ବାଣିଜ୍ୟ

ଇ-ଫାଇଲିଂ ଲାଗି ପ୍ରସ୍ତୁତ ଆଇଟିଆର୧

ଇ-ଫାଇଲିଂ ଲାଗି ପ୍ରସ୍ତୁତ ଆଇଟିଆର୧

ନୂଆଦିଲ୍ଲୀ,୧୭-୪(ପି.ଟି.) ନୂଆ କରି ଆସିଥିବା ଆଇଟିଆର୧ ଫର୍ମ ଇ-ଫାଇଲିଂ ଲାଗି ପ୍ରସ୍ତୁତ ବୋଲି ଆୟକର ବିଭାଗ ପ୍ରକାଶ କରିଛି। ଏହି ଫର୍ମ ବିଶେଷ କରି ବେତନଭୋଗୀ ଟିକସଦାତାଙ୍କ ଲାଗି ଉଦ୍ଦିଷ୍ଟ ଥିବା ବେଳେ ଏହାକୁ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲରେ ଆକ୍ଟିଭେଟ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏପ୍ରିଲ ୫ର ଆୟକର ବିଭାଗ ଏକକ ଆଇଟିଆର ଫର୍ମ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା। ଅନ୍ୟ ରିଟର୍ନ ଫର୍ମଗୁଡିକ ଶୀଘ୍ର ଜାରି କରାଯିବ ବୋଲି ଅଧିକାରୀ ଜଣଙ୍କ ପ୍ରକାଶ କରିଛନ୍ତି।

ଭାରତ ପମ୍ପ ଅଂଶଧନ ବିକ୍ରି ଲାଗି ଇଓଆଇ ଆମନ୍ତ୍ରଣ

ଭାରତ ପମ୍ପ ଅଂଶଧନ ବିକ୍ରି ଲାଗି ଇଓଆଇ ଆମନ୍ତ୍ରଣ

ନୂଆଦିଲ୍ଲୀ,୧୭-୪(ପି.ଟି.) ଭାରତ ପମ୍ପରେ ରହିଥିବା ସରକାରଙ୍କ ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି ହେବ। ଏଥି ଲାଗି ସରକାର ଏକ୍ସପ୍ରେଶନ ଅଫ୍‌ ଇଣ୍ଟ୍ରେଷ୍ଟ (ଇଓଆଇ) ଜାରି କରିଛନ୍ତି। ଭାରତ ପମ୍ପ ବର୍ତ୍ତମାନ କ୍ଷତିରେ ଚାଲୁଥିବା ବେଳେ ଏହା ଲଘୁ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ରହିଛି। ଅଂଶଧନ କ୍ରୟ ଲାଗି ଆଗ୍ରହୀ ସଂସ୍ଥାଗୁଡିକ ମେ ୨୮ ମଧ୍ୟରେ ଇଓଆଇ ଦାଖଲ କରିବା ଲାଗି ନିର୍ଦ୍ଦେଶ ରହିଛି।

କମ୍ପୋଜିଶନ ଡିଲରଙ୍କ ଲାଗି ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

କମ୍ପୋଜିଶନ ଡିଲରଙ୍କ ଲାଗି ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୧୭-୪(ପି.ଟି.) ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରିଟର୍ନ ଫାଇଲିଂ ଲାଗି କମ୍ପୋଜିଶନ ସ୍କିମ୍‌ ଚୟନ କରିଥିବା ବାଣିଜ୍ୟ ସଂସ୍ଥାଗୁଡିକ ସକାଶେ ସରକାର ମଙ୍ଗଳବାର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି। ବାଣିଜ୍ୟ ସଂସ୍ଥାଗୁଡିକ ସେମାନଙ୍କ ଲାଗି ଉଦ୍ଦିଷ୍ଟ ରିଟର୍ନ ଫର୍ମରେ କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ତଥ୍ୟ ପ୍ରଦାନ କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ କହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରିଭର୍ସ ଚାର୍ଜ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନ ଥିବା ଯୋଗୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି ପରିଷଦ ବୈଠକରେ ଏହିଭଳି ନିଷ୍ପତ୍ତି ହୋଇଛି।

