ସମ୍ପାଦକୀୟ

ଏଇ ଭାରତରେ

ଶିକ୍ଷା ଭଳି ପବିତ୍ର କ୍ଷେତ୍ର କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଆଚରଣ ପାଇଁ ଅପବିତ୍ର ହେଉଛି। ଏହି ବ୍ୟକ୍ତିମାନେ ଗୁରୁଶିଷ୍ୟର ମହାନ୍‌ ପରମ୍ପରାକୁ କଳଙ୍କିତ କରୁଛନ୍ତି। କେତେବେଳେ ଛାତ୍ରୀମାନଙ୍କୁ ଅସଦାଚରଣ କରି ତ ପୁଣି କେତେବେଳେ ଯୌନ ନିର୍ଯାତନା ଦେଇ ଶିକ୍ଷାର ଗରିମାକୁ ଧ୍ୱଂସ କରିଦିଆଯାଉଛି।

ମିଥ୍ୟା ଖବର

ମିଥ୍ୟା ଖବର

ଆକାର ପଟେଲ/ ମୁଁ ଏହା କଲିକତାରୁ ଲେଖୁଛି, ଯେଉଁଠିକି ମୁଁ ଏକ ସାହିତ୍ୟ ଉତ୍ସବରେ ଯୋଗଦେବାକୁ ଆସିଛି। ଗତ ୧୦ ବର୍ଷ ହେଲା ଭାରତରେ ଅନେକ ସାହିତ୍ୟ ସଭା ଅନୁଷ୍ଠିତ ହେଲାଣି, ଯାହା ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ। ଆମ ସଂସ୍କୃତିରେ ଆମେ ସ୍ବାଭାବିକ ଭାବେ ଲେଖାଲେଖି ଓ ସାହିତ୍ୟ ପ୍ରତି ଟାଣିହୋଇଆସୁ। କିନ୍ତୁ ଜଣେ ସାହିତି୍ୟକର ଭାରତୀୟ ସମାଜ ଉପରେ ବିଶେଷ ପ୍ରଭାବ ପରିଲକ୍ଷିତ ହୁଏ ନାହିଁ। ଚେକୋସ୍ଲୋଭାକିଆର ବିଶିଷ୍ଟ ସାହିତି୍ୟକ ଭାସ୍ଲାଭ୍‌ ହାଭେଲ ଚେକ୍‌ ରିପବ୍ଲିକ୍‌ର ପ୍ରଥମ ରାଷ୍ଟ୍ରପତି ହୋଇପାରିଥିଲେ। ଭାରତରେ ସାହିତି୍ୟକମାନଙ୍କ ଭାଗ୍ୟରେ ଏପରି ସୌଭାଗ୍ୟ ଦୁର୍ଲଭ। ଭାରତରେ ଶିକ୍ଷକମାନଙ୍କ ପରି ଲେଖକମାନଙ୍କୁ ସମ୍ମାନ ଦିଆଯାଏ, କିନ୍ତୁ ତାଙ୍କୁ କେହି ଅନୁକରଣ କରନ୍ତି ନାହିଁ। ତା’ହେଲେ ଆମ ଦେଶରେ କାହିଁକି ଏତେ ସାହିତ୍ୟ ସଭା ଅନୁଷ୍ଠିତ ହେଉଛି, ଯେଉଁଥିରେ ହଜାର ହଜାର ଲୋକ, ବିଶେଷତଃ ଅନେକ ଯୁବବର୍ଗର ଯୋଗ ଦିଅନ୍ତି? ମୋ ମତରେ ଏଠାରେ କିଛି ପ୍ରସଙ୍ଗ ଆଲୋଚନା କରିବାର ସୁଯୋଗ ମିଳେ, ଯାହା ଅନ୍ୟତ୍ର ସମ୍ଭବ ନୁହେଁ। ଏହିସବୁ ଉତ୍ସବରେ ପୁସ୍ତକ ଓ ଲେଖକଙ୍କ ଅପେକ୍ଷା ଅଧିକ ଚଳନ୍ତି ଘଟଣାବଳୀ ଓ ସାମ୍ପ୍ରତିକ ପରିବର୍ତ୍ତନଶୀଳ ସମାଜ ବିଷୟରେ ଆଲୋଚନା କରାଯାଏ।...

ଜୀବନଶିକ୍ଷା ବାଣ୍ଟୁଥିବା ମଣିଷ

ଜୀବନଶିକ୍ଷା ବାଣ୍ଟୁଥିବା ମଣିଷ

ପ୍ରକାଶ ତ୍ରିପାଠୀ/ ଜୀବନ ଆପଣଙ୍କୁ କ’ଣ ଶିକ୍ଷା ଦେଇଛି- ଏଭଳି ଏକ ପ୍ରଶ୍ନ ଯଦି ଆପଣଙ୍କୁ ପଚରାଯାଏ, ଆପଣ କି ଉତ୍ତର ଦେବେ? ଆପଣ ଧନୀ ହୁଅନ୍ତୁ କି ଗରିବ, ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ, ଗାଁରେ ରୁହନ୍ତୁ କି ସହରରେ, ସମାଜରେ ପ୍ରତିଷ୍ଠିତ ହୋଇଥାନ୍ତୁ କି ସାଧାରଣ ମଣିଷ ହୋଇଥାନ୍ତୁ। ନିଶ୍ଚିତ ଭାବେ ଆପଣ ଜୀବନରୁ କିଛି ନା କିଛି ଶିକ୍ଷାଲାଭ କରିଥିବେ। କର୍ମମୟ ଜୀବନ ଭିତରେ କେଉଁଠି ନା କେଉଁଠି ଭୁଲ୍‌ କାମ କରିଥିବେ ଓ ଏହି ଭୁଲରୁ ହିଁ ଆପଣଙ୍କୁ କିଛି ଶିକ୍ଷା ମିଳିଥିବ। କଥା ପ୍ରସଙ୍ଗରେ ହେଉ ବା କାହାକୁ ଉପଦେଶ ଦେବା ଛଳରେ, ଆପଣ ଜୀବନରୁ ଶିଖିଥିବା ଏହି ଶିକ୍ଷାକୁ ଅନ୍ୟକୁ କହିଥାନ୍ତି ଏଇଥିପାଇଁ ଯେ, ଅନ୍ୟ ଜଣେ ଯେପରି ସେହି ଭୁଲ୍‌କୁ ନ ଦୋହରାଉ। ଆମ ଭିତରୁ ଏମିତି କେତେଜଣ ଅଛନ୍ତି, ଯେଉଁମାନେ କି ଅନ୍ୟମାନଙ୍କଠାରୁ ତାଙ୍କ ଜୀବନର ଶିକ୍ଷା ସଂଗ୍ରହ କରିବା ଓ ସେଗୁଡିକୁ ସମାଜରେ ବାଣ୍ଟିବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି? ବୋଧହୁଏ ଖୋଜିଲେ ମିଳିବେନି। କିନ୍ତୁ ଏଭଳି ଏକ ବିରଳ ପ୍ରତିଭାସମ୍ପନ୍ନ ଯୁବକ ଏବେ ଲୋକଲୋଚନକୁ ଆସିଛନ୍ତି। ଗତ କିଛିବର୍ଷ ହେବ ସେ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶ ଘୂରିବୁଲୁଛନ୍ତି ଓ ଭେଟୁଛନ୍ତି ସମାଜର ସବୁ ଶ୍ରେଣୀର ମଣିଷଙ୍କୁ। ସମସ୍ତଙ୍କୁ ସେଇ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି- ଆପଣଙ୍କୁ ଜୀବନରୁ କ’ଣ ଶିକ୍ଷା ମିଳିଛି। ଏହି ସଂଗୃହୀତ ଶିକ୍ଷାକୁ ସେ ବାଣ୍ଟିଚାଲିଛନ୍ତି ସମସ୍ତଙ୍କୁ । ଆଶା କରୁଛନ୍ତିି ଏହାକୁ ଗ୍ରହଣ କରି ସମସ୍ତଙ୍କ ଜୀବନରେ ଆନନ୍ଦ, ଶାନ୍ତି, ସୁଖ ଓ ପ୍ରସନ୍ନତା ଭରିଉଠୁ। ଈଶ୍ୱରପ୍ରଦତ୍ତ ଏଇ ଅମୂଲ୍ୟ ଅନୁପମ ମଣିଷ ଜୀବନ ଦିବ୍ୟଗୁଣ ଓ ମାନବତାରେ ପୂରିଉଠୁ। ଏହି ଯୁବକ ହେଉଛନ୍ତି ଡେରାଡୁନ୍‌ ବାସିନ୍ଦା ୨୫ ବର୍ଷ ବୟସ୍କ ଦୀପକ ରାମୋଲା। ଦୀପକ ରାମୋଲା ଏକାଧାରରେ ଜଣେ ଲେଖକ, ଗୀତିକାର, ଅଭିନେତା ଓ ସମାଜସେବୀ। ପ୍ରତ୍ୟେକଙ୍କ ଜୀବନ ଶିକ୍ଷାର ଭାବାର୍ଥକୁ ସମ୍ପ୍ରସାରଣ କରିବା ଲକ୍ଷ୍ୟରେ ୨୦୦୯ ମସିହାରେ ସେ ଆରମ୍ଭ କରନ୍ତି ଏକ ଭିନ୍ନ ଧରଣର ସଙ୍ଗଠନ ପ୍ରୋଜେକ୍ଟ ଫୁଏଲ (FUEL-Forward the Understanding of Every Life Lesson) ଓ ନିଜେ ଭେଟନ୍ତି ସବୁ ବର୍ଗର ମଣିଷଙ୍କୁ। ସେମାନଙ୍କଠାରୁ ସାଉଁଟନ୍ତି ସେମାନଙ୍କର ଅଭୁଲା ଅନୁଭୂତି ଓ ଅଭିଜ୍ଞତା। ପରେ ଆଲୋଚନାଚକ୍ର, କର୍ମଶାଳା ଆଦି ଆୟୋଜନ କରି ଏହି ଜୀବନଶିକ୍ଷାକୁ ଆଲୋଚନା କରନ୍ତି, ବ୍ୟାଖ୍ୟା କରନ୍ତି ଓ ଜୀବନକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏହାର ଉପଯୋଗିତା ଉପରେ ଗୁରୁତ୍ୱାରୋପ କରନ୍ତି। ଦୀପକ ରାମୋଲାଙ୍କ ଏହି ବୈଶିଷ୍ଟ୍ୟ ପାଇଁ ଶାହରୁଖ ଖାଁଙ୍କ ଦ୍ୱାରା ପରିଚାଳିତ ତଥା ଷ୍ଟାର ଟିଭିରେ ପ୍ରଦର୍ଶିତ ଟକ୍‌ ଶୋ ‘ଟିଇଡି ଟକ୍‌ସ ଇଣ୍ଡିଆ ନୟୀ ଶୋଚ’ରେ ତାଙ୍କୁ ଉପସ୍ଥାପିତ କରାଯାଇଥିଲା। ମଞ୍ଚ ଉପରେ ସଞ୍ଚାଳକ ଶାହରୁଖ ଖାଁଙ୍କ ପ୍ରତି ରାମୋଲାଙ୍କ ସେଇ ଚିରାଚରିତ ପ୍ରଶ୍ନ ଥିଲା ଆପଣଙ୍କର ଜୀବନର ଶିକ୍ଷା କ’ଣ? ବିଶ୍ୱସାରା ବୁଲି ଜୀବନ ଶିକ୍ଷା ଭିକ୍ଷା କରି ସମାଜରେ ବାଣ୍ଟୁଥିବା ରାମୋଲାଙ୍କ ଏପରି ପ୍ରଶ୍ନର ଉତ୍ତର ଖୋଜିବାକୁ ଶାହରୁଖଙ୍କୁ ବେଶି ସମୟ ଲାଗି ନ ଥିଲେ ବି ତାଙ୍କୁ ତାଙ୍କର ଅତୀତକୁ କିଛି ସମୟ ଫେରିଯିବାକୁ ପଡିଥିଲା। ଶାହରୁଖ ସେଦିନ ଦୁଇଟି ଜୀବନ ଶିକ୍ଷା ପ୍ରକାଶ କରିଥିଲେ। ପ୍ରଥମଟି ହେଲା- ସେପରି ବ୍ୟବହାର ଅନ୍ୟ ପ୍ରତି ପ୍ରଦର୍ଶନ କର, ଯାହା ନିଜକୁ ପସନ୍ଦ ଲାଗେ ଓ ଦ୍ୱିତୀୟଟି ହେଲା- ଦୈନିକ ନିଜ ସହିତ ଅତି କମ୍‌ରେ ଦୁଇଘଣ୍ଟା ଅତିବାହିତ କର। କାରଣ ନିଜେ ଯେତେ ବିଫଳ ହେଲେ ମଧ୍ୟ ଅନ୍ୟ କେହି ନିଜଠାରୁ ଉତ୍ତମ ନୁହନ୍ତି। ରାମୋଲାଙ୍କ ମତରେ ପ୍ରତ୍ୟେକ ମଣିଷଙ୍କଠାରୁ କିଛିନା କିଛି ଶିଖିବାର ଅଛି। ବିଶ୍ୱରେ ବର୍ତ୍ତମାନ ସାତଶହ କୋଟି ମଣିଷ ଅଛନ୍ତି ଅର୍ଥାତ୍‌ ସାତଶହ କୋଟି ଭୁଲ୍‌ରୁ ଶିକ୍ଷା ଗ୍ରହଣ କରିବାର ଖୋରାକ ରହିଛି। ରାମୋଲାଙ୍କ ସଂଗୃହୀତ ଅନେକ ଜୀବନ ଶିକ୍ଷାରୁ ଆସନ୍ତୁ ଗୋଟିଏ ବିଷୟରେ ଜାଣିବା ଓ ଏହାର ପ୍ରଭାବ ଆମ ଉପରେ କିପରି ପଡୁଛି ଦେଖିବା।...

