ବାଣିଜ୍ୟ

 ଟୁନ୍‌ଓ୍ବାଲର ନୂଆ ଇ-ବାଇକ ଶୋ’ରୁମ୍‌

ଟୁନ୍‌ଓ୍ବାଲର ନୂଆ ଇ-ବାଇକ ଶୋ’ରୁମ୍‌

ନୂଆଦିଲ୍ଲୀ,୧୯-୨ ପ୍ରମୁଖ ଇ-ଯାନ ନିର୍ମାତା ଟୁନ୍‌ଓ୍ବାଲ ପକ୍ଷରୁ କେନ୍ଦୁଝରଠାରେ ଏସ୍‌ଏମ୍‌ସି ଇ-ବାଇକ୍‌ ନାମରେ ଏକ ଶୋ’ରୁମ୍‌ ଶୁଭାରମ୍ଭ ହୋଇଛି। ଶୋରୁମଟିକୁ ଟୁନଓ୍ବାଲ ଇ-ଭେଇକିଲ ଇଣ୍ଡିଆର ଏମ୍‌ଡି ଅମିତ୍‌ ଟୁନଓ୍ବାଲ ଉଦ୍‌ଘାଟନ କରିଥିଲେ।

ପିଏନ୍‌ବି ଘୋଟାଲା: ନଜରରେ ଭୂତ କମ୍ପାନୀ, ବେନାମୀ ସମ୍ପତ୍ତି

ପିଏନ୍‌ବି ଘୋଟାଲା: ନଜରରେ ଭୂତ କମ୍ପାନୀ, ବେନାମୀ ସମ୍ପତ୍ତି

ନୂଆଦିଲ୍ଲୀ,୧୮-୨ ୧୧,୪୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଘୋଟାଲାରେ ପ୍ରାୟ ୨୦୦ ଭୂତ କମ୍ପାନୀ, ବେନାମୀ ସମ୍ପତ୍ତି ତଦନ୍ତକାରୀ ଏଜେନ୍ସି ନଜରରେ ରହିଛନ୍ତି। ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ସହ ଜଡିତ ବାଣିଜ୍ୟ ଅଂଶୀଦାର ମେହୁଲ ଚୋସ୍କି ଏବଂ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ଥିବା ଜଣାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ୪ ଦିନ ଧରି ମୋଦି ଏବଂ ଚୋସ୍କିଙ୍କ ସହ ସମ୍ପୃକ୍ତ ଥିବା ଫାର୍ମଗୁଡିକ ବିରୋଧରେ ଯାଞ୍ଚ ଜାରି ରଖିଛନ୍ତି। ଏହି ମାମଲାରେ ଅନ୍ତତଃ ପକ୍ଷେ ୧୨ରୁ ଅଧିକ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। ଟଙ୍କା ଚାଲାଣ ନିରୋଧ ଆଇନ(ପିଏମ୍‌ଏଲ୍‌ଏ) ଅନୁୟାୟୀ ତଦନ୍ତକାରୀ ଏଜେନ୍ସିଗୁଡିକ ଏହି ଭଳି ପଦକ୍ଷେପ ନେଇଥିବା ଜଣାଯାଇଛି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସରକାରୀ ଅଂଶଧନ ୫୦%ରୁ କମ୍‌ ହେଉ- ଆସୋଚାମ

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସରକାରୀ ଅଂଶଧନ ୫୦%ରୁ କମ୍‌ ହେଉ- ଆସୋଚାମ

ନୂଆଦିଲ୍ଲୀ,୧୮-୨ ପିଏନ୍‌ବି ଭଳି ଋଣ ଘୋଟାଲା ମାମଲା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଏହା ସରକାରଙ୍କ ଲାଗି ଏକ ଚେତିବାର ବିଷୟ। ଏହିଭଳି ଘଟଣା ବ୍ୟାଙ୍କିଙ୍ଗ ଶିଳ୍ପ ପ୍ରତି ଖରାପ ପ୍ରଭାବ ପକାଇବା ସହ ବ୍ୟାଙ୍କଗୁଡିକୁ ଦୁର୍ବଳ କରି ପକାଉଛି। ଏହିଭଳି ଘଟଣାକୁ ସରକାର ଗୁରୁତର ଭାବେ ନେବା ସହ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ସରକାରୀ ପୁଞ୍ଜିକୁ ୫୦%ରୁ କମ୍‌ କରିବାକୁ ଶିଳ୍ପ ସଂଘ ଆସୋଚାମ୍‌ ପରାମର୍ଶ ଦେଇଛି।

