Dharitri News

ବାଣିଜ୍ୟ

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

ଭୁବନେଶ୍ୱର,୧୬-୧ କାନାରା ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟରେ ଚିତ୍ର କିଛି କହେ ଶୀର୍ଷକ ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନଗର ରାଜଭାଷା କମିଟି ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ବମ୍ବେ,୧୫-୧(ପି.ଟି.) ଏକଦା ଅନ୍ୟତମ ଦୀପ୍ତିମାନ ଶିଳ୍ପ ଭାବେ ପ୍ରତିପାଦିତ ହେଉଥିଲା ଦେଶର ଟେଲିକମ୍‌ ଶିଳ୍ପ। ନମ୍ବର ୧ ନିଯୁକ୍ତି ପ୍ରଦାନକାରୀ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ନିଜର ଚମକ ହରାଇଛି। ଅନିଶ୍ଚିତତା ମଧ୍ୟ ଦେଇ ଏହା ଗତି କରୁଛି।

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫-୧ ଆଗାମୀ ବଜେଟରେ ଅର୍ଥ ମନ୍ତ୍ରଣାଳୟ ସର୍ବନିମ୍ନ ବିକଳ୍ପ ଟିକସ(ମ୍ୟାଟ୍‌) ହ୍ରାସ କରିପାରେ। ଆମେରିକାର ଟିକସ ସଂସ୍କାର ଯୋଗୁ ବଜାର ଉପରେ ପଡୁଥିବା ପ୍ରଭାବକୁ ନଜରରେ ରଖି ସରକାର ଏହି ଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି।

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ନୂଆଦିଲ୍ଲୀ,୧୫-୧ ବଜେଟରେ ସରକାର ରିଲୟ ଇଷ୍ଟେଟକୁ ସରକାର ଶିଳ୍ପ ମାନ୍ୟତା ପ୍ରଦାନ କରିବା ଉଚିତ। ଏହା ସହ ଉକ୍ତ କ୍ଷେତ୍ରରେ ଚାଲୁ ରହିଥିବା ପ୍ରକଳ୍ପ ଉପରୁ ଜିଏସଟି ହ୍ରାସ, ସିଙ୍ଗିଲ ଓ୍ବିଣ୍ଡୋ ମଞ୍ଜୁରୀ ବ୍ୟବସ୍ଥା ପ୍ରଦାନ ଲାଗି ବ୍ୟବସ୍ଥା ମାନ କରନ୍ତୁ ବୋଲି ପ୍ରପର୍ଟି କନସଲଟାଣ୍ଟ ଆନାରକ୍‌ ପ୍ରସ୍ତାବ ଦେଇଛି।

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ନୂଆଦିଲ୍ଲୀ,୧୫-୧ ବଜେଟରେ ସୁନା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ହ୍ରାସ ସପକ୍ଷରେ ବାଣିଜ୍ୟ ମନ୍ତ୍ରଣାଳୟ ରହିଛି। ଆମଦାନୀ ଟିକସ ହ୍ରାସ ଦ୍ୱାରା ସୁନା ଗହଣା ରପ୍ତାନିକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁନା ଉପରେ ୧୦% ଆମଦାନୀ ଟିକସ ଲାଗୁ ହେଉଛି।

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ବମ୍ବେ,୧୫-୧ ଆସନ୍ତା ମାସ ୯ରୁ ୧୪ ତମ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ। ଏହା ଫେବୃୟାରୀ ୧୪ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ୨୪ଟି ନୂଆ ମଡେଲ ବଜାରକୁ ଆସିବ ବୋଲି ଆଶା କରାଯାଉଛି।

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୧୫-୧ ଓଡିଶା ଜୀବିକା ମିଶନ (ଓଏଲ୍‌ଏମ୍‌) ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସଂକ୍ରାନ୍ତ କର୍ମଶାଳା ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳାଙ୍କ ବିକାଶ ଲାଗି ଜୀବିକା ମାଧ୍ୟମରେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଢାକା,୧୫-୧ ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଟିଆଗୋର ଏଏମ୍‌ଟି ଭାରିଆଣ୍ଟ ବଜାରକୁ ଆସିଛି। ନୂଆ ମଡେଲଟିରେ ଗ୍ରାହକମାନେ ଆକର୍ଷକ ଡିଜାଇନ୍‌, ଅତ୍ୟାଧୁନିକ ଟେକ୍ନୋଲୋଜି, ଡ୍ରାଇଭିଂ ଡାଇନାମିକ୍ସ, ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହୋଇପାରିବେ।