ଜଙ୍ଗଲର ଆଈମା

ଜଙ୍ଗଲର ଆଈମା

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ଉ ଚ୍ଚଶିକ୍ଷିତ, ସଭ୍ୟ ଓ ପ୍ରଗତିଶୀଳ ବ୍ୟକ୍ତିମାନେ ଜୀବଦ୍ଦଶାରେ ଯେଉଁ ସ୍ତରରେ ପହଞ୍ଚିପାରି ନ ଥାଆନ୍ତି, ଜଣେ ଜଣେ ସାଧାରଣ ମଣିଷ ତାଙ୍କ ନିଷ୍ଠାପର ଉଦ୍ୟମ ବଳରେ ଅସାଧାରଣ କାର୍ଯ୍ୟ କରି ଦେଖାଇଥାଆନ୍ତି। କିଛି ପାଇବାର ଆଶା ନ ରଖି ନିରନ୍ତର ସାଧନାରେ ବ୍ରତୀ ଥିବା ଏଭଳି ମଣିଷଙ୍କୁ ଅବଶ୍ୟ ଖୋଜିପାଇବା କଷ୍ଟକର। ତେବେ ସେମାନଙ୍କ ମଧ୍ୟରୁ ଯାହାଙ୍କ ପରିଚୟ ଥରେ ମିଳିଯାଏ, ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଥାନ୍ତି। ସେହିଭଳି ଜଣେ ଅନନ୍ୟ ମହିଳା ହେଲେ ଲକ୍ଷ୍ମୀକୁଟ୍ଟି। ସମଗ୍ର ଭାରତବର୍ଷରେ ସେ ଅଦ୍ୟାବଧି ସୁପରିଚିତ ହୋଇ ନ ଥିଲେ ମଧ୍ୟ ତାଙ୍କ ମହତ୍‌ କାର୍ଯ୍ୟ ଆଜି ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ବିଭୂଷିତା କରାଇଛି। ଜଙ୍ଗଲରେ ବାସ କରୁଥିବା ଏହି ଆଦିବାସୀ ମହିଳାଙ୍କ ଜୀବନ କାହାଣୀର ଝଲକ ଏବେ ଗଣମାଧ୍ୟମରେ ଦେଖିବାକୁ ମିିଳିବା ପରେ ଅନେକେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଲାଗି ଆଗ୍ରହୀ ହୋଇପଡ଼ିଛନ୍ତି। କେରଳର ଥିରୁଭାନନ୍ତପୁରମ୍‌ ଜିଲା ଅନ୍ତର୍ଗତ ଘଞ୍ଚ କାଲ୍ଲାର ଜଙ୍ଗଲରେ ଛୋଟିଆ କୁଟୀରରେ ବାସ କରନ୍ତି ୭୫ ବର୍ଷୀୟା ଲକ୍ଷ୍ମୀକୁଟ୍ଟି। କୁଟୀର ଚାରିକଡ଼ ଔଷଧୀୟ ଗୁଳ୍ମ ଓ ଗଛରେ ଭରପୂର। ସେହି କୁଡ଼ିଆ ନିକଟକୁ କିନ୍ତୁ ଲୋକଙ୍କ ଧାଡ଼ି ଲାଗିଥାଏ। ଆୟୁର୍ବେଦ ଚିକିତ୍ସା ଜରିଆରେ ସେ ରୋଗୀଙ୍କ ଦୁଃଖକଷ୍ଟ ଲାଘବ କରିଥାନ୍ତି। ସାପ କିମ୍ବା କୀଟ କାମୁଡ଼ା ଦ୍ୱାରା କାହାର ଶରୀର ବିଷାକ୍ତ ହୋଇଯାଇଥିଲେ ଆୟୁର୍ବେଦ ଉପଚାରରେ ତାଙ୍କ ଜୀବନ ବଞ୍ଚାଇ ଚାଲିିଛନ୍ତି। କେବଳ ଔଷଧ ପ୍ରୟୋଗ ନୁହେଁ, କାହା ଜୀବନରେ କୌଣସି ଅସ୍ବାଭାବିକତା ଦେଖାଦେଇଥିଲେ ମଧୁର ବଚନରେ ସେ ତାଙ୍କୁ ଶାନ୍ତ କରିଦେଇପାରିଥାନ୍ତି। ଆୟୁର୍ବେଦ ଚିକିତ୍ସା ବଳରେ ରୋଗୀଙ୍କୁ ସେବା ଦେଇଚାଲିଥିବା ଲକ୍ଷ୍ମୀକୁଟ୍ଟି ତାଙ୍କ ମା’ଙ୍କଠାରୁ ଏପରି ଜ୍ଞାନ ହାସଲ କରିଥିବା କହନ୍ତି। ସେତେବେଳେ ତାଙ୍କ ମା’ ଥିଲେ ଜଣେ ଧାଈ। ତେବେ ସେ କିମ୍ବା ତାଙ୍କ ମା’ ଔଷଧୀୟ ବୃକ୍ଷ ଓ ତାହାର ବ୍ୟବହାର ଉପରେ କିଛି ଲେଖି କରି ରଖିନାହାନ୍ତି। ସ୍ମୃତିଶକ୍ତି ଜରିଆରେ ଲକ୍ଷ୍ମୀକୁଟ୍ଟୀ ୫୦୦ ପ୍ରକାର ଔଷକ୍ଷୀୟ ଚିକିତ୍ସା କରିପାରନ୍ତି ବୋଲି କହନ୍ତି। ଉତ୍ତର ବୟସରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ସେ ଚିକିତ୍ସା ପଦ୍ଧତି ବିଷୟରେ କିଛି ଭୁଲିନାହାନ୍ତି ବୋଲି କହିବା ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟଚକିତ କରେ। କୁଡ଼ିଆକୁ ଏକ କ୍ଷୁଦ୍ର ଡାକ୍ତରଖାନାରେ ପରିଣତ କରିବା ପାଇଁ ତାଙ୍କ ସ୍ବପ୍ନ ରହିଥିବା ପ୍ରକାଶ କରିଛନ୍ତି। କାରଣ ଦୀର୍ଘଦିନ ଚିକିତ୍ସା ଦରକାର କରୁଥିବା ବ୍ୟକ୍ତିଙ୍କ ରହିବା ଲାଗି ଏଭଳି ଭିତ୍ତିଭୂମିର ଆବଶ୍ୟକତା ରହିଛି। ତାଙ୍କର ଏହି ନିଃସ୍ବାର୍ଥପର ସେବା ଲାଗି ଅନେକେ ତାଙ୍କୁ ଆଦରରେ ‘ବନମୁଥାସି’ ବା ମାଲୟାଲମ୍‌ରେ ‘ଜଙ୍ଗଲର ଆଈମା’ ବୋଲି ଡାକିଥାନ୍ତି। ଲକ୍ଷ୍ମୀକୁଟ୍ଟିଙ୍କ ପରିଚୟ ବୃକ୍ଷ ଚିହ୍ନି ଔଷଧ ଦେବାରେ ସୀମିତ ରହିନାହିଁ। ଦକ୍ଷିଣ ଭାରତର ବିଭିନ୍ନ ପ୍ରତିଷ୍ଠାନରେ ସେ ପ୍ରାକୃତିକ ଉପଚାର ସଂକ୍ରାନ୍ତ ପାଠ ପଢ଼ାଇଥାନ୍ତି। ନିଜର ସ୍ଥିତି କଥା ବଖାଣିବା ବେଳେ ସେ କହିଛନ୍ତି ଯେ ଜଙ୍ଗଲ ବାହାରେ ଅନେକ ସ୍ଥାନ ବୁଲିଛନ୍ତି ଓ ବହୁ ଲୋକଙ୍କୁ ଭେଟିଛନ୍ତି, ତଥାପି ତାଙ୍କ ବଂଶବୁନିଆଦର ମୂଳ ହେଉଛି ଏହି ଅରଣ୍ୟ। ଅଜଣା ଅଞ୍ଚଳରେ ସେବା ଯୋଗାଇ ଅସଂଖ୍ୟ ଲୋକଙ୍କ ଆଈମା ପାଲଟି ଯାଇଥିବା ଲକ୍ଷ୍ମୀକୁଟ୍ଟି ୧୯୯୫ରେ ବାହ୍ୟ ପରିଚିତି ପାଇଥିଲେ, ଯେତେବେଳେ ତାଙ୍କୁ ମିଳିଥିଲା ‘ନାଟ୍ଟୁ ବିଦ୍ୟାରତ୍ନ’ ବା ପ୍ରାକୃତିକ ଚିକିତ୍ସା ପୁରସ୍କାର। ଏହା ପରେ ତାଙ୍କୁ ଅନେକ ସମ୍ମାନ ମିଳିଛି। ‘ପଦ୍ମଶ୍ରୀ’ ପାଇବା ପୂର୍ବରୁ ସେ ୨୦୧୬ରେ ଭାରତୀୟ ଜୈବ ବିବିଧତା କଂଗ୍ରେସ ଦ୍ୱାରା ପୁରସ୍କୃତ ହୋଇଥିଲେ।...

ଏଇ ଭାରତରେ

ଘରପାଠ କରି ନ ଥିବା ଯୋଗୁ ସ୍କୁଲ ଶିକ୍ଷକଙ୍କ ଅଦ୍ଭୁତ ପ୍ରକାର ଦଣ୍ଡ କଥା ବିଚାର କଲେ ଆଶ୍ଚର୍ଯ୍ୟ ଲାଗେ। ସ୍କୁଲ ଶିକ୍ଷକ ଜାଣିଥିଲେ ଛାତ୍ରୀ ଜଣକ ଅସୁସ୍ଥତା ପାଇଁ ଘରପାଠ କରିପାରି ନ ଥିଲେ। ତା’ସତ୍ତ୍ୱେ ତାଙ୍କୁ ଯେଉଁଭଳି ଦଣ୍ଡବିଧାନ କରାଗଲା ତାହା ଅପମାନଜନକ। ସେଥିପାଇଁ ଛାତ୍ରୀଙ୍କ ବାପାଙ୍କୁ ପୋଲିସ ପର୍ଯ୍ୟନ୍ତ ଯିବାକୁ ପଡିଛି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଝାବୁଆ ଅନ୍ତର୍ଗତ ଥଣ୍ଡଲା ସହରରେ ଥିବା ଏକ ନବୋଦୟ ବିଦ୍ୟାଳୟରେ। ଏହି ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ଛାତ୍ରୀ ଜଣକ। ତାଙ୍କ ବାପା ଶିବପ୍ରତାପଙ୍କ ଅଭିଯୋଗ ଅନୁଯାୟୀ ଝିଅ ହୋମ୍‌ଓ୍ବାର୍କ କରି ନ ଥିବାରୁ ଶ୍ରେଣୀ ଶିକ୍ଷକ ତାଙ୍କୁ ସହପାଠୀଙ୍କ ଦ୍ୱାରା ଦଣ୍ଡ ଦେଲେ। ...

ଆଜିର ଅର୍ଥନୀତି-ବିକଳ୍ପ ଇନ୍ଧନ

ଆଜିର ଅର୍ଥନୀତି-ବିକଳ୍ପ ଇନ୍ଧନ

ପେଟ୍ରୋଲ ଓ ଡିଜେଲ ଦରରେ ରେକର୍ଡ ବୃଦ୍ଧି ଯୋଗୁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ବେଳେ କେନ୍ଦ୍ର ବଜେଟ୍‌ ଅଧିବେଶନ ପୂର୍ବରୁ ଏହା ତୈଳ ମନ୍ତ୍ରଣାଳୟ ପାଇଁ ମଧ୍ୟ ଉଦ୍‌ବେଗର କାରଣ ହୋଇଛି। ଗତ ଦୁଇମାସ ଭିତରେ ପେଟ୍ରୋଲ ଦର ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି। ସେହି ଏକା ଅବଧି ଭିତରେ ଡିଜେଲ ଦର ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି। ସମସ୍ତ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ଭିତରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସବୁଠାରୁ ଅଧିକ। କାରଣ ଏଠାରେ ତୈଳ ଦର ଉପରେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଦିଦିଆଯାଇଛି। ପେଟ୍ରୋଲ ଓ ଡିଜେଲର ରେକର୍ଡ ଦର ବୃଦ୍ଧିକୁ ନେଇ ସରକାର ଖୁବ୍‌ ଚାପରେ ଅଛନ୍ତି। ଏଣେ ଏହି ଦରବୃଦ୍ଧି ଯୋଗୁ ଯାତ୍ରୀ ଭଡ଼ା ଓ ମାଲଭଡ଼ା ବୃଦ୍ଧି ପାଉଛି। ତେଣୁ ତୈଳ ମନ୍ତ୍ରଣାଳୟ ପେଟ୍ରୋଲିୟମ୍‌ ଉତ୍ପାଦ ଉପରୁ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ସରକାରଙ୍କ ଆର୍ଥିକ ସ୍ଥିତିକୁ ଚାହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏହାକୁ ଅନୁମୋଦନ ନ ଦେଇପାରନ୍ତି। ଜିଏସ୍‌ଟି ଲାଗୁ କରିବା ଯୋଗୁ ପ୍ରଥମ ବର୍ଷରେ ସରକାରଙ୍କ ସ୍ଥିତିପତ୍ର (balance sheet)ରେ କଣା ହୋଇସାରିଛି। ପୁଣି ଆଗାମୀ ବଜେଟ୍‌ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ସରକାରର ଶେଷ ପୂର୍ଣ୍ଣ ବଜେଟ୍‌ ହୋଇଥିବାରୁ ସରକାର ଏକ ଲୋକବିରୋଧୀ ବଜେଟ୍‌ ମାଧ୍ୟମରେ ନିଜର ଲୋକପ୍ରିୟତା ହରାଇବାକୁ ଚାହିଁବେ ନାହିଁ। ଆହୁରି ମଧ୍ୟ ତୈଳ ମନ୍ତ୍ରଣାଳୟ ପେଟ୍ରୋଲିୟମ୍‌ ଉତ୍ପାଦଗୁଡ଼ିକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହାକୁ ରାଜ୍ୟ ସରକାରଗୁଡ଼ିକ ଗ୍ରହଣ କରିବେ ନାହିଁ। ୨୦୧୭ ଆର୍ଥିକ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ର କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପାଇଁ ୫.୨ ଲକ୍ଷ କୋଟି ଟଙ୍କା ବା ୮୧ ଶହ କୋଟି ଡଲାର ରାଜସ୍ବ ପ୍ରଦାନ କରିଛି। ଏପରି କି ଭାଜପା ବା ଭାଜପା-ନେତୃତ୍ୱାଧୀନ ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଏହାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ଚାହିଁବେ ନାହିଁ, କାରଣ ଏହାଦ୍ୱାରା ସେମାନଙ୍କର ବିପୁଳ ରାଜସ୍ବ ହାନି ହେବ। ...