ପିଏନ୍‌ବି କମ୍ପ୍ୟୁଟର ସିଷ୍ଟମ ବ୍ୟବହାର କରୁଥିଲେ ନୀରବ ଟିମ୍‌

ପିଏନ୍‌ବି କମ୍ପ୍ୟୁଟର ସିଷ୍ଟମ ବ୍ୟବହାର କରୁଥିଲେ ନୀରବ ଟିମ୍‌

ନୂଆଦିଲ୍ଲୀ,୧୮-୨ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଇତିମଧ୍ୟରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଦୁଇ ଅଧିକାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସେହିଭଳି ପିଏନ୍‌ବି ଘୋଟାଲାର ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସୁଥିବା ଜଣା ଯାଇଛି। ସୂଚନାଯୋଗ୍ୟ ଯେ ନୀରବ ମୋଦିଙ୍କ ଟିମ୍‌ର କିଛି ବ୍ୟକ୍ତି ପିଏନବିର ବ୍ୟାଙ୍କ ସିଷ୍ଟମ ବ୍ୟବହାର କରୁଥିବା ଜଣାଯାଇଛି। ଏହି ବ୍ୟକ୍ତିମାନେ ବ୍ୟାଙ୍କର ସ୍ବିଫ୍ଟ ସିଷ୍ଟମ ବ୍ୟବହାର ଲାଗି ପାସଓ୍ବାର୍ଡ ଲାଭ କରିଥିଲେ।

 ପଞ୍ଜୀକୃତ ଫାର୍ମର ଖିଲାପି ଋଣ ଘୋଷଣା ଲାଗି କହିପାରେ ସେବି

ପଞ୍ଜୀକୃତ ଫାର୍ମର ଖିଲାପି ଋଣ ଘୋଷଣା ଲାଗି କହିପାରେ ସେବି

ନୂଆଦିଲ୍ଲୀ,୧୮-୨ ପିଏନବି ଭଳି ମାମଲା ଅନେକ ବର୍ଷ ଧରି ଚାଲୁଥିବା ବେଳେ ଏହା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସି ପାରିଲା ନାହିଁ। ଏହିଭଳି ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି) ଏକ ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛି।

ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଶ୍ୱେତପତ୍ର ଆଣିବାକୁ ଦାବି

ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ଶ୍ୱେତପତ୍ର ଆଣିବାକୁ ଦାବି

ନୂଆଦିଲ୍ଲୀ,୧୮-୨ ପିଏନବି ମାମଲାରେ ସମ୍ପୃକ୍ତ ଥିବା ନୀରବଙ୍କର ସରକାରଙ୍କ ସହ ସମ୍ପୃକ୍ତି ଥିବା ବିରୋଧୀ କଂଗ୍ରେସ ଅଭିଯୋଗ ଆଣିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ପ୍ରାୟ ୬୧,୦୦୦ କୋଟି ଟଙ୍କାର ଠକେଇ ଘଟଣା ସାମ୍ନାକୁ ଆସିଛି।

ଗୀତାଞ୍ଜଳି ଗ୍ରୁପ ସହଯୋଗୀ ସଂସ୍ଥା ବାଲାନ୍ସ ସିଟ୍‌ ଯାଞ୍ଚ

ଗୀତାଞ୍ଜଳି ଗ୍ରୁପ ସହଯୋଗୀ ସଂସ୍ଥା ବାଲାନ୍ସ ସିଟ୍‌ ଯାଞ୍ଚ

ନୂଆଦିଲ୍ଲୀ,୧୮-୨ ପିଏନବି ମାମଲାରେ ଜଡିତ ଥିବା ମେହୁଲ ଚୋସ୍କିଙ୍କ ଗୀତାଞ୍ଜଳି ଗ୍ରୁପ ଅଫ୍‌ କମ୍ପାନୀର ୧୮ ସହଯୋଗୀ ସଂସ୍ଥାଙ୍କର ବାଲାନ୍ସ ସିଟକୁ ସିବିଆଇ ଯାଞ୍ଚ କରିଛି। ମାମଲା ସହ ଜଡିତ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ପଚରା ଉଚୁରା କରାଯାଉଥିବା ବେଳେ ମାମଲା ସମ୍ପକରେ ଅଧିକ ତଥ୍ୟ ହାସଲ ଲାଗି ସିବିଆଇ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି।