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଭୁବନେଶ୍ୱର, ୧୫-୧ ୯୧୬ ଇପାରି ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ଶୋ’ରୁମ୍‌କୁ ନବୀକରଣ କରି ଲାବନ୍ୟ ବ୍ରାଣ୍ଡ୍‌ ନାମରେ ସୋମବାର ଉଦ୍‌ଘାଟନ କରିଛି। ଖାରବେଳ ନଗରସ୍ଥିତ ଏହି ଶୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରଉତଲା ଏବଂ ଲାବନ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ବମ୍ବେ,୧୫-୧(ପିଟି) ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁସାରେ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେତେ ପରିମାଣର ପୁଞ୍ଜି ନିବେଶ ହେଉଛି ସେଥିରେ ସରକାରୀ ଅଂଶ ମାତ୍ର ୩୦% ମଧ୍ୟରେ ସୀମିତ। ଏହାକୁ ବୃଦ୍ଧି କରିବା ପାଇଁ ୨୦୧୮-୧୯ ସାଧାରଣ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇ ପାରେ। ହସ୍ପିଟାଲ ବିଲ୍ଡିଂ ନିର୍ମାଣ, ଭିତ୍ତିଭୂମି ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ସରକାରୀ ସୂତ୍ରରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା ଆଶା କରାଯାଉଛି।

ରେକର୍ଡ ସ୍ତରରେ ତୈଳ ଦର

ରେକର୍ଡ ସ୍ତରରେ ତୈଳ ଦର

ନୂଆଦିଲ୍ଲୀ, ୧୫-୧ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୬୧.୭୪ ଟଙ୍କାକୁ ବୃୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଦର ୭୧.୧୮ ଟଙ୍କାକୁ ବୃଦ୍ଧି ପାଇଛି।

୧୭ରେ ହେବ ନାବାର୍ଡର ବାର୍ଷିକ ଋଣ ସମ୍ମିଳନୀ

୧୭ରେ ହେବ ନାବାର୍ଡର ବାର୍ଷିକ ଋଣ ସମ୍ମିଳନୀ

ଭୁବନେଶ୍ୱର,୧୫-୧ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ)ର ‘ବାର୍ଷିକ ରାଜ୍ୟ ଋଣ ସମ୍ମିଳନୀ ୨୦୧୮-୧୯’ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବେ।

ଡିସେମ୍ବରରେ ସୁନା ଆମଦାନୀ ୭୨% ବୃଦ୍ଧି

ଡିସେମ୍ବରରେ ସୁନା ଆମଦାନୀ ୭୨% ବୃଦ୍ଧି

ନୂଆଦିଲ୍ଲୀ,୧୫-୧(ପି.ଟି.) ୨୦୧୭ ଡିସେମ୍ବରରେ ଦେଶର ସୁନା ଆମଦାନୀ ୭୧.୫୨% ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ଦର ହ୍ରାସ କାରଣରୁ ଏହି ସମୟରେ ୩.୩୯ ବିଲିୟନ ଡଲାର ମୂଲ୍ୟର ସୁନା ଆମଦାନୀ ହୋଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ବିଭିନ୍ନ ରାଷ୍ଟ୍ରରେ ପରିଚୟପତ୍ର

ବିଭିନ୍ନ ରାଷ୍ଟ୍ରରେ ପରିଚୟପତ୍ର

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆଧାର କାର୍ଡ ଆରମ୍ଭରୁ ବିବାଦରେ ରହିଆସିଛି। ଆଧାର ବିବରଣୀ ଲିକ୍‌ ହୋଇପାରେ ବୋଲି ବିଭିନ୍ନ ସମୟରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଆଧାର ତଥା ଏଭଳି ପରିଚୟପତ୍ରଗୁଡିକ ପାଇଁ ନାଗରିକଙ୍କ ବ୍ୟକ୍ତିଗତ ବିବରଣୀଗୁଡିକୁ ଏକତ୍ରିତ କରାଯାଇଥାଏ। ଏହି ବିବରଣୀଗୁଡିକ ଲିକ୍‌ ହୋଇଯିବା ଆଶଙ୍କା ଖାଲି ଭାରତରେ ନୁହେଁ ଅନ୍ୟ ରାଷ୍ଟ୍ରଗୁଡିକରେ ମଧ୍ୟ ପ୍ରକାଶ ପାଇଛି।

