ସମ୍ପାଦକୀୟ

ଗୌରବ ନଷ୍ଟ

ଗୌରବ ନଷ୍ଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରରେ ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସରମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ହାସଲ କରିବା ସହ ଗୌରବାନ୍ବିତ ହୋଇଛନ୍ତି। ଏପରି କି କେତେକେ କହନ୍ତି ଯେ, ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରୁ ତାଙ୍କ ସହ ପୁରୁଣା ସମ୍ପର୍କ ଯୋଗୁ ସେମାନେ ଅନ୍ୟ ରାଜ୍ୟ କ୍ୟାଡର ଅଫିସରଙ୍କଠାରୁ ଅଧିକ କ୍ଷମତା ଉପଭୋଗ କରୁଛନ୍ତି। ନିଜ ରାଜ୍ୟ କ୍ୟାଡରର ବାବୁମାନଙ୍କ ପ୍ରତି ମୋଦିଙ୍କର ଦରଦ ଭାବ ରହିଛି। କିନ୍ତୁ ନିକଟରେ ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହେବା ଘଟଣା ଗୁଜରାଟ କ୍ୟାଡର ବାବୁଙ୍କ ଉକ୍ତ ଗୌରବ ନଷ୍ଟ କରିଦେଇଛି। ଉଭୟ ସଂସ୍ଥାର ମୁଖ୍ୟ ହେଉଛନ୍ତି ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର। ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଅସୀମ ଖୁରାନା ହେଉଛନ୍ତି ଏସ୍‌ଏସ୍‌ସିର ଚେୟାର୍‌ମ୍ୟାନ୍‌ ଏବଂ ୧୯୮୮ ବ୍ୟାଚ୍‌ର ଅଫିସର ଅନୀତା କଡ଼ଓ୍ବାଲ ହେଉଛନ୍ତି ସିବିଏସ୍‌ଇର ଅଧ୍ୟକ୍ଷ। ଖୁରାନା ୨୦୧୬ରେ ଅବସର ନେବା ପୂର୍ବରୁ ୨୦୧୫ ଡିସେମ୍ବର ମାସରେ ଏସ୍‌ଏସ୍‌ସିର ମୁଖ୍ୟ ଭାବେ ଦୁଇବର୍ଷ ପାଇଁ ନିଯୁକ୍ତି ...

ଜଙ୍ଗଲ ଜଳୁଛି

ଜଙ୍ଗଲ ଜଳୁଛି

ଡ. ବିଜୟ କେତନ ପଟ୍ଟନାୟକ ନିଆଁ ଥରେ ଆୟତ୍ତ ବାହାରକୁ ଚାଲିଗଲେ, କିପରି ଅଘଟଣ ଘଟାଏ, ତାହା କାହାରିକୁ ଅଛପା ନାହିଁ। ନିମିଷକରେ ଶହ ଶହ ଚାଳଘର ପୋଡି ଧ୍ୱଂସ ହୋଇଯାଏ। ହଜାର ହଜାର ଏକର ଜଙ୍ଗଲ ନଷ୍ଟ ହୋଇଯାଏ। ଧନ, ଜୀବନ ହାନି ସହ ପଶୁପକ୍ଷୀଙ୍କର ପ୍ରାଣହାନି ହୁଏ। କୁହାଯାଏ, ‘ଘରପୋଡିଠାରୁ ବିପତ୍ତି ନାହିଁ।’ ଘରଟିଏ ପୋଡିଗଲେ ମାସେ, ଦୁଇମାସ ବା ଛଅମାସ ଭିତରେ ନୂଆ ଘରଟିଏ ତିଆରି କରିହେବ। କିନ୍ତୁ ଜଙ୍ଗଲରେ ନିଆଁ ଲାଗିଲେ, ପୁଣି ସେମିତି ସବୁଜ, ସୁନ୍ଦର ଜଙ୍ଗଲଟିଏ ସୃଷ୍ଟି କରିବା ପାଇଁ ଅତି କମ୍‌ରେ ପଚାଶ, ଷାଠିଏ ବର୍ଷ ଲାଗିଯାଇପାରେ। ନିଆଁକୁ ଆୟତ୍ତ କରିବା ମଧ୍ୟ କଷ୍ଟକର ହୋଇପଡେ।...

ଓଡ଼ିଆ ଜାତି ଓ ମଧୁବାବୁ

ଓଡ଼ିଆ ଜାତି ଓ ମଧୁବାବୁ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ”ଭବିଷ୍ୟତରେ ଐତିହାସିକମାନେ ସେ ସମୟର ଘଟଣାବଳୀକୁ ନିରୀକ୍ଷା କରି ନିଶ୍ଚୟ ସ୍ବୀକାର କରିବେ ଯେ, ମଧୁସୂଦନ ଦାସଙ୍କ ପରି ଜନନାୟକମାନେ ଶାସନକୁ ଭାରତୀୟକରଣ କରିବାର ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି, ତାହା ଏ ଦେଶର ରାଜନୈତିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାରେ ସହାୟକ ହୋଇଥିଲା।“ - ଏହା ଥିଲା ଏମ୍‌.ଜି. ହାଲେଟ୍‌, ଆଇସିଏସ୍‌, ଗଭର୍ନର, ବିହାରଙ୍କ ଉତ୍କଳଗୌରବ ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଆଜି ହେଉଛି ସେହି ଜନନାୟକଙ୍କର ୧୭୦ତମ ପୁଣ୍ୟ ଜନ୍ମଦିବସ। ହଁ! ସେ ଗୋପାଳକୃଷ୍ଣ ଗୋଖଲେଙ୍କ ପରି ଊନବିଂଶ ଶତାବ୍ଦୀର ଲିବରାଲ୍‌ ଥିବାରୁ ବ୍ୟକ୍ତିଗତ ଭାବେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ନ ଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ୍‌ ଲକ୍ଷ୍ୟ ନେଇ ସେ ଏଥିରୁ ନିବୃତ୍ତ ରହିଥିଲେ। ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ବ୍ରଜସୁନ୍ଦର ଦାସଙ୍କୁ କହିଥିଲେ ”କିନ୍ତୁ ବ୍ରଜସୁନ୍ଦର! ଓଡ଼ିଶା ଯଦି କେବେ ସ୍ବତନ୍ତ୍ର ପ୍ରଦେଶ ହୁଏ, ତା’ହେଲେ ଅସହଯୋଗ ପନ୍ଥାରେ ନୁହେଁ; ତାହା ହେବ ରିଫର୍ମସର ବୈଧାନିକ ପନ୍ଥାରେ। ମଧୁସୂଦନଙ୍କ ଏହି ଭବିଷ୍ୟବାଣୀ ...