ସରକାରୀ ଏଜେନ୍ସିଙ୍କ ତତ୍ପରତା

ସରକାରୀ ଏଜେନ୍ସିଙ୍କ ତତ୍ପରତା

ନୂଆଦିଲ୍ଲୀ,୧୮-୨ ପିଏନବିର ଏହି ଘୋଟାଲା ପରେ ବର୍ତ୍ତମାନ ଋଣ ଠକେଇ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସେବି ସମେତ ବିଭିନ୍ନ ସରକାରୀ ଏଜେନ୍ସିଗୁଡିକ ତତ୍ପରତା ଦେଖାଇଛନ୍ତି। ବ୍ୟାଙ୍କ ନିୟାମକ ବର୍ତ୍ତମାନ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପରାମର୍ଶ ଆସେସମେଣ୍ଟ କରିଥିବା ବେଳେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ହୀରା ବ୍ୟବସାୟରେ ସମ୍ପୃକ୍ତ ଥିବା ବ୍ୟବସାୟୀଙ୍କ ଉପରେ ଧ୍ୟାନ ରଖିଛନ୍ତି।

ରେଟିଂ ଏଜେନ୍ସି ନଜରରେ ପିଏନ୍‌ବି

ରେଟିଂ ଏଜେନ୍ସି ନଜରରେ ପିଏନ୍‌ବି

ବମ୍ବେ, ୧୮-୨(ପି.ଟି.) ୧୧,୩୦୦ କୋଟି ଟଙ୍କାର ଠକେଇ ଘଟଣା ପରେ ରେଟିଂ ଏଜେନ୍ସିଗୁଡିକ ପିଏନ୍‌ବିର ରେଟିଂକୁ ତଳକୁ ଖସାଇଦେବା ନେଇ ଆଶଙ୍କା କରାଯାଉଛି। କ୍ରିସିଲ୍‌ ପିଏନ୍‌ବିର ରେଟିଂକୁ ନଜରରେ ରଖିଥିବା କହିଛି।

ଜାଣିଶୁଣି ଋଣ ଫେରାଉ ନାହାନ୍ତି ବଡ଼ କମ୍ପାନୀ

ଜାଣିଶୁଣି ଋଣ ଫେରାଉ ନାହାନ୍ତି ବଡ଼ କମ୍ପାନୀ

ନୂଆଦିଲ୍ଲୀ, ୧୮-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଏବଂ ହୀରା ଗହଣା ଡିଜାଇନର ନୀରବ ମୋଦିଙ୍କ ବେଆଇନ କାରବାର ଜଣାପଡିବା ପରେ ପିଏନ୍‌ବିର ଅଡୁଆ ବଢିବାରେ ଲାଗିଛି। ପିଏନ୍‌ବିରୁ ୨୫ ଲକ୍ଷ ବା ତା’ଠାରୁ ଅଧିକ ପରିମାଣର ଋଣ ନେଇଥିବା ଗ୍ରାହକଙ୍କ ମଧ୍ୟରେ ଜାଣିଶୁଣି ଋଣଫେରସ୍ତ କରୁ ନ ଥିବା ଓ୍ବିଲ୍‌ଫୁଲ୍‌ ଡିଫଲ୍ଟରଙ୍କ ଋଣ ପରିମାଣ ୨୩% ବୃଦ୍ଧି ପାଇଛି। ଏହି ବିପୁଳ ପରିମାଣର ବୃଦ୍ଧି ୨୦୧୭ ଜୁନ୍‌ରୁ ୨୦୧୮ ଜାନୁୟାରୀ ମଧ୍ୟରେ ଘଟିଛି।

