ବାଣିଜ୍ୟ

ଶତାବ୍ଦୀ, ରାଜଧାନୀ, ଦୂରୋନ୍ତୋର ସବୁ କୋଚ୍‌ରେ ଲାଗିବ ସିସିଟିଭି

ଶତାବ୍ଦୀ, ରାଜଧାନୀ, ଦୂରୋନ୍ତୋର ସବୁ କୋଚ୍‌ରେ ଲାଗିବ ସିସିଟିଭି

ନୂଆଦିଲ୍ଲୀ, ୯-୨ ଶତାବ୍ଦୀ, ରାଜଧାନୀ ଏବଂ ଦୂରୋନ୍ତୋ ଏକ୍ସପ୍ରେସ୍‌ ଟ୍ରେନ୍‌ର ପ୍ରତି କୋଚରେ ୪ଟି ଲେଖାଏ ସିସିଟିଭି କ୍ୟାମେରା ଲାଗିବ। ପର୍ଯ୍ୟାୟ କ୍ରମେ ଅନ୍ୟ ଟ୍ରେନ୍‌ଗୁଡିକରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ। ଭାରତୀୟ ରେଳ ପକ୍ଷରୁ ଏହା କୁହାଯାଇଛି।

ଆର୍‌ଏସ୍‌ପିଏଲ୍‌ ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ

ଆର୍‌ଏସ୍‌ପିଏଲ୍‌ ପକ୍ଷରୁ ଲକି ଡ୍ର କାର୍ଯ୍ୟକ୍ରମ

ପୁରୀ,୯-୨ ଘଡି ଡିଟର୍‌ଜେଣ୍ଟର ମୂଳ କମ୍ପାନୀ ଆର୍‌ଏସ୍‌ପିଏଲ୍‌ ଲିମିଟେଡ୍‌ ପକ୍ଷରୁ ଡିଲରଙ୍କ ମଧ୍ୟରେ ଏକ ଲକି ଡ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଜେତାଙ୍କୁ ୨୦ଟି ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ସୂଚୀ:ଅଭିବୃଦ୍ଧି ସତ୍ତ୍ୱେ ଭାରତର ସ୍ଥିତି ନୈରାଶ୍ୟଜନକ

ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ସୂଚୀ:ଅଭିବୃଦ୍ଧି ସତ୍ତ୍ୱେ ଭାରତର ସ୍ଥିତି ନୈରାଶ୍ୟଜନକ

ନୂଆଦିଲ୍ଲୀ,୮-୨ (ପି.ଟି.) ଆମେରିକା ଚାମ୍ବର ଅଫ କମର୍ସ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ସୂଚୀରେ ଭାରତର ସ୍ଥିତି ନୈରାଶ୍ୟଜନକ ରହିଛି। ଏହି ସୂଚୀରେ ଭାରତ ୫୦ଟି ଦେଶ ମଧ୍ୟରୁ ୪୪ତମ ସ୍ଥାନରେ ରହିଛି। ଭାରତ ଉକ୍ତ କ୍ଷେତ୍ରରେ ଧୀରେ ଧୀରେ ଉନ୍ନତି କରୁଥିବା ଏଥି ସଂକ୍ରାନ୍ତ ରିପୋର୍ଟରେ ପ୍ରକାଶ ପାଇଛି।

ପୂର୍ବ, ପଶ୍ଚିମ ତଟରେ ଅଟୋ କ୍ଲଷ୍ଟର ଉନ୍ନତୀକରଣ ଉପରେ ଗୁରୁତ୍ୱ

ପୂର୍ବ, ପଶ୍ଚିମ ତଟରେ ଅଟୋ କ୍ଲଷ୍ଟର ଉନ୍ନତୀକରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୮-୨ (ପି.ଟି.) ଦେଶର ପୂର୍ବ ଏବଂ ପଶ୍ଚିମ ତଟରେ ଅଟୋ କ୍ଲଷ୍ଟର ଉନ୍ନତୀକରଣ ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ସୁରେଶ ପ୍ରଭୁ ଗୁରୁତ୍ୱାରୋପ କରିଛନ୍ତି। ଘରୋଇ ବଜାରର ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧି ତଥା ରପ୍ତାନି ପ୍ରୋତ୍ସାହନ ଲାଗି ଏହିଭଳି ପଦକ୍ଷେପ ନେବା ଉପରେ ପ୍ରଭୁ ଗୁରୁତ୍ୱାରୋପ କରିଛନ୍ତି।

