ସମ୍ପାଦକୀୟ

ସମ୍ପାଦକୀୟ/ ଚାକିରିମୁହଁା

ସମ୍ପାଦକୀୟ/ ଚାକିରିମୁହଁା

ସାଧାରଣତଃ ଜଣେ ଭାରତୀୟଙ୍କ ପାଇଁ ଆର୍ଥିକ ନିରାପତ୍ତାର ପ୍ରମୁଖ ଉତ୍ସ ଚାକିରି ବୋଲି ଧରି ନିଆଯାଇଛି। ସମସ୍ତେ ଚାକିରି କରିବାକୁ ଚାହୁଁଥିବାରୁ ଅନ୍ୟାନ୍ୟ କ୍ଷେତ୍ରରେ ଯୋଗଦାନ କମିଯାଉଛି। ଦେଶ ଜନସଂଖ୍ୟାର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷି ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଏହି କ୍ଷେତ୍ରରେ ଯୁବପିଢ଼ି ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ଉତ୍ପାଦନ କରିବାକୁ ଆଗେଇ ଆସୁନାହିଁ। ...

ଇ-ଦରିଆର ଚୋରାବାଲି

ଇ-ଦରିଆର ଚୋରାବାଲି

ଡ. ଗୌରହରି ରାଉତ/ ଆମ ପିଲାଦିନଠାରୁ ଏବେକାର ପିଲାଙ୍କ ସମୟ ଯେ କେତେ ଆଗୁଆ, ଏ ସମ୍ପର୍କରେ ସଭିଏଁ ଅବଗତ। ଜ୍ଞାନ ବିଜ୍ଞାନ, ପ୍ରଯୁକ୍ତି ଏବଂ ବୈଷୟିକ ବିଦ୍ୟାର ଅଭିବୃଦ୍ଧି ଆଜି ଆମ ପିଲାଙ୍କ ଆଖି ଖୋଲିଦେଇଛି। ହାତପାହାନ୍ତାରେ ସବୁ ଜିନିଷ ସେମାନଙ୍କ ପାଇଁ ଉପଲବ୍ଧ। ଆମକୁ ଯାହା ଦିନେ ସ୍ବପ୍ନ ପରି ଲାଗୁଥିଲା, ସେ ସମ୍ପର୍କରେ କଳ୍ପନା କରି ଆମେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ- ଏବେ ଆମ ପିଲାଏ ସେ ସବୁକୁ ବାସ୍ତବ ଜୀବନରେ ପ୍ରତ୍ୟକ୍ଷ କରିପାରୁଛନ୍ତି। ବହୁ ନୂଆ ନୂଆ କଥା ଜାଣିଲେଣି, ଶିଖିଲେଣି ତଥା ଅନୁଭବ କଲେଣି ଆମ ପିଲାଏ। ଏହା ବିଜ୍ଞାନର କମାଲ୍‌ ଏବଂ ଆମ ସଭ୍ୟତା ବିକାଶର ଶୁଭ ଲକ୍ଷଣ।...

ପଖାଳ ସଭ୍ୟତା

ପଖାଳ ସଭ୍ୟତା

ବୈକୁଣ୍ଠନାଥ ମିଶ୍ର/ ପଖାଳର ଅନବଦ୍ୟ ଉପକାରିତା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ଘନିଷ୍ଠ ଭାବେ ଜଡିତ। ତେଣୁ ପଖାଳର ସୃଷ୍ଟି ଶ୍ରୀଜଗନ୍ନାଥ ସଂସ୍କୃତି ପରି ପୁରାତନ। ଆନନ୍ଦବଜାରର ଟଙ୍କତୋରାଣି ମୁନ୍ଦେ ତୁଣ୍ଡରେ ଦେବା ପାଇଁ ଭକ୍ତଙ୍କ ମଧ୍ୟରେ ଯେଉଁ ବ୍ୟାକୁଳତା ପରିଦୃଷ୍ଟ ହୁଏ, ତାହା ଜଗନ୍ନାଥ ପ୍ରେମର ଅନନ୍ୟ ନିଦର୍ଶନ। ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ପଖାଳ ସ୍ଥାନ ପାଇଛି। ପ୍ରଭୁଙ୍କ ପାଖରେ ପଖାଳ ଲାଗି ହେବା ପରେ ତା’ ତୋରାଣିକୁ ଭକ୍ତମାନେ ସଭକ୍ତି ପାନ କରନ୍ତି, ଯାହା ଟଙ୍କତୋରାଣି ନାମରେ ଖ୍ୟାତ। ଭକ୍ତ ତୁଣ୍ଡରେ ନିର୍ମାଲ୍ୟ ଟିକେ ଓ ଟଙ୍କତୋରାଣି ମୁନ୍ଦେ ନ ବାଜିଲେ ତାକୁ ଶାନ୍ତି ମିଳେ ନାହିଁ। ...

ଏଇ ଭାରତରେ

ସାଧାରଣତଃ ଦେଖିବାକୁ ମିଳେ ଅପାଠୁଆ, ଦୁନିଆ ସମ୍ପର୍କରେ ଅନଭିଜ୍ଞ ଲୋକ କୌଣସି ସମସ୍ୟାର ସହଜ ସମାଧାନ ପାଇଁ ତନ୍ତ୍ରମନ୍ତ୍ର ଉପରେ ନିର୍ଭର କରିଥାଆନ୍ତି। ଆଧୁନିକ ଯୁଗରେ ତାନ୍ତ୍ରିକଙ୍କ ଉପରେ ବିଶ୍ୱାସ ରଖୁଥିବା ଶିକ୍ଷିତ ଲୋକଙ୍କ କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ...

