ସମ୍ପାଦକୀୟ

କର୍ପୋରେଟ୍‌ ଜଙ୍ଗଲ

କର୍ପୋରେଟ୍‌ ଜଙ୍ଗଲ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତରେ ଯାହା ଦେଖାଯାଏ, ତାହା ଘଟେନାହିଁ। ଗତ କିଛିବର୍ଷ ଧରି ଧ୍ୱନି ଦିଆଯାଇ ଆସୁଅଛି ଯେ ଘରୋଇକରଣ ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରାଯାଇପାରିବ। ଏହା ସ୍ବୀକାରଯୋଗ୍ୟ ଯେ ଏୟାର ଇଣ୍ଡିଆ ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ବ୍ୟବସାୟ ପ୍ରତି କୌଣସି ଧ୍ୟାନ ଦେବାକୁ ଇଚ୍ଛା ନ ଥାଏ। ଯାହାଫଳରେ, ସାଧାରଣରେ, ଧାରଣା ସୁଦୃଢ଼ ହୋଇଛି ଯେ ସରକାରୀ ଉଦ୍ୟୋଗଗୁଡ଼ିକ ସବୁବେଳେ କ୍ଷତିରେ ଚାଲୁଛନ୍ତି ଏବଂ ତାହା ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି। ଗତ ଶତାବ୍ଦୀର ନବେ ଦଶନ୍ଧି ଆରମ୍ଭରେ ଉଦାରୀକରଣ ଦ୍ୱାହିଦେଇ ଘରୋଇକରଣର ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଏହି ଚିନ୍ତାଧାରାର ଆଢୁଆଳରେ ଅନେକ ଲାଭ କରୁଥିବା ସରକାରୀ ସଂସ୍ଥାକୁ ବ୍ୟବସାୟୀଙ୍କ ହାତରେ ଟେକି ଦିଆଗଲା। ...

ଭାଷଣସର୍ବସ୍ବ ସରକାର

ଭାଷଣସର୍ବସ୍ବ ସରକାର

ବୈକୁଣ୍ଠନାଥ ମିଶ୍ର ଦେଶରେ ଏ ଯାବତ୍‌ ଯେତେ ସରକାର ପ୍ରତିଷ୍ଠିତ ହୋଇଛନ୍ତି, ଜନତାର ଆଶା ପୂର୍ଣ୍ଣ କରିବାରେ ଶତପ୍ରତିଶତ ସଫଳ ହୋଇପାରି ନାହାନ୍ତି। ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ, ସାଂଗଠନିକ ଦକ୍ଷତାର ପ୍ରଚାରରେ ଭ୍ରମିତ ହୋଇ ଓ ତାଙ୍କ ଭାଷଣ ଚାତୁରିରେ ବିମୋହିତ ହୋଇ ଭାରତବାସୀ ତାଙ୍କ ଉପରେ ଯେଉଁ ଆଶା ଓ ବିଶ୍ୱାସ ସ୍ଥାପନ କରିଥିଲେ ମାତ୍ର ଚାରିବର୍ଷ ଶାସନ ଭିତରେ ତାହା ଆଶଙ୍କାରେ ପରିଣତ ହେଲାଣି। ଲୋକଙ୍କର ହୃଦ୍‌ବୋଧ ହେଲାଣି ଯେ ଏହା ଏକ ଭାଷଣସର୍ବସ୍ବ ସରକାର। ସ୍ବଚ୍ଛ ଭାରତ, ଡିଜିଟାଲ ଇଣ୍ଡିଆ, ମେକ୍‌-ଇନ୍‌ ଇଣ୍ଡିଆ ପ୍ରଭୃତି ସ୍ଲୋଗାନରେ ଅପପୁଷ୍ଟି ଭୋଗୁଥିବା ଶିଶୁ, ଉତ୍କଟ ଫସଲହାନି, ଋଣଭାରରେ ପୀଡିତ ଚାଷୀ, ଦାଦନ ଖଟୁଥିବା ଶ୍ରମିକ, ଜଳର ସନ୍ଧାନରେ କଳସୀ ଧରି ପ୍ରତ୍ୟହ ଚାରି କିଲୋମିଟର ବାଟ ଚାଲୁଥିବା ଗ୍ରାମୀଣ ନାରୀ କିମ୍ବା ମଦ୍ୟପ ସ୍ବାମୀର ନିର୍ଯାତନାରେ ଅତିଷ୍ଠ ଗରିବ ସ୍ତ୍ରୀଟିର କ’ଣ ଦୁଃଖ ଘୁଞ୍ଚିବ? ଏଲ୍‌ପିଜି, ପେଟ୍ରୋଲ କିମ୍ବା ଡିଜେଲର ନିୟମିତ ଦର ବୃଦ୍ଧି ଏ ଦେଶର ଗରିବଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି। ବିମୁଦ୍ରୀକରଣ ସମୟରେ ମୋଦିଜୀଙ୍କ ଭାଷଣ ‘ଧନୀର ନିଦ ହଜିଯିବ ଓ ଦରିଦ୍ର ଶାନ୍ତିରେ ଶୋଇବ’ ତ ବାସ୍ତବରେ ବିପରୀତ ହୋଇଛି। ଦେଶର ସମୁଦାୟ ସମ୍ପତ୍ତିର ନବେଭାଗ ମାତ୍ର ଦଶଭାଗ ଲୋକଙ୍କ ପାଖରେ ଠୁଳ ହୋଇଛି। ଏହା ସ୍ପଷ୍ଟ ସୂଚାଉଛି ଯେ ଧନୀ ଅଧିକ ଧନୀ ହୋଇଛି ଓ ଗରିବ ଅଧିକ ଗରିବ ହୋଇଛି। ଧନୀ ଅଧିକ ଧନୀ ହେବା ଦ୍ୱାରା ଜାତୀୟ ଅଭିବୃଦ୍ଧି (ଜିଡିପି)କୁ ସୂଚିତ କରୁଥାଇପାରେ, ମାତ୍ର ଏହା ଦେଶର ଆର୍ଥିକ ବିକାଶର ପରିଚାୟକ ନୁହେଁ। ...