ତଦନ୍ତରେ ସାହାଯ୍ୟ କରୁନାହାନ୍ତି ଗିରଫ  ଅଧିକାରୀ: ସିବିଆଇ

ତଦନ୍ତରେ ସାହାଯ୍ୟ କରୁନାହାନ୍ତି ଗିରଫ ଅଧିକାରୀ: ସିବିଆଇ

ବମ୍ବେ, ୧୮-୨(ପି.ଟି.) ପିଏନ୍‌ବି ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ କୌଣସି ପ୍ରକାର ସାହାଯ୍ୟ କରୁନାହାନ୍ତି। ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ସିବିଆଇ ପକ୍ଷରୁ ସେମାନଙ୍କୁ ଜେରା କରାଯାଉଥିବା ବେଳେ ସେମାନେ କୌଣସି ତଥ୍ୟ ଦେଉନାହାନ୍ତି।

୭୦,୦୦୦ କୋଟି ନିବେଶ କରିବ ଆଇଓସି

୭୦,୦୦୦ କୋଟି ନିବେଶ କରିବ ଆଇଓସି

ନୂଆଦିଲ୍ଲୀ,୧୮।୨- ତୈଳ ବିଶୋଧନ କ୍ଷମତାକୁ ବଢାଇବା ପାଇଁ ଭାରତୀୟ ତୈଳ ନିଗମ(ଆଇଓସି) ଘରୋଇ ବଜାରରେ ୭୦,୦୦୦ କୋଟି ଟଙ୍କା ନିବେଶ କରିବ। ୨୦୩୦ ସୁଦ୍ଧା ବିଶୋଧନ କ୍ଷମତାରେ ତୃତୀୟାଂଶ ବୃଦ୍ଧି ହୋଇ ଏହା ଦେଶର ବର୍ଦ୍ଧିତ ଶକ୍ତି ଅଭାବକୁ ପୂର୍ଣ୍ଣ କରିବ। ଏହି ନିବେଶ ଦ୍ୱାରା ଆଇଓସି ନିଜର ବିଶୋଧନ କ୍ଷମତାକୁ ବାର୍ଷିକ ୮୦.୭ ନିୟୁତ ଟନ୍‌ ବଢାଇ ୨୦୩୦ ସୁଦ୍ଧା ୧୧୬.୫୫ ନିୟୁତ ଟନ୍‌ କରିବ ବୋଲି କମ୍ପାନୀର ଜଣେ ଅଧିକାରୀ କହିଛନ୍ତି।

ନୂଆ ଶିଳ୍ପନୀତିରେ ଏଆଇ ଏବଂ ଗ୍ରୀନ୍‌ ଟେକ୍ନୋଲୋଜିକୁ ମିଳିବ ପ୍ରୋତ୍ସାହନ

ନୂଆ ଶିଳ୍ପନୀତିରେ ଏଆଇ ଏବଂ ଗ୍ରୀନ୍‌ ଟେକ୍ନୋଲୋଜିକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୮।୨- ଆଗାମୀ ଦିନରେ ଆସିବାକୁ ଥିବା ସରକାରଙ୍କ ନୂଆ ଶିଳ୍ପନୀତିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଭଳି ଆଧୁନିକ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ମିଳିବ । ଏହା ବ୍ୟତୀତ ଗ୍ରୀନ୍‌ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ପରିବେଶ ସୁରକ୍ଷା ପାଇଁ ଶିଳ୍ପଗୁଡିକୁ ଉତ୍ସାହିତ କରିବା ପାଇଁ ଯୋଜନା ରହିଥିବା ଜଣାଯାଇଛି।

ଡବ୍ଲ୍ୟୁସିଆଇଟିରେ ଉଦ୍‌ବୋଧନ ଦେବେ ମୋଦି

ଡବ୍ଲ୍ୟୁସିଆଇଟିରେ ଉଦ୍‌ବୋଧନ ଦେବେ ମୋଦି

ହାଇଦ୍ରାବାଦ,୧୮।୨- ନାସକମ୍‌ ଇଣ୍ଡିଆ ଲିଡର୍‌ଶିିପ୍‌ ଫୋରମ୍‌(ଆଇଏଲ୍‌ଏଫ୍‌)ର ୨୬ତମ ସଂସ୍କରଣ ଏବଂ ଓ୍ବାଲର୍‌ଡ କଂଗ୍ରେସ ଅଫ୍‌ ଇନ୍‌ଫରମେଶନ୍‌ ଟେକ୍ନୋଲୋଜି(ଡବ୍ଲ୍ୟୁସିଆଇଟି)ର ୨୨ତମ ସଂସ୍କରଣର ଆୟୋଜନ କରୁଛି ହାଇଦ୍ରାବାଦ। ଡବ୍ଲ୍ୟୁସିଆଇଟି ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଭିଭାଷଣ ଦେବେ ବୋଲି ଆଇଟି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସ୍ମାର୍ଟ ସିଟି ପ୍ରକଳ୍ପରେ ନିବେଶ ପାଇଁ ଫ୍ରେଞ୍ଚ ସଂସ୍ଥା ଆଗ୍ରହୀ