ଭୁଶୁଡ଼ିବା ସମୟ

ଭୁଶୁଡ଼ିବା ସମୟ

ନିକଟରେ ଉତ୍ତରପ୍ରଦେଶର ଦୁଇଟି ଓ ବିହାରର ଗୋଟିଏ ଲୋକ ସଭା ଉପନିର୍ବାଚନର ଫଳାଫଳ ଭାରତୀୟ ଜନତା ପାର୍ଟି (ଭାଜପା) ବିପକ୍ଷରେ ଯାଇଛି। ବିଶେଷକରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ସଂସଦୀୟ ଆସନ ଯଥାକ୍ରମେ ଗୋରଖପୁର ଓ ଫୁଲପୁରରେ ସମାଜବାଦୀ ପାର୍ଟି ଜିତାପଟ ମାରିବାକୁ ଭାଜପା ସହଜରେ ଗ୍ରହଣ କରିପାରୁ ନାହିଁ। କାରଣ ୨୦୧୪ ସାଧାରଣ ନିର୍ବାଚନରେ ରାଜ୍ୟର ସମୁଦାୟ ୮୦ ଲୋକ ସଭା ଆସନ ମଧ୍ୟରୁ ଭାଜପା ତା’ର ସହଯୋଗୀ ଅପ୍‌ନା ଦଳକୁ ମିଶାଇ ୭୩ ଆସନ ଅକ୍ତିଆର କରିଥିଲା।

ବୀମା କମ୍ପାନୀଙ୍କ ଦୟାରେ ସ୍ବାସ୍ଥ୍ୟସେବା

ବୀମା କମ୍ପାନୀଙ୍କ ଦୟାରେ ସ୍ବାସ୍ଥ୍ୟସେବା

ଭାଲଚନ୍ଦ୍ର ଷଡ଼ଙ୍ଗୀ/ଚଳିତ ବର୍ଷର କେନ୍ଦ୍ର ବଜେଟ୍‌ରେ ଘୋଷିତ ମେଗା ସ୍ବାସ୍ଥ୍ୟବୀମା ଯୋଜନାକୁ ନେଇ ଦେଶରେ ଏକ ପ୍ରକାର ଭ୍ରମ ସୃଷ୍ଟି ହୋଇଛି। ସରକାର ଓ ତାଙ୍କ ସମର୍ଥକମାନେ ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଏକ ମାଇଲ ଖୁଣ୍ଟ ବୋଲି କହିବା ସହିତ ଆମେରିକାର ବହୁ ପ୍ରଚାରିତ ‘ଓବାମାକେୟାର’ର ଅନୁକରଣ କରି ଏହାକୁ ‘ମୋଦିକେୟାର’ ବୋଲି କହିବାକୁ ବି ପଛାଇ ନାହାନ୍ତି। ବଜେଟ୍‌ରେ ‘ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ’ ଅନ୍ତର୍ଗତ ଘୋଷିତ ‘ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟବୀମା ଯୋଜନା’ରେ ଦେଶର ଦଶ କୋଟି ପରିବାରର ପ୍ରାୟ ପଚାଶ କୋଟି ସଦସ୍ୟଙ୍କୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଯୋଗାଇ ଦେବାକୁ କୁହାଯାଇଛି।

କିଚିରି ମିଚିରି ଘରଚଟିଆ

କିଚିରି ମିଚିରି ଘରଚଟିଆ

ସଂଗ୍ରାମ କେଶରୀ ପୃଷ୍ଟି/ଘରଚଟିଆ। ଘରର ମଣିଷଙ୍କ ସହିତ ତା’ ଆତ୍ମୀୟତା ରହିଆସିଛି କେଉଁ ଆଦିମ କାଳରୁ। ସରଳ ନିରୀହ ଏହି ଚଢେଇଟି ସବୁବେଳେ ମଣିଷର ପାଖେପାଖେ ରହି ତା’ ମନ ଜିଣିବାକୁ ସମର୍ଥ ହୋଇପାରିଛି। ମଣିଷ ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ପ୍ରକଟ ପୂର୍ବକ ତା’ ଚାଳଛପର ଘରେ ନିଜକୁ ନିରାପଦ ମଣି ବାନ୍ଧିଥାଏ କୁଟାକାଠିର ଘରଟିଏ। ବିନା ଭୟରେ କିଚିରିମିଚିରି ରାବ କରି ସେ ଏ ଚାଳରୁ ସେ ଚାଳ ଉଡିବୁଲୁଥାଏ। ଗାଁ ପରିବେଶ ଓ ଗାଁ ମଣିଷଙ୍କ ସହିତ ଘରଚଟିଆର ଆତ୍ମୀୟତା ସମସ୍ତଙ୍କୁ କରିଥାଏ ମନ୍ତ୍ରମୁଗ୍ଧ।

ଏଇ ଭାରତରେ

ଏଇ ଭାରତରେ

ମା’ ତା’ର ମମତା ବଳରେ ପୁଅକୁ ବାନ୍ଧି ରଖିଥାଏ। କିନ୍ତୁ ଦେଖାଯାଉଛି କେତେକ ପୁଅ ବଡ଼ ହେବା ପରେ ମା’କୁ ଅସମ୍ମାନ କରୁଛନ୍ତି। ଏପରିକି କ୍ରୋଧିତ ହୋଇ ହତ୍ୟା କରିଦେଉଛନ୍ତି। ଏଭଳି ଏକ ଜଘନ୍ୟ ପରିସ୍ଥିତି ତାମିଲନାଡୁର ପୁଡୁକୋଟାଇରେ ଦେଖିବାକୁ ମିଳିଛି। ରବିବାର ସକାଳେ ମା’ଙ୍କ ସହ ପୁଅ ଆନନ୍ଦଙ୍କର ଘରୋଇ ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏଇଟା ତାଙ୍କର ନିତିଦିନିଆ ପ୍ରକୃତି ରହିଆସିଥିଲା ମା’ଙ୍କ ସହ କଳି କରିବାର। ରବିବାର ପାଟିତୁଣ୍ଡର ମାତ୍ରା ଅଧିକ ହୋଇଯିବାରୁ ୩୦ ବର୍ଷୀୟ ପୁଅ ତାଙ୍କ ବିଧବା ମା’ଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ।