ଦୁର୍ଗମ ପଥ, ଦୁର୍ଦ୍ଧର୍ଷ ପଥିକ

ଦୁର୍ଗମ ପଥ, ଦୁର୍ଦ୍ଧର୍ଷ ପଥିକ

ଡ. ପ୍ରଫୁଲ୍ଲ କୁମାର ସାହୁ ରାଷ୍ଟ୍ର ନିର୍ମାଣର ସମର୍ଥ ସ୍ଥପତି ବିଜୁପଟ୍ଟନାୟକ। ଶ୍ରଦ୍ଧା, ସ୍ବାଭିମାନ ଓ ଦୁଃସାହସର ଜଣେ ଦୁର୍ଦ୍ଦର୍ଷ ବୀର। କିଏ ତାଙ୍କୁ ଝଡ଼ର ଇଗଲ କହେ ତ କିଏ କହେ ପ୍ରବାଦ ପୁରୁଷ। ମାତ୍ର ସେ ଥିଲେ ସବୁ ବିଶେଷଣକୁ ଅତିକ୍ରମ କରିଯାଇଥିବା ଜଣେ ମହାନାୟକ। ପିଲାଟି ଦିନରୁ ଗୋପବନ୍ଧୁ ଓ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଫଳତାର ଶୀର୍ଷ ଆରୋହଣ କରିଥିବା ବିଜୁବାବୁଙ୍କ ସମଗ୍ର ଜୀବନ ଥିଲା ଏକ ଦୁଃସାହସିକ ଯାତ୍ରା। ପଡ଼ିଆରେ ଫୁଟବଲ୍‌ ଖେଳିବାଠାରୁ ଆକାଶରେ ବିମାନ ଉଡ଼େଇବା ପର୍ଯ୍ୟନ୍ତ ସବୁଥିରେ ସେ ଥିଲେ ସାହସୀ, ଧୂରନ୍ଧର। ତାଙ୍କ ଦୁଃସାହସ, ନିର୍ଭୀକତା ଓ ଦେଶପ୍ରେମକୁ କେନ୍ଦ୍ରକରି ଗଢିଉଠିଛି ଅନେକ କାହାଣୀ ଓ କିମ୍ବଦନ୍ତୀ।...

ଏଇ ଭାରତରେ

ଏଇ ଭାରତରେ

ଅଧିକାରୀମାନଙ୍କ କ୍ଷମତାର ଅହଂକାର ବେଳେବେଳେ ବିଷମ ପରିସ୍ଥିତି ସୃଷ୍ଟି କରେ, ଯାହା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଅଜାକ ଥାନା ଅଞ୍ଚଳରେ। ମୁଖ୍ୟାଳୟରୁ ଅନୁମତି ନ ନେଇ ଅଜାକ ଡିଏସ୍‌ପି ଜଣେ ଅଭିଯୁକ୍ତଙ୍କୁ ଖୋଜିବା ସକାଶେ ଯାଇଥିବା କାରଣରୁ ତାଙ୍କୁ ନିଲମ୍ବିତ କରିଛନ୍ତି ସେହି ଅଞ୍ଚଳର ଏଡିଜି। ସୂଚନା ମୁତାବକ ଗ୍ବାଲିୟର ଅଞ୍ଚଳର ଜଣେ ଯୁବତୀଙ୍କୁ ସେହି ଅଞ୍ଚଳର ସୁନୀଲ ଶ୍ରୀବାସ୍ତବ ଉଠେଇ ନେଇ ବିଦିଶା ଜିଲା ଲଟେରି ତହସିଲର ଜଗଦୀଶ ଗୁର୍ଜର ନାମକ ଜଣେ ବ୍ୟକ୍ତିଙ୍କୁ ଦୁଇମାସ ପୂର୍ବରୁ ବିକ୍ରି କରିଦେଇଥିଲେ। ଯୁବତୀଙ୍କ ପରିବାର ସହ ପୂର୍ବରୁ ସୁନୀଲଙ୍କର ସମ୍ପର୍କ ଥିବାରୁ ସେ ଏହାର ଫାଇଦା ଉଠାଇଥିଲେ। ଜଗଦୀଶ ଏଥିପାଇଁ ସୁନୀଲଙ୍କୁ ୪୦ ହଜାର ଟଙ୍କା ଦେଇ ସମ୍ପୃକ୍ତ ଯୁବତୀଙ୍କୁ ବାହା ହୋଇଯାଇଥିଲେ। ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଏହା ହୋଇଥିବାରୁ ମାମଲା ପହଞ୍ଚିଥିଲା ବିଦିଶା ଜିଲାର ଅନୁସୂଚିତ ଜାତି କଲ୍ୟାଣ ଶାଖା ନିକଟରେ। ଅଜାକ ଥାନାରେ ଏତଲା ହେବା ପରେ ପୋଲିସ ସୁନୀଲଙ୍କୁ ଧରିବାକୁ ଜାଲ ବିଛାଇଥିଲା।...

ସିରିଆର କ୍ଷତି

ସିରିଆର କ୍ଷତି

ପଶ୍ଚିମ ଏସିଆ ରାଷ୍ଟ୍ର ସିରିଆରେ ୨୦୧୮ ଏପ୍ରିଲ ୭ରେ ଗୃହଯୁଦ୍ଧର ଏକ ବିଭୀଷିକା ଦେଖିବାକୁ ମିଳିଥିଲା। ୨୦୧୧ ମାର୍ଚ୍ଚ ୧୫ରୁ ରାଜଧାନୀ ଦାମାସ୍କସ୍‌ସ୍ଥିତ ପୂର୍ବ ଗୋଉଟାର ଶେଷ ଭାଗରେ ଥିବା ଦୋଉମା ସହର ବିଦ୍ରୋହୀଙ୍କ କବ୍‌ଜାରେ ଥିବାରୁ ତାହା ଉପରେ ସିରିଆ ସେନା ରାସାୟନିକ ଆକ୍ରମଣ କରିଥିଲା। ଫଳରେ ୮୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମହିଳା ଓ ଶିଶୁଙ୍କ ସମେତ ହଜାର ହଜାର ଲୋକ ଆହତ ହୋଇଥିଲେ। ଏଥିରେ ରୁଷିଆର ହାତ ଥିବା କୁହାଯାଉଥିଲା।

ମୃତ୍ୟୁଞ୍ଜୟ ଭାରତ

ମୃତ୍ୟୁଞ୍ଜୟ ଭାରତ

ଡ. ବାଞ୍ଛାନିଧି ପଣ୍ଡା/କବି ଇକବାଲ ଲେଖିଛନ୍ତି ”ୟୁନାନ, ରୋମା, ମିଶର ମିଟ ଗୟେ ଜହାଁସେ, ମଗର ଅଭିକେ ବାକି ହୈ ନାମୋ ନିଶାଁ ହମାରା, କୁଛ୍‌ ବାତ ହୈ କି ହସ୍ତି ମିଟତି ନହିଁ, ଶଦିୟୋଁ ସେ ଦୁଶମନ୍‌ ଦ୍ୱାରେ ଜମା ହମାରା।“ ଅର୍ଥାତ୍‌ ଗ୍ରୀସ୍‌, ରୋମ୍‌, ମିଶର ଆଦି ରାଷ୍ଟ୍ରଗୁଡ଼ିକ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ ହୋଇଯାଇଛନ୍ତି, ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବଞ୍ଚିରହିଛୁ। ଶତାବ୍ଦୀ ଶତାବ୍ଦୀ ଧରି ଆମ ଦୁଆର ମୁହଁରେ ଶତ୍ରୁ ଜମା ହୋଇଥିଲେ ମଧ୍ୟ ଆମର ଏପରି ଏକ ବିଶେଷତ୍ୱ ଅଛି, ଯଦ୍ଦ୍ବାରା ଆମର ଅସ୍ତିତ୍ୱ ଲିଭିଯାଇ ନାହିଁ।

