ସମ୍ପାଦକୀୟ

ସମ୍ପାଦକୀୟ/ ଖାତାରୁ ଲୁଟ

ସମ୍ପାଦକୀୟ/ ଖାତାରୁ ଲୁଟ

କେନ୍ଦ୍ର ସରକାର ପ୍ରତିଟି ଆର୍ଥିକ କାରବାର ବ୍ୟାଙ୍କ ଜରିଆରେ କରିବାକୁ ବାରମ୍ବାର ଜନସାଧାରଣଙ୍କୁ ବାଧ୍ୟ କରୁଛନ୍ତି। ଜନହିତକର ଯୋଜନାର ଆର୍ଥିକ ସୁଫଳ ଲୋକଙ୍କ ପାଖରେ ପହଞ୍ଚିବାର ଏକମାତ୍ର ମାଧ୍ୟମ ବ୍ୟାଙ୍କ ବୋଲି କୁହାଯାଉଛି। ଏଥିପାଇଁ ୨୦୧୪ ଅଗଷ୍ଟ ୨୮ରୁ ୨୦୧୮ ଫେବୃୟାରୀ ୭ ମଧ୍ୟରେ ୩୧ କୋଟିରୁ ଊର୍ଦ୍ଧ୍ୱ ଜନଧନ ଆକାଉଣ୍ଟ ଖୋଲାଯାଇଛି। କିନ୍ତୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଏବେ ଯେଉଁ ପ୍ରକାରର ଅସୁବିଧା ସବୁ ଦେଖାଦେଲାଣି ତାହା ଜନତାଙ୍କ ହିତରେ ଯାଉନି ବୋଲି ସ୍ପଷ୍ଟ ଜଣାପଡ଼ିଲାଣି। ...

କଥାରେ ହେବନାହିଁ ଦୁଇଗୁଣା ଚାଷୀ ଆୟ

କଥାରେ ହେବନାହିଁ ଦୁଇଗୁଣା ଚାଷୀ ଆୟ

ତତ୍ତ୍ୱ ଓ ତର୍କ-ବିମଳ ପ୍ରସାଦ ପାଣ୍ଡିଆ/ ସାରା ଭାରତରେ ସମଗ୍ର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରୁ ଗତବର୍ଷ ତୁଳନାରେ ଚଳିତବର୍ଷ ଯେତିକି ଅଧିକ ଉପତ୍ାଦ ‘ଗ୍ରସ୍‌ ଭାଲ୍ୟୁ ଆଡେଡ୍‌’ ବା ଜି.ଭି.ଏ. ମିଳିଛି ତାହା ଭାରତର କେବଳ ଜଣେ ବ୍ୟକ୍ତିର ସମ୍ପତ୍ତିରେ ହୋଇଥିବା ବୃଦ୍ଧି ସହ ସମାନ। ଭାରତ ସରକାର ଚଳିତ ବର୍ଷର ଅର୍ଥନୈତିକ ସର୍ଭେରେ ଦେଇଥିବା ତଥ୍ୟ ଅନୁସାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଜି.ଭି.ଏ.ରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ଖୁବ୍‌ ନିକଟରେ ଫୋର୍ବସ ଜାରି କରିଥିବା ଧନୀ ତାଲିକା ଅନୁସାରେ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପରିମାଣ ଗତ ବର୍ଷକରେ ବଢ଼ିଛି ୧.୧୦ ଲକ୍ଷ କୋଟି ଟଙ୍କା। ...

ଭାବନା ହିଁ ଭବିଷ୍ୟତ

ଭାବନା ହିଁ ଭବିଷ୍ୟତ

ସୁଧିରାଜ ରାଉତ / ଗତ ରାତ୍ରିର ସ୍ବପ୍ନଟି ମୋତେ ଏହା ଲେଖିବାକୁ ପ୍ରେରଣା ଦେଲା। ଷଣ୍ଢଟିଏ ଠିଆ ହୋଇଥିବା ରାସ୍ତାରେ ଯାଉ ଯାଉ ଭାବିଲି, ଷଣ୍ଢ ମାରିବ କି। ତତ୍‌କ୍ଷଣାତ୍‌ ଷଣ୍ଢଟି ମୋତେ ଗୋଡ଼ାଇବାକୁ ଲାଗିଲା। ମୁଁ ଦୌଡ଼ି ଏକ ସୁରକ୍ଷିତ ସ୍ଥାନରେ ଠିଆ ହୋଇ ପୁଣି ଭାବିଲି- ରାସ୍ତାରେ ଝିଅମାନଙ୍କୁ ଯଦି ଏମିତି ହଇରାଣ କରେ, ଏହା ଭାବିବା ମାତ୍ରେ ଦେଖିଲି କିଛି ଝିଅଙ୍କୁ ଷଣ୍ଢଟି ଗୋଡ଼ାଉଛି। ସ୍ବପ୍ନ ବିଜ୍ଞାନୀଙ୍କ ବହି ଜ୍ଞାନରୁ ଏ ସ୍ବପ୍ନକୁ ବିଶ୍ଳେଷଣ କରିବି ନାହିଁ, ସ୍ବପ୍ନଟିର ସରଳ ଓ ସହଜ ଅର୍ଥ- ଆମେ ଯାହା ଭାବୁ ତାହା ଆମ ସହ ଘଟିବାକୁ ଆରମ୍ଭ କରେ। ...

ଏଇ ଭାରତରେ

ସାଧୁତା ଓ ସଚ୍ଚୋଟପଣିଆ ପାଇଁ ପୁରସ୍କାର ମିଳେ। ଏଭଳି ଏକ ଘଟଣା ବମ୍ବେରେ ଘଟିଛି। ଅଟୋ ଡ୍ରାଇଭର ଜଣକ ଜଣେ ଯାତ୍ରୀଙ୍କର ହଜିଯାଇଥିବା ବ୍ୟାଗ୍‌ ଫେରାଇଦେବା ପରେ ତାଙ୍କ ପିଲାଙ୍କୁ ମାଗଣା ଶିକ୍ଷାଦାନର ବ୍ୟବସ୍ଥା ହୋଇଛି। ସରଳା ନମ୍ବୁଦିରୀ (୬୮) ନାମ୍ନୀ ଜଣେ ମହିଳା ଚେମ୍ବୁରଠାରେ ଅରୁଣୋଦୟ ଇଂଲିଶ ମାଧ୍ୟମ ସ୍କୁଲ୍‌ ଚଳାନ୍ତି। କିଛିଦିନ ତଳେ ସେ ଏକ ଅଟୋରେ ବସି ଦୂରରେ ପାର୍କିଂ କରୁଥିବା ନିଜ କାର୍‌ ପାଖକୁ ଯାଇଥିଲେ। ...

