ବାଣିଜ୍ୟ

ନୀରବ ମୋଦି ମାମଲାରେ ୨ ପିଏନ୍‌ବି ଅଧିକାରୀଙ୍କ ସହ ୩ ଗିରଫ

ନୀରବ ମୋଦି ମାମଲାରେ ୨ ପିଏନ୍‌ବି ଅଧିକାରୀଙ୍କ ସହ ୩ ଗିରଫ

ନୂଆଦିଲ୍ଲୀ,୧୭-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରେ ୧୧,୪୦୦ କୋଟି ଟଙ୍କାର ବେଆଇନ୍‌ ଆର୍ଥିକ କାରବାର ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରେ(ସିବିଆଇ) ଶନିବାର ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ବ୍ୟାଙ୍କର ଜଣେ ତତ୍କାଳୀନ ଡେପୁଟି ମ୍ୟାନେଜର ଅଛନ୍ତି। ତାଙ୍କ ନାଁ ଗୋକୁଳନାଥ ସେଟ୍ଟି ଏବଂ ସେ ବର୍ତ୍ତମାନ ଅବସରପ୍ରାପ୍ତ। ଅନ୍ୟ ଜଣେ ହେଉଛନ୍ତି ମନୋଜ୍‌ ଖରାଟ୍‌, ଯିଏକି ବ୍ୟାଙ୍କର ଜଣେ ସିଙ୍ଗିଲ୍‌ ଓ୍ବିଣ୍ଡୋ ଅପରେଟର୍‌।

ସ୍ଲୋଭାକିଆ ପ୍ରତିନିଧିଙ୍କ ଏଏସବିଏମ୍‌ ପରିଦର୍ଶନ

ସ୍ଲୋଭାକିଆ ପ୍ରତିନିଧିଙ୍କ ଏଏସବିଏମ୍‌ ପରିଦର୍ଶନ

ଭୁବନେଶ୍ୱର,୧୭-୨ ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌) ଠାରେ ଉତ୍କର୍ଷତାର ପଥ ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ବିମାନ ଚଳାଚଳ ସଙ୍ଗଠନ(ଆଇସିଏଓ) ପ୍ରାକ୍ତନ ନିର୍ଦ୍ଦେଶକ ବିବେକ ପଟ୍ଟନାୟକ, ଆଇସିଏଓ ପରିଷଦର ସ୍ଲୋଭାକିଆ ସ୍ଥାୟୀ ପ୍ରତିନିଧି ଓନ୍ଦ୍ରେଜ୍‌ ଫାବ୍ରିକି ଉକ୍ତ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ।

ନୀରବ ମୋଦି, ଚୋକ୍‌ସୀଙ୍କୁ ସମନ୍‌

ନୀରବ ମୋଦି, ଚୋକ୍‌ସୀଙ୍କୁ ସମନ୍‌

ବମ୍ବେ,୧୬-୨(ପି.ଟି.) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୧,୪୦୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ମାମଲାରେ ଜଡିତ ବିଲିୟନେୟାର ହୀରା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ମେହୁଲ୍‌ ଚୋକ୍‌ସୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ୁଛି। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହି ମାମଲାରେ ଉଭୟଙ୍କୁ ସମନ୍‌ ଜାରି କରିଛି। ଜାନୁୟାରୀ ପ୍ରଥମ ସପ୍ତାହରେ ଦେଶରୁ ଫେରାର୍‌ ହୋଇ ଯାଇଥିବା ମୋଦି ଏବଂ ଚୋକ୍‌ସୀଙ୍କୁ ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ) ଅଧୀନରେ ସମନ ଜାରି କରାଯାଇଛି। ସପ୍ତାହ ମଧ୍ୟରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏସିଆନ୍‌ ଫାଇନାନ୍ସିଆଲ୍‌ କ୍ରାଇସିସ୍‌ ଠାରୁ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏନ୍‌ପିଏ ସମସ୍ୟା ଆହୁରି ଜଟିଳ

