ସମ୍ପାଦକୀୟ

ସମ୍ପାଦକୀୟ/ ଗରିବ ରହିଯିବା

ସମ୍ପାଦକୀୟ/ ଗରିବ ରହିଯିବା

କର୍ନାଟକ ବିଧାନସଭା ନିର୍ବାଚନ ଶେଷ ହେବା ପରଠାରୁ ଭାରତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର ପ୍ରତିଦିନ ବୃଦ୍ଧି ପାଇ ଚାଲିଛି। ଏହି ନିର୍ବାଚନର ୧୯ଦିନ ପୂର୍ବରୁ ତୈଳ ଦର ବୃଦ୍ଧି ଘଟିଥିଲା। ଭୋଟ୍‌ ଥିବାରୁ କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ ପକାଇ ଏହି ବୃଦ୍ଧି ଧାରାକୁ ସାମୟିକ ବନ୍ଦ କରିଦେଇଥିଲେ। ଏବେ ଯେଉଁ ହାରରେ ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଘଟୁଛି, ତାହା ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କଲାଣି। କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଘଟୁଥିବା ଦର୍ଶାଇ ଏବଂ ରାଜ୍ୟଗୁଡ଼ିକ ଭାଟ୍‌ ହ୍ରାସ କରୁ ନ ଥିବା କହି ନିଜ ଉପରୁ ଦୋଷ ଖସାଇବାକୁ ପ୍ରୟାସ କରୁଛନ୍ତି। ତୈଳ ଉପରେ କେନ୍ଦ୍ର ସରକାର ନେଉଥିବା ଉତ୍ପାଦ ଶୁଳ୍କ ହ୍ରାସ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି। ...

ତିନି ମାସରେ ନଦୀ ନୀତି

ତିନି ମାସରେ ନଦୀ ନୀତି

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ମହାନଦୀକୁ ନେଇ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ମେ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗର ‘ସମୀକ୍ଷା’ ପରେ ସନ୍ଧ୍ୟାରେ ଟୁଇଟରରେ ଅନେକ କଥା କହିଥିଲେ, କିନ୍ତୁ ତହିଁରେ ମହାନଦୀର ନାଁ ନ ଥିଲା। ହଠାତ୍‌ ତା’ ପରଦିନ ବିଭାଗର ପ୍ରମୁଖ ସଚିବ କୌଣସି ସବିଶେଷ ତଥ୍ୟ ନ ଦେଇ ଘୋଷଣା କରିଦେଲେ ଯେ ରାଜ୍ୟ ସରକାର ମହାନଦୀରେ ସାତଟି ଏବଂ ତାହାର ଉପନଦୀଗୁଡ଼ିକରେ ଆହୁରି ୨୨ଟି ଆନିକଟ ତିଆରି କରିବେ। ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ କୁଆଡ଼େ ପ୍ରମୁଖ ସଚିବ କହିଲେ ଯେ, ମହାନଦୀର ପ୍ରାୟ ୫୨ ପ୍ରତିଶତ ଜଳ ସମୁଦ୍ରକୁ ବହିଯାଉଛି ଏବଂ ସେହି ନଷ୍ଟ ହୋଇଯାଉଥିବା ଜଳକୁ ରୋକି ...

ଅତି ପ୍ରତ୍ୟାଶା ଠିକ୍‌ ନୁହେଁ

ଅତି ପ୍ରତ୍ୟାଶା ଠିକ୍‌ ନୁହେଁ

ରଞ୍ଜନ ସାହୁ ପିଲାମାନଙ୍କ ପଢ଼ାପଢ଼ିରେ ମାତାପିତାଙ୍କର ଅନୁପ୍ରବେଶ ଓ ଅତିରିକ୍ତ ହସ୍ତକ୍ଷେପ ବର୍ତ୍ତମାନ ସମାଜରେ ପ୍ରଭୂତ ପରିମାଣରେ ପରିଦୃଷ୍ଟ ହେଉଛି। ପ୍ରତ୍ୟେକ ମଣିଷ ଚାହଁୁଛି ସେମାନଙ୍କ ପିଲା ସବା ଆଗରେ ରହୁ। ଅନ୍ୟ ସମସ୍ତଙ୍କୁ ଅତିକ୍ରମ କରି ନିଜର ପରାକାଷ୍ଠା, ପାରଦର୍ଶିତା ପ୍ରତିପାଦନ କରୁ। ତା’ର ପ୍ରାଜ୍ଞତା ସର୍ବଜନବିଦିତ ହେଉ! ଏ ପରିସ୍ଥିତିରେ ପିଲାମାନଙ୍କ ମଧ୍ୟରେ ଯେଉଁ ଘୋଡ଼ାଦୌଡ଼ ହୁଏ, ସେଥିରେ କେତେକ କୃତକାର୍ଯ୍ୟ ହେଉଥିଲେ ହେଁ ଅନେକେ ବିଫଳ ହୋଇ ଭଗ୍ନ ମନୋରଥରେ ବ୍ୟର୍ଥତାର ଶିକାର ହୁଅନ୍ତି ଏବଂ ମାନସିକ ବିଷାଦ ଭୋଗନ୍ତି। ଏଥିପାଇଁ ମାତାପିତା ସମ୍ପୂର୍ଣ୍ଣଭାବେ ଦାୟୀ।...