ବଦଳି ଯାଉଛି ଗାଁ

ବଦଳି ଯାଉଛି ଗାଁ

ସଂଗ୍ରାମ କେଶରୀ ପୃଷ୍ଟି/ଗାଁ କଥା କହିଲା ମାତ୍ରକେ ମନରେ ଉଙ୍କିମାରେ ଗାଁ ମାଟିର ଶାନ୍ତ, ସୁନ୍ଦର ପରିବେଶ, ଯେଉଁଠି ସ୍ନେହ ପ୍ରେମର ରଜ୍ଜୁରେ ବନ୍ଧାଥାଏ ଜୀବନ। ନ ଥାଏ ସେଠି ପରଆପଣା ଭାବ। ମାଟିର ଗନ୍ଧ, କୋଇଲିର କୁହୁତାନ, ଘରଚଟିଆଙ୍କ କିଚିରିମିଚିରି, ଝରଣାର କୁଳୁକୁଳୁ ତଥା ଢିଙ୍କିର ଧାନକୁଟିବାର ଶବ୍ଦ ମଧ୍ୟରେ ଅନୁଭବ କରିହୁଏ ଗାଁକୁ। ସେଇଥିପାଇଁ ତ ତାହା ପ୍ରତି ମୁହୂର୍ତ୍ତରେ ଆକର୍ଷିତ କରିଥାଏ କବି, ଲେଖକ ଓ ଭାବୁକଙ୍କୁ। ସେଇଥିପାଇଁ ଦିନେ କବି ସଚ୍ଚି ରାଉତରାୟଙ୍କ ଲେଖନୀରୁ ଝରିପଡ଼ିଥିଲା- ”ଛୋଟ ମୋର ଗାଁଟି... ଭୂଗୋଳ-ପୋଥି ପତରେ ପଛେ ନ ଥାଉ ତା’ର ନାଆଁଟି...।“

ଏଇ ଭାରତରେ

ଏଇ ଭାରତରେ

ମନୋବଳ ଦୃଢ ଥିଲେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନେ। ଯାହା ଦେଖିବାକୁ ମିଳିଛି ଚଣ୍ଡିଗଡର ମୋହିନ୍ଦର ସିଂଙ୍କ କ୍ଷେତ୍ରରେ। ମାତ୍ର ୧୨ବର୍ଷ ବୟସରେ ଏକ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ମୋହିନ୍ଦର ଅନେକ ଝଡଝଞ୍ଜା ଅତିକ୍ରମ କରି ସମାଜରେ ମୁଣ୍ଡ ଟେକିପାରିଛନ୍ତି। ହରିୟାଣାର କର୍ଣ୍ଣଲ ଜିଲାର ସେଙ୍ଗୋଆ ଗ୍ରାମରେ ଜନ୍ମିତ ମୋହିନ୍ଦରଙ୍କ ପାରିବାରିକ ଅବସ୍ଥା ଭଲ ନ ଥିଲା। ବାପା ଜଣେ କୃଷକ। ମାଆ ଅନ୍ୟ ଲୋକଙ୍କ ଘରେ କାମ କରି ଯାହା ରୋଜଗାର କରୁଥିଲେ ଘର ଚଳୁଥିଲା। ପିଲା ବେଳୁ ମୋହିନ୍ଦରଙ୍କୁ ଖେତରେ କାମ କରିବାକୁ ପଡୁଥିଲା।

ଯୌନହିଂସା ଓ ଦଣ୍ଡ ବ୍ୟବସ୍ଥା

ଯୌନହିଂସା ଓ ଦଣ୍ଡ ବ୍ୟବସ୍ଥା

ଆକାର ପଟେଲ ଏକ ସାମାଜିକ ପ୍ରାଣୀ ଭାବେ କଠୁଆ ଓ ଉନ୍ନାଓଠାରେ ସଂଘଟିତ ଘଟଣା ଉପରେ ଆମେ କି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିବା ଉଚିତ? ଅନ୍ତର୍ଜାତୀୟ ସ୍ତରରେ ଭାରତର ବଦନାମ ବଢ଼ିବାରେ ଲାଗିଛି କାରଣ ଯୌନହିଂସା ଦୃଷ୍ଟିରୁ ମହିଳା ଓ ଶିଶୁ ଏଠାରେ ସୁରକ୍ଷିତ ନୁହନ୍ତି। ଏପରି ଘଟଣାକୁ ଆମେ କାହିଁକି ବନ୍ଦ କରିପାରୁ ନାହୁଁ ଏବଂ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଯୌନହିଂସା ହ୍ରାସ ପାଇପାରିବ? ଏପରି ହିଂସାକୁ ବନ୍ଦ କରିବା ପାଇଁ ସରକାର କିଛି କରିବା ଉଚିତ କହି ଆମେ ନିଜର ଭୂମିକାକୁ ଗୌଣ କରିଦେଉଛୁ। ତେବେ ସରକାର ଏ ବାବଦରେ କ’ଣ କରିବା ଉଚିତ, ସେ ବିଷୟରେ ପ୍ରଥମେ ଆଲୋଚନା କରାଯାଉ। ...

ଉତ୍ପୀଡ଼କ ଉଲ୍ଲାସ

ଉତ୍ପୀଡ଼କ ଉଲ୍ଲାସ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ନିଜ ବାଞ୍ଛିତ ବସ୍ତୁର ପ୍ରାପ୍ତିରେ ଉଲ୍ଲାସ ପ୍ରକଟ କରିବା ଅବା ଅପ୍ରାପ୍ତିରେ ବିଷାଦ ବ୍ୟକ୍ତ କରିବା ସମ୍ପୂର୍ଣ୍ଣ ରୂପେ ଏକ ବ୍ୟକ୍ତିଗତ ଅନୁଭବ। ମାତ୍ର ବେଳେବେଳେ ଏମିତି କିଛି ଉଲ୍ଲାସ ନିଜ ବ୍ୟକ୍ତିଗତ ପରିସରରୁ ଅଙ୍କୁରିତ ହୋଇ ଅନ୍ୟମାନଙ୍କୁ ଏମିତି ସଂକ୍ରମିତ କରେ ଯେ ଜଣାଯାଏ, ସତେଯେମିତି ସମଗ୍ର ଜଗତରେ ଆନନ୍ଦର ଜୁଆର ମାଡିଯାଇଛି। ପୁଣି କାହାର ନିଜସ୍ବ ବିଷାଦ ଏକ ବୃହତ୍ତର ପରିସରକୁ ପରିବ୍ୟାପ୍ତ ହୋଇ ଅନ୍ୟମାନଙ୍କୁ ଏମିତି ପ୍ରଭାବିତ କରେ ଯେ ମନେହୁଏ, ଯେମିତି କି ଦୁଃଖର ଯନ୍ତ୍ରଣାରେ ସଭିଏଁ ଜର୍ଜରିତ। ପ୍ରକୃତରେ, ଅନ୍ୟର ଆନନ୍ଦରେ ଉଲ୍ଲସିତ ହେବା ବା କାହାର ଦୁଃଖରେ ଦ୍ରବୀଭୂତ ହେବା ମଣିଷ ମଧ୍ୟରେ ଦିବ୍ୟ ଜୀବନର ଏକ ଅମୃତମୟ ଉପଲବ୍ଧି। ମାତ୍ର ଅନ୍ୟପକ୍ଷରେ, ଅନ୍ୟର କାନ୍ଦ ବିନିମୟରେ ନିଜ ପାଇଁ ହସ କିଣୁଥିବା ବା ଅନ୍ୟକୁ ଦୁଃଖ ଦେଇ ନିଜ ପାଇଁ ସୁଖ ସାଉଁଟୁଥିବା ଲୋକମାନଙ୍କ ଉପଲବ୍ଧିର କି ନାମ ଦିଆଯାଇପାରେ? ଏଭଳି ଲୋକଙ୍କୁ କେଉଁ ନାମରେ ଡକାଯାଇପାରେ?...

