ବାଣିଜ୍ୟ

ଏସି ନିର୍ମାତାଙ୍କ ବଳିଷ୍ଠ ଅଭିବୃଦ୍ଧି ଲକ୍ଷ୍ୟ, ଟ୍ରେଣ୍ଡରେ ଇନଭର୍ଟର ଏସି

ଏସି ନିର୍ମାତାଙ୍କ ବଳିଷ୍ଠ ଅଭିବୃଦ୍ଧି ଲକ୍ଷ୍ୟ, ଟ୍ରେଣ୍ଡରେ ଇନଭର୍ଟର ଏସି

ନୂଆଦିଲ୍ଲୀ,୨୭-୩(ପି.ଟି.) ଏଇ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅଧିକ ରହିବ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଛି। ତା’ସହିତ ଲୋକଙ୍କ ଡିସ୍‌ପୋଜେବଲ୍‌ ଇନ୍‌କମ୍‌(ଟିକସ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମାଜିକ ସୁରକ୍ଷା ଚାର୍ଜ ବାଦ୍‌ ବଳୁଥିବା ଆୟ) ବଢ଼ୁଥିବାବେଳେ ଛୋଟ ଛୋଟ ସହରରେ ବିଦ୍ୟୁତ୍‌ ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି। ଏଭଳି କ୍ଷେତ୍ରରେ ଚଳିତବର୍ଷ ଆଖିଦୃଶିଆ ଦୁଇ ଅଙ୍କ ଅଭିବୃଦ୍ଧି ହାସଲ କରିବା ପାଇଁ ଭୋଲ୍‌ଟାସ୍‌, ଡାଇକିନ୍‌ ଏବଂ ପାନାସୋନିକ୍‌ ସମେତ ଅନ୍ୟାନ୍ୟ ଏୟାର୍‌ କଣ୍ଡିଶନର(ଏସି) ନିର୍ମାତା ଆଶାବାଦୀ ଅଛନ୍ତି। ସାମ୍‌ସଙ୍ଗ୍‌, ଗୋଦରେଜ୍‌ ଆପ୍ଲାଏନ୍ସେସ୍‌, ହାୟର ଏବଂ ଇଣ୍ଟେକ୍ସ ଆଦି କମ୍ପାନୀ ମଧ୍ୟ ଦୁଇ ଅଙ୍କବିଶିଷ୍ଟ ଅଭିବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି।

୨୦୨୫ ସୁଦ୍ଧା ଦ୍ୱିଗୁଣିତ ହେବ ଭାରତୀୟ ଅର୍ଥନୀତି, ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ

୨୦୨୫ ସୁଦ୍ଧା ଦ୍ୱିଗୁଣିତ ହେବ ଭାରତୀୟ ଅର୍ଥନୀତି, ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ

୨୦୨୫ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ଦ୍ୱିଗୁଣିତ ହୋଇ ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ମୁଦ୍ରାସ୍ଫୀତିକୁ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଉକ୍ତ ସ୍ତର ମଧ୍ୟରେ ରହିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆକଳନ କରାଯାଇଛି। ଅର୍ଥନୀତି ବର୍ତ୍ତମାନ ଟ୍ରାକ୍‌ରେ ରହିଛି। ୭ରୁ୮% ଅଭିବୃଦ୍ଧି ହାସଲ କରିବା ପାଇଁ ଭାରତ ବର୍ତ୍ତମାନ ସକ୍ଷମ ଅଛି। ଷ୍ଟାର୍ଟଅପ୍‌, ଏମ୍‌ଏସ୍‌ଏମ୍‌ଇ ଏବଂ ଭିତ୍ତିଭୂମି ବିକାଶ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

୨୫% ବଢ଼ିବ ତୈଳ ଆମଦାନୀ

୨୫% ବଢ଼ିବ ତୈଳ ଆମଦାନୀ

ନୂଆଦିଲ୍ଲୀ, ୨୭-୩ ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ୨୦୧୭-୧୮ରେ ଭାରତର ଅଶୋଧିତ ତୈଳ ଆମଦାନୀ ୨୫% ବୃଦ୍ଧି ପାଇ ପାରେ। ୨୦୧୬ -୧୭ରେ ଏହା ୪.୭ ଲକ୍ଷ କୋଟି ଟଙ୍କାରେ ସୀମିତ ଥିଲା ବେଳେ ଚଳିତ ଆର୍ଥିକ ବର୍ଷ ଏହା ୫.୬୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ ବୋଲି ତୈଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ।

ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ର ୧୩ଲକ୍ଷ ନୂଆ ମୋବାଇଲ୍‌  ଉପଭୋକ୍ତା

ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ର ୧୩ଲକ୍ଷ ନୂଆ ମୋବାଇଲ୍‌ ଉପଭୋକ୍ତା

ଭୁବନେଶ୍ୱର,୨୭-୩(ବ୍ୟୁରୋ) ୨୦୧୭-୧୮ ଆର୍ଥିକ ବର୍ଷର ଫେବୃୟାରୀ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ର ଓଡିଶା ସର୍କଲରେ ୧୩ ଲକ୍ଷ ୮୫ ହଜାର ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ଏହା ୧୪ ଲକ୍ଷ ୩୦ ହଜାର ଛୁଇଁବ ବୋଲି ଆଶା କରାଯାଉଛି।

ନୂଆ ବାଏବ୍ୟାକ୍‌ ନିୟମ ସହିତ ବଜାରକୁ ଆସିବ ସେବି

ନୂଆ ବାଏବ୍ୟାକ୍‌ ନିୟମ ସହିତ ବଜାରକୁ ଆସିବ ସେବି

ନୂଆଦିଲ୍ଲୀ,୨୬।୩-ମାର୍କେଟ୍‌ ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ସେୟାର ବାଏବ୍ୟାକ୍‌ କାର୍ଯ୍ୟକ୍ରମ ଉପରେ ନୂଆ ନିୟମ ଲାଗୁ କରିବା ସହିତ ବଜାରକୁ ଆସିବ। ଯାହାଦ୍ୱାରା ସେୟାର ପୁନଃକ୍ରୟର ସର୍ବାଧିକ ସୀମା ୨୫% ହେବ। କମ୍ପାନୀ ମହଜୁଦ ଥିବା ସିକ୍ୟୁରିଟି ହୋଲ୍‌ଡରଙ୍କ ନିକଟରୁ ନିଜ ସେୟାରକୁ ଟେଣ୍ଡର୍‌ ଅଫର୍‌, ଖୋଲା ବଜାର, ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ଅଡ-ଲଟ୍‌ ହୋଲ୍ଡର୍‌ ମାଧ୍ୟମରେ ଅନୁପାତିକ ହିସାବରେ ଆଦାୟ କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଲଗାତାର ୫ ଦିନ  ବ୍ୟାଙ୍କ ବନ୍ଦ ହେବ ନାହିଁ

ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ହେବ ନାହିଁ

ନୁଆଦିଲ୍ଲୀ,୨୬।୩- ଦେଶରେ ଆସନ୍ତା ଗୁରୁବାରରୁ ସୋମବାର ପର୍ଯ୍ୟନ୍ତ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ରହିବ ନାହିଁ। ସୋସିଆଲ୍‌ ମିଡିଆରେ ଏ ସମ୍ପର୍କୀୟ ଖବର ପ୍ରଚାରିତ ହେଉଥିବା ବେଳେ ଏହାକୁ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘର ସାଧାରଣ ସମ୍ପାଦକ ଡି. ଥୋମାସ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଖଣ୍ଡନ କରିଛନ୍ତିି।

ଆଇଡିବିଆଇ ବ୍ୟାଙ୍କ  ଜମା ହାରରେ ସଂଶୋଧନ

ଆଇଡିବିଆଇ ବ୍ୟାଙ୍କ ଜମା ହାରରେ ସଂଶୋଧନ

ଭୁବନେଶ୍ୱର,୨୬-୩ ଆଇଡିବିଆଇ ବ୍ୟାଙ୍କ ଖୁଚୁରା ମିଆଦୀ ଜମା (ଆର୍‌ଟିଡି) ଓ ରିକରିଂ ଜମା ସୁଧ ହାରରେ ୦.୨୫%ରୁ ୧.୫୦% ପର୍ଯ୍ୟନ୍ତ ସଂଶୋଧନ କରିଛି। ବିଭିନ୍ନ ମାଚ୍ୟୁରିଟି ମିଆଦ ଅନୁସାରେ ସୁଧ ହାର ପରିବର୍ତ୍ତନ କରାଯାଇଛି।