ରୋବୋ ଚୋରି କରିନେବ କର୍ମନିଯୁକ୍ତି

ରୋବୋ ଚୋରି କରିନେବ କର୍ମନିଯୁକ୍ତି

ନୂଆଦିଲ୍ଲୀ,୧୭-୪ ବର୍ତ୍ତମାନ ଅତ୍ୟାଧୁନିକ ଯନ୍ତ୍ରପାତି ତଥା ଜ୍ଞାନକୌଶଳ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ସ୍ବୟଂଚାଳିତ ଉପାୟରେ ସମ୍ପାଦିତ ହେଉଛି। ଏହା ମନୁଷ୍ୟ ସମାଜକୁ ବିଳାସମୟ ଓ ସୁଖ ସ୍ବାଚ୍ଛନ୍ଦ ଭରା ଜୀବନ ପ୍ରଦାନ କରୁଛି ସତ, କିନ୍ତୁ ଆଗାମୀ ଦିନରେ ଏହି ଅଟୋମେଶନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା ରୋବଟିକ୍ସ ହିଁ ମଣିଷ ପାଇଁ ବିପଦ ସୃଷ୍ଟି କରିବ। ଜନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ପାଇଁ କର୍ମ ନିଯୁକ୍ତି ଆବଶ୍ୟକ। କିନ୍ତୁ ଯାନ୍ତ୍ରିକ ଉପାୟ ହିଁ ଲୋକଙ୍କ ଠାରୁ କାମ ଛଡ଼ାଇ ନେଇ ବେକାର କରିଦେବ।

ପରିଚୟପତ୍ର ହୋଇପାରିବ ଇ-ଆଧାର

ପରିଚୟପତ୍ର ହୋଇପାରିବ ଇ-ଆଧାର

ନୂଆଦିଲ୍ଲୀ,୧୭-୪ ହିତାଧିକାରୀମାନେ ଚାହିଁଲେ ସେମାନଙ୍କ ପ୍ରକୃତ ଆଧାର କାର୍ଡ ପାଖରେ ନ ରଖି ଇ-ଆଧାର ମୋବାଇଲ୍‌ ଫୋନ୍‌ରେ ରଖି ପାରିବେ। ଏହାକୁ ସବୁସ୍ଥାନରେ ନିଜ ପରିଚୟପତ୍ର ଭାବେ ବ୍ୟବହାର କରିପାରିବେ। ଫଳରେ କୌଣସି କାରଣରୁ ଆଧାର କାର୍ଡ ହଜିଗଲେ ବା ନଷ୍ଟ ହୋଇଗଲେ ମଧ୍ୟ ବିଶେଷ ଅସୁବିଧା ନାହିଁ।

ରୋଟୋମାକ୍‌ ଠକେଇ ୬ ଅଧିକାରୀଙ୍କୁ ସିବିଆଇର ଜେରା

ରୋଟୋମାକ୍‌ ଠକେଇ ୬ ଅଧିକାରୀଙ୍କୁ ସିବିଆଇର ଜେରା

ନୂଆଦିଲ୍ଲୀ, ୧୭-୪(ପି.ଟି.) ରୋଟୋମାକ୍‌ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌ ବିଭିନ୍ନ ବ୍ୟାଙ୍କରୁ ବେଆଇନ୍‌ ଭାବେ ହାତେଇଥିବା ୨୯୧୯ କୋଟି ଋଣ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୬ଜଣକୁ ଜେରା କରିଛି। ଏଥିରେ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରବନ୍ଧନ ନିର୍ଦ୍ଦେଶକ ଏମ.ଡି ମାଲ୍ୟାଙ୍କ ସମେତ ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭି. ସନ୍ଥରମଣ ଓ ଆର୍‌.କେ. ବକ୍‌ଶୀ ଅଛନ୍ତି।

