସହାୟକ ହୋଇଛି। ପ୍ରଥମେ ଜଳ ପ୍ରଦୂଷଣ କଥା ଚିନ୍ତା କରିବା। ପୃଥିବୀ ଆୟତନର ପ୍ରାୟ ତିନି ଚତୁର୍ଥାଂଶ ଜଳବେଷ୍ଟିତ। ବିଶାଳ ଜଳରାଶିର ମାତ୍ର ତିନି ପ୍ରତିଶତ ମଧୁର ଜଳ, ଯାହା ନଦୀ, ନାଳ, କୂପ, ପୁଷ୍କରିଣୀ ଓ ବରଫ ରୂପେ ଗଚ୍ଛିତ ଅଛି। ମଧୁର ଜଳର ମାତ୍ର ୦.୩ ପ୍ରତିଶତ ମନୁଷ୍ୟ ପାନୀୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବ୍ୟବହାର କରୁଛି। ଇତିହାସର ପ୍ରାକ୍‌କାଳରୁ ନଦୀକୂଳରେ ଗଢିଉଠିଥିଲା ବିଭିନ୍ନ ସଭ୍ୟତା। ନଦୀଜଳକୁ ପାନୀୟ ତଥା କୃଷି କାର୍ଯ୍ୟରେ ଉପଯୋଗ କରି ମନୁଷ୍ୟ ନିଜ ଆବଶ୍ୟକତା ପୂରଣ କରୁଥିଲା। ଆଧୁନିକ ଯୁଗରେ ଜଳର ସୁଲଭତା ଯୋଗୁ ନଦୀ ଅବବାହିକାରେ ଗଢିଉଠିଲା ଶିଳ୍ପ କାରଖାନା ଓ ସହରୀ ସଭ୍ୟତା।...

ପ୍ରଗତି ପଥେ ପାରାଦୀପ ବନ୍ଦର

ପ୍ରଗତି ପଥେ ପାରାଦୀପ ବନ୍ଦର

ପାରାଦୀପ ଓଡ଼ିଶାର ବନ୍ଦର ନଗରୀ ଭାବେ ପରିଚିତ। ଦେଶର ବୃହତ୍‌ ବନ୍ଦରଗୁଡିକ ସହରଭିତ୍ତିକ ହୋଇଥିବାବେଳେ ପାରାଦୀପ ସହର ହେଉଛି ବନ୍ଦରଭିତ୍ତିକ। ଜନମାନବଶୂନ୍ୟ ଲୁଣା ଝାଡ଼ଜଙ୍ଗଲ ମଧ୍ୟରେ ଅପ୍ରତ୍ୟାଶିତ ଭାବେ ଆତ୍ମପ୍ରକାଶ କରି ସମ୍ପ୍ରତି ଅନ୍ତର୍ଜାତୀୟ ଶିଳ୍ପବାଣିଜ୍ୟ ସହର ଭାବେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସୁଦୃଢ ଭିତ୍ତିଭୂମି, ସମୃଦ୍ଧ ଆଭ୍ୟନ୍ତରୀଣ ଅଞ୍ଚଳ, ସ୍ବଳ୍ପ ମୂଲ୍ୟଯୁକ୍ତ ମାନବସମ୍ବଳ ଏବଂ ସଡକ, ରେଳପଥର ସଂଯୋଗୀକରଣ ଯୋଗୁ ଦ୍ରୁତତମ ଆର୍ଥିକ ପ୍ରଗତିଶୀଳ ସହର ଭାବେ ପ୍ରତିଷ୍ଠିତ ହେବା ସହିତ ପୁ୍‌ଞ୍ଜିନିବେଶ ନିମନ୍ତେ ଦେଶ ବିଦେଶର ଉଦ୍ୟୋଗପତିମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ...

ଏଇ ଭାରତରେ

ହାତୀ-ମଣିଷ ସଂଘର୍ଷ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ତା’ର ବାସସ୍ଥଳୀ ଭିତରକୁ ମଣିଷର ଅବାଧ ପ୍ରବେଶ ତାକୁ ଜନବସତିମୁହଁା କରାଉଛି। ଲୋକେ ଯେତେବେଳେ ଏହି ବିରାଟକାୟ ଜନ୍ତୁକୁ ଦେଖିଦେଉଛନ୍ତି ତତ୍‌କ୍ଷଣାତ୍‌ ଘଉଡ଼ାଇବା ଆରମ୍ଭ କରୁଛନ୍ତି। ହେଲେ ଅନେକ ସମୟରେ ହାତୀ ତଡ଼ିବା ବେଳେ ଅଘଟଣ ଘଟୁଥିବା ଖବର ମିଳୁଛି। ନିକଟରେ ବାଙ୍ଗାଲୋର ନିକଟବର୍ତ୍ତୀ ଗ୍ରାମ ନିକଟରେ ଅସ୍ବାଭାବିକ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି।

