ସମ୍ପାଦକୀୟ

ବିବେକାନନ୍ଦ ଏକ ଆହ୍ବାନ

ବିବେକାନନ୍ଦ ଏକ ଆହ୍ବାନ

ସୁଧିରାଜ ରାଉତ/ କିଏ ଏହି ବିବେକାନନ୍ଦ? ଜଣେ ବିପ୍ଳବୀ ସନ୍ନ୍ୟାସୀ, ଜଣେ ମହାନ୍‌ ଶିଷ୍ୟ, ଜଣେ ସର୍ବାଧୁନିକ ଗୁରୁ, ଜଣେ ପ୍ରଚଣ୍ଡ ଦେଶପ୍ରେମୀ, ଜଣେ ମା’ର, ପରିବାରର ଯୋଗ୍ୟ ପୁତ୍ର, ଜଣେ ଦକ୍ଷ ସମାଜ ସଂସ୍କାରକ, ଜଣେ ମହାନ୍‌ ବିଶ୍ୱପ୍ରେମିକ... ଏ ତାଲିକା ବହୁ ଦୀର୍ଘ ହେବ। କିନ୍ତୁ କିଏ ଏହି ବିବେକାନନ୍ଦ ପ୍ରକାଶ କରିବା ତଥାପି ଅସମ୍ପୂର୍ଣ୍ଣ ରହିବ, ଯାହାଙ୍କ ସହ ପ୍ରଥମ ଦେଖାରେ ଦିବ୍ୟଗୁରୁ ଶ୍ରୀରାମକୃଷ୍ଣ କହୁଛନ୍ତି, ଦିନ ଦିନ ଧରି ତୋ ଆସିବା ବାଟକୁ ମୁଁ ଚାହିଁଛି। ବିଷୟୀ ଲୋକଙ୍କ ସହ କଥା ହୋଇ ହୋଇ ପାଟିଟା ପଡିଗଲାଣି, ଆଜିଠାରୁ ତୋ ପରି ତ୍ୟାଗୀ ସହ କଥା ହୋଇ ଶାନ୍ତି ପାଇବି। ଅନେକଥର ଶ୍ରୀରାମକୃଷ୍ଣ ଏହା କହିଛନ୍ତି, ନରେନେର ନିନ୍ଦା ଶିବେର ନିନ୍ଦା, ନରେନ ସାକ୍ଷାତ୍‌ ଈଶ୍ୱର...। ଏହି ବିବେକାନନ୍ଦ କିଏ କହିବାକୁ ଯାଇ ଋଷିଶ୍ରେଷ୍ଠ ଶ୍ରୀଅରବିନ୍ଦ କହନ୍ତି, ଭାରତର ପ୍ରାଣପୁରୁଷ ବୋଲି ଯଦି କାହାରିକୁ ସ୍ବୀକାର କରିବାକୁ ହେବ ତେବେ ସେ କେବଳ ବିବେକାନନ୍ଦ, ନରକେଶରୀ ବିବେକାନନ୍ଦ। ମହାତ୍ମା ଗାନ୍ଧୀ କହନ୍ତି, ତାଙ୍କ ରଚନାବଳୀକୁ ଅଭିନିବେଶ ସହକାରେ ଅଧ୍ୟୟନ କରିବା ପରେ ମୋର ସ୍ବଦେଶପ୍ରେମ ସହସ୍ରଗୁଣ ବର୍ଦ୍ଧିତ ହୋଇଛି। ସୁଭାଷଚନ୍ଦ୍ର ବୋଷ କହନ୍ତି, ମୁଁ କହିବି ଆଧୁନିକ ଭାରତ ତାଙ୍କର ସୃଷ୍ଟି। ଆନିବେସାନ୍ତ ଲେଖିଛନ୍ତି, ବିଶ୍ୱଧର୍ମ ସମ୍ମିଳନୀରେ ସେ ଠିଆ ହେଲେ ଏବଂ କହିଲେ, ଭାରତବର୍ଷ ବିଶ୍ୱ ବିଜୟ କଲା ତା’ ନିଜସ୍ବ ଶୈଳୀରେ। ଆଧୁନିକ ଭାରତବର୍ଷରେ ଯେତିକି ମହାନାୟକ, ମହାନ ନେତା ସୃଷ୍ଟି ହୋଇଛନ୍ତି ସମସ୍ତେ ମୁକ୍ତକଣ୍ଠରେ ଏହା ଘୋଷଣା କରିଛନ୍ତି, ସ୍ବାମୀ ବିବେକାନନ୍ଦ ସେମାନଙ୍କ ପାଇଁ ପ୍ରେରଣାର ମହାସ୍ରୋତ। ଏ ସବୁକୁ ଗୋଟିଏ ପାର୍ଶ୍ୱରେ ରଖିଦେଇ, ଆମେ ଯଦି ଆଉ ଏକ ପାର୍ଶ୍ୱକୁ ବିଚାରକୁ ନେବା- କୁହ ଦେଖି ବିବେକାନନ୍ଦ ଏକ ଶବ୍ଦ ଛଡା ବର୍ତ୍ତମାନ ଭାରତବର୍ଷରେ ତାଙ୍କର ସ୍ଥିତି କ’ଣ? ତାଙ୍କର ପରିଚୟ କ’ଣ? ...

ବୁଦ୍ଧଙ୍କ ହାତର ଠାଣିି

ବୁଦ୍ଧଙ୍କ ହାତର ଠାଣିି

ଦେବଦତ୍ତ ପଟ୍ଟନାୟକ/ ବୌଦ୍ଧଧର୍ମର ଆଦ୍ୟକାଳରେ ଏକ ପ୍ରତୀକ ବୁଦ୍ଧଙ୍କ ପ୍ରତିନିଧିତ୍ୱ କରୁଥିଲା। ତାହା ହେଉଛି ଗୋଟିଏ ପାଦଚିହ୍ନ ବା ଚକ୍ର ବା ପାତ୍ର ବା ଗଛ। ପରେ ୨୦୦୦ ବର୍ଷରୁ କମ୍‌ ସମୟ ପୂର୍ବେ ଆମେ ଗାନ୍ଧାର ଅଞ୍ଚଳ (ଆଧୁନିକ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ଅନ୍ତର୍ଗତ)ରେ ବୁଦ୍ଧଙ୍କ ପ୍ରାଚୀନ ମୂର୍ତ୍ତିକୁ ଏକ ଗ୍ରୀକ୍‌ ଦେବତା ଭାବେ ଦେଖିବାକୁ ପାଇଲୁ। ସେହି ସମୟରେ ମଥୁରା ଚତୁଃପାର୍ଶ୍ୱସ୍ଥ ଗାଙ୍ଗେୟ ସମତଳ ଅଞ୍ଚଳରେ ଲାଲ୍‌ ପ୍ରସ୍ତରରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସବୁ ଦେଖିବାକୁ ମିଳିଲା। ଗାନ୍ଧାର ବୁଦ୍ଧଙ୍କ କାନ୍ଧ କପଡ଼ାରେ ଆବୃତ୍ତ ହୋଇଥିବା ବେଳେ ମଥୁରାର ବୁଦ୍ଧଙ୍କ ବାମ କାନ୍ଧରେ ବ୍ରାହ୍ମଣଙ୍କ ପଇତା ପରି ଏକ ଉତ୍ତରୀୟ ଲମ୍ବିବାର ଦେଖାଗଲା। ମଥୁରାର ବୁଦ୍ଧ ଏକ ପଦ୍ମଫୁଲ ଉପରେ ବସିଥିବା ବେଳେ ତାଙ୍କ ପଛରେ ଏକ ସାପ ଦୃଶ୍ୟମାନ ହୋଇଥାଏ। ...

ଏଇ ଭାରତରେ

ଭାରତରେ ଘରୋଇ ହିଂସା ଅତି ସହଜରେ ଲୋକଙ୍କ ଜୀବନ ନେଇଯାଉଛି। ସହନଶୀଳତା ବଜାୟ ରହିଲେ ପରିବାରରେ କଳି କମିପାରନ୍ତା। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ରହୁଥିବାରୁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଉତ୍ତରପ୍ରଦେଶ ଫରିଦାବାଦ ଅଞ୍ଚଳରେ ଏପରି ଏକ ଘଟଣା ଘଟିଥିବା ଜଣାପଡ଼ିଛି। ଉତ୍ତର-କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ କୋସିକାଲାନ ଷ୍ଟେଶନ ନିକଟରେ ଜଣେ ମହିଳା ତାଙ୍କ ଝିଅ ଓ ପୁତୁରା ସହ ନିଜାମୁଦ୍ଦିନ୍‌ ମଦୁରାଇ ଏକ୍ସପ୍ରେସ ଟ୍ରେନ୍‌ ଆଗକୁ ଡେଇଁପଡ଼ିବାରୁ ସମସ୍ତଙ୍କ ପ୍ରାଣହାନି ଘଟିଛି। ...