ଏଇ ଭାରତରେ

ଏଇ ଭାରତରେ

ଏକ ଅପ୍ରୀତିକର ପରିସ୍ଥିତି ଯୋଗୁ କନ୍ୟାଘରେ ବର ଓ ବରଯାତ୍ରୀ ପହଞ୍ଚିବାରେ ଗୋଟିଏ ଦିନ ବିଳମ୍ବ ହୋଇଗଲା। କନ୍ୟା ମଙ୍ଗୁଳା ହୋଇ ୨୪ଘଣ୍ଟା ରହିଗଲେ। ଏଥିରେ କ୍ରୋଧିତ ହୋଇ କନ୍ୟାଘର ଲୋକେ ବିବାହ ଭାଙ୍ଗିଦେଇଛନ୍ତି। ବରଯାତ୍ରୀଙ୍କ ସହ ବରଙ୍କୁ ଖାଲିହାତରେ ଫେରିବାକୁ ପଡିଛି। ମଧ୍ୟପ୍ରଦେଶର ଝାବୁଆ ଜିଲା ଅନ୍ତର୍ଗତ ଖେଡି ଗ୍ରାମରେ ଘଟିଛି ଏହି ଘଟଣା। ଗ୍ରାମବାସୀ ଓ ସରପଞ୍ଚଙ୍କ ଶତଚେଷ୍ଟା ସତ୍ତ୍ୱେ ନିଜେ କନ୍ୟା ବିଳମ୍ବରେ ପହଞ୍ଚିଥିବା ବର ସହ ବିବାହ କରିବାକୁ ରାଜି ହୋଇ ନ ଥିଲେ। ଝାବୁଆ ସଦର ଦପ୍ତର ନିକଟବର୍ତ୍ତୀ ଅଞ୍ଚଳରେ ରହିଛି ଚାରୋଲିପଡା ଗ୍ରାମ। ଏହି ଗ୍ରାମର ନରେନ୍ଦ୍ରଙ୍କ ସହ ଖେଡି ଗ୍ରାମର ରେଶ୍‌ମାଙ୍କର ବିବାହ ପାଇଁ ଗତ ସୋମବାରକୁ ଦିନଧାର୍ଯ୍ୟ ହୋଇଥିଲା। ମାତ୍ର ନିର୍ଦ୍ଧାରିତ ଦିନ ଓ ଲଗ୍ନ ଗଡିଯାଇଥିଲେ ମଧ୍ୟ ବର ଓ ବରଯାତ୍ରୀଙ୍କର ...

ଆଜିର ଅର୍ଥନୀତି/ ଖୋଲା ଲୁଣ୍ଠନ

ଆଜିର ଅର୍ଥନୀତି/ ଖୋଲା ଲୁଣ୍ଠନ

ଆଗାମୀ ଦିନରେ ସ୍ବଳ୍ପରୁ ମଧ୍ୟମ ଅବଧି ଭିତରେ ତୈଳ ମୂଲ୍ୟବୃଦ୍ଧିରେ ବିରତି ଲାଗିବାର ସମ୍ଭାବନା ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ସିଧା ସିଧା ମନା କରିଦେଇଛି, ଯେଉଁଥିପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ତଥା ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ସେମାନଙ୍କ ଦାବି ବି ଯୁକ୍ତିଯୁକ୍ତ ଥିଲା। କିନ୍ତୁ ମନ୍ତ୍ରଣାଳୟ ତାହା ମାନିବାକୁ ରାଜି ନୁହେଁ। ପେଟ୍ରୋଲ ଓ ଡିଜେଲ ଦର ଏବେ ରେକର୍ଡ ସ୍ତରକୁ ବୃଦ୍ଧିପାଇଛି ଏବଂ ବୃଦ୍ଧି ପାଇଚାଲିଛି। ତାହା ହ୍ରାସ ପାଇବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ମଙ୍ଗଳବାର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରକୁ ଟପିଛି, ଯାହା ନଭେମ୍ବର ୨୦୧୪ଠାରୁ ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ। ଓପିଇସି (ପେଟ୍ରୋଲିୟମ୍‌ ରପ୍ତାନିକାରୀ ଦେଶସମୂହର ସଂଗଠନ) ତୈଳ ଉତ୍ପାଦନ ହ୍ରାସ କରିବା, ବିଶ୍ୱ ବଜାରରେ ଚାହିଦା ବୃଦ୍ଧି ପାଇବା ଏବଂ ଇରାନ ପ୍ରତି ଆମେରିକାର ପ୍ରତିବନ୍ଧ ବୃଦ୍ଧି ପାଇବାର ସମ୍ଭାବନା ଆଦି ଏଥିପାଇଁ ଦାୟୀ। ଦେଶର ଅଧିକାଂଶ ସ୍ଥାନରେ ଡିଜେଲ ଦର ପେଟ୍ରୋଲ ପାଖାପାଖି ହୋଇଯାଇଛି। ଫଳରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବା ସହ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବା ଏକପ୍ରକାର ନିଶ୍ଚିତ।...