ସଂକଟରେ ପ୍ରସବ ସ୍ବାଧୀନତା

ସଂକଟରେ ପ୍ରସବ ସ୍ବାଧୀନତା

ସରଳ କୁମାର ଦାସ / ଏଣିକି କାହାଠାରୁ ଶିଶୁ ଜନ୍ମ ଖବର ଶୁଣିଲେ ଆପେ ଆପେ ପ୍ରଶ୍ନ ପଚାରି ହେଇଯାଏ, ‘ନର୍ମାଲ ନା ସିଜରିଆନ’? ଅଧିକାଂଶ କ୍ଷେତ୍ରରେ ଉତ୍ତର ମିଳିଥାଏ ସିଜରିଆନ ବା ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ। ସତେଯେମିତି କେହି ଆଉ ପ୍ରସବ ବେଦନା ସହି ସ୍ବାଭାବିକ ଭାବେ ମାଆ ହେବା ପାଇଁ ପ୍ରସ୍ତୁତ ନୁହନ୍ତି। ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ମାଧ୍ୟମରେ ଯେପରି ଧୀରେ ଧୀରେ ଅପହୃତ ହୋଇଯାଉଛି ସ୍ବାଭାବିକ ପ୍ରସବ। ଡାକ୍ତରଙ୍କଠାରୁ ଆରମ୍ଭ କରି ପ୍ରସୂତିଙ୍କ ପର୍ଯ୍ୟନ୍ତ ଅଧିକାଂଶଙ୍କର ପସନ୍ଦ ପାଲଟିଲାଣି ଅସ୍ତ୍ରୋପଚାରଜନିତ ପ୍ରସବ। ଏହି ପଦ୍ଧତିରେ ପ୍ରସବ କ୍ରମଶଃ ‘ନର୍ମାଲ’ ପ୍ରସବ ପର୍ଯ୍ୟାୟବାଚୀ ହେବାକୁ ବସିଲାଣି। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟର ବିଶେଷ ଅବସ୍ଥାରେ ପ୍ରସବଜନିତ ଜଟିଳତା ଦେଖା ଦେଇପାରେ ଓ ସେ କ୍ଷେତ୍ରରେ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ଅନିବାର୍ଯ୍ୟ ହୋଇପଡେ। ତେବେ ଏହି ଧରଣର ପ୍ରସବ ୧୦-୧୫ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ। ମାତ୍ର ଅନେକ ସମୟରେ ଡାକ୍ତର ଓ ଡାକ୍ତରଖାନାଗୁଡିକର ଲାଭଖୋର ମନୋବୃତ୍ତି ଯୋଗୁ ଏହି ପଦ୍ଧତି ଅଧିକ ‘ବିଜ୍ଞାନସମ୍ମତ, ଆଧୁନିକ ଓ ନିରାପଦ’ ବୋଲି ଦର୍ଶାଇ କୌଣସି ଜଟିଳତା ନ ଥିବା ପ୍ରସୂତିଙ୍କୁ ମଧ୍ୟ ଏଭଳି ବ୍ୟୟବହୁଳ ପଦ୍ଧତିରେ ପ୍ରସବ କରାଇବାକୁ ବାଧ୍ୟ କରାଯାଇଥାଏ। ଅନ୍ୟପକ୍ଷରେ ସାମ୍ପ୍ରତିକ କେତେକ ଅଧ୍ୟୟନ ଅନୁଯାୟୀ, ଅସ୍ତ୍ରୋପଚାର ପ୍ରସବ ପରେ ମହିଳାଙ୍କଠାରେ ଅବସାଦର ହାର ଓ ସ୍ତନ୍ୟପାନ କରାଇବା ପ୍ରତି ନିସ୍ପୃହତାର ହାର ଅଧିକ ହେବା ସଙ୍ଗେସଙ୍ଗେ ଶିଶୁଟି ମୋଟା ହେବା, ଶ୍ୱାସ ଓ ମଧୁମେହ ରୋଗାକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ ବୋଲି ଜଣାପଡିଛି। ପ୍ରସୂତିଙ୍କୁ ଉଭୟ ସ୍ବାଭାବିକ ପ୍ରସବ ଓ ଅସ୍ତ୍ରୋପଚାର ପ୍ରସବର ଉପକାର ଓ ଅପକାର କଥା ବୁଝାଇ ନିଷ୍ପତ୍ତି ନେବାର ସୁଯୋଗ ଦିଆଯାଉନାହିଁ। ଅସ୍ତ୍ରୋପଚାର ପ୍ରସବରେ ଯଥେଷ୍ଟ ରୋଜଗାର ହେଉଥିବାରୁ ବେସରକାରୀ ଚିକିତ୍ସାଳୟଗୁଡିକ ଡାକ୍ତରମାନଙ୍କ ଉପରେ ଚାପ ପକାଇଥାନ୍ତି ଓ ଅନେକେ ଡାକ୍ତରୀ ପାଠର ନୀତି ନୈତିକତାକୁ ଭୁଲି ଏହି ପଦ୍ଧତିକୁ ପ୍ରୋତ୍ସାହିତ କରିଥାନ୍ତି। ଅଧିକନ୍ତୁ ସ୍ବାସ୍ଥ୍ୟ ବୀମାର ବହୁଳ ଉପଲବ୍ଧତା ଚିକିତ୍ସାଳୟଗୁଡିକୁ ସିଜରିଆନ ପ୍ରସବ ପ୍ରତି ଅଧିକ ଲୋଭାନ୍ବିତ କରାଉଛି। ଫଳରେ ଏହା ଏକ ଭଲ ବ୍ୟବସାୟରେ ପରିଣତ ହେବାକୁ ବସିଲାଣି। ଅବଶ୍ୟ କେତେକ କ୍ଷେତ୍ରରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏକ ନିର୍ଦ୍ଦିଷ୍ଟ ଦିନରେ ଶିଶୁଟିର ଜନ୍ମ ସୁନିଶ୍ଚିତ କରାଇବା ଉଦ୍ଦେଶ୍ୟରେ ହେଉ ବା ପ୍ରସବ ବେଦନା ଏଡାଇବା ପାଇଁ ହେଉ, ସିଜରିଆନ ପ୍ରସବ କରାଇବା ପାଇଁ ଚାପ ପକାଇଥାନ୍ତି। ଶିଶୁ ଓ ମାତୃ ମୃତ୍ୟୁହାରକୁ କୌଣସି ପ୍ରକାରେ କମାଇବା ପାଇଁ ସରକାରୀ ଉଦ୍‌ବିଗ୍ନତା ମଧ୍ୟ ଅସ୍ତ୍ରୋପଚାର ପ୍ରସବକୁ ପରୋକ୍ଷରେ ପ୍ରୋତ୍ସାହିତ କରିଥାଏ। ଅଧୁନା ସମଗ୍ର ବିଶ୍ୱରେ ଦୁଇ ପ୍ରକାର ପ୍ରସୂତିଙ୍କ ଯତ୍ନ ନିଆଯାଉଛି। ପ୍ରଥମଟି ଚିକିତ୍ସା ମଡେଲ ଓ ଅନ୍ୟଟି ଧାଈ-ମା’ ମଡେଲ। ଚିକିତ୍ସା ମଡେଲଟିକୁ ଭାରତ ଗ୍ରହଣ କରିଛି, ଯେଉଁଥିରେ ଗର୍ଭାବସ୍ଥା, ପ୍ରସବ ଓ ପରବର୍ତ୍ତୀ ପର୍ଯ୍ୟାୟର ସମ୍ଭାବ୍ୟ ଜଟିଳତାର ନିଦାନ, ପ୍ରତିଷେଧ ଓ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ସବୁ ଗର୍ଭବତୀ ମହିଳା ଦରକାର ଥାଉ ବା ନ ଥାଉ, ଏକା ପ୍ରକାର ଗତାନୁଗତିକ ପରୀକ୍ଷା ଓ ପଦ୍ଧତିର ସମ୍ମୁଖୀନ ହୋଇଥାନ୍ତି ଓ ଅତି ଉଚ୍ଚ ପ୍ରଶିକ୍ଷିତ ଡାକ୍ତରଙ୍କ ଉପସ୍ଥିତିରେ ହିଁ ପ୍ରସବ କରାଯାଇଥାଏ। ଡାକ୍ତରଙ୍କ ସମୟର ସଦୁପଯୋଗ କରିବା ପାଇଁ ପ୍ରସବକୁ ପୂର୍ବ ନିର୍ଦ୍ଧାରିତ ସମୟରେ କରାଯାଏ, ଫଳରେ ସ୍ବାଭାବିକ ପ୍ରସବକୁ ଅପେକ୍ଷା ନ କରି ଅସ୍ତ୍ରୋପଚାର ପ୍ରସବ କରାଯାଇଥାଏ। ଅନ୍ୟପକ୍ଷରେ ଧାଈ-ମା’ ମଡେଲରେ ଗର୍ଭାବସ୍ଥାକୁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଓ ସ୍ବାଭାବିକ ଶାରୀରିକ ପ୍ରକ୍ରିୟା ଭାବେ ଗ୍ରହଣ କରାଯାଉଥିବାରୁ ମା’ର ଉତ୍ତମ ସାସ୍ଥ୍ୟ, ବିଷାଦରହିତ ଓ ଭୟଶୂନ୍ୟ ହେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ସର୍ବନିମ୍ନ ହସ୍ତକ୍ଷେପ ମାଧ୍ୟମରେ ମା’ ପାଇଁ ଶିଶୁ ଜନ୍ମର ସ୍ବାଭାବିକ ଅନୁଭବକୁ ଅତୁଟ ରଖିବାକୁ ଏହି ମଡେଲରେ ଲକ୍ଷ୍ୟ ରଖାଯାଇଥାଏ। ମା’ର ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉଦ୍‌ବେଗଜନକ ଲକ୍ଷଣ ପରିଲକ୍ଷିତ ହେଲେ ଯାଇ ଧାଈ ମା’ ଜଣେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି, ଅନ୍ୟଥା ନୁହେଁ।...

ରାଜନୀତି ଓ ପୁରାଣ

ରାଜନୀତି ଓ ପୁରାଣ

ଦେବଦତ୍ତ ପଟ୍ଟନାୟକ/ ୧୮୫୭ ବିଦ୍ରୋହରେ ବ୍ରିଟିଶମାନେ ଥିଲେ ଖଳନାୟକ। ସେ ସମୟରେ ଭାରତୀୟମାନେ ଅଭିନବ ଶୈଳୀରେ ନିଜର କ୍ରୋଧ ପ୍ରକାଶ କରୁଥିଲେ ଏବଂ ଶତ୍ରୁମାନଙ୍କୁ ତଡ଼ିବାକୁ ଚେଷ୍ଟା କରୁଥିଲେ। ସେମାନେ ନାଟକ ମଞ୍ଚ ଉପରେ ରୂପକ ଭାବରେ ପୁରାଣର କାହାଣୀ ପ୍ରଦର୍ଶନ କରି ଲୋକଙ୍କୁ ମତାଉଥିଲେ। ଏହା ମାଧ୍ୟମରେ ସେମାନେ ଏପରି ଭାବେ ଲୋକଙ୍କ ଭିତରେ ବ୍ରିଟିଶ ବିରୋଧୀ ମନୋଭାବ ଜାଗ୍ରତ କରୁଥିଲେ ଯେ ବ୍ରିଟିଶମାନେ କ୍ୱଚିତ୍‌ ତା’ର ଟେର ପାଉଥିଲେ। ଉଦାହରଣସ୍ବରୂପ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ନରସିଂହଙ୍କ କାହାଣୀ ଖୁବ୍‌ ଲୋକପ୍ରିୟ। ମହାଶକ୍ତିଶାଳୀ ରାକ୍ଷସରାଜ ହିରଣ୍ୟକଶିପୁ ଥିଲେ ଆତ୍ମଗର୍ବୀ ଓ ନିଜକୁ ସେ ଭଗବାନ୍‌ ବୋଲି ମନେକରୁଥିଲେ। ସେ ପ୍ରଜାମାନଙ୍କୁ ଆଦେଶ ଦେଲେ ଯେ ସମସ୍ତେ ତାଙ୍କୁ ପୂଜା କରିବେ, ବିଷ୍ଣୁଙ୍କୁ କେହି ପୂଜା କରିବେ ନାହିଁ। କିନ୍ତୁ ତାଙ୍କ ନିଜ ପୁଅ ପ୍ରହ୍ଲାଦ ଥିଲେ ହରିଭକ୍ତ। ବିଷ୍ଣୁଭକ୍ତ ପ୍ରହ୍ଲାଦଙ୍କୁ ନାଟ୍ୟକାରମାନେ ବିଦ୍ରୋହୀ ପ୍ରଜାମାନଙ୍କ ସହ ତୁଳନା କଲେ ଏବଂ ବ୍ରିଟିଶମାନଙ୍କୁ ଅଧର୍ମୀ ରାଜା ହିରଣ୍ୟକଶିପୁ ସହ ତୁଳନା କଲେ। ସ୍ତମ୍ଭରୁ ବାହାରି ନରସିଂହ ଯେପରି ହିରଣ୍ୟକଶିପୁକୁ ବିଦାରଣ କରିଥିଲେ ସେହିପରି ଭାରତମାତା (ହିନ୍ଦୁଧର୍ମ) ଅତ୍ୟାଚାରୀ ବ୍ରିଟିଶମାନଙ୍କୁ ନିପାତ କରିବେ ବୋଲି ସେମାନେ ଲୋକଙ୍କୁ ବୁଝାଇଲେ। ...