ସମ୍ପାଦକୀୟ/ ଅସରନ୍ତି କାର୍ଯ୍ୟକ୍ରମ

ସମ୍ପାଦକୀୟ/ ଅସରନ୍ତି କାର୍ଯ୍ୟକ୍ରମ

ଭାରତରେ ଆଧାର କାର୍ଡ କିଭଳି ନାଗରିକଙ୍କ ଜୀବନର ଧାରା ପାଲଟିବ ସେହି ଦିଗରେ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ବ୍ୟାଙ୍କ ଖାତା, ମୋବାଇଲ ନମ୍ବର ଓ ପାନ୍‌ କାର୍ଡ ସହ ଆଧାର ସଂଯୋଗ କରାଯିବା ବାଧ୍ୟତାମୂଳକ ବୋଲି କୁହାଯାଉଥିବା ବେଳେ ଏବେ ଭୋଟର କାର୍ଡ ଲିଙ୍କ୍‌ ପ୍ରସଙ୍ଗ ଉଠିଲାଣି। ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ହୋଇ ନ ଥିଲେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ନ ପାରି ପୋଲିିଂ ବୁଥ୍‌ରୁ ଫେରିବା ଆଶଙ୍କା ସୃଷ୍ଟି ହେଲାଣି। ପୂର୍ବରୁ ନିର୍ବାଚନ କମିଶନ (ଇସି) ଭୋଟର କାର୍ଡ ସହ ଆଧାର ସଂଯୋଗ ଇଚ୍ଛାଧୀନ ବୋଲି କହୁଥିଲେ। ଇସି ସୁପ୍ରିମକୋର୍ଟରେ ଏକ ସଂଶୋଧିତ ପିଟିଶନ ଦାଏର କରିଥିବା ବିଷୟ ମାର୍ଚ୍ଚ ୧୦ରେ ମୁଖ୍ୟ ନିର୍ବାଚନ କମିଶନର ଓମ୍‌ପ୍ରକାଶ ରାଓ୍ବତ ପ୍ରକାଶ କରିଛନ୍ତି। ...

ସବୁ ଧନୀ ସ୍ମାର୍ଟ, ସବୁ ସ୍ମାର୍ଟ ଧନୀ ନୁହନ୍ତି

ସବୁ ଧନୀ ସ୍ମାର୍ଟ, ସବୁ ସ୍ମାର୍ଟ ଧନୀ ନୁହନ୍ତି

ସହଦେବ ସାହୁ/ ସବୁ ଧନୀ ସ୍ମାର୍ଟ, କିନ୍ତୁ ସବୁ ସ୍ମାର୍ଟ କାହିଁକି ଧନୀ ନୁହନ୍ତି - ଦେଶର ମାତ୍ର ୨୦ ଶତାଂଶ ଲୋକ କାହିଁକି ଦେଶର ୮୦ ଶତାଂଶ ଧନର ମାଲିକ ହୋଇଛନ୍ତି- ଏଭଳି ପ୍ରଶ୍ନର ଉତ୍ତରରେ ଅର୍ଥନୀତି ବିଶାରଦମାନେ କହନ୍ତି, ଧନର ବିତରଣ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ହୋଇଥାଏ, ଏହାକୁ ୮୦:୨୦ ନିୟମ କୁହାଯାଏ। ଦେଶ ବା ଜାତିର ଧନର ଶତକଡା ୮୦ ଭାଗ ଧନ ଦେଶର ଶତକଡା ୨୦ ଭାଗ ଲୋକଙ୍କ ମାଲିକାନାରେ ଥାଏ। ପୃଥିବୀସାରା ଦେଖିଲେ ଆହୁରି ଭୟଙ୍କର ପରିସ୍ଥିତି- ଗତବର୍ଷ ଗୋଟିଏ ରିପୋର୍ଟରେ କୁହାଗଲା ଯେ, ପୃଥିବୀର ମାତ୍ର ୧୦ଜଣ ସବୁଠୁ ଧନୀ ଯେତେ ସମ୍ପତ୍ତି ରଖିଛନ୍ତି ତାହା ମିଶିଲେ ପୃଥିବୀର ୩୮୦ କୋଟି ଦରିଦ୍ରତମ ଲୋକଙ୍କ ମୋଟ ଧନ ସହ ସମାନ ହେବ। ଏପରି ଘଟଣା ବା ଢାଞ୍ଚାକୁ ପାୱାର ଲ’ ବା କ୍ଷମତାର ନିୟମ କୁହାଯାଏ।...

ହାତୀ-ମଣିଷ ଲଢ଼େଇ

ହାତୀ-ମଣିଷ ଲଢ଼େଇ

ଅଭୟ ସୂତାର/ ଅତୀତରେ ବଳବାନ୍‌ ଓ ବୁଦ୍ଧିମାନ, ଦୁଇ ଜୀବ (ହାତୀ-ମଣିଷ)ଙ୍କ ମଧ୍ୟରେ ଖୁବ୍‌ ବନ୍ଧୁତା ଥିଲା। ହାତୀକୁ ଲକ୍ଷ୍ମୀଙ୍କ ବାହନ ରୂପେ ଲୋକେ ପୂଜା କରୁଥିଲେ। ହାତୀ ଜନବସତିକୁ ଆସିଲେ ଶୁଭ ବୋଲି ବିଚାରକରି ତା’ର ଖାଇବା ପାଇଁ ଧାନ, ଚାଉଳ, ଫଳ ଇତ୍ୟାଦି ଦେଉଥିଲେ। ରାଜା, ଜମିଦାରମାନେ ହାତୀ ପୋଷୁଥିଲେ ଓ ସେମାନଙ୍କ ପିଠିରେ ବସି ଅଗମ୍ୟ ଅଞ୍ଚଳକୁ ଯାଉଥିଲେ। ଘନ ଜଙ୍ଗଲ ମଧ୍ୟରୁ ମୋଟାମୋଟା କାଠଗଡ ଶିକୁଳି ଲଗାଇ ବାହାରକୁ ଟାଣିଆଣିବାରେ ହାତୀ ନିୟୋଜିତ ହେଉଥିଲେ। ମହାଭାରତ ଯୁଦ୍ଧରେ କଳିଙ୍ଗର ହସ୍ତୀବାହିନୀ ବିଶେଷ ପରାକ୍ରମ ଦେଖାଇଥିଲା। ଚୋଡଗଙ୍ଗଦେବ ଓ କପିଳେନ୍ଦ୍ର ଦେବଙ୍କର ବିରାଟ ହସ୍ତୀବାହିନୀ ରହିଥିଲା ଓ ଯୁଦ୍ଧରେ ସେମାନଙ୍କ ନିପୁଣତା ଯୋଗୁ ଉତ୍କଳ ସାମ୍ରାଜ୍ୟ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ସେଥିପାଇଁ ଉତ୍କଳର ରାଜାଙ୍କୁ ଗଜପତି କୁହାଯାଉଥିଲା।...