ପିଏମ୍‌ଆରଏଫ୍‌ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

ପିଏମ୍‌ଆରଏଫ୍‌ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୮-୨ (ପି.ଟି.) ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋ ( ପିଏମ୍‌ଆର୍‌ଏଫ)ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଉକ୍ତ ଯୋଜନା ଅନ୍ତର୍ଗତ ଦେଶର ଶୀର୍ଷ ର଼୍ୟାଙ୍କରେ ରହୁଥିବା ୩,୦୦୦ ବି.ଟେକ୍‌ ଗ୍ରାଜୁଏଟଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରାଯିବ।

ଆଇଟି ଶିଳ୍ପ ଲାଗି ଭଲ ରହିବ ୨୦୧୮

ଆଇଟି ଶିଳ୍ପ ଲାଗି ଭଲ ରହିବ ୨୦୧୮

ହାଇଦ୍ରାବାଦ,୮-୨ (ପି.ଟି.) ଘରୋଇ ବଜାରର ସୂଚନା ତଥା ପ୍ରଯୁକ୍ତି(ଆଇଟି) ଶିଳ୍ପ ଲାଗି ୨୦୧୮ ବର୍ଷ ଉନ୍ନତ ରହିବ। ୨୦୧୮ ଶିଳ୍ପ ଲାଗି ସକାରାତ୍ମକ ରହିବା ସହ ଆଇଟିରେ ଉନ୍ନତି ଆସିବ। ବିଶ୍ୱ ସ୍ତରରେ ଆଇଟି ସଂକ୍ରାନ୍ତ ଖର୍ଚ୍ଚରେ ବୃଦ୍ଧି, ଆମେରିକା ଅର୍ଥନୀତିରେ ଉନ୍ନତି ଆଇଟି ଶିଳ୍ପ ଲାଗି ବିଶେଷ ଭାବେ ସହାୟକ ହେବ ବୋଲି ନ୍ୟାଶନାଲ ଆସୋସିଏଶନ ଅଫ୍‌ ସଫ୍ଟଓ୍ବେର ସର୍ଭିସେସ୍‌ କମ୍ପାନୀ(ନାସକମ୍‌) ପ୍ରକାଶ କରିଛି।

ଅତିରିକ୍ତ ୩ କୋଟି ଏଲପିଜି ସଂଯୋଗ ଲାଗି ରାଜକୋଷକୁ ୪,୮୦୦ କୋଟି ବୋଝ

ଅତିରିକ୍ତ ୩ କୋଟି ଏଲପିଜି ସଂଯୋଗ ଲାଗି ରାଜକୋଷକୁ ୪,୮୦୦ କୋଟି ବୋଝ

ନୂଆଦିଲ୍ଳୀ,୮-୨ (ପି.ଟି.) ଗରିବ ପରିବାରକୁ ଅତିରିକ୍ତ ୩ କୋଟି ଏଲପିଜି ସଂଯୋଗ ଲାଗି ରାଜକୋଷକୁ ୪,୮୦୦୦ କୋଟି ଟଙ୍କାର ବୋଝ ପଡିବ।