ଏସିଆନ୍‌ ଫାଇନାନ୍ସିଆଲ୍‌ କ୍ରାଇସିସ୍‌ ଠାରୁ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏନ୍‌ପିଏ ସମସ୍ୟା ଆହୁରି ଜଟିଳ

ନୂଆଦିଲ୍ଲୀ,୧୬-୨ ୧୯୯୭ ମସିହାରେ ଏସିଆ ମହାଦେଶରେ ଏକ ବଡଧରଣର ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଥିଲା। ଏହାକୁ ଏସିଆନ୍‌ ଫାଇନାନ୍ସିଆଲ୍‌ କ୍ରାଇସିସ୍‌ ବୋଲି ଆଖ୍ୟା ଦିଆଯାଇଥିଲା। ଥାଇଲାଣ୍ଡ୍‌ରୁ ଆରମ୍ଭ ହୋଇଥିବା ଏହି ଅର୍ଥନୈତିକ ସଙ୍କଟ ଦ୍ୱାରା ଇଣ୍ଡୋନେସିଆ, ସାଉଥ୍‌ କୋରିଆ, ହଂକଂ, ମାଲେସିୟା, ଫିଲିପାଇନ୍ସ, ଜାପାନ ଆଦି ଦେଶ ପ୍ରଭାବିତ ହୋଇଥିଲେ। ଉକ୍ତ ସମୟରେ କେତେକ ଦେଶରେ ବୈଦେଶିକ ଋଣ ଏବଂ ଜିଡିପି ଅନୁପାତ ୧୦୦%ରୁ ୧୬୭%କୁ ବୃଦ୍ଧି ପାଇଥିଲା।

ଫେରାର ବ୍ୟବସାୟୀ

ଫେରାର ବ୍ୟବସାୟୀ

ବ୍ୟାଙ୍କରୁ ଋଣ ପାଇବା ପାଇଁ କ୍ଷୁଦ୍ର ତଥା ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ବିଭିନ୍ନ ନିୟମରେ ଛନ୍ଦିହେବାକୁ ପଡୁଛି। କିନ୍ତୁ ବଡବଡ ବ୍ୟବସାୟୀମାନେ ଅତି ସହଜରେ ବ୍ୟାଙ୍କରୁ ଋଣ ନେଇ ଅଏସ୍‌ କରୁଛନ୍ତି। ବିଜୟ ମାଲ୍ୟା ଭଳି ଲିକର ବାରନ ବର୍ଷ ବର୍ଷ ଧରି ଲଣ୍ଡନରେ ରାଜଭୋଗ କରୁଥିବା ବେଳେ ଭାରତ ସରକାର ତାଙ୍କୁ ଫେରାଇ ଆଣି ବାରେ ସଫଳ ହେଉନାହାନ୍ତି।

ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ ଆଉ ୮ ଅଧିକାରୀ ନିଲମ୍ବିତ

ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ ଆଉ ୮ ଅଧିକାରୀ ନିଲମ୍ବିତ

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡଧରଣର ଠକେଇର ଶିକାର ହୋଇଥିବା ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ ଏହାର ଆଉ ୮ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛି। ସେମାନଙ୍କ ମଧ୍ୟରୁ ଜଣେ ମହାପ୍ରବନ୍ଧକ ସ୍ତରର ଅଧିକାରୀ ହୋଇଥିବା ବେଳେ ଏହି ଠକାମୀରେ ସାମିଲ ଥିବା ସନ୍ଦେହରେ ସମସ୍ତଙ୍କୁ ନିଲମ୍ବନ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାକୁ ମିଶାଇ ମୋଟ ୧୮ଜଣ ଅଧିକାରୀ ଏବେ ସୁଦ୍ଧା ନିଲମ୍ବିତ କରାଯାଇଛି।

ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରସ୍ତୁତ ହେବ ରୋଡ୍‌ମ୍ୟାପ୍‌

ନୂଆଦିଲ୍ଲୀ,୧୬-୨(ପି.ଟି.) କୃଷି କ୍ଷେତ୍ର ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଏବଂ ଚାଷୀଙ୍କ ଆୟ କିପରି ୨୦୨୨ ସୁଦ୍ଧା ଦ୍ୱିଗୁଣିତ ହେବ ତାହା ଉପରେ ଆଲୋଚନା କରିବା ପାଇଁ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆସନ୍ତା ୧୯ ଏବଂ ୨୦ ତାରିଖରେ ହେବ। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଏଥିରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ।

ଚାଷୀଙ୍କୁ ଏମ୍‌ଏସ୍‌ପି ନିଶ୍ଚିତ କରିବାକୁ ଆସିବ ସ୍କିମ୍‌

ଚାଷୀଙ୍କୁ ଏମ୍‌ଏସ୍‌ପି ନିଶ୍ଚିତ କରିବାକୁ ଆସିବ ସ୍କିମ୍‌

ନୂଆଦିଲ୍ଲୀ,୧୬-୨(ପି.ଟି.) ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ଖୁବ୍‌ଶୀଘ୍ର ଏକ ସ୍କିମ୍‌ ଆଣିପାରନ୍ତି। ୧୫,୦୦୦ କୋଟି ଟଙ୍କାର ଏକ ଯୋଜନା ଘୋଷଣା ହୋଇପାରେ, ଯାହାକି ଚାଷୀଙ୍କୁ ସେମାନଙ୍କର ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ନିଶ୍ଚିତ କରାଇବ। ଖାଦ୍ୟଶସ୍ୟର ବଜାର ମୂଲ୍ୟ ଏହାର ପ୍ରକୃତ ମୂଲ୍ୟଠାରୁ ଖସିଲେ ବି ଚାଷୀଙ୍କୁ ସେମାନଙ୍କର ପରିଶ୍ରମର ଫଳ ପ୍ରଦାନ କରାଯିବ ବୋଲି ସୂତ୍ରରୁ ଜଣାଯାଇଛି।

 ଆଇଓବି ଏମ୍‌ଡିଙ୍କ ଓଡ଼ିଶା ଗସ୍ତ

ଆଇଓବି ଏମ୍‌ଡିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୧୬-୨ ଇଣ୍ଡିଆନ୍‌ ଓଭର୍‌ସିଜ୍‌ ବ୍ୟାଙ୍କ(ଆଇଓବି)ର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍‌. ସୁବ୍ରମଣ୍ୟ କୁମାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଫେବୃୟାରୀ ୧୮ରେ ଭୁବନେଶ୍ୱରରେ ପହଞ୍ଚିବେ।

ଓଜିବିର ନୂଆଗଁା ଶାଖାର ନୂତନ ଗୃହପ୍ରବେଶ

ଓଜିବିର ନୂଆଗଁା ଶାଖାର ନୂତନ ଗୃହପ୍ରବେଶ

ଭୁବନେଶ୍ୱର,୧୬-୧ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି), ନୂଆଗଁା ଶାଖାର ନୂତନ ଗୃହପ୍ରବେଶ ଏବଂ ଏଟିଏମ୍‌ ଉଦ୍‌ଘାଟିତ ହୋଇଯାଇଛି। ନୟାଗଡ ଜିଲ୍ଲାସ୍ଥିତ ଏହି ଶାଖାର ନୂତନ ଗୃହପ୍ରବେଶ ଏବଂ ନୂତନ ଏଟିଏମ୍‌କୁ ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକ ଉଦ୍‌ଘାଟନ କରିଛନ୍ତି। ସେ ଉପସ୍ଥିତ ସମସ୍ତ ଗ୍ରାହକ ଓ ହିତାଧିକାରୀଙ୍କୁ ଅଭିନନ୍ଦନ କରିବା ସହ ନୂଆଗଁା ଶାଖା କିଭଳି ଭାବେ ପୂର୍ବଭଳି ସ୍ଥାନୀୟ ଅଞ୍ଚଳର ଉନ୍ନତିରେ ସହାୟକ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଅଗ୍ରଣୀ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ଋଣ ମଞ୍ଜୁର କରିଥିଲେ।