ସ୍ମାର୍ଟ ସିଟି ପ୍ରକଳ୍ପରେ ନିବେଶ ପାଇଁ ଫ୍ରେଞ୍ଚ ସଂସ୍ଥା ଆଗ୍ରହୀ

ନୂଆଦିଲ୍ଲୀ,୧୮।୨- ଭାରତର ସ୍ମାର୍ଟ ସିଟି ପ୍ରକଳ୍ପରେ ପାଖାପାଖି ୮୦୦ କୋଟି ଟଙ୍କାର ନିବେଶ କରିବା ପାଇଁ ଫ୍ରେଞ୍ଚ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ୍‌ ଏଜେନ୍ସ ଫ୍ରାନ୍ସେ ଦ ଡେଭଲପ୍‌ମେଣ୍ଟ(ଏଏଫ୍‌ଡି) ଆଗ୍ରହ ପ୍ରକାଶ କରିଛି। ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ନୀରବ ମୋଦି ମାମଲା: ପ୍ରଭାବିତ ହେବେ ଅନ୍ୟ ଭାରତୀୟ ବ୍ୟାଙ୍କ

ନୀରବ ମୋଦି ମାମଲା: ପ୍ରଭାବିତ ହେବେ ଅନ୍ୟ ଭାରତୀୟ ବ୍ୟାଙ୍କ

ନୂଆଦିଲ୍ଲୀ, ୧୮-୨ ପିଏନ୍‌ବିର ଏହି ଠକେଇ ଦ୍ୱାରା ଦେଶର ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ପ୍ରଭାବିତ ହୋଇ ପାରନ୍ତି। ନୀରବ ମୋଦିଙ୍କ ଗହଣା ବ୍ୟବସାୟ ସହ ସମ୍ପର୍କ ଥିବା ଅନ୍ୟ କମ୍ପାନୀଗୁଡିକୁ ୨୦୧୭ ମସିହା ମାର୍ଚ୍ଚ ସୁଦ୍ଧା ଭାରତୀୟ ବ୍ୟାଙ୍କଗୁଡିକ ପ୍ରାୟ ୧୭୬.୩୨ ବିଲିୟନ ଟଙ୍କା ଋଣ ଓ ଗ୍ୟାରେଣ୍ଟି ଆକାରରେ ଦେଇଛନ୍ତି। ଶନିବାର ଟିକସ ବିଭାଗ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। କିନ୍ତୁ ଉପରୋକ୍ତ ପରିମାଣଠାରୁ ବ୍ୟାଙ୍କଗୁଡିକୁ ଆହୁରି ଅଧିକ ଅର୍ଥ ହରାଇବାକୁ ପଡିପାରେ ବୋଲି ବିଭାଗ ସୂଚିତ କରିଛି।

ନ୍ୟୁୟର୍କରେ ନୀରବ:  ଭାରତ ଆଣିବାକୁ ପ୍ରଚେଷ୍ଠା

ନ୍ୟୁୟର୍କରେ ନୀରବ: ଭାରତ ଆଣିବାକୁ ପ୍ରଚେଷ୍ଠା

ଜାନୁୟାରୁର ଫେରାର ଥିବା ମୋଦି ବର୍ତ୍ତମାନ ନ୍ୟୁୟର୍କର ମ୍ୟାନ୍‌ହାଟନ ସହରରେ ରହିଥିବା ସନ୍ଦେହ କରାଯାଉଛି। ଏଠାରେ ସେ ଏକ ବିଳାଷମୟ ହୋଟେଲ୍‌ ଜେଡବ୍ଲ୍ୟୁ ମାରିଅଟ୍‌ସ୍‌ ଏସେକ୍ସ ହାଉସ୍‌ରେ ଅଛନ୍ତି ବୋଲି ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ନୀରବ ନିଜ ପରିବାର ସହ ବିଦେଶ ଚାଲିଯାଇଥିବା ବେଳେ ଦିନକୁ ଦିନ ବିଭିନ୍ନ ରୋଚକ ଖବର ସାମ୍ନାକୁ ଆସୁଛି। ଏହି ସମସ୍ୟାର ସମାଧାନ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କାର୍ଯ୍ୟ କରୁଥିବା ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ସୂଚନା ଦେଇଛନ୍ତି।

