ବାଣିଜ୍ୟ

ଅଚଳ ନୋଟକୁ ନଷ୍ଟ କରୁଛି ଆର୍‌ବିଆଇ

ଅଚଳ ନୋଟକୁ ନଷ୍ଟ କରୁଛି ଆର୍‌ବିଆଇ

ନୂଆଦିଲ୍ଲୀ, ୧୮-୩(ପି.ଟି.) ୨୦୧୬ ନଭେମ୍ବର ୮ରେ ଅଚଳ ହୋଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମେଶିନ୍‌ ସାହାଯ୍ୟରେ ପ୍ରକ୍ରିୟାକରଣ କରି ଇଟା ଖଣ୍ଡ ପ୍ରସ୍ତୁତ କରୁଛି। ଆର୍‌ବିଆଇର ବିଭିନ୍ନ କାର୍ଯ୍ୟାଳୟରେ ଏହି ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା ରହିଛି।

ନୂତନ କୁଲିଂ ଉତ୍ପାଦ ବଜାର ପ୍ରବେଶ କଲା ଭୋଲ୍ଟାସ୍‌

ନୂତନ କୁଲିଂ ଉତ୍ପାଦ ବଜାର ପ୍ରବେଶ କଲା ଭୋଲ୍ଟାସ୍‌

ନୂଆଦିଲ୍ଲୀ, ୧୮-୩ ଦେଶର ପ୍ରମୁଖ ଏସି ବ୍ରାଣ୍ଡ୍‌ ଭୋଲ୍ଟାସ୍‌ ଚଳିତବର୍ଷ ପାଇଁ ଏହାର ‘ଭୋଲ୍ଟାସ୍‌ ଅଲ୍‌ ଷ୍ଟାର ଇନ୍‌ଭର୍ଟର ଏସି’ ବଜାର ପ୍ରବେଶ କରିଛି। ଇନ୍‌ଭର୍ଟର ଏସି, ସ୍ପ୍ଲିଟ୍‌ ଏସ୍‌ ଏବଂ ଓ୍ବିଣ୍ଡୋ ଏସି କ୍ଷେତ୍ରରେ କମ୍ପାନୀ ପାଖାପାଖି ୧୨୦ ଷ୍ଟକ୍‌ କିପିଙ୍ଗ୍‌ ୟୁନିଟ୍‌ ବଜାରକୁ ଆଣିଛି। ନୂତନ ରେଞ୍ଜ୍‌ର ଇନଭର୍ଟର ଏସି ୫୫ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିପାରିବ।

ପିଏନ୍‌ବି ଠକେଇ ମାମଲା, ୧୧ ଅଭିଯୁକ୍ତଙ୍କ ହାଜତ ମିଆଦ ୨୮କୁ ବୃଦ୍ଧି

ପିଏନ୍‌ବି ଠକେଇ ମାମଲା, ୧୧ ଅଭିଯୁକ୍ତଙ୍କ ହାଜତ ମିଆଦ ୨୮କୁ ବୃଦ୍ଧି

ନୂଆଦିଲ୍ଲୀ,୧୮-୩,(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ୧୨,୬୦୦ କୋଟି ଟଙ୍କାର ଋଣ ଘୋଟାଲା ମାମଲାରେ ସିବିଆଇର ସ୍ବତନ୍ତ୍ର ନ୍ୟାୟାଳୟ ୧୧ ଅଭିଯୁକ୍ତଙ୍କ ହାଜତ ମିଆଦକୁ ଚଳିତ ମାସ ୨୮ ଯାଏ ବୃଦ୍ଧି କରିଛନ୍ତି। ନୀରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମାମୁ ମେହୁଲ ଚୋକ୍‌ସୀ ପିଏନ୍‌ବିର କିଛି ଅଧିକାରୀଙ୍କ ସହ ମିଳିତ ହୋଇ ଲେଟର ଅଫ୍‌ ଅଣ୍ଡରଟେକିଂ ଏବଂ ଲେଟର ଅଫ୍‌ କେଡିଟ ଦ୍ୱାରା ଏହି ଭଳି ବଡ ଧରଣର ଘୋଟାଲା କରିବାକୁ ସକ୍ଷମ ହୋଇଥିଲେ। ଉକ୍ତ ମାମଲାରେ ନୀରବ ମୋଦିଙ୍କ ଫାର୍ମ ୬୫ ବିଲିୟନ ଏବଂ ଚୋକ୍‌ସୀଙ୍କ ଫାର୍ମ ୭୦.୮ ବିଲିୟନ ଠକେଇରେ ସମ୍ପୃକ୍ତ ଅଛନ୍ତି।