ଆମିଷ ଔଷଧ

ଆମିଷ ଔଷଧ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ସମସ୍ତ ପ୍ରାଣୀ ଜୀବସାର ଓ ଦରକାରୀ ସୂକ୍ଷ୍ମପୋଷକ ଆବଶ୍ୟକ କରନ୍ତି, ଯାହା ଖାଦ୍ୟରୁ ମିଳେ। ଆପଣ ଯଦି ସୁସ୍ଥ ସବଳ ଅଛନ୍ତି, ତେବେ ଅଧିକ ଭିଟାମିନ୍‌ ଖାଇଲେ କିଛି ଲାଭ ମିଳି ନ ଥାଏ। କିନ୍ତୁ ଯଦି କୌଣସି ଭିଟାମିନ୍‌ର ଅଭାବ ରହିଥାଏ, ତେବେ ଡାକ୍ତରଙ୍କ ପରାମର୍ଶରେ ସେହି ଭିଟାମିନ୍‌ ଔଷଧ ଖାଇଲେ ଆପଣଙ୍କର କୋଷ ଓ ପେଶୀଗୁଡ଼ିକ ଭଲଭାବରେ ବଢ଼ନ୍ତି। ଭିଟାମିନ୍‌ ଶରୀରରେ କେତେକ ରାସାୟନିକ ପ୍ରକ୍ରିୟାକୁ ସୁଚାରୁରୂପେ ଚାଲିବାରେ ସହାୟକ ହୁଏ, ଯାହା ଚର୍ମ, ଅସ୍ଥି, ମାଂସପେଶୀ ଓ ଅନ୍ୟ ଜିନିଷ ଉତ୍ପନ୍ନ କରେ। ଯଦି ଆପଣଙ୍କ ଶରୀରରେ ଏକ ବା ଏକାଧିକ ପୋଷକ ତତ୍ତ୍ୱର ଘୋର ଅଭାବ ଦେଖାଯାଏ, ତେବେ ଆପଣ ତଜ୍ଜନିତ ରୋଗର ଶିକାର ହୁଅନ୍ତି। ଏପରି କି କୌଣସି ପୋଷକ ତତ୍ତ୍ୱର ଅଳ୍ପ ଅଭାବ ମଧ୍ୟ ସ୍ଥାୟୀ କ୍ଷତି ସାଧନ କରିପାରେ। ଭିଟାମିନ୍‌ ଅଭାବଜନିତ କେତେକ ସାଧାରଣ ରୋଗ ହେଉଛି: ବେରିବେରି, ପେଲେଗ୍ରା, ସ୍କର୍ଭି ଓ ରିକେଟ୍‌ସ। ୧୯୧୦ ମସିହାରେ ଜାପାନୀ ବୈଜ୍ଞାନିକ ଉମାଟାରୋ ସୁଜୁକି ଭିଟାମିନ୍‌ ବି-୧ (ଥାୟାମିନ୍‌) ଆବିଷ୍କାର କରିଥିଲେ, ଯାହାର ଖାଦ୍ୟ ଉତ୍ସ ହେଉଛି କାଣ୍ଡିଆ କୁଣ୍ଡା। ୧୯୧୩ ମସିହାରେ ଭିଟାମିନ୍‌ ଏ (ରେଟିନୋଲ୍‌) ଆବିଷ୍କୃତ ହେଲା, ଯାହାର ଖାଦ୍ୟ ଉତ୍ସ ହେଉଛି କଡ୍‌ ମାଛର ତେଲ। ୧୯୨୦ରୁ ୧୯୪୮ ମଧ୍ୟରେ ଅନ୍ୟ ସବୁ ଭିଟାମିନ୍‌ ଆବିଷ୍କୃତ ହେଲା। ଶେଷ ଆବିଷ୍କୃତ ଭିଟାମିନ୍‌ ହେଉଛି ଭିଟାମିନ୍‌ ବି-୧୨ (କୋବାଲାମିନ୍‌), ଯାହାର ଖାଦ୍ୟ ଉତ୍ସ ହେଉଛି କଲିଜା, ଅଣ୍ଡା ଓ ଅନ୍ୟ ପ୍ରାଣିଜ ଉପାଦାନ। ...

ଜଣେ ଝାଡୁଦାରଙ୍କ କାହାଣୀ

ଜଣେ ଝାଡୁଦାରଙ୍କ କାହାଣୀ

ଅରୁଣ କୁମାର ପଣ୍ଡା/ ସକାଳ ସାଢେ ୫ଟା ବେଳେ ପ୍ରାତଃଭ୍ରମଣକୁ ଯିବା ପାଇଁ ଗୋଡ଼ କାଢ଼ିବା ମାତ୍ରେ ମୁଁ ଯାହାକୁ ପ୍ରଥମେ ଦର୍ଶନ କରେ, ସେ ହେଉଛି ମ୍ୟୁନିସିପାଲିଟିର ଝାଡୁଦାର ପଦ୍ମା (ଛଦ୍ମନାମ)। ସେ ଭୋର ୫ଟା ବେଳୁ ତା’ ଡ୍ୟୁଟିକୁ ଆସିଥାଏ ଏବଂ ଦିନ ୧୨ଟା ପର୍ଯ୍ୟନ୍ତ ରାସ୍ତାରେ ଝାଡୁ ମାରିବାଠାରୁ ଆରମ୍ଭ କରି ଅଳିଆ ସଫା କରିବା କାମ ନିରବଚ୍ଛିନ୍ନ ଭାବରେ ବର୍ଷ ବର୍ଷ ଧରି କରିଆସୁଛି। ଭୋର ୫ଟାରେ କାମରେ ଯୋଗଦେବା ପାଇଁ ତାକୁ ରାତି ସାଢେ ୩ଟାରେ ଉଠିବାକୁ ପଡେ। ନିତ୍ୟକର୍ମ ସାରି ୩ କିଲୋମିଟର ଚାଲିଚାଲି ଆସି ସେ କାମରେ ଯୋଗଦିଏ। ଖତରା ହୋଇ ଚକା ଜାମ୍‌ ହୋଇଥିବା ଏକ ମଇଳାବୁହା ଠେଲାଗାଡି ଧରି ପଦ୍ମା ଏହି ପରିଣତ ବୟସରେ ବଡ଼ କଷ୍ଟରେ ତାକୁ ଠେଲି ଠେଲି ଓ୍ବାର୍ଡର ଦ୍ୱାର ଦ୍ୱାର ବୁଲେ, ହୁଇସିଲ୍‌ ବଜାଇ ତା’ର ଆଗମନର ସୂଚନା ଦିଏ। କୌଣସି କାରଣରୁ ଯଦି ଗୋଟିଏ ଦିନ କାମରେ ଅନୁପସ୍ଥିତ ରହିଲା ତେବେ ସେ ଦିନର ଦରମା ବନ୍ଦ। ଯେତେଦିନ କାମ କରିବ ସେତେଦିନର ଦରମା ପାଇବ। କାରଣ ସେ କଟକ ପୌର ନିଗମ ପାଇଁ ଗାର୍ବେଜ ସଫେଇ ଠିକା ନେଇଥିବା ଏକ କମ୍ପାନୀର ଠିକା କର୍ମଚାରୀ। ସରକାରୀ ନିୟମ ଅନୁସାରେ ତାକୁ ଦୈନିକ ମଜୁରି ମିଳେନାହିଁ। ସର୍ବନିମ୍ନ ମଜୁରି ପାଇଁ ସତେଯେପରି ତା’ର ଯୋଗ୍ୟତା ନାହିଁ। ଦଶବର୍ଷ ହେଲା ମୁଁ ତାକୁ ଦେଖୁଛି, ସୂର୍ଯ୍ୟଙ୍କ ପରି ତା’ର ଉଦୟ ଏବଂ ଅସ୍ତ ବିଲ୍‌କୁଲ୍‌ ନିୟମିତ।...