ବ୍ୟାଙ୍କଗୁଡିକୁ ଟଙ୍କା ଫେରସ୍ତ ନେଇ ପିଏନ୍‌ବିକୁ ନିର୍ଦ୍ଦେଶ ଦିଆଯାଇ ନାହିଁ: ଆର୍‌ବିଆଇ

ବ୍ୟାଙ୍କଗୁଡିକୁ ଟଙ୍କା ଫେରସ୍ତ ନେଇ ପିଏନ୍‌ବିକୁ ନିର୍ଦ୍ଦେଶ ଦିଆଯାଇ ନାହିଁ: ଆର୍‌ବିଆଇ

ନୂଆଦିଲ୍ଲୀ, ୧୮-୨ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରୁ ଜାଲ ଲେଟର ଅଫ୍‌ ଅଣ୍ଡରଟେକିଂ(ଏଲ୍‌ଓୟୁ) ହାତେଇ ହୀରା ବ୍ୟବସାୟୀ ନୀରବ ମୋଦି ବିଦେଶୀ ବ୍ୟାଙ୍କରୁ ପ୍ରାୟ ୧୧,୩୦୦ କୋଟିରୁ ଅଧିକ ଟଙ୍କାର ବେଆଇନ୍‌ କାରବାର କରିଛନ୍ତି। ଏହି ଘଟଣା ଜଣା ପଡିବା ପରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ପିଏନ୍‌ବି ଏହାର କାଉଣ୍ଟର ପାର୍ଟି ବ୍ୟାଙ୍କଗୁଡିକୁ ଟଙ୍କା ଫେରସ୍ତ କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିର୍ଦ୍ଦେଶ ଦେଇଛି। କିନ୍ତୁ ଆର୍‌ବିଆଇ ପିଏନ୍‌ବିକୁ ଏଭଳି କୌଣସି ନିର୍ଦ୍ଦେଶ ଦେଇନାହିଁ ବୋଲି ଶନିବାର ସ୍ପଷ୍ଟ କରିଛି।

 ବଡ ଖେଳ କରିବାକୁ ପ୍ରସ୍ତୁତ ହେଉଥିଲେ ମୋଦି

ବଡ ଖେଳ କରିବାକୁ ପ୍ରସ୍ତୁତ ହେଉଥିଲେ ମୋଦି

ବମ୍ବେ,୧୭-୨ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)କୁ ୧୧,୪୦୦ କୋଟି ଟଙ୍କାର ଚୂନ ଲଗାଇଥିବା ନୀରବ ମୋଦି ଏବଂ ତାଙ୍କର ମାମୁ ତଥା ବ୍ୟବସାୟିକ ସହଯୋଗୀ ମେହୁଲ୍‌ ଚୋକ୍‌ସୀ ବଡ ଖେଳ କରିବା ଚକ୍କରରେ ଥିଲେ। ଯଦି ବ୍ୟାଙ୍କ ଠକେଇ ମାମଲାର ପର୍ଦ୍ଦାଫାଶ ହୋଇ ନ ଥାନ୍ତା ତା’ହେଲେ ଏମାନେ ଏହି ଯୋଜନାକୁ ସଫଳ କରିଥାନ୍ତେ। ପାଣ୍ଠି ବଢ଼ାଇବା ପାଇଁ ଏମାନେ ପୁଞ୍ଜି ବଜାରର ସାହାଯ୍ୟ ନେଇଥାନ୍ତେ। ପ୍ରାଥମିକ ପବ୍ଲିକ୍‌ ଅଫର(ଆଇପିଓ) ଆଣି ପୁଞ୍ଜି ବଜାରରେ ପ୍ରବେଶ କରିବା ପାଇଁ ଏମାନେ ଯୋଜନା କରୁଥିଲେ।