ଭିକୋକୁ ଆଇକନିକ ବ୍ରାଣ୍ଡ ଅଫ୍‌ ଦି ଇୟର ଆଓ୍ବାର୍ଡ

ଭିକୋକୁ ଆଇକନିକ ବ୍ରାଣ୍ଡ ଅଫ୍‌ ଦି ଇୟର ଆଓ୍ବାର୍ଡ

ବମ୍ବେ,୨୬-୩ ଆୟୁର୍ବେଦିକ ହର୍ବାଲ ପ୍ରଡକ୍ଟ ଶୃଙ୍ଖଳାରେ ଭିକୋ ଲାବୋରେଟୋରୀ ନିକଟରେ ଆଇକନିକ ବ୍ରାଣ୍ଡ ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛି। ବିଭିନ୍ନ ଖବରକାଗଜ ଏବଂ ପ୍ରମୁଖ ଡିଜିଟାଲ ପ୍ଲାଟଫର୍ମ ଗୁଡିକରେ ଆସୁଥିବା ବିଜ୍ଞାପନକୁ ଭିତ୍ତିକରି କମ୍ପାନୀକୁ ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଛି।

୨୫ ଶତାବ୍ଦୀ ଟ୍ରେନ୍‌ରେ ହ୍ରାସ ହେବ ଯାତ୍ରୀଭଡ଼ା

୨୫ ଶତାବ୍ଦୀ ଟ୍ରେନ୍‌ରେ ହ୍ରାସ ହେବ ଯାତ୍ରୀଭଡ଼ା

ନୂଆଦିଲ୍ଲୀ, ୨୬-୩ ୨୫ଟି ଶତାବ୍ଦୀ ଟ୍ରେନ୍‌ରେ ଯାତ୍ରୀଭଡ଼ା ହ୍ରାସ ପାଇବ। ଏଗୁଡ଼ିକରେ ଯାତ୍ରୀ ସଂଖ୍ୟା ଉତ୍ସାହଜନକ ହେଉ ନ ଥିବାରୁ ଭାରତୀୟ ରେଳ ଏଗୁଡ଼ିକରୁ ଯାତ୍ରୀଭଡ଼ା ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛି।

ବ୍ୟାଙ୍କ ଘରୋଇକରଣ ସପକ୍ଷରେ ପାନଗାରିଆ

ବ୍ୟାଙ୍କ ଘରୋଇକରଣ ସପକ୍ଷରେ ପାନଗାରିଆ

ନୂଆଦିଲ୍ଲୀ ୨୫-୩ (ପି.ଟି.) ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏତିକି ବେଳେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା ଦଳଗୁଡିକ ଉଦ୍ଦେଶ୍ୟରେ ଏକ ପରାମର୍ଶ ରଖିଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପ୍ରସ୍ତାବକୁ ସ୍ଥାନିତ କରନ୍ତୁ।

 ମିଲ୍କ ମନ୍ତ୍ରା କାର୍ଯ୍ୟାଳୟ ବୁଲିଲେ ବ୍ରିଟିଶ୍‌ ରାଷ୍ଟ୍ରଦୂତ

ମିଲ୍କ ମନ୍ତ୍ରା କାର୍ଯ୍ୟାଳୟ ବୁଲିଲେ ବ୍ରିଟିଶ୍‌ ରାଷ୍ଟ୍ରଦୂତ

ଭୁବନେଶ୍ୱର, ୨୫-୩ ଭାରତରେ ଅବସ୍ଥାପିତ ବ୍ରିଟିଶ୍‌ ରାଷ୍ଟ୍ରଦୂତ ସାର୍‌ ଡୋମିନିକ୍‌ ଆକ୍ୱିଥ୍‌ ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ମିଲ୍କ ମନ୍ତ୍ରାର କର୍ପୋରେଟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମିଲ୍କ ମନ୍ତ୍ରାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ମିଶ୍ର ଓ କମ୍ପାନୀର ବରିଷ୍ଠ ପରିଚାଳନା ଅଧିକାରୀଗଣ ଆକ୍ୱିଥ୍‌ଙ୍କୁ ସ୍ବାଗତ କରିଥିଲେ।