୩୫୦ ଟଙ୍କା ବଢ଼ିଲା ସୁନା

୩୫୦ ଟଙ୍କା ବଢ଼ିଲା ସୁନା

ନୂଆଦିଲ୍ଲୀ,୧୭-୪(ପି.ଟି.) ଅକ୍ଷୟତୃତୀୟା ପାଇଁ ଗହଣା ବ୍ୟବସାୟୀମାନଙ୍କ ମଧ୍ୟରେ ଚାହିଦା ବଳବତ୍ତର ହେବା ଫଳରେ ମଙ୍ଗଳବାର ସୁନା ଦରରେ ବୃଦ୍ଧି ଘଟିଛି। ୧୦ ଗ୍ରାମ ପିଛା ଏଥିରେ ୩୫୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ଏହା ୩୨,୩୫୦ ଟଙ୍କା ହୋଇଛି।

ଏଟିଏମ୍‌ ଖାଲି ଯୋଗୁ ସମସ୍ୟାରେ ସରକାର, ବ୍ୟାଙ୍କରେ ପର୍ଯ୍ୟାପ୍ତ ଟଙ୍କା ଅଛି କହିଲେ ଜେଟଲୀ

ଏଟିଏମ୍‌ ଖାଲି ଯୋଗୁ ସମସ୍ୟାରେ ସରକାର, ବ୍ୟାଙ୍କରେ ପର୍ଯ୍ୟାପ୍ତ ଟଙ୍କା ଅଛି କହିଲେ ଜେଟଲୀ

ନୂଆଦିଲ୍ଲୀ,୧୭।୪- ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ଏଟିଏମ୍‌ଗୁଡିକରେ ଅଚାନକ କ୍ୟାଶ ଖାଲି ହେବାର ଖବର ଶୁଣିବାକୁ ମିଳୁଛି। ବିମୁଦ୍ରୀକରଣ ସମୟରେ ନଗଦ ଅର୍ଥ ଅଭାବ ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଟିଏମ୍‌ଗୁଡିକରେ ଏଭଳି ଅସୁବିଧା ଯୋଗୁ ଘରୋଇ ବଜାରରେ ପୁଣି ନଗଦର ଅଭାବ ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ବଜାରରେ ନଗଦ ଅଭାବକୁ ପୁଣି ଏକ ସଙ୍କଟ ବୋଲି ଲୋକମାନେ ବିବେଚନା କରୁଥିବା ବେଳେ ଏହି ଭଳି ପ୍ରସଙ୍ଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିକ୍ରିୟା ରଖିଛନ୍ତି।

ଶସ୍ତା ଡାଟା, ମାଗଣା କଲ୍‌ ସୁବିଧା ପରେ ଏବେ ଡିଟିଏଚ୍‌ ଉପରେ ଜିଓର ନଜର

ଶସ୍ତା ଡାଟା, ମାଗଣା କଲ୍‌ ସୁବିଧା ପରେ ଏବେ ଡିଟିଏଚ୍‌ ଉପରେ ଜିଓର ନଜର

ନୂଆଦିଲ୍ଲୀ,୧୭।୪- ଗ୍ରାହକଙ୍କୁ ଶସ୍ତା ଡାଟା, ମାଗଣା ଟେଲିକମ୍‌ ସେବା ଯୋଗାଇବା ପରେ ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରି କମ୍ପାନୀ ରିଲାଏନ୍ସ ଜିଓର ନଜର ଏବେ ଡିଟିଏଚ୍‌ ଉପରେ। ଘରୋଇ ବଜାରରେ ଶସ୍ତା ଡାଟା ସେବା ଦ୍ୱାରା ଲୋକପ୍ରିୟ ସ୍ଥିତିକୁ ଆସିଥିବା କମ୍ପାନୀ କିନ୍ତୁ ଏହାର ଯୋଜନାକୁ ଆହୁରି ଯୋରଦାର କରିବାକୁ ଯାଉଛି। ଘରୋଇ ବଜାରର ଡିଟିଏଚ୍‌ କ୍ଷେତ୍ରରେ ପ୍ରବେଶ ସହ ଟେଲିଭିଜନ ତଥା ବ୍ରଡ ବ୍ୟାଣ୍ଡ ଶୃଙ୍ଖଳାରେ ମଧ୍ୟ ନିଜର ଉପସ୍ଥିତିକୁ ଜାହିର କରିବାକୁ ପ୍ରସ୍ତୁତି ଜାରି ରଖିଛି। କମ୍ପାନୀ ଶୀଘ୍ର ଡିଟିଏଚ୍‌ ସେଟଅପ୍‌ ବକ୍ସ ଏବଂ ଆଇପି ଟିଭି ସେବା ଆଣିବ। ଏହି ସେବାଗୁଡିକ ବର୍ତ୍ତମାନ ପରୀକ୍ଷଣ ଭିତ୍ତିରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ବଜାରକୁ ଆସିଲା  ‘ଭିଭୋ ଓ୍ବାଇ୭୧’ ମୂଲ୍ୟ ୧୦,୯୯୯ ଟଙ୍କା