ଏଇ ଭାରତରେ

ଏଇ ଭାରତରେ

ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କିନ୍ତୁ କେତେକ ଶିକ୍ଷକ ପିଲାମାନଙ୍କ ଦୋଷ ନ ଥିଲେ ମଧ୍ୟ ସେମାନଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍‌ ଅନ୍ତର୍ଗତ ଏକ ସରକାରୀ ପ୍ରାଥମିକ ସ୍କୁଲରେ ଜଣେ ଛାତ୍ରଙ୍କୁ ଅଧ୍ୟକ୍ଷ ଲୁହାରଡ୍‌ରେ ପିଟିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷର ଛାତ୍ର ରାହୁଲଙ୍କର ଦୋଷ ଥିଲା ଯେ ସେ ମଧ୍ୟାହ୍ନ ଭୋଜନର ମାନ ଉପରେ ପ୍ରଶ୍ନ ଉଠାଇଥିଲେ। ଖାଦ୍ୟ ଭଲ ଲାଗୁ ନାହିଁ ବୋଲି ଅଧ୍ୟକ୍ଷ ନାସ୍‌ରିନ୍‌ ବାନୋଙ୍କ ନିକଟରେ ଅଭିଯୋଗ କରିଥିଲେ। ଏତିକିରେ ବାନୋ ରାଗିଯାଇଥିଲେ। ପାଖରେ ଥିବା ଲୁହାରଡ୍‌ରେ ...

ସମ୍ପାଦକୀୟ/ପରିବେଶ କଥା ପରେ

ସମ୍ପାଦକୀୟ/ପରିବେଶ କଥା ପରେ

ଜଳବାୟୁ ପରିବର୍ତ୍ତନ ପୃଥିବୀ ପାଇଁ ବୃହତ୍‌ ବିପଦ ଭାବେ ଉଭା ହୋଇଥିବାରୁ ତାହାକୁ ନେଇ ଚାରିଆଡ଼େ ଚିନ୍ତା ପଶିଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେଉଛି। କିଭଳି ପଦକ୍ଷେପ ନେଲେ ଏଥିରୁ ତ୍ରାହି ମିଳିପାରିବ ସେହି ଦିଗରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପ୍ରସ୍ତାବ ରଖି ଚାଲୁଛନ୍ତି । ହେଲେ ସେମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାରୁ ସମ୍ମଳିନୀରୁ କୌଣସି ନିଷ୍କର୍ଷ ମିଳିପାରୁ ନାହିଁ। ନିକଟରେ ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ୨୬ତମ ବାସିକ୍‌ (ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଚାଇନା) ପରିବେଶ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଅବସରରେ ଭାରତର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ଜଳବାୟୁ ପରିବର୍ତ୍ତନ ନେଇ ବିକଶିତ ରାଷ୍ଟ୍ର ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ...

କୌଶଳ ବିକାଶ ଯୋଜନା

କୌଶଳ ବିକାଶ ଯୋଜନା

ସହଦେବ ସାହୁ ପୃଥିବୀରେ ଜନ୍ମହାର ହ୍ରାସ ଓ ଆୟୁଷ ବୃଦ୍ଧି ଯୋଗୁ କର୍ମକ୍ଷମ ଅର୍ଥାତ୍‌ ୧୮ରୁ ୫୫ ବର୍ଷର ଲୋକଙ୍କ ଅନୁପାତ ମୋଟ ଜନସଂଖ୍ୟା ତୁଳନାରେ କମି କମି ଯାଉଛି, ଫଳରେ ବୟସ୍କ ଲୋକଙ୍କ ପାଇଁ ଦେଶର ବ୍ୟୟ ବଢୁଛି କିନ୍ତୁ ରୋଜଗାରକ୍ଷମ ଲୋକଙ୍କ ସଂଖ୍ୟା କମୁଥିବାରୁ ଆୟ କମୁଛି। କମ୍‌ ସଂଖ୍ୟାର ରୋଜଗାରୀଙ୍କ ଉପରେ ବେଶି ସଂଖ୍ୟାର ବସି ରହୁଥିବା ଲୋକ ନିର୍ଭର କରୁଛନ୍ତି; ଅନ୍ୟ ଉପରେ ନିର୍ଭରଶୀଳତା- ଡିପେଣ୍ଡେନ୍ସି ରେସିଓ ବଢୁଛି। ଏ ଦୃଷ୍ଟିରୁ ଆମ ଦେଶ ଭଲ ଅବସ୍ଥାରେ ଅଛି, କର୍ମକ୍ଷମ ଲୋକସଂଖ୍ୟା ବଢି ବଢି ଚାଲିଛି। ସମସ୍ତେ ରୋଜଗାରରେ ଲାଗିଗଲେ, ଭାରତ ଜନସଂଖ୍ୟା ବୃଦ୍ଧିର ଲାଭ (ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ) ଉଠାଇବ। ...