ଏଇ ଭାରତରେ

ମଜା କରିବାକୁ ଯାଇ ସିଧା ଜେଲ୍‌ରେ। ଏମିତି ଅନେକ ଘଟଣା ଘଟେ। କିନ୍ତୁ ସୋସିଆଲ ମିଡିଆ ଆସିବା ପରଠାରୁ ଏହାକୁ କେତେକ ଯୁବପିଢି ଅପବ୍ୟବହାର କରିଚାଲିଛନ୍ତି। ସେମାନେ ଭୁଲିଯାଉଛନ୍ତି ଯେ, ଏହି ମିଡିଆ ସୂଚନା ଆଦାନପ୍ରଦାନର ଏକ ବଳିଷ୍ଠ ମାଧ୍ୟମ। ଯାହାର ଅପବ୍ୟବହାର ସମାଜରେ ଅନେକ କ୍ଷତି ଘଟାଇପାରେ। ଚେତାବନୀ, ସତର୍କତା ସତ୍ତ୍ୱେ ସୋସିଆଲ ମିଡିଆରୁ ଅପବ୍ୟବହାରର ଧାରା ବନ୍ଦ ହେଉନାହିଁ। ନିକଟରେ ଉତ୍ତରପ୍ରଦେଶର ବରେଲୀ ଜିଲା ଇଜ୍ଜତନଗର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ଏହି ଥାନା ଅଧୀନ ପରତାପୁର ଜୀବା ସହାୟର ବାସିନ୍ଦା ଗୁଲାମ ମୁସ୍ତାଫା ନାମକ ଜଣେ ଯୁବକ ଫେସ୍‌ବୁକରେ ନିଜର ଏମିତି ଏକ ଫଟୋ ଛାଡିଥିଲେ ଯାହା ତାଙ୍କୁ ଜେଲ୍‌ ପର୍ଯ୍ୟନ୍ତ ନେଇଗଲା। ଫଟୋରେ ଦେଖିବାକୁ ମିଳିଛି ଯେ, ମୁସ୍ତାଫା ବେଆଇନ ଅସ୍ତ୍ର ଧରିଛନ୍ତି। ଜଣେ ଯବାନ ଠାଣିରେ ଛିଡା ହୋଇଛନ୍ତି। ଏହି ଫଟୋ ଫେସ୍‌ବୁକ୍‌ରେ ଆସିଯିବା ପରେ ସେହି ଗ୍ରାମର ଜଣେ ଯୁବକ ଅହମଦ ରାଜା ଚିନ୍ତା କଲେ ଏଥର ମୁସ୍ତାଫାଙ୍କୁ ପାନେ ଦେଇହେବ। ...

ଯୌନ ସମସ୍ୟା ଓ ଖାଦ୍ୟ

ଯୌନ ସମସ୍ୟା ଓ ଖାଦ୍ୟ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ଖବରକାଗଜରୁ ପଢ଼ିଲି ଯେ, ଆମେରିକାର ଡାକ୍ତରମାନେ ଯୁବକମାନଙ୍କୁ ପରାମର୍ଶ ଦେଇଛନ୍ତି ୨୫ ବର୍ଷ ବୟସ ପୂର୍ବରୁ ନିଜର ଶୁକ୍ରକୁ ଶୀତଳୀକରଣ ଯନ୍ତ୍ରରେ ସାଇତି ରଖିବା ପାଇଁ, କାରଣ ପ୍ରତି ଛଅ ଜଣରେ ଜଣେ ଲୋକ ଅଳ୍ପ ବୟସରେ ପ୍ରଜନନ ଶକ୍ତି ହରାଉଛନ୍ତି। ଏହା ପୂର୍ବରୁ ଏକ ନିବନ୍ଧରେ ଲେଖିଥିଲି ଯେ, ଶୁକ୍ରର ପରିମାଣ ଓ ମାନ କମିବା ସହ କ୍ଷୀର ଓ ଆମିଷାହାରର ସମ୍ପର୍କ ଅଛି। ଏଣୁ ଯେଉଁମାନେ ସନ୍ତାନର ମାତାପିତା ହେବାକୁ ଚାହୁଁଛନ୍ତି ସେମାନେ ଦୁଗ୍ଧଜାତ ଦ୍ରବ୍ୟ ଏବଂ ମାଛ, ମାଂସ ଓ ଅଣ୍ଡା ନ ଖାଇବା ଉଚିତ। ପ୍ରାଥମିକ ନାରୀ ହର୍ମୋନ୍‌ ଇଷ୍ଟ୍ରୋଜେନ୍‌ କ୍ଷୀର ତଥା ଅଣ୍ଡା ପରି ଅନ୍ୟ ପ୍ରାଣିଜ ଖାଦ୍ୟରେ ପ୍ରଚୁର ପରିମାଣରେ ରହିଛି। ଆମେ ଖାଦ୍ୟ ମାଧ୍ୟମରେ ୬୦ରୁ ୭୦% ଇଷ୍ଟ୍ରୋଜେନ୍‌ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟରୁ ପାଇଥାଉ। ଏହାର ପୁରୁଷଠାରେ ନାରୀତ୍ୱ ବୃଦ୍ଧି କରିବାର କ୍ଷମତା ଅଛି। ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ଅଧିକ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ ଖାଇଥାନ୍ତି, ସେମାନଙ୍କଠାରେ ଅଧିକ ପରିମାଣରେ ନାରୀ ହର୍ମୋନ ଏଷ୍ଟ୍ରାଡାୟୋଲ ଥାଏ। ଏହା ପ୍ରାଥମିକ ପୁରୁଷ ହର୍ମୋନ ଟେଷ୍ଟୋଷ୍ଟେରନ୍‌ କ୍ଷରଣରେ ବାଧା ସୃଷ୍ଟି କରେ। ଫଳରେ ପୁରୁଷର କଣ୍ଠସ୍ବର ନାରୀ ପରି ହେବା, ପୁରୁଷର ସ୍ତନ ବୃଦ୍ଧି ଘଟିବା ଏବଂ ଯୌନଶକ୍ତି ହ୍ରାସ ପାଇବା ପରି ଲକ୍ଷଣମାନ ଦେଖାଯାଏ। ଆଜିକାଲି ଡାଇରି ଫାର୍ମଗୁଡ଼ିକରେ ଯେପରି ଗୋପାଳନ କରାଯାଉଛି, ତାହା ପୁରୁଷ ପାଇଁ ଆହୁରି ହାନିକାରକ। ୭୫ ପ୍ରତିଶତରୁ ଅଧିକ ଗର୍ଭବତୀ ଗାଈଙ୍କଠାରୁ କ୍ଷୀର ଦୁହଁାଯାଉଛି, ଯେଉଁ ସମୟରେ ସେମାନଙ୍କ କ୍ଷୀରରେ ଏଷ୍ଟ୍ରୋଜେନ୍‌ର ପରିମାଣ ସବୁଠାରୁ ଅଧିକ ଥାଏ। ଜେନିଟିକ୍‌ ଟ୍ୟାମ୍ପରିଂ ମାଧ୍ୟମରେ ଗାଈ ଓ ମଇଁଷିଙ୍କଠାରୁ ସେମାନଙ୍କ ସମ୍ପୂର୍ଣ୍ଣ ଗର୍ଭାବସ୍ଥାରେ କ୍ଷୀର ଦୁହଁାଯାଉଛି। ପୁଣି ଗୋପାଳକ ଓ ଫାର୍ମ ମାଲିକମାନେ ଗାଈ ବାଛୁରି ପକାଇବାର ଅଳ୍ପ କେଇଦିନ ଭିତରେ କୃତ୍ରିମ ଉପାୟରେ ସେମାନଙ୍କୁ ପୁଣି ଗର୍ଭବତୀ କରାଇଦେଉଛନ୍ତି। ତେଣୁ ଗାଈ ସବୁବେଳେ ଗର୍ଭବତୀ ରହୁଛି ଏବଂ ସେହି ଅବସ୍ଥାରେ କ୍ଷୀର ଦେଇଚାଲୁଛି, ଯେଉଁ କ୍ଷୀରରେ ନାରୀ ହର୍ମୋନ ଇଷ୍ଟ୍ରୋଜେନ୍‌ ଅଧିକ ପରିମାଣରେ ଥାଏ। ଆଜିକାଲି ବୈଜ୍ଞାନିକ ଓ ଗବେଷକମାନେ ଗର୍ଭବତୀ ଗାଈର କ୍ଷୀର ପିଇବାକୁ ମନା କରୁଛନ୍ତି ଏବଂ ଆମ ଆୟୁର୍ବେଦ ଶାସ୍ତ୍ରରେ ବି ସେହି କଥା କୁହାଯାଇଛି। ସୁଶ୍ରୁତ ଲେଖିଛନ୍ତି: ”ବର୍ଜୟେତ୍‌ ସନ୍ଧିନୀକ୍ଷୀରଂ ବିବତ୍ସାୟାଃଽପି ଗୋଃ ପୟଃ।“ ଅର୍ଥାତ୍‌ ସନ୍ଧିନୀ ବା ଷଣ୍ଢସଙ୍ଗିନୀ ବା ଗର୍ଭବତୀ ଗାଈର କ୍ଷୀର ପିଇବ ନାହିଁ ଏବଂ ବିବତ୍ସା ବା ବାଛୁରି ନ ଥିବା ଗାଈର କ୍ଷୀର ପିଇବ ନାହିଁ। ପିଇଲେ ତାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହେବ। କିନ୍ତୁ ଆଜିକାଲି ଅଧିକାଂଶ କ୍ଷୀର ହେଉଛି ଗର୍ଭବତୀ ତଥା ବାଛୁରି ନ ଥିବା ଗାଈର କ୍ଷୀର। ସମୟ ଥିଲା, ଯେତେବେଳେ ଗାଈଟିଏ ଦିନକୁ ୩ ଲିଟର କ୍ଷୀର ଦେଲେ ତାକୁ ଯଥେଷ୍ଟ ମନେକରାଯାଉଥିଲା। କିନ୍ତୁ ଆଜିକାଲି ଗାଈ ଓ ମଇଁଷିପାଳକମାନେ ଗାଈ ବା ମଇଁଷି ପିଛା ଦିନକୁ ୧୫ ଲିଟର ଏବଂ ବିଦେଶରେ ୨୪ ଲିଟର ପର୍ଯ୍ୟନ୍ତ କ୍ଷୀର ପାଇବା ପାଇଁ ଲକ୍ଷ୍ୟ ରଖୁଛନ୍ତି। ଅଧିକ କ୍ଷୀର ପାଇବା ପାଇଁ ସେମାନଙ୍କୁ କ୍ୟାନ୍‌ସରକାରକ ଅକ୍ସିଟୋସିନ୍‌ ଇଞ୍ଜେକ୍ସନ ଦିଆଯାଉଛି। ...