ହୋଣ୍ଡା ଏକ୍ସ-ବ୍ଲେଡ୍‌ର ବୁକିଂ ଆରମ୍ଭ

ହୋଣ୍ଡା ଏକ୍ସ-ବ୍ଲେଡ୍‌ର ବୁକିଂ ଆରମ୍ଭ

ଭୁବନେଶ୍ୱର,୧୬-୨ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ନୂଆ ୧୬୦ ସିସି ସ୍ପୋର୍ଟି ମୋଟରସାଇକେଲ୍‌ ଏକ୍ସ-ବ୍ଲେଡ୍‌ର ବୁକିଂ ଆରମ୍ଭ ହୋଇଛି। ଏହାକୁ କମ୍ପାନୀ ଅଟୋ ଏକ୍ସପୋ ୨୦୧୮ରେ ଉନ୍ମୋଚନ କରିଥିଲା। ଗ୍ରାହକମାନେ ହୋଣ୍ଡା ଡିଲରଶିପ୍‌ରେ ଏକ୍ସ-ବ୍ଲେଡ୍‌ର ବୁକିଂ କରିପାରିବେ।

ଆଲ୍ଲାହାବାଦ ବ୍ୟାଙ୍କର ଆର୍ଥିକ ଫଳାଫଳ

ଆଲ୍ଲାହାବାଦ ବ୍ୟାଙ୍କର ଆର୍ଥିକ ଫଳାଫଳ

କଲିକତା,୧୬-୨ ୨୦୧୭ ଡିସେମ୍ବର ୩୧ରେ ଶେଷ ହୋଇଥିବା ତ୍ରୈମାସରେ ଆଲ୍ଲାହାବାଦ ବ୍ୟାଙ୍କର ମୋଟ ବ୍ୟବସାୟ ୩.୭୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହାର ପୂର୍ବ ତ୍ରୈମାସରେ ବ୍ୟାଙ୍କର ବ୍ୟବସାୟ ୩.୫୯ ଲକ୍ଷ କୋଟି ଟଙ୍କା ଥିଲା।

କଏନ୍‌ ଗ୍ରହଣ କରିବାକୁ ବ୍ୟାଙ୍କଗୁଡିକୁ ଆରବିଆଇ ନିର୍ଦ୍ଦେଶ

କଏନ୍‌ ଗ୍ରହଣ କରିବାକୁ ବ୍ୟାଙ୍କଗୁଡିକୁ ଆରବିଆଇ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬-୨(ପି.ଟି.) ବିଭିନ୍ନ ମୂଲ୍ୟର ଖୁଚୁରା କଏନ୍‌ ଗ୍ରହଣ ଲାଗି ବ୍ୟାଙ୍କଗୁଡିକ ଅନେକ ସମୟରେ ଅଗ୍ରାହ୍ୟ କରି ଦେଉଥିବା ଦେଖାଯାଉଛି। ଏହା ଫଳରେ ଲୋକମାନେ କଏନକୁ ନେଇ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ମାତ୍ର ଏବେ ଯଦି ଗ୍ରାହକଙ୍କଠାରୁ କୌଣସି ବ୍ୟାଙ୍କ କଏନ୍‌ ଗ୍ରହଣ କରିବାକୁ ମନା କରନ୍ତି ତେବେ ଉକ୍ତ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣା ଯାଇଛି। କଏନ୍‌ ଗ୍ରହଣ ଲାଗି ବ୍ୟାଙ୍କଗୁଡିକ ଅଗ୍ରାହ୍ୟ କରି ପାରିବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଏହାର ନିର୍ଦ୍ଦେଶରେ କହିଛି। କୌଣସି ବ୍ୟାଙ୍କ ଯଦି ନିୟମ ଅନୁପାଳନ କରୁ ନ ଥାନ୍ତି ତେବେ ସେହି ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ବଜାରରେ ସୋନି ଏକ୍ସପେରିଆ ଏଲ୍‌୨