ବିକଳ୍ପ ପାରମ୍ପରିକ ଚାଷ

ବିକଳ୍ପ ପାରମ୍ପରିକ ଚାଷ

ବିଚିତ୍ର ବିଶ୍ୱାଳ/ ଭୋକ ଦୂର କରିବା ପାଇଁ ଖାଦ୍ୟ ଆବଶ୍ୟକ ଓ ଖାଦ୍ୟ ପାଇଁ ମଣିଷ ଚାଷ ଉପରେ ନିର୍ଭର କରିଥାଏ। କିନ୍ତୁ ସେହି ଚାଷ ବ୍ୟବସ୍ଥା ଯଦି ନିଜେ ଅଧିକ ଭୋକିଲା ସାବ୍ୟସ୍ତ ହୁଏ, ତା’ହେଲେ ତାହା ମଣିଷର ଭୋକ ଦୂର କରିପାରିବ କି? ଆଧୁନିକ ଚାଷ ବ୍ୟବସ୍ଥାର ଅବସ୍ଥା ସେହିପରି ହୋଇଛି। ଅର୍ଥାତ୍‌ ଆଜିର ଚାଷ ବ୍ୟବସ୍ଥାରେ ଅଧିକରୁ ଅଧିକ ନିବେଶ (ଇନ୍‌ପୁଟ୍‌) ଆବଶ୍ୟକ ହେଉଛି। ସେହି ନିବେଶକୁ ପୂରଣ କରି କରି ଚାଷୀଟିଏ ଚାଷ ପାଇଁ ଅଧିକ ଖର୍ଚ୍ଚାନ୍ତ ହେଉଛି। ସେଥିରୁ ଯାହା ଅମଳ ମିଳୁଛି, ତାହା ଚାଷୀର ନିବେଶ ତୁଳନାରେ କମ୍‌ ପଡୁଛି। ଚାଷ ଆରମ୍ଭରୁ ଶେଷ ଯାଏ ସେଥିରେ ଏତେ ପରିମାଣରେ ବାହ୍ୟ ନିବେଶ କରିବାକୁ ପଡୁଛି ଯେ, ଚାଷୀଟିଏ ବାଧ୍ୟହୋଇ ଋଣଗ୍ରସ୍ତ ହୋଇଯାଉଛି। ...

ଏଇ ଭାରତରେ

ଅଧୁନା ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ ଭଳି ସାମାଜିକ ଗଣମାଧ୍ୟମ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି। ତେବେ ଏଗୁଡିକୁ ବ୍ୟବହାର କରୁଥିବା କନ୍ୟା ଲୋଡାନାହିଁ ବୋଲି ‘ପରିଣୟ ବିଜ୍ଞାପନ’ରେ ଦର୍ଶାଯାଉଛି। ପଶ୍ଚିମବଙ୍ଗରୁ ପ୍ରକାଶ ପାଉଥିବା ଏଭଳି ବିଜ୍ଞାପନରେ ମାତାପିତା ନିଜ ପୁଅ ପାଇଁ ସାମାଜିକ ଗଣମାଧ୍ୟମ ଆସକ୍ତ ଝିଅମାନଙ୍କୁ ବୋହୂ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନାକରିଦେଇଛନ୍ତି। ସେମାନଙ୍କ ବିଜ୍ଞାପନ ହେଉଛି-”ଆମ ପୁଅ ଜଣେ ସରକାରୀ କର୍ମଚାରୀ। ତାକୁ ବାହାଦେବା ପାଇଁ ଆମେ ଯେଉଁ ଝିଅ ଖୋଜୁଛୁ ସେ ୧୮ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ। ଶିକ୍ଷାଗତ ଯୋଗ୍ୟତା ଉଚ୍ଚମାଧ୍ୟମିକ ହେଲେ ଚଳିବ। କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ହେଉଛି ଝିଅଟି ଫେସ୍‌ବୁକ୍‌ ଅଥବା ହ୍ବାଟ୍ସଆପ୍‌ ଭଳି ଗଣମାଧ୍ୟମ ବ୍ୟବହାର କରୁ ନ ଥିବ।“ ଏଥିନେଇ ବିଜ୍ଞାପନ ଶିଳ୍ପ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ...

ସମ୍ପାଦକୀୟ/ ଦଫା ୩୭୭

ସମ୍ପାଦକୀୟ/ ଦଫା ୩୭୭

ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ଅନେକ ମଣିଷଙ୍କ ମନରେ ଏବେ ପୁରୁଣାକାଳିଆ ବିଶ୍ୱାସ ବସାବାନ୍ଧି ରହିଛି। ସମାଜ ବଦଳୁଛି, ପ୍ରକୃତିରେ ପରିବର୍ତ୍ତନ ଆସୁଛି, ମଣିଷର ଚିନ୍ତାଧାରା, ଚାଲିଚଳଣ ବଦଳିଲାଣି, କିନ୍ତୁ ଅନେକ କ୍ଷେତ୍ରରେ ଦେଶର ଆଇନ ବ୍ୟବସ୍ଥା ଏ ପଯର୍‌ୟନ୍ତ ନୂଆ ଧାରାରେ ପଡିପାରି ନାହିଁ। ଭାରତରେ ସରକାର ଚଳାଉଥିବା ଓ ନ୍ୟାୟିକ ବ୍ୟବସ୍ଥାରେ ରହିଆସିଥିବା ପୁରୁଣା ଚିନ୍ତାଧାରାର କେତେକ ମହିଳା ପୁରୁଷ ସମୟ ଅନୁଯାୟୀ ପରିବର୍ତ୍ତନକୁ ସ୍ବୀକାର କରିପାରୁନାହାନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଦଫା ୩୭୭କୁ ଦେଖିଲେ ସେହି କଥା ମନକୁ ଆସୁଛି। ୧୮୬୧ ମସିହାରେ ବ୍ରିଟିଶ ଶାସନ କାଳରେ ଆଇପିସିରେ ଏହି ଦଫା ଅନ୍ତର୍ଭୁକ୍ତ କରି ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯାଇଥିଲା। ଇତିମଧ୍ୟରେ ଦେଢଶହ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସେହି ଆଇନ ଆଜି ବଳବତ୍ତର ରହିଛି। ଗତବର୍ଷ ଅଗଷ୍ଟ ୨୪ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ଅନ୍ତରଙ୍ଗ ଗୋପନୀୟତା ବା ପ୍ରିଭେସିକୁ ମୌଳିକ ଅଧିକାର ମାନ୍ୟତା ଦେଇଥିଲେ । ଏହି ସମୟରେ ସମଲିଙ୍ଗୀଙ୍କ ମଧ୍ୟରେ ଉଲ୍ଲାସ ଖେଳିଯାଇଥିଲା । କାରଣ ଏହି ସମ୍ପର୍କ ବ୍ୟକ୍ତିଗତ ବ୍ୟାପାର ଭିତରେ ଅନ୍ତର୍ଭୁକ୍ତ । ଏହି ପରିପ୍ରେକ୍ଷୀରେ ଆଲ୍ଲିଗଡ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀନିବାସ ରାମଚନ୍ଦ୍ର ସିରସଙ୍କ ଦୁଃଖଦ ଆତ୍ମହତ୍ୟା ମନେପଡୁଛି । ଶ୍ରୀନିବାସଙ୍କୁ ସମଲିଙ୍ଗୀ ସମ୍ପର୍କ କାରଣରୁ ବିଶ୍ୱବିଦ୍ୟାଳୟରୁ ବିତାଡିତ କରାଯାଇଥିଲା । ସେ ୨୦୧୦ ଏପ୍ରିଲରେ ଆତ୍ମହତ୍ୟା କରିଥିଲେ । ସର୍ବୋଚ୍ଚ ଅଦାଲତରେ ଦଫା ୩୭୭ ମାମଲା ଏ ପଯର୍‌ୟନ୍ତ ଗଡି ଚାଲିଛି। ଫଳରେ ସମଲିଙ୍ଗୀ ସମ୍ପର୍କ ରକ୍ଷା କରୁଥିବା ମହିଳା ପୁରୁଷ ଭୟଭୀତ ଜୀବନଯାପନ କରୁଛନ୍ତି। ...