ଆମର ମହାନ୍‌ ରାଷ୍ଟ୍ରଧ୍ୱଜା

ଆମର ମହାନ୍‌ ରାଷ୍ଟ୍ରଧ୍ୱଜା

ସୁଧିରାଜ ରାଉତ/ ଦେଶ ସ୍ବାଧୀନ ହେବାର ବହୁ ବର୍ଷ ପୂର୍ବରୁ ଭାରତୀୟମାନେ ଗୋଟିଏ ପତାକା ତଳେ ଏକତ୍ରିତ ହେବାର ଆବଶ୍ୟକତା ଅନୁଭବ କରି ୧୯୦୬ରେ ଭଗିନୀ ନିବେଦିତାଙ୍କ ତତ୍ତ୍ୱାବଧାନରେ ପ୍ରଥମେ ଜାତୀୟ ପତାକା ତିଆରି ହୋଇଥିଲା। ଉଦ୍ଦେଶ୍ୟ ଥିଲା ସ୍ପଷ୍ଟ - ସବୁ ସମ୍ପ୍ରଦାୟର, ସବୁ ଭାଷାଭାଷୀର ଲୋକ ଗୋଟିଏ ଜାଗାରେ ଠିଆ ହୋଇ ଦେଶ ସ୍ବାଧୀନ ପାଇଁ ଲଢିବା। ସମୟକ୍ରମେ ସେହି ପତାକା ବହୁବାର ପରିବର୍ତ୍ତିତ ହୋଇ ଶେଷରେ ତ୍ରିରଙ୍ଗା ମଝିରେ ଅରଟ ଚିହ୍ନ ଥିବା ପତାକାରେ ପହଞ୍ଚିଥିଲା ଏବଂ ସ୍ବାଧୀନ ଭାରତରେ ଅରଟକୁ ଉଠାଇ ଉକ୍ତ ସ୍ଥାନରେ ଅଶୋକ ଚକ୍ର ରଖାଗଲା। ଏହା ହିଁ ଆମ ରାଷ୍ଟ୍ରଧ୍ୱଜା। ଦେଶ ସ୍ବାଧୀନ ହେବାର ସତୁରି ବର୍ଷ ମଧ୍ୟରେ ଆମେ ଏହାର କୌଣସି ପରିବର୍ତ୍ତନ ନ ଘଟାଇ ରାଷ୍ଟ୍ରଧ୍ୱଜା ଭାବରେ ଏହାକୁ ସମ୍ମାନ ଦେଇ ଆସିଛୁ। ଦେଶ ସ୍ବାଧୀନ ପୂର୍ବରୁ ଆମ ଧ୍ୱଜା ଅନେକ ଥର ପରିବର୍ତ୍ତନ ହେବା ପଛରେ ଉଦ୍ଦେଶ୍ୟ ଥିଲା- ଭାରତର ବିବିଧତା ମଧ୍ୟରେ ଏକତା ଏବଂ ଭାରତର ଆତ୍ମଶକ୍ତିକୁ ଯଥାର୍ଥ ପ୍ରତୀକାତ୍ମକ ରୂପେ ପ୍ରକାଶ କରିବା। ମନେହୁଏ ବର୍ତ୍ତମାନର ଧ୍ୱଜା ଅନେକ ପରିମାଣରେ ଏହି ଭାବ ଓ ଚେତନାକୁ ପ୍ରକାଶ କରିବାକୁ ସମର୍ଥ ହୋଇଛିି, କିନ୍ତୁ ଏହା ଯେ ପୂର୍ଣ୍ଣ ରୂପେ ହୋଇପାରିଛି ଏହା କହିହେବ ନାହିଁ। ଦେଶ ସ୍ବାଧୀନ ହେବା ପରେ କେହି ବ୍ୟକ୍ତି ଶ୍ରୀମାଙ୍କୁ ଜାତୀୟ ପତାକା ଦେଖାଇବାରୁ, ସେ ପତାକାକୁ ଦେଖି କିଛି ସମୟ ଧ୍ୟାନସ୍ଥ ହୋଇଗଲେ। କହିଲେ ଯଦି ଏହି ଚକ୍ରଟି ବଡ ହୋଇ ପତାକାର ଅନ୍ୟ ଦୁଇ ରଙ୍ଗକୁ ସାଥିରେ ନେଇ ପାରିଥାନ୍ତା, ତେବେ ଏହା ତାହାର ଉଦ୍ଦେଶ୍ୟକୁ ଅଧିକ ପ୍ରଭାବଶାଳୀ ଭାବରେ ବ୍ୟକ୍ତ କରିପାରିଥାନ୍ତା। ମୁଁ ଅନେକ ଅନ୍ତର୍ଦୃଷ୍ଟିସମ୍ପନ୍ନ ବ୍ୟକ୍ତିଙ୍କୁ ଏକଥା ପଚାରିଛି ଏବଂ ସେହି ଏକା ଉତ୍ତର ପାଇଛି। ବର୍ତ୍ତମାନ ବିଚାରକୁ ନେବା ଆମ ଜାତୀୟ ପତାକା କେଉଁ ପ୍ରତୀକକୁ ବହନ କରୁଛି- ଉପର ଗୈରିକ ରଙ୍ଗ ହିନ୍ଦୁ ତଳ ସବୁଜ ରଙ୍ଗ ମୁସଲମାନ, ଅଶୋକ ଚକ୍ର ବୌଦ୍ଧଧର୍ମ ଏବଂ ଶୁଭ୍ର ତଥା ନୀଳ ରଙ୍ଗ ଶିଖ, ଜୈନ ଧର୍ମକୁ ପ୍ରତିନିଧିତ୍ୱ କରୁଛି। ଧର୍ମ ସବୁକୁ ଡେଇଁ ଟିକେ ବ୍ୟାପକ ଦୃଷ୍ଟିରେ ଦେଖିଲେ- ଗୈରିକ ରଙ୍ଗ ସ୍ବାଧୀନ ଭାବ, ତ୍ୟାଗ, ତପସ୍ୟା ଓ ସାହସକୁ ସୂଚାଉଥିବା ବେଳେ ସବୁଜିମା ପ୍ରଗତି ଓ ସମୃଦ୍ଧିକୁ ସୂଚାଉଛି। ଶୁଭ୍ରତା ଶାନ୍ତି, ଆଲୋକ, ଜ୍ଞାନକୁ ପ୍ରକାଶ କଲାବେଳେ ନୀଳରଙ୍ଗର ଚକ୍ର ଏହା କହୁଛି ଏହି ସବୁ ମହା ଚେତନାକୁ ବହନ କରି ଆମେ ଅସୀମ ସମ୍ଭାବନା ଆଡ଼େ ଆଗେଇ ଚାଲିବା। ଆସ ଏବେ ଅନ୍ତର୍ଦୃଷ୍ଟିସମ୍ପନ୍ନ ବ୍ୟକ୍ତିମାନଙ୍କ କଥାକୁ ବିଚାରକୁ ନେବା- ଚକ୍ରର କେନ୍ଦ୍ର ଶୁଭ୍ର ସ୍ଥାନରେ ଥିବାରୁ ଏହା ଶାନ୍ତି, ଆଲୋକ ଓ ଜ୍ଞାନକୁ ବିକୀର୍ଣ୍ଣ କରୁଛି କିନ୍ତୁ ସେହି ଶାନ୍ତି, ଆଲୋକ, ଜ୍ଞାନ ବାସ୍ତବ ରୂପ ନେବ କିଭଳି? ଏସବୁ ବାସ୍ତବ ରୂପ ନେବା ପାଇଁ ଆବଶ୍ୟକ ସ୍ବାଧୀନଭାବ, ତପସ୍ୟା, ତ୍ୟାଗ ଓ ସାହସ। ଯଦି ଚକ୍ରଟି ଗୈରିକକୁ ସାଥିରେ ନେଇଥାନ୍ତା ତେବେ ଏସବୁ ସାମର୍ଥ୍ୟ ସ୍ବତଃ ପ୍ରାପ୍ତ ହୋଇଥାନ୍ତା। ଚକ୍ରଟି ସବୁଜିମାକୁ ସାଥିରେ ନେଇଥିଲେ ସମୃଦ୍ଧି, ପ୍ରଗତି ଏହି ସାମର୍ଥ୍ୟକୁ ତ୍ୱରାନ୍ବିତ କରିଥାନ୍ତା।...

ନିଶା ଓ ନାରୀ ପରାଭବ

ନିଶା ଓ ନାରୀ ପରାଭବ

ବିଚିତ୍ର ବିଶ୍ୱାଳ/ ମାନବ ସମାଜରେ ବଳାତ୍କାର ହଁି ସବୁଠାରୁ ଜଘନ୍ୟ ଅପରାଧ। ହତ୍ୟା ଘଟଣାରେ ଜଣେ ମଣିଷ ଜୀବନ ହରାଇଥାଏ। କିନ୍ତୁ ବଳାତ୍କାର ଦ୍ୱାରା ଜଣେ ନାରୀ ତା’ର ଆତ୍ମମର୍ଯ୍ୟାଦା, ସ୍ବାଭିମାନ ସବୁକିଛି ହରାଇଥାଏ। ବଳାତ୍କାର ହେଉଛି ଆତ୍ମାର ହତ୍ୟା ଭଳି। ଏଥିରେ ଜଣେ ନିର୍ଯାତିତା ତା’ର ମୃତ୍ୟୁ ପର୍ଯ୍ୟନ୍ତ ଅପମାନର ବୋଝ ବୋହି ଚାଲିଥାଏ। ଆମ ସମାଜରେ ନାରୀ ପୁରୁଷ ବିଷମତା ତଥା ଅତ୍ୟଧିକ ପୁରୁଷପ୍ରାଧାନ୍ୟର ଏକ କ୍ରୂର ପରିଣାମ ହେଉଛି କ୍ରମବର୍ଦ୍ଧିଷ୍ଣୁ ବଳାତ୍କାର । ସ୍ବରାଷ୍ଟ୍ର ବିଭାଗର ତଥ୍ୟ ଅନୁସାରେ ଆମ ଦେଶରେ ପ୍ରତି ୨୦ ମିନିଟ୍‌ରେ ଜଣେ ନାରୀ ବଳାତ୍କାରର ଶିକାର ହେଉଛି। ଆମ ଦେଶରେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର ଆଦି ରାଜ୍ୟ ବଳାତ୍କାରର ପରିସଂଖ୍ୟାନରେ ବହୁତ ଆଗରେ। ଆମ ରାଜ୍ୟ ଓଡ଼ିଶା ବି ବଳାତ୍କାର ସଂଖ୍ୟାରେ ଆଉ ପଛରେ ନାହଁି। ବିଶେଷଜ୍ଞମାନଙ୍କ ମତରେ ମାତ୍ର ୧୦% ବଳାତ୍କାର ଘଟଣା ହଁି ରିପୋର୍ଟ ହୋଇଥାଏ, ବାକିସବୁ ଘଟଣା ଲୁଚିଯାଏ। ତେଣୁ ବଳାତ୍କାରର ଯେଉଁ ପରିସଂଖ୍ୟାନ ବାହାରକୁ ଆସିଥାଏ, ବାସ୍ତବ ତଥ୍ୟ ତାହାଠାରୁ ବହୁତ ଅଧିକ। ବିଶ୍ୱ ମାନବ ସୂଚକାଙ୍କରେ ଭାରତର ସ୍ଥାନ ୫୦ରୁ ତଳେ ଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ତଥ୍ୟ ଅନୁସାରେ ବଳାତ୍କାରରେ ଭାରତର ସ୍ଥାନ ସମଗ୍ର ବିଶ୍ୱରେ ତୃତୀୟ। ଭାରତ ଉପରେ କେବଳ ଆମେରିକା ଓ ଦକ୍ଷିଣ ଆଫ୍ରିକା ଅଛନ୍ତିି। ତଥ୍ୟ ଅନୁସାରେ ୨୦୧୬ରେ ଭାରତରେ ୨୮,୩୫୯ଟି ବଳାତ୍କାର ଘଟଣା ପଞ୍ଜୀକୃତ ହୋଇଥିବା ବେଳେ ଆମେରିକାରେ ୯୩,୩୯୪ଟି ଏବଂ ଦକ୍ଷିଣ ଆଫ୍ରିକାରେ ୫୪,୯୨୬ଟି ଘଟଣା ପଞ୍ଜୀକୃତ ହୋଇଛି। ତେଣୁ ଏଭଳି ପରିସ୍ଥିତିରେ କେବଳ ଆଇନର ପରିବର୍ତ୍ତନ କରିଦେଲେ ବଳାତ୍କାର ଭଳି ଘଟଣାକୁ କମାଇ ହେବ ନାହଁି। ଆମ ଦେଶରେ ଅନେକ ଭଲ ଆଇନ ଅଛି, କିନ୍ତୁ ତାହାର ପରିଣାମ କ’ଣ ହେଉଛି, ଆମେ ସମସ୍ତେ ଅଙ୍ଗେ ନିିଭାଉଛେ। ତେଣୁ କେବଳ ଆଇନ ପରିବର୍ତ୍ତନ କରିବା, ସେହିସବୁ ଅବଳାଙ୍କ ପ୍ରତି ଉପହାସ, ଯେଉଁମାନେ ଅତୀତରେ ବଳାତ୍କାରର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ବା ବଞ୍ଚତ୍ରହି ମୃତ୍ୟୁଠାରୁ ଆହୁରି ଭୟଙ୍କର ପରିସ୍ଥିତିରେ ଜୀବନଯାପନ କରୁଛନ୍ତି। ...

ଏଇ ଭାରତରେ

ମହିଳାଙ୍କୁ ପ୍ରବଞ୍ଚନାର କାହାଣୀ ଅନେକ ଶୁଣାଯାଇଛି। କେତେବେଳେ ଅଧିକ ଯୌତୁକ ଆଶାରେ ସ୍ତ୍ରୀଙ୍କୁ ଅକଥନୀୟ ନିର୍ଯାତନା ଦେଇ ଘରୁ ବାହାର କରିଦିଆଯାଇଛି ତ ପୁଣି କେତେବେଳେ ପୁତ୍ର ଜନ୍ମ କରିପାରୁ ନ ଥିବାରୁ ସ୍ବାମୀ ଓ ତାଙ୍କ ପରିବାର ଦ୍ୱାରା ଅବାଞ୍ଛିତ ହୋଇଯାଉଛି ସ୍ତ୍ରୀ। ବିବାହର ପ୍ରଲୋଭନ ଦେଖାଇ କୌଣସି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ, ଗର୍ଭବତୀ ହୋଇଯାଇଥିବା ଜାଣିବା ପରେ ତାଙ୍କୁ ପ୍ରତ୍ୟାଖ୍ୟାନ ଘଟଣା ମଧ୍ୟ କିଛି ନୂଆ ନୁହେଁ। ବିହାରର ଜମୁଇ ଜିଲାରେ ଏଭଳି ଏକ ଘଟଣା ଘଟିଛି। ଜଣେ ବିବାହିତା ମହିଳାଙ୍କ ସରଳତାର ସୁଯୋଗ ନେଇ ତାଙ୍କର ପୁରୁଷ ବନ୍ଧୁ ଜଣକ କିପରି ଠକି ଦେଇଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଯୁବତୀ ଜଣକ ଜମୁଇ ଜିଲାର ବାସିନ୍ଦା। କିଛି ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ସେ ସ୍ବାମୀଙ୍କ ଘରେ ରହିଆସୁଥିଲେ। ମାତ୍ର ବିବାହ ପୂର୍ବରୁ ତାଙ୍କର ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯଦିଓ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ଆଗ୍ରହୀ ଥିଲେ ମାତ୍ର ପରିବାର ସଦସ୍ୟଙ୍କ ନିକଟରେ ଏ କଥା ଖୋଲି କହିପାରି ନ ଥିଲେ। ପରିବାର ସଦସ୍ୟଙ୍କ ପସନ୍ଦର ଯୁବକଙ୍କ ସହ ତାଙ୍କର ବିବାହ ହୋଇଯାଇଥିଲା। କିନ୍ତୁ ଯୁବତୀଙ୍କର ମନ ଅଟକି ଯାଇଥିଲା ତାଙ୍କର ପୁରୁଷ ବନ୍ଧୁଙ୍କ ନିକଟରେ। ହଠାତ୍‌ ଦିନେ ତାଙ୍କ ସହ ସେ ସ୍ବାମୀଙ୍କ ଘରୁ ଗୋପନରେ ଚାଲିଯାଇଥିଲେ। ...