ବଜାରରେ ସୋନି ଏକ୍ସପେରିଆ ଏଲ୍‌୨

ଭୁବନେଶ୍ୱର,୧୫-୨(ବ୍ୟୁରୋ) ସୋନି ଇଣ୍ଡିଆ ପକ୍ଷରୁ ଏହାର ନୂଆ ହ୍ୟାଣ୍ଡ୍‌ସେଟ୍‌ ଏକ୍ସପେରିଆ ଏଲ୍‌୨ର ଉନ୍ମୋଚନ ଏଠାରେ କରାଯାଇଛି। କମ୍ପାନୀର ଏମ୍‌ଡି କେନିସିରୋ ହିବି ଗୁରୁବାର ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହାର ଉନ୍ମୋଚନ କରିଥିଲେ। ଏହାର ମୂଲ୍ୟ ୧୯,୯୦୦ ଟଙ୍କା ରହିଛି। ଦୁଇଟି ରଙ୍ଗରେ ଏହା ଉପଲବ୍ଧ। ଏହି ଡିଭାଇସ୍‌ରେ ୮ ମେଗାପିକ୍ସେଲ ୧୨୦ ଡିଗ୍ରୀ ସୁପର୍‌-ଓ୍ବାଇଡ୍‌ ଆଙ୍ଗେଲ୍‌ ସେଲ୍‌ଫି କ୍ୟାମେରା ରହିଛି। ୧୩ ମେଗାପିକ୍ସେଲ ଏଫ୍‌୨.୦ ରିୟର୍‌ କ୍ୟାମେରା ଏଥିରେ ଅଛି। ୫.୫ ଇଞ୍ଚ ସ୍କ୍ରିନ୍‌ ଏଚ୍‌ଡି ଡିସ୍‌ପ୍ଲେ ଏବଂ ୩୩୦୦ ଏମ୍‌ଏଏଚ୍‌ ବ୍ୟାଟେରିରେ ଏହା ଆସୁଛି। ସେଲ୍‌ଫି ଲଭର୍‌ମାନଙ୍କ ନିକଟରେ ଏହା ନିଶ୍ଚିତ ଆଦୃତ ହେବ ବୋଲି ହିବି କହିଛନ୍ତି।