ଜୁଲାଇ-ଡିସେମ୍ବର ଜିଏସ୍‌ଟି ଫାଇଲିଂ, ଅନ୍ତିମ ରିଟର୍ନ ସହ ମେଳ ଖାଉଛି ମାତ୍ର ୧୬%

ଜୁଲାଇ-ଡିସେମ୍ବର ଜିଏସ୍‌ଟି ଫାଇଲିଂ, ଅନ୍ତିମ ରିଟର୍ନ ସହ ମେଳ ଖାଉଛି ମାତ୍ର ୧୬%

ନୂଆଦିଲ୍ଲୀ,୧୭-୩,(ପି.ଟି) ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ମାତ୍ର ୧୬% ସେଲସ ରିଟର୍ନ ଅନ୍ତିମ ରିଟର୍ନ ସହ ମେଳ ଖାଉଛି। ଜୁଲାଇ-ଡିସେମ୍ବର ମଧ୍ୟରେ ହୋଇଥିବା ପ୍ରାରମ୍ଭିକ ଜିଏସ୍‌ଟି ଫାଇଲିଂ ଅନ୍ତିମ ରିଟର୍ନ ସହ ମେଳ ଖାଉ ନ ଥିବା ଜଣା ଯାଇଛି। ଏହି ଭଳି ମାମଲାଗୁଡିକୁ ବର୍ତ୍ତମାନ ରାଜସ୍ବ ବିଭାଗ ତର୍ଜମା କରୁଛି। ମାମଲାଗୁଡିକରେ ସମ୍ଭାବ୍ୟ ଟିକସ ଫାଙ୍କିକୁ ରୋକିବା ଲାଗି ସରକାର ଏହି ଭଳି ଏକ ପଦକ୍ଷେପ ନେବେ ବୋଲି ଜଣାଯାଇଛି।

୧୧,୩୦୦ କୋଟି ବ୍ୟାଙ୍କ ଜମାର ଦାବିଦାର ନାହାନ୍ତି

୧୧,୩୦୦ କୋଟି ବ୍ୟାଙ୍କ ଜମାର ଦାବିଦାର ନାହାନ୍ତି

ବାଙ୍ଗାଲୋର,୧୮-୩,(ପି.ଟି) ଦେଶର ୬୪ ବ୍ୟାଙ୍କରେ ଥିବା ପ୍ରାୟ ୩ କୋଟିରୁ ଅଧିକ ଆକାଉଣ୍ଟରେ ଜମା ଥିବା ୧୧,୩୦୨ କୋଟି ଟଙ୍କାର କୌଣସି ଦାବିଦାର ନାହାନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପ୍ରଦାନ କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସବିଆଇ)ରେ ଏହି ଭଳି ଭାବେ ସର୍ବାଧିକ ୧୨୬୨ କୋଟି ଟଙ୍କା ରହିଛି। ସେହିଭଳି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଏହି ଭଳି ଦାବିଦାର ନ ଥିବା ଜମା ପରିମାଣ ୧୨୫୦ କୋଟି ।