ସମ୍ପାଦକୀୟ/ ଡାଭୋସ୍‌ ବାହୁସ୍ଫୋଟ

ସମ୍ପାଦକୀୟ/ ଡାଭୋସ୍‌ ବାହୁସ୍ଫୋଟ

ଭାରତର ସମୁଦାୟ ଘରୋଇ ଉତ୍ପାଦ (ଜିଡିପି) ୧୯୯୭ଠାରୁ ୬ ଗୁଣା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ସ୍ବିଜରଲାଣ୍ଡର ଡାଭୋସ୍‌ଠାରେ ଜାନୁୟାରୀ ୨୩ରୁ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ରେ ଭାଷଣ ଦେଇ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ହେଲେ କିଭଳି ଭାବେ ଏହା ୬ ଗୁଣା ବଢ଼ିଛି, ତାହା ଉପରେ ସେ ଆଲୋକପାତ କରିନାହାନ୍ତି। ଡବ୍ଲ୍ୟୁଇଏଫ୍‌ରେ ଯୋଗଦେବା ପୂର୍ବରୁ ଭାରତର ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ସେ କହିଥିଲେ ଯେ, ଅସଂଖ୍ୟ ଭାରତୀୟଙ୍କ ସଫଳ କାହାଣୀକୁ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପନ କରିବେ। ସମ୍ଭବତଃ କଥା ରକ୍ଷା କରିବାକୁ ଯାଇ ସେ ଏଭଳି ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ଅର୍ଥନୀତିର ଜୟଯାତ୍ରା ବିଷୟ ବଖାଣିଛନ୍ତି। ହେଲେ ଭାରତୀୟ ଅର୍ଥନୀତିର ଅସଲ ରୂପକୁ ଅନ୍ତର୍ଜାତୀୟ ସଂସ୍ଥା ‘ଅକ୍ସଫାମ୍‌’ ଜାନୁୟାରୀ ୨୨ରେ ପଦାରେ ପକାଇଦେଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ପ୍ରାୟ ୧୨୫ କୋଟି ଜନସଂଖ୍ୟା ମଧ୍ୟରୁ ୧ ପ୍ରତିଶତ ଅତି ଧନୀ ଲୋକ ଦେଶରେ ସୃଷ୍ଟି ହୋଇଥିବା ସମ୍ପତ୍ତିର ୭୩ ପ୍ରତିଶତ ଠୁଳ କରିଛନ୍ତି। ଅବଶ୍ୟ ଏବେ ଦେଶର ଜନସଂଖ୍ୟା ପ୍ରାୟ ୧୫୦ କୋଟି ହୋଇଗଲାଣି। ଉପରୋକ୍ତ ପରିସଂଖ୍ୟାନକୁ ଗଭୀର ଭାବେ ଅନୁଧ୍ୟାନ କଲେ ଇତିମଧ୍ୟରେ ଧନୀ-ଗରିବ ତାରତମ୍ୟ ଅତ୍ୟନ୍ତ ବୃଦ୍ଧି ପାଇଛି। ଗତବର୍ଷ ଏହି ଆକଳନ ଭିନ୍ନ ଥିଲା। ଆମକୁ କୁହାଯାଇଥିଲା ଯେ ୧ ପ୍ରତିଶତ ପୁଞ୍ଜିପତି ଦେଶରେ ସୃଷ୍ଟି ହୋଇଥିବା ଧନର ୫୮ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ। ଏଭଳି ଦ୍ରୁତଗତିରେ ଘଟୁଥିବା ଅର୍ଥନୈତିକ ଅସମାନତା ପ୍ରମାଣ କରୁଛି ଯେ, ପ୍ରଣୟନ କରାଯାଇଥିବା ସବୁ ନୀତି କେବଳ ଧନୀଙ୍କୁ ସୁହାଉଛି। ଆଶ୍ଚର୍ଯ୍ୟ ହେଲା ଭଳି ପରିସଂଖ୍ୟାନ ହେଲା ୨୦୧୭ରେ ୧ ପ୍ରତିଶତ ଅତି ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ୨୦.୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି, ଯାହାକି ୨୦୧୭-୧୮ ବଜେଟରେ ମୋଟ ପରିମାଣ ପାଖାପାଖି ହୋଇଯାଇଛି। ଗତଥର ବଜେଟ ପରିମାଣ ଥିଲା ୨୧.୪୭ ଲକ୍ଷ କୋଟି ଟଙ୍କା। ବିମୁଦ୍ରୀକରଣ ଅସ୍ତ୍ର ପ୍ରୟୋଗ କରାଯିବା ପରେ ଧନୀଙ୍କ କଳାଧନ ପଦାରେ ପଡ଼ିଯିବ ଏବଂ ସେମାନଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇବ ବୋଲି ମୋଦି ଯେଉଁ ଭବିଷ୍ୟବାଣୀ ଶୁଣାଇ ଥିଲେ ତାହା ଆଜି ଅସତ୍ୟ ପ୍ରମାଣିତ ହୋଇଛି।...

ରୋଜଗାରର ଭୁଲ୍‌ ଗଣିତ

ରୋଜଗାରର ଭୁଲ୍‌ ଗଣିତ

ତତ୍ତ୍ୱ ଓ ତର୍କ-ବିମଳ ପ୍ରସାଦ ପାଣ୍ଡିଆ/ ଏବେ ଭାରତରେ ରୋଜଗାର ସୃଷ୍ଟିର ସ୍ଥିତିକୁ ନେଇ ଚାଲିଛି ହୋହଲ୍ଲା। ଏଇ ନିକଟରେ ବାଙ୍ଗାଲୋର ସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାର ପ୍ରଫେସର ପୁଲକ ଘୋଷ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡ. ସୌମ୍ୟକାନ୍ତି ଘୋଷ କହିଛନ୍ତି ଯେ ୨୦୧୬-୧୭ ଆର୍ଥିକ ବର୍ଷରେ ଭାରତରେ ୪.୫ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୨୦୧୭-୧୮ ଆର୍ଥିକବର୍ଷର ନଭେମ୍ବର ସୁଦ୍ଧା ୩୭ ଲକ୍ଷ ଲୋକଙ୍କୁ ରୋଜଗାର ମିଳିସାରିଛି। ସେମାନେ ଅନୁମାନ କରିଛନ୍ତି ଯେ ଆର୍ଥିକବର୍ଷର ଶେଷ ବେଳକୁ ରୋଜଗାର ସଂଖ୍ୟା ବଢି ୫୫ ଲକ୍ଷ ହୋଇଯିବ। ପୁଲକ ଓ ସୌମ୍ୟକାନ୍ତି ଦେଇଥିବା ଏହି ତଥ୍ୟ ଯଦି ସତ ତେବେ ତାହା ଭାରତ ସରକାରଙ୍କ ଶ୍ରମ ବିଭାଗ ପ୍ରଦାନ କରୁଥିବା ରୋଜଗାରର ସଂଖ୍ୟାଠାରୁ କାହିଁ କେତେଗୁଣ ଅଧିକ। ରୋଜଗାର ବଢ଼ୁନାହିଁ ବୋଲି ତୀବ୍ର ସମାଲୋଚନାର ନଈବଢ଼ିରେ ଭାସିଯାଉଥିବା ମୋଦି ସରକାରଙ୍କ ମନ୍ତ୍ରୀମାନଙ୍କୁ ଏହା କୁଟାଖିଅ ପରି ଲାଗିଲା। ସେମାନେ ଟପ୍‌କିନା ଏହି ଅଧ୍ୟୟନ ଦେଇଥିବା ସୂଚନାକୁ ସାଉଁଟି ପକାଇ କହିଲେ, ଦେଖ, ରୋଜଗାର କେତେ ବଢିଛି। ତେବେ ଘୋଷ ମହାଶୟଙ୍କ ଘୋଷଣାରୁ ଗହୀରିଆ ଖୁଣ ବାହାରିବା ଆଦୌ ବିଳମ୍ବିତ ହେଲା ନାହିଁ। ଭାରତୀୟ ଅର୍ଥନୀତିର ବୃଦ୍ଧି ହାର ହ୍ରାସ ପାଇଥିବା ବେଳେ ରୋଜଗାର କେମିତି ଏତେ ବଢିବ ବୋଲି ଆରମ୍ଭରୁ ଶଙ୍କା ସୃଷ୍ଟି ହୋଇଥିଲା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ତଥ୍ୟ ଆଧାରରେ ଘୋଷ ଏହି ସୂଚନା ଦେଇଥିଲେ। କିନ୍ତୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ତଥ୍ୟକୁ ହିଁ ଅନେକ ବିଶେଷଜ୍ଞ ପ୍ରମାଦପୂର୍ଣ୍ଣ ବୋଲି କହିଛନ୍ତି। ଅର୍ଥନୈତିକ ଗବେଷକ ମହେଶ ବ୍ୟାସ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ବାର୍ଷିକ ରିପୋର୍ଟରୁ ପାଇଲେ ଯେ ପାଣ୍ଠିର ସଭ୍ୟସଂଖ୍ୟା ୨୦୧୪-୧୫ ଓ ୨୦୧୫-୧୬ରେ ୨୫ ଲକ୍ଷ ବଢିଥିଲା। କିନ୍ତୁ ଅତି ଆଶ୍ଚର୍ଯ୍ୟଜନକ ଭାବରେ ଜାନୁୟାରୀ ୨୦୧୭ରୁ ଜୁନ୍‌ ୨୦୧୭ ମଧ୍ୟରେ ମାତ୍ର ଛଅ ମାସରେ ସଭ୍ୟ ସଂଖ୍ୟା ଏକ କୋଟିରେ ପହଞ୍ଚତ୍ଗଲା। ପୂର୍ବ ଦୁଇବର୍ଷରେ ୨୫ ଲକ୍ଷ ବଢିଥିବା ବେଳେ ମାତ୍ର ଛଅ ମାସରେ ଏକ କୋଟି କେମିତି ହେବ ବୋଲି ସେମାନେ ପ୍ରଶ୍ନ କଲେ। ଏହା ଏଇଥିପାଇଁ ହେଲା ଯେ, ନିଯୁକ୍ତିକାରୀମାନଙ୍କୁ ରେଜିଷ୍ଟ୍ରିଭୁକ୍ତ ହୋଇ ନ ଥିବା ସମସ୍ତ କର୍ମଚାରୀଙ୍କ ସୂଚନା ପ୍ରଦାନ କରିବାକୁ କୁହାଗଲା। ତେଣୁ ମାର୍ଚ୍ଚ ୨୦୧୭ରେ ସଭ୍ୟସଂଖ୍ୟା ୩.୮ କୋଟି ଥିବାବେଳେ ଚାରିମାସ ପରେ ଜୁଲାଇ ୨୦୧୭ ବେଳକୁ ତାହା ୪.୮ କୋଟି ବଢିଗଲା। ଭବିଷ୍ୟନିଧି ପାଣ୍ଠିର ମୋଟ ସଭ୍ୟ ସଂଖ୍ୟା ମାତ୍ର ଚାରି ମାସରେ ଏକା ଥରକେ ଏକ-ଚତୁର୍ଥାଂଶରୁ ବି ଅଧିକ ବଢିଗଲା। ନିଯୁକ୍ତି ବଢି ନାହିଁ, କେବଳ ପୂର୍ବରୁ ନିଯୁକ୍ତ ଥିବା କର୍ମଚାରୀଙ୍କୁ ଭବିଷ୍ୟନିଧିର ପଞ୍ଜୀକରଣ କରିବା ପାଇଁ କୁହାଯିବାରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସଦସ୍ୟ ସଂଖ୍ୟାରେ ଏପରି ବଢ଼ତି ଦେଖାଦେଇଛି। ଏମିତି ଏକ ଭ୍ରମାତ୍ମକ ତଥ୍ୟକୁ ଭିତ୍ତିକରି ଦେଶର କିଛି ଖ୍ୟାତନାମା ଗବେଷକ ଭାରତରେ ୫୫ ଲକ୍ଷରୁ ବି ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି କହିବା ଆଦୌ ତର୍କସଙ୍ଗତ ନୁହେଁ ବୋଲି ଅନେକ ଅର୍ଥନୀତିଜ୍ଞ କହିଛନ୍ତି। ଘୋଷଙ୍କ ତଥ୍ୟର ଭିତ୍ତିକୁ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ଅନ୍ୟ ଅନେକ ଗବେଷଣା ଓ ତଥ୍ୟ ତାହାର ଠିକ୍‌ ଓଲଟା କହୁଛନ୍ତି। ୨୦୧୭ରେ ସରକାରୀ ରିପୋର୍ଟ ଆସିଛି ଯେ ମୋଦି ସରକାର ଶାସନକୁ ଆସିବା ବେଳେ ଭାରତରେ ବେକାରି ହାର ୪.୯% ଥିବାବେଳେ ୨୦୧୫-୧୬ରେ ତାହା ୫%କୁ ବୃଦ୍ଧି ପାଇଛି। ଅନେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଭାରତରେ ନିଯୁକ୍ତି ସୃଷ୍ଟିର ସ୍ଥିତିକୁ ନେଇ ଚିନ୍ତା ଜାହିର କରିସାରିଛନ୍ତି। ...