ରେଡ୍‌ କାର୍ପେଟ୍‌ରେ ଚମକୁଥିଲା ନୀରବଙ୍କ ହୀରା

ରେଡ୍‌ କାର୍ପେଟ୍‌ରେ ଚମକୁଥିଲା ନୀରବଙ୍କ ହୀରା

ନୀରବ ମୋଦିଙ୍କ ନାଁ ଖାଲି ଯେ ଭାରତ ମଧ୍ୟରେ ସୀମିତ ତାହା ନୁହେଁ ହଲିଉଡ୍‌ର ରେଡ୍‌ କାର୍ପେଟ୍‌ରେ ତାଙ୍କ ହୀରା ଚମକୁଥିଲା। କେଟ୍‌ ଓ୍ବିନ୍ସଲେଟ୍‌ ଏବଂ ରୋଜି ହଣ୍ଟିଙ୍ଗ୍‌ଟନ୍‌ ହ୍ବାଇଟ୍‌ଲେଙ୍କ ଭଳି ହଲିଉଡ୍‌ ତାରକାଙ୍କ ବେକରେ ତାଙ୍କର ହୀରା ସ୍ଥାନିତ ହେଉଥିଲା। ଚାଇନିଜ୍‌ ଅଭିନେତ୍ରୀ ଲିଉ ଶି ଶି ତାଙ୍କର ଏକ ଚଳଚ୍ଚିତ୍ରର ପ୍ରିମିୟର୍‌ରେ ମୋଦିଙ୍କ ଗହଣା ପିନ୍ଧିଛନ୍ତି। ଫିଫ୍ଟି ସେଡ୍‌ସ ଅଫ୍‌ ଗ୍ରେର ଅଭିନେତ୍ରୀ ଡାକୋଟା ଜନ୍‌ସନ୍‌ ଗୋଲ୍‌ଡେନ୍‌ ଗ୍ଲୋବ୍‌ସ ଆଓ୍ବାର୍ଡରେ ନୀରବଙ୍କ ଗହଣା ପିନ୍ଧିଛନ୍ତି। ଏଭଳି ଅନେକ ବିଦେଶୀ ମଡେଲ୍‌ ତଥା ନାୟିକା ମୋଦିଙ୍କ ଗହଣା ପିନ୍ଧିଥିବାବେଳେ ସେ ପାଲଟିଥିଲେ ସେଲିବ୍ରିଟି ଜୁଏଲର୍‌।

ଚଢ଼ାଉ ଜାରି: ଜବତ ହେଲା ୫୬୭୪ କୋଟି ମୂଲ୍ୟର ସମ୍ପତ୍ତି

ଚଢ଼ାଉ ଜାରି: ଜବତ ହେଲା ୫୬୭୪ କୋଟି ମୂଲ୍ୟର ସମ୍ପତ୍ତି

ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ତୃତୀୟ ଦିନରେ ଇଡି ୨୫ କୋଟି ଟଙ୍କାର ହୀରା ଏବଂ ଗହଣା ଜବତ କରିଛି। ଫଳରେ ୩ ଦିନରେ ମୋଟ ୫,୬୭୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।

ପିଏନ୍‌ବିକୁ ନିର୍ଦ୍ଦେଶ ଦିଆଯାଇ ନାହିଁ: ଆର୍‌ବିଆଇ

ପିଏନ୍‌ବିକୁ ନିର୍ଦ୍ଦେଶ ଦିଆଯାଇ ନାହିଁ: ଆର୍‌ବିଆଇ

ନୂଆଦିଲ୍ଲୀ, ୧୭-୨ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରୁ ଜାଲ ଲେଟର ଅଫ୍‌ ଅଣ୍ଡରଟେକିଂ(ଏଲ୍‌ଓୟୁ) ହାତେଇ ହୀରା ବ୍ୟବସାୟୀ ନୀରବ ମୋଦି ବିଦେଶୀ ବ୍ୟାଙ୍କରୁ ପ୍ରାୟ ୧୧,୩୦୦ କୋଟିରୁ ଅଧିକ ଟଙ୍କାର ବେଆଇନ୍‌ କାରବାର କରିଛନ୍ତି। ଏହି ଘଟଣା ଜଣା ପଡିବା ପରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ପିଏନ୍‌ବି ଏହାର କାଉଣ୍ଟର ପାର୍ଟି ବ୍ୟାଙ୍କଗୁଡିକୁ ଟଙ୍କା ଫେରସ୍ତ କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିର୍ଦ୍ଦେଶ ଦେଇଛି। କିନ୍ତୁ ଆର୍‌ବିଆଇ ପିଏନ୍‌ବିକୁ ଏଭଳି କୌଣସି ନିର୍ଦ୍ଦେଶ ଦେଇନାହିଁ ବୋଲି ଶନିବାର ସ୍ପଷ୍ଟ କରିଛି।