ଚାଷୀ ଆୟରେ ଦୁଇଗୁଣାର ଭ୍ରମ

ଚାଷୀ ଆୟରେ ଦୁଇଗୁଣାର ଭ୍ରମ

ତତ୍ତ୍ୱ ଓ ତର୍କ-ବିମଳ ପ୍ରସାଦ ପାଣ୍ଡିଆ/ ପ୍ରଧାନମନ୍ତ୍ରୀଙ୍କ ଅନେକ ଘୋଷଣା ମଧ୍ୟରୁ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଘୋଷଣାକୁ ଲୋକେ ଗୁରୁତ୍ୱର ସହ ନେଇଥିଲେ। ତାହା ଚାଷୀଙ୍କ ମନରେ ଏକ ଆଶା ଜାଗ୍ରତ କରାଇଥିଲା। ପ୍ରଧାନମନ୍ତ୍ରୀ ପ୍ରଥମକରି ଚାଷୀଙ୍କ ଆୟ ଦୁଇଗୁଣା କରିବୁ ବୋଲି କହିଥିଲେ ୨୦୧୬ ଫେବୃୟାରୀ ୨୮ତାରିଖରେ। ୨୦୧୬ ମାର୍ଚ୍ଚ ୯ ତାରିଖରେ ରାଜ୍ୟ ସଭାରେ ସେହି କଥା କହିଲେ। ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦୁଇଗୁଣା କରିବାର ଯେଉଁ ସମୟସୀମା ରଖିଛନ୍ତି, ତାହା ଗଡି ଚାଲିଛି। ଏହି ଘୋଷଣାର ସ୍ଥିତି କେମିତି ରହିଛି, ତାହା ଏବେ ପରଖିବାର ସମୟ ଆସିଛି।

ଓ୍ବାସେନାର୍‌ ବ୍ୟବସ୍ଥା ଓ ଭାରତ

ଓ୍ବାସେନାର୍‌ ବ୍ୟବସ୍ଥା ଓ ଭାରତ

ଡ. ରମେଶ ଚନ୍ଦ୍ର ପରିଡ଼ା/ ଭାରତ ଯେ ଏକ ପୂର୍ଣ୍ଣାଙ୍ଗ ପାରମାଣବିକ ସାମର୍ଥ୍ୟସମ୍ପନ୍ନ ଶକ୍ତି, ଏହା ଚନ୍ଦ୍ର-ସୂର୍ଯ୍ୟ ଭଳି ସତ୍ୟ ହୋଇଥିଲେ ହେଁ ଏହାକୁ ଏଥିପାଇଁ ବିଧିବଦ୍ଧ ସ୍ବୀକୃତି ଦେବା ପରିବର୍ତ୍ତେ ଭେଦଭାବଯୁକ୍ତ ତ୍ରୁଟିପୂର୍ଣ୍ଣ ପରମାଣୁ ଅସ୍ତ୍ର ଅପ୍ରସାରଣ ଚୁକ୍ତି (ନିଉକ୍ଲିୟର ନନ୍‌-ପ୍ରୋଲିଫୋରେସନ୍‌ ଟ୍ରିଟି ବା ଏନ୍‌ପିଟି)ରେ ନୀତି ଦୃଷ୍ଟିରୁ ସ୍ବାକ୍ଷର କରୁ ନ ଥିବାକୁ କାରଣ ରୂପେ ଦର୍ଶାଇ ନାଭିକୀୟ ଯୋଗାଣକାରୀ ଗୋଷ୍ଠୀ (ନିଉକ୍ଲିୟର୍‌ ସପ୍ଲାୟର ଗ୍ରୁପ୍‌ ବା ଏନ୍‌ଏସ୍‌ଜି)ରେ ଏହାର ପ୍ରବେଶକୁ ବିରୋଧ କରିଆସୁଛି ଚାଇନା। ଫଳରେ ଆମେ ପରମାଣୁ ଶକ୍ତି କେନ୍ଦ୍ର ତଥା ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଉତ୍ପାଦନ କରୁଥିବା ଉଚ୍ଚମାନର ଉପକରଣଗୁଡିକ ବିଶ୍ୱବଜାରକୁ ଛାଡିପାରୁ ନାହଁୁ। ତେବେ ଏହା ବ୍ୟତୀତ ଆନ୍ତର୍ଜାତିକ ସ୍ତରରେ ରହିଛି ଏହିଭଳି ଆହୁରି ତିନୋଟି ଗୋଷ୍ଠୀ। ସେଗୁଡିକ ହେଲେ ”କ୍ଷେପଣାସ୍ତ୍ର ନିୟନ୍ତ୍ରଣ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା (ମିଜାଇଲ କଣ୍ଟ୍ରୋଲ ଟେକ୍ନୋଲୋଜି ରେଜିମ୍‌ ବା ଏମ୍‌ସିଟିଆର୍‌), ଅଷ୍ଟ୍ରେଲିଆ ଗୋଷ୍ଠୀ ଏବଂ ଓ୍ବାସେନାର୍‌ ବ୍ୟବସ୍ଥା, ଯେଉଁମାନଙ୍କର ଲକ୍ଷ୍ୟ ବା କାର୍ଯ୍ୟକଳାପ ନାଭିକୀୟ ଯୋଗାଣକାରୀ ଗୋଷ୍ଠୀଠାରୁ ଭିନ୍ନ ନୁହେଁ। ତାହାର ସଦସ୍ୟ ଅଛନ୍ତି ଏହି କାରବାର ସହିତ ସମ୍ପୃକ୍ତ କିଛି କିଛି ରାଷ୍ଟ୍ର। ବହୁ ଉଦ୍ୟମ ସତ୍ତ୍ୱେ ଚାଇନାର ବିରୋଧ ହେତୁ ଭାରତ ପ୍ରଥମଟିରେ ଯୋଗ ଦେବାକୁ ସଫଳ ହୋଇ ନ ପାରିଲେ ହେଁ ବିଗତ ୨୦୧୬ ମସିହାରେ ଏହାକୁ ଏମ୍‌ସିଟିଆର୍‌ ଗୋଷ୍ଠୀର ସଦସ୍ୟ ରୂପେ ଗ୍ରହଣ କରାଯାଇଥିଲା। ପୁନଶ୍ଚ ଏବେ (୮ ଡିସେମ୍ବର ୨୦୧୭ରେ) ଏହା ଓ୍ବାସେନାର୍‌ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହୋଇପାରିଛି।...

ଏଇ ଭାରତରେ

ବିବାହ ଏକ ପବିତ୍ର ବନ୍ଧନ। ଏହା ବିଶ୍ୱାସର ପିରାମିଡ୍‌ରେ ବନ୍ଧା। ମାତ୍ର କେତେକ ସ୍ଥଳରେ ମିଥ୍ୟାର ଆଶ୍ରୟ ନେଇ ଏହି ବିଶ୍ୱାସର ପିରାମିଡ୍‌କୁ ଭାଙ୍ଗିବାକୁ ଅନେକେ ଚେଷ୍ଟା କରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ନାଟକର ମହୀସୁର ଅଞ୍ଚଳରେ। ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଜଣେ ନବବିବାହିତା ଏକ ଅଭିନବ ନାଟକ ରଚିଛନ୍ତି। ମାତ୍ର ସତ କେବେ ଲୁଚି ରହେନା ଭଳି ସମ୍ପୃକ୍ତ ନବବିବାହିତା ଜଣକ ପୋଲିସ ହାତରେ ଧରାପଡ଼ି ଯାଇଛନ୍ତି। ଏବେ ସେ ଏବଂ ତାଙ୍କର ଯୁବବନ୍ଧୁ ପୋଲିସ ଜାଲରେ ଛନ୍ଦି ହୋଇ ସେଥିରୁ ମୁକୁଳିବାକୁ ଚେଷ୍ଟା କରୁଛନ୍ତି। ଘଟଣାଟି ଏହିପରି- ନିକଟରେ ବିବାହ କରିଥିବା ଜଣେ ମହିଳାଙ୍କର ଜନୈକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତେଣୁ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ସେ ଏକ ଅଭିନବ ଉପାୟ ଆପଣାଇଥିଲେ। ସେ ଘରକୁ ଫେରୁଥିବାବେଳେ ୪ଜଣ ଯୁବକ ତାଙ୍କୁ ଏକ କାର୍‌ରେ ଅପହରଣ କରିନେଇ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର କରିଥିଲେ। ପରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ରାସ୍ତାରେ ଛାଡ଼ି ଚାଲିଯାଇଥିଲେ ବୋଲି ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଭାବିଥିଲେ ତାଙ୍କୁ ଗଣବଳାତ୍କାର ହୋଇଥିବା ଜାଣିବା ପରେ ସ୍ବାମୀ ତାଙ୍କୁ ଛାଡ଼ପତ୍ର ଦେଇଦେବେ। ...