ପାଇକାରୀ ମୁଦ୍ରାସ୍ଫୀତି ୩.୫୮%

ପାଇକାରୀ ମୁଦ୍ରାସ୍ଫୀତି ୩.୫୮%

ନୂଆଦିଲ୍ଲୀ,୧୫-୧(ପି.ଟି.) ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଫଳରେ ଗତ ଡିସେମ୍ବରରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ୩.୫୮%କୁ ଖସିଆସିଛି। ୩ ମାସର ଏହା ସର୍ବନିମ୍ନ ସ୍ତର। ତେବେ ପାଇକାରୀ ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ ଯୋଗୁ କୃଷି ଯୋଗାଣ ଚେନ୍‌କୁ ସୁଦୃଢ଼ କରିବା ନିମନ୍ତେ ବଜେଟ୍‌ରେ ପଦକ୍ଷେପ ନେବା ପାଇଁ ଶିଳ୍ପ ସରକାରଙ୍କ ନିକଟରେ ଦାବି କରିପାରେ।

ସୁଧ ହାର ହ୍ରାସ ଲାଗି ଶିଳ୍ପଜଗତର ଦାବି

ସୁଧ ହାର ହ୍ରାସ ଲାଗି ଶିଳ୍ପଜଗତର ଦାବି

ନୂଆଦିଲ୍ଲୀ,୧୫-୧(ପି.ଟି.) ଦେଶର ପାଇକାରୀ ମୁଦ୍ରାସ୍ଫୀତି ୩ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏଭଳି ସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ପରବର୍ତ୍ତୀ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାର ହ୍ରାସ କରିବା ଦରକାର ବୋଲି ଶିଳ୍ପସମୂହ ଦାବି କରିଛନ୍ତି।

ବିଓବି ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ

ବିଓବି ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ

ଭୁବନେଶ୍ୱର,୧୪-୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା(ବିଓବି), ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସମାରୋହରେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ସୁଧାଂଶୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ରପ୍ତାନିରେ ୧୨.୩୬% ବୃଦ୍ଧି

ରପ୍ତାନିରେ ୧୨.୩୬% ବୃଦ୍ଧି

ନୂଆଦିଲ୍ଲୀ,୧୫-୧(ପି.ଟି.) ଇଞ୍ଜିନିୟରିଂ ତଥା ପେଟ୍ରୋଲିୟମ୍‌ ଉତ୍ପାଦ କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଯୋଗୁ ଗତ ଡିସେମ୍ବରରେ ଦେଶର ମୋଟ୍‌ ରପ୍ତାନିରେ ୧୨.୩୬% ବୃଦ୍ଧି ଘଟିଛି। ଏହି ସମୟରେ ଦେଶରୁ ୨୭.୦୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ହୋଇଛି।

ଯବାନଙ୍କ ଉଦ୍ଦେଶ୍ୟରେ ଏଲ୍‌ଜିର ‘କର୍‌ ସଲାମ୍‌ ଅଭିଯାନ’

ଯବାନଙ୍କ ଉଦ୍ଦେଶ୍ୟରେ ଏଲ୍‌ଜିର ‘କର୍‌ ସଲାମ୍‌ ଅଭିଯାନ’

ନୂଆଦିଲ୍ଲୀ,୧୫-୧ ପ୍ରମୁଖ କଞ୍ଜ୍ୟୁମର ଡ୍ୟୁରେବଲ୍‌ ବ୍ରାଣ୍ଡ୍‌ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ‘କର୍‌ ସଲାମ୍‌ ଅଭିଯାନ’ର ଶୁଭାରମ୍ଭ ସହିତ ଦେଶର ୬୯ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି।