ପ୍ରିମିୟମ୍‌ ସେଗ୍‌ମେଣ୍ଟକୁ ଯାଉଛନ୍ତି ଓଡ଼ିଶା ଗ୍ରାହକ: ସୋନି ଇଣ୍ଡିଆ ଏମ୍‌ଡି

ପ୍ରିମିୟମ୍‌ ସେଗ୍‌ମେଣ୍ଟକୁ ଯାଉଛନ୍ତି ଓଡ଼ିଶା ଗ୍ରାହକ: ସୋନି ଇଣ୍ଡିଆ ଏମ୍‌ଡି

୧୯୯୪ରେ ସୋନି ଇଣ୍ଡିଆ ଭାରତରେ ଏହାର କାରବାର ଆରମ୍ଭ କରିଥିଲା। ଉକ୍ତ ସମୟରୁ ବର୍ତ୍ତମାନ ମଧ୍ୟରେ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍‌ ସେଗ୍‌ମେଣ୍ଟରେ ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପ୍ରିମିୟମ୍‌ ସେଗ୍‌ମେଣ୍ଟକୁ ଦୃଷ୍ଟିରେ ରଖି କମ୍ପାନୀ ଆଗକୁ ବଢ଼ୁଛି। ତେବେ ଓଡ଼ିଶା ବଜାରରେ ସୋନି ଉତ୍ପାଦକୁ ଭଲ ରେସ୍‌ପନ୍ସ ମିଳିଛି। ଏଠାକାର ଲୋକମାନେ ବେସିକ୍‌ରୁ ପ୍ରିମିୟମ୍‌ ସେଗ୍‌ମେଣ୍ଟକୁ ଆସିଲେଣି। ବଜାରରେ ବଡ ଧରଣର ପରିବର୍ତ୍ତନ ଦେଖାଦେଇଥିବାବେଳେ ଦେଶରେ କମ୍ପାନୀର ମୋଟ କାରବାରରେ ଓଡ଼ିଶା ବଜାରର ଉଲ୍ଲେଖନୀୟ ଅବଦାନ ରହିଥିବା କମ୍ପାନୀର ଏମ୍‌ଡି କେନିସିରୋ ହିବି ପ୍ରକାଶ କରିଛନ୍ତି।

ପାଇକାରୀ ମୁଦ୍ରାସ୍ଫୀତି ୨.୮୪%

ପାଇକାରୀ ମୁଦ୍ରାସ୍ଫୀତି ୨.୮୪%

ନୂଆଦିଲ୍ଲୀ,୧୫-୨(ପି.ଟି.) ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଫଳରେ ଚଳିତ କ୍ୟାଲେଣ୍ଡର ବର୍ଷର ଜାନୁୟାରୀ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୬ ମାସର ସର୍ବନିମ୍ନ ସ୍ତର ୨.୮୪%କୁ ଖସିଆସିଛି। ଗତବର୍ଷ ଜାନୁୟାରୀରେ ଏହା ୪.୨୬% ଥିଲା। ୨୦୧୭ ଡିସେମ୍ବରରେ ଏହା ୩.୫୮% ଥିଲା।

ଚଢ଼ାଉ:୫୦୦୦ କୋଟି ଟଙ୍କାର ଗହଣା ଜବତ

ଚଢ଼ାଉ:୫୦୦୦ କୋଟି ଟଙ୍କାର ଗହଣା ଜବତ

ବମ୍ବେ,୧୫-୨(ପି.ଟି.) ବିଲିୟନେୟାର ଜୁଏଲେରୀ ଡିଜାଇନର ନୀରବ ମୋଦି ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ନାଁରେ ୨୮୦ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଅଭିଯୋଗ ପରେ ଏହା କରାଯାଇଛି। ଏଜେନ୍ସିର ଅଧିକାରୀମାନେ ଗୁରୁବାର ସକାଳୁ ଚଢ଼ାଉ ଅଭିଯାନ ଆରମ୍ଭ କରିଥିଲେ। ନୀରବ ମୋଦିଙ୍କ କମ୍ପାନୀର ବିଭିନ୍ନ ଅଫିସ୍‌ ଏବଂ ତାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା।

ରପ୍ତାନିରେ ବୃଦ୍ଧି

ରପ୍ତାନିରେ ବୃଦ୍ଧି

ନୂଆଦିଲ୍ଲୀ,୧୫-୨(ପି.ଟି.) ଚଳିତ କ୍ୟାଲେଣ୍ଡର ବର୍ଷର ଜାନୁୟାରୀ ମାସରେ ଦେଶର ରପ୍ତାନିରେ ୯% ବୃଦ୍ଧି ଘଟିଛି। ଏହି ସମୟରେ ଦେଶରୁ ମୋଟ ୨୪.୩୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ବିଦେଶକୁ ରପ୍ତାନି ହୋଇଛି। ରାସାୟନିକ, ଇଞ୍ଜିନିୟରିଂ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦଗୁଡିକର ଉନ୍ନତ ପ୍ରଦର୍ଶନ ଯୋଗୁ ଏହି ଅଭିବୃଦ୍ଧି ଘଟିଛି।