ଏଇ ଭାରତରେ

ଯୁବପିଢ଼ିଙ୍କ ପାଇଁ ସେଲ୍‌ଫି ସର୍ବଦା କାଳ ହେଉଛି। ଏ ବିଷୟରେ ଗଣମାଧ୍ୟମରେ ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ଅନେକେ ଚେତୁ ନାହାନ୍ତି। ସେହିପରି ବିପଦପୂର୍ଣ୍ଣ ସ୍ଥାନରେ କେତେକ ଦୁଃସାହସିକତା ଦେଖାଇ ପ୍ରାଣ ହରାଉଥିବା ଖବର ଶୁଣିବାକୁ ମିଳୁଛି। ...

ଏଇ ଭାରତରେ

ଏଇ ଭାରତରେ

ସୁମେଧା ସିଂଙ୍କ ବହିବସ୍ତାନି ଘରର ଗୋଟିଏ କୋଣରେ ପଡି ଧୂଳି ଜମିଯାଇଥିଲା। ଦିଲ୍ଲୀ ବାସିନ୍ଦା ଏହି ୧୨ବର୍ଷର ବାଳିକା ଅଧାରୁ ପାଠପଢ଼ା ଛାଡ଼ିଦେଇଥିଲା ଏବଂ ଭାବୁଥିଲା ସେ ଆଉ କେବେ ବି ଶ୍ରେଣୀଗୃହରେ ବସିପାରିବ ନାହିଁ। ତା’ର ଗୋଟିଏ ଛୁଆ ଭାଇ ଜନ୍ମ ହୋଇଥିବାର ଜାଣି ଯେତିକି ଖୁସି ହେଉଥିଲା ଏଥିପାଇଁ ତା’ର ପାଠପଢ଼ାରେ ଡୋରି ବାନ୍ଧି ହୋଇଗଲା ଭାବି ମନସ୍ତାପ କରୁଥିଲା। ସୁମେଧାର ମାତାପିତା ନିକଟବର୍ତ୍ତୀ କନଷ୍ଟ୍ରକ୍ସନ୍‌ ସାଇଟ୍‌ରେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବାରୁ ସେମାନେ ସଦ୍ୟଜାତ ଶିଶୁକୁ ସୁମେଧା ଦାୟିତ୍ୱରେ ଛାଡ଼ିଦେଉଥିଲେ। ସୁମେଧା କିନ୍ତୁ ସ୍କୁଲ୍‌ ଦିନର ସ୍ମୃତି ଝୁରି ହେଉଥିଲା। ଦିନେ ସେ ମୋବାଇଲ୍‌ ସ୍କୁଲ୍‌ ବିଷୟରେ ଶୁଣିବାକୁ ପାଇଲା। ଛୁଆଭାଇକୁ ଧରି ସେ ମୋବାଇଲ୍‌ ସ୍କୁଲ୍‌ ଚାଲିଲା ପାଠ ପଢ଼ିବାକୁ।

ନୀରବତା ମହାମନ୍ତ୍ର

ନୀରବତା ମହାମନ୍ତ୍ର

ଅଭିମନ୍ୟୁ ଧଳ/ଇଂରେଜ କବି ଡ୍ରାଇଡ୍ରେନ କହିଥିଲେ, ”ଅଧିକ ଗପୁଥିବା ଲୋକେ କମ୍‌ ଚିନ୍ତାକରନ୍ତି।“ ରୁଷୀୟ ଔପନ୍ୟାସିକ ମିଖାଇଲ ସୋଲକୋଭଙ୍କ ଏକ ଗଳ୍ପର ମୁଖ୍ୟ ନାୟକ ଗପୁଡି ସ୍ବଭାବର। ଭାଷଣଦେବା ପୂର୍ବରୁ କହନ୍ତି, ”ଭଲ କଥାଟିଏ ଖଣ୍ଡେ ମୂଲ୍ୟବାନ ରୂପା ଭଳି। ତାଙ୍କ ଭାଷଣ ଶୁଣୁଥିବା ଜଣେ ଶ୍ରୋତା ହଠାତ୍‌ ଦିନେ କହିଲେ, କିନ୍ତୁ ନୀରବତା ସୁନା ଭଳି ମୂଲ୍ୟବାନ, ତୁମେ ତୁମର ରୂପାକୁ ସୁନାରେ ପରିଣତ କରୁନାହିଁ କାହିଁକି? ନିରର୍ଥକ କଥା ତୁଳନାରେ ନୀରବତା ଶ୍ରେୟସ୍କର।

ଏତେ ବେତନ କାହିଁକି

ଏତେ ବେତନ କାହିଁକି

ଅରୁଣ କୁମାର ପଣ୍ଡା/ଆଦର୍ଶର ଅବଧାରଣା ପାଇଁ ଲକ୍ଷ୍ୟ ଏବଂ ସାଧନ ମାର୍ଗ ପବିତ୍ର ହେବା ଆବଶ୍ୟକ। ଏହା ଥିଲା ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ମତ। କୁହାଯାଏ, ପ୍ରଥମେ ସେ ନିଜକୁ ଜଣେ ଭାରତୀୟ ଏବଂ ପରେ ରାଜନେତା ବୋଲି ଭାବୁଥିଲେ। ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଚମ୍ପାରଣ ନୀଳଚାଷୀ ଆନ୍ଦୋଳନ ବେଳୁ ପ୍ରଭାବିତ ଡ. ପ୍ରସାଦ ରାଷ୍ଟ୍ରପତି ହେବା ପରେ ମାତ୍ର ଜଣଙ୍କୁ ତାଙ୍କର ବ୍ୟକ୍ତିଗତ ସହାୟକ ଭାବେ ରଖିଥିଲେ। ଏବେ ରାଷ୍ଟ୍ରପତିଙ୍କର ମାଳ ମାଳ ସହାୟକ। ମୋଗଲ ରାଜମହଲର ସବୁ ସ୍ବାଚ୍ଛନ୍ଦ୍ୟ ଉପଭୋଗ କରନ୍ତି ରାଷ୍ଟ୍ରପତି ଲୋକଙ୍କ ଟିକସ ଅର୍ଥରେ। ବ୍ୟକ୍ତିଗତ ଜୀବନରେ ଆର୍ଥିକ ଦୁରବସ୍ଥା ସତ୍ତ୍ୱେ ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଆସନରେ ବସିବା ପରେ ନିଜର ବେତନକୁ ୧୦ ହଜାର ଟଙ୍କାରୁ ୫ ହଜାର ଟଙ୍କାକୁ କମାଇ ଦେଇଥିଲେ। ୧୯୫୭ରେ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ହେବା ପରେ ସେ ୫ ହଜାର ବେତନକୁ ହ୍ରାସ କରି ୨୫୦୦ ଟଙ୍କା ରଖିଥିଲେ। ଦେଶର ସର୍ବୋଚ୍ଚ ଅଧିପତିଙ୍କ ଏହି ଐତିହାସିକ ନିଷ୍ପତ୍ତି ପରବର୍ତ୍ତୀ ସମୟରେ କୌଣସି ରାଷ୍ଟ୍ରପତିଙ୍କଠାରେ ଦେଖାଯାଇ ନାହିଁ।