ଜାତୀୟ ସଂହତି ଓ ଭଞ୍ଜ

ଜାତୀୟ ସଂହତି ଓ ଭଞ୍ଜ

ଡା. ଶୈଳେଶ୍ୱର ନନ୍ଦ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଘୁମୁସର ରାଜ ପରିବାରରେ ଜନ୍ମନେଲେ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ। ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟକୁ ପଦାଘାତ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାର ସଂକଳ୍ପ ନେଇ ସୃଷ୍ଟି କରିଥିଲେ ସଂସ୍କୃତ ସାହିତ୍ୟର ସମକକ୍ଷ ଅସଂଖ୍ୟ କାବ୍ୟକବିତା। ସମଗ୍ର ଭାରତବର୍ଷକୁ ନିଜର କର୍ମଭୂମି କରି ଓଡ଼ିଶାର ସାଂସ୍କୃତିକ ଚେତନା ଓ ଗର୍ବଗୌରବକୁ ଜାତୀୟ ସ୍ତରରେ ସଂସ୍ଥାପିତ କରିବାର ଇଚ୍ଛାନେଇ ସେ ଆଣିଥିଲେ ଏକ ଜାତୀୟ ସଂହତି ନିଜର ସୃଜନଶୀଳ କାବ୍ୟକବିତା ମାଧ୍ୟମରେ। ଉତ୍ତରଭାରତଠାରୁ ଦକ୍ଷିଣଭାରତ ପର୍ଯ୍ୟନ୍ତ, ପଶ୍ଚିମଭାରତରୁ ପୂର୍ବଭାରତ ପର୍ଯ୍ୟନ୍ତ ସମସ୍ତ ଭାରତ ଭୂଖଣ୍ଡର ପ୍ରାକୃତିକ ଶୋଭା, ...

ଏଇ ଭାରତରେ

ଏଇ ଭାରତରେ

ବିଦେଶରେ ବଡ଼ କମ୍ପାନୀରେ ଚାକିରି, ବାର୍ଷିକ ୧୫ ଲକ୍ଷ ଟଙ୍କାର ପ୍ୟାକେଜ, କମ୍ପାନୀ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ଛାଡି କେହି କ’ଣ ରାଜରାସ୍ତାକୁ ଓହ୍ଲାଇ ଆସିବାକୁ ପସନ୍ଦ କରିବେ? ଆଜିର ଯୁବପିଢ଼ିକୁ ଯଦି ଏହି ପ୍ରଶ୍ନ କରାଯିବ ତେବେ ନା ଶବ୍ଦ ହିଁ ଶୁଣିବାକୁ ମିଳିବ। କିନ୍ତୁ ଉତ୍ତରାଖଣ୍ଡର ପୌଡି ଜିଲା ସମ୍ପଲା ଗ୍ରାମନିବାସୀ ୩୬ ବର୍ଷୀୟ ପ୍ରମୋଦ ବମରାଡାଙ୍କ କ୍ଷେତ୍ରରେ ମୋଟାଅଙ୍କର ଦରମା, ବିଳାସ ସବୁ ତୁଚ୍ଛ ହୋଇଗଲା। ଆମେରିକାର ଏକ ବଡ କମ୍ପାନୀ ଚାକିରି ଛାଡି ସେ ଫେରିଆସିଛନ୍ତି ଗାଁକୁ। ଦିଲ୍ଲୀରୁ ଏକ ନାମୀ କଲେଜରୁ ଏମ୍‌ବିଏ କରିବା ପରେ ସେ ଆମେରିକାର ମେଟ୍ରୋ ଡିଜାଇନ କରୁଥିବା କମ୍ପାନୀ ଏକାମ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ବାର୍ଷିକ ପ୍ୟାକେଜ ଥିଲା ...

ବିକ୍ରି ପାଇଁ ନୁହଁ

ବିକ୍ରି ପାଇଁ ନୁହଁ

ସପ୍ତାହବ୍ୟାପୀ ଚାଲିଥିବା କର୍ନାଟକ କ୍ଷମତା ଅକ୍ତିଆର ନାଟକ ମେ ୧୯ରେ ଶେଷ ହୋଇଛି। କେହି ଆଶା କରୁ ନ ଥିଲେ ଯେ ଭାଜପା ଆବଶ୍ୟକ ବିଧାୟକ କିଣିବାରେ ଅସଫଳ ହେବ। ଶେଷରେ କେବଳ ଦୁଇ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ଇସ୍ତଫା ଦେଇଛନ୍ତି। ସମ୍ଭବତଃ ସାଧାରଣ ନାଗରିକଙ୍କ ପାଇଁ ଏହା ଏକ ବଡ଼ ବାର୍ତ୍ତା ଦେଇଛି।