୫୦୦ ଟଙ୍କାରେ ଆସିପାରେ ସ୍ମାର୍ଟଫୋନ୍‌

୫୦୦ ଟଙ୍କାରେ ଆସିପାରେ ସ୍ମାର୍ଟଫୋନ୍‌

ବମ୍ବେ, ୮-୨ ଫିଚର ଫୋନ୍‌ଠାରୁ ଆହୁରି ଶସ୍ତାରେ ମିଳିବ ସ୍ମାର୍ଟଫୋନ୍‌। ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌, ଭୋଡାଫୋନ ଇଣ୍ଡିଆ ଏବଂ ଆଇଡିଆ ସେଲ୍ୟୁଲାର୍‌ ଏଥିପାଇଁ ହ୍ୟାଣ୍ଡ୍‌ସେଟ୍‌ ନିର୍ମାତାଙ୍କ ସହ ମିଶି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୫୦୦ ଟଙ୍କା ମଧ୍ୟରେ ରହିପାରେ।

ଏଲ୍‌ଜି ଇଣ୍ଡିଆ ଏମ୍‌ଡିଙ୍କ ଓଡ଼ିଶା ଗସ୍ତ

ଏଲ୍‌ଜି ଇଣ୍ଡିଆ ଏମ୍‌ଡିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ୮-୨(ବ୍ୟୁରୋ) ପ୍ରମୁଖ ଇଲେକ୍‌ଟ୍ରୋନିକ୍ସ କମ୍ପାନୀ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ସଭାପତି ତଥା ଏମ୍‌ଡି କି.ଓ୍ବାନ କିମ୍‌ ଭୁବନେଶ୍ୱର ଗସ୍ତରେ ଆସି କମ୍ପାନୀର ଟ୍ରେଡ୍‌ ପାର୍ଟନରମାନଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ଏହି ଗସ୍ତ ଅବସରରେ ଡିଲର୍‌ମାନଙ୍କୁ ସାକ୍ଷାତ କରି ସେ ସେମାନଙ୍କ ବ୍ୟବସାୟିକ ଅଭିବୃଦ୍ଧି ଏବଂ ସମଗ୍ର ବ୍ୟବସାୟ ବାତାବରଣ କିପରି ଉନ୍ନତ ହୋଇପାରିବ ସେ ନେଇ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର ସେଣ୍ଟ୍ରାଲର ସ୍ପ୍ରିଙ୍ଗ୍‌ ସମର ୨୦୧୮

ଭୁବନେଶ୍ୱର ସେଣ୍ଟ୍ରାଲର ସ୍ପ୍ରିଙ୍ଗ୍‌ ସମର ୨୦୧୮

ଭୁବନେଶ୍ୱର, ୮-୨ ଫ୍ୟାଶନରେ ରୁଚି ରଖୁଥିବା ଗ୍ରାହକଙ୍କ ପାଇଁ ଟ୍ରେଣ୍ଡି ତଥା ସମ୍ପୂର୍ଣ୍ଣ ନୂଆ ପୋଷାକର ସମ୍ଭାର ସହିତ ଭୁବନେଶ୍ୱର ସେଣ୍ଟ୍ରାଲ୍‌ରେ ଆରମ୍ଭ ହୋଇଛି ନ୍ୟୁ ସିଜନ୍‌- ସ୍ପ୍ରିଙ୍ଗ୍‌ ସମର ୨୦୧୮। ‘ନ୍ୟୁ ସିଜନ୍‌ ନ୍ୟୁ ସିଗ୍‌ନେଚର’ ନାମରେ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର କଲେକ୍ସନ୍‌ରେ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ଆକର୍ଷଣୀୟ ଡିଜାଇନ୍‌ର ବ୍ୟାପକ ପରିଧାନ ଉପଲବ୍ଧ ।