ନିର୍ବାଚନୀ ପ୍ରସଙ୍ଗ

ନିର୍ବାଚନୀ ପ୍ରସଙ୍ଗ

ଆକାର ପଟେଲ/ କେଉଁ ପ୍ରସଙ୍ଗକୁ ଭିତ୍ତିକରି ବିଭିନ୍ନ ଦଳ ୨୦୧୯ ନିର୍ବାଚନ ଲଢ଼ିବେ? ନିର୍ବାଚନ ଆଉ ପ୍ରାୟ ବର୍ଷେ ରହିଲା ଏବଂ ବିଭିନ୍ନ ଦଳ ଓ ମେଣ୍ଟ ଆଉ କିଛିମାସ ଭିତରେ ନିଜ ନିଜର ସ୍ଥିତି ସଜାଡ଼ିବା କାମ ଶେଷ କରିବେ। ସବୁଠାରୁ ପ୍ରଭାବଶାଳୀ ବାର୍ତ୍ତା ଲୋକଙ୍କ ପାଖରେ କିପରି ପହଞ୍ଚାଇବେ, ସେ ନେଇ ସେମାନେ ବିଭିନ୍ନ ବିଜ୍ଞାପନ ସଂସ୍ଥା, ପୋଲିଂ ଏଜେନ୍ସି, ମାର୍କେଟିଂ ସ୍ପେସିଆଲିଷ୍ଟ ପ୍ରଭୃତିଙ୍କ ଦ୍ୱାରସ୍ଥ ହେବେ। ...

ବଣମଲ୍ଲୀର ମହକ

ବଣମଲ୍ଲୀର ମହକ

ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ ବଡ଼ ହତଭାଗ୍ୟ ବିଚରା ଏହି ଫୁଲଟି। ବିଭୁଙ୍କର ବରଦାନ ଲାଭକରି ନିଜ ଅପୂର୍ବ ସୁଗନ୍ଧରେ ଚତୁଃପାର୍ଶ୍ୱର ପରିବେଶକୁ ସୁରଭିତ କରୁଥାଏ। ଅଥଚ ଠାକୁରଙ୍କ ଗଳାର ମାଳା ହେବା ଦୂରେ ଥାଉ, ଦିଅଙ୍କ ଦେଉଳକୁ ପ୍ରବେଶ କରିବାର ସୁଯୋଗ ପାଏନା। ବଣରେ ଜନ୍ମ ନିଏ ସବୁରି ଅଲକ୍ଷ୍ୟରେ, ମନୋମୋହକର ମହକ ବିଚ୍ଛୁରିତ କରେ ଓ ଦିଅଁଙ୍କ ମସ୍ତକ ବା ମଣିଷର ନାକ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ନିଜ ମଉଳା ଚେହେରା ନେଇ ଅକାଳରେ ଝଡିଯାଏ। କୌଣସି ଉଦ୍ଦେଶ୍ୟ ସାଧନ ବିନା ଅତ୍ୟନ୍ତ ଅପରିପୂର୍ଣ୍ଣ ଭାବେ ଏକ ସୁନ୍ଦର ସୁବାସିତ ଜୀବନର ଅକାଳ ଅବସାନ ହୁଏ।...

ବିଚକ୍ଷଣ ଯୁବ ମୁଖ୍ୟମନ୍ତ୍ରୀ

ବିଚକ୍ଷଣ ଯୁବ ମୁଖ୍ୟମନ୍ତ୍ରୀ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ ରାଜନୀତିରେ ଶୀର୍ଷକୁ ଉଠିବା ଲାଗି ଜୀବନବ୍ୟାପୀ ସଂଘର୍ଷ ଲୋଡ଼ା ହୋଇଥାଏ। ଉତ୍ତରାଧିକାରୀ ସୂତ୍ରରେ ଅନେକେ ସୁଯୋଗ ପାଇ ସଫଳତା ପାଉଥିଲେ ମଧ୍ୟ ଉଚ୍ଚ ଆସନରେ ଆସୀନ ହେବାକୁ ହେଲେ ଜଣଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ପଡ଼ିଥାଏ। ଏବେ ଏହାର ପ୍ରମାଣ ଦେଇଛନ୍ତି ମେଘାଳୟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ କନ୍‌ରାଡ ସାଙ୍ଗ୍‌ମା। କନ୍‌ରାଡ୍‌ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ ସଭାର ପୂର୍ବତନ ବାଚସ୍ପତି ପି.ଏ. ସାଙ୍ଗ୍‌ମାଙ୍କ ପୁଅ। ତଥାପି ନିଜ ବ୍ୟକ୍ତିତ୍ୱ ବଳରେ ସେ ରାଜ୍ୟ ଶାସନ କରିବାର ଦକ୍ଷତା ଅର୍ଜନ କରିଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ସେଲ୍‌ଫି ନିଶା ଯୁବପିଢିକୁ ପାଗଳ କରିଛି। ହାତରେ ଯଦି ସ୍ମାର୍ଟ ଫୋନ ଅଛି ତେବେ ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ଆରମ୍ଭ ହୋଇଯାଉଛି ସେଲ୍‌ଫି ପର୍ବ। ତୀଖ ପାହାଡ ଉପରେ ଛିଡାହୋଇ ହେଉ କିମ୍ବା ଜଳପ୍ରପାତର ମନୋଲୋଭା ଦୃଶ୍ୟ ସହ ନିଜକୁ ଦେଖିବାର ପ୍ରବଣତା ସେଲ୍‌ଫି ପାଇଁ ଆଗ୍ରହ ସୃଷ୍ଟି କରୁଛି। କେହି କେହି ଚଳନ୍ତା ଟ୍ରେନ୍‌ ସାମ୍ନାରେ ସେଲ୍‌ଫି ନେବାର ଦୁଃସାହସ କରି ଚରମ ପରିଣତି ଭୋଗୁଛନ୍ତି। ଘରର ଛାତ ଉପରେ ସେଲ୍‌ଫି ମଧ୍ୟ ତଳକୁ ଖସିପଡିବାର ଆଶଙ୍କା ସୃଷ୍ଟି କରୁଛି। ...