ମୃତ୍ୟୁଇଚ୍ଛା

ମୃତ୍ୟୁଇଚ୍ଛା

ୟୁଥାନାସିଆ ବା ଇଚ୍ଛାମୃତ୍ୟୁ ଏବେ ବିଶ୍ୱ ପାଇଁ ଅନ୍ୟତମ ବିତର୍କ ବିଷୟ ହୋଇ ରହିଛି। ଏହାର ସଂଜ୍ଞାକୁ ଦେଖିଲେ ଜଣେ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଜାଣିଶୁଣି ନିଜ ଜୀବନ ହାରିବା ସକାଶେ ନେଉଥିବା ଶେଷ ପଦକ୍ଷେପକୁ ବୁଝାଯାଉଛି। କୌଣସି କାରଣବଶତଃ ଜଣେ ଶଯ୍ୟାରେ କୋମା (ଅଚେତ) ଅବସ୍ଥାରେ ଦୀର୍ଘଦିନ ଧରି ପନିପରିବା ଭଳି ପଡ଼ିରହିବା ଏବଂ ଯନ୍ତ୍ରଣାରୁ ବର୍ତ୍ତିବାର ସାମାନ୍ୟ ଆଶା ନ ଥିବା ବ୍ୟକ୍ତିଙ୍କଠାରୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା କାଢ଼ି ତାଙ୍କୁ ସହଜ ମୃତ୍ୟୁର ସୁଯୋଗ ଦେବାକୁ ଆଇନ ଭାଷାରେ ‘ପାସିଭ୍‌ ୟୁଥାନାସିଆ’ ବା ପରୋକ୍ଷ ଇଚ୍ଛାମୃତ୍ୟୁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆରୋଗ୍ୟ ନ ହେବା ଭଳି ସ୍ଥିତିରେ ଥିବା ବ୍ୟକ୍ତିଙ୍କୁ ବିଷାକ୍ତ ଇଞ୍ଜେକ୍‌ଶନ ଦେବା ବା ଶରୀରରେ ଘାତକ ପଦାର୍ଥ ଦିଆଇ ଧୀରେ ଧୀରେ ମାରିଦେବା ଲାଗି ଅନୁସରଣ କରାଯାଉଥିବା ପଦ୍ଧତି ‘ଆକ୍ଟିଭ୍‌ ୟୁଥାନାସିଆ’ ବା ପ୍ରତ୍ୟକ୍ଷ ଇଚ୍ଛାମୃତ୍ୟୁ ପର୍ଯ୍ୟାୟଭୁକ୍ତ।

ସିବିଆଇର ବିଶ୍ୱସନୀୟତା

ସିବିଆଇର ବିଶ୍ୱସନୀୟତା

ଆକାର ପଟେଲ/ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବଡ଼ ବଡ଼ ଦୁର୍ନୀତିର ତଦନ୍ତ କରିଥାଏ। ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ପରି ଏହା ଉପରେ ସ୍ବତନ୍ତ୍ର ଦାୟିତ୍ୱ ନ୍ୟସ୍ତ ଥାଏ। ତେବେ ଏହା କେତେଦୂର ସଫଳଭାବେ ନିଜ କାର୍ଯ୍ୟ କରୁଛି? ପୋଲିସ ନିଜ ରାଜ୍ୟ ସରକାରଙ୍କ ପାଖରେ ଉତ୍ତରଦାୟୀ ଥିବା ବେଳେ ସିବିଆଇ କେନ୍ଦ୍ର ସରକାରଙ୍କ ପାଖରେ ଉତ୍ତରଦାୟୀ ହୋଇଥାଏ। ବର୍ତ୍ତମାନ ଏଫ୍‌ବିଆଇ ଆତଙ୍କବାଦ ଓ ଅନ୍ୟ ଜିନିଷ ଉପରେ କାମ କରୁଛି। ସିବିଆଇ ମଧ୍ୟ ଅପରାଧ ଓ ଅନେକ ଜିନିଷ ବିରୋଧରେ ଲଢ଼େଇ କରୁଛି। ତେଣୁ ବର୍ତ୍ତମାନ ସିବିଆଇ କେଉଁ ଜିନିଷ ଉପରେ କାମ କରିବା ଉଚିତ, ତାହା ସ୍ପଷ୍ଟ ନୁହେଁ। ଏହା ହତ୍ୟା ମାମଲାର ବି ତଦନ୍ତ କରିପାରେ, ଯେପରି ଆରୁଷୀ ବା ଶୀନା ହତ୍ୟାକାଣ୍ଡ କାରଣ ତାହା ଗଣମାଧ୍ୟମରେ ବହୁଚର୍ଚ୍ଚିତ ଏବଂ ଏହା ୨ଜି ବା ନୀରବ ମୋଦି ଦୁର୍ନୀତି ବିରୋଧରେ ବି ତଦନ୍ତ କରିପାରେ। ...