ଜୁଲାଇରୁ ଫେସ୍‌ ଅଥେଣ୍ଟିକେଶନ୍‌ ଫିଚର ଆଣିବ ୟୁଆଇଡିଏଆଇ

ଜୁଲାଇରୁ ଫେସ୍‌ ଅଥେଣ୍ଟିକେଶନ୍‌ ଫିଚର ଆଣିବ ୟୁଆଇଡିଏଆଇ

ନୂଆଦିଲ୍ଲୀ,୨୫-୩ ଜୁଲାଇ ପହିଲାରୁ ଫେସ୍‌ ଅଥେଣ୍ଟିକେଶନ ଫିଚର ଆଣିବାକୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ପ୍ରସ୍ତୁତ ରହିଛି। ଆଖି ଏବଂ ଅଙ୍ଗୁଳି ଛାପ ବ୍ୟତୀତ ଜୁଲାଇ ପହିଲାରୁ ଆଧାର ୟୁଜରଙ୍କ ଯାଞ୍ଚ ଲାଗି ଏହିଭଳି ଏକ ବ୍ୟବସ୍ଥା ହେବ ବୋଲି ଜଣାଯାଇଛି। ୟୁଆଇଡିଏଆଇ ଆଧାର ପରିଚାଳନା ସଂସ୍ଥା ହୋଇଥିବା ବେଳେ ଏହି ଭଳି ବ୍ୟବସ୍ଥା ଦ୍ୱାରା ବିଶେଷ ଭାବେ ବୃଦ୍ଧ ବ୍ୟକ୍ତି ତଥା ଅଙ୍ଗୁଳି କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ।

ଗୀତମକୁ ୟୁଜିସିର ସ୍ବଂୟଶାସିତ ମାନ୍ୟତା

ଗୀତମକୁ ୟୁଜିସିର ସ୍ବଂୟଶାସିତ ମାନ୍ୟତା

ବିଶାଖାପାଟଣା,୨୫-୩ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୀତମ ଡିମ୍‌ଡ ବିଶ୍ୱବିଦ୍ୟାଳୟକୁ ସ୍ବଂୟଶାସିତ ମାନ୍ୟତା ପ୍ରଦାନ କରିଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ଲାଗି ଗୀତମକୁ ଏହି ମାନ୍ୟତା ମିଳିଥିବା ଜଣାଯାଇଛି। ଏ ନେଇ ଗୀତମର କୁଳପତି ପ୍ରଫେସର ଏମ.ଏସ୍‌ ପ୍ରସାଦ ରାଓ ସୂଚନା ଦେଇଛନ୍ତି।

ଭୋଡାଫୋନ ଆଇଡିଆ ମିଶ୍ରଣ ପରେ ବିର୍ଲା ହେବେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ଭୋଡାଫୋନ ଆଇଡିଆ ମିଶ୍ରଣ ପରେ ବିର୍ଲା ହେବେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ବିଶାଖାପାଟଣା,୨୫-୩ ଭୋଡାଫୋନ ଏବଂ ଆଇଡିଆର ମିଶ୍ରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କମ୍ପାନୀର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କୁମାର ମଙ୍ଗଲମ୍‌ ବିର୍ଲା କାର୍ଯ୍ୟ କରିବେ। ସେହିଭଳି ମିଶ୍ରିତ ୟୁନିଟରେ କାର୍ଯ୍ୟ କରିବା ଲାଗି ନୂଆ ଟିମ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ସିଇଓ ଭାବେ ବର୍ତ୍ତମାନ ଭୋଡାଫୋନ୍‌ ଇଣ୍ଡିଆର ମୁଖ୍ୟ ପରିଚାଳନା ଅଧିକାରୀ ଥିବା ବଲେଶ ଶର୍ମା ଦାୟିତ୍ୱ ନେବେ।