କ୍ରିପ୍‌ଟୋ କରେନ୍ସିରେ ଧନୀ ତାଲିକା ପ୍ରକାଶ କଲା ଫୋର୍ବସ୍‌

କ୍ରିପ୍‌ଟୋ କରେନ୍ସିରେ ଧନୀ ତାଲିକା ପ୍ରକାଶ କଲା ଫୋର୍ବସ୍‌

ନ୍ୟୁୟର୍କ, ୮-୨ ଆମେରିକାଭିତ୍ତିକ ପ୍ରମୁଖ ବିଜ୍‌ନେସ୍‌ ପତ୍ରିକା ଫୋର୍ବସ୍‌ ପ୍ରଥମ ଥର ପାଇଁ କ୍ରିପ୍ଟୋକରେନ୍ସି ଭିତ୍ତିରେ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ରିପ୍‌ଲେର ସହ ପ୍ରତିଷ୍ଠାତା କ୍ରିସ୍‌ ଲାର୍ସେନ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପାଖରେ ୭.୫ ରୁ ୮ ବିଲିୟନ ଡଲାର ମୂଲ୍ୟର କ୍ରିପ୍‌ଟୋ କରେନ୍ସି ରହିଛି। ଫୋର୍ବସ୍‌ ପତ୍ରିକା ତଥ୍ୟ ଅନୁସାରେ ଏଥେରିୟମ, ଏକ୍ସଆର୍‌ପି ଏବଂ ବିଟ୍‌କଏନ୍‌ ଆଦି ତିନୋଟି କ୍ରିପ୍‌ଟୋକରେନ୍ସିକୁ ନେଇ ବହୁଳ ଚର୍ଚ୍ଚା ହେଉଛି।

ଏୟାର ଇଣ୍ଡିଆ ପରିଚାଳନା ଲାଭରେ ବୃଦ୍ଧି

ଏୟାର ଇଣ୍ଡିଆ ପରିଚାଳନା ଲାଭରେ ବୃଦ୍ଧି

ନୂଆଦିଲ୍ଲୀ,୮-୨ (ପି.ଟି.) କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ନିରନ୍ତର ଭିତ୍ତିରେ ଏହାର କାର୍ଯ୍ୟଧାରାରେ ଉନ୍ନତି ଆଣିବା ଦିଗରେ ଉଦ୍ୟମ ଜାରି ରଖିଛି। ଏଥିଯୋଗୁ କମ୍ପାନୀ ୨୮୯.୦୩ କୋଟି ଟଙ୍କା ପରିଚାଳନାଗତ ଲାଭ ହାସଲ କରିପାରିଛି। ୨୦୧୬-୧୭ରେ କମ୍ପାନୀର ନେଟ୍‌ କ୍ଷତି ୫,୭୬୫.୧୬ କୋଟି ଟଙ୍କା ରହିଥିଲା।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ହାଉସ୍‌ ଉଦ୍‌ଘାଟିତ

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ହାଉସ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୮-୨ (ବ୍ୟୁରୋ) ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ(ଏଚ୍‌ଡିଏଫ୍‌ସି) ପକ୍ଷରୁ ସ୍ଥାନୀୟ ଇନଫୋସିଟି ଠାରେ ଏଚ୍‌ଡିଏଫସି ହାଉସ୍‌ର ଶୁଭାରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଏଚ୍‌ଡିଏଫସି ବ୍ୟାଙ୍କ୍‌ ପରିଚାଳନା ନିର୍ଦ୍ଦେଶକ ଆଦିତ୍ୟ ପୁରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ ପାଢୀ ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ହିଟାଚିର ଏୟାର କଣ୍ଡିସନିଂ ଉତ୍ପାଦ ଶୃଙ୍ଖଳା