ବଜାରକୁ ଆସିଲା ‘ଭିଭୋ ଓ୍ବାଇ୭୧’ ମୂଲ୍ୟ ୧୦,୯୯୯ ଟଙ୍କା

ନୂଆଦିଲ୍ଲୀ,୧୭-୪: ପ୍ରମୁଖ ମୋବାଇଲ୍‌ ନିର୍ମାତା ଭିଭୋ ପକ୍ଷରୁ ଘରୋଇ ବଜାରକୁ ଆସିଛି ନୂଆ ଭିଭୋ ଓ୍ବାଇ୭୧। କମ୍ପାନୀର ପ୍ରଥମ ଓ୍ବାଇ ରେଞ୍ଜ ମୋବାଇଲ୍‌ ଭାବେ ଏହା ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍‌ ଅନ୍‌ଲକ୍‌ ସିଷ୍ଟମ୍‌ ସହିତ ବଜାରକୁ ଆସିଛି।

ବଜାରରେ ସୋନିର ଓ୍ବେରଲେସ୍‌ ସ୍ପିକର୍‌ ଓ ହେଡ୍‌ଫୋନ୍‌

ବଜାରରେ ସୋନିର ଓ୍ବେରଲେସ୍‌ ସ୍ପିକର୍‌ ଓ ହେଡ୍‌ଫୋନ୍‌

ନୂଆଦିଲ୍ଲୀ,୧୭-୪: ସୋନି ପକ୍ଷରୁ ବଜାରକୁ ଆସିଛି ଓ୍ବେରଲେସ୍‌ ସ୍ପିକର୍‌ ଏବଂ ହେଡ୍‌ଫୋନ୍‌। ହେଡ୍‌ଫୋନ୍‌ର ବଜାର ଦର ୨,୯୯୦ ଟଙ୍କା ରହିଥିବା ବେଳେ ସ୍ପିକର୍‌ର ମୂଲ୍ୟ ୭,୯୯୦ରୁ ଆରମ୍ଭ ହୋଇ ୧୨,୯୯୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନୁଆ ହେଡ୍‌ଫୋନ୍‌ ରେଞ୍ଜରେ ଡବ୍ଲ୍ୟୁଆଇ-ସି୩୦୦, ଡବ୍ଲ୍ୟୁଏଚ୍‌-ସିଏଚ୍‌୫୦୦, ଡବ୍ଲ୍ୟୁଏଚ୍‌-ସିଏଚ୍‌୪୦୦, ଡବ୍ଲ୍ୟୁଆଇ-ଏସ୍‌ପି୫୦୦, ଡବ୍ଲ୍ୟୁଆଇ-ଏସ୍‌ପି୬୦୦ଏନ୍‌ ଏବଂ ଡବ୍ଲ୍ୟୁଏଫ୍‌-ଏସ୍‌ପି୭୦୦ଏନ୍‌ ଭଳି ୬ଟି ଭିନ୍ନଭିନ୍ନ ମଡେଲ୍‌ ରହିଛି।

ଡ୍ରମ୍ସ କ୍ୟାମ୍ପସରେ ୧୧୩ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି

ଡ୍ରମ୍ସ କ୍ୟାମ୍ପସରେ ୧୧୩ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି

କଟକ,୧୭-୪: ଡ୍ରିମ୍ସ ସ୍ବଂୟଶାସିତ ବୈଷୟିକ ମହାବିଦ୍ୟାଳୟ ଏହାର ୨୦୧୮ ବ୍ୟାଚ୍‌ ବିଟେକ୍‌ ଛାତ୍ରୀଛାତ୍ରଙ୍କ ପାଇଁ କ୍ୟାମ୍ପସ ମନୋନୟନ ପ୍ରକ୍ରିୟା ଆୟୋଜନ କିରିଛି। ଏଥିରେ ଦେଶର ୨୬ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ସଂସ୍ଥା ଯୋଗ ଦେଇ ୧୧୩ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି।