ବାବୁଙ୍କ ଅବଧି ବୃଦ୍ଧି

ବାବୁଙ୍କ ଅବଧି ବୃଦ୍ଧି

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ମୋଦି ସରକାର ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟର ସଚିବ ପରମେଶ୍ୱରନ୍‌ ଆୟାରଙ୍କ କାର୍ଯ୍ୟକାଳ ଏପ୍ରିଲ ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନେକଙ୍କର ମନେ ଥିବ, ଆୟାର ହେଉଛନ୍ତି ୧୯୮୧ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଫିସର, ଯେ କି ବିଶ୍ୱବ୍ୟାଙ୍କରେ ଚାକିରି କରିବା ପାଇଁ ସ୍ବେଚ୍ଛାକୃତଭାବେ ଅବସର ନେଇଥିଲେ। ମୋଦି ତାଙ୍କୁ ଫେରାଇଆଣି ମନ୍ତ୍ରଣାଳୟରେ ସ୍ବଚ୍ଛ ଭାରତ ଅଭିଯାନର କର୍ଣ୍ଣଧାର ସଜାଇଥିଲେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧିରୁ ଜଣାପଡ଼ୁଛି ସରକାର ଆୟାରଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି, ଯେ କି ମୋଦିଙ୍କ ସବୁଠୁ ସମ୍ମାନଜନକ ପ୍ରକଳ୍ପର ଦେଖାଶୁଣା କରୁଛନ୍ତି। ...

ସେନା ଶାସକ: ଚୟନ ଓ ତାଲିମ

ସେନା ଶାସକ: ଚୟନ ଓ ତାଲିମ

ଶିବରାମ ଶତପଥୀ/ ଯେଉଁମାନେ ସ୍ଥାୟୀ କମିଶନ୍‌ ପାଇଁ ବଛାଯାଇଥାନ୍ତି, ସେମାନଙ୍କୁ ସୁଯୋଗ ମିଳେ ଆଇଏମ୍‌ଏ (ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀ)ରେ ଦୁଇବର୍ଷ ଟ୍ରେନିଂ ନେବାକୁ। ସେହିପରି ଯେଉଁମାନେ ଆର୍ମିରେ ଯବାନ ଭାବେ ଯୋଗ ଦେଇଥାନ୍ତି ସେମାନେ ଲିଖିତ ପରୀକ୍ଷା ଓ ଏସ୍‌ଏସ୍‌ବି (ସର୍ଭିସ ସିଲେକ୍ସନ ବୋର୍ଡ)ରେ ଯୋଗ୍ୟ ବିବେଚିତ ହେଲେ ଆଇଏମ୍‌ଏରେ ଅଫିସର୍ସ ଟ୍ରେନିଂ ନିଅନ୍ତି। ଏହାକୁ ଏସିସି ଏଣ୍ଟ୍ରି କୁହାଯାଏ। ଆଉ ଦଳେ ଯେଉଁମାନେ ଦ୍ୱାଦଶ ଶ୍ରେଣୀ ପରେ ନ୍ୟାଶ୍‌ନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରେ ତିନିବର୍ଷ ତାଲିମ ପାଇ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହୋଇଥାନ୍ତି ସେମାନଙ୍କୁ ମଧ୍ୟ ଆଇଏମ୍‌ଏରେ ତାଲିମ ନେବା ସୁଯୋଗ ଦିଆଯାଏ। ଅନ୍ୟମାନଙ୍କ ପାଇଁ ଟ୍ରେନିଂ ଦୁଇବର୍ଷ ହେଲାବେଳକୁ ଏନ୍‌ଡିଏରୁ ଯେଉଁମାନେ ଆସିଥାନ୍ତି, ସେମାନଙ୍କ ପାଇଁ ତାଲିମ ଅବଧି ଥାଏ କେବଳ ଏକ ବର୍ଷ।...

ବର୍ଷ ପ୍ରତିପଦା ଓ କାଳଗଣନା

ବର୍ଷ ପ୍ରତିପଦା ଓ କାଳଗଣନା

ଡ. ଉଦ୍ଧବ ଚରଣ ନାୟକ/ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ଭାବରେ ଖ୍ୟାତ। ବତ୍ସରାଦି ପ୍ରତିପଦା ବା ବର୍ଷ ପ୍ରତିପଦା ଭାବରେ ମଧ୍ୟ ଏହା ପରିଚିତ। ବର୍ଷ ପ୍ରତିପଦା ହିନ୍ଦୁମାନଙ୍କର ଶ୍ରେଷ୍ଠ ପର୍ବ। ସୃଷ୍ଟିକର୍ତ୍ତା ବ୍ରହ୍ମା ଏହି ଦିବସର ସୂର୍ଯ୍ୟୋଦୟ ପରେ ଜଗତକୁ ସୃଷ୍ଟି କରିଥିଲେ। ତା’ ପରେ ସେ ତେତିଶକୋଟି ଦେବଦେବୀ ଓ ଛପନ କୋଟି ଜୀବଜନ୍ତୁଙ୍କର ସୃଷ୍ଟି ପ୍ରକ୍ରିୟା ଆରମ୍ଭ କରିଥିଲେ। ବର୍ଷ ପ୍ରତିପଦାର ପୌରାଣିକ ଓ ଐତିହାସିକ ତାତ୍ପର୍ଯ୍ୟ ରହିଛି। ଏଠାରେ ଏକ ଉଲ୍ଲେଖଯୋଗ୍ୟ ଘଟଣା ହେଲା- କୌଣସି ଧାର୍ମିକ କାର୍ଯ୍ୟରେ ହିନ୍ଦୁଧର୍ମରେ ସଂକଳ୍ପ କରିବାର ବିଧି ରହିଛି। ...

ଏଇ ଭାରତରେ

ଏବେ ଚାଲିଛି ପରୀକ୍ଷା ଋତୁ। ପରୀକ୍ଷା ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇଥିବା ସତ୍ତ୍ୱେ ଛାତ୍ରୀଛାତ୍ରଙ୍କ ମନରେ ଆଶଙ୍କା ରହିବା ସ୍ବାଭାବିକ। ସେହି ଆଶଙ୍କାରେ କେତେକ ପିଲା ପରୀକ୍ଷା ହଲ୍‌କୁ ଯିବାକୁ ମଧ୍ୟ ଭୟ କରିଥାଆନ୍ତି। ପଣ୍ଡିଚେରୀର କାରାଇକାଲ ଅଞ୍ଚଳରେ ଶୁକ୍ରବାର ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ର ଠିକ୍‌ ସେମିତି ଭାବେ ଭୟଭୀତ ହୋଇପଡିଥିଲେ।...