ସମ୍ପାଦକୀୟ/ବିଭାଜିତ

ସମ୍ପାଦକୀୟ/ବିଭାଜିତ

ଦିନକୁ ଦିନ ଜାତିପ୍ରଥା ଉଗ୍ର ରୂପ ଧାରଣ କରୁଛି । ନିର୍ଯାତିତ ଶ୍ରେଣୀ ସଶକ୍ତ ହେବାରେ ଲାଗିଲେଣି। ସାମାଜିକ ପ୍ରତିଷ୍ଠା, ଅର୍ଥନୈତିକ ସମାନତା ଓ ସୁରକ୍ଷା ସେମାନଙ୍କ ସାମ୍ବିଧାନିକ ଅଧିକାର। ଏସବୁ ହାସଲ ପାଇଁ ରାଜନୈତିକ ଶକ୍ତି ଆବଶ୍ୟକ ବୋଲି ଦଳିତବର୍ଗଙ୍କ ଧାରଣା ଦୃଢ଼ୀଭୂତ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ଦଳିତଙ୍କୁ ଏକ ବୃହତ୍‌ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବାରୁ ସେମାନେ ମଧ୍ୟ ନିଜ ବଳ ଜାଣିଗଲେଣି। ସମ୍ପ୍ରତି ‘ଦଳିତ’ ଶବ୍ଦ ପୂର୍ବାପେକ୍ଷା ଉଚ୍ଚ ସ୍ବରରେ ଏବେ ଅଧିକ ବ୍ୟବହାର ହେଲାଣି। ଦଳିତମାନଙ୍କ ସ୍ବାର୍ଥକୁ ପଦଦଳିତ ଓ ଅଣଦେଖା କରାଯାଉଛି ବୋଲି ସେମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିବା ଏହା ଏକ ବଳିଷ୍ଠ ପ୍ରମାଣ। ଆଜିର କେନ୍ଦ୍ର ସରକାର ନିଜକୁ ଉଚ୍ଚ ଜାତିର ପ୍ରତିନିଧି ଭାବେ ଉପସ୍ଥାପିତ କରି ଧାର୍ମିକ, ରାଜନୈତିକ ଓ ଐତିହାସିକ କ୍ଷେତ୍ରରେ ଉଦ୍ୟମ ଚଳାଇଛନ୍ତି। ଫଳରେ ଏହି ସରକାର ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇପାରୁ ନାହାନ୍ତି। ...

ନୋଟା ଭୋଟ ନିର୍ଣ୍ଣାୟକ ହେବ

ନୋଟା ଭୋଟ ନିର୍ଣ୍ଣାୟକ ହେବ

ଏବେ ସରିଥିବା ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଥମଥର ପାଇଁ ଖୋଲାଖୋଲି ପ୍ରମାଣ କରିଦେଲା ଯେ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌) ବିକଳ୍ପଟି ଯେ କୌଣସି ନିର୍ବାଚନରେ ଉଲ୍ଲେଖନୀୟ ଭୂମିକା ତୁଲାଇପାରେ। ୨୦୦୪ରେ ପବ୍ଲିକ୍‌ ୟୁନିୟନ୍‌ ଫର୍‌ ସିଭିଲ୍‌ ଲିବର୍ଟି କରିଥିବା ଅର୍ଜି ଉପରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ରାୟ ଦେଲେ ଯେ ଏଣିକି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ନାମ ତଳକୁ ନୋଟା ପାଇଁ ଗୋଟିଏ ବୋତାମ ରଖିବେ। ସେହି ବୋତାମଟିକୁ ଚିପିଦେଲେ ଭୋଟର ଜଣାଇବ ଯେ ତାଲିକାରେ ଥିବା କୌଣସି ପ୍ରାର୍ଥୀ ତାହାର ପସନ୍ଦ ନୁହେଁ। ଭୋଟଦେବା ଯେପରି ଭୋଟରର ଏକ ଅଧିକାର ସେହିଭଳି ସବୁ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବା ବି ଗୋଟିଏ ଅଧିକାର। ବିଧାନସଭା, ଲୋକସଭା ଆଦିରେ ଭୋଟ ନ ଦେବାକୁ ଆବ୍‌ଷ୍ଟେନ୍‌ସନ୍‌ କୁହାଯାଏ। ଜାତିସଂଘରେ ବି ହଁ ଓ ନା ସାଙ୍ଗକୁ ଚୁପ୍‌ ରହିବା ବା ଆବ୍‌ଷ୍ଟେନ୍‌ସନ୍‌ ଏକ ପ୍ରକାରର ଭୋଟ୍‌, ନୋଟା ଭଳି। ପୃଥିବୀରେ ୧୨ଟି ଦେଶରେ (ଆମେରିକାର ନେଭେଡା ରାଜ୍ୟରେ ବି) ନୋଟା ବ୍ୟବସ୍ଥା ଅଛି। ଆମ ଦେଶରେ ବି ଏହା ଥିଲା, କିନ୍ତୁ ଭିନ୍ନ ରୂପରେ। ନିର୍ବାଚନ ପରିଚାଳନା ଅଧିନିୟମ ୪୧(୨), ୪୧(୩) ଏବଂ ୪୯(ଓ)ରେ କାହାରିକୁ ଭୋଟ୍‌ ନ ଦେବା ବ୍ୟବସ୍ଥା ଥିଲା, କିନ୍ତୁ ତାହାର ବିବରଣୀ ରହୁଥିବାରୁ ଗୋପନୀୟ ନ ଥିଲା। ବାଲଟ୍‌ ପେପର୍‌ ନେଇ ସାରି ତହିଁରେ କାହାରି ନାଁ ଆଗରେ ଚିହ୍ନ ନ ଦେଇ କାଗଜଟି ବାକ୍ସରେ ଗଳେଇ ଦେବା ମନା ନ ଥିଲା, କିନ୍ତୁ ସେ ଭୋଟ୍‌ଟି ହିସାବକୁ ଆସୁ ନ ଥିଲା, ନାକଚ ହେଉଥିଲା। ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିବାର ଏ ଏକ ଉପାୟ ହେଲେ ହେଁ ଏହାକୁ ଲୋକମତ ଭାବେ ଗଣାଯାଉ ନ ଥିଲା।...

ଦୋଷ ଦେବା କାହାକୁ

ଦୋଷ ଦେବା କାହାକୁ

କିଛିଦିନ ତଳର ଘଟଣା। ଯୁବକଟିଏ ଜାତୀୟ ରାଜପଥରେ ଡକାୟତି କରୁଥିବା ଅଭିଯୋଗରେ ପୋଲିସ ହାତରେ ଧରାପଡି ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ରେ ଅଛି। ପିଲାଟିର ପରିବାର ପୂର୍ବ ପରିଚିତ। ତେଣୁ ମୋର ମନେପଡିଯାଇଥିଲା ଦଶ ବାରବର୍ଷ ତଳର ଘଟଣାଟିଏ। ସେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିବା ଉକ୍ତ ପିଲାଟି ନାମରେ ଫେରାଦ ହେବାପାଇଁ ଆସିଥିଲେ ମହିଳା ଜଣେ। ତାଙ୍କର ଅଭିଯୋଗ ଥିଲା ଯେ ତାଙ୍କ ପୁଅ ସ୍କୁଲର ପିକ୍‌ନିକ୍‌ ପାଇଁ ବ୍ୟାଗ୍‌ରେ ରଖିଥିବା ଶହେଟଙ୍କିଆ ନୋଟ୍‌ଟିକୁ ଏ ପିଲା ଚୋରାଇନେଇଛି। ଏକଥା ଶୁଣି ପିଲାଟିର ମାତାପିତା ନିଜ ପୁଅର ପକ୍ଷ ନେଇ ତୁମ୍ବିତୋଫାନ କରିଥିଲେ। ଘଟଣାଟି ଶେଷରେ ପ୍ରଧାନଶିକ୍ଷକଙ୍କ କାନକୁ ଯାଇଥିଲା ଏବଂ ଏହିପରି ଘଟଣାର ପୁନରାବୃତ୍ତି ହେଉଥିଲା ବୋଲି ଖବର ପାଇଥିଲି। ବର୍ତ୍ତମାନ ପିଲାଟି ଏକ ଡକାୟତ।...