ସଂଗ୍ରହ ହୋଇପାରେ ନିର୍ଦ୍ଦେଶକଙ୍କ ପାସପୋର୍ଟ ତଥ୍ୟ

ସଂଗ୍ରହ ହୋଇପାରେ ନିର୍ଦ୍ଦେଶକଙ୍କ ପାସପୋର୍ଟ ତଥ୍ୟ

ନୂଆଦିଲ୍ଲୀ,୧୮-୩,(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରେ ୧୨,୬୦୦ କୋଟି ଟଙ୍କାର ଋଣ ଘୋଟାଲାରେ ସମ୍ପୃକ୍ତ ଥାଇ ମଧ୍ୟ ନୀରବ ମୋଦି ଏବଂ ମେହୁଲ ଚୋକ୍‌ସୀଙ୍କ ଭଳି ବ୍ୟକ୍ତି ଦେଶ ଛାଡି ପଳାୟନ କରିବାକୁ ସମର୍ଥ ହୋଇଛନ୍ତି। ଏଭଳି ଘଟଣାର ଯେଉଁ ଭଳି ଭାବେ ପୁନରାବୃତ୍ତି ନ ହୁଏ ସେଥି ଲାଗି ସରକାର ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଏଥି ଅନ୍ତର୍ଗତ ଘରୋଇ ବଜାରର କମ୍ପାନୀଗୁଡିକର ବୋର୍ଡଗୁଡିକରେ ଅବସ୍ଥାପିତ ଥିବା ନିର୍ଦ୍ଦେଶକଙ୍କ ପାସପୋର୍ଟ ତଥ୍ୟ ସରକାର ସଂଗ୍ରହ କରିପାରନ୍ତି।

ରିକନେକ୍ଟର ଶକ୍ତି ସଞ୍ଚୟକାରୀ ଏସି ଶୃଙ୍ଖଳା

ରିକନେକ୍ଟର ଶକ୍ତି ସଞ୍ଚୟକାରୀ ଏସି ଶୃଙ୍ଖଳା

ଭୁବନେଶ୍ୱର,୧୮-୩, ପ୍ରମୁଖ ଏୟାରକଣ୍ଡିଶନର ନିର୍ମାଣକାରୀ କମ୍ପାନୀ ରିକନେକ୍ଟ ପକ୍ଷରୁ ନୂଆ ଶକ୍ତି ସଞ୍ଚୟକାରୀ ଏସି ଶୃଙ୍ଖଳା ବଜାରକୁ ଆସିଛି। ଏହି ଉତ୍ପାଦଗୁଡିକ ନୂତନ ଟେକ୍ନୋଲୋଜି ଭିତ୍ତିକ ହୋଇଥିବା ବେଳେ ଏଥିରେ ଗ୍ରାହକମାନେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଲାଭ କରିପାରିବେ।

ସି.ଭି.ରମଣ ଇଞ୍ଜିନିୟରିଂ କଲେଜ୍‌ର ବାର୍ଷିକ ଉତ୍ସବ

ସି.ଭି.ରମଣ ଇଞ୍ଜିନିୟରିଂ କଲେଜ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୧୮-୩- ସ୍ଥାନୀୟ ସି.ଭି.ରମଣ ଇଞ୍ଜିନିୟରିଂ କଲେଜ୍‌ର ବାର୍ଷିକ ଉତ୍ସବ ସେଲିଗାନ୍ସ-୨୦୧୮ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଏସ୍‌.ସି. ଜମିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

‘ହାଲ୍‌’ ଦେଶର ବୃହତ ପ୍ରତିରକ୍ଷା କମ୍ପାନୀ

‘ହାଲ୍‌’ ଦେଶର ବୃହତ ପ୍ରତିରକ୍ଷା କମ୍ପାନୀ

ବାଙ୍ଗାଲୋର,୧୮-୩ ଦେଶର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ପ୍ରତୀରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌(ହାଲ୍‌) ସର୍ବବୃହତ କମ୍ପାନୀରେ ପରିଣତ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ୨୦୧୬-୧୭ ଆର୍ଥିକ ବର୍ଷ ରିପୋର୍ଟ ଅନୁସାରେ ଏହା କୁହାଯାଇଛି।