ଗଣମାଧ୍ୟମର ଅଭିଭାବକ

ଗଣମାଧ୍ୟମର ଅଭିଭାବକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ହେଉଛି ସମଗ୍ର ଦେଶରେ ଥିବା ସମ୍ପାଦକମାନଙ୍କ ଏକମାତ୍ର ପେସାଗତ ସଙ୍ଗଠନ। ଜରୁରିକାଳୀନ ପରିସ୍ଥିତି ପରେ ୧୯୭୭ରେ ଏହା ଗଠନ କରାଯାଇଥିଲା। ଜାତୀୟ, ଆଞ୍ଚଳିକ, ସ୍ଥାନୀୟ ଖବରକାଗଜ, ପତ୍ରିକା ଏବଂ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମର ପ୍ରାୟ ୨୦୦ ଏହାର ସଦସ୍ୟ ଅଛନ୍ତି। ଗଣମାଧ୍ୟମର ସ୍ବାଧୀନତାକୁ ପ୍ରତିରୋଧ କରୁଥିବା ଆଇନ ଓ ଏହାର କାର୍ଯ୍ୟକାରିତା ବିରୋଧରେ ହେଉଥିବା ଆନ୍ଦୋଳନର ଏହା ନେତୃତ୍ୱ ନେଉଥିବା ଏକ ପ୍ରମୁଖ ସଙ୍ଗଠନ। ସମାଜର ଜାଗ୍ରତ ପ୍ରହରି କୁହାଯାଉଥିବା ଗଣମାଧ୍ୟମର ସମ୍ପାଦକଙ୍କୁ ନେଇ ଚାଲିଥିବା ସଙ୍ଗଠନର ସଭାପତି ଭାବେ ବିଶିଷ୍ଟ ସାମ୍ବାଦିକ ଶେଖର ଗୁପ୍ତା ୨୦୧୮ ଏପ୍ରିଲ ୧୪ରେ ନିର୍ବାଚିତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଅନେକେ ଆଗ୍ରହ ରଖିବା ସ୍ବାଭାବିକ। ...

ଏଇ ଭାରତରେ

ଏଇ ଭାରତରେ

ଶିଶୁର ମନ କୋମଳ। ତା’ ଉପରେ ଅଧିକ ଚାପ ବିଷମ ପରିଣତିକୁ ଆମନ୍ତ୍ରଣ କରିଥାଏ। ଏହା ବାରମ୍ବାର ପ୍ରମାଣିତ ହୋଇଛି। ମନସ୍ତତ୍ତ୍ୱବିତ୍‌ମାନେ ଏହାକୁ ଦୃଷ୍ଟିରେ ରଖି ଶିଶୁ ଓ କିଶୋରମାନଙ୍କ ମନକୁ ଆଘାତ ନ ପହଞ୍ଚାଇବା ସକାଶେ ମାତାପିତା ଓ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଅନେକ ସମୟରେ ଶିଶୁ ଉପରେ ପାଠର ଚାପ ତାକୁ ଚରମ ପରିସ୍ଥିତି ଆଡକୁ ନେଇଯାଇଥାଏ। ମହାରାଷ୍ଟ୍ରର ପୁଣେଠାରେ ଘଟିଥିବା ଏକ ଘଟଣା କିଶୋର ବୟସ ଉପରେ ଚାପର କରୁଣ ସ୍ଥିତିକୁ ପଦାରେ ପକାଇଛି। ଘର କାମ ନ କରିବାରୁ ମାଆ ଗାଳିଦେବା ଯୋଗୁ ଜଣେ ୧୪ବର୍ଷର ବାଳିକା ଆତ୍ମହତ୍ୟା କରିଦେବା ଘଟଣା କେବଳ ପରିବାର ସଦସ୍ୟଙ୍କୁ ନୁହେଁ, ପଡୋଶୀଙ୍କୁ ମଧ୍ୟ ସ୍ତବ୍ଧ କରିଦେଇଛି। ପୁଣେର କାଲଓ୍ବୋଡି ଅଞ୍ଚଳରେ ରହନ୍ତି ମାଡ୍ରାସର ମୂଳବାସିନ୍ଦା ଏକ ପରିବାର । ସେହି ପରିବାରର ଅଷ୍ଟମ ଶ୍ରେଣୀ ପାଠ ପଢୁଥିବା ଝିଅ ଶୁକ୍ରବାର ଘରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ବାପା ଜଣେ ଡ୍ରାଇଭର, ମାଆ ସ୍ଥାନୀୟ ନଗର ନିଗମର ଜଣେ ତୃତୀୟଶ୍ରେଣୀ କର୍ମଚାରୀ। ସେମାନେ ଆଉ କିଛିଦିନ ପରେ ନିଜ ଗାଁକୁ ଯିବାର ଯୋଜନା କରିଥିଲେ। ସେଥିପାଇଁ ଝିଅର ମନ ମଧ୍ୟ ଖୁସି ଥିଲା। ଗାଁକୁ ଯିବା ପୂର୍ବରୁ ଘରେ କିଛିଟା ଆନୁଷଙ୍ଗିକ କାର୍ଯ୍ୟ ସାରିବାକୁ ମା’ଝିଅ ଲାଗିପଡିଥିଲେ। ଯେହେତୁ ମା’ଙ୍କ ନିକଟରେ ସମୟର ଅଭାବ ଥିଲା, ତେଣୁ ସେ ଝିଅକୁ କିଛିଟା କାମ କରିଦେବାକୁ କହିଥିଲେ। ...