ଏଇ ଭାରତରେ

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ଭଳି ବଡ ନୋଟ୍‌କୁ ଅଚଳ କରିଦେଲେ। ଆମେ ଯାହାଙ୍କୁୁ ଭୋଟ୍‌ ଦେଇ ଶାସକ କରି ପଠାଇଲୁ ସେ ଯଦି ବଡ ବଡ ନୋଟ୍‌କୁ ଅଚଳ କରିଦେଉଛନ୍ତି, ଆମେ କାହିଁକି ଏକ କ୍ଷୁଦ୍ର ଭାରତୀୟ ମୁଦ୍ରାକୁ ଅଚଳ କରିପାରିବୁ ନାହିଁ?’ ଉତ୍ତରପ୍ରଦେଶର ରାମପୁର ଅଞ୍ଚଳରେ ଭିକ୍ଷା କରୁଥିବା ଜଣେ ଭିକାରି ଏଭଳି ଏକ ପ୍ରଶ୍ନ ପଚାରିଲେ ତାଙ୍କୁ ଟଙ୍କିକିଆ ମୁଦ୍ରା ଦେଉଥିବା ବ୍ୟକ୍ତିଙ୍କୁ। ବ୍ୟକ୍ତି ଜଣକ ଭିକାରିର ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ। ଆଜି ପର୍ଯ୍ୟନ୍ତ ଯେଉଁମାନେ ଗୋଟିଏ ଟଙ୍କା ମୁଦ୍ରା ହାତପାତି ନେଉଥିଲେ ହଠାତ୍‌ ସେମାନଙ୍କର ଏହି ମୁଦ୍ରାଟି ପ୍ରତି ବୀତସ୍ପୃହତା କାହିଁକି? ...

ପ୍ରଚାର ପ୍ରସାର ସରକାର

ପ୍ରଚାର ପ୍ରସାର ସରକାର

ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଗୁଡ଼ିକ ସହ ସମନ୍ବୟ ରକ୍ଷା କରି କେନ୍ଦ୍ର ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଇଥାଏ। ଭାରତୀୟ ସମ୍ବିଧାନରେ ରାଜ୍ୟ ଓ କେନ୍ଦ୍ରର କ୍ଷମତା ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଭାଜପା ନେତୃତ୍ୱାଧୀନ ନରେନ୍ଦ୍ର ଦାମୋଦରଦାସ ମୋଦି ସରକାର ସାଢ଼େ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଶେଷ କରିଥିଲେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥାକୁ ନ ମାନି ପଦକ୍ଷେପ ନେଉଥିବା ଅଭିଯୋଗ ହେଉଛି। ଫଳରେ କେନ୍ଦ୍ର ଓ ରାଜ୍ୟ ସମ୍ପର୍କରେ ତିକ୍ତତା ବଢ଼ିଚାଲିଛି।

ପଣ୍ଡିତସଭା ଓ ପଞ୍ଜିକା ପ୍ରସ୍ତୁତି

ପଣ୍ଡିତସଭା ଓ ପଞ୍ଜିକା ପ୍ରସ୍ତୁତି

ଆଗାମୀ ସୌରବର୍ଷ ପାଇଁ ମୁକ୍ତିମଣ୍ଡପ ପଣ୍ଡିତସଭା ଦ୍ୱାରା ଚାରିଗୋଟି ପଞ୍ଜିକା ସଂଶୋଧନ କରାଯାଉଥିବା ଖବର ପ୍ରକାଶିତ ହୋଇଛି। ଏହା ସତ୍ୟ ଯେ ପଣ୍ଡିତସଭାରେ କୌଣସି ଦକ୍ଷ ଗଣକ ବା ଜ୍ୟୋତିଷ ବିଶାରଦ ନ ଥିବାରୁ ପଞ୍ଜିକାକାରମାନଙ୍କ ଗଣନାକୁ ତର୍ଜମା କରାଯାଇ ନ ଥାଏ। କେବଳ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥାକୁ ସ୍ବୀକୃତି ଦିଆଯାଉଥିବା ପଣ୍ଡିତସଭା ପ୍ରଦତ୍ତ ପ୍ରମାଣପତ୍ରରୁ ଜଣାଯାଏ। ଗଣନାଜନିତ ତ୍ରୁଟି ପଞ୍ଜିକାର ପଞ୍ଚାଙ୍ଗ ଯଥା-ତିଥି, ରାଶି, ନକ୍ଷତ୍ର, ଯୋଗ, କରଣର ବ୍ୟାପ୍ତିକୁ ପ୍ରଭାବିତ କରୁଥିବାରୁ ବିନା ତର୍ଜମାରେ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହୋଇ ନ ପାରେ।

ଅନ୍ଧଦେଶକୁ ଗଲି ଦର୍ପଣ ବିକି

ଅନ୍ଧଦେଶକୁ ଗଲି ଦର୍ପଣ ବିକି

ଦାରିଦ୍ର୍ୟରେ ଜନ୍ମ ପୁଣି ଦାରିଦ୍ର୍ୟ ଭିତରେ ମୃତ୍ୟୁ। ସଂଘର୍ଷମୟ ଜୀବନ ମଧ୍ୟରେ ବାଣୀସାଧନା କରି ଉତ୍କଳର ବାଣୀ ଭଣ୍ଡାରକୁ ସେ କିନ୍ତୁ ସମୃଦ୍ଧ କରାଇଛନ୍ତି। ସେ ଆଉ କେହି ନୁହଁନ୍ତି; ସେ ହେଉଛନ୍ତି ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର। ୧୭୮୧ ମସିହା (ନେଟ୍‌ ତଥ୍ୟ ଅନୁସାରେ ୧୭୮୩ ଯାହା ଠିକ୍‌ ନୁହେଁ) ଜାନୁଆରୀ ମାସ ୮ ତାରିଖ ପୌଷ ଶୁକ୍ଲ ତ୍ରୟୋଦଶୀ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଅଞ୍ଚଳର ମଥୁରା ଗ୍ରାମରେ ଚିତ୍ରଶିଳ୍ପୀ ମୁକୁନ୍ଦ ମହାପାତ୍ର ଏବଂ ଶୋଭାଦେବୀଙ୍କର ପୁତ୍ରଭାବରେ ସେ ଜନ୍ମଗ୍ରହଣ କରିଥିଲେ।

ଏଇ ଭାରତରେ

ଏଇ ଭାରତରେ

ସରକାରୀ ଓ ବେସରକାରୀ ସ୍ତରରେ ପ୍ରଚାର ପ୍ରସାର ସତ୍ତ୍ୱେ ଲୋକେ କୌଣସି କଥାରେ ସଚେତନ ହେଉନାହାନ୍ତି। ପରିବେଶ ସୁରକ୍ଷା ହେଉ କିମ୍ବା ସ୍ବଚ୍ଛତା, ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। କନ୍ୟାସନ୍ତାନଙ୍କର ସୁରକ୍ଷା, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ବଡ କରିବା ସକାଶେ ସରକାର ପଦକ୍ଷେପ ନେଉଛନ୍ତି।