ଜାଗି ମଙ୍ଗତ ପଣ୍ଡା ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା

ଜାଗି ମଙ୍ଗତ ପଣ୍ଡା ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷା

ଭୁବନେଶ୍ୱର, ୧୮-୩ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ)ର ପୂର୍ବଅଞ୍ଚଳ ପାଇଁ ଜାଗିମଙ୍ଗତ ପଣ୍ଡା ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି। କଲିକତାଠାରେ ଶନିବାର ସିଆଇଆଇର ପୂର୍ବାଞ୍ଚଳ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

ପ୍ରତିଶ୍ରୁତି ନୁହେଁ ପ୍ରବଞ୍ଚନା: ଓଲା, ଉବେର ଚାଳକ କରିବେ ଧର୍ମଘଟ

ପ୍ରତିଶ୍ରୁତି ନୁହେଁ ପ୍ରବଞ୍ଚନା: ଓଲା, ଉବେର ଚାଳକ କରିବେ ଧର୍ମଘଟ

ନୂଆଦିଲ୍ଲୀ, ୧୮।୩ : ଦେଶର ଓଲା ଓ ଉବେର ଗାଡ଼ି ଚାଳକମାନେ ରବିବାର ମଧ୍ୟରାତ୍ରରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି। ଧର୍ମଘଟରେ ବମ୍ବେ, ଦିଲ୍ଲୀ, ବାଙ୍ଗାଲୋର୍‌ ଆଦି ସହରର ଓଲା ତଥା ଉବେର ଗାଡ଼ି ଚାଳକ ସାମିଲ୍‌ ହେବେ। ଓଲା ଏବଂ ଉବେର ସଂସ୍ଥା ଗାଡ଼ି ଚାଳକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବେ ପ୍ରବଞ୍ଚନା ପାଲଟିଛି। ୫ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିଥିବା ଗାଡ଼ିଚାଳକମାନଙ୍କୁ ମାସକୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟର ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଏବେ ସେମାନେ ମାସିକ ଏହାର ଅଧା ଆୟ ମଧ୍ୟ କରି ପାରୁ ନ ଥିବା ଅଭିଯୋଗ କରିଛନ୍ତି।

ଆଧାର ନମ୍ବର ସେୟାରିଂ ବେଳେ ସାବଧାନ ରୁହ:ୟୁଆଇଡିଏଆଇ

ଆଧାର ନମ୍ବର ସେୟାରିଂ ବେଳେ ସାବଧାନ ରୁହ:ୟୁଆଇଡିଏଆଇ

ନୂଆଦିଲ୍ଲୀ,୧୬-୩,(ପି.ଟି) କୌଣସି ସେବା ଲାଭ କରିବା ପାଇଁ ଅନ୍‌ଲାଇନରେ ଆଧାର ନମ୍ବର ସେୟାରିଂ କରୁଛନ୍ତି କି? ତେବେ ଏପରି କରୁଥିଲେ ସାବଧାନତା ରକ୍ଷା କରନ୍ତୁ। ଆଧାର ଭଳି ବ୍ୟକ୍ତିଗତ ତଥ୍ୟ ଅନ୍‌ଲାଇନରେ ସେୟାରିଂ ବେଳେ ଆବଶ୍ୟକୀୟ ନିରାପତ୍ତା ରଖିବାକୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ଲୋକମାନଙ୍କୁ ପରାମର୍ଶ ଦେଇଛି।