ଅନ୍ୟ ଏକ ଈଶ୍ୱର

ଅନ୍ୟ ଏକ ଈଶ୍ୱର

ପ୍ରକାଶ ତ୍ରିପାଠୀ/ ହେ ଈଶ୍ୱର! ଆମକୁ ହସିବା ଶିଖାଅ। କିନ୍ତୁ ଭୁଲିଯିବାକୁ ନ ଦିଅ ଯେ, ଆମେ ଦିନେ କାନ୍ଦୁଥିଲୁ!! ଏହିଭଳି ଏକ ମର୍ମସ୍ପର୍ଶୀ ସ୍ଲୋଗାନ ଲେଖାହୋଇଛି ପୁଣେସ୍ଥିତ ଏକ ଅନାଥାଶ୍ରମ ସନ୍‌ମତି ବାଳ ନିକେତନର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳିକା ସିନ୍ଧୁ ସପ୍‌କାଲ ବସୁଥିବା ଆସନ ପଛପଟେ। ଏହି ସାଧାରଣ ମହିଳାଙ୍କ ଅସାଧାରଣ ଜୀବନକୁ ନିକଟରୁ ନିରୀକ୍ଷଣ କଲେ ଯେ କେହି ବୁଝିପାରିବ ସମାଜସେବାର ଅସଲ ସଂଜ୍ଞା। ସତୁରି ବର୍ଷ ବୟସ୍କା ସିନ୍ଧୁ ସପ୍‌କାଲଙ୍କୁ ଶହ ଶହ ଅନାଥ ଶିଶୁ ଆଦରରେ, ଶ୍ରଦ୍ଧାରେ ଡାକନ୍ତି ସିନ୍ଧୁ ତାଈ (ମାଆ)। ସମାଜର ତଥାକଥିତ ସମାଜସେବୀଙ୍କଠାରୁ ସମ୍ପୂର୍ଣ୍ଣ ନିଆରା ବାରିହୋଇ ପଡନ୍ତି ସିନ୍ଧୁତାଈ ତାଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରେ। ସମାଜସେବା ପାଇଁ ରାଜନୀତି ସର୍ବୋତ୍କୃଷ୍ଟ ମାଧ୍ୟମ ବାହାନାରେ ନିର୍ବାଚନରେ କୋଟି କୋଟି ଟଙ୍କା ଏ ଦେଶରେ ଖର୍ଚ୍ଚ (ଅପବ୍ୟୟ) ହୁଏ। ସରକାରୀ ଅର୍ଥ (ସାଧାରଣ ଜନତାଙ୍କ ଟିକସ)ରେ କୌଣସି ପ୍ରକଳ୍ପ ବା ଯୋଜନା ଆରମ୍ଭ କରିବା ପୂର୍ବରୁ ପୃଷ୍ଠା ପୃଷ୍ଠା ବିଜ୍ଞାପନ ପ୍ରକାଶନ ସହ ରାସ୍ତାଘାଟ ନେତାଙ୍କ ପୋଷ୍ଟର ଓ ହୋର୍ଡିଂରେ ଛାଇ ହୋଇଯାଏ। ସେଲିବ୍ରିଟିଙ୍କ ଆଖିର ଇସାରାକୁ ନେଇ ଦିନ ଦିନ ଧରି ଗଣମାଧ୍ୟମରେ ଚର୍ଚ୍ଚା ହୁଏ। ହେଲେ ସିନ୍ଧୁତାଈଙ୍କ ଭଳି ଅସଲ ସମାଜସେବୀମାନେ ଲୁଚିଯାଆନ୍ତି ଆଜିର ଏହି ପ୍ରଚାରସର୍ବସ୍ବ ତଥା ପ୍ରବଞ୍ଚନାପୂର୍ଣ୍ଣ ଚରିତ୍ରମାନଙ୍କ ଚର୍ଚ୍ଚାର ଆଢୁଆଳରେ।...

ଅସାମାନ୍ୟ ସ୍ଥପତି

ଅସାମାନ୍ୟ ସ୍ଥପତି

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ପର୍ଯ୍ୟାୟଭୁକ୍ତ। ଆଜିର ଆଧୁନିକ ଯୁଗରେ ସୁନ୍ଦର ଘରଟିଏ ତୋଳିବା ସମସ୍ତଙ୍କର ଇଚ୍ଛା। ତେବେ କୋଠା ବା ସୌଧଟିଏ ନିର୍ମାଣ ପୂର୍ବରୁ ଏହାର ଡିଜାଇନ ବା ସ୍ଥାପତ୍ୟ କୌଶଳ ଦେଉଥିବା ବ୍ୟକ୍ତିଙ୍କର ରହିଛି ସବୁଠୁ ଅଧିକ ଚାହିଦା। ଯେଉଁ ସ୍ଥପତି ପରିବେଶ ଓ ସମୟ ଉପଯୋଗୀ ସୌଧଟିଏ ନିର୍ମାଣ ଲାଗି କଳାତ୍ମକ ଶୈଳୀ ବ୍ୟକ୍ତକରି ନୂତନତ୍ୱ ଆଣିଥାନ୍ତି ତାଙ୍କୁ ମିଳିଥାଏ ପୁରସ୍କାର। ୧୯୭୯ ମସିହାରୁ ପ୍ରିଜ୍‌କର ଆର୍କିଟେକ୍‌ଚର ପ୍ରାଇଜ୍‌ ଏ ଦିଗରେ ନୋବେଲ ପୁରସ୍କାର ସମକକ୍ଷ ସମ୍ମାନ ଭାବେ ବିବେଚନା କରାଯାଇଆସୁଛି। ଆମେରିକୀୟ ଉଦ୍ୟୋଗୀ ଜୟ ଆର୍ଥର ପ୍ରିଜ୍‌କର ଏହାକୁ ପ୍ରତିଷ୍ଠା କରିଥିବାରୁ ତାଙ୍କ ପରିବାର ନାମାନୁସାରେ ଏହି ପୁରସ୍କାର ନାମିତ ହୋଇଛି। ଚଳିତ ଥର ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବାଲକ୍ରିଷ୍ଣ ଭିଥଲଦାସ ଦୋଶୀ। ଭାରତରେ ଅତି କମ୍‌ ଖର୍ଚ୍ଚରେ ପରିବେଶ ଉପଯୋଗୀ ତାଙ୍କ ଅସଂଖ୍ୟ ଡିଜାଇନ ଦ୍ୱାରା ତୋଳାଯାଇପାରିଥିବ କୋଠାଗୁଡ଼ିକ ବିଶ୍ୱସ୍ତରୀୟ ହୋଇପାରିଛି। ଫଳରେ ତାଙ୍କ କ୍ୟାରିୟର ଓ ସଫଳତା ବିଷୟରେ ସମସ୍ତେ ଜାଣିିବାକୁ ଆଗ୍ରହ ରଖିବା ସ୍ବାଭାବିକ।...

ଏଇ ଭାରତରେ

ଭାରତରେ ଆତଙ୍କବାଦୀ ଆକ୍ରମଣ ହେଲେ ପାକିସ୍ତାନ ଆଡ଼କୁ ଅଙ୍ଗୁଳି ଟେକି ହୋଇଯିବା ସ୍ବାଭାବିକ। କାରଣ ସେଠିକାର ମୁସଲମାନ ସମ୍ପ୍ରଦାୟର କେତେକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଆତଙ୍କରାଜ ସୃଷ୍ଟିକରି ବିଶ୍ୱରେ କୁଖ୍ୟାତି ଅର୍ଜନ କରିଆସୁଛନ୍ତି। ଅପରପକ୍ଷରେ ଆମ ଦେଶରେ ସେହି ସମ୍ପ୍ରଦାୟର ମାର୍କାଜି ଜାମିଆତ୍‌ ଆହଲେ ହାଦିସ୍‌ ହିନ୍ଦ୍‌ର ସଦସ୍ୟମାନେ ସେମାନଙ୍କ ଦ୍ୱାରା ଆୟୋଜିତ ଜାତୀୟ ସମ୍ମିଳନୀରେ ଆତଙ୍କବାଦକୁ ବିରୋଧ କରିଛନ୍ତି। ନୂଆଦିଲ୍ଲୀର ରାମଲୀଲା ଗ୍ରାଉଣ୍ଡ୍‌ରେ ଆୟୋଜିତ ଦୁଇଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ଭାଗରୁ ଇସଲାମ୍‌ ବିଦ୍ୱାନ୍‌ମାନେ ସମବେତ ହୋଇ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରଚାର କରୁଛନ୍ତି। ...

