ବାଣିଜ୍ୟ

ଚୂଡ଼ାନ୍ତ ହେବାକୁ ଯାଉଛି ଫ୍ଲିପ୍‌କାର୍ଟ-ଓ୍ବାଲମାର୍ଟ ଚୁକ୍ତି

ଚୂଡ଼ାନ୍ତ ହେବାକୁ ଯାଉଛି ଫ୍ଲିପ୍‌କାର୍ଟ-ଓ୍ବାଲମାର୍ଟ ଚୁକ୍ତି

ନୂଆଦିଲ୍ଲୀ, ୪-୫ ଦେଶର ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ୭୫% ଅଂଶ ଧନକୁ ଆମେରିକାଭିତ୍ତିକ ରିଟେଲ୍‌ କର୍ପୋରେଶନ ଓ୍ବାଲ୍‌ମାର୍ଟ କ୍ରୟ କରିବ। ଏଥିପାଇଁ ପାଖାପାଖି ୧୫ ବିଲିୟନ ଡଲାରର ଏକ ଚୁକ୍ତିକୁ ଫ୍ଲିପ୍‌କାର୍ଟ ମଞ୍ଜୁରୀ ପ୍ରଦାନ କରିଛି ବୋଲି ଏ ସମ୍ପର୍କରେ ଖବର ରଖିଥିବା ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ବିମୁଦ୍ରୀକରଣରୁ ଘରୋଇ ବ୍ୟାଙ୍କଗୁଡିକୁ ଫାଇଦା

ବିମୁଦ୍ରୀକରଣରୁ ଘରୋଇ ବ୍ୟାଙ୍କଗୁଡିକୁ ଫାଇଦା

ନୂଆଦିଲ୍ଲୀ,୪-୫ ସରକାର କଳାଟଙ୍କା ବିରୋଧୀ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିଦେଲେ। ଲୋକମାନେ ସେମାନଙ୍କ କଳାଟଙ୍କାକୁ ଧଳା କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଲେ। ଏହା ମଧ୍ୟରେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟରେ ଜମା ସହ ଅନ୍ୟତ୍ର ନିବେଶ ଭଳି ବିଭିନ୍ନ ଘଟଣା ସାମ୍ନାକୁ ଆସିଲା। ମାତ୍ର ବିମୁଦ୍ରୀକରଣ ଯୋଗୁ ଦେଶର ଘରୋଇ ବ୍ୟାଙ୍କଗୁଡିକୁ ବିଶେଷ ଭାବେ ଫାଇଦା ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହା ଫଳରେ ବ୍ୟାଙ୍କଗୁଡିକ ପାଣ୍ଠି ପରିଚାଳନା ଲାଗି ଅଧିକ ଓ୍ବେଲଥ ମ୍ୟାନେଜରଙ୍କୁ ନିଯୁକ୍ତ କରିଥିବା ଜଣାଯାଇଛି।

ଆସନ୍ତା ମାସରେ ନୂଆ ଟେଲିକମ୍‌ ନୀତି

ଆସନ୍ତା ମାସରେ ନୂଆ ଟେଲିକମ୍‌ ନୀତି

ନୂଆଦିଲ୍ଲୀ,୪-୫ ଘରୋଇ ବଜାରର ପ୍ରଭାବିତ ଟେଲିକମ୍‌ କ୍ଷେତ୍ରକୁ ଧ୍ୟାନରେ ରଖି ସରକାର ନୂଆ ଟେଲିକମ୍‌ ନୀତି ପ୍ରସ୍ତୁତ କରିଛନ୍ତି। ଉକ୍ତ ନୀତିକୁ ଆସନ୍ତା ମାସରେ ଲାଗୁ କରାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଟେଲିକମ୍‌ ସଚିବ ଅରୁଣା ସୁନ୍ଦର ରାଜନ ଶୁକ୍ରବାର ସୂଚନା ଦେଇଛନ୍ତି।

ଜିଏସ୍‌ଟି ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ  ହାସଲ ହେବ: ଏସ୍‌ବିଆଇ ରିସର୍ଚ୍ଚ

ଜିଏସ୍‌ଟି ସଂଗ୍ରହ ଧାର୍ଯ୍ୟଲକ୍ଷ୍ୟ ହାସଲ ହେବ: ଏସ୍‌ବିଆଇ ରିସର୍ଚ୍ଚ

ବମ୍ବେ,୪-୫: ୨୦୧୮-୧୯ ଆର୍ଥତ୍କ ବର୍ଷର ଏପ୍ରିଲ ମାସରେ ସରକାର ୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ସରକାର ଧାର୍ଯ୍ୟ କରିଥିବା ୧୨.୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ଏକ ରିପୋର୍ଟରେ ପ୍ରକାଶ କରିଛି।