ଟାଇର ମହିଳା ଉଦ୍ୟୋଗୀ କର୍ମଶାଳା ଉଦଯାପିତ

ଟାଇର ମହିଳା ଉଦ୍ୟୋଗୀ କର୍ମଶାଳା ଉଦଯାପିତ

ଭୁବନେଶ୍ୱର,୧୬-୩, ଦ ଇଣ୍ଡସ ଏଣ୍ଟରପ୍ରିନିୟର(ଟାଇ) ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେଉଥିବା ମହିଳା ଉଦ୍ୟୋଗୀ ଶସକ୍ତିକରଣ କର୍ମଶାଳା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଏମ୍‌ଏଲ୍‌ଏ ପ୍ରିୟଦର୍ଶୀ ମିଶ୍ର, ଆମେରିକା ସଂସ୍କୃତି ବ୍ୟାପାର ଦୂତାବାସର ପରାମର୍ଶଦାତା ଡ. କ୍ରେଗ ଏଲ ଡେକର ଯୋଗ ଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଓମେନ୍ସ ଇକୋନୋମିକ ଏମ୍‌ପାଓ୍ବାରମେଣ୍ଟ ଥ୍ରୋ ଏଣ୍ଟରପ୍ରିନିୟରସିପ୍‌ ୨.୦(ଏୟାର୍ସଓ୍ବି ) ରୋଡ ଶୋ ଅନ୍ତର୍ଗତ ଆୟୋଜନ କରାଯାଇଥିଲା।

ବର୍ଦ୍ଧିତ ବେକାରି ହାର ଭାରତର ଅଭିବୃଦ୍ଧି ପାଇଁ ବିପଦ

ବର୍ଦ୍ଧିତ ବେକାରି ହାର ଭାରତର ଅଭିବୃଦ୍ଧି ପାଇଁ ବିପଦ

ନୂଆଦିଲ୍ଲୀ,୧୭-୩ ଭାରତୀୟ ଅର୍ଥନୀତି ପାଇଁ ବର୍ଦ୍ଧିତ ବେକାରି ହାର ବିଧ୍ୱଂଶକାରୀ ସାବ୍ୟସ୍ତ ହେବ। ଏହା ଦେଶର ଅଭିବୃଦ୍ଧି ଆଗରେ ବାଧକ ହୋଇ ଛିଡା ହେବ। ଦେଶର ମାନୁଫ୍ୟାକ୍‌ଚରିଂ କ୍ଷେତ୍ରର ସମ୍ପ୍ରସାରଣ ନ ହେଲେ ଏହା ଦ୍ୱାରା ଦେଶରେ ବେକାରି ସମସ୍ୟା ଆହୁରି ଉତ୍କଟ ହେବ ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ୨୦୦୮ରେ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ‘ପଲ୍‌ କ୍ରୁଗ୍‌ମ୍ୟାନ୍‌’।

ଟାଟା ସନ୍ସରୁ ଇସ୍ତଫା ଦେଲେ ରଘୁରାମ୍‌ ରାଜନଙ୍କ ଭାଇ ମୁକୁନ୍ଦ ରାଜନ

ଟାଟା ସନ୍ସରୁ ଇସ୍ତଫା ଦେଲେ ରଘୁରାମ୍‌ ରାଜନଙ୍କ ଭାଇ ମୁକୁନ୍ଦ ରାଜନ

ଟାଟା ସନ୍ସର ଚିଫ୍‌ ଏଥିକ୍ସ ଅଫିସର ମୁକୁନ୍ଦ ରାଜନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ୪୯ ବର୍ଷୀୟ ମୁକୁନ୍ଦ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ଭାଇ। ତାଙ୍କର ଇସ୍ତଫାକୁ ନେଇ ପୂର୍ବରୁ ଅନୁମାନ କରାଯାଉଥିଲା।

ସାପ୍ତାହିକ ସମୀକ୍ଷା ସେନ୍‌ସେକ୍ସରେ ୧୩୧ ପଏଣ୍ଟ ହ୍ରାସ

ସାପ୍ତାହିକ ସମୀକ୍ଷା ସେନ୍‌ସେକ୍ସରେ ୧୩୧ ପଏଣ୍ଟ ହ୍ରାସ

ବମ୍ବେ:ବିଭିନ୍ନ ପ୍ରକାର ଅସ୍ଥିରତା ମଧ୍ୟରେ ଏଇ ସପ୍ତାହରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୧୩୧.୧୪ ପଏଣ୍ଟ ହ୍ରାସ ଘଟିଛି।