ସମ୍ପାଦକୀୟ/ ତ୍ରୁଟି ଘୋଡ଼ାଇବା

ସମ୍ପାଦକୀୟ/ ତ୍ରୁଟି ଘୋଡ଼ାଇବା

ବମ୍ବେର କମଳା ମିଲ୍ସ ପରିସରସ୍ଥିତ ‘ଓ୍ବାନ୍‌ ଏବଭ୍‌’ ରେଷ୍ଟୁରାଣ୍ଟ ଅଗ୍ନିକାଣ୍ଡ ଘଟଣାରେ ଏହାର ଦୁଇ ଜଣ ମ୍ୟାନେଜରଙ୍କୁ ବମ୍ବେ ପୋଲିସ ୧ ଜାନୁୟାରୀ, ୨୦୧୮ରେ ଗିରଫ କରିଛି। ଏମାନେ ଘଟଣା ସମୟରେ ପବ୍‌ରେ ଉପସ୍ଥିତ ଥିଲେ ମଧ୍ୟ ସାହାଯ୍ୟର କୌଣସି ହାତ ନ ବଢ଼ାଇ ସେଠାରୁ ପଳାଇ ଯାଇଥିବା ପୋଲିସ କହିଛି। ଉଲ୍ଲେଖ କରାଯାଇପାରେ ଯେ, ୨୯ ଡିସେମ୍ବର ୨୦୧୭ରେ ଘଟିଥିବା ଉକ୍ତ ଅଗ୍ନିକାଣ୍ଡରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣାର ଗମ୍ଭୀରତାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ୫ ଜଣ ପୌରପାଳିକା ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଦେଖିବାକୁ ଗଲେ ଅଘଟଣ ପରେ ଏଭଳି ଲୋକଦେଖାଣିଆ ପଦକ୍ଷେପ ନିଆଯିବା ଭାରତରେ ନୂଆ ନୁହେଁ। ଜନସାଧାରଣଙ୍କ ମାନସପଟରେ କିଛିକ୍ଷଣ ପାଇଁ ତାଜା ରହିଥିବା ଏପରି ଘଟଣାକୁ ଘୋଡ଼ାଇବା ପାଇଁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ବୋଲି ଶାସକଙ୍କଠାରୁ ଆରମ୍ଭ କରି ପ୍ରଶାସନ ଓ ପୋଲିସ ସମସ୍ତେ ଧରି ନେଇଗଲେଣି। ଏସବୁକୁ ଦୀର୍ଘକାଳ ଦେଖିବା ପରେ ଆଇନ ଉଲ୍ଲଂଘନକାରୀମାନେ ସରକାରୀ କାର୍ଯ୍ୟାନୁଷ୍ଠାନକୁ ଭୟ କରିବା ଛାଡ଼ିଦେଲେଣି। କେବଳ ସେତିକି ନୁହେଁ, ୩୦ ଜଣଙ୍କ ମୃତ୍ୟୁ ଘଟିଥିଲେ ସେହି ସଂଖ୍ୟାକୁ ହ୍ରାସ କରି ଅସତ୍ୟ କହିବାର ଭାରତୀୟ ଚରିତ୍ରକୁ ଭଲ ଭାବେ ବୁଝି ଅପରାଧୀମାନେ ତଦନୁଯାୟୀ କାର୍ଯ୍ୟ କରୁଛନ୍ତି। ଏଭଳି ମୃତ୍ୟୁସଂଖ୍ୟା ଘଟାଇବା ପଛରେ ବିଦେଶୀ ଶାସକଙ୍କର ସ୍ବାର୍ଥ ରହୁଥିଲା। ଶାସିତ ପ୍ରଜା ସତ୍ୟ ଜାଣିଲେ ବିଦେଶୀଙ୍କର ସମସ୍ୟା ବୃଦ୍ଧି ପାଇବ ବୋଲି ଅସତ୍ୟର ଆଶ୍ରୟ ନିଆଯାଉଥିଲା। ଗୋରା ଯାଇ କଳା ଲୋକ ଆସିବା ସତ୍ତ୍ୱେ ଏହି ମାନସିକତାରେ ପରିବର୍ତ୍ତନ ଘଟି ନାହିଁ। ଟ୍ରେନ୍‌ ଦୁର୍ଘଟଣାଠାରୁ ଆରମ୍ଭ କରି ଅଗ୍ନିକାଣ୍ଡରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟାର ବାସ୍ତବ ଆକଳନ କେବେହେଲେ ଆଜି ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଜଣାଇ ଦିଆଯାଉନାହିଁ। କୁହାଯାଏ ଏହା ପଛରେ କ୍ଷତିପୂରଣ ନ ଦେବାର ମୂଳ ଲକ୍ଷ୍ୟ। ଅପରପଟେ ନିଜ ସରକାର ଯଦି ନାଗରିକଙ୍କ କ୍ଷତିକୁ ପୂରଣ ନ କରେ, ତେବେ କରିବ କିଏ?...