ଆଜିର ଅର୍ଥନୀତି/ଯଥେଷ୍ଟ ନୁହେଁ

ଆଜିର ଅର୍ଥନୀତି/ଯଥେଷ୍ଟ ନୁହେଁ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ଚଳିତ ସପ୍ତାହରେ ଗ୍ରାହକଙ୍କ ସଞ୍ଚୟ ଜମା ଖାତା (ସେଭିଙ୍ଗ୍‌ସ ବ୍ୟାଙ୍କ୍‌ ଆକାଉଣ୍ଟ)ରେ ସର୍ବନିମ୍ନ ବାଲାନ୍ସ ରଖି ନ ପାରିବା ପାଇଁ ଆଦାୟ କରୁଥିବା ଜରିମାନା ପରିମାଣ ହ୍ରାସ କରିଛି। ଗତବର୍ଷ ଏପ୍ରିଲ ମାସରେ ବାଧ୍ୟତାମୂଳକ ସର୍ବନିମ୍ନ ବାଲାନ୍ସ ରକ୍ଷା କରିପାରୁ ନ ଥିବା ସଞ୍ଚୟ ବ୍ୟାଙ୍କ୍‌ ଆକାଉଣ୍ଟ ଗ୍ରାହକଙ୍କ ଉପରେ ଏସ୍‌ବିଆଇ ଚଢ଼ା ଜରିମାନା ଲାଗୁ କରିଥିଲା। ତେବେ ଲୋକମାନେ ଏଥିରେ ଘୋର ଅସନ୍ତାଷ ପ୍ରକାଶ କରିବାରୁ ବ୍ୟାଙ୍କ୍‌ ଅକ୍ଟୋବର ମାସରେ ଏହାକୁ ସଂଶୋଧନ କରିଥିଲା। ଏଥର ବ୍ୟାଙ୍କ୍‌ ପକ୍ଷରୁ ସର୍ବନିମ୍ନ ହାରାହାରି ବାଲାନ୍ସ (ଏଏମ୍‌ବି) ନ ରଖିବା ପାଇଁ ଜରିମାନାରେ ଯେଉଁ ହ୍ରାସ କରାଯାଇଛି, ତାହା ବର୍ଷକ ଭିତରେ ଦ୍ୱିତୀୟ ଥର ପାଇଁ କରାଯାଇଛି। ବର୍ତ୍ତମାନ ପୂର୍ବ ଜରିମାନାର ୭୫ ପ୍ରତିଶତ ହ୍ରାସ କରାଯାଇଥିଲେ ମଧ୍ୟ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ତୁଳନାରେ ଏହା ତଥାପି ଅଧିକ ରହିଛି। ଆଗରୁ ସର୍ବନିମ୍ନ ମାସିକ ହାରାହାରି ବାଲାନ୍ସ ନ ରହିଲେ ବ୍ୟାଙ୍କ୍‌ ନଗର ଓ ସହରାଞ୍ଚଳ ଗ୍ରାହକଙ୍କଠାରୁ ମାସିକ ୫୦ ଟଙ୍କା ଓ ତା’ ଉପରେ ଜିଏସ୍‌ଟି ଆଦାୟ କରୁଥିଲା। ଏବେ ତାହା ୧୫ ଟଙ୍କା+ଜିଏସ୍‌ଟିକୁ ହ୍ରାସ କରାଯାଇଛି। ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗ୍ରାହକଙ୍କଠାରୁ ୪୦ ଟଙ୍କା+ଜିଏସ୍‌ଟିରୁ ତାହା ୧୨ ଟଙ୍କା+ଜିଏସ୍‌ଟି ଓ ୧୦ ଟଙ୍କା+ଜିଏସ୍‌ଟିକୁ ହ୍ରାସ କରାଯାଇଛି। ଏହି ନୂଆ ହାର ୨୦୧୮ ଏପ୍ରିଲ ପହିଲାରୁ ଲାଗୁ ହେବ। ...