ମହଙ୍ଗା ବିଳମ୍ବ

ମହଙ୍ଗା ବିଳମ୍ବ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ (ପିଏନ୍‌ବି) ମହାଦୁର୍ନୀତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଅବହେଳା ଓ ଅସତର୍କତାକୁ ଯଦି ଦାୟୀ କରାଯାଏ, ତେବେ ଏହାର ଗୋଟିଏ କାରଣ ହୋଇପାରେ ଯେ, ବ୍ୟାଙ୍କଗୁଡ଼ିକର ତନଖି କରିବା ପାଇଁ ଆର୍‌ବିଆଇର କୌଣସି ପୂର୍ଣ୍ଣକାଳୀନ ଡେପୁଟି ଗଭର୍ନର (ଡିଜି) ନାହାନ୍ତି। ଏହି ପଦବୀରେ ଅବସ୍ଥାପିତ ଥିବା ଶେଷ ବ୍ୟକ୍ତି ହେଉଛନ୍ତି ଏସ୍‌.ଏସ୍‌. ମୁନ୍ଦ୍ରା, ଯେ କି ଗତ ଜୁଲାଇ ମାସରୁ ଅବସର ନେଇଛନ୍ତି। ପ୍ରାୟ ୭ ମାସ ହେଲା ସରକାର ମୁନ୍ଦ୍ରାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦେଇପାରିଲେ ନାହିଁ। ପ୍ରାପ୍ତ ସୂଚନା ଅନୁସାରେ, ଆର୍‌ବିଆଇର ୪ ଜଣ ଡେପୁଟି ଗଭର୍ନର ଥାନ୍ତି, ଯେଉଁମାନଙ୍କ ମଧ୍ୟରୁ ଜଣେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରୁ ଆସିଥାନ୍ତି। ...

ହାକିମି ଆଖିର ଲୁହ

ହାକିମି ଆଖିର ଲୁହ

ମନମାନଚିତ୍ର-ଡ. ନରହରି ବେହେରା/ ଯୁଗ ଯୁଗ ଧରି ଇତିହାସ ଶାସକ ଏବଂ ଶାସିତଙ୍କ ସମ୍ପର୍କକୁ ନେଇ ଶତମୁଖ ହୋଇଛି। କେତେବେଳେ ଶାସକର ଉଦାରତାକୁ ବର୍ଣ୍ଣନା କରିଛି ତ କେତେବେଳେ କଠୋରତାକୁ ନିନ୍ଦା କରିଛି। ପୁଣି କେତେବେଳେ ଶାସିତର ଦେଶପ୍ରାଣତାକୁ ସ୍ଥାନ ଦେଇ ଉତ୍ତରପିଢ଼ିକୁ ଅନୁପ୍ରାଣିତ କରିଛି। କିନ୍ତୁ ଦେଖାଯାଇଛି ଅନେକ ସମୟରେ ଶାସକର ଜିଦ୍‌ଖୋର ମନୋବୃତ୍ତି, ଅହମିକା, ବ୍ୟକ୍ତିଗତ କଠୋର ଦୃଷ୍ଟିଭଙ୍ଗୀ, ରାଜ୍ୟ ଜୟ କରି ଚକ୍ରବର୍ତ୍ତୀ ହେବାର ପ୍ରବୃତ୍ତି କେବଳ ପ୍ରଜାମାନଙ୍କୁ ଆତଙ୍କିତ କରିନାହିଁ, ବରଂ ବିଶ୍ୱ ବକ୍ଷରେ ଯାବତୀୟ କ୍ଳେଶର ପରମ୍ପରା ସୃଷ୍ଟି କରିଛି। ଶାସନର ସୁପରିଚାଳନା ପାଇଁ ଶାସକଙ୍କୁ ଅନେକ ସମୟରେ କଠୋର ହେବାକୁ ପଡ଼ିଥାଏ। ମାତ୍ର ଏହି କଠୋରତା ସାମୂହିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ବିଧେୟ। ବ୍ୟକ୍ତିଗତ ଅସୂୟା, ପ୍ରତିଶୋଧପରାୟଣତା କିମ୍ବା ନିଜକୁ ଅନ୍ୟ ନିକଟରେ ଜଣେ ଉତ୍ତମ ପ୍ରଶାସକ ଭାବରେ ପ୍ରତିଷ୍ଠା କରିବା ଇଚ୍ଛାରେ ଅନ୍ୟକୁ ଦୁଃଖ ଦେବା କଦାପି ଜଣେ ସୁଶାସକର ଲକ୍ଷଣ ନୁହେଁ। ଏକଦା ପ୍ରଭୁ ରାମଚନ୍ଦ୍ର ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ରାଣପ୍ରିୟା ପନତ୍ୀ ସୀତା ଦୀର୍ଘଦିନ ଧରି ଅଶୋକବନରେ ବନ୍ଦୀ ଥିବାରୁ ରାଜ୍ୟରେ ତାଙ୍କ ଉଦାହରଣ ଦେଇ ପ୍ରଜାମାନେ ବିଭିନ୍ନ ଆଲୋଚନା କରୁଛନ୍ତି। ‘ମହାଜନୋ ଯେନ ଗତଃ ସ ପନ୍ଥାଃ’ ନ୍ୟାୟରେ କାଳକ୍ରମେ ଏହି ଆଲୋଚନା କାୟା ବିସ୍ତାର କରି ଅନେକ ଦାମ୍ପତ୍ୟ ଜୀବନରେ ଦୁଃଖଯନ୍ତ୍ରଣାର କାରଣ ହେବ ବୋଲି ସେ ମନେକଲେ। ...