ହିଟାଚିର ଏୟାର କଣ୍ଡିସନିଂ ଉତ୍ପାଦ ଶୃଙ୍ଖଳା

ନୂଆଦିଲ୍ଲୀ,୮-୨ ପ୍ରମୁଖ ଏୟାର କଣ୍ଡିସନର ବ୍ରାଣ୍ଡ ହିଟାଚି ଚଳିତ ବର୍ଷ ୨୪ ନୂଆ ମଡେଲର ବଜାର ପ୍ରବେଶ ସହ ୧୨% ବଜାର ଅଂଶ ହାସଲ କରିବାକୁ ସକ୍ଷମ ହୋଇଛି। ପରିବର୍ତ୍ତିତ ଗ୍ରାହକ ଚାହିଦାକୁ ଧ୍ୟାନରେ ରଖି କମ୍ପାନୀ ଏହାର ଉତ୍ପାଦ ଶୃଙ୍ଖଳାକୁ ବୃଦ୍ଧି କରିଛି। ବର୍ତ୍ତମାନ କମ୍ପାନୀର ଉତ୍ପାଦ ଶୃଙ୍ଖଳା ୧୦୨ମଡେଲରେ ପହଞ୍ଚିଛି।

ଏକ୍ସପେରିଆ ଏଲ୍‌-୨ର ବଜାର ପ୍ରବେଶ

ଏକ୍ସପେରିଆ ଏଲ୍‌-୨ର ବଜାର ପ୍ରବେଶ

ଭୁବନେଶ୍ୱର,୮।୨-ଯୁବପିଢୀଙ୍କ ସେଲ୍ଫି ମାନିଆକୁ ଦୃଷ୍ଟିରେ ରଖି ସୋନୀ ଇଣ୍ଡିଆ ଏକ ପ୍ରିମିୟମ୍‌ ସ୍ମାର୍ଟ୍‌ ଫୋନ୍‌ ଏକ୍ସପେରିଆ ଏଲ୍‌-୨ର ବଜାର ପ୍ରବେଶ କରାଇଛି। ବ୍ଲାକ୍‌ ଏବଂ ଗୋଲ୍ଡ୍‌ ରଙ୍ଗରେ ବଜାରରେ ଉପଲବ୍ଧ ଏହି ଫୋନ୍‌ର ମୂଲ୍ୟ ୧୯,୯୯୦ ଟଙ୍କା ରହିଛି।

ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ୍‌ ଟିକେଟ୍‌ ଉପରେ ଜିଏସ୍‌ଟି ହ୍ରାସ

ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ୍‌ ଟିକେଟ୍‌ ଉପରେ ଜିଏସ୍‌ଟି ହ୍ରାସ

ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ୍‌ ଟିକେଟ୍‌ ଉପରେ ଜିଏସ୍‌ଟି ହ୍ରାସ ନୂଆଦିଲ୍ଲୀ,୮-୨(ପି.ଟି.) ଥିମ୍‌ ପାର୍କ୍‌, ଓ୍ବାଟର୍‌ ପାର୍କ୍‌ ଏବଂ ମେରୀ-ଗୋ-ରାଉଣ୍ଡ୍‌ ଭଳି ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ୍‌ର ଟିକେଟ୍‌ ଉପରେ ଜିଏସ୍‌ଟି ଦର ହ୍ରାସ ପାଇଛି। ପୂର୍ବରୁ ଏହି ସବୁ ପାର୍କ୍‌ର ଟିକେଟ୍‌ ଉପରେ ୨୮% ଜିଏସ୍‌ଟି ଲାଗୁ ହେଇଥିବା ଏବେ ଏହା ୧୮%କୁ ହ୍ରାସ କରାଯାଇଛି।

ସୁଲଭ ଗୃହ କ୍ରୟରେ ଲାଗିବନି ଜିଏସ୍‌ଟି

ସୁଲଭ ଗୃହ କ୍ରୟରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ, ୮-୨(ପି.ଟି.) ସୁଲଭ ଗୃହ ଯୋଜନାରେ ଘର କିଣିଲେ ସେଥିରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ନାହିଁ। ବିଲ୍ଡରମାନଙ୍କୁ ଏଥିରେ ଜିଏସ୍‌ଟି ଲାଗୁ ନ କରିବା ପାଇଁ ସରକାର ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।