ଆକସ୍ମିକ ବଦଳି

ଆକସ୍ମିକ ବଦଳି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଆଇଏଏସ୍‌ ଅଫିସର ରାଜୀବ ରାଉତେଲାଙ୍କୁ ଗୋରଖପୁର ଜିଲା ମାଜିଷ୍ଟ୍ରେଟ୍‌ ପଦରୁ ହଟାଇ ଉତ୍ତରପ୍ରଦେଶ ଦେବୀପାଟନର ଡିଭିଜନାଲ କମିଶନର କରାଯିବାର ମାତ୍ର ଦୁଇଦିନ ପରେ କେନ୍ଦ୍ର ସରକାର ତାଙ୍କୁ ଉତ୍ତରାଖଣ୍ଡ ବଦଳି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋରଖପୁର ଲୋକ ସଭା ଆସନ ପାଇଁ ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଗଣତି କେନ୍ଦ୍ରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡ଼ିବାକୁ ବାରଣ କରି ରାଉତେଲା ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲେ। ଏହାପରେ ତାଙ୍କୁ ଦେବୀପାଟନର କମିଶନର ଭାବେ ପଦୋନ୍ନତି ଦିଆଯାଇଥିଲା, ଯାହାକୁ ନେଇ ସାମାଜିକ ଓ ମୁଦ୍ରଣ ଗଣମାଧ୍ୟମରେ ନାନା ଆଲୋଚନା ସମାଲୋଚନା ହୋଇଥିଲା। ଯେତେବେଳେ ଉତ୍ତରପ୍ରଦେଶର ପୁନର୍ଗଠନ ଚାଲିଥିଲା, ସେତେବେଳେ ରାଉତେଲାଙ୍କୁ ଉତ୍ତରାଖଣ୍ଡ କ୍ୟାଡର ଭାବେ ଚିହ୍ନିତ କରାଯାଇଥିଲା। ...

ଗରମ ପାଣିର ବେଙ୍ଗ

ଗରମ ପାଣିର ବେଙ୍ଗ

ଡ. ପଦାରବିନ୍ଦ ରଥ ବେଙ୍ଗର ଜୀବନକୁ ନେଇ ଗୋଟିଏ ଅତ୍ୟନ୍ତ ରୋଚକ ତଥା ବିବାଦୀୟ କାହାଣୀ ଅଛି। କାହାଣୀଟି ଏହିପରି- ଥରେ ଜଣେ ବ୍ୟକ୍ତି ଗୋଟିଏ ପାତ୍ରରେ କିଛି ପାଣି ନେଇ ସେଥିରେ ଗୋଟିଏ ବେଙ୍ଗକୁ ଛାଡ଼ିଲେ। ସ୍ବାଭାବିକ ଭାବରେ ବେଙ୍ଗଟି ପାଣି ଭିତରେ ମନ ଖୁସିରେ ପହଁରିବା ଆରମ୍ଭ କରିଦେଲା। ତା’ ପରେ ବ୍ୟକ୍ତି ଜଣକ ପାତ୍ରରେ ଥିବା ପାଣିକୁ ଅତି ଧୀରେ ଧୀରେ ଗରମ କଲେ। ପାଣି ଗରମ ହେବା ଆରମ୍ଭ ହେଲା ପରେ ବେଙ୍ଗ ନିଜର ବିଶେଷତା ଦେଖାଇବାକୁ ଚାହିଁଲା। ବିଶେଷତାଟି ହେଲା, ପାଣି ଭିତରେ ଥିଲାବେଳେ ସେ ପାଣିର ତାପମାତ୍ରା ସହିତ ନିଜ ଶରୀରର ତାପମାତ୍ରାକୁ ସନ୍ତୁଳିତ କରିପାରେ। ପାଣିର ତାପମାତ୍ରା ଯେଉଁ ଅନୁସାରେ ବଢିବାକୁ ଲାଗିଲା, ବେଙ୍ଗଟି ସେହି ଅନୁସାରେ ନିଜର ଶରୀରର ତାପମାତ୍ରାକୁ ବି ବଦଳାଇବାକୁ ଲାଗିଲା ଏବଂ ପୁଣି ପହଁରିବାରେ ବ୍ୟସ୍ତ ରହିଲା। କିନ୍ତୁ ସେ ଭୁଲିଗଲା ଯେ ତା’ର ଏହି ବିଶେଷତା ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ପର୍ଯ୍ୟନ୍ତ କାମ କରିପାରେ ଏବଂ ତା’ ପରେ ସେ ଚାହିଁଲେ ବି ଗରମ ପାଣିର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ସହିତ ତାଳ ଦେଇ ନିଜ ଶରୀରର ତାପମାତ୍ରାକୁ ବଦଳାଇ ପାରିବ ନାହଁି। ...

କହି ଜାଣିଲେ କଥା ସୁନ୍ଦର

କହି ଜାଣିଲେ କଥା ସୁନ୍ଦର

ମନ-ମାନଚିତ୍ର/ ଡ. ନରହରି ବେହେରା ଶବ୍ଦକୁ ବ୍ରହ୍ମ ସହ ତୁଳନା କରନ୍ତି ପଣ୍ଡିତମାନେ। କାହାର ମଧୁର ବଚନ ଯେପରି ହୃଦୟରେ ଚନ୍ଦନ ବୋଳିଦିଏ, ସେହିପରି କର୍କଶ ବଚନର କଷ୍ଟ କାଳକାଳକୁ ମନେରହିଥାଏ। ତେଣୁ କୁହାଯାଏ, ଶରୀରର ଅନ୍ୟାନ୍ୟ କ୍ଷତ ଶୁଖିଯାଏ ସିନା, ମାତ୍ର କଠୋର ବଚନର କ୍ଷତ ଆଦୌ ଶୁଖେ ନାହିଁ। ବାସ୍ତବରେ ବଚନ ହେଉଛି ଭାବ ସଂଯୋଗର ସେତୁ। ବ୍ୟକ୍ତିଗତ ସମ୍ପର୍କ ହେଉ କି ସାମାଜିକ, ଭାଷା ହିଁ ତାହାର ଏକମାତ୍ର ମାଧ୍ୟମ। ଭାଷା ଟିକିଏ ଓଲଟ ପାଲଟ ହୋଇଗଲେ ସମ୍ପର୍କ କାଚଘର ପରି ଭାଙ୍ଗିଯାଏ। ମଧୁର କଥା କହି ଅନ୍ୟକୁ ଆନନ୍ଦ ଦେଉଥିବା ବ୍ୟକ୍ତି ଏ ସଂସାରରେ ବିରଳ। ଏଥିପାଇଁ ମନଜାଣି ଭଲ କଥା କହୁଥିବା ଚତୁର ବ୍ୟକ୍ତି ନାୟକର ଦୂତ ବା ସଖା ଭାବରେ କାବ୍ୟକବିତାରେ ଚିତ୍ରିତ ହୋଇଥିବାର ଦେଖାଯାଏ। ମନର ବେଦନାକୁ ଅନ୍ୟ ଆଗରେ ପ୍ରକାଶ କରିବାରେ ଏହି ଦୂତମାନଙ୍କର ଏତେ ଆବଶ୍ୟକତା ଥାଏ ଯେ ବିରହୀମାନେ ମେଘ, ହଂସ, ପବନ, ସୂର୍ଯ୍ୟ ପ୍ରଭୃତିଙ୍କୁ ଦୂତ କରି ପଠାଇବାର ବର୍ଣ୍ଣନା କାବ୍ୟ ସାହିତ୍ୟରେ ଦେଖିବାକୁ ମିଳେ। କାଳିଦାସ ନିଜର ଖଣ୍ଡକାବ୍ୟ ମେଘଦୂତମ୍‌ରେ କହିଛନ୍ତି, ଏ ଜଡ଼ମାନଙ୍କଠାରେ ବାକ୍‌ପଟୁତା ନ ଥିଲେ ମଧ୍ୟ କାମାର୍ତ୍ତମାନେ ପ୍ରେମରେ ଅନ୍ଧ ହୋଇ ଜଡ଼ଚେତନର ବିଚାର କରିବାକୁ ଅସମର୍ଥ ହୋଇଥିବାରୁ ତାଙ୍କୁ ଦୂତ କରି ପଠାଇଥାନ୍ତି (କାମାର୍ତ୍ତା ହି ପ୍ରକୃତିକୃପଣାଶ୍ଚେତନାଚେତନେଷୁ)। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ...