ନଷ୍ଟସ୍ୟ କାନ୍ୟା ଗତିଃ

ନଷ୍ଟସ୍ୟ କାନ୍ୟା ଗତିଃ

ଡ. ଚିନ୍ତାମଣି ପଣ୍ଡା/ ଭିକ୍ଷୋ! ମାଂସନିଷେବଣଂ ପ୍ରକୁରୁଷେ? କିଂ ତେନ ମଦ୍ୟଂ ବିନା? ମଦ୍ୟଂ ଚାପି ତବ ପ୍ରିୟମ୍‌? ପ୍ରିୟମହୋ ବାରାଙ୍ଗନାଭିଃ ସହ। ତେଷାଂ ଦ୍ରବ୍ୟେ ରୁଚିଃ କୁତସ୍ତବଧନମ୍‌? ଦ୍ୟୁତେନ ଚୌର୍ଯ୍ୟେଣ ବା। ଚୌର୍ଯ୍ୟଂ ଦ୍ୟୁତଂ ପରିଗ୍ରହୋପି ଭବତୋ? ନଷ୍ଟସ୍ୟ କାନ୍ୟା ଗତିଃ?“ ଏକଦା ବିକ୍ରମାଦିତ୍ୟଙ୍କ ରାଜସଭାରେ ଜନୈକ ଦିଗ୍‌ବିଜୟୀ ପଣ୍ଡିତ ପହଞ୍ଚି ଉପରୋକ୍ତ ଶ୍ଳୋକର ଶେଷ ପାଦଟି ‘...ନଷ୍ଟସ୍ୟ କାନ୍ୟା ଗତିଃ’ ଉଚ୍ଚାରଣପୂର୍ବକ ଏହାର ପାଦପୂରଣ କରିବାକୁ ରାଜାଙ୍କୁ ସର୍ତ୍ତମୂଳକ ଆହ୍ବାନ କଲେ। ତତ୍‌କ୍ଷଣାତ୍‌ ରାଜା କାଳିଦାସଙ୍କୁ ଏହି ଦାୟିତ୍ୱଟି ଅର୍ପଣ କରନ୍ତେ, କାଳିଦାସ କିଛି ସମୟ ଚାହିଁଲେ। ସେଥିପାଇଁ ତାଙ୍କୁ ସା ସୁଦ୍ଧା ଉତ୍ତର ରଖିବା ସର୍ତ୍ତରେ ସମୟ ମଧ୍ୟ ମିଳିଗଲା। ତହୁଁ କାଳିଦାସ ଜଣେ ଭିକ୍ଷୁ ବେଶ ଧରି ପଣ୍ଡିତଙ୍କ ବିଶ୍ରାମାଗାର ସମୀପରେ ପହଞ୍ଚି ତାଙ୍କର ଦୃଷ୍ଟି ଆକର୍ଷଣ କଲାଭଳି ସ୍ଥାନରେ ଏକ ବରଗଛ ମୂଳରେ ଛେଳିଟିଏ ବାନ୍ଧି ଏକ ତରବାରିକୁ ଶାଣ କରିବାକୁ ଲାଗିଲେ। ଏ ଦୃଶ୍ୟରେ ପଣ୍ଡିତ ଆଚମ୍ବିତ ହେଲେ। ଜଣେ ଭିକ୍ଷୁ ବା ସନ୍ନ୍ୟାସୀଙ୍କ ହାତରେ ପୁଣି ତରବାରି? କୌତୂହଳୀ ହୋଇ ସେ ଛଦ୍ମବେଶୀ କାଳିଦାସଙ୍କୁ ଜିଜ୍ଞାସା କଲେ, ହେ ଭିକ୍ଷୁ, ତୁମେ କ’ଣ ମାଂସ ଭକ୍ଷଣ କର? ତତ୍‌କ୍ଷଣାତ୍‌ ଭିକ୍ଷୁ ଉତ୍ତରଦେଲେ, ମହାଶୟ! ମଦ୍ୟପାନ ବିନା ମାଂସ ଭକ୍ଷଣରେ କ’ଣ ତୃପ୍ତି ଅଛି? ବଡ଼ ଆଶ୍ଚର୍ଯ୍ୟ ଲାଗିଲା ପଣ୍ଡିତଙ୍କୁ। ...

ଏଇ ଭାରତରେ

ବିବାହ, ବ୍ରତ ଆଦି ପୁଣ୍ୟ କାର୍ଯ୍ୟରେ ପୁରୁଷ ପୁରୋହିତ ମନ୍ତ୍ରୋଚ୍ଚାରଣ କରନ୍ତି। କିନ୍ତୁ ଜଣେ ମହିଳା ପୁରୋହିତ ସାଜି ବିବାହ କାର୍ଯ୍ୟ କରିବା ଆଶ୍ଚର୍ଯ୍ୟ ଲାଗିଲେ ବି ସତ୍ୟ। ଏପରି ଏକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି କଲିକତାରେ। ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ପୁରୁଷପ୍ରଧାନ ସମାଜରେ ନନ୍ଦିନୀ ଭୌମିକ ଏପରି କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି। ସେ କନ୍ୟାଦାନ ପ୍ରଥାକୁ ବିରୋଧ କରନ୍ତି। କାରଣ ଏହାଦ୍ୱାରା କନ୍ୟାକୁ ଏକ ଦ୍ରବ୍ୟ ଭାବରେ ଗଣ୍ୟ କରାଯାଇ ଦାନ କରାଯାଏ। ସେ ପୁରୋହିତ ସାଜି ୨୭ବର୍ଷ ବୟସ୍କ ଅନ୍ବିତା ଜନାର୍ଦ୍ଦନ ଏବଂ ଅର୍କ ଭଟ୍ଟାଚାର୍ଯ୍ୟଙ୍କୁ ଫେବୃୟାରୀ ୨୪ରେ ବିବାହ କରାଇଛନ୍ତି। ...

ଆଜିର ଅର୍ଥନୀତି/କୋଇଲା   ସତର୍କତା

ଆଜିର ଅର୍ଥନୀତି/କୋଇଲା ସତର୍କତା

ଗତ ମାସରେ କେନ୍ଦ୍ର ସରକାର କୋଇଲା ଉପରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ (ସିଆଇଏଲ୍‌) ଓ ଏହାର ସହାୟକ କମ୍ପାନୀଗୁଡ଼ିକର ୪୫ ବର୍ଷର ଏକଚାଟିଆ ଅଧିକାରର ଅନ୍ତ ଘଟାଇ ଏହାକୁ ଦେଶ ଓ ବିଦେଶର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ଉନ୍ମୁକ୍ତ କରିଦେଇଛନ୍ତି। ୧୯୭୩ ମସିହାରେ କୋଇଲାର ଜାତୀୟକରଣ ହେବା ପରେ କେବଳ ରାଷ୍ଟ୍ରାୟତ୍ତ ସିଆଇଏଲ୍‌କୁ ଖଣି ଖନନ ଓ କୋଇଲା ବିକ୍ରି କରିବାର ଅଧିକାର ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ କୋଇଲା ଉତ୍ପାଦନ ଏହି ରାଷ୍ଟ୍ରାୟତ୍ତ ସଂସ୍ଥା ହାତରେ ରହିଛି। କୋଇଲା ଖଣି (ଜାତୀୟକରଣ) ଆଇନ ୧୯୭୩ ଅନୁସାରେ ୧୯୯୩ରୁ ବିଭିନ୍ନ ସରକାରୀ ଓ ବେସରକାରୀ କମ୍ପାନୀକୁ ଆବଣ୍ଟିତ ୨୦୪ ଖଣିକୁ ୨୦୧୪ରେ ସୁପ୍ରିମ୍‌କୋର୍ଟ ରଦ୍ଦ କରିଦେଇଥିଲେ। ...