୨୦୧୭-୧୮ରେ ବିଳମ୍ବରେ ଚାଲିଛି ୩୦% ଟ୍ରେନ୍‌

୨୦୧୭-୧୮ରେ ବିଳମ୍ବରେ ଚାଲିଛି ୩୦% ଟ୍ରେନ୍‌

ନୂଆଦିଲ୍ଲୀ,୪-୫: ୨୦୧୭-୧୮ ଆର୍ଥତ୍କ ବର୍ଷରେ ଭାରତୀୟ ରେଲଓ୍ବେର ୩୦% ଟ୍ରେନ ବିଳମ୍ବରେ ଚାଲିଛି। ସମୟାନୁବର୍ତ୍ତିତା ପରଫରମାନ୍ସରେ ଏହା ରେଲଓ୍ବେର ଗତ ତିନି ବର୍ଷର ସବୁଠାରୁ ଖରାପ ସ୍ଥିତି ବୋଲି ଏକ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ଏପ୍ରିଲ ୨୦୧୭ ଠାରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ମେଲ୍‌ ତଥା ଏକ୍ସପ୍ରେସ୍‌ ଟ୍ରେନଗୁଡିକରେ ସମୟାନୁବର୍ତ୍ତିତା ୭୧.୩୯%କୁ ହ୍ରାସ ଘଟିଛି।

ବଜାରରେ ମର୍ସିଡିଜ୍‌ ବେଞ୍ଜ ଏଏମ୍‌ଜି ଇ-୬୩ ଏସ୍‌ ସେଦାନ୍‌

ବଜାରରେ ମର୍ସିଡିଜ୍‌ ବେଞ୍ଜ ଏଏମ୍‌ଜି ଇ-୬୩ ଏସ୍‌ ସେଦାନ୍‌

ଗ୍ରେଟର ନୋଏଡା,୪-୫(ପି.ଟି.) ଜର୍ମାନୀଭିତ୍ତିକ ଲକ୍‌ଜ୍ୟୁରୀ କାର୍‌ ନିର୍ମାତା ମର୍ସିଡିଜ୍‌ ବେଞ୍ଜ୍‌ ଶୁକ୍ରବାର ଏହାର ଅଲ୍‌ ନ୍ୟୁ ଭର୍ସନ ଏଏମ୍‌ଜି ଇ-୬୩ ଏସ୍‌ର ବଜାର ପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ଏକ୍ସଶୋ’ରୁମ୍‌ ମୂଲ୍ୟ ୧.୦୫ କୋଟି ଟଙ୍କା ରହିଛି। ଏହି ମଡେଲ୍‌ ମିଶିଲେ ବର୍ତ୍ତମାନ କମ୍ପାନୀ ଭାରତରେ ୧୪ଟି ଏମ୍‌ଏମ୍‌ଜି ମଡେଲ୍‌ ପ୍ରଦାନ କରୁଛି।

୨୮ଟି େଔଷଧ ଉପରୁ ଆମଦାନୀ ଶୁଳ୍କ  ହଟାଇଲା ଚାଇନା

୨୮ଟି େଔଷଧ ଉପରୁ ଆମଦାନୀ ଶୁଳ୍କ ହଟାଇଲା ଚାଇନା

ନୂଆଦିଲ୍ଲୀ,୩-୪(ପି.ଟି.) ଭାରତରୁ ରପ୍ତାନି ହେଉଥିବା ପାଖାପାଖି ୨୮ଟି ଔଷଧ ଉପରୁ ଚାଇନା ଆମଦାନୀ ଶୁଳ୍କ ହଟାଇଛି। ମେ’ ୧ରୁ ଏହି ଶୁଳ୍କ ହଟାଯାଇଛି। କର୍କଟ ରୋଗ ପାଇଁ ଉଦ୍ଦିଷ୍ଟ ସମସ୍ତ ଔଷଧ ସହିତ ଅନ୍ୟାନ୍ୟ ଔଷଧ ଉପରୁ ଶୁଳ୍କ ଉଚ୍ଛେଦ ହୋଇଥିବା ଚାଇନା ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ନିଷ୍ପତ୍ତିରୁ ଭାରତ ବୃହତ୍‌ ମାତ୍ରାରେ ଉପକୃତ ହୋଇପାରିବ ଏବଂ ଚାଇନାକୁ ଏସବୁ ଔଷଧ ରପ୍ତାନି କରିପାରିବ।