କାଠ ବଦଳରେ ସିଏନ୍‌ଜି

କାଠ ବଦଳରେ ସିଏନ୍‌ଜି

ଡ. ରମେଶ ଚନ୍ଦ୍ର ପରିଡ଼ା ଧନ ଅର୍ଜନ ପାଇଁ ଜୀବନବ୍ୟାପୀ ଅଣନିଃଶ୍ୱାସୀ ହୋଇ ଧାଇଁଥିବା ଏବଂ ସେଥିପାଇଁ ଭଲମନ୍ଦ ବିଚାର ନ କରି ଯେକୌଣସି ଅପକର୍ମ କରିବାକୁ ପଶ୍ଚାତ୍‌ପଦ ହୋଇ ନ ଥିବା ଅପରିଣାମଦର୍ଶୀ ମଣିଷର ଅନ୍ତିମ ଆବଶ୍ୟକତା କେବଳ ମାତ୍ର ଛ’ଖଣ୍ଡି କାଠ ବୋଲି ଚେତାଇ ଦେଇଥାଏ ମନବୋଧ ଚଉତିଶା। କାରଣ ତା’ର ଶବ ମଶାଣିକୁ ନେବା ନିମିତ୍ତ କୋକେଇ ପ୍ରସ୍ତୁତି ପାଇଁ ଏତିକି ହିଁ ଲୋଡ଼ା ହୋଇଥାଏ। ଅତଏବ ସେ ଅର୍ଜନ କରିଥିବା ଅନ୍ୟ ସମସ୍ତ ପଦାର୍ଥ ଅର୍ଥହୀନ- କେବଳ ଜୀବନରେ କରିଥିବା ସତ୍‌କର୍ମ ବ୍ୟତୀତ। ତେବେ ମୃତ୍ୟୁ ପରେ ମଧ୍ୟ ଏହି ସତ୍‌କର୍ମରେ କିଛି ଯୋଗ କରିବାର ଅବକାଶ ରହିଛି ବୋଲି କହୁଛନ୍ତି ବୈଜ୍ଞାନିକମାନେ। ତନ୍ମଧ୍ୟରୁ ...

ନାରୀ ବିଦ୍ୱେଷ

ନାରୀ ବିଦ୍ୱେଷ

ଦେବଦତ୍ତ ପଟ୍ଟନାୟକ ହିନ୍ଦୁଧର୍ମରେ ନାରୀ ପ୍ରତି ବିଦ୍ୱେଷ ଭାବ କିପରି ରହିଛି, ସେ ବିଷୟରେ ବର୍ଣ୍ଣନା କରିବା ପାଇଁ କେତେକ ନାରୀବାଦୀ ମୋତେ ଅନୁରୋଧ କରିଛନ୍ତି। ମନୁସ୍ମୃତିରେ ଅଛି: ସ୍ବଭାବ ଏଷ ନାରୀଣାଂ ନରାଣାମିହ ଦୂଷଣମ୍‌। ଅତୋଽର୍ଥାନ୍ନ ପ୍ରମାଦ୍ୟନ୍ତି ପ୍ରମଦାସୁ ବିପଶ୍ଚିତଃ।ା (ମନୁ ୨ା୨୧୩) ଅର୍ଥାତ୍‌ ନାରୀମାନଙ୍କ ସ୍ବଭାବ ହେଲା ପୁରୁଷମାନଙ୍କୁ ଦୂଷିତ ବା ପ୍ରଲୁବ୍ଧ କରିବା। କାରଣ ନାରୀମାନଙ୍କ ସଂସ୍ପର୍ଶରେ ଆସିଲେ ପୁରୁଷମାନେ ଆକର୍ଷିତ ହୋଇପଡ଼ନ୍ତି। ସେଥିପାଇଁ ବିଜ୍ଞ ଲୋକମାନେ ନାରୀମାନଙ୍କୁ କଦାପି ସ୍ପର୍ଶ କରିବା ଉଚିତ ନୁହେଁ, ଅର୍ଥାତ୍‌ ସେମାନଙ୍କଠାରୁ ସମ୍ମାନଯୋଗ୍ୟ ଦୂରତା ରକ୍ଷାକରିବା ଆବଶ୍ୟକ। ପୁଣି ଅନ୍ୟ ଏକ ଶ୍ଳୋକରେ ଅଛି: ...

ଏଇ ଭାରତରେ

ଏଇ ଭାରତରେ

ଆଜିକାଲି କେତେକ ତଥାକଥିତ ମାତା ଓ ବାବାଙ୍କ କାରନାମା ଯୋଗୁ ସମଗ୍ର ସନ୍ନ୍ୟାସୀକୁଳ ନିନ୍ଦିତ ହେଉଛନ୍ତି। ଏହା ସତ୍ତ୍ୱେ ଯେଉଁମାନେ ବାସ୍ତବରେ ପାର୍ଥିବ ସୁଖରୁ ଦୂରେଇଯାଇ ନିଜକୁ ସାନ୍ନ୍ୟାସୀ ସ୍ତରକୁ ନେଇଯାଇପାରୁଛନ୍ତି ସେମାନେ ସମ୍ମାନିତ ହେଉଛନ୍ତି। ଏବେ ଶିକ୍ଷିତ ଯୁବତୀ ଓ ଯୁବକମାନେ ଦୀକ୍ଷା ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ବୈଷୟିକ ପାଠ ପଢ଼ିଥିବା ଜଣେ ୨୯ ବର୍ଷୀୟା ଯୁବତୀ ଦୀକ୍ଷା ଗ୍ରହଣ କରି ସନ୍ନ୍ୟାସିନୀ ହୋଇଯିବା ବିଷୟ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ମଧ୍ୟପ୍ରଦେଶର ସାନାଓ୍ବାଦଠାରେ ଏପ୍ରିଲ ୨୫ରେ କୁମାରୀ ସିଦ୍ଧାୟିନୀ ସଂସାରର ସବୁ ମାୟା ଛାଡ଼ି ଚାରୁକୀର୍ତ୍ତି ଭଟ୍ଟାରକା ସ୍ବାମିଜୀଙ୍କ ଉପସ୍ଥିତିରେ ଦୀକ୍ଷା ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକାର ପୂଜାପାଠ ପରେ ହଜାର ହଜାର ଭକ୍ତ ଓ ଶହଶହ ସନ୍ନ୍ୟାସୀଙ୍କ ଉପସ୍ଥିତିରେ ସିଦ୍ଧାୟିନୀଙ୍କୁ ମାତାଜୀ ଦୀକ୍ଷାରେ ଦୀକ୍ଷିତ କରାଯାଇଥିଲା। ଏହାପରେ ସେ ଆରିକା ମହାୟଶୋମତୀ ମାତାଜୀ ନାମରେ ନାମିତ ହୋଇଛନ୍ତି। ଏମ୍‌ଟେକ୍‌ ଡିଗ୍ରୀ ...