ଏସ୍‌ବିଆଇର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ

ଏସ୍‌ବିଆଇର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୪ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପକ୍ଷରୁ ସୋମବାର ଏକ ଅଳିଆ ସ୍ଥାନାନ୍ତରଣ ଡମ୍ପର ପ୍ରଦାନ କରାଯାଇଛି। ସମ୍ବଲପୁର ଜିଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା ଏସ୍‌ଏମ୍‌ସି କମିଶନର ବିମଳେନ୍ଦୁ ରାୟଙ୍କୁ ଏହି ଡମ୍ପର ଚାବି ପ୍ରଦାନ କରିଛନ୍ତି।

ସରକାରଙ୍କ ଅପପୃଷ୍ଟି ସୁରକ୍ଷା ପଦକ୍ଷେପ: ପିଡିଏସ୍‌ ଯୋଗେ ମିଲିବ ଜଅ, ବାଜରା

ସରକାରଙ୍କ ଅପପୃଷ୍ଟି ସୁରକ୍ଷା ପଦକ୍ଷେପ: ପିଡିଏସ୍‌ ଯୋଗେ ମିଲିବ ଜଅ, ବାଜରା

ନୂଆଦିଲ୍ଲୀ, ୧୭-୪(ପି.ଟି.) ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌)ରେ ଜଅ ଏବଂ ବାଜରା ଭଳି ଶସ୍ୟକୁ ସ୍ଥାନିତ କରାଯିବ। ଗରିବ ପରିବାରକୁ ଅପପୃଷ୍ଟିରୁ ସୁରକ୍ଷା ଦେବା ପାଇଁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସାରା ଦେଶରେ ସମସ୍ତ ରାଶନ ବିତରଣ କେନ୍ଦ୍ରରେ ଚାଉଳ, ଗହମ ତଥା କିରୋସିନ୍‌ ସହିତ ଜଅ ଏବଂ ବାଜରା ଭଳି ପୁଷ୍ଟିକର ଶସ୍ୟ ମଧ୍ୟ ରିହାତି ଦରରେ ପ୍ରଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ପିଏନ୍‌ବିର ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୨% ବଢିଛି

ପିଏନ୍‌ବିର ଇଛାକୃତ ଖିଲାପକାରୀଙ୍କ ସଂଖ୍ୟା ୨% ବଢିଛି

ନୂଆଦିଲ୍ଲୀ, ୧୭-୪(ପି.ଟି.) ବଡ଼ଧରଣର ଠକେଇ ସମ୍ମୁଖୀନ ହୋଇଥିବା ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଅଡୁଆ ବଢିବାରେ ଲାଗିଛି। ବ୍ୟାଙ୍କ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ୨୦୧୮ ଫେବ୍ରୁୟାରୀ ସୁଦ୍ଧା ଏହାର ଉଇଲ୍‌ଫୁଲ୍‌ ଡିଫଲ୍ଟ ଆମାଉଣ୍ଟ (ଯେଉଁ ଋଣ ଜାଣିଶୁଣି ଫେରାଯାଉ ନାହିଁ) ୨.୧% ବୃଦ୍ଧି ପାଇ ୧୪,୯୦୪.୬୫ କୋଟି ରେ ପହଞ୍ଚିଛି। ଜାଣିଶୁଣି ଫେରାଉ ନ ଥିବା ଋଣ କ୍ରେତାମାନେ ପ୍ରତ୍ୟେକ ୨୫ ଲକ୍ଷରୁ ଅଧିକ ଟଙ୍କା ନେଇଛନ୍ତି।