ଜିଡିପି ଆକଳନରେ ହେଉନାହିଁ ଜାଲିଆତି

ଜିଡିପି ଆକଳନରେ ହେଉନାହିଁ ଜାଲିଆତି

ନୂଆଦିଲ୍ଲୀ,୮-୨(ପି.ଟି.) ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ହିସାବରେ କୌଣସି ପ୍ରକାର ଜାଲିଆତି ବା କାରସାଦି କରାଯାଉ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ପାଇଥିବା ମାପକ ଆଧାରରେ ଜିଡିପି ହିସାବ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ଲୋକସଭାରେ ଅଭିବୃଦ୍ଧି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି।

ବଜାରରେ ଟୁନ୍‌ଓ୍ବାଲର ଲାଥିନୋ ଇ-ବାଇକ୍‌

ବଜାରରେ ଟୁନ୍‌ଓ୍ବାଲର ଲାଥିନୋ ଇ-ବାଇକ୍‌

ଭୁବନେଶ୍ୱର,୮-୨(ବ୍ୟୁରୋ) ଗୁଜରାଟ ଗାନ୍ଧୀନଗରସ୍ଥିତ ପ୍ରମୁଖ ଇ-ଯାନ ନିର୍ମାତା ଟୁନଓ୍ବାଲ ପକ୍ଷରୁ ଓଡିଶା ବଜାରରେ ନୂଆ ଲାଥିନୋ ବାଇକର ବଜାର ପ୍ରବେଶ ହୋଇଛି। ଏହି ମଡେଲଟି ଲିଥିୟମ୍‌ ବ୍ୟାଟେରି ଦ୍ୱାରା ପରିଚାଳିତ ହେଉଛି। ଏହାକୁ ଥରେ ଚାର୍ଜ ଦ୍ୱାରା ୯୦ କିମି ପର୍ଯ୍ୟନ୍ତ ମାଇଲେଜ୍‌ ପ୍ରଦାନ କରିବ ବୋଲି କମ୍ପାନୀ ସୂଚନା ଦେଇଛି। ଉକ୍ତ ମଡେଲଟିରେ ସେଣ୍ଟ୍ରାଲ ଲକିଂ, ଡିସ୍କ ବ୍ରେକ୍‌, ଟ୍ୟୁବଲେସ୍‌ ଟାୟାର, ଟେଲିସ୍କୋପି ସସ୍‌ପେନଶନ ଭଳି ପ୍ରମୁଖ ବୈଶିଷ୍ଟ୍ୟ ରହିଛି।

ପ୍ରମୁଖ ବନ୍ଦର ପଣ୍ୟ ପରିବହନରେ ୪.୫% ଅଭିବୃଦ୍ଧି

ପ୍ରମୁଖ ବନ୍ଦର ପଣ୍ୟ ପରିବହନରେ ୪.୫% ଅଭିବୃଦ୍ଧି

ଭୁବନେଶ୍ୱର,୮-୨ ଘରୋଇ ବଜାରର ପ୍ରମୁଖ ବନ୍ଦରଗୁଡିକ ଗତ ଏପ୍ରିଲ ଠାରୁ ଚଳିତ ବର୍ଷ ଜାନୁୟାରୀ ମଧ୍ୟରେ ପଣ୍ୟ ପରିବହନରେ ୪.୫୮ ଅଭିବୃଦ୍ଧି ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ବନ୍ଦରଗୁଡିକ ମିଳିତ ଭାବେ ୫୬୦.୯୭ ନିୟୁତ ଟନ୍‌ ପଣ୍ୟ ପରିଚାଳନା କରିବାକୁ ସକ୍ଷମ ହୋଇଛନ୍ତି। ଗତ ବର୍ଷ ଉକ୍ତ ସମୟରେ ମାଲ୍‌ ପରିଚାଳନା କ୍ଷମତା ୫୩୬.୪୧ ନିୟୁତ ଟନ୍‌ ରହିଥିଲା। କଲିକତା, ହଳଦିଆ, ପାରାଦୀପ, ବିଶାଖା ପାଟଣା, ମାଡ୍ରାସ, କୋଚିନ୍‌, ନିୟୁ ମାଙ୍ଗାଲୋର, ଜେଏନ୍‌ପିଟି ଏବଂ ଦିନଦୟାଲ କାଣ୍ଡଲା ଭଳି ପ୍ରମୁଖ ୮ ବନ୍ଦରର ପଣ୍ୟ ପରିଚାଳନା କ୍ଷେତ୍ରରେ ଉନ୍ନତ ରହିଛି।