ନିରର୍ଥକ ପରୀକ୍ଷା

ନିରର୍ଥକ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କମ୍ପାନୀ ପ୍ରାଣୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏପରି କି ଅନେକ ଅନାବଶ୍ୟକ ପରୀକ୍ଷା ବି ସେମାନେ କରୁଛନ୍ତି। ଉଦାହରଣସ୍ବରୂପ ପର୍‌ଫ୍ୟୁମ୍‌ (ବାସ୍ନା) କମ୍ପାନୀମାନେ ପର୍‌ଫ୍ୟୁମ୍‌ ତିଆରି ପାଇଁ ସବୁ ଜିନିଷ ଅଲଗା ଅଲଗା ରଖିଥାନ୍ତି। ତାକୁ କେବଳ ମିଶେଇବା କଥା। କିନ୍ତୁ ସେମାନେ ସେହି ପର୍‌ଫ୍ୟୁମ୍‌କୁ ଠେକୁଆଙ୍କ ଆଖିରେ ସ୍ପ୍ରେ କରୁଛନ୍ତି। ତାଙ୍କ ଚମକୁ ଚିରି ସେଥିରେ ଘଷୁଛନ୍ତି। ଆହୁରି ଅନେକ ଭୟଙ୍କର ପରୀକ୍ଷା କରୁଛନ୍ତି। ଏମାନେ ହେଲେ ଆରାମିଜ୍‌, ବାଲେନ୍ସିଆଗା, ବଲଗାରି, କାଚାରେଲ, ଡୋନ୍ନା କରନ, ଡନ୍‌ହିଲ ଫ୍ରାଗ୍ରାନ୍ସେସ୍‌, ଏଲିଜାବେଥ୍‌ ଆର୍ଡେନ୍‌, ଗୁସି ଫ୍ରାଗ୍ରାନ୍ସେସ୍‌, ହୁଗୋ ବସ୍‌, ଜୋ ମାଲୋନ୍‌, ଲାକୋଷ୍ଟ ଫ୍ରାଗ୍ରାନ୍ସେସ୍‌, ମାର୍କ ଜାକୋବ୍ସ ଫ୍ରାଗ୍ରାନ୍ସେସ୍‌, ମାଇକେଲ କୋର୍ସ, ମିସୋନି, ରାଲ୍‌ଫ ଲରେନ୍‌ ଫ୍ରାଗ୍ରାନ୍ସେସ୍‌, ଟମି ହିଲ୍‌ଫିଗର ଓ କେଞ୍ଜୋ ପ୍ରଭୃତି। ...

 ଲୋଡ଼ା ପ୍ରାକୃତିକ ଜଙ୍ଗଲ

ଲୋଡ଼ା ପ୍ରାକୃତିକ ଜଙ୍ଗଲ

ବିଚିତ୍ର ବିଶ୍ୱାଳ ପ୍ରକୃତି, ପରିବେଶ ଓ ସର୍ବୋପରି ମାନବ ସମାଜକୁ ବଞ୍ଚେଇ ରଖିବାରେ ଜଙ୍ଗଲର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ ଏମିତି ଏକ ଜୈବ ସମାଜ, ଯେଉଁଥିରେ ଅନେକ ପ୍ରକାର ବୃକ୍ଷଲତା, ଜୀବଜନ୍ତୁ, କୀଟପତଙ୍ଗ ଓ କୋଟି କୋଟି ପ୍ରଜାତିର ଅଣୁଜୀବ ପରସ୍ପର ସହିତ ସଂଶ୍ଳିଷ୍ଟ ହୋଇ ସହାବସ୍ଥାନ କରିଥାନ୍ତି। ଏସବୁକୁ ନେଇ ଜଙ୍ଗଲର ପରିଭାଷା। ମାନବ ସମାଜର ଏକ ବଡ଼ ଭାଗ ଜଙ୍ଗଲ ଭିତରେ ବା ଜଙ୍ଗଲ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇ ବସବାସ କରିଥାନ୍ତି। ଠିକ୍‌ ସମୟରେ ବର୍ଷା ହେବାରେ, ବାୟୁମଣ୍ଡଳର ତାପମାତ୍ରାକୁ ସନ୍ତୁଳିତ ରଖିବାରେ, ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ନିୟନ୍ତ୍ରଣରେ ରଖି ଅମ୍ଳଜାନ ପ୍ରଦାନ କରିବାରେ, ବିଭିନ୍ନ ପ୍ରକାର କାଷ୍ଠ ଓ ଅଣକାଷ୍ଠ ଦ୍ରବ୍ୟ ଯୋଗାଇବାରେ, ଔଷଧୀୟ ଉପାଦାନ ଆଦି ଯୋଗାଇ ମାନବ ସମାଜକୁ ତିଷ୍ଠି ରହିବାରେ ଜଙ୍ଗଲ ବହୁଳ ଭାବେ ସାହାଯ୍ୟ କରିଥାଏ। ୧୮୯୪ ଓ ୧୯୫୨ ମସିହାରେ ପ୍ରଣୀତ ଜଙ୍ଗଲ ନୀତିରେ ମୁଖ୍ୟତଃ ଉପତ୍ାଦନ ତଥା ଜଙ୍ଗଲରୁ ଆର୍ଥିକ ରୋଜଗାର ଉପରେ ହଁି ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ତା’ପରେ ୧୯୮୮ ମସିହାର ଜଙ୍ଗଲ ନୀତିରେ ମାନବ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଜୀବନ ଧାରଣ ପାଇଁ ପରିବେଶ ଓ ପ୍ରକୃତିର ସନ୍ତୁଳନକୁ ବଜାୟ ରଖିବାରେ ଜଙ୍ଗଲର ଭୂମିକାକୁ ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ...