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ଅରୁଣ କୁମାର ପଣ୍ଡା/ ୧୯୬୪ ମସିହାରେ କେନ୍ଦୁଝର ସାହିତ୍ୟ ସଂସଦର ବାର୍ଷିକୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ଆସିଥାନ୍ତି ଓଡ଼ିଶାର ଦୁଇଜଣ ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ୱ, ବୋଧହୁଏ ସେପ୍ଟେମ୍ବର ମାସରେ। ଜଣେ ହେଲେ ଓଡ଼ିଆ ସାହିତ୍ୟର ଆଗ ଧାଡ଼ିର ଗାଳ୍ପିକ, ସ୍ବର୍ଗତ ରାଜକିଶୋର ରାୟ। ଆମ ଛାତ୍ରମାନଙ୍କ ମଧ୍ୟରେ ସେ ପ୍ରିୟ ଥିଲେ ତାଙ୍କର ଗଳ୍ପ ‘ଦଶହରା ଭେଟି’ ପାଇଁ। ତାଙ୍କ ସହିତ ଆସିଥିଲେ ପ୍ରଖ୍ୟାତ ବ୍ୟଙ୍ଗ ସାହିତି୍ୟକ ‘ନିଆଁଖୁଣ୍ଟା’ର ସମ୍ପାଦକ ସ୍ବର୍ଗତ ଗୋଦାବରୀଶ ମହାପାତ୍ର।

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

ଦ୍ୱିତୀ ଚନ୍ଦ୍ର ସାହୁ / ଡାକ୍ତର ଆସିଲେ ଘରକୁ ଚିକିତ୍ସା କରିବାକୁ। ଶଯ୍ୟାଶାୟୀ ବୁଢୀ ମାଆ। ସ୍ନାୟବିକ ରୋଗରେ ସେ ଦୀର୍ଘଦିନ ଧରି ପୀଡିତା। ହାତଗୋଡ ଅଚଳ। ଏକପ୍ରକାର ବୁହା ହୋଇଯାଆନ୍ତି ପାଇଖାନା କିମ୍ବା ପରିସ୍ରା ଲାଗି। ଅନ୍ୟ ହାତରେ ପିଲାଟି ଭଳି ଖାଇବାକୁ ପଡେ। ଖାଇଲାବେଳେ ଢୋକିବାରେ ବି ସମସ୍ୟା। ଏଣେ ପ୍ରବଳ ଦାନ୍ତବ୍ୟଥା। ବୋହୁଥିବା ଲାଳ ତକିଆକୁ ଭିଜେଇ ଦେଉଛି।

ଏଇ ଭାରତରେ

ଏଇ ଭାରତରେ

ସମସ୍ତେ ଜାଣନ୍ତି ମନ୍ଦିରର ପୂଜକ ଅତ୍ୟନ୍ତ ନିଷ୍ଠାପର। ଭକ୍ତ ଭଗବାନଙ୍କୁ ଦର୍ଶନ ପାଇଁ ଆସି ପୂଜକ ଜରିଆରେ ମାନସିକ ପୂରଣ କରିଥାଏ। କୁହାଯାଏ ପୂଜକର ନିଷ୍ଠା ହିଁ ଯଜମାନର ମଙ୍ଗଳ କରିଥାଏ। କିନ୍ତୁ ନିକଟରେ କେତେକ ମନ୍ଦିରରେ ପୂଜକଙ୍କ ଭ୍ରଷ୍ଟାଚାର ପଦାକୁ ଆସିଛି। ପୂଜକଙ୍କ ଦ୍ୱାରା ମନ୍ଦିର ପରିସରରୁ ଚୋରି, ବଳାତ୍କାର ଆଦି ଘଟଣା ଦେବସ୍ଥାନର ପବିତ୍ରତାକୁ ନଷ୍ଟ କରିଛି।

 ଦଳବଦଳ ନିରୋଧୀ ଆଇନ

ଦଳବଦଳ ନିରୋଧୀ ଆଇନ

ଆକାର ପଟେଲ ୧୯୮୫ ମସିହାରେ କଂଗ୍ରେସ ୪୦୦ରୁ ଅଧିକ ଆସନ ଜିତି ବିପୁଳ ବିଜୟ ହାସଲ କରିବା ପରେ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟରେ ଦଳବଦଳ ନିରୋଧୀ ଆଇନ ପାସ କରାଇଲେ। ଏହି ଆଇନ ଅନୁସାରେ: ଯଦି କୌଣସି ବିଧାୟକ ଦଳର ନେତୃତ୍ୱକୁ ଅବମାନନା କରି ଭୋଟ ଦିଅନ୍ତି, ତେବେ ତାଙ୍କୁ ଦଳତ୍ୟାଗୀ ବୋଲି ଧରାଯିବ ଏବଂ ସେ ଅଯୋଗ୍ୟ ବିବେଚିତ ହେବେ। ଏହାର ଅର୍ଥ ହେଲା, ଯଦି ଦଳ ଥରେ ହ୍ବିପ୍‌ ଜାରି କରେ, ତେବେ ଜଣେ ବିଧାୟକ ଆଉ ନିଜ ଇଚ୍ଛାରେ କାହାକୁ ଭୋଟ ଦେଇପାରିବେ ନାହିଁ। ଦଳ ଯାହାକୁ କହିବ, ସେ ତାକୁ ହିଁ ଭୋଟ ଦେବାକୁ ବାଧ୍ୟ। ଏପରି କି ଯଦି ବିଧାୟକ ଜଣକ ଅନୁପସ୍ଥିତ ରହି ଭୋଟ ନ ଦିଅନ୍ତି, ତେବେ ବି ତାଙ୍କୁ ...