ପିଏନ୍‌ବି ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ପିଏନ୍‌ବି ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ଭୁବନେଶ୍ୱର,୧୭-୪ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏହାର ୧୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଧିକାରୀ ସଂଘ(ଏଆଇପଏନ୍‌ବିଓଏ) ପକ୍ଷରୁ ଦେଶର ୭୬ଟି ମଣ୍ଡଳରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ପିଏଫ୍‌ ଦାବି: ୧୦ ଲକ୍ଷରୁ ଅଧିକ ପାଇଁ ହୋଇପାରିବ ଅଫ୍‌ଲାଇନ୍‌ ଆବେଦନ

ପିଏଫ୍‌ ଦାବି: ୧୦ ଲକ୍ଷରୁ ଅଧିକ ପାଇଁ ହୋଇପାରିବ ଅଫ୍‌ଲାଇନ୍‌ ଆବେଦନ

ନୂଆଦିଲ୍ଲୀ,୧୭-୪ ପ୍ରୋଭିଡେଣ୍ଟ ଫଣ୍ଡ୍‌ରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଉଠାଇବାକୁ ଥିଲେ କର୍ମଚାରୀମାନେ ଅଫ୍‌ଲାଇନ୍‌ ଆବେଦନ କରିପାରିବେ। ପୂର୍ବରୁ ଏଥିପାଇଁ କେବଳ ଅନ୍‌ଲାଇନ୍‌ ଆବେଦନ ବ୍ୟବସ୍ଥା ଥିଲା। କର୍ମଚାରୀମାନଙ୍କୁ ଅଫ୍‌ଲାଇନ୍‌ ଆବେଦନର ବିକଳ୍ପ ପ୍ରଦାନ କରିବା ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଚଳିତ ମାସ ୧୩ରେ ଏକ ସର୍କୁଲାର୍‌ ଜାରି କରିଛି। ଇପିଏଫ୍‌ଓ ଏହାର ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରି କହିଛି, ଯେଉଁ ସଦସ୍ୟମାନେ ୧୦ ଲକ୍ଷ ଟଙ୍କାରୁ ଅଧିକ ପିଏଫ୍‌ ଦାବି କରୁଛନ୍ତି ସେମାନଙ୍କୁ ଅଫ୍‌ଲାଇନ୍‌ ଆବେଦନ କରିବାର ସୁଯୋଗ ପ୍ରଦାନ କରାଯାଉ।

ପାଇକାରୀ ମୁଦ୍ରାସ୍ଫୀତି ୨.୪୭%

ପାଇକାରୀ ମୁଦ୍ରାସ୍ଫୀତି ୨.୪୭%

ନୂଆଦିଲ୍ଲୀ,୧୭-୪(ପି.ଟି.) ଖାଦ୍ୟ ସାମଗ୍ରୀ ବିଶେଷ କରି ପନିପରିବା ଏବଂ ଡାଲି ଦର ଶସ୍ତା ହେବା ଫଳରେ ଗତ ମାସରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୨.୪୭%କୁ ହ୍ରାସ ପାଇଛି, ଯାହାକି ଫେବୃୟାରୀରେ ୨.୪୮% ଥିଲା। ୨୦୧୭ ମାର୍ଚ୍ଚରେ ଏହା ୫.୧୧% ରହିଥିଲା।

ଟଙ୍କାର ବିନିମୟ ମୂଲ୍ୟରେ ୨୯ ପଇସା ହ୍ରାସ

ଟଙ୍କାର ବିନିମୟ ମୂଲ୍ୟରେ ୨୯ ପଇସା ହ୍ରାସ

ବମ୍ବେ,୧୭-୪(ପି.ଟି.) ବାଣିଜ୍ୟକ ନିଅଣ୍ଟକୁ ନେଇ ଆଶଙ୍କା ଏବଂ ଅନ୍ୟାନ୍ୟ ବାହ୍ୟ ସମସ୍ୟା ମଧ୍ୟରେ ସୋମବାର ଟଙ୍କାର ବିନିମୟ ମୂଲ୍ୟରେ ବଡ ଧରଣର ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟରେ ୨୯ ପଇସା ହ୍ରାସ ଘଟିଛି। ଫଳରେ ଏହା ୬ ମାସର ସର୍ବନିମ୍ନ ସ୍ତର ୬୫.୪୯କୁ ଖସିଆସିଛି।