କୃଷି ଅନୁରାଗୀ ଗଜପତି

କୃଷି ଅନୁରାଗୀ ଗଜପତି

ବିନୋଦ ଚନ୍ଦ୍ର ଜେନା ସମ୍ପ୍ରତି ଆମ ରାଜ୍ୟ ତଥା ଦେଶରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି ା କୃଷକ ଆତ୍ମହତ୍ୟା କରୁଛି ା କୃଷିକୁ ନେଇ ରାଜନୀତି ଚାଲିଛି। କିନ୍ତୁ ଉତ୍କଳ ପ୍ରଦେଶ ଗଠନ ପରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (୨୬ା୦୪ା୧୮୯୨-୨୫ା୦୫ା୧୯୭୪)ଙ୍କ ଦୂରଦୃଷ୍ଟି ସୁଦୂରପ୍ରସାରୀ ଥିଲା ା ଇଂରେଜ ସରକାର ପାରଳା ରାଜ୍ୟକୁ ଏକ ଜମିଦାରି ରୂପେ ଗ୍ରହଣ କରିଥିଲେ ସୁଦ୍ଧା ଖେମୁଣ୍ଡି ରାଜ୍ୟର ବାସିନ୍ଦାମାନଙ୍କ ହୃଦୟର ବାସ୍ତବିକ୍‌ ସମ୍ରାଟ ଥିଲେ ...

ଏଇ ଭାରତରେ

ଏଇ ଭାରତରେ

ଭାରତର ମହାନ୍‌ ସଂସ୍କୃତି କହେ, ପିତାଙ୍କୁ ପୂଜାକଲେ ସମସ୍ତ ଦେବଦେବୀ ସନ୍ତୁଷ୍ଟ ହୁଅନ୍ତି। ମାତ୍ର ବସ୍ତୁବାଦୀ ସମାଜରେ ପିତାମାନେ ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇଯାଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କୁ ଜରାନିବାସରେ ଜୀବନ କଟାଇବାକୁ ପଡ଼ୁଛି, ନଚେତ୍‌ ରାସ୍ତାକଡ଼, ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ପାଲଟିଯାଉଛି ଆଶ୍ରୟସ୍ଥଳ। ପିଲାମାନେ ନିଜ ପରିବାର ସହ ରହୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସେଠି ବୃଦ୍ଧ ମାତାପିତାଙ୍କୁ ସ୍ଥାନ ମିଳୁନି। ଯଦି କୌଣସି ସମୟରେ ବୃଦ୍ଧ ପିତା ଘରେ ରହିବାକୁ ଅଡ଼ିବସୁଛନ୍ତି ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ନିକଟରେ ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅମାନବୀୟ ଘଟଣା। ବୃଦ୍ଧ ପିତା ଘରେ ରହିବାକୁ ଜିଦି କରିବାରୁ ବଡ଼ପୁଅ ତାଙ୍କୁ ଏକ ଗଛରେ ବାନ୍ଧି ପିଟିବାକୁ ପଛାଇଲେ ନାହିଁ। ନିକଟରେ ସାନଭାଇ ଛିଡ଼ାହୋଇ ସବୁ ଦେଖୁଥିଲେ ମଧ୍ୟ କିଛି କହୁ ନ ଥିଲେ। ଏହି ବୃଦ୍ଧ ପିତା ଜଣକ ହେଉଛନ୍ତି ନୁରୁଲ ଇସ୍‌ଲାମ୍‌ ଓରଫ ହାଥୁ। ବାର୍ଦ୍ଧକ୍ୟରେ ତାଙ୍କର ମୁଣ୍ଡ ଠିକ୍‌ ରହୁ ...

 ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ଚଳିତବର୍ଷ ମେ ୧୨ରେ କର୍ନାଟକ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ପରିସ୍ଥିତି ଉଷ୍ମ ଥିବାବେଳେ କର୍ନାଟକ ‘ପୁତ୍ର ଉଦୟ’ ବା ‘son rise’ ରାଜ୍ୟରେ ପରିଣତ ହୋଇଛି ବୋଲି ଆଲୋଚନା ଆରମ୍ଭ ହୋଇ ଗଲାଣି। ଏହି ରାଜ୍ୟରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ରହି ଆସିଥିବା ନେତାମାନଙ୍କର ପ୍ରାୟ ୮ଜଣ ପୁତ୍ର ଏଥର ନିର୍ବାଚନ ଲଢୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଆର୍‌. ବୋମାଇଙ୍କ ପୁତ୍ର ବାସବରାଜଙ୍କ ଠାରୁ ଆରମ୍ଭ କରି ଏସ୍‌. ବାଙ୍ଗରାପ୍ପାଙ୍କ ପୁତ୍ର ମହିମା, ଧରମ ସିଂଙ୍କ ପୁତ୍ର ଅଜୟ, ଏଚ୍‌ଡି ଦେବେଗୌଡାଙ୍କ ପୁତ୍ର କୁମାର ସ୍ବାମୀ ଓ ରେବାନ୍ନା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ପୁତ୍ର ଯତୀନ୍ଦ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ମୁଖ୍ୟ ଭାଜପା ନେତା ବି.ଏସ୍‌. ୟେଦୁରାପ୍ପା ତାଙ୍କର ପୁତ୍ର ବି. ଓ୍ବାଇ. ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏଥିରୁ ଓହରି ଯାଇଛନ୍ତି, ଯାହାକୁ ନେଇ ନାମାଙ୍କନପତ୍ର ଦାଖଲ...