ଉଚ୍ଚ ମଣିଷର ପରିଚୟ

ଉଚ୍ଚ ମଣିଷର ପରିଚୟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ନିତିଦିନ ସମାଜରେ ଘଟୁଥିବା ନାନା ଅନ୍ୟାୟ, ଅନାଚାର ଓ ଅନୀତିର କାହାଣୀ କାନରେ ପଡି ପଡି ଆମ ଜୀବନ ତା’ର ମଧୁମୟ ସ୍ବାଦ ହରାଇଲାଣି। ବଞ୍ଚିବାକୁ ମନ ଲୋଡୁଥିବା ସଂସାରଟିଏ ମିଳୁ ନ ଥିବାରୁ ଜୀବନ ଆସ୍ତେ ଆସ୍ତେ ବୋଝ ହୋଇ ଉଠିଲାଣି। ଘରେ, ବାହାରେ, ଚାରିଆଡେ ଖାଲି ସ୍ବାର୍ଥସର୍ବସ୍ବ ଜୀବନର କୋଳାହଳ ଶୁଣି ଶୁଣି ‘ମଣିଷ ଦେହେ ଦିବ୍ୟଜ୍ଞାନ’ ଭଳି ଭାଗବତର ସେଇ ଅମୃତବାଣୀ ଉପରୁ ଭରସା ତୁଟିଗଲାଣି। ଏମନ୍ତ ସମୟରେ କାଁ ଭାଁ ଯେତେବେଳେ ଭଲ କଥାଟିଏ କାନରେ ପଡୁଛି ବା କାହାର ଭଲ କାମଟିଏ ଆଖିକୁ ଆସୁଛି, ସେତେବେଳେ ଏକ ମୁଗ୍ଧ ଅନୁଭବରେ ବିଭୋର ହୋଇଉଠେ ହୃଦୟ। ଭଲ କଥାଟିର ନିମିତ୍ତ ହୋଇଥିବା ଲୋକଟିକୁ କୋଳେଇ ଧରିବାକୁ ମନରେ ଇଚ୍ଛା ଜାଗେ। ସକଳ ବିଘଟନ ସତ୍ତ୍ୱେ ଏ ପୃଥିବୀ ତଥାପି ...

 ଉତ୍ତମ ମୂର୍ତ୍ତିକାର

ଉତ୍ତମ ମୂର୍ତ୍ତିକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଭାରତୀୟ କଳାକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ଦିଗରେ ଲଳିତ କଳା ଏକାଡେମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ୧୯୫୪ରେ ପ୍ରତିଷ୍ଠିତ ଏହି କଳାନୁଷ୍ଠାନ କଳାକାରଙ୍କୁ ମେଧାବୃତ୍ତି ଓ ଫେଲୋଶିପ୍‌ ପ୍ରଦାନ କରିବା ସହ ବିଭିନ୍ନ ପ୍ରକାର ପ୍ରଦର୍ଶିନୀର ଆୟୋଜନ କରିଥାଏ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଅଧ୍ୟକ୍ଷ ପଦବୀ ମଣ୍ଡନ କରୁଥିବା ବ୍ୟକ୍ତି ଜଣେ ଉଚ୍ଚମାନର କଳାକାର ହୋଇଥାଆନ୍ତି। ବହୁଦିନ ଧରି ଖାଲି ରହିବା ପରେ ୨୦୧୮ ମେ ୧୭ରେ ଏକାଡେମୀର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସ୍ଥପତି ଓ ମୂର୍ତ୍ତିକାର ଉତ୍ତମ ପଚର୍ନେଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ଏବେ ତାଙ୍କ ବ୍ୟକ୍ତିତ୍ୱ ...

ଏଇ ଭାରତରେ

ଏଇ ଭାରତରେ

ଆପରାଧିକ ଇଚ୍ଛାଶକ୍ତିକୁ ପୂରଣ କରିବାକୁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଯେପରି ମହାରାଷ୍ଟ୍ର ନାଗପୁର ଜଲଗାଓଁ ଅଞ୍ଚଳର ଜଣେ ୩୦ବର୍ଷୀୟ ଯୁବକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟ ମହିଳାଙ୍କୁ ଅସଦାଚରଣ କରି ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ନାଗପୁରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରକାଶ ଓ୍ବାଙ୍ଖଡେ ନାମକ ଜଣେ ଯୁବକ ହସ୍ପିଟାଲ୍‌କୁ ଆସୁଥିବା ରୋଗୀଙ୍କ ଉପରେ ନଜର ରଖୁଥିଲେ। ରୋଗୀଙ୍କ ଅବସ୍ଥା ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାକୁଳତା ଦେଖି ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରଥମେ ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ବିଶ୍ୱାସ କରି ରୋଗୀଙ୍କ ମହିଳା ସମ୍ପର୍କୀୟମାନେ ଯେତେବେଳେ ଓ୍ବାଙ୍ଖଡେଙ୍କ ସହଯୋଗ ଲୋଡ଼ନ୍ତି ସେତେବେଳେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରନ୍ତି। ନିକଟରେ ଜଣେ କର୍କଟ ପୀଡ଼ିିତ ରୋଗୀଙ୍କୁ ସରକାରୀ ଯୋଜନାରେ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ...