ଏଇ ଭାରତରେ

ଏଇ ଭାରତରେ

ବେଳେବେଳେ ନିକଟ ଲୋକ ବି ଶତ୍ରୁ ସାଜିଥାଆନ୍ତି। ଏପରି କି ଧର୍ଷଣ ସହିତ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଇବାକୁ ପଛାଇ ନ ଥାନ୍ତି। ୫ ବର୍ଷର ବାଳିକାକୁ ଜଣେ ସମ୍ପର୍କୀୟ ଭାଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲା। ଏଥିରେ ବାଳିକା ଜଣକ ବାଧାଦେବାରୁ ତାକୁ ସେ ହତ୍ୟା କରିଥିଲା। ପରେ ଅନ୍ୟମାନଙ୍କ ସହିତ ଖୋଜିବାର ଅଭିନୟ କରିବାବେଳେ ପୋଲିସ ତାକୁ ଗିରଫ କରିଛି। ଏପରି ଏକ ଘଟଣା ଜାମସେଦପୁରଠାରେ ଘଟିଛି। ପୋଲିସର ସୂଚନା ଅନୁଯାୟୀ, ସପ୍ତାହକ ତଳେ ଜାମସେଦପୁରର ବର୍ମାମାଇନ୍‌ ପୋଲିସ ଷ୍ଟେଶନ୍‌ ଅନ୍ତର୍ଗତ ଦାସ ବସ୍ତିରେ ରହୁଥିବା ୧୯ ବର୍ଷର ଯୁବକ ତା’ର ଘର ନିକଟରେ ରହୁଥିବା ୫ବର୍ଷର ବାଳିକାକୁ ଏକ ପରିତ୍ୟକ୍ତ କୋଠାକୁ ନେଇଯାଇ ବଳାତ୍କାର ପାଇଁ ଉଦ୍ୟମ କରିଥିଲା। କିନ୍ତୁ ବାଳିକାଟି ଏଥିରେ ବାଧା ଦେବାରୁ ସେ ତା’ର ଗଳାକୁ ଏକ ଧାରୁଆ ଛୁରିରେ କାଟି ଦେଇଥିଲା। ବାଳିକା ମୃତ୍ୟୁବରଣ କରିବା ପରେ ତାକୁ ଅଭିଯୁକ୍ତ ଏକ ଅଳିଆଗଦାରେ ପୋତି ଦେଇ ଘରକୁ ପଳାଇ ଆସିଥିଲା। ...

ଆଜିର ଅର୍ଥନୀତି/ଉଭୟ ଦିଅନ୍ତୁ

ଆଜିର ଅର୍ଥନୀତି/ଉଭୟ ଦିଅନ୍ତୁ

ଆୟକର (ଆଇଟି) ରିଟର୍ନ ଦାଖଲ କରିବା ଅନେକଙ୍କ ପାଇଁ ଏକ ବାର୍ଷିକ କାର୍ଯ୍ୟ। ପ୍ରତିବର୍ଷ ଏହି ସମୟରେ ଲୋକମାନେ ତାଙ୍କ ଆଇଟି ରିଟର୍ନ ଦାଖଲ କରିବାରେ ସାହାଯ୍ୟ କରିବା ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଟ୍ୟାକ୍ସ କନ୍‌ସଲ୍‌ଟାଣ୍ଟମାନଙ୍କ ଦ୍ୱାରସ୍ଥ ହୋଇଥାନ୍ତି। ଅନେକେ ଠିକ୍‌ ସମୟ ଭିତରେ ରିଟର୍ନ ଦାଖଲ କରିବାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ବେଳେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ସେମାନଙ୍କଠାରୁ ଟିଡିଏସ୍‌ ମାଧ୍ୟମରେ ଆଦାୟ ହୋଇଥିବା ଅତିରିକ୍ତ କର ଫେରସ୍ତ ପାଇବା ବ୍ୟବସ୍ଥା କରନ୍ତି। ...

ଆଇନରେ ସଂଶୋଧନ କାହା ପାଇଁ

ଆଇନରେ ସଂଶୋଧନ କାହା ପାଇଁ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ମାର୍ଚ୍ଚ ୨୦ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଏ.କେ. ଗୋୟେଲ ଓ ୟୁ.ୟୁ. ଲଳିତଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠର ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିବାରଣ) ଆଇନ - ୧୯୮୯ ସମ୍ପର୍କରେ ଏକ ରାୟକୁ କେନ୍ଦ୍ରକରି ଦେଶରେ ଭୟଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଡ. ସୁବାସ କାଶୀନାଥ ମହାଜନ ବନାମ ମହାରାଷ୍ଟ୍ର ରାଜ୍ୟ ସରକାର ମାମଲାର ବିଚାର କରି ଖଣ୍ଡପୀଠ ଏହି ଆଇନର ଅପବ୍ୟବହାର ହେଉଛି କହି ଏହାକୁ କୋହଳ କରିବାକୁ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଖଣ୍ଡପୀଠର ଉପରୋକ୍ତ ରାୟକୁ ଆଦିବାସୀ ଓ ଦଳିତ ବିରୋଧୀ କହି ତା’ର ପୁନର୍ବିଚାର ଦାବିରେ ଗତ ୨ ତାରିଖରେ ଦେଶବ୍ୟାପୀ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଲୋକେ ସ୍ବତଃସ୍ଫୂର୍ତ୍ତ ଭାବେ ରାସ୍ତା ଉପରକୁ ଆସି ଯେଉଁ ଅଭୂତପୂର୍ବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା କ୍ଷମତାସୀନ ଭାଜପା ସରକାରକୁ ଛାନିଆଁ କରିଦେଇଛି। ...