ମେ’ ୫ରେ କଳାଦିବସ ପାଳନ କରିବ ବୟନିକା କର୍ମଚାରୀ ସଂଘ

ମେ’ ୫ରେ କଳାଦିବସ ପାଳନ କରିବ ବୟନିକା କର୍ମଚାରୀ ସଂଘ

ଭୁବନେଶ୍ୱର,୪-୫:ମେ’ ୫ରେ ରାଜ୍ୟର ପ୍ରମୁଖ ସମବାୟ ସଂସ୍ଥା ବୟନିକାର ୬୪ତମ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। କିନ୍ତୁ ଏଥିରେ ବୟନିକା କର୍ମଚାରୀ ସଂଘ ସହଯୋଗ କରିବ ନାହିଁ ବରଂ ଏହାକୁ ଏକ କଳାଦିବସ ଭାବେ ପାଳନ କରିବ ବୋଲି ଏକ ବିବୃତିରେ ପ୍ରକାଶ କରିଛି। ଦୀର୍ଘଦିନରୁ କର୍ମଚାରୀମାନେ ବିଭିନ୍ନ ଦାବି କରି ଆସିଥିଲେ ମଧ୍ୟ ଏହା ପୂରଣ କରାଯାଉ ନ ଥିବାରୁ ସଂଘ ଏହି ନିଷ୍ପତ୍ତି ନେଇଛି ବୋଲି ପ୍ରକାଶ କରିଛି। ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ୨୦୧୬ରୁ ପିଛିଲା ଭାବେ କର୍ମଚାରୀଙ୍କ ବେତନ ବୃଦ୍ଧି, ଚିକିତ୍ସା ଜନିତ ଭତ୍ତା ବୃଦ୍ଧି, ସବୁ ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ନ ମିଳିଲେ ସଂଘ ପ୍ରତିଷ୍ଠା ଦିବସରେ ସହଯୋଗ କରିବ ନାହିଁ ବୋଲି କହିଛି। ସେହିପରି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ବୟନିକା କର୍ମଚାରୀ ସଂଘର ସଭାପତି ପ୍ରଫୁଲ୍ଲ ଦାସଙ୍କୁ କାର୍ଯ୍ୟରେ ନିୟୋଜନ କରାଇବା ପାଇଁ ମଧ୍ୟ ଦାବି କରିଛି। ପ୍ରାୟ ୨ମାସ ଧରି କର୍ମଚାରୀମାନେ ଏହି ଦାବି କରୁଥିବା ବେଳେ ମେ’୫କୁ କଳାଦିବସ ଭାବେ ପାଳନ କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ ଦୁର୍ଗା ପ୍ରସନ୍ନ ପ୍ରହରାଜ ପ୍ରକାଶ କରିଛନ୍ତି।

ଶିକ୍ଷାବିତ୍‌ ଏ.ବି. ସିଂ ସମ୍ମାନିତ

ଶିକ୍ଷାବିତ୍‌ ଏ.ବି. ସିଂ ସମ୍ମାନିତ

ଭୁବନେଶ୍ୱର,୪-୫:ଆଦ୍ୟାନ୍ତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଭୁବନେଶ୍ୱର, କଟକ, ନାଗପୁର ଶାଖା ନିର୍ଦ୍ଦେଶକ ଡ. ଅଜୟ ବାହାଦୁର ସିଂଙ୍କୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ସମ୍ମାନିତ କରିଛନ୍ତି। ଶିକ୍ଷାର ପ୍ରସାର ଓ ବିକାଶ କ୍ଷେତ୍ରରେ ସିଂଙ୍କ ଅବଦାନ ପାଇଁ ପାଟଣାରେ ଅନୁଷ୍ଠିତ ଆଡ୍‌ଭାଣ୍ଟେଜ୍‌ କନ୍‌କ୍ଲେଭ୍‌ ବିହାର-୨୦୧୮ରେ ତାଙ୍କୁ ସମ୍ମାନିତ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ। ଏହି ଅବସରେ ମୋଦି କହିଛନ୍ତି, ଅଜୟ ବାହାଦୁର ସିଂଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ ତଥା କୋଚିଂ ପ୍ରତିଷ୍ଠାନରର ଛାତ୍ରୀଛାତ୍ରମାନେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ଓଡ଼ିଶାରେ ଜିନ୍ଦେଗୀ କାର୍ଯ୍ୟକ୍ରମ ଜରିଆରେ ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରୁଛନ୍ତି। ସେହିପରି ଇଞ୍ଜିନିୟରିଂ କ୍ଷେତ୍ରରେ ମଧ୍ୟ ସମାନ ସୁବିଧା ପ୍ରଦାନ କରି ପ୍ରଶଂସାଭାଜନ ହୋଇ ପାରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ସଂଳାପ ଲେଖକ ଏମ୍‌. ତରାଜୁ, କ୍ରିକେଟର ଝୁଲନ୍‌ ଗୋସ୍ବାମୀ, ପାଟଣା ସ୍ଥିତ ଏମ୍ସର ନିର୍ଦ୍ଦେଶକ ପ୍ରଭାତ କୁମାର, ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ବନ୍ଦ ହେଲା କେମ୍ବ୍ରିଜ୍‌ ଆନାଲିଟିକା

ବନ୍ଦ ହେଲା କେମ୍ବ୍ରିଜ୍‌ ଆନାଲିଟିକା

ଲଣ୍ଡନ,୪-୫:ବ୍