ଓଜିବିର ୭୫ ତମ ଏଟିଏମ୍‌ ଉଦ୍‌ଘାଟିତ

ଓଜିବିର ୭୫ ତମ ଏଟିଏମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)ର ଏକ ନୂତନ ଏଟିଏମ୍‌ ଉଦ୍‌ଘାଟିତ ହୋଇଯାଇଛି।

ଆଲୁମିନିୟମ୍‌ ବିକାଶ ପରିଷଦ ଗଠନ ପ୍ରସ୍ତାବ

ଆଲୁମିନିୟମ୍‌ ବିକାଶ ପରିଷଦ ଗଠନ ପ୍ରସ୍ତାବ

ଭୁବନେଶ୍ୱର,୧୭-୩ ସ୍ବତନ୍ତ୍ର ଆଲୁମିନିୟମ୍‌ ଆଲୟ ତଥା ଆଲୁମିନିୟମ୍‌ର କମ୍ପୋଜିଟ୍‌ଗୁଡିକର ବିକାଶ ଶୀର୍ଷକରେ ବମ୍ବେରେ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଇଟାଲୀର କନ୍‌ସୁଲ୍‌ ଜେନେରାଲ୍‌, ବିଭିନ୍ନ ଅନୁଷ୍ଠାନର ସିଇଓ ତଥା ବରିଷ୍ଠ ଅଧିକାରୀବୃନ୍ଦ ଆଲୁମିନିୟମ୍‌ ଉଦ୍ୟୋଗରେ ଥିବା ବ୍ୟାପକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ନାଲ୍‌କୋ ଅଧ୍ୟକ୍ଷ ତଥା ଭାରତୀୟ ଆଲୁମିନିୟମ୍‌ ସଂଘର ସଭାପତି ଡ. ତପନ କୁମାର ଚାନ୍ଦ କହିଲେ ଯେ ଆଗାମୀ ୧୦ ବର୍ଷରେ ଉଚ୍ଚ ଦକ୍ଷତାସମ୍ପନ୍ନ ଆଲୁମିନିୟମ୍‌ ମିଶ୍ରଧାତୁର ଚାହିଦା ୫ ଗୁଣ ବୃଦ୍ଧି ପାଇବ। ବିଭିନ୍ନ କ୍ଷେତ୍ରରେ ଆଲୁମିନିୟମ୍‌ ଆଲୟର ଉପଯୋଗିତା ବୃଦ୍ଧି ନିମନ୍ତେ ଗବେଷଣା ଓ ବିକାଶ ଉପରେ ଚାନ୍ଦ ଗୁରୁତ୍ୱାରୋପ କରିଥିଲେ। ଆଲୁମିନିୟମ୍‌ ଉଦ୍ୟୋଗର ସ୍ବାର୍ଥ ରକ୍ଷା ନିମନ୍ତେ ଆଲୁମିନିୟମ୍‌ ବିକାଶ ପରିଷଦ ପ୍ରତିଷ୍ଠା ପାଇଁ ଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଭାରତ ସରକାରଙ୍କୁ ଅନୁରୋଧ କରିବ ବୋଲି ସେ କହିଥିଲେ।