ଚନ୍ଦ୍ରଭାଗା ତୀର୍ଥ ଓ ଖଣ୍ଡଗିରି ମେଳା

ଚନ୍ଦ୍ରଭାଗା ତୀର୍ଥ ଓ ଖଣ୍ଡଗିରି ମେଳା

ଡ. ଉଦ୍ଧବ ଚରଣ ନାୟକ/ ବହୁ କ୍ଷେତ୍ର, ବହୁ ତୀର୍ଥ ଓ ଅନେକ ଦେବଦେବୀଙ୍କ ଆରାଧ୍ୟ ସ୍ଥଳ ଭାବରେ ପୁଣ୍ୟଉତ୍କଳ କାଳକାଳରୁ ସୁପ୍ରସିଦ୍ଧ। ଉତ୍କଳର ପୁରୁଷୋତ୍ତମ ଧାମ ହିନ୍ଦୁଧର୍ମର ଶ୍ରେଷ୍ଠ ଧାମ ଭାବରେ ବିବେଚିତ। ଏହି ଧାମ ପୁରୀର ମହୋଦଧିଠାରୁ ପୁଣ୍ୟତୋୟା ବୈତରଣୀ ଯାଏ ବିସ୍ତୃତ। ଏହି ପୁରୁଷୋତ୍ତମ କ୍ଷେତ୍ର ମଧ୍ୟରେ ହିନ୍ଦୁଧର୍ମର ଆରାଧ୍ୟ ପଞ୍ଚଦେବଙ୍କର ପାଞ୍ଚଗୋଟି ପବିତ୍ର କ୍ଷେତ୍ର ଅବସ୍ଥିତ। ସେଗୁଡିକ ହେଲା, ଗଣେଶ ପୀଠ-ମହାବିନାୟକ, ବିଷ୍ଣୁପୀଠ-ପୁରୀ, ଶୈବପୀଠ-ଭୁବନେଶ୍ୱର, ଶକ୍ତିପୀଠ ଯାଜପୁର ଓ ସୂର୍ଯ୍ୟପୀଠ-କୋଣାର୍କ। ପୁଣ୍ୟପୀଠ କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ସମୀପରେ ଅବସ୍ଥିତ। ବିଭିନ୍ନ ପୁରାଣରେ ଏହି ଚନ୍ଦ୍ରଭାଗା ତୀର୍ଥର ନାମ ଭିନ୍ନ। ପ୍ରତ୍ୟେକ ନାମକୁ ସାର୍ଥକ କରିବା ନିମନ୍ତେ ଗୋଟିଏ ଗୋଟିଏ କିମ୍ବଦନ୍ତୀ ପ୍ରଚଳିତ। ବ୍ରହ୍ମପୁରାଣରେ କୋଣାଦିତ୍ୟ, ଶିବପୁରାଣରେ ସୂର୍ଯ୍ୟକ୍ଷେତ୍ର, ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କକ୍ଷେତ୍ର, ଭବିଷ୍ୟପୁରାଣରେ ମିତ୍ରବନ ଓ କପିଳସଂହିତାରେ ରବିକ୍ଷେତ୍ର ବା ମୈତ୍ରେୟ ବନ ଭାବରେ ଚନ୍ଦ୍ରଭାଗା କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣିତ। ପ୍ରାଚୀ ମାହାତ୍ମ୍ୟର ଷଷ୍ଠ ଅଧ୍ୟାୟରେ ଉଲ୍ଲେଖ ଅଛି- ବହୁ ପୂର୍ବକାଳରେ ଦେବଦେବ ମହାଦେବ ବ୍ରହ୍ମାଙ୍କ ଏକ ମସ୍ତକଛେଦନ କରି ପାପମୁକ୍ତ ହେବା ନିମନ୍ତେ ଆସି ପହଞ୍ଚିଥିଲେ ଏଇ ଚନ୍ଦ୍ରଭାଗା ତୀର୍ଥରେ। ସ୍ବୟଂ ସୂର୍ଯ୍ୟଦେବ ମଧ୍ୟ ନିଜ ପାପ ପ୍ରକ୍ଷାଳନ ନିମନ୍ତେ ଏହି ଅର୍କ କ୍ଷେତ୍ରରେ ତପସ୍ୟା କରିଥିଲେ। ଚନ୍ଦ୍ରଭାଗା ତୀର୍ଥ ହେଉଛି ଚିରନ୍ତନ ଓ ସନାତନ। ପୁରୁଷୋତ୍ତମ ମହାତ୍ମ୍ୟରୁ ଜଣାଯାଏ, ସ୍ବୟଂ ନାରାୟଣ ଗୟାସୁରକୁ ବଧ କରି ସଂକେତ ସ୍ବରୂପ ପୁରୁଷୋତ୍ତମରେ ଶଙ୍ଖ, ଭୁବନେଶ୍ୱରରେ ଚକ୍ର, ଯାଜପୁରରେ ଗଦା ଓ କୋଣାର୍କରେ ପଦ୍ମକୁ ନିକ୍ଷେପ କରିଥିବାରୁ ପୁରୀ ଶଙ୍ଖ କ୍ଷେତ୍ର, ଭୁବନେଶ୍ୱର ଚକ୍ର କ୍ଷେତ୍ର, ଯାଜପୁର ଗଦା କ୍ଷେତ୍ର ଓ କୋଣାର୍କ ପଦ୍ମ କ୍ଷେତ୍ର ଭାବେ ନାମିତ ହୋଇଛି। ଶାମ୍ବ ପୁରାଣରେ ବର୍ଣ୍ଣିତ ଅଛି, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ପିତାଙ୍କ ଅଭିଶାପରେ କୁଷ୍ଠବ୍ୟାଧିରେ ଆକ୍ରାନ୍ତ ହୋଇ ଏହି ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟ ଉପାସନା କରି ରୋଗମୁକ୍ତ ହୋଇଥିଲେ।...

ଏଇ ଭାରତରେ

ସ୍କୁଲ, କଲେଜରେ ବାଗ୍‌ଦେବୀ ସରସ୍ବତୀଙ୍କ ଆରାଧନା ଏକ ପ୍ରାଚୀନ ପରମ୍ପରା। ଭକ୍ତିପୂତ ଚିତ୍ତରେ ବିଦ୍ୟାଦାତ୍ରୀଙ୍କୁ ପୂଜାକରି ଛାତ୍ରୀଛାତ୍ରମାନେ ଆଶିଷ ଭିକ୍ଷା କରିଥାଆନ୍ତି। କିନ୍ତୁ ଗତ କେତେବର୍ଷ ଧରି ଦେଖିବାକୁ ମିଳୁଛି ଏହି ପବିତ୍ର ପୂଜାରେ କେତେକ ସ୍ଥାନରେ ଅପସଂସ୍କୃତିର ପ୍ରବେଶ। ବିଭିନ୍ନ କ୍ଲବ୍‌ କିମ୍ବା ସଂସ୍ଥା ପକ୍ଷରୁ ସାର୍ବଜନୀନ ସରସ୍ବତୀ ପୂଜା ଭିନ୍ନ କଥା, ମାତ୍ର କେତେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଏହି ପୂଜାକୁ ଯେଉଁଭଳି ପ୍ରହସନରେ ପରିଣତ କରାଗଲାଣି ତାହା ଭଦ୍ରସମାଜକୁ ଲଜ୍ଜିତ କରୁଛି। ସୋମବାର ସରସ୍ବତୀ ପୂଜା ଅବସରରେ ବିହାର ରାଜଧାନୀ ପାଟନାସ୍ଥିତ ବି.ଏନ. କଲେଜର ଏକ ଛାତ୍ରାବାସରେ ଯେଉଁଭଳି ରାତିତମାମ ଅଶ୍ଳୀଳ ନୃତ୍ୟ ହେଲା ତାହାର ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ପାଟନାରେ ପ୍ରତିବାଦର ସ୍ବର ମଧ୍ୟ ଶୁଣିବାକୁ ମିଳୁଛି। କଲେଜର ମୁଖ୍ୟ ଛାତ୍ରାବାସରେ ଦିନରେ ସରସ୍ବତୀଙ୍କ ପୂଜା କରାଗଲା। ସାରୁ ଆରମ୍ଭ ହୋଇଗଲା ମଉଜ ମଜଲିସ୍‌। ଛାତ୍ରାବାସ ପରିସରରେ ଆୟୋଜିତ ଏକ ଉତ୍ସବରେ ରାତିତମାମ ଚାଲିଲା ନୃତ୍ୟଗୀତର ଆସର। ଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ ଏଥିରେ। ...

ଆତ୍ମହତ୍ୟା

ଆତ୍ମହତ୍ୟା

ସମ୍ପାଦକୀୟ-ତଥାଗତ ସତପଥୀ/ ୨୨ ଜାନୁୟାରୀ ୨୦୧୮ ଓଡ଼ିଶା ପୋଲିସ ପାଇଁ ଏକ କଳଙ୍କିତ ଦିବସ ଭାବେ ମନେରହିବ। ଗଣବଳାତ୍କାରର ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ରାଜ୍ୟର ଚିନ୍ତାଶୀଳ ସମାଜକୁ ବ୍ୟସ୍ତ କରିବା କଥା। ଆଜିର ପୃଥିବୀରେ ”#ମିଟୂ“ ଏକ ସାମାଜିକ ବିପ୍ଳବରେ ପରିଣତ ହେଲାଣି। ଏହି କ୍ରାନ୍ତିକାରୀ ଚିନ୍ତା ମାଧ୍ୟମରେ ମହିଳାମାନଙ୍କୁ ନିର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସମାଜରେ ଉତ୍ସାହିତ କରାଯାଉଛି। ଦେହକୁ ନ ଛୁଇଁ ଯଦି ଭାଷାରେ ପୁରୁଷଙ୍କ ତରଫରୁ ଇଙ୍ଗିତ କରାଯାଉଛି, ତାହାକୁ ମଧ୍ୟ ପଦାରେ ପକାଇବା ପାଇଁ ମହିଳାମାନଙ୍କୁ ଶକ୍ତି ଦିଆଯାଉଛି। ଏଭଳି ଏକ ଚିନ୍ତାଧାରାରେ ସମଗ୍ର ପୃଥିବୀ ପ୍ରଭାବିତ ହେବା ସମୟରେ, ଓଡ଼ିଶାର କୋରାପୁଟ ଜିଲା କୁନ୍ଦୁଲି ନିକଟସ୍ଥ ମୂୂଷାଗୁଡ଼ା ଗ୍ରାମର ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିବା ସମଗ୍ର ଓଡ଼ିଆ ଜାତିକୁ ଲଜ୍ଜିତ କରିବା କଥା। ଏହି ଛାତ୍ରୀଙ୍କ କହିବା ଅନୁଯାୟୀ ତାଙ୍କୁ ଗଣବଳାତ୍କାର କରିଥିବା ୪ଜଣ ବ୍ୟକ୍ତି ପୋଲିସ ପୋଷାକଧାରୀ ଥିଲେ। ଏହି ଗଣବଳାତ୍କାରୀଙ୍କୁ ଲୁଚାଇବା ପାଇଁ ସମଗ୍ର ବ୍ୟବସ୍ଥା ମିଶିଯିବା ଅତ୍ୟନ୍ତ କ୍ଷୋଭର ବିଷୟ। ଆଜିର ଆତ୍ମହତ୍ୟା ପ୍ରମାଣ କରୁଛି ଯେ ଉଭୟ ଓଡ଼ିଶା ପୋଲିସର ଦାବି ଏବଂ ଡାକ୍ତରୀ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା। ଛାତ୍ରୀ ଜଣକ ବଞ୍ଚିଥିବା ବେଳେ ବାରମ୍ବାର ଦୋହରାଇଥିଲେ ଯେ ଗଣବଳାତ୍କାରୀମାନେ ପୋଲିସ କର୍ମଚାରୀ। କେତେକ ଗଣମାଧ୍ୟମରେ କୁହାଯାଉଥିଲା ଏମାନେ କେନ୍ଦ୍ରୀୟ ସୁରକ୍ଷା କର୍ମଚାରୀ ହୋଇଥାଇପାରନ୍ତି।...