ଏଲପିୟୁର ଟ୍ରାନ୍ସଫର୍ମିଂ ଏଜୁକେଶନ ଆଓ୍ବାର୍ଡ

ଏଲପିୟୁର ଟ୍ରାନ୍ସଫର୍ମିଂ ଏଜୁକେଶନ ଆଓ୍ବାର୍ଡ

ଜଳନ୍ଧର,୭-୨ ଲଭଲି ପ୍ରଫେଶନାଲ ୟୁନିଭର୍ସିଟି (ଏଲପିୟୁ) ପକ୍ଷରୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷକଙ୍କୁ ଟ୍ରାନ୍ସଫର୍ମିଂ ଏଜୁକେଶନ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଏଲପିୟୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି।

ଆଧାର ତଥ୍ୟ ସୁରକ୍ଷିତ: ପ୍ରସାଦ

ଆଧାର ତଥ୍ୟ ସୁରକ୍ଷିତ: ପ୍ରସାଦ

ନୂଆଦିଲ୍ଲୀ,୭-୨ (ପି.ଟି.) ଆଧାର ତଥ୍ୟର କୌଣସି ଚୋରି ହୋଇ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ନିରାପଦ ରହିଛି। ଆଧାରକୁ ନେଇ ଦେଶର ଅଧିକାଂଶ ଲୋକ ଭରସା କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।

୩୮,୦୦୦ କୋଟିର ନିର୍ମାଣ ଶ୍ରମିକ ଜନମଙ୍ଗଳ ସେସ୍‌ ସଂଗ୍ରହ

୩୮,୦୦୦ କୋଟିର ନିର୍ମାଣ ଶ୍ରମିକ ଜନମଙ୍ଗଳ ସେସ୍‌ ସଂଗ୍ରହ

ନୂଆଦିଲ୍ଲୀ,୭-୨ (ପି.ଟି.) ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ନିର୍ମାଣ ଶ୍ରମିକଙ୍କ ଜନମଙ୍ଗଳ ସେସ୍‌ ବାବଦକୁ ୩୮,୫୧୪ କୋଟି ଟଙ୍କାର ସେସ୍‌ ସଂଗ୍ରହ କରିଥିବା ଜଣାଯାଇଛି।

ଫିକି ପକ୍ଷରୁ ସାଧାରଣ ବଜେଟ ଆଲୋଚନା

ଫିକି ପକ୍ଷରୁ ସାଧାରଣ ବଜେଟ ଆଲୋଚନା

ଭୁବନେଶ୍ୱର,୭-୨ (ବ୍ୟୁରୋ) ୨୦୧୮-୧୯ ବଜେଟରେ ସରକାର ୧୦ କୋଟି ପରିବାରକୁ ସ୍ବାସ୍ଥ୍ୟ ବୀମା ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଏହାର ପରିଚାଳନା ସରକାରଙ୍କ ଲାଗି ଚ୍ୟାଲେଞ୍ଜ ହେବ। ସିଂହଭାଗ ଲୋକସଂଖ୍ୟାକୁ ସ୍ବାସ୍ଥ୍ୟ ବୀମା ଲାଗି ସରକାରଙ୍କ ବ୍ୟୟବରାଦ ଯଥେଷ୍ଟ ନୁହେଁ।