ସ୍ପର୍ଶ ହସ୍ପିଟାଲ ପକ୍ଷରୁ ସ୍ମାର୍ଟ-ଇଏନ୍‌ଟି କର୍ମଶାଳା

ସ୍ପର୍ଶ ହସ୍ପିଟାଲ ପକ୍ଷରୁ ସ୍ମାର୍ଟ-ଇଏନ୍‌ଟି କର୍ମଶାଳା

ଭୁବନେଶ୍ୱର,୨୫-୩ ଶହୀଦ ନଗରସ୍ଥିତ ସ୍ପର୍ଶ ହସ୍ପିଟାଲ ଏବଂ ଭାରତୀୟ ଓଟୋଲାରିନଜୋଲୋଜିଷ୍ଟ ସଂଘ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସ୍ମାର୍ଟ-ଇଏନ୍‌ଟି ୨୦୧୮ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ଣ୍ଣ, ନାସା ଏବଂ ଗଳା ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଆକାଶ-ଶ୍ଲୋକାଙ୍କ ବିବାହ ଡିସେମ୍ବରରେ

ଆକାଶ-ଶ୍ଲୋକାଙ୍କ ବିବାହ ଡିସେମ୍ବରରେ

ନୂଆଦିଲ୍ଲୀ,୨୫-୩(ପି.ଟି.) ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଡିସେମ୍ବରରେ ତାଙ୍କ ପିଲାଦିନର ବାନ୍ଧବୀ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିବେ। ଏହା ୨୦୧୮ର ସବୁଠାରୁ ବିଳାସମୟ ବିବାହ ହେବ। ଜଣାଶୁଣା ହୀରା ବ୍ୟବସାୟୀ ରସେଲ୍‌ ମେହେଟ୍ଟାଙ୍କ ସାନ ଝିଅ ହେଉଛନ୍ତି ଶ୍ଲୋକା। ପୂର୍ବରୁ ଏହି ବିବାହକୁ ନେଇ ବିଭିନ୍ନ ପ୍ରକାର ରିପୋର୍ଟ ପ୍ରକାଶ ପାଇଥିବାବେଳେ ରବିବାର ଏହା ସ୍ପଷ୍ଟ ହୋଇଛି।

ବୀମା ପଲିସିଗୁଡିକ ପାଇଁ ଆଧାର ଲିଙ୍କିଙ୍ଗ୍‌ ଅବଧି ବଢ଼ିଲା

ବୀମା ପଲିସିଗୁଡିକ ପାଇଁ ଆଧାର ଲିଙ୍କିଙ୍ଗ୍‌ ଅବଧି ବଢ଼ିଲା

ନୂଆଦିଲ୍ଲୀ,୨୫-୩(ପି.ଟି.) ବିଭିନ୍ନ ବୀମା ପଲିସିଗୁଡିକ ସହ ଆଧାର ସଂଯୋଗ ଅବଧିକୁ ବୀମା ନିୟାମକ ଆଇଆର୍‌ଡିଏଆଇ ସମ୍ପ୍ରସାରଣ କରିଛି। ମାର୍ଚ୍ଚ ୩୧ ଏଥିପାଇଁ ଅନ୍ତିମ ଦିବସ ରହିଥିଲା। କିନ୍ତୁ ସୁପ୍ରିମ୍‌କୋର୍ଟରେ ଆଧାର ମାମଲାର ଚୂଡାନ୍ତ ଶୁଣାଣି ନ ହେବା ଯାଏ ଲିଙ୍କିଙ୍ଗ ପ୍ରକ୍ରିୟା ଜାରି ରହିବ ବୋଲି ଏହା କହିଛି।