ବ୍ୟଭିଚାରର ଉପଚାର

ବ୍ୟଭିଚାରର ଉପଚାର

ରଞ୍ଜନ କୁମାର ଦାସ/ ଭାରତୀୟ ସଂସ୍କୃତିରେ ବିଶେଷକରି ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ଅନୁଷ୍ଠାନ ରୂପେ ସ୍ବୀକୃତି ଦିଆଯାଇଛି। ବିିବାହ ବନ୍ଧନରେ ବାନ୍ଧି ହେଉଥିବା ଦୁଇଜଣ ପୁରୁଷ ଓ ନାରୀ ଜୀବନ ଯାକ ପରସ୍ପରର ଅନୁଗାମୀ ଏବଂ ସହଯୋଗୀ ହେବେ ଏବଂ ପରସ୍ପର ପ୍ରତି ବିଶ୍ୱସ୍ତ ରହିବେ ବୋଲି ଶପଥ ନିଅନ୍ତି। ତେଣୁ ଆମ ସଂସ୍କୃତିରେ ବିବାହ ବହିର୍ଭୂତ ସମ୍ପର୍କକୁ ପାପ ବୋଲି ବିଚାର କରାଯାଏ ଏବଂ ଏହାକୁ କେବଳ ଧର୍ମଗ୍ରନ୍ଥରେ ନୁହେଁ, ଆଇନାନୁଯାୟୀ ମଧ୍ୟ ନିଷିଦ୍ଧ କରାଯାଇଛି। ଆମ ସଂସ୍କୃତିରେ ବିବାହ ବହିର୍ଭୂତ ସମ୍ପର୍କ ତଥା ବ୍ୟଭିଚାର ପ୍ରାୟତଃ ସମାର୍ଥବୋଧକ। ଏପରି କି ଏକ ସମୟରେ ବହୁପନତ୍ୀ ରଖିବା ବା ଜଣକ ପରେ ଜଣେ ଏଇଭଳି ଭାବେ ଭିନ୍ନ ଭିନ୍ନ ସମୟରେ ଏକାଧିକ ପନତ୍ୀ ରଖିବା ବା ନିଜ ପନତ୍ୀ ଥାଇ ଅନ୍ୟ ନାରୀ ସହିତ ସମ୍ପର୍କ ରଖିବା ଏହି ଆଲୋଚନାର ପରିସରଭୁକ୍ତ ହେବ। କାରଣ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏଗୁଡିକ ଗ୍ରହଣୀୟ ନୁହେଁ। ଆମ ପରମ୍ପରାରେ ଅତୀତରେ ଶ୍ରେଷ୍ଠ ପୁରୁଷର ବହୁପତ୍ନୀ ଗ୍ରହଣ ପ୍ରଥା ଥିଲେ ମଧ୍ୟ ଅଧୁନା ତାହା ପ୍ରଚଳିତ ନୁହେଁ। ଏକପନତ୍ୀ ବ୍ରତରେ ଦୀକ୍ଷିତ ରାମଚନ୍ଦ୍ରଙ୍କୁ ଆମେ ପୁରୁଷୋତ୍ତମ ଓ ଆଦର୍ଶ ବୋଲି ପୂଜା କରୁ। ବୈବାହିକ ବ୍ୟଭିଚାର ପାଇଁ ମନୁସ୍ମୃତିରେ ମଧ୍ୟ ବିଭିନ୍ନ ଦଣ୍ଡ ବିଧାନର ବ୍ୟବସ୍ଥା ଥିଲା। ସେହି କ୍ରମରେ ବିବାହିତ ବୋଲି ଜାଣି ମଧ୍ୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ପ୍ରଲୁବ୍‌ଧ କରୁଥିବା ଦୋଷରେ ସୂର୍ପଣଖାକୁ ନାକ ହରାଇବାକୁ ପଡିଥିଲା। ...

 ପୁଅ ଯଦି ଅଯୋଗ୍ୟ ହୁଏ

ପୁଅ ଯଦି ଅଯୋଗ୍ୟ ହୁଏ

ଅଲେଖ ଚନ୍ଦ୍ର ମିଶ୍ର/ ଦାଣ୍ଡଘର ଖଣ୍ଡିକ ଅଛିଆ ରଖିବୁ। ବାଡିରେ ହାଟ ବସେଇବୁ। ଅତୁଠରେ ଗାଧୋଇବୁ। ଦେବୁ ଯେବେ ମାଗିବୁନି। ବୁଝି ନ ପାରିଲେ ତିନିମୁଣ୍ଡିଆକୁ ପଚାରିବୁ। କିଛି କରି ନ ପାରିଲେ ଏଇ ଘରର ଓରାରେ ଦଉଡି ଦେଇ ମରିବୁ।“ ଏହା ଥିଲା ଜଣେ ଧନୀ, ବିଜ୍ଞ ପିତାଙ୍କର ତାଙ୍କର ଅକର୍ମା ପୁତ୍ର ପାଇଁ ଅନ୍ତିମ ଉପଦେଶ। ସେ ଅର୍ଜନ କରିଥିବା ପ୍ରଭୂତ ଧନସମ୍ପତ୍ତି ପୁତ୍ରର ସୁଖଶାନ୍ତି ପାଇଁ ଯଥେଷ୍ଟରୁ ଅଧିକ ଥିଲା। ତଥାପି ସେ ଶଙ୍କାକୁଳ ହୋଇ ତାକୁ ଏଭଳି ପରାମର୍ଶ ଦେଇଥିଲେ। ପିତାଙ୍କର ମୃତ୍ୟୁ ପରେ ପୁତ୍ର ତାଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଯାଇ ଘର ଛପର କଲାନାହିଁ, ବେପାରୀମାନଙ୍କୁ ଡକେଇ ନିଜ ବାଡିରେ ହାଟ ବସେଇଲା, ନଦୀର ଗଣ୍ଡରେ ଗାଧୋଇବାକୁ ଯାଇ ଅଳ୍ପକେ ବର୍ତ୍ତିଗଲା। ଯିଏ ଯାହା ମାଗିଲା ଖୁସିରେ ବାଣ୍ଟିଦେଲା। ହେଲେ ଫଳ ହେଲା ଓଲଟା। ଦିନ କେଇଟା ଭିତରେ ସବୁ ଧନ ସରିଗଲା ଓ ସେ ସର୍ବସ୍ବାନ୍ତ ହୋଇଗଲା। ତା’ର ଭୁଲ କେଉଁଠି ରହିଲା ଜାଣିବା ପାଇଁ ଶେଷରେ ସେ ତିନିମୁଣ୍ଡିଆର ସନ୍ଧାନରେ ବାହାରିପଡିଲା।...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବିପଦକୁ ଟାଳିବାରେ ସକ୍ଷମ ହୋଇଥାଏ। ଭାବପ୍ରବଣତାରୁ ଊର୍ଦ୍ଧ୍ୱକୁ ଉଠି ଯିଏ ବାସ୍ତବ ସତ୍ୟକୁ ସାମ୍ନା କରିପାରନ୍ତି ସେମାନଙ୍କୁ ଈଶ୍ୱର ଶକ୍ତି ଦେଇଥାନ୍ତି ବୋଲି କୁହାଯାଏ। ବମ୍ବେଠାରୁ ୧୩୩ କିଲୋମିଟର ଦୂର ତଳସାରିରେ ପିତାଙ୍କ ମୃତ୍ୟୁର କେଇଘଣ୍ଟା ପରେ ଦୁଇ ଭଉଣୀ ଏଚ୍‌ଏସ୍‌ସି ପରୀକ୍ଷା ଦେବା ଆଲୋଚନାର ବିଷୟ ପାଲଟିଛି। ଧୁଣ୍ଡାଲଓ୍ବାଦିର ୪୫ ବର୍ଷୀୟ ବିନୋଦ ଚୌଧାରୀଙ୍କ ଗତ ମଙ୍ଗଳବାର ରାତି ୩ଟାରେ ମୃତ୍ୟୁ ଘଟିଥିଲା। ...