ନୀରବ ମୋଦିଙ୍କ ଗହଣା ବ୍ରାଣ୍ଡ୍‌ ଆମ୍ବାସାଡର ଚୁକ୍ତିରୁ ଓହରିପାରନ୍ତି ପ୍ରିୟଙ୍କା

ନୀରବ ମୋଦିଙ୍କ ଗହଣା ବ୍ରାଣ୍ଡ୍‌ ଆମ୍ବାସାଡର ଚୁକ୍ତିରୁ ଓହରିପାରନ୍ତି ପ୍ରିୟଙ୍କା

ନୀରବ ମୋଦିଙ୍କ ବେଆଇନ ଆର୍ଥିକ କାରବାର ଘଟଣାର ପର୍ଦ୍ଦାଫାଶ ହେବା ପରେ ତାଙ୍କ ଗହଣା ବ୍ରାଣ୍ଡ୍‌ର ଆମ୍ବାସାଡର ପଦରୁ ବଲିଉଡ୍‌ ଅଭିନେତ୍ରୀ ପିୟଙ୍କା ଚୋପ୍ରା ଓହରିପାରନ୍ତି। ତାଙ୍କର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଆଇନଗତ ପରାମର୍ଶ ଲୋଡୁଛନ୍ତି।

ଜାନୁୟାରୀରୁ ଫେରାର ନୀରବ ମୋଦି

ଜାନୁୟାରୀରୁ ଫେରାର ନୀରବ ମୋଦି

ନୂଆଦିଲ୍ଲୀ,୧୫-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରେ ୧୧,୩୦୦ କୋଟି ଟଙ୍କାର ବେଆଇନ୍‌ ଅର୍ଥ କାରବାର ଘଟଣାରେ ମୁଖ୍ୟ କାର୍ପେଟ୍‌ ଦାର କୁହାଯାଉଥିବା ବିଲିୟନେୟାର୍‌ ଗହଣା ଡିଜାଇନର ନୀରବ ମୋଦି ଭାରତରୁ ଫେରାର ଅଛନ୍ତି। ପିଏନ୍‌ବି ପକ୍ଷରୁ ଜାନୁୟାରୀ ୨୯ରେ ୨୮୦ କୋଟି ଟଙ୍କାର ଜାଲ କାରବାରକୁ ନେଇ ମୋଦିଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ନିକଟରେ ଅଭିଯୋଗ ଦାୟର କରାଯାଇଥିଲା। କିନ୍ତୁ ଏହାର ଢେର ପୂର୍ବରୁ ଜାନୁୟାରୀ ୧ରୁ ମୋଦି ଦେଶ ଛାଡି ପଲାଇଛନ୍ତି ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଘଟଣା ୭ ବର୍ଷ ତଳର: ପିଏନ୍‌ବି ସିଏମ୍‌ଡି

ଘଟଣା ୭ ବର୍ଷ ତଳର: ପିଏନ୍‌ବି ସିଏମ୍‌ଡି

ନୂଆଦିଲ୍ଲୀ,୧୫-୨(ପି.ଟି.) ନୀରବ ମୋଦିଙ୍କ ବେଆଇନ୍‌ ଅର୍ଥକାରବାର ଏବେର ନୁହେଁ ବରଂ ଦୀର୍ଘ ୭ ବର୍ଷ ପୂର୍ବରୁ। ଏହି ଗହଣା ଡିଜାଇନରଙ୍କ ଜାଲିଆତି କାରବାର ୨୦୧୧ ମସିହାରୁ ଆରମ୍ଭ ହୋଇଛି ବୋଲି ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ କହିଛି। ଅନ୍ୟପକ୍ଷରେ ଗୁରୁବାର ଖବରଦାତାଙ୍କୁ ସୂଚନା ଦେଇ ପିଏନ୍‌ବିର ସିଏମ୍‌ଡି ସୁନିଲ ମେହେଟ୍ଟା କହିଛନ୍ତି, ମୋଦିଙ୍କ ବିରୋଧରେ ସମସ୍ତ ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବ୍ୟାଙ୍କ ଆଇନ୍‌ ସଂସ୍ଥାଗୁଡିକୁ ସାହାଯ୍ୟ କରିବ।