ନେଟ୍‌ଓ୍ବର୍କ ସମ୍ପ୍ରସାରଣରେ ୪,୩୦୦ କୋଟି ନିବେଶ କରିବ ବିଏସ୍‌ଏନ୍‌ଏଲ୍‌

ନେଟ୍‌ଓ୍ବର୍କ ସମ୍ପ୍ରସାରଣରେ ୪,୩୦୦ କୋଟି ନିବେଶ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୨୫-୩(ପି.ଟି.) ରାଷ୍ଟ୍ରାୟତ୍ତ ଟେଲିକମ୍‌ ସେବା ପ୍ରଦାନକାରୀ ବିଏସ୍‌ଏନ୍‌ଏଲ୍‌ ୨୦୧୮-୧୯ରେ ନେଟ୍‌ଓ୍ବର୍କ ସମ୍ପ୍ରସାରଣରେ ପାଖାପାଖି ୪,୩୦୦ କୋଟି ଟଙ୍କା ନିବେଶ କରିବ।

୫୩୮,୦୦୦ କମ୍ପାନୀ ବନ୍ଦ

୫୩୮,୦୦୦ କମ୍ପାନୀ ବନ୍ଦ

ନୂଆଦିଲ୍ଲୀ,୨୫-୩ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପଞ୍ଜୀକୃତ ପାଖାପାଖି ଏକ ତୃତୀୟାଂଶ କମ୍ପାନୀ ଏବେ ବନ୍ଦ। ଭୂତ କମ୍ପାନୀଗୁଡିକ ଉପରେ ପ୍ରହାର, ସରକାରଙ୍କ ବିଭିନ୍ନ ନିୟମ ଅନୁପାଳନରେ ବିଫଳ ତଥା ବ୍ୟାଙ୍କ ଋଣ ପାଇବାରେ ସକ୍ଷମ ନ ହେବା କାରଣରୁ କମ୍ପାନୀଗୁଡିକ ବନ୍ଦ ହୋଇଥିବା ଜଣାଯାଇଛି।

ରଘୁରାମ ରାଜନ, ବିଶିଷ୍ଟ କର୍ପୋରେଟ୍‌ ଲିଡର ସ୍ଥାପନ କରିବେ କ୍ରେୟା ବିଶ୍ୱବିଦ୍ୟାଳୟ

ରଘୁରାମ ରାଜନ, ବିଶିଷ୍ଟ କର୍ପୋରେଟ୍‌ ଲିଡର ସ୍ଥାପନ କରିବେ କ୍ରେୟା ବିଶ୍ୱବିଦ୍ୟାଳୟ

ବମ୍ବେ,୨୫।୩ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌, ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ଇନ୍‌ଫୋସିସ୍‌ର ପୂର୍ବତନ ଅଧ୍ୟକ୍ଷ ଆର୍‌. ଶେଷାସାୟୀ ଏବଂ ସାଜ୍ଜନ ଜିନ୍ଦଲ୍‌ଙ୍କ ଭଳି ବ୍ୟକ୍ତି ବିଶେଷ କ୍ରେୟା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ। ଏ ବାବଦରେ ଶୁକ୍ରବାର ଘୋଷଣଶ କରାଯାଇଛି। ଏହି ବିଶ୍ୱବିଦ୍ୟାଳୟ ଲିବେରାଲ୍‌ ଆର୍ଟସ୍‌ ଏବଂ ବିଜ୍ଞାନ ପାଠ୍ୟକ୍ରମ ଉପରେ ବିଶେଷ ଧ୍ୟାନ ଦେବ।

ଦେଶରେ ୩୨% କମ୍ପାନୀ ଅଚଳ

ଦେଶରେ ୩୨% କମ୍ପାନୀ ଅଚଳ

ନୂଆଦିଲ୍ଲୀ, ୨୫।୩: ଦେଶରେ କମ୍ପାନୀଗୁଡିକ ବେଶିଦିନ ତିଷ୍ଠି ରହି ପାରୁନାହାନ୍ତି। କର୍ପୋରେଟ ମନ୍ତ୍ରଣାଳୟ ଅଧୀନରେ ପଞ୍ଜୀକୃତ ହୋଇଥିବା ୧୭ ଲକ୍ଷ କମ୍ପାନୀ ମଧ୍ୟରୁ ଏବେ ପ୍ରାୟ ୩୨%(୫,୩୮,୦୦୦) ବନ୍ଦ ହୋଇଯାଇଛି। ଖାଲି ସେତିକି ନୁହେଁ ବନ୍ଦ ହୋଇଯାଇଥିବା ୩୨% କମ୍ପାନୀ ମଧ୍ୟରୁ ୧୫%(୨,୩୮,୦୦୦) କମ୍ପାନୀ ୨୦୧୭ରେ ହିଁ ଅଚଳ ହୋଇଛି। ଚଳିତ ବର୍ଷ ଜାନୁୟାରୀ ୩୧ରେ ମନ୍ତ୍ରଣାଳୟ ପ୍ରକାଶ କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି।