ବିଶ୍ୱ ବ୍ୟାଙ୍କ ରିପୋର୍ଟ:ଭାରତକୁ ବାର୍ଷିକ ୮.୧ ନିୟୁତ ନିଯୁକ୍ତି ଲୋଡା

ବିଶ୍ୱ ବ୍ୟାଙ୍କ ରିପୋର୍ଟ:ଭାରତକୁ ବାର୍ଷିକ ୮.୧ ନିୟୁତ ନିଯୁକ୍ତି ଲୋଡା

ନୂଆଦିଲ୍ଲୀ,୧୭-୪(ପି.ଟି.) ନିଯୁକ୍ତି ହାର ବଜାୟ ରଖିବା ପାଇଁ ଭାରତକୁ ପ୍ରତିବର୍ଷ ୮.୧ ନିୟୁତ ନିଯୁକ୍ତି ସୃଷ୍ଟି କରିବାକୁ ପଡିବ। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଚଳିତ ଆଥିକବର୍ଷ ଦେଶ ୭.୩% ଅଭିବୃଦ୍ଧି ହାସଲ କରିବ ଏବଂ ଏହାର ପରବର୍ତ୍ତୀ ଦୁଇ ବର୍ଷ ୭.୫% ଅଭିବୃଦ୍ଧି ନେଇ ବଢ଼ିବ ବୋଲି ଏହା ଆକଳନ କରିଛି।

ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଭଡ଼ା ହ୍ରାସ

ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଭଡ଼ା ହ୍ରାସ

ନୂଆଦିଲ୍ଲୀ, ୧୭-୪ ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ଗତିମାନ ତଥା ତେଜସ ଭଳି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ରେଳ ଭଡ଼ା ପୂର୍ବତୁଳନାରେ ଏଥର କମ ହେବ। ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟେରିଂ ଆଣ୍ଡ୍‌ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ଖାଦ୍ୟ ପଦାର୍ଥ ଉପରେ ଏପ୍ରିଲ୍‌ ୧୬ରୁ ଜିଏସ୍‌ଟି ହ୍ରାସ କରିଥିବାରୁ ଏହି ସୁବିଧା ଯାତ୍ରୀମାନେ ଲାଭ କରି ପାରିବେ।

ଦେଶରେ ସବୁଠୁ ଅଧିକ ବେତନ ଦେଉଛି ବାଙ୍ଗାଲୋର

ଦେଶରେ ସବୁଠୁ ଅଧିକ ବେତନ ଦେଉଛି ବାଙ୍ଗାଲୋର

ନୂଆଦିଲ୍ଲୀ,୧୬-୪ ଭାରତରେ ସବୁଠାରୁ ଅଧିକ ବେତନ ପ୍ରଦାନ କରୁଥିବା ସହର ହେଉଛି ବାଙ୍ଗାଲୋର। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ସବୁଠାରୁ ଅଧିକ ବେତନଭୋଗୀ। ରାଣ୍ଡଷ୍ଟାଡ୍‌ ଇନ୍‌ସାଇଟ୍ସ ଗବେଷଣା ସଂସ୍ଥା ଏକ ରିପୋର୍ଟରେ ଏହା ଦର୍ଶାଇଛି। ଏଥିରେ କୁହାଯାଇଛି, ବାଙ୍ଗାଲୋରଭିତ୍ତିକ କମ୍ପାନୀଗୁଡିକ ବିଭିନ୍ନ କ୍ଷେତ୍ର ଓ ବର୍ଗର ଟ୍ୟାଲେଣ୍ଟ୍‌ ପାଇଁ ବର୍ଷକୁ ପାଖାପାଖି ୧୦ ଲକ୍ଷ ୮ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପଛକୁ ପୁଣେ, ନୂଆଦିଲ୍ଲୀ, ବମ୍ବେ, ମାଡ୍ରାସ, ହାଇଦ୍ରାବାଦ ଏବଂ କଲିକତା ଭଳି ସହର ଅଛନ୍ତି। ଏହି ସହରଗୁଡିକ ଯଥାକ୍ରମେ, ୧୦.୩ ଲକ୍ଷ, ୯.୯ ଲକ୍ଷ, ୯.୯ ଲକ୍ଷ, ୯.୨ ଲକ୍ଷ, ୮ ଲକ୍ଷ, ୭.୯ ଲକ୍ଷ ଏବଂ ୭.୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ଇ-ଯାନ ଚାର୍ଜିଂ ଷ୍ଟେଶନ ପାଇଁ ଲୋଡା ନାହିଁ ଲାଇସେନ୍ସ