ଦୁଇଦିନରେ ପିଏନ୍‌ବିର ୮୦୦୦ କୋଟି କ୍ଷତି

ଦୁଇଦିନରେ ପିଏନ୍‌ବିର ୮୦୦୦ କୋଟି କ୍ଷତି

ନୂଆଦିଲ୍ଲୀ,୧୫-୨(ପି.ଟି.) ବଜାର ମୂଲ୍ୟ ହିସାବରେ ପିଏନ୍‌ବି ଦୁଇଦିନରେ ୮ ହଜାର କୋଟି ଟଙ୍କା ହରାଇଛି। ଏହି ପରିମାଣ ବ୍ୟାଙ୍କର ଏକ ବର୍ଷର ନେଟ୍‌ ଲାଭର ପ୍ରାୟ ୬ ଗୁଣ ହେବ ବୋଲି କୁହାଯାଉଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ବ୍ୟାଙ୍କର ଶେୟାର ମୂଲ୍ୟ ୧୦% ହ୍ରାସ ପାଇଥିବା ବେଳେ ଗୁରୁବାର ୧୨% ହ୍ରାସ ଘଟି ୧୨୮.୩୫ ଟଙ୍କାକୁ ଖସି ଆସିଛି।

 କାଉଣ୍ଟରପାର୍ଟିଙ୍କୁ ପିଏନ୍‌ବି ଦେବ ଟଙ୍କା

କାଉଣ୍ଟରପାର୍ଟିଙ୍କୁ ପିଏନ୍‌ବି ଦେବ ଟଙ୍କା

୧୧,୩୦୦ କୋଟି ଟଙ୍କାର ଏହି ଠକେଇ କାରବାରରେ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କକୁ ହିଁ ଭରଣା କରିବାକୁ ପଡିବ। ପିଏନ୍‌ବି ଏହି ଅର୍ଥରାଶୀ ଏହାର କାଉଣ୍ଟରପାର୍ଟି ବ୍ୟାଙ୍କକୁ ପ୍ରଦାନ କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନଦ୍ଦେର୍ର୍ଶ ଦେଇଛି। ଏ ସମ୍ପର୍କରେ ଜାଣିଥିବା ଦୁଇଜଣ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।

୯୦ ହଜାର ଦରଖାସ୍ତ ଆହ୍ବାନ କରୁଛି ଭାରତୀୟ ରେଳ

୯୦ ହଜାର ଦରଖାସ୍ତ ଆହ୍ବାନ କରୁଛି ଭାରତୀୟ ରେଳ

ନୂଆଦିଲ୍ଲୀ, ୧୫-୨(ପି.ଟି.) ଭାରତୀୟ ରେଳ ୯୦ ହଜାର ପଦବୀ ପୂରଣ ପାଇଁ ଦରଖାସ୍ତା ଆହ୍ବାନ କରୁଛି। ଲୋକୋ ପାଇଲଟ ଏବଂ ଟେକ୍ନିସିଆନ ମଧ୍ୟରେ ଫିଟର, କମାର, କ୍ରେନ୍‌ ଚାଳକ, ବଢେଇ, ଟ୍ରାକ୍‌ ମେଣ୍ଟେନର, ପଏଣ୍ଟମ୍ୟାନ୍‌, ହେଲ୍ପର ଏବଂ ଗେଟ୍‌ ମ୍ୟାନ ପଦବୀ ରହିଛି। ଗ୍ରୁପ୍‌ ସି ଦ୍ୱିତୀୟ ଶ୍ରେଣୀ ପଦବୀ ପାଇଁ ବୟସ ସୀମା ୧୮ରୁ ୨୮ ବର୍ଷ ଥିବା ବେଳେ ମାସିକ ବେତନ ୧୯,୯୦୦ ରୁ ୬୩,୨୦୦ ରହିଛି।