ଆଧାର ତଥ୍ୟ ସୁରକ୍ଷିତ: ୟୁଆଇଡିଏଆଇ

ଆଧାର ତଥ୍ୟ ସୁରକ୍ଷିତ: ୟୁଆଇଡିଏଆଇ

ନୂଆଦିଲ୍ଲୀ,୨୫-୩ ଆଧାରକାର୍ଡଧାରୀଙ୍କ ତଥ୍ୟ ଚୋରୀ ଅଭିଯୋଗକୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଖଣ୍ଡନ କରିଛି। ଆଧାର ଡାଟାବେଶ୍‌ରୁ କୌଣସି ତଥ୍ୟ ଚୋରୀ ହୋଇ ନ ଥିବା ୟୁଆଇଡିଏଆଇ ପ୍ରକାଶ କରିଛି। ଆଧାର ସମ୍ପୂର୍ଣ୍ଣ ଭାବେ ନିରାପଦ ତଥା ସୁରକ୍ଷିତ ରହିଥିବା ବେଳେ ତଥ୍ୟ ଚୋରୀକୁ ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ୟୁଆଇଡିଏଆଇ କହିଛି।

ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ସଂଘର ଷଷ୍ଠ ବାର୍ଷିକ ସମ୍ମିଳନୀ

ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ସଂଘର ଷଷ୍ଠ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, ୨୫-୩ ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ସଂଘ(ଏଆଇବିଏସ୍‌ଏନ୍‌ଏଲ୍‌ଇଏ)ର ଷଷ୍ଠ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୭ ଓ ୧୮ ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଭୁବନେଶ୍ୱର ବିଏସ୍‌ଏନ୍‌ଏଲ୍‌ ଟେଲିକମ ଜିଲାର ପ୍ରଧାନ ମହାପ୍ରବନ୍ଧକ ଉଦୟ ଶଙ୍କର ପଣ୍ଡା ମୁଖ୍ୟଅତିଥି, ଜିଏମ୍‌(ଇ.ବି.) ଏ.କେ. ପହି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଡିଲର୍ସଙ୍କୁ ବିଦେଶ ବୁଲାଇଲା ପ୍ଲାଷ୍ଟୋ

ଡିଲର୍ସଙ୍କୁ ବିଦେଶ ବୁଲାଇଲା ପ୍ଲାଷ୍ଟୋ

ଭୁବନେଶ୍ୱର, ୨୫-୩ ପ୍ରମୁଖ ପାଇପ୍‌ ଓ ପାଣି ଟାଙ୍କି ନିର୍ମାତା ପ୍ଲାଷ୍ଟୋ ଏହାର ଡିଲରମାନଙ୍କୁ ଚଳିତ ବର୍ଷ ମସ୍କୋ ଏବଂ ସେଣ୍ଟ ପିଟର୍ସବର୍ଗ ଭ୍ରମଣ ସୁଯୋଗ ଦେଇଛି। କମ୍ପାନୀର ଉତ୍ପାଦ ବିକ୍ରିରେ ଡିଲରମାନଙ୍କ ଭୂମିକା ପାଇଁ ସେମାନଙ୍କୁ ପ୍ରତିବର୍ଷ ଏଭଳି ବିଦେଶ ଭ୍ରମଣ ସୁବିଧା ପ୍ରଦାନ କରାଯାଉଛି ବୋଲି ଏହାର ଏମ୍‌ଡି ବିଶାଲ ଅଗ୍ରଓ୍ବାଲ ଓ ନୀଲେଶ୍‌ ଅଗ୍ରଓ୍ବାଲ୍‌ ପ୍ରକାଶ କରିଛନ୍ତି।