ଦଶ ଦିଗପାଳ

ଦଶ ଦିଗପାଳ

ଦେବଦତ୍ତ ପଟ୍ଟନାୟକ ଯଦି ଆପଣ ପାରମ୍ପରିକଭାବେ ନିର୍ମିତ ଏକ ହିନ୍ଦୁ ମନ୍ଦିର ଚାରିପଟେ ବୁଲିବେ, ତେବେ କାନ୍ଥରେ ଦିଗପାଳମାନଙ୍କ ମୂର୍ତ୍ତି ବା ଚିତ୍ର ଦେଖିବାକୁ ପାଇବେ। ସେମାନେ ହେଉଛନ୍ତି- ଉତ୍ତରରେ କୁବେର, ଦକ୍ଷିଣରେ ଯମ, ପୂର୍ବରେ ଇନ୍ଦ୍ର, ପଶ୍ଚିମରେ ବରୁଣ, ଐଶାନ୍ୟ କୋଣରେ ଚନ୍ଦ୍ର ବା ଈଶାନ, ଆଗ୍ନେୟ କୋଣରେ ଅଗ୍ନି, ବାୟୁକୋଣରେ ବାୟୁ, ନୈର୍ଋତ କୋଣରେ ସୂର୍ଯ୍ୟ ବା ନିର୍ଋତି, ଊର୍ଦ୍ଧ୍ୱରେ ବ୍ରହ୍ମା ଏବଂ ଅଧଃରେ ବିଷ୍ଣୁ ବା ଶେଷଦେବ। କିନ୍ତୁ ଚିତ୍ର ବା ମୂର୍ତ୍ତିକଳାରେ ଅନେକ ସମୟରେ ଶେଷ ଦୁଇ ଦିଗପାଳଙ୍କୁ ବାଦ୍‌ ଦିଆଯାଇଥାଏ। ଏହି ଦିଗପାଳମାନଙ୍କର ବାସ୍ତୁଶାସ୍ତ୍ରରେ ବିଶେଷ ଭୂମିକା ରହିଛି। ଦଶଦିଗପାଳ ତତ୍ତ୍ୱ ପ୍ରାୟ ହଜାରେ ବର୍ଷ ତଳୁ ତା’ର ଅନ୍ତିମ ରୂପ ଗ୍ରହଣ କରିସାରିଛି, ଯେତେବେଳେ ପଥରରେ ହିନ୍ଦୁ ମନ୍ଦିର ତିଆରି ଆରମ୍ଭ ହେଲା। କିନ୍ତୁ ଚିନ୍ତାଧାରା ଗାଙ୍ଗେୟ ସମତଳ ଅଞ୍ଚଳରେ ୩୦୦୦ ବର୍ଷ ତଳୁ ବୈଦିକ ଯଜ୍ଞ ଯୁଗରୁ ରହିଛି। ...

ଏଇ ଭାରତରେ

ଏଇ ଭାରତରେ

ଏବେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରୀକ୍ଷା ହେଉଛି। ଛାତ୍ରୀଛାତ୍ର ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଚିନ୍ତାରେ ଥାନ୍ତି। କିନ୍ତୁ କେତେକ ପିଲା ଅଛନ୍ତି ଅସାଧୁ ଉପାୟରେ କପି କରି ପାସ୍‌ କରିବାକୁ ଚାହିଁଥାନ୍ତି। ହେଲେ ଏବେ ଶୁଣିବାକୁ ମିଳିଛି ପରୀକ୍ଷା ଦେଉଥିବା ଜଣେ ଛାତ୍ର ତାଙ୍କ ସାଥୀମାନଙ୍କ ସେଲ୍‌ଫୋନ୍‌ ଓ ଲାପ୍‌ଟପ୍‌ ଚୋରି କରି ପୋଲିସ ହାତରେ ଧରାପଡ଼ିଛନ୍ତି। ...

ମାଂସାହାର ଓ ଜଳସଂକଟ

ମାଂସାହାର ଓ ଜଳସଂକଟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଭାରତରେ ଜଳସେଚନ ବିଭାଗରେ ଗୋଟିଏ ପଦ ବ୍ୟବହୃତ ହୁଏ ‘ଡାର୍କ ଏରିଆ’। ତାହା ଏପରି ଏକ ସ୍ଥାନ, ଯେଉଁଠି ନଳକୂପ ଖୋଳିବା ନିରର୍ଥକ, କାରଣ ସେଠି ଜଳ ୫୦୦ ଫୁଟ୍‌ ତଳେ ଥାଏ। ଗତ ୧୦ ବର୍ଷ ଭିତରେ ଅଧିକରୁ ଅଧିକ ଅଞ୍ଚଳ ଡାର୍କ ହେବାରେ ଲାଗିଛି। ମୋ ନିର୍ବାଚନମଣ୍ଡଳୀର ଗୋଟିଏ ସମ୍ପୂର୍ଣ୍ଣ ବ୍ଲକ୍‌ ଏବେ ଡାର୍କ ଘୋଷିତ ହୋଇଛି। ଏହା ହେଉଛି ବିଲସନ୍ଦା, ଯେଉଁଠି ୧୦ ବର୍ଷ ତଳେ ପ୍ରଚୁର ଭୂତଳ ଜଳ ମିଳୁଥିଲା। ...

ପାଣି ବଞ୍ଚିବା ପାଇଁ ନା ମରିବା ପାଇଁ

ପାଣି ବଞ୍ଚିବା ପାଇଁ ନା ମରିବା ପାଇଁ

ବିଚିତ୍ର ବିଶ୍ୱାଳ ଆଜିକାଲି ଲୋକମାନେ ଘରୁ ବାହାରକୁ ଗଲେ ହାତରେ କିଣା ପାଣିବୋତଲ ଧରିଥିବା ଏକ ସାଧାରଣ ଦୃଶ୍ୟ ହୋଇଗଲାଣି। ନବେ ଦଶକର ଜଗତୀକରଣ ପରଠାରୁ କିଣା ପାଣିବୋତଲର ଚାହିଦା ଆମ ଦେଶରେ ବହୁଳ ଭାବରେ ବଢ଼ିଛି। ୨୦୧୬ ମସିହାରେ ଆମ ଦେଶରେ ୭୦୪୦ କୋଟି ଟଙ୍କାର ପାଣିବୋତଲ ବିକ୍ରି ହୋଇଥିଲା। ୨୦୧୭ରେ ଏହି ପରିମାଣ ୮୦୦୦ କୋଟି ଟଙ୍କା ଛୁଇଁଥିବାର ଅନୁମାନ କରାଯାଏ। ଗୋଟିଏ ପଟେ ସମଗ୍ର ବିଶ୍ୱରେ ପାଣିବୋତଲର ବ୍ୟବହାର ବହୁଳ ପରିମାଣରେ ବଢ଼ିଥିବା ବେଳେ ଏହାର କୁପ୍ରଭାବ ବିଷୟରେ ସମ୍ପ୍ରତି ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଛି। ...