ସରକାରୀ ସମ୍ବଳର ଧାର୍ମିକ ଉପଯୋଗ

ସରକାରୀ ସମ୍ବଳର ଧାର୍ମିକ ଉପଯୋଗ

ସରଳ କୁମାର ଦାସ/ ହଜ୍‌ ଯାତ୍ରା ପାଇଁ ଦିଆଯାଉଥିବା ସବ୍‌ସିଡିକୁ ୨୦୧୮ରୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏ ନେଇ ବିତର୍କ ସୃଷ୍ଟି ହୋଇଛି। ମୁସଲିମ୍‌ ସଂଗଠନ ଓ ନେତାମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ହଜ୍‌ ଯାତ୍ରା ପାଇଁ କେବେ ବି ଲୋକଙ୍କୁ ସବ୍‌ସିଡି ମିଳିନାହିଁ ବରଂ ସବ୍‌ସିଡିର ପ୍ରକୃତ ଲାଭ ପାଇଛି ଏୟାର ଇଣ୍ଡିଆ। ସେମାନଙ୍କ ମତରେ ସରକାର ବିମାନଯାତ୍ରା ଖର୍ଚ୍ଚର କିଛି ଅଂଶ ସବ୍‌ସିଡି ଆକାରରେ ଦିଅନ୍ତି ଓ ହଜ୍‌ ଯାତ୍ରୀଙ୍କ ପରିବହନରେ ଏକଚାଟିଆ ଅଧିକାର ଥିବା ଏୟାର ଇଣ୍ଡିଆ ବିମାନ ଟିକେଟର ମୂଲ୍ୟକୁ ହଜ୍‌ ସମୟରେ ବଢାଇ ଦେଉଥିବାରୁ ଯାତ୍ରୀଙ୍କ ପାଇଁ ସବ୍‌ସିଡିର କିଛି ମାନେ ହୁଏ ନାହିଁ। ସରକାରଙ୍କର ଏହି ପଦକ୍ଷେପରେ ତୁଷ୍ଟୀକରଣ ରାଜନୀତିର ଗନ୍ଧ ପାଇ କିଛି ନେତା ପ୍ରଶ୍ନ ଉଠାଇଛନ୍ତି ମାନସରୋବର ଯାତ୍ରା ଓ କୁମ୍ଭମେଳା ଭଳି ଧର୍ମୀୟ କାର୍ଯ୍ୟ ପାଇଁ ଦିଆଯାଉଥିବା ଅନୁଦାନ ବନ୍ଦ ହେବ କି? ତେଣୁ ଆଗାମୀ ଦିନରେ ହଜ୍‌ ସବ୍‌ସିଡି ପ୍ରତ୍ୟାହାର ନିଷ୍ପତ୍ତିର ଅନ୍ୟ ଧାର୍ମିକ ଗତିବିଧିରେ ହେଉଥିବା ସରକାରୀ ଅର୍ଥ ଓ ସମ୍ବଳର ବିନିଯୋଗ ଉପରେ କି ପ୍ରଭାବ ପଡିପାରେ ତାହା ବିତର୍କର ଅପେକ୍ଷା ରଖେ।...

ରାସ୍ତାରେ ଆଭିଜାତ୍ୟ

ରାସ୍ତାରେ ଆଭିଜାତ୍ୟ

ଅରୁଣ ଦାସ/ ଭୁବନେଶ୍ୱରର ଏକ ଜଣାଶୁଣା ଇଂଲିଶ ମାଧ୍ୟମ ବିଦ୍ୟାଳୟ ସାମ୍ନାରେ ସେଦିନ ଭାରି ଭିଡ ଜମିଥାଏ। କାରଣ ଅଭିଭାବକମାନେ ବିଦ୍ୟାଳୟ ଛୁଟି ସମୟରେ ସେମାନଙ୍କ ପିଲାମାନଙ୍କୁ ଘରକୁ ନେବା ପାଇଁ ଆସିଥାଆନ୍ତି। ଏତିକିବେଳେ ଦୁଇଜଣ ଯୁବକ ଏକ ମୋଟରସାଇକେଲରେ ଜଣେ ବୃଦ୍ଧା ମହିଳାଙ୍କୁ ସେଇ ବାଟ ଦେଇ ମେଡିକାଲ ନେଇ ଯାଉଥାଆନ୍ତି। ଏକ ଇନୋଭା ଗାଡିରେ ଆସିଥିବା ଜଣେ ବ୍ୟକ୍ତି ମଝି ରାସ୍ତାରେ ଗାଡି ଅଟକାଇଥିବାରୁ ଏଇ ଦୁଇ ଯୁବକଙ୍କ ସହିତ ତାଙ୍କର ବଚସା ହେଲା। ହଠାତ୍‌ ଇନୋଭା ଗାଡି ଚଲାଉଥିବା ବ୍ୟକ୍ତି ଜଣକ ବାହାରକୁ ଚାଲିଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲେ। କିଛି ସମୟ ସେ ସ୍ଥାନର ପରିସ୍ଥିତି ଅସମ୍ଭାଳ ହେଲା ପରେ ପାଖରେ ଥିବା ଅନ୍ୟ ବ୍ୟକ୍ତିଗଣ ପରସ୍ପରଙ୍କୁ ବୁଝାଶୁଝା କରି ଏହାର ସମାଧାନ କରିଥିଲେ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଜଣେ ପିଲାକୁ ଘରକୁ ନେବା ପାଇଁ ଏତେବଡ ଇନୋଭା ଗାଡି ଆଣିବା କ’ଣ ନିହାତି ଦରକାର? ଏ କାର୍ଯ୍ୟ ସ୍କୁଟିଟିଏ କିମ୍ବା ମୋଟରସାଇକେଲ ସାହାଯ୍ୟରେ ବି ସୁରୁଖୁରୁରେ କରାଯାଇପାରେ। ...

ଏଇ ଭାରତରେ

କଥାରେ ଅଛି ‘ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଥାଏ’। ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ମିଳିବା ଅବଶ୍ୟମ୍ଭାବୀ। ଉତ୍ତରପ୍ରଦେଶର ବରେଲୀରେ ଜନ୍ମ ଗ୍ରହଣ କରି ବଢ଼ିଥିବା ଅନୁଜ ତିଓ୍ବାରି ସଂସ୍କୃତ ମାଧ୍ୟମ ସ୍କୁଲରେ ପଢ଼ିଥିଲେ ମଧ୍ୟ ଏବେ ଇଂଲିଶ ଉପନ୍ୟାସ ଲେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ତାଙ୍କ କ୍ୟାରିୟରର ଯାତ୍ରାପଥ ଅତ୍ୟନ୍ତ ପ୍ରେରଣାଦାୟୀ ହୋଇପଡ଼ିଛି। ପିଲାଟି ବେଳୁ ଲେଖକ ହେବା ପାଇଁ ସେ ଇଚ୍ଛା ରଖିଥିଲେ। ...