ହଟିବନି ୨,୦୦୦ ଟଙ୍କିଆ ନୋଟ୍‌

ହଟିବନି ୨,୦୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୬-୩(ପି.ଟି.) ବିମୁଦ୍ରୀକରଣ ପରେ ବଜାରକୁ ଆସିଥିବା ନୂଆ ୨,୦୦୦ ଟଙ୍କିଆ ନୋଟ୍‌କୁ ହଟାଇବାକୁ ସରକାର କୌଣସି ଯୋଜନା କରିନାହାନ୍ତି। ଶୁକ୍ରବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକ୍ରିଷ୍ଣନ୍‌ ଲୋକସଭାରେ ଲିଖିତ ଆକାରରେ ଏହି ସୂଚନା ଦେଇଛନ୍ତି। ଅନେକ ଦିନରୁ ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ଗୁଜବମାନ ସୃଷ୍ଟି ହେଉଥିବାବେଳେ ବର୍ତ୍ତମାନ ସରକାର ଏହା ଉପରେ ପୂଣ୍ଣଛେଦ ପକାଇଛନ୍ତି।

ଏୟାରଟେଲ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ସାମ୍‌ସାଙ୍ଗ ଗାଲାକ୍ସି ଏସ୍‌୯, ଏସ୍‌୯ ପ୍ଲସ

ଏୟାରଟେଲ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ସାମ୍‌ସାଙ୍ଗ ଗାଲାକ୍ସି ଏସ୍‌୯, ଏସ୍‌୯ ପ୍ଲସ

ଭୁବନେଶ୍ୱର, ୧୬-୩ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍‌ ସାମ୍‌ସଙ୍ଗ ଗାଲାକ୍ସି ଏସ୍‌୯ ଏବଂ ଏସ୍‌୯ ପ୍ଲସ୍‌ ରେଞ୍ଜ୍‌ର ସ୍ମାର୍ଟଫୋନ୍‌କୁ ଏହାର ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ବିକ୍ରି ଆରମ୍ଭ କରିଛି। ଗ୍ରାହକଙ୍କୁ ସୁହାଇଲା ଭଳି ଡାଉନ୍‌ପେମେଣ୍ଟ୍‌ ସୁବିଧା, ଇନ୍‌ଷ୍ଟାଣ୍ଟ୍‌ କ୍ରେଡିଟ୍‌ ଭେରିଫିକେଶନ ଆଣ୍ଡ୍‌ ଫାଇନାନ୍ସିଂ ସୁବିଧା ଏବଂ ବ୍ୟାପକ ମାସିକିଆ ପ୍ଲାନ୍‌ ମାଧ୍ୟମରେ ଗ୍ରାହକଙ୍କୁ ଭାରତୀୟ ଏୟାରଟେଲ୍‌ ଏହି ବିକଳ୍ପ ପ୍ରଦାନ କରୁଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ବଜାରରେ ଆମ୍‌ଓ୍ବେର ୪ ନୂଆ ଉତ୍ପାଦ

ବଜାରରେ ଆମ୍‌ଓ୍ବେର ୪ ନୂଆ ଉତ୍ପାଦ

ଭୁବନେଶ୍ୱର,୧୬-୩(ବ୍ୟୁରୋ) ଦୀର୍ଘ ଦଶବର୍ଷର ଗବେଷଣା ଓ ତର୍ଜମା ପରେ ଦେଶର ପ୍ରମୁଖ ପ୍ରତ୍ୟକ୍ଷ ବିକ୍ରି ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ ଆମ୍‌ଓ୍ବେ ପୋଷଣ କ୍ଷେତ୍ରରେ ଏହାର ୪ଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଇଛି। ଏଗୁଡ଼ିିକ ମଧ୍ୟରେ ତୁଳସୀ, ବ୍ରାହ୍ମୀ, ଅସ୍ବଗନ୍ଧା ଉପାଦାନରେ ପ୍ରସ୍ତୁତ ତିନୋଟି ଉତ୍ପାଦ ରହିଛି।