ଠକେଇ ପଛର ବ୍ୟକ୍ତି ଗୋକୁଳନାଥ ସଟ୍ଟୀ

ଠକେଇ ପଛର ବ୍ୟକ୍ତି ଗୋକୁଳନାଥ ସଟ୍ଟୀ

ମୋଦି ଗ୍ରୁପ ଅଫ୍‌ କମ୍ପାନିଜ୍‌ ଏବଂ ମେହୁଲ ଚୋକ୍‌ସିଙ୍କ ପାଇଁ ଦୀର୍ଘ ୭ ବର୍ଷ ଧରି ଲେଟର ଅଫ୍‌ ଅଣ୍ଡର ଟେକିଂ ଜାରି କରୁଥିବା ଅଧିକାରୀ ହେଉଛନ୍ତି ଗୋକୁଳନାଥ ସେଟ୍ଟୀ। ପିଏନ୍‌ବିର ଏହି ପୂର୍ବତନ ଡେପ୍ୟୁଟି ମ୍ୟାନେଜର ଜଣକ ଏଥିପାଇଁ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ଅନୁମତି ମାଗୁ ନ ଥିଲେ। ସୋସାଇଟି ଫର ଓ୍ବାର୍ଲଡଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ(ସ୍ବିଫ୍ଟ)ର ମେସେଜିଂ ସିଷ୍ଟମକୁ ବ୍ୟବହାର କରିବା ପାଇଁ ଏହି ଅଧିକାରୀଙ୍କର କ୍ଷମତା ରହିଥିଲା।

ଉଡ଼ିଲା ଏୟାର ଓଡ଼ିଶାର ପ୍ରଥମ ଫ୍ଲାଇଟ୍‌

ଉଡ଼ିଲା ଏୟାର ଓଡ଼ିଶାର ପ୍ରଥମ ଫ୍ଲାଇଟ୍‌

ଅହମ୍ମଦାବାଦ,୧୭-୨(ପି.ଟି.)- କେନ୍ଦ୍ର ସରକାରଙ୍କ ଉଡେ ଦେଶକା ଆମ୍‌ ନାଗରିକ(ଉଡାନ୍‌) ଯୋଜନାରେ ଏୟାର ଓଡିଶା ଏହାର ପ୍ରଥମ ବିମାନ ଉଡାଣ ଆରମ୍ଭ କରିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ଫ୍ଲାଇଟକୁ ଶୁଭାରମ୍ଭ କରିଛନ୍ତି। ଓଡିଶାଭିତ୍ତିକ ଏହି କମ୍ପାନୀ ଉକ୍ତ ସେବା ଆରମ୍ଭ ସହ ଗୁଜରାଟର ଅହମ୍ମଦାବାଦ ଏବଂ ମୁନ୍ଦ୍ରା ମଧ୍ୟରେ ସଂଯୋଗ ସ୍ଥାପନ କରିବ। ୨୦୧୨ ନଭେମ୍ବରରେ ନନ୍‌ ସିଡ୍ୟୁଲ ଅପରେଟର ଭାବେ ଏୟାର ଓଡିଶା ସେବା ଆରମ୍ଭ କରିଥିଲା। ସରକାରଙ୍କ ଆଞ୍ଚଳିକ ସଂଯୋଗୀକରଣ ଯୋଜନା(ଆର୍‌ସିଏସ୍‌) ଅନ୍ତର୍ଗତ ଉଡାନ୍‌ରେ ବିମାନ ସେବା ଶୁଭାରମ୍ଭ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(ଡିଜିସିଏ)ଠାରୁ କମ୍ପାନୀ ଗତ ମଙ୍ଗଳବାର ଉଡାଣ ଅନୁମତି ଲାଭ କରିଛି।