ଆଇଏଏସ୍‌ ବନାମ ଆଇପିଏସ୍‌

ଆଇଏଏସ୍‌ ବନାମ ଆଇପିଏସ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ହରିୟାଣା ସରକାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ମାନବାଧିକାର ଓ ଲିଟିଗେଶନ) ଓ.ପି. ସିଂଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେବାକୁ ଯାଉଛନ୍ତି। ବାବୁ ମହଲର ଅନୁମାନ ଅନୁସାରେ ଏହି ବରିଷ୍ଠ ପୋଲିସ ବାବୁଙ୍କୁ କୌଣସି ବିଭାଗରେ ସଚିବସ୍ତରୀୟ ପଦବୀରେ ନିଯୁକ୍ତି ଦିଆଯାଇପାରେ। ଯଦି ତାହା ହୁଏ, ତେବେ ହରିୟାଣା କ୍ୟାଡରର ୧୯୯୨ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଜଣକ ରାଜ୍ୟ ସରକାରଙ୍କ କୌଣସି ବିଭାଗର ମୁଖ୍ୟ ହେବାରେ ହେବେ ଦ୍ୱିତୀୟ ପୋଲିସ ଅଫିସର। ଏ କ୍ଷେତ୍ରରେ ପ୍ରଥମ ପୋଲିସ...

ଏମିତି ବି ଗାଁ ଅଛି

ଏମିତି ବି ଗାଁ ଅଛି

ରଞ୍ଜନ କୁମାର ଦାସ ମହାତ୍ମା ଗାନ୍ଧୀ ଥରେ କହିଥିଲେ, ଭାରତର ଆତ୍ମା ଅଛି ଗାଁରେ। ମାଟିକୁ ନେଇ ଗଢା ହୁଏ ଗାଁ, ମାତ୍ର ବାଲି ସିମେଣ୍ଟ ଓ କଂକ୍ରିଟ୍‌ରେ ଗଢାହୁଏ ସହର। ଗାଁରେ କେବଳ ଆମତ୍ା ନ ଥାଏ, ଥାଏ ଆତ୍ମୀୟତା। ମାତ୍ର ବିଭିନ୍ନ କାରଣରୁ ଗାଁ ଲୋକେ ଏବେ ସହରମୁହାଁ- କିଏ ପିଲାଙ୍କ ପାଠପଢା ପାଇଁ, କିଏ ଚାକିରି ପାଇଁ ତ କିଏ ଉନ୍ନତ ସ୍ବାସ୍ଥ୍ୟସେବା, ଚାକଚକ୍ୟପୂର୍ଣ୍ଣ ଜୀବନ ପାଇଁ ସହରକୁ ବାଛୁଛନ୍ତି। ଗୁଜରାଟର ରାଜଧାନୀ ଗାନ୍ଧୀନଗରଠାରୁ ଅଶୀ କିଲୋମିଟର ଦୂରରେ ଅବସ୍ଥିତ ପନସାରି ନାମକ ଏକ ଛୋଟ ଗାଁ। ଭାରତର ...

ଆଶାବାଦର କବି ଉପେନ୍ଦ୍ର ଭଞ୍ଜ

ଆଶାବାଦର କବି ଉପେନ୍ଦ୍ର ଭଞ୍ଜ

ଡା. ଅଂଶୁମାନ କର ପଚସ୍ତରି ବର୍ଷ ହେଲା ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ‘କଳିଙ୍ଗ ଭାରତୀ’ ରୀତିଯୁଗର କାଳଜୟୀ କବି ଉପେନ୍ଦ୍ର ଭଞ୍ଜଙ୍କ ଅମର କାବ୍ୟକୃତିର ଚର୍ଚ୍ଚାକରି ଆସୁଛି। ଭଞ୍ଜଙ୍କ ସାରସ୍ବତ ବୈଶିଷ୍ଟ୍ୟକୁ ଜନସାଧାରଣରେ ଅବଗତ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ ା ଏହି ପରିପ୍ରେକ୍ଷୀରେ ସବୁଠୁ ବଡ ପ୍ରଶ୍ନ ହେଲା- କାହିଁକି ଭଞ୍ଜ ? ଏହାର ତତ୍‌କ୍ଷଣାତ ଉତ୍ତର-‘ଭଞ୍ଜ ଆଶାବାଦର କବି ା’ ମଣିଷ ପାଇଁ ପରିସ୍ଥିତି ଯେତେବେଳେ ଅସହନୀୟ, ଆଶା ଓ ନିରାଶାର ବାଦଲ ଖେଳେ ଲୁଚକାଳି, ସେତେବେଳେ ଭଞ୍ଜ କହନ୍ତି-...