ସାମାଜିକ ଗଣମାଧ୍ୟମ ଓ ଆମେ

ସାମାଜିକ ଗଣମାଧ୍ୟମ ଓ ଆମେ

ଆମର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଜଣେ ବୁଦ୍ଧିଜୀବୀ ଥିଲେ, ଯାହାଙ୍କୁ ସାରା ବିଶ୍ୱ ସମ୍ମାନ କରେ। ତେବେ ସିଂଙ୍କର ଆକର୍ଷକ ବ୍ୟକ୍ତିତ୍ୱ ଓ ବ୍ୟକ୍ତିଗତ କ୍ଷମତା ନ ଥିବାରୁ ଏବଂ ଓବାମା ଜାତିଗତ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଥିବାରୁ ତାଙ୍କୁ କିଛି ଲୋକ ବିଫଳ ନେତା ଭାବେ ଚିତ୍ରଣ କଲେ ମଧ୍ୟ ସେଥିରେ କିଛି ଯାଏ ଆସେ ନାହିଁ। ଅନ୍ୟ ନେତାଙ୍କ ପରି ଅଧିକ ସମୟ ଭାଷଣ ନ ଦେଲେ ବି ସେମାନେ ବିଜ୍ଞ ମଣିଷ। ଯେତେବେଳେ ବି ସେମାନେ ଭାଷଣ ଦିଅନ୍ତି, ତାହା ସମସ୍ତଙ୍କର ଶୁଣିବା ଯୋଗ୍ୟ। କିଛିଦିନ ତଳେ ଓବାମା ବ୍ରିଟେନ୍‌ର ପ୍ରିନ୍ସ ହ୍ୟାରୀଙ୍କୁ ଏକ ସୁନ୍ଦର ସାକ୍ଷାତ୍‌କାର ଦେଇଥିଲେ। ଏଥିରେ ସେ ସାମାଜିକ ଗଣମାଧ୍ୟମର କେତେକ ଦିଗ ବିଷୟରେ ଆଲୋଚନା କରିବା ସହ ଆଧୁନିକ ବିଶ୍ୱ ଉପରେ ଏହାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ସେ ସ୍ବୀକାର କରିଥିଲେ ଯେ, ସାଧାରଣ ସ୍ବାର୍ଥ ଥିବା ଲୋକମାନେ ପରସ୍ପର ସହ ଯୋଗାଯୋଗ ରଖିବା ପାଇଁ ଏହା ଏକ ଶକ୍ତିଶାଳୀ ମାଧ୍ୟମ। କିନ୍ତୁ ପରେ ଅଫ୍‌ଲାଇନ୍‌ରେ କୌଣସି ହୋଟେଲରେ ବା ଉପାସନା ସ୍ଥଳରେ ବା ଅନ୍ୟ କୌଣସି ସ୍ଥାନରେ ଭେଟାଭେଟି ହେବା ଓ ପରସ୍ପରକୁ ଜାଣିବା ସେମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଇଣ୍ଟର୍‌ନେଟ୍‌ରେ ଯୋଗାଯୋଗ କରିବା ଅତ୍ୟନ୍ତ ସରଳ, ମାତ୍ର ମୁହଁାମୁହିଁ ହେବାବେଳେ ଜଣାପଡ଼େ ଯେ ସେମାନେ ଖୁବ୍‌ ଜଟିଳ। ଇଣ୍ଟର୍‌ନେଟ୍‌ର ସବୁଠାରୁ ବଡ଼ ବିପଦ ହେଲା ଲୋକମାନେ ଇଣ୍ଟର୍‌ନେଟ୍‌ରେ ନିଜ ସମ୍ବନ୍ଧରେ ଯେଉଁ ତଥ୍ୟ ଦେଇଥାନ୍ତି, ତାହା ବାସ୍ତବତାଠାରୁ ଭିନ୍ନ ହୋଇପାରେ। ...

ପେସାର ନାଁ ପ୍ରତାରଣା

ପେସାର ନାଁ ପ୍ରତାରଣା

ସହଯାତ୍ରୀର ବିଷଣ୍ଣ ବଦନ ମଣିଷକୁ ଏମିତି ବ୍ୟତିବ୍ୟସ୍ତ କରିଦିଏ ଯେ ତାହା ଅସଲ ବିଷଣ୍ଣତା କି ଅଭିନୟ, ତାହା ନିରେଖିବାକୁ ସେ ସମୟର ଅପଚୟ ବୋଲି ମନେକରେ। ଯେତେବେଳେ ତା’ର ସାହାରା ପାଇ ସେହି ଅଚିହ୍ନା, ଅଜଣା ଦୁଃଖୀ ଲୋକଟିର ମୁହଁରେ ହସ ଫୁଟେ ସେତେବେଳେ ତା’ ନିଜ ଓଠରୁ ଉକୁଟି ଆସେ ପରିତୃପ୍ତିର ହସଧାର। ମାତ୍ର ଏହାର ବିପରୀତ ପରିଣାମ ଦେହମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରେ, ଏହା ଅନୁଭବ କରିବାକୁ ନିମ୍ନୋକ୍ତ ଘଟଣାର ଅବତାରଣା ଏଠାରେ ପ୍ରାସଙ୍ଗିକ। ଜଣେ ବନ୍ଧୁଙ୍କ ସୌଜନ୍ୟରୁ ହ୍ବାଟ୍ସଆପ୍‌ରୁ ଉପଲବ୍ଧ ହୋଇଥିବା ଏଇ ଦୃଶ୍ୟଟି ଦେଖି ପ୍ରଥମେ ବେଶ୍‌ ହସ ଲାଗିଥିଲେ ବି ପରେ ଏହା ଏକ ଗମ୍ଭୀର ଅନୁଶୀଳନର ଅପେକ୍ଷା ରଖିଥିଲା। ରାସ୍ତାକଡରେ ଜଣେ ଦୃଷ୍ଟିହୀନ ଯୁବକ ଅସହାୟ ଭାବେ ବସିରହି କୌଣସି ଉଦାର ହାତର ସାହାଯ୍ୟକୁ ଅପେକ୍ଷା କରୁଥିଲାବେଳେ ସହୃଦୟ ଜଣେ ବାଇକ୍‌ ଆରୋହୀ ମାନବିକତାର ଆହ୍ବାନରେ ତା’ ପାଖରେ ଅଟକିଗଲେ ଓ ଗାଡିରୁ ନ ଓହ୍ଲାଇ ପକେଟରୁ ପର୍ସ କାଢି କିଛି ଦେବାକୁ ଉପକ୍ରମ କଲେ। ଏତିକିବେଳେ ହଠାତ୍‌ ତଡିତ ବେଗରେ ପଛଆଡୁ କେହି ଦୁର୍ବୃତ୍ତ ଆସି ତାଙ୍କ ହାତରୁ ପର୍ସଟି ଛଡାଇ ଦୌଡି ପଳାଇଲା। ବାଇକ୍‌ ଚାଳକ ସଙ୍ଗେସଙ୍ଗେ ଗାଡିରୁ ଓହ୍ଲାଇ ତା’ ପଛରେ ଦୌଡୁଥିଲାବେଳେ ତାଙ୍କୁ ଅପେକ୍ଷା କରୁଥିଲା ସ୍ତବ୍ଧ ଚକିତ କଲା ଭଳି ଆଉ ଏକ ଦୁର୍ଭାଗ୍ୟ। ଯାହାକୁ ସେ ବିଚରା ଅନ୍ଧ ଭାବି ସହାୟତାର ଉଦାର ହାତ ଲମ୍ବାଇବାକୁ ଯାଇ ନିଜ ପର୍ସଟିକୁ ହରାଇଲେ, ସେଇ ତଥାକଥିତ ଦୃଷ୍ଟିହୀନ ଜଣକ ଅଚାନକ ତା’ର ଭିକ୍ଷାଥାଳ ଫିଙ୍ଗି ନିମିଷକ ମଧ୍ୟରେ ବାଇକ୍‌ଟି ଧରି ଉଭାନ ହୋଇଗଲା। ନିଜ ନିଆରା ମାନବିକତା ପାଇଁ ବହୁମୂଲ୍ୟ ଗଣିସାରିଥିବା ତଟସ୍ଥ ଯୁବକଟି ପକେଟରୁ ମୋବାଇଲ କାଢି ତାଙ୍କ ଦୁର୍ଭାଗ୍ୟର କାହାଣୀ କାହାକୁ ଶୁଣାଇବାର ଉପକ୍ରମ କରୁଥିଲାବେଳେ ନାଟକର ଶେଷଦୃଶ୍ୟଟି ସଂଘଟିତ ହେଲା। ଦୁଇଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ହାତରୁ ମୋବାଇଲ ଛଡାଇ ଦ୍ରୁତଗତିରେ ଅନ୍ତର୍ଦ୍ଧାନ ହୋଇଗଲେ। ଚାରିଆଡୁ ଲୁଣ୍ଠନର ଶିକାର ହୋଇଥିବା ହତଭାଗ୍ୟ ଯୁବକ ଜଣକ ଏକା ଏକା ରାସ୍ତା ଉପରେ ଛିଡାହୋଇ ରହିଥିଲେ ଓ ଏଯାଏଁ ପରମ ଯତ୍ନରେ ନିଜ ଭିତରେ ଲାଳିତ କରି ରଖିଥିବା ସମ୍ବେଦନା ଓ ସହୃଦୟତାକୁ ଧିକ୍କାରୁ ଥିଲେ।...