ନଦୀର ସ୍ବାସ୍ଥ୍ୟ

ନଦୀର ସ୍ବାସ୍ଥ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ନିକଟ ଅତୀତରେ ହୋଇଥିବା ବିଭିନ୍ନ ଘୋଷଣାରୁ ଲାଗୁଛି ଯେ ନଦୀ ବଞ୍ଚାଇବା ପାଇଁ ସରକାରୀ ଅଭିଯାନ ଆରମ୍ଭ ହୋଇଯାଇଛି ବା ହେବାକୁ ଯାଉଛି ଓଡ଼ିଶାରେ। ରାଜ୍ୟ ସରକାର ‘ସବୁଜ ମହାନଦୀ ଅଭିଯାନ’ କଥା କହିଛନ୍ତି। ସିଆଡ଼େ ସମ୍ବଲପୁର ଜିଲା ପ୍ରଶାସନ ସବୁଜ, ସ୍ବଚ୍ଛ ଓ ସୁନ୍ଦର ମହାନଦୀର ଆହ୍ବାନ ଦେଇ ବିଭିନ୍ନ ଆୟୋଜନ ଆରମ୍ଭ କରିଦେଇଛନ୍ତି। ନଦୀଜଳର ଭାଗବଣ୍ଟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଖୁବ୍‌ ଜମିଥିବା ବେଳେ ନଦୀର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇବା ଖୁସିର କଥା। ନଦୀ ହେଉଛି ସଭ୍ୟତାର ଆଧାର, ନଦୀ ଯୋଗୁ ସଭ୍ୟତାର ପ୍ରବାହ ହୋଇଥାଏ। ନଦୀର ସ୍ଥିତିରୁ ସଭ୍ୟତା କେତେ ସୁସ୍ଥ ଓ ସଭ୍ୟ ତାହା ଜଣାପଡ଼ିଥାଏ। ଶ୍ରୀମଦ୍‌ଭାଗବତର ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟର ୩୨-୩୩ ଶ୍ଳୋକରେ ଉଲ୍ଲେଖ ଅଛି: ବୃକ୍ଷରାଜି ହେଉଛି ପ୍ରଭୁଙ୍କ ଶରୀରର ଲୋମ, ବାୟୁ ହେଉଛି ପ୍ରଭୁଙ୍କର ...

ମ୍ୟାଲେରିଆ ନିରାକରଣ

ମ୍ୟାଲେରିଆ ନିରାକରଣ

ଡା. ରାମଚନ୍ଦ୍ର ରାଉତ ଏପ୍ରିଲ ୨୫କୁ ‘ବିଶ୍ୱ ମ୍ୟାଲେରିଆ’ ଦିବସ ରୂପେ ପାଳନ କରାଯାଏ। ମ୍ୟାଲେରିଆ ଏକ ପ୍ରମୁଖ ସଂକ୍ରାମକ ରୋଗ ରୂପେ ଆବହମାନ କାଳରୁ ରହି ଆସିଛି ଏବଂ ଏହା ବିଶ୍ୱର ଅଧିକାଂଶ ମୃତ୍ୟୁ ଓ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ। ପ୍ରତି ୨ ମିନିଟ୍‌ରେ ଗୋଟିଏ ଶିଶୁ କେଉଁଠି ନା କେଉଁଠି ମ୍ୟାଲେରିଆ ସଂକ୍ରମଣ ଦ୍ୱାରା ମୃତ୍ୟୁମୁଖରେ ପଡିଥାଏ। ୨୦୧୫ରେ ସାରା ବିଶ୍ୱରେ ୨୧କୋଟି ୨୦ଲକ୍ଷ ଲୋକ ମ୍ୟାଲେରିଆରେ ପୀଡିତ ହୋଇଥିବା ବେଳେ ତହିଁରୁ ୪ ଲକ୍ଷ ୨୯ ହଜାର ମୃତ୍ୟୁମୁଖରେ ପଡିଥିଲେ। ମାତ୍ର ୨୦୧୬ରେ ଏହା କମିବା ପରିବର୍ତ୍ତେ ଆହୁରି ୫୦ ଲକ୍ଷ ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇଥିଲେ।...

ଏଇ ଭାରତରେ

ଏଇ ଭାରତରେ

ଝିଅର ବିବାହ ବୟସ ହେଲେ ମାତାପିତାଙ୍କର ଚିନ୍ତା ବଢ଼େ। ସବୁଠୁ ଚିନ୍ତା ଅଧିକ ଘାରେ ଯୌତୁକକୁ ନେଇ। ମଧ୍ୟପ୍ରଦେଶର ଟିକମଗଡ ଜିଲା ପୃଥ୍ବୀପୁରରେ ଏମିତି ଏକ ବାହାଘର ହେଲା ଯାହା ସମସ୍ତଙ୍କ ଆଖି ଖୋଲିଦେଇଛି। ବିବାହରେ ପୁଅଘର ଲୋକେ ଯୌତୁକ ଭାବେ ଝିଅଘରୁ କେବଳ ଗୋଟିଏ ଗଛର ଚାରା ନେଇଛନ୍ତି। ଝିଅ ଘରକୁ ମଧ୍ୟ ବଦଳରେ ଏକ ଚାରା ଦେଇଛନ୍ତି। ବାହାଘରକୁ ଯେଉଁ ବରଯାତ୍ରୀ ଯିବେ ସମସ୍ତଙ୍କୁ ଗୋଟିଏ କରି ଚାରା ଉପହାର ଦେବାକୁ ବରଘର ଝିଅଘରକୁ ଅନୁରୋଧ କରିଥିଲେ। ତାହା ହିଁ ହୋଇଛି। ଉପହାର ଭାବେ ଦିଆଯାଉଥିବା ଚାରାଟିକୁ ସଯତ୍ନରେ ଲଗାଇ ବଢାଇବାକୁ ସମସ୍ତଙ୍କୁ ସଂକଳ୍ପ କରାଯାଇଥିଲା। ଏଭଳି ଅନନ୍ୟ ବିବାହ କରିଥିବା ଯୁବକ ଜଣକ ହେଉଛନ୍ତି ଅମିତ ଦୁବେ। ଉକ୍ତ ଅଞ୍ଚଳରେ ପ୍ରତିବର୍ଷ ...