ଆଗକୁ ଆଠମାସିଆ ଗ୍ରୀଷ୍ମ

ଆଗକୁ ଆଠମାସିଆ ଗ୍ରୀଷ୍ମ

ସହଦେବ ସାହୁ/ ଯଦି ଆଜି ଭଳି ଜାଗତିକ ଉଷ୍ଣତା (ଗ୍ଲୋବାଲ୍‌ ୱାର୍ମିଂ) ଜାରି ରହେ, ତେବେ ଆଜି ଜନ୍ମ ହେଉଥିବା ପିଲାକୁ ୫୦ ବର୍ଷ ହେଲା ବେଳକୁ ଅର୍ଥାତ୍‌ ୨୦୭୦ରେ ସେ ଆଠମାସିଆ ଖରା ଋତୁ ଦେଖିବ, ତା’ ଜୀବନ ଡହଳବିକଳ ହେବ। ପରିବେଶବିତ୍‌ମାନେ ଏଭଳି ଚେତାବନୀ ତେବେ କାହିଁକି ଦେଉଛନ୍ତି? ଧ୍ୱଂସାଭିମୁଖୀ ପୃଥିବୀକୁ ଉଦ୍ଧାର କରିବା ଦିଗରେ ବିଭିନ୍ନ ରାଷ୍ଟ୍ରର ନେତାମାନେ କିଭଳି ସେମାନଙ୍କ ରାଜନୈତିକ ଦାୟିତ୍ୱ ତୁଲାଉନାହାନ୍ତି ତା’ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଏହାର ଉଦ୍ଦେଶ୍ୟ। ଏ ବିଷୟରେ ସାଧାରଣ ନାଗରିକର ସାଧାରଣ ଜ୍ଞାନ ନ ବଢିଲେ ସେ ଭୋଟଦାତା ଭାବେ ନେତାମାନଙ୍କ ବେକରେ ଗାମୁଛା ପକାଇବାର ସାହସ ପାଇବ ନାହିଁ। ସୂର୍ଯ୍ୟର ପ୍ରଖର ବିକିରଣକୁ ନରମ କରିବାର ପରିବେଶ ପୃଥିବୀର ଅଛି, କିନ୍ତୁ ମଣିଷର ଅମଣିଷିଆ କାମ ପରିବେଶକୁ ବିଗାଡ଼ୁଛି। ସୂର୍ଯ୍ୟର ବିକିରଣ କେବଳ ଦୃଶ୍ୟ ଆଲୋକ ଜରିଆରେ ଘଟୁନାହିଁ, ଅଦୃଶ୍ୟ ଅଲ୍‌ଟ୍ରାଭାଓଲେଟ୍‌ ଓ ଇନ୍‌ଫ୍ରାରେଡ୍‌ ମଧ୍ୟ ବିକିରଣ ଜରିଆରେ ସମ୍ଭବ ହେଉଛି। ଏ ସବୁର ମାତ୍ର ୩୦ ଶତାଂଶ ବାଦଲ, ତୁଷାରାବୃତ୍ତ ତଥା ଅନ୍ୟ ପ୍ରତିଫଳନକାରୀ ପୃଷ୍ଠ ଦ୍ୱାରା ମହାକାଶକୁ ଫେରେ। ବାକି ୭୦ ଶତାଂଶ ସମୁଦ୍ର, ଭୂଇଁ ଓ ବାୟୁମଣ୍ଡଳ ଶୋଷି ନେଇ ଉଷ୍ଣ ହୋଇଯାଏ। ତାତିଥିବା ସମୁଦ୍ର, ଭୂଇଁ ଓ ବାୟୁମଣ୍ଡଳରୁ ତାପ ବି ବାୟୁମଣ୍ଡଳ ଦେଇ ମହାକାଶକୁ ଚାଲିଯାଏ, ଏ ପ୍ରକାର ପ୍ରତିଫଳିତ ବିକିରଣକୁ ଇନ୍‌ଫ୍ରାରେଡ୍‌ ଥର୍ମାଲ୍‌ (ଅବଲୋହିତ ଉଷ୍ଣ) କୁହାଯାଏ। ଆସିବାରୁ ଫେରିବା କଟିଗଲା ପରେ ବାକି ବିକିରଣ ପୃଥିବୀପୃଷ୍ଠର ହାରାହାରି ତାପକୁ ୧୫ ଡିଗ୍ରୀ ସେଲ୍‌ସିୟସ୍‌ (୫୯୦ ଫାରେନ୍‌ହାଇଟ୍‌)ରେ ରଖେ ବୋଲି ଆମେରିକାର ‘ନାସା’ ହିସାବ କରିଛି। ଏଥିରୁ ମନେହେବ ଜାଗତିକ ଉଷ୍ଣତା ଏକ ସ୍ବାଭାବିକ ପ୍ରକ୍ରିୟା। କାଚ ଘର ଭିତରେ ଚାଷ (ଗ୍ରୀନ୍‌ ହାଉସ୍‌) କଲେ ସେ ଘରେ ପଶୁଥିବା ଓ ତହିଁରୁ ବାହାରିଯାଉଥିବା ବିକିରଣ ଭିତରେ ବଦଳାବଦଳି ଏହିପରି ଘଟିଥାଏ ବୋଲି ଏ କାରବାରକୁ ଗ୍ରୀନ୍‌ ହାଉସ୍‌ ବା ଗ୍ଲାସ୍‌ ହାଉସ୍‌ ଇଫେକ୍ଟ (ପ୍ରଭାବ) କୁହାଯାଏ ଏବଂ ଯେଉଁ ବାଷ୍ପଗୁଡିକ ବିକିରଣକୁ ଶୋଷିରଖନ୍ତି ସେଗୁଡିକୁ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ କୁହାଯାଏ। ...

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ

ଡ. ଜନ୍ମେଜୟ ଚୌଧୁରୀ/ ଯେଉଁ ଦେଶବତ୍ସଳ ବୀରମାନଙ୍କ ଶୁଭ ଆବିର୍ଭାବ ଦେଶର ଭାଗ୍ୟରେ ନୂତନ ଜାଗରଣର ଏକ ନବ ଯୁଗ ଆଣିଥିଲା, ସେମାନଙ୍କ ମଧ୍ୟରେ ବୀର ସୁରେନ୍ଦ୍ର ସାଏ ଅନ୍ୟତମ। ସମ୍ବଲପୁରଠାରୁ ୨୧ ମାଇଲ ଦୂର ଖିଣ୍ଡା ଗ୍ରାମରେ ୧୮୦୯ ଜାନୁୟାରୀ ୨୩ ତାରିଖରେ ଚୌହାନ ବଂଶରେ (ରାଜବଂଶୀ କ୍ଷତ୍ରିୟ) ବିପ୍ଳବୀ ସୁରେନ୍ଦ୍ର ସାଏଙ୍କର ଜନ୍ମ ହୋଇଥିଲା। ୧୮୨୭ ମସିହାରେ ସମ୍ବଲପୁର ରାଜା ଅପୁତ୍ରକ ଥାଇ ଦେହତ୍ୟାଗ କରିଥିଲେ। ସୁରେନ୍ଦ୍ର ସାଏ ସେହି ରାଜବଂଶର ଉପଯୁକ୍ତ ଦାୟାଦ ଭାବରେ ରାଜଗାଦି ଦାବି କଲେ। କିନ୍ତୁ ଇଂରେଜ ସରକାର ତାଙ୍କ ଦାବିକୁ ଉପେକ୍ଷା କରି ତାରପାଲିର ଜମିଦାର ନାରାୟଣ ସିଂହଙ୍କୁ ସେହି ସିଂହାସନ ପ୍ରଦାନ କଲେ। ଏହାଦ୍ୱାରା ସମଗ୍ର ସମ୍ବଲପୁର ଅଞ୍ଚଳରେ ବିଶୃଙ୍ଖଳା ବ୍ୟାପିଗଲା। ସମ୍ବଲପୁରର ଗଣ୍ଡ ଓ ବିଞ୍ଚାଲ୍‌ ଜମିଦାର ଗୋଷ୍ଠୀ ସୁରେନ୍ଦ୍ର ସାଏଙ୍କୁ ସିଂହାସନର ଉପଯୁକ୍ତ ଉତ୍ତରାଧିକାରୀ ଭାବେ ସମର୍ଥନ କରି ଆନ୍ଦୋଳନ କଲେ। ପରିଶେଷରେ ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଇଂରେଜ ସରକାର ୧୮ବର୍ଷ ଜେଲ୍‌ଦଣ୍ଡ ଦେଲେ।...

ମାରିନେବେ ମହାପାତ୍ରେ

ମାରିନେବେ ମହାପାତ୍ରେ

ପ୍ରକାଶ କୁମାର ସିଂହ/ ‘ମାରିନେଲେ ମହାପାତ୍ରେ, ଚାହିଁଥାରେ ଜଳକା’ ବୋଲି ଲୋକୋକ୍ତି ଅଛି ନା ସାଧୁଜନେ? ଏଇ କଥାଟି ଆମ ଚଳଣିରେ, ଆମ ଜୀବନରେ ବେଳେବେଳେ ହାଡ଼େହାଡ଼େ ସତ ହୋଇଯାଏ। ବିଶ୍ୱାସ ହେଉନି ଆପଣଙ୍କର? ହେଲେ ଟିକିଏ ଭାବିଲେ ଆମ ରସଗୋଲାର ଜିଆଇ ମାନ୍ୟତା କଥା। କେଡ଼େବଡ଼ କଥାଟେ ନ ହେଲା ସତେ! ଆମକୁ ଭକୁଆ ବନେଇ ପଡୋଶୀ ରାଜ୍ୟ କଲିକତା ରସଗୋଲା ନାମରେ ଜିଆଇ ମାନ୍ୟତା ହାସଲ କରିନେଲା। କିହୋ- ସିଏ ନେଲା କ’ଣ, ଆମର ‘ହାତ ଅଳସେ ନିଶ ବଙ୍କା’ ନୀତି ଯୋଗୁ ମାରିନେଲା ଚାନ୍ସ। ବଙ୍ଗାଳୀ ବାଡିରେ ଓଡିଆ ପୂଜାରୀ କେଡେ ସୁଆଦିଆ ଖାଦ୍ୟଦ୍ରବ୍ୟ ପରଷନି ସତେ। ଓଡିଆ ରାନ୍ଧୁଣିଆର ରୋଷେଇ ଖାଇଲେ ନା ଖାଦ୍ୟ ସାଙ୍ଗରେ ଆଙ୍ଗୁଠିକୁ ଚାଟି ଚାଟି ସରେଇଦେବ। ଏଇ ଇଲାକାର ପୂଜାରୀ ସେମିତି ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଚଳିତ ରସଗୋଲା ହେଉ, ହେଉ ସାଲେପୁରର ଅବା ପାହାଳର, ସ୍ବାଦ ଚଖେଇଥିବ ନିଶ୍ଚୟ। ପଡୋଶୀ ରାଜ୍ୟର ଲୋକେ ଆମ ଓଡ଼ିଆ ରସଗୋଲାର ସ୍ବାଦ ପାଇଲା ପରେ ସେଦିନୁ ଲାଳ ଗଡୁଥିଲା ବୋଧେ- ଆଉ ଶେଷରେ ବାଜି ମାରିନେଲେ। ଆମେ ଜଳକା ହୋଇ ଚାହିଁ ରହିଛୁ। ...

ଏଇ ଭାରତରେ

ପର୍ଯ୍ୟଟକମାନଙ୍କର ଉପସ୍ଥିତ ବୁଦ୍ଧି ଓ ସାହସିକତା ଦୁଇ ବନ କର୍ମଚାରୀଙ୍କ ଜୀବନ ବଞ୍ଚାଇଦେଲା। ନଚେତ୍‌ ସେମାନେ ବାଘ ପାଟିରେ ଜୀବନ ହାରିଥାଆନ୍ତେ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାସ୍ଥିତ ତାଡୋବା ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରେ। ରବିବାର ଛୁଟି କଟାଇବା ସକାଶେ ଏହି ଅଭୟାରଣ୍ୟକୁ ଆସିଥାଆନ୍ତି କେତେକ ପର୍ଯ୍ୟଟକ। ଅଭୟାରଣ୍ୟର ନିୟମ ମୁତାବକ ବିଧିବଦ୍ଧ ଭାବେ ଅନୁମତି ନେଇ ପର୍ଯ୍ୟଟକମାନେ ନିଜସ୍ବ ଗାଡିରେ କୋର ଏରିଆ ମଧ୍ୟକୁ ପ୍ରବେଶ କରିଥାଆନ୍ତି। ଜଙ୍ଗଲ ଭିତର କଚ୍ଚା ରାସ୍ତାରେ ବୁଲୁବୁଲୁ ସେମାନେ ଏଭଳି ଏକ ସ୍ଥାନରେ ପହଞ୍ଚିଲେ ଯେଉଁଠି ରାସ୍ତା ଉପରେ ବସିରହିଥିଲା ଏକ ମହାବଳ ବାଘ। ହଠାତ୍‌ ରାସ୍ତା ଉପରେ ବାଘକୁ ଦେଖି ପର୍ଯ୍ୟଟକଙ୍କ ହୃଦ୍‌କମ୍ପ ବଢିଯାଇଥିଲା। ....

ମାଙ୍କଡ଼ ନୁହେଁ, ଗାଈ

ମାଙ୍କଡ଼ ନୁହେଁ, ଗାଈ

ତଥାଗତ ସତପଥୀ/ ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ ଡାରଓ୍ବିନ୍‌ ‘ଦି ଡିସେଣ୍ଟ ଅଫ୍‌ ମ୍ୟାନ୍‌’ ପୁସ୍ତକରେ ଦେଇଥିବା ତତ୍ତ୍ୱ ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ ଥିଲା ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ। ସ୍କୁଲ ଓ କଲେଜରେ ଏ ସଂକ୍ରାନ୍ତ ଥିବା ପାଠ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ନିକଟରେ ସର୍ବ ଭାରତୀୟ ବୈଦିକ ସମ୍ମେଳନ ପୃଷ୍ଠଭୂମିରେ ସେ ଦେଇଥିବା ଏପରି ମତକୁ ନେଇ ସମାଜର ବିଭିନ୍ନ ବର୍ଗ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଶନ୍‌ ନିର୍ବାଚନ

ମିଶନ୍‌ ନିର୍ବାଚନ

ସବ୍ୟସାଚୀ ଅମିତାଭ/ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଛି। ପୁରୀରେ ଆୟୋଜିତ ଭବ୍ୟ ସମାରୋହରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ସୁପ୍ରିମୋ। ଯେତେବେଳେ କର୍ମୀ ଓ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେବାକୁ ନବୀନ ପୋଡିୟମ୍‌ ଉପରକୁ ଗଲେ, ସମସ୍ତେ ଆଶା କରୁଥିଲେ ମହାନଦୀ, ପୋଲାଭରମ୍‌ ଅବା ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ନବୀନ କେନ୍ଦ୍ରକୁ ଟାର୍ଗେଟ୍‌ କରିବେ।