ଇ-ଯାନ ଚାର୍ଜିଂ ଷ୍ଟେଶନ ପାଇଁ ଲୋଡା ନାହିଁ ଲାଇସେନ୍ସ

ନୂଆଦିଲ୍ଲୀ, ୧୬-୪(ପି.ଟି.) ବିଦ୍ୟୁତ୍‌ ଚାଳିତ ଯାନ ବା ଇ-ଭେଇକିଲ୍‌ ଗୁଡିକ ପାଇଁ ଚାର୍ଜିଂ ଷ୍ଟେଶନ ହେଉଛି ଏକ ପ୍ରମୁଖ ଆବଶ୍ୟକତା। ଏହି ଚାର୍ଜିଂ ଷ୍ଟେଶନ ପାଇଁ କୌଣସି ପ୍ରକାର ଲାଇସେନ୍ସ ଆବଶ୍ୟକ ନାହିଁ। ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଇଲେକ୍ଟ୍ରିସିଟି ଆକ୍ଟ ଅନୁସାରେ ବିଦ୍ୟୁତ୍‌ ସଂଚାରଣ, ବିତରଣ ଏବଂ ବ୍ୟବସାୟ ପାଇଁ ଲାଇସେନ୍ସ ଆବଶ୍ୟକ। କିନ୍ତୁ ଉପରୋକ୍ତ ତିନୋଟି ଶ୍ରେଣୀରେ ଚାର୍ଜିଂ ଷ୍ଟେଶନ ଅନ୍ତର୍ଭୁକ୍ତ ନୁହେଁ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି।

ଶ୍ରୀନିବାସନ ଭେଙ୍କଟକ୍ରିଷ୍ଣନ୍‌ ବେଦାନ୍ତ ରିସୋର୍ସେସ୍‌ ସିଇଓ

ଶ୍ରୀନିବାସନ ଭେଙ୍କଟକ୍ରିଷ୍ଣନ୍‌ ବେଦାନ୍ତ ରିସୋର୍ସେସ୍‌ ସିଇଓ

ନୂଆଦିଲ୍ଲୀ,୧୬-୪(ପି.ଟି.) ଅନିଲ ଅଗ୍ରଓ୍ବାଲଙ୍କ ନେତୃତ୍ୱାଧୀନ ବେଦାନ୍ତ ରିସୋର୍ସେସ୍‌ ଏହାର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ) ଭାବେ ଶ୍ରୀନିବାସନ୍‌ ଭେଙ୍କଟକ୍ରିଷ୍ଣନ୍‌ଙ୍କ ନାମ ଘୋଷଣା କରିଛି। ମଧ୍ୟବର୍ତ୍ତୀକାଳୀନ ସିଇଓ କୁଲ୍‌ଦୀପ କୌରାଙ୍କ ସ୍ଥାନରେ ଭେଙ୍କଟକ୍ରିଷ୍ଣନ୍‌୍‌ ଅବସ୍ଥାପିତ ହେବେ। ସେ ବର୍ତ୍ତମାନ ଜୋହାନ୍ସବର୍ଗଭିତ୍ତିକ କମ୍ପାନୀ ଆଙ୍ଗ୍‌ଲୋଗୋଲ୍‌ଡ ଆଶାନ୍ତି ଲିମିଟେଡ୍‌ର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଆଙ୍ଗ୍‌ଲୋଗୋଲ୍‌ଡ ଆଶାନ୍ତି ବିଶ୍ୱର ଏକ ପ୍ରମୁଖ ସୁନା ଉତ୍ପାଦନକାରୀ ଭାବେ ଜଣା।