ଏଇ ଭାରତରେ

ଏଇ ଭାରତରେ

କୌଣସି କ୍ଷେତ୍ରରେ ଅସଫଳ ହେଲେ ଅନେକେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି। ଏପରି କି କିଛି କିଛି ଅଘଟଣ ମଧ୍ୟ ଘଟାନ୍ତି। ବିଶେଷକରି କିଶୋର ବୟସରେ ପାଠପଢ଼ାରେ ଅକୃତକାର୍ଯ୍ୟ ହେଲେ ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ଦେଖିବାକୁ ମିଳିଥାଏ। ତେଣୁ ପାଠପଢ଼ାରେ ଅକୃତକାର୍ଯ୍ୟ ହେଲେ ପିଲାଙ୍କୁ ହତୋତ୍ସାହ ନ କରି ଭବିଷ୍ୟତରେ ସେମାନେ କିପରି ଭଲ ପ୍ରଦର୍ଶନ କରିପାରିବେ ସେ ନେଇ ଦିଗ୍‌ଦର୍ଶନ ଦେବା ଆବଶ୍ୟକ। ଆଉ ଏହାକୁ ବେଶ୍‌ ଭଲଭାବେ ହୃଦୟଙ୍ଗମ କରିପାରିଛନ୍ତି ମଧ୍ୟପ୍ରଦେଶ ସାଗର ଜିଲାରେ ରହୁଥିବା ଜଣେ ବ୍ୟକ୍ତି । ପେସାରେ ସିଭିଲ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିବା ସୁରେନ୍ଦ୍ର କୁମାର ବ୍ୟାସ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ନିକଟରେ ଦଶମ ଶ୍ରେଣୀ ପରୀକ୍ଷାରେ ଫେଲ୍‌ ହେବା ପରେ ଏକ ଅଭିନବ କାର୍ଯ୍ୟ କରିଛନ୍ତି। ପୁଅର ...

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

କିଛିଦିନ ହେଲା ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟହ୍ରାସ ପାଇଚାଲିଛି। କେବଳ ବୁଧବାର ଆମେରିକୀୟ ଡଲାର ତୁଳନାରେ ଏହାର ମୂଲ୍ୟ ପ୍ରାୟ ୨୦ ପଇସା ବୃଦ୍ଧି ପାଇଥିବା ବେଳେ ବର୍ଷର ଅଧିକାଂଶ ସମୟରେ ଏହାର ମୂଲ୍ୟ ହ୍ରାସ ପାଇଛି। ମଙ୍ଗଳବାର ଏହା ୫୬ ପଇସା ହ୍ରାସ ପାଇଥିଲା, ଯାହା ୨୦୧୮ ମସିହାର ଦ୍ୱିତୀୟ ବୃହତ୍ତମ ଏକଦିବସୀୟ ପତନ। ଫଳରେ ଏହା ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୬୮ ଟଙ୍କାର ସ୍ତର ତଳକୁ ପାଖାପାଖି ଆସିଯାଇଥିଲା। ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬.୨୨ ପ୍ରତିଶତ ହ୍ରାସ ପାଇଛି, ଯାହାକି ୨୦୧୭ ରେ ୬ ପ୍ରତିଶତ ଲାଭରେ ଥିଲା। ଏହା ପଛରେ ଅନେକ କାରଣ ରହିଛି, ଯଥା ଭାରତୀୟ ଇକ୍ୱିଟି ଓ ଋଣ ବଜାରରୁ ଡଲାରର ବହିଃପ୍ରବାହ, ବାଣିଜି୍ୟକ ନିଅଣ୍ଟର ବ୍ୟାପକ ସନ୍ତୁଳନ, ପ୍ରତ୍ୟକ୍ଷ ବିଦେଶୀ ...

ଅନ୍ଧବିଶ୍ୱାସ: ଆଇନ ଓ ସଚେତନତା

ଅନ୍ଧବିଶ୍ୱାସ: ଆଇନ ଓ ସଚେତନତା

ଡ. ରମେଶ ଚନ୍ଦ୍ର ପରିଡା ଯୁକ୍ତିସିଦ୍ଧ ବା ସତ୍ୟସିଦ୍ଧ ହୋଇ ନ ଥିବା ବିଶ୍ୱାସ ହିଁ ହେଲା ଅନ୍ଧବିଶ୍ୱାସ। ତହିଁରୁ କେତେକ ଆମର ଅତୀବ କ୍ଷତିକାରକ ହେଲାବେଳେ ଆଉ କେତେକର ସେଭଳି ପ୍ରଭାବ ନ ଥାଏ ଏବଂ ଏପରିକି ତହିଁରୁ କିଛି ସାଧାରଣ ଲୋକ ପାଇଁ ଶୁଭଙ୍କର ବୋଲି ମଧ୍ୟ ବିଚାର କରାଯାଇପାରେ। ତେବେ ଏଠାରେ ଅନ୍ଧବିଶ୍ୱାସ କହିଲେ ଏହି ପ୍ରଥମ ଶ୍ରେଣୀଟିକୁ ହିଁ ବୁଝିବାକୁ ହେବ। ଚିକିତ୍ସା ବଦଳରେ ଶିଶୁ ରୋଗୀକୁ ଚେଙ୍କ ଦେବା, ଡାଆଣୀ ଭାବି କାହାରିକୁ ହତ୍ୟା କରିବା କିମ୍ବା ଗୁଣିଗାରେଡି କରି କିଛି ବିସ୍ମୟକର ପରିଣାମ ପ୍ରକଟ କରିବାର ମିଥ୍ୟା ପ୍ରୟାସ ଏହାର ଅନ୍ତର୍ଭୁକ୍ତ। ଆମ ସମାଜର ଏହା ବିପୁଳ କ୍ଷତିସାଧନ କରିଚାଲିଛି। ଏହାକୁ ଧର୍ମ ସହିତ ଯୋଡି ...