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ଦେଶର ପ୍ରଗତିରେ ପରିବହନ ବ୍ୟବସ୍ଥା ସୁଗମ ହେବା ନିତାନ୍ତ ଦରକାର। ଏଥିପାଇଁ ପ୍ରମୁଖ ଉପାଦାନ ହେଉଛି ଇନ୍ଧନ। ଆଜିର ସମୟରେ ପେଟ୍ରୋଲ ଓ ଡିଜେଲ ଦର ଅର୍ଥନୈତିକ ବ୍ୟବସ୍ଥାକୁ ଗତିଶୀଳ କରାଉଛି। ଲୋକମାନଙ୍କ ଯାତାୟାତଠାରୁ ଆରମ୍ଭ କରି ସାମଗ୍ରୀର ଦର ଉପରେ ତୈଳ ଦରର ସିଧାସଳଖ ପ୍ରଭାବ ରହିଛି। ତେଣୁ ପ୍ରତ୍ୟେକ ସରକାର ତେଲ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥାଆନ୍ତି। ହେଲେ ନରେନ୍ଦ୍ର ଦାମୋଦରଦାସ ମୋଦି ୨୦୧୪ରେ କ୍ଷମତାକୁ ଆସିବା ପରେ ତୈଳ ଦର ଉପରେ ଥିବା ନିୟନ୍ତ୍ରଣକୁ ହଟାଦେଲେ। ଏ ଦିଗରେ ଦିଆଯାଉଥିବା ରିହାତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦିଆଗଲା। ଫଳରେ ତେଲ ଦର ବଜାର ବ୍ୟବସ୍ଥା ଅନୁଯାୟୀ ସ୍ଥିରୀକୃତ ହେଉଥିବା କୁହାଯାଉଛି। ଭୁବନେଶ୍ୱରରେ ଏବେ ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇ ...

 ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ସହଦେବ ସାହୁ ଆମ ଦେଶର କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ତା’ର ୨୦୧୬ର ଏଡିଏସ୍‌ଆଇ (ଆକ୍ସିଡେଣ୍ଟାଲ୍‌ ଡେଥ୍‌ ଆଣ୍ଡ୍‌ ସୁଇସାଇଡ୍ସ ଇନ୍‌ ଇଣ୍ଡିଆ)ର ଅଗ୍ରିମ (ପ୍ରୋଭିଜନାଲ୍‌) ରିପୋର୍ଟରେ ପ୍ରକାଶ କରିଛି ଯେ ସାରା ଦେଶରେ ୨୦୧୫ରେ ଚାଷୀ ଆତ୍ମହତ୍ୟା ୧୨,୬୦୨ ଥିବାବେଳେ ୨୦୧୬ରେ ୧୧,୩୭୦କୁ କମିଛି। ଓଡିଶାରେ ସେହି ଢାଞ୍ଚା। ୨୦୧୪ ରିପୋର୍ଟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୫ ଥିଲା, ୨୦୧୫ ଓ ୧୬ରେ ସରକାରୀ ରିପୋର୍ଟରେ ଶୂନ ଥିବାବେଳେ ୨୦୧୭ରେ ୨୦୧୪ ସଂଖ୍ୟାର ଦୁଇଗୁଣ ବଢିଯାଇଛି। ...

ସ୍ତ୍ରୀର ଦରମା

ସ୍ତ୍ରୀର ଦରମା

ରୁଦ୍ର ପ୍ରସନ୍ନ ରଥ ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ନାରୀ ଶିକ୍ଷାର ବ୍ୟାପକ ପ୍ରଚାର ଏବଂ ପ୍ରସାର ଘଟିବା ସହ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି ହୋଇଛି। ତଥାପି ଦେଶର ପ୍ରଗତିକୁ ଏହା ନୂଆ ଦିଶା ଦେବାରେ ସକ୍ଷମ ନୁହେଁ। କାରଣ ସାମାଜିକ, ରାଜନୈତିକ ଏବଂ ଲିଙ୍ଗଗତ ଭେଦଭାବ ଯୋଗୁ ନାରୀଟିଏ ଅନେକ କ୍ଷେତ୍ରରେ ନିଜ ପାଇଁ ମନପସନ୍ଦର ଚାକିରି ଏବଂ ଦରମା ପାଇବାରେ ସକ୍ଷମ ହୋଇପାରୁ ନାହିଁ।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କ ମଧ୍ୟରେ ବେଳେବେଳେ ଏଭଳି ମାନସିକତା ସୃଷ୍ଟି ହୁଏ, ଯାହାକି ସହଜରେ ବିଶ୍ୱାସ ହୁଏନାହିଁ। ମୋବାଇଲ ଓ ଇଣ୍ଟର୍‌ନେଟ ବ୍ୟବହାର ଯୁଗରେ ମଧ୍ୟ କେତେକଙ୍କ ମଧ୍ୟରେ ରକ୍ଷଣଶୀଳ ଚିନ୍ତାଧାରା ଦେଖାଯାଉଛି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ। ବାଙ୍ଗାଲୋରର ଜଣେ ଯୁବତୀଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ବିରୋଧ କରି ଲକ୍ଷ୍ନୌର ଅଭିଷେକ ନାମକ ଜଣେ ଯୁବକ ମୁସଲମାନ ଡ୍ରାଇଭର ଚଳାଉଥିବା ଏକ ଘରୋଇ କାର୍‌ ପରିବହନ ସଂସ୍ଥାରେ ଯିବାକୁ ମନା କରିଦେଇଛନ୍ତି। ଏହାକୁ ଟୁଇଟ କରି ସେ କହିଛନ୍ତି ଯେ, ଯଦି ଜଣେ ଯୁବତୀ ରୁଦ୍ର ହନୁମାନ ପୋଷ୍ଟର ଲଗାଯାଇଥିବା କାର୍‌ରେ ...