ନିରାପତ୍ତା ରକ୍ଷକ

ନିରାପତ୍ତା ରକ୍ଷକ

ଜାତୀୟ ନିରାପତ୍ତା ପରିଷଦ (ଏନ୍‌ଏସ୍‌ସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ହେଉଛନ୍ତି ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ)। ଜାତୀୟ ଓ ଅନ୍ତର୍ଜାତୀୟ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେବାରେ ସେ ହେଉଛନ୍ତି ପ୍ରଥମ ପରାମର୍ଶଦାତା। ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ରିପୋର୍ଟ ନ ଦେଇ ଏନ୍‌ଏସ୍‌ଏଙ୍କୁ ଦେଇଥାନ୍ତି। ଏଥିରୁ ଏହି ପଦବୀର କ୍ଷମତା କେତେ ବ୍ୟାପ୍ତ ବୁଝାପଡ଼ୁଛି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ ୧୯୯୮ ମସିହାରେ ଏହି ପଦବୀ ପ୍ରଥମେ ସୃଷ୍ଟି କରାଯାଇଥିଲା। ବ୍ରିଜେସ୍‌ ମିଶ୍ର ପ୍ରଥମେ ଏହି ପଦ ଧାରଣ କରିଥିଲେ। ଏହି ପଦବୀର ଆରମ୍ଭରୁ ସମସ୍ତେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଅଫିସର ରହିଆସିଥିଲେ ହେଁ ଏମ୍‌.କେ. ନାରାୟଣନ୍‌ ଓ ବର୍ତ୍ତମାନର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ ହେଉଛନ୍ତି ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ। ତେବେ ଏନ୍‌ଏସ୍‌ଏଙ୍କୁ ସହଯୋଗ ଦେବା ଲାଗି ଉପ ଏନ୍‌ଏସ୍‌ଏ ଅଛନ୍ତି। ୨୦୧୮ ଜାନୁୟାରୀ ୩ରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି (ଏସିସି) ପୂର୍ବତନ ର’ ମୁଖ୍ୟ ରାଜିନ୍ଦର ଖାନ୍ନାଙ୍କୁ ଉପ ଏନ୍‌ଏସ୍‌ଏ ଭାବେ ନିଯୁକ୍ତ କରିଛନ୍ତି। ସେ କେତେ ସମୟ ଯାଏ ଏହି ପଦବୀ ଧାରଣ କରିବେ ସେନେଇ କୌଣସି ଉଲ୍ଲେଖ ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ରାଜିନ୍ଦର ଆତଙ୍କବାଦୀ ନିରୋଧୀ କ୍ଷେତ୍ରରେ ଅଭିନବ କୌଶଳ ସୃଷ୍ଟି କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ...

ଏଇ ଭାରତରେ

ସମାଜରେ ଅନେକ ପ୍ରତିପତ୍ତିଶାଳୀ ଧନିକ ଶ୍ରେଣୀର ବ୍ୟକ୍ତି ଅଛନ୍ତି। ସେମାନଙ୍କ ନିକଟରେ ସମାଜ କଲ୍ୟାଣର ଭାବନା କ୍ୱଚିତ୍‌ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଛୋଟ ଛୋଟ ପିଲା ମନରେ ଦାନର ଚିନ୍ତାଧାରା ଜାଗ୍ରତ ହେଉଥିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାଆବାପା ଦେଉଥିବା ପକେଟ୍‌ ଖର୍ଚ୍ଚ ଅର୍ଥକୁ ସଞ୍ଚୟ କରି ତାହାକୁ ଏକ ସ୍କୁଲ୍‌ର ଉନ୍ନତି ସକାଶେ ଦାନ କରିଛନ୍ତି ୪ଜଣ ପିଲା। ବାଙ୍ଗାଲୋରର ଏହି ଚାରିଜଣ ପିଲାଙ୍କ ଦେଢଲକ୍ଷ ଟଙ୍କା ଦାନ ଅର୍ଥରେ କଲ୍ୟାଣନଗର ନିକଟରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଛି ଉନ୍ନତିମୂଳକ କାର୍ଯ୍ୟ। ୪ର୍ଥ ଷ୍ଟାଣ୍ଡାର୍ଡର ଛାତ୍ରୀ ଦୀକ୍ଷା, ୮ମ ଷ୍ଟାଣ୍ଡାର୍ଡର ଛାତ୍ର ଧ୍ରୁବ, ଏସ୍‌ଏସ୍‌ଏଲ୍‌ସି ଛାତ୍ରୀ ନେହା ଏବଂ ପ୍ରି ୟୁନିଭର୍ସିଟି ଛାତ୍ରୀ ନିଧି ଗରିବ ପିଲାମାନେ ପଢୁଥିବା ଉକ୍ତ ପ୍ରାଥମିକ ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଚିନ୍ତିତ ହୋଇପଡିଥିଲେ। ସେମାନେ କେବଳ ନିଜସ୍ବ ପକେଟ୍‌ ଖର୍ଚ୍ଚ ଅର୍ଥ ସଞ୍ଚୟ କରି ନ ଥିଲେ, ସେମାନଙ୍କ ଭାଇଭଉଣୀଙ୍କଠାରୁ କିଛି ଅର୍ଥ ସଂଗ୍ରହ କରି ରଖିଥିଲେ।...

ଦୁର୍ନୀତିଗ୍ରସ୍ତ ବାବୁ

ଦୁର୍ନୀତିଗ୍ରସ୍ତ ବାବୁ

ମୋଦି ସରକାର ୨୦୧୪ ମସିହାରେ କ୍ଷମତାକୁ ଆସିବା ବେଳେ ଦୁର୍ନୀତି ବିରୋଧରେ ଲଢ଼େଇ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି ଏ କ୍ଷେତ୍ରରେ ସରକାର ମିଶ୍ରିତ େ ରକର୍ଡ ସୃଷ୍ଟି କରିଛନ୍ତି। କାର୍ଯ୍ୟଦକ୍ଷତାର ଅଭାବ ଦର୍ଶାଇ ୨୪ ଜଣ ଆଇଏଏସ୍‌ ଅଫିସରଙ୍କ ସହ ସରକାର ୩୫୭ ଜଣ ବାବୁଙ୍କୁ ଚାକିରିରୁ ବିଦା କରିଥିବା ବେଳେ ଦୁର୍ନୀତି ଅଭିଯୋଗରେ ମାତ୍ର ୧୨ ଜଣ ଆଇଏଏସ୍‌ ଅଫିସରଙ୍କୁ ଦଣ୍ଡିତ କରିଛନ୍ତି। ସମ୍ପ୍ରତି ଦେଶରେ ୫୦୦୦ରୁ ଅଧିକ ସେବାରତ ଆଇଏଏସ୍‌ ଅଫିସର ଅଛନ୍ତି। ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବର ମୁଖ୍ୟ କାରଣ ହେଉଛି ଆମ ତଦନ୍ତ ପ୍ରକ୍ରିୟାର ମନ୍ଥରଗତି, ଯାହାଫଳରେ ଗୋଟିଏ ଦୁର୍ନୀତି ମାମଲାର ବିଚାର ଶେଷ ହେବା ପାଇଁ ହାରାହାରି ୮ ବର୍ଷରୁ ଅଧିକ କାଳ ଲାଗିଯାଉଛି। ତେଣୁ ଏହିସବୁ ତଦନ୍ତ ଯେପରି ଦୁଇବର୍ଷ ଭିତରେ ଶେଷ ହୁଏ, ସେଥିପାଇଁ ଆଇନ ପ୍ରଣୟନ ହେବାର ଜରୁରୀ ଆବଶ୍ୟକତା ରହିଛି। ଦିଲ୍ଲୀ ମହଲରେ କେତେକେ ବିଶ୍ୱାସ କରନ୍ତି ଯେ, ଏଥିପାଇଁ ଲୋକପାଳ ଓ ଲୋକାୟୂୁକ୍ତ ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଦରକାର, ଯାହାଫଳରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ ତଦନ୍ତ ଓ ବିଚାର ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ଉକ୍ତ ଆଇନ ଲାଗୁ ହୋଇଥିଲେ ହେଁ ଏବଂ ୨୦୧୪ ଜାନୁୟାରୀରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ ଭାଜପା ନେତୃତ୍ୱାଧୀନ ସରକାରର ତିନିବର୍ଷ ଭିତରେ ଏହା ପୂର୍ଣ୍ଣତଃ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏପର୍ଯ୍ୟନ୍ତ ଲୋକପାଳ ପଦବୀଗୁଡ଼ିକ ବି ପୂରଣ ହୋଇପାରି ନାହିଁ। ...