ଇମାମିର ସେଭେନ୍‌-ଇନ୍‌-ଓ୍ବାନ୍‌  ଫେୟାର୍‌ ନେସ୍‌ କ୍ରିମ୍‌

ଇମାମିର ସେଭେନ୍‌-ଇନ୍‌-ଓ୍ବାନ୍‌ ଫେୟାର୍‌ ନେସ୍‌ କ୍ରିମ୍‌

ଭୁବନେଶ୍ୱର,୧୬-୩ ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ ଇମାମି ଏହାର ବୋରୋପ୍ଲସ ହେଲ୍‌ଦି ହ୍ବାଇଟ୍‌ ସେଭେନ୍‌-ଇନ୍‌-ଓ୍ବାନ୍‌ ଫେୟାର୍‌ନେସ୍‌ କ୍ରିମ୍‌କୁ ବଜାର ପ୍ରବେଶ କରାଇଛି। ଏହି ଫେୟାର୍‌ନେସ୍‌ କ୍ରିମ୍‌ ମୁହଁରୁ କଳାଦାଗ ଦୂର କରିବା ସହିତ କ୍ଷତ ସ୍ଥାନକୁ ସଂକ୍ରମଣରୁ ରକ୍ଷା କରିବ ବୋଲି କମ୍ପାନୀ ପ୍ରକାଶ କରିଛି।

ମହଙ୍ଗା ହେବ ଅଡି କାର୍‌

ମହଙ୍ଗା ହେବ ଅଡି କାର୍‌

ନୂଆଦିଲ୍ଲୀ,୧୬-୩ ଜର୍ମାନୀଭିତ୍ତିକ ଲକ୍‌ଜ୍ୟୁରୀ କାର ନିର୍ମାତା ଅଡି ଏପ୍ରିଲ ୧ରୁ ଏହାର ଯାନଗୁଡିକର ମୂଲ୍ୟ ବଢ଼ାଇବ। ବଜେଟ୍‌ରେ କରାଯାଇଥିବା ସୀମା ଶୁଳ୍କ ବୃଦ୍ଧିର ପ୍ରଭାବରେ ଅଡି ଗାଡିଗୁଡିକ ଆସନ୍ତା ମାସ ୧ ତାରିଖରୁ ୯,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ। ସମସ୍ତ ମଡେଲ ଗାଡିଗୁଡିକ ମୂଲ୍ୟରେ ୫% ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ ଉଲ୍ଲେଖ କରାଯାଇଛି। ୧,୦୦,୦୦୦ରୁ ୯,୦୦,୦୦୦ ଟଙ୍କା ମଧ୍ୟରେ ମୂଲ୍ୟବୃଦ୍ଧି ହେବ ବୋଲି କମ୍ପାନୀ ପ୍ରକାଶ କରିଛି।

ସ୍ବଚ୍ଛ ଭାରତ ସେସ୍‌ରୁ ୨୦୦ କୋଟିରୁ ଊର୍ଦ୍ଧ୍ୱ ସଂଗ୍ରହ କରିଛି ରେଳପଥ

ସ୍ବଚ୍ଛ ଭାରତ ସେସ୍‌ରୁ ୨୦୦ କୋଟିରୁ ଊର୍ଦ୍ଧ୍ୱ ସଂଗ୍ରହ କରିଛି ରେଳପଥ

ନୂଆଦିଲ୍ଲୀ,୧୬-୩(ପି.ଟି.) ସ୍ବଚ୍ଛ ଭାରତ ସେସ୍‌ରୁ ଗତ ୩ ବର୍ଷ ମଧ୍ୟରେ ରେଳପଥ ୨୨୯.୫୧ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛି। ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହାଇଁ ଶୁକ୍ରବାର ରାଜ୍ୟ ସଭାକୁ ଲିଖିତ ଆକାରରେ ଏହା ଜଣାଇଛନ୍ତି। ଗୋହାଇଁ ସୂଚନା ଦେଇଛନ୍ତି ଯେ, ୨୦୧୬-୧୭ରେ ରେଳପଥ ଏହାର ନିଜସ୍ବ ରାଜସ୍ବରୁ ସଫେଇ କାର୍ଯ୍ୟକ୍ରମରେ ୧,୦୦୮ କୋଟି ଟଙ୍କା ବ୍ୟୟ କରିଛି।