ଜୁଲାଇରୁ ଆଧାର ପାଇଁ ଫେସ୍‌ ଅଥେଣ୍ଟିକେଶନ୍‌

ଜୁଲାଇରୁ ଆଧାର ପାଇଁ ଫେସ୍‌ ଅଥେଣ୍ଟିକେଶନ୍‌

ନୂଆଦିଲ୍ଲୀ,୧୫-୧(ପି.ଟି.) ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧୀକରଣ(ୟୁଆଇଡିଏଆଇ) ଆଧାରକୁ ନେଇ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଙ୍ଗୁଠିଛାପ ଏବଂ ଆଖିର ରେଟିନା ସହିତ ଆଧାର ଅଥେଣ୍ଟିକେଶନ୍‌ ପାଇଁ ଏବେ ଚେହେରାକୁ ଅନ୍ୟ ଏକ ବିକଳ୍ପ ଭାବେ ନିଆଯାଇପାରିବ। ଅର୍ଥାତ୍‌ ଆଧାର ନମ୍ବରଧାରୀଙ୍କୁ ସେମାନଙ୍କ ଚେହେରା ମାଧ୍ୟମରେ ଚିହ୍ନଟ କରାଯାଇପାରିବ।

ବୁଧବାର ହେବ ଜିଏସ୍‌ଟିଏନ୍‌ ସଂକ୍ରାନ୍ତ ସମୀକ୍ଷା

ବୁଧବାର ହେବ ଜିଏସ୍‌ଟିଏନ୍‌ ସଂକ୍ରାନ୍ତ ସମୀକ୍ଷା

ନୂଆଦିଲ୍ଲୀ,୧୫-୧- ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ନେଟ୍‌ଓ୍ବର୍କ ସମ୍ପର୍କିତ ବିଭିନ୍ନ ବୈଷୟିକ ସମସ୍ୟା ଉପରେ ସମୀକ୍ଷା କରାଯିବ। ଏଥିପାଇଁ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀଗୋଷ୍ଠୀ ବୁଧବାର ଏକାଠି ହେବେ।

ଅଭିବୃଦ୍ଧି ଜୀବନଧାରଣ ମାନ ବୃଦ୍ଧି କରେନାହିଁ: ଜିନ୍‌ ଡ୍ରେଜ୍‌

ଅଭିବୃଦ୍ଧି ଜୀବନଧାରଣ ମାନ ବୃଦ୍ଧି କରେନାହିଁ: ଜିନ୍‌ ଡ୍ରେଜ୍‌

ନୂଆଦିଲ୍ଲୀ, ୧୪-୧(ପି.ଟି.) ଦେଶର ଅର୍ଥନୀତି ଅଭିବୃଦ୍ଧିଶୀଳ ହେଲେ ମଧ୍ୟ ଏହା ଜନସାଧାରଙ୍କ ଜୀବନଧାରଣ ମାନକୁ ଉନ୍ନତ କରି ନ ପାରେ। ଏଥିପାଇଁ ସକ୍ରିୟ ସାମାଜିକ ନୀତି ଏବଂ ଲୋକମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ପର୍ଯ୍ୟାପ୍ତ ପରିମାଣରେ ମିଳିବା ଦରକାର। ଭାରତରେ ଏହା ବାସ୍ତବ ରୂପ ନ ନଲେ କେବଳ ଆର୍ଥିକ ଅଭିବୃଦ୍ଧି ବୃୃହତ ଦରିଦ୍ର ଶ୍ରେଣୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିବ ନାହିଁ ବୋଲି କହିଛନ୍ତି ଅର୍ଥନୀତିଜ୍ଞ ଜିନ୍‌ ଡ୍ରେଜ୍‌।

ରିୟଲ ଇଷ୍ଟେଟ୍‌ରେ ଟିକସ ହ୍ରାସ ଆଶା

ରିୟଲ ଇଷ୍ଟେଟ୍‌ରେ ଟିକସ ହ୍ରାସ ଆଶା

ବମ୍ବେ, ୧୪-୧(ପି.ଟି.) ବିମୁଦ୍ରୀକରଣ, ଜିଏସ୍‌ଟି, ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଆକ୍ଟ ଭଳି ବିଭିନ୍ନ ଆର୍ଥିକ ସଂସ୍କାର ଫଳରେ ଦେଶରେ ରିୟଲଇଷ୍ଟେଟ୍‌ ଶିଳ୍ପ ମାତ୍ରାଧିକ ପ୍ରଭାବିତ ହୋଇଛି। ୨୦୧୮-୧୯ ବଜେଟ୍‌ରେ ଏହି କ୍ଷେତ୍ର ଉପରେ ଟିକସ ହ୍ରାସ ହେବା ନେଇ ଶିଳ୍ପ ପ୍ରତିନିଧିମାନେ ଆଶା କରୁଛନ୍ତି।