ଭେଜାନ୍‌ ହେବା କ’ଣ ଅସମ୍ଭବ

ଭେଜାନ୍‌ ହେବା କ’ଣ ଅସମ୍ଭବ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ଆମେ ନିରର୍ଥକ ପ୍ରାଣିଜ ଦ୍ରବ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଥିବା ବେଳେ ଆମ ସମାଜ କୌଣସି ପ୍ରକାର ପ୍ରାଣିଜ ଖାଦ୍ୟ ବା ଦ୍ରବ୍ୟ ବ୍ୟବହାର କରୁ ନ ଥିବା ଶୁଦ୍ଧ ନିରାମିଷାଶୀ (ଭେଜାନ୍‌) ହେବା କ’ଣ ସମ୍ଭବ? ବିମାନରେ ଭୋଜନ ପରଷାଗଲାବେଳେ ଯେତେବେଳେ ଦାନ୍ତଖୁଣ୍ଟା ଦିଆଗଲା, ସେତେବେଳେ ମୁଁ ଏହି ପ୍ରଶ୍ନ ନିଜକୁ ପଚାରିଥିଲି। ପ୍ରତ୍ୟେକ ନିରାମିଷାଶୀ ବ୍ୟକ୍ତି ତାଙ୍କ ଖାଦ୍ୟରେ କିଛି ପ୍ରାଣିଜ ପଦାର୍ଥ ଅଛି କି ନାହିଁ, ତାହା ସତର୍କତାର ସହ ଯାଞ୍ଚ କରିଥାନ୍ତି। ଯେଉଁ ହୋଟେଲରେ ମାଂସ ପରଷାଯାଏ, ଅନେକେ ସେ ହୋଟେଲରେ ଖାଆନ୍ତି ନାହିଁ। କିନ୍ତୁ ଅନ୍ୟଭାବରେ ସେମାନେ ଦୈନନ୍ଦିନ ଜୀବନରେ ଅନେକ ପ୍ରାଣିଜ ଦ୍ରବ୍ୟ ଖାଆନ୍ତି ଓ ବ୍ୟବହାର କରନ୍ତି, ଅଥଚ ସେ ଦିଗକୁ ସେମାନଙ୍କର ନଜର ନ ଥାଏ। ଉଦାହରଣସ୍ବରୂପ: ଭାନରସ କମ୍ପାନୀ ତାଙ୍କ ନିର୍ମିତ ପ୍ଲେଟ୍‌ ତଳେ ଶତ ପ୍ରତିଶତ ଭେଜିଟେରିଆନ୍‌ ବୋଲି ଷ୍ଟାମ୍ପ ମାରିଥାଏ, ଅଥଚ ଏହା ବୋନ୍‌ ଚାଇନାରେ ତିଆରି ଅର୍ଥାତ୍‌ ଗୋରୁ ଓ ଘୁଷୁରି ହାଡ଼ରେ ତିଆରି। ..

ଛୋଟ ଛୋଟ କଥା

ଛୋଟ ଛୋଟ କଥା

ଡ. ସୁବାସ ଚନ୍ଦ୍ର ପାତ୍ର/ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କଥା, ଛୋଟ ଛୋଟ କାମ ସମାଜ ପାଇଁ ଅଶେଷ ହିତକର ସାବ୍ୟସ୍ତ ହୋଇଥାଏ। ଗୋଟିଏ ଅଦୃଶ୍ୟ ଛୋଟକଣ୍ଟାରେ ସୁନ୍ଦର ଚିତ୍ରକଳାଟି ଝୁଲି ରହିଲା ପରି ଅତି ସାଧାରଣ ଜଣାପଡୁଥିବା କଥାଗୁଡି଼କୁ ଯଦି ମଣିଷ ଧ୍ୟାନ ଦିଅନ୍ତା ଆମେ ଏକ ମହତ୍ତର ସମାଜ ଆଡ଼କୁ ଅଗ୍ରସର ହୁଅନ୍ତେ। ବଡ଼ ଛୋଟର ଆପେକ୍ଷିକ ମହତ୍ତ୍ୱ, ଘାସଫୁଲ ଓ ଓକ୍‌ଗଛର ପରମାୟୁ ଜନିତ ଆପେକ୍ଷିକତା ଏବଂ ସେ ସମ୍ବନ୍ଧୀୟ ଜୀବନଦର୍ଶନ, ତତ୍ତ୍ୱକୁ ନ ଯାଇ ଜୀବନର କେତୋଟି ସାମାନ୍ୟ ଅନୁଭୂତି ଉପରେ ଆଖି ପକାଯାଇପାରେ। କିଛିଦିନ ତଳେ ବାଲେଶ୍ୱରର ଜନୈକ ପ୍ରାକ୍ତନ ଏମ୍‌ପିଙ୍କ ସହ ଗୋଟିଏ ମଞ୍ଚରେ ସାମିଲ ହେବାର ସୁଯୋଗ ମିଳିଥିଲା। ଅନ୍ୟକୁ ଖୁସି କରିବା ପାଇଁ ମତାମତ ରଖୁ ନ ଥିବା ଏବଂ ସବୁକଥା ଯୁକ୍ତି ମାଧ୍ୟମରେ ଉପସ୍ଥାପିତ କରୁଥିବା ଏମ୍‌ପି ମହାଶୟ ସଭାଶେଷରେ ସମସ୍ତେ ମଞ୍ଚରୁ ଓହ୍ଲାଇ ଯାଉଥିବାବେଳେ ଏମିତି କିଛି କାମ କଲେ, ଯାହା ମୋତେ ହତଚକିତ କରିଥିଲା। ଅନ୍ୟ ଅତିଥିମାନେ ଛାଡ଼ି ଯାଇଥିବା କାର୍ଯ୍ୟସୂଚୀ ପ୍ରତିଫଳିତ କାଗଜଗୁଡ଼ିକୁ ଗୋଟେଇ ବ୍ୟାଗରେ ପୂରାଉଥାନ୍ତି। ମୋତେ ମିଳିଥିବା କାଗଜ ଖଣ୍ଡିକ ମଧ୍ୟ ମାଗିଲେ ଏବଂ କହିଲେ, ”ମୁଁ ସଭାକୁ ଗଲେ ଏଗୁଡି଼କ ସାଉଁଟି କରି ଆଣେ। ଏହାର ପଛପଟ ସଫା ଅଂଶରେ ମୁଁ ଲେଖେ ବା ଏହାର ଅର୍ଥପୂର୍ଣ୍ଣ ବ୍ୟବହାର କରେ। ଏଇ କେତେଖଣ୍ଡ କାଗଜ ହୁଏତ ଗୋଟିଏ ଗଛର ଡାଳ। ଗଛଗୁଡ଼ିକୁ ତ ବଞ୍ଚେଇବାକୁ ପଡ଼ିବ, ପରିବେଶକୁ ତ ରକ୍ଷା କରିବାକୁ ପଡ଼ିବ।“ ଦଶବର୍ଷ ଲୋକ ସଭାର ଏମ୍‌ପି ତଥା କେନ୍ଦ୍ର ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଫିସର ଥିବା ଏମ୍‌ପି କ’ଣ ଏତେ ନିଃସ୍ବ ଯେ ତାଙ୍କ ଘରେ ସଫା, ନୂଆ କାଗଜ ନାହିଁ ଏବଂ ତାଙ୍କୁ ଶେଷରେ ମଞ୍ଚ ଉପରୁ ବ୍ୟବହୃତ କାଗଜଖଣ୍ଡଗୁଡ଼ିକ ଗୋଟାଇବାକୁ ପଡ଼ିଲା? କାହାକୁ ଏ ସମଗ୍ର କଥାଟି ଛୋଟ ଲାଗିପାରେ, ଗୁରୁତ୍ୱହୀନ ଲାଗିପାରେ କିନ୍ତୁ ଏ କାର୍ଯ୍ୟଟିକୁ ଏକ ସଂକେତ ହିସାବରେ ନିଆଯାଇପାରେ। ...