ମଣିଷ ଓ ମହାକାଶ

ମଣିଷ ଓ ମହାକାଶ

ବସନ୍ତ କୁମାର ଦାସ ଜୀବମାନଙ୍କ ମଧ୍ୟରେ ମଣିଷ ଶ୍ରେଷ୍ଠ ଜୀବ। ଯେତେ ପ୍ରକାର ବଳ ରହିଛି ସବୁଠୁ ଶ୍ରେଷ୍ଠ ହେଉଛି ମନୋବଳ। ମନୋବଳ ଦ୍ୱାରା ସାଗର ଲଂଘନ କରାଯାଇପାରେ, ହିମାଳୟ ପର୍ବତ ଶିଖରକୁ ଯାଇହୁଏ ଓ ମହାକାଶରେ ଭ୍ରମଣ ମଧ୍ୟ କରାଯାଇପାରେ। ପ୍ରଥମେ ମଣିଷ ଉଡିବାର କଳାକୌଶଳ ଚଢେଇଠୁଁ ଶିଖିଲା। ଗ୍ରୀକ୍‌ କିମ୍ବଦନ୍ତୀ ଅନୁସାରେ ଜଙ୍ଗଲୀ ଅଠା ଓ ପରକୁ ଦେହରେ ଲଗାଇ ଡାଇଡେଲସ୍‌ ଓ ଆଇକରାସ୍‌ ପିତାପୁତ୍ର ପ୍ରଥମେ ନିର୍ବାସିତ ଦ୍ୱୀପରୁ ସମୁଦ୍ର ଉପରେ ଉଡି ଉଡି ଆସି ସ୍ଥଳଭାଗରେ ପହଞ୍ଚିବା ନିମନ୍ତେ ଚେଷ୍ଟା କରିଥିଲେ। କିନ୍ତୁ ଏହି କାର୍ଯ୍ୟରେ ମାତ୍ର ଜଣେ ଦୃଢ ମନୋବଳ, କୌଶଳ ଓ ପରିଶ୍ରମ ଦ୍ୱାରା ସଫଳ ହୋଇଥିଲେ। ଗୁଡି ଉଡିବା, ପକ୍ଷୀ ଉଡିବା ଓ ପୁରାଣବର୍ଣ୍ଣିତ ପୁଷ୍ପକ ବିମାନ ଉଡାଣର କଥା ମଣିଷକୁ ଆକାଶରେ ଉଡିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲା। ଚାଇନା ଓ ଜାପାନର କେତେକ ଗୁଡି ଦ୍ୱାରା ମଣିଷ ଆକାଶରେ ଉଡିବାରେ ସଫଳ ହୋଇଥିଲା। ଉତ୍ତପ୍ତ ଗ୍ୟାସ୍‌ପୂର୍ଣ୍ଣ ବେଲୁନ୍‌ ମଧ୍ୟ ଅନେକ କ୍ଷେତ୍ରରେ ଉଡିବାରେ ସହାୟତା କରୁଥିଲା। ପଞ୍ଚଦଶ ଶତାବ୍ଦୀରେ ଲିଓନାର୍ଡୋ ଦା ଭିନ୍‌ସି ଉଡିବା ନିମନ୍ତେ ଉପାୟ ବାହାର କରିଥିଲେ। ଉଦଜାନ ଗ୍ୟାସ୍‌ ଅଷ୍ଟାଦଶ ଶତାବ୍ଦୀରେ ଆବିଷ୍କାର ହେବା ପରେ ପରେ ମଣ୍ଟୋଗଲିଫର୍‌ ଭାଇମାନେ ଉଷ୍ମବାୟୁ ବେଲୁନ୍‌ ପୁନଃ ପ୍ରଚଳନ କରିଥିଲେ ଓ ଏଥିପାଇଁ ମଣିଷ ଆକାଶରେ ଉଡିବା ସମ୍ଭବପର ହୋଇପାରିଥିଲା। ମେକାନିକ୍ସ, ଡାଇନାମିକ୍ସ ଓ ନିଉଟନ୍‌ଙ୍କ ଗତି ସମ୍ବନ୍ଧୀୟ ନିୟମ ଆଧୁନିକ ବାୟୁ ଗତି ବିଜ୍ଞାନର ମୂଳଦୁଆ ପକାଇଥିଲା। ...

ଏଇ ଭାରତରେ

ଏଇ ଭାରତରେ

ଆଜିକାଲିର ବାହାଘର ନିମନ୍ତ୍ରଣ କାର୍ଡ କେବଳ ଦାମିକା ହୋଇ ନାହିଁ, ଆକର୍ଷଣୀୟ ମଧ୍ୟ ହେଲାଣି। ବରକନ୍ୟାଙ୍କ ଫଟୋ କାର୍ଡରେ ଛପାଯାଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଉଛି। ପୁରୁଣାକାଳିଆ କାର୍ଡ ଢାଞ୍ଚାରେ ପରିବର୍ତ୍ତନ ଆସିଲାଣି। କିନ୍ତୁ ରାଜସ୍ଥାନ ଭରତପୁରର ଜଣେ ମହିଳା ପୋଲିସ ସବ୍‌ଇନ୍ସପେକ୍ଟର ନିଜ ବାହାଘର କାର୍ଡକୁ ଏଭଳି ଢଙ୍ଗରେ ଛପାଇଛନ୍ତି ଯେ, ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ। ଏହି ପୋଲିସ ଅଧିକାରୀ ମଞ୍ଜୁ ଫୌଜଦାର ଏବେ ଟ୍ରାଫିକ୍‌ ପୋଲିସରେ ମୁତୟନ ଅଛନ୍ତି। ଚଳିତ ମାସ ୧୯ ତାରିଖରେ ତାଙ୍କର ବାହାଘର। ଏଥିପାଇଁ ସେ ଛାପିଥିବା ନିମନ୍ତ୍ରଣ କାର୍ଡରେ ଟ୍ରାଫିକ୍‌ ନିୟମ ସମ୍ପର୍କରେ ଉଲ୍ଲେଖ କରି ଅତିଥିଙ୍କୁ ବାଣ୍ଟିଛନ୍ତି। ଟ୍ରାଫିକ୍‌ ପୋଲିସ ଭାବେ ମୁତୟନ ଥିବାରୁ ସେ ତାଙ୍କର ଅତିଥିମାନଙ୍କୁ ରାସ୍ତାରେ ଯାତାୟାତର ନିୟମ ସମ୍ପର୍କରେ ଅବଗତ କରାଇବାକୁ ଉଚିତ ମଣିଲେ ବୋଲି କହିଛନ୍ତି। ଏଭଳି ଏକ ଅଭିନବ ପ୍ରୟାସ ବିବାହ ନିମନ୍ତ୍ରଣ କାର୍ଡରେ କାହିଁକି ବୋଲି ପ୍ରଶ୍ନ କରାଯିବାରୁ ମଞ୍ଜୁ କହନ୍ତି, ଡ୍ୟୁଟିରେ ଥିବା ସମୟରେ ଯୁବ ଗାଡିଚାଳକମାନେ କିପରି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରନ୍ତି ତାହା ସେ ଦେଖିଛନ୍ତି। ...