ବ୍ୟଭିଚାରର ବ୍ୟବଚ୍ଛେଦ

ବ୍ୟଭିଚାରର ବ୍ୟବଚ୍ଛେଦ

ଉପେନ୍ଦ୍ର ବିଶ୍ୱାଳ ଏପ୍ରିଲ ୩୦, ରାତ୍ର ୧୦ ଘଟିକା। ଷ୍ଟେଶନ ଛାଡ଼ିଲା ମେଟ୍ରୋ ଟ୍ରେନ୍‌ ଦିଲ୍ଲୀର ଚାନ୍ଦିନୀଚୌକ୍‌ରୁ। ଅନ୍ଧକାରର ଛାତି ଚିରି ଟ୍ରେନ୍‌ଟି ମାଡ଼ିଚାଲିଥାଏ ଆଗକୁ ଆଗକୁ। ହଠାତ୍‌ କୁରୁଳିଉଠି ଉଛୁଳି ଉଠିଲେ କିଛି ତରୁଣୀତରୁଣ। ମାତିଗଲେ ଆଲିଙ୍ଗନରେ। ଅସହ୍ୟବୋଧ କଲେ ସହଯାତ୍ରୀଗଣ। ମର୍ଯ୍ୟାଦାର ସୀମା ଲଂଘନ ବୋଲି ଭାବି ତୀବ୍ର ପ୍ରତିବାଦ କଲେ। ସେଇଠୁ ଚାଲିଲା ଯୁକ୍ତିତର୍କ, ପାଟିତୁଣ୍ଡ। ଉଚ୍ଛୃଙ୍ଖଳିତ ତରୁଣୀତରୁଣଙ୍କୁ ଉତ୍ତମମଧ୍ୟମ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କଲେ କଲିକତାର କିଛି ତରୁଣୀତରୁଣ। ବ୍ୟକ୍ତି ସ୍ବାଧୀନତା ଉପରେ ହସ୍ତକ୍ଷେପ ବୋଲି ବିଚାର କଲେ। ବହୁସଂଖ୍ୟାରେ ଏକତ୍ରିତ ହୋଇ କଲିକତାର ମେଟ୍ରୋ ଟ୍ରେନ୍‌ରେ ...

ଏଇ ଭାରତରେ

ଏଇ ଭାରତରେ

କାରାଗାର ଏମିତି ଏକ କ୍ଷେତ୍ର, ଯାହା ଅନେକ ଅପରାଧୀଙ୍କ ଜୀବନର ଗତିପଥ ବଦଳାଇବାରେ ସହାୟକ ହୋଇଥାଏ। ଭାଇଚାରା ସୃଷ୍ଟିର ଅନନ୍ୟ ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ ଜେଲ୍‌। ଅବଶ୍ୟ ଦେଶରେ ଅନେକ ବନ୍ଦୀଶାଳା ଅଛି ଯେଉଁଠାରେ ନକରାତ୍ମକ କାର୍ଯ୍ୟ ମଧ୍ୟ ଚାଲୁଛି। କିନ୍ତୁ ଉତ୍ତରପ୍ରଦେଶର ସୁଲତାନପୁର ଜିଲା ଜେଲ୍‌ରେ ଏବେ ଦେଖିବାକୁ ମିଳିଛି ଏକ ଅନନ୍ୟ ଉଦାହରଣ। ଏହି ଜେଲ୍‌ରେ ଦୀର୍ଘ ୫ ବର୍ଷ ଧରି ଏକ ହତ୍ୟା ମାମଲାରେ ବନ୍ଦୀ ଜୀବନ କଟାଉଥିବା ବ୍ୟକ୍ତି ହିନ୍ଦୁମୁସଲମାନ ସଦ୍‌ଭାବନାର ପରିବେଶ ସୃଷ୍ଟିି କରିଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ୬୫ବର୍ଷ ବୟସ୍କ ଅବଦୁଲ ଓ୍ବାହିଦ୍‌। କୌଣସି ଏକ ପରିସ୍ଥିତିରେ ନରହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ବାଧ୍ୟ ହୋଇଥିବା ଅବଦୁଲଙ୍କ ମଧ୍ୟରେ କେବଳ ଇସ୍‌ଲାମ ଧର୍ମ ନୁହେଁ ହିନ୍ଦୁ ଧର୍ମ ପ୍ରତି ରହିଛି ଅନେକ ଭଲ ...