ଭାର୍ଗବୀରେ ବାରୁଣୀ ସ୍ନାନ

ଭାର୍ଗବୀରେ ବାରୁଣୀ ସ୍ନାନ

ଶ୍ରୀରାମଚନ୍ଦ୍ର ଦାଶ/ ଓଡ଼ିଶାରେ ପ୍ରବାହିତ ଅନେକ ପୁଣ୍ୟତୋୟା ନଦୀରେ ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ମେଳା ଅନୁଷ୍ଠିତ ହୋଇଥାଏ। ଭୃଗୁନନ୍ଦିନୀ ଭାର୍ଗବୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହୁଏ। ଏହି ବାରୁଣୀ ସ୍ନାନ ସାଗର ସ୍ନାନ, ସାଗର ବୁଡ ବା ବୁଡ ନାମରେ ଖ୍ୟାତ। କିମ୍ବଦନ୍ତୀ ଏହିପରି। ପ୍ରଭୁ ରାମଚନ୍ଦ୍ର ବନବାସ କାଳରେ ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଫୁଲଅଳସା (ସାକ୍ଷୀଗୋପାଳ, ସତ୍ୟବାଦୀ) ଅଞ୍ଚଳରେ ପଦାର୍ପଣ କରିଥିଲେ। ଜନମୁଖରୁ ଶୁଣିଲେ ଭାର୍ଗବୀ ନଦୀକୂଳରେ ଭୃଗୁ ଆଶ୍ରମ ଅଛି। ସେ ସେଠାକୁ ବୁଲିଯିବାକୁ ଇଚ୍ଛାପ୍ରକାଶ କଲେ। ଏହି ସମୟରେ ଦେବୀ ଜାନକୀଙ୍କୁ ଶୋଷ ଲାଗିଲା। ସୀତାଙ୍କର ଶୋଷ ମେଣ୍ଟାଇବା ପାଇଁ ରାମଚନ୍ଦ୍ର ନିଜର ରତ୍ନମୁଦିଟିକୁ ଲକ୍ଷ୍ମଣଙ୍କୁ ଦେଲେ। ଲକ୍ଷ୍ମଣ ସେହି ରତ୍ନମୁଦିରେ ବସୁଧାକୁ ଚିରିଦେବାରୁ ସେଠାରେ ଯେଉଁ କ୍ଷୁଦ୍ର ନଦୀଟିଏ ସୃଷ୍ଟି ହୋଇଥିଲା, ତାହାର ନାମ ରତ୍ନଚିରା।...

ଏଇ ଭାରତରେ

ଦୁର୍ଘଟଣା ଡାକି ବଜେଇ ଆସେନାହିଁ। ଏହା ସବୁବେଳେ ଅଚାନକ ଆସିଥାଏ। କିନ୍ତୁ ଅନେକ ଦୁର୍ଘଟଣା ମଧ୍ୟରୁ କେତେକ ବିରଳ, ଯାହା କ୍ୱଚିତ୍‌ ଘଟିଥାଏ। ବମ୍ବେରେ ଏପରି ଏକ ଦୁର୍ଘଟଣା ଚଳିତମାସ ୮ତାରିଖରେ ଘଟିଥିଲା ଯାହା ଜାଣିଲେ ସଭିଏଁ ବିସ୍ମିତ ହେବା ସ୍ବାଭାବିକ। ଜଣେ ବ୍ୟକ୍ତିଙ୍କ ତଳିପେଟ ଓ ଜଙ୍ଘ ମଧ୍ୟରେ ଗୋଟିଏ ଚାରିଫୁଟିଆ ରଡ୍‌ ପଶି ବେକ ପାଖରେ ବାହାରିଯାଇଥିଲା। ସରକାରୀ ଜେଜେ ହସ୍ପିଟାଲ୍‌ରେ ଦୀର୍ଘ ୫ଘଣ୍ଟା ଅସ୍ତ୍ରୋପଚାର ପରେ ରଡ୍‌ ବାହାର କରାଯାଇଛି। ...