ଶିଶୁ ବଳାତ୍କାର: ଦଣ୍ଡ କାହିଁ

ଶିଶୁ ବଳାତ୍କାର: ଦଣ୍ଡ କାହିଁ

୨୦୧୨ ନିର୍ଭୟା ଗଣବଳାତ୍କାର ଘଟଣା ପରେ ଭାରତରେ ମହିଳା ନିର୍ଯାତନା ନିରୋଧୀ ସ୍ବର ଯେଭଳି ସର୍ବୋଚ୍ଚରେ ପହଞ୍ଚତ୍ଥିଲା, ଏବେ ସେଭଳି ପରିସ୍ଥିତିର ପୁନରାବୃତ୍ତି ଘଟିଛି। ନିର୍ଭୟାଙ୍କ ବୟସ ୨୩ ହୋଇଥିବା ବେଳେ ଏବେ ଶିଶୁକନ୍ୟାଙ୍କ ଉପରେ ପାଶବିକ ଅତ୍ୟାଚାର ଯେପରି ଭାବେ ବଢ଼ିଚାଲିଛି ତାକୁ ଦେଖିଲେ ବ୍ୟସ୍ତ ଲାଗୁଛି। ଜମ୍ମୁ-କଶ୍ମୀର କଠୁଆର ୮ ବର୍ଷୀୟା କନ୍ୟା, ଗୁଜରାଟ ସୁରଟର ୧୧ ବର୍ଷୀୟା ଝିଅ, ଓଡ଼ିଶା ନୀଳଗିରିର ୪ ବର୍ଷୀୟା ଶିଶୁକନ୍ୟା, ନିଶ୍ଚିନ୍ତକୋଇଲିର ୬ ବର୍ଷୀୟା ଝିଅଠାରୁ ଆରମ୍ଭ କରି ମଧ୍ୟପ୍ରଦେଶ ଇନ୍ଦୋରର ୪ ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ପର୍ଯ୍ୟନ୍ତ ଅସଂଖ୍ୟ ଘଟଣା ଘଟିଗଲାଣି। ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଇନ୍ଦୋର ଘଟଣାକୁ ଦେଖିଲେ ଯେ କେହି ବିବ୍ରତ ହେବା ସ୍ବାଭାବିକ। ଇନ୍ଦୋର ଶିଶୁକୁ ବଳାତ୍କାର କରିଥିବା ବ୍ୟକ୍ତି ହେଉଛନ୍ତି ସମ୍ପର୍କୀୟ ମାମୁ। ଦେଖିବାକୁ ଗଲେ ୪ ମାସ ଶିଶୁର ବେକ ଟାଣ ହୋଇ ନ ଥାଏ। ଯିଏ ତା’ ସହ ଏପରି ଜଘନ୍ୟ କାଣ୍ଡ ଘଟାଇଥାଆନ୍ତି ତାଙ୍କ ମାନସିକତା ବୁଝିବା ଅସମ୍ଭବ। ଏଠାରେ ସାମାଜିକ ବିଶ୍ଳେଷଣର ପ୍ରୟୋଜନ ଉଠିଲାଣି। ମନେହେଉଛି, ଯେପରି ଏହା କେବଳ ଘୋର ଯୌନ ଲାଳସାର ପରିଣତି ନୁହେଁ। ସହଜ ଭାଷାରେ କହିବାକୁ ଗଲେ ଏହା ଅତ୍ୟନ୍ତ ଜଘନ୍ୟ ଆପରାଧିକ ମାନସିକତାର ପ୍ରତିଫଳନ।

ରେଭେନ୍‌ସା ଯୁଗର ଅବସାନ

ରେଭେନ୍‌ସା ଯୁଗର ଅବସାନ

ଶରତ ଚନ୍ଦ୍ର ମିଶ୍ର/ରେଭେନ୍‌ସା କଲେଜ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ଦେଢ଼ଶହ ବର୍ଷ (୧୮୬୮) ପୂର୍ବେ ନଅଙ୍କ ଦୁର୍ଭିକ୍ଷର ଦୁଇବର୍ଷ ପରେ ଏ କଲେଜ ସ୍ଥାପିତ ହୋଇଥିଲା। କଟକ କଲେକ୍ଟୋରେଟ୍‌ ପାଖରେ ଏହି ଅନୁଷ୍ଠାନଟି ପଚାଶ ବର୍ଷ ରହିବା ପରେ ଚାଉଳିଆଗଞ୍ଜର ରେସ୍‌କୋର୍ସ ପଡିଆକୁ ଉଠିଆସିଲା ଓ ଗତ ଶହେବର୍ଷ ଧରି ସେହିଠାରେ ଗର୍ବୋନ୍ନତ ଶିର ଉତ୍ତୋଳନ କରି ବିଦ୍ୟମାନ।

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ଲୁଣା ଜଙ୍ଗଲ ଓ ଉପକୂଳ ସୁରକ୍ଷା

ହିମାଂଶୁ ଶେଖର ଫତେସିଂହ/ପୃଥିବୀର ନିରକ୍ଷୀୟ ଓ ଉପନିରକ୍ଷୀୟ ଅଞ୍ଚଳ ଅନ୍ତର୍ଗତ ୨୪ଂ ଉ.ଅକ୍ଷାଂଶରୁ ୩୮ଂ ଦ.ଅକ୍ଷାଂଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ତଟବର୍ତ୍ତୀ ଜୁଆରିଆ ଆର୍ଦ୍ର, ବାଲିଆ ଭୂମିରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଉଦ୍ଭିଦ ଦେଖାଯାଆନ୍ତି। ଏହି ଅଞ୍ଚଳରେ ୨୬ଂରୁ ୩୫ଂ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଉଚ୍ଚ ବାୟୁମଣ୍ଡଳୀୟ ତାପମାତ୍ରା, ୧୦୦୦ ମିମିରୁ ୩୦୦୦ ମିମି ବୃଷ୍ଟିପାତ, ଉଚ୍ଚ ଲବଣତା, ଜୁଆରିଆ ଜଳ ପ୍ଳାବନ ସତ୍ତ୍ୱେ ଏହି ଉଦ୍ଭିଦଗୁଡ଼ିକ ଜୀବନ ଧାରଣ କରି ବଂଶବୃଦ୍ଧି କରିଥାନ୍ତି।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କଠାରୁ ମାନବିକତା କ୍ରମେ ହଜିଯାଉଛି। ଅର୍ଥ ଓ ବସ୍ତୁବାଦୀ ହୋଇପଡୁଥିବା ମଣିଷ ଅନ୍ୟ ପ୍ରତି ସହାନୁଭୂତି, ଦୟା ଆଦି ଗୁଣକୁ ହରାଇବସୁଛି। ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସୁଯୋଗର କିଭଳି ଫାଇଦା ଉଠାଇହେବ ସେଥିପ୍ରତି ଆଗ୍ରହ ଦେଖାଉଛି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ନିକଟବର୍ତ୍ତୀ ଗାଜିଆବାଦରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଶୁଣିଲେ ମଣିଷ ନିକଟରୁ ମାନବିକତାର ଗୁଣ କିପରି ହଜିଯାଉଛି ତାହା ସ୍ପଷ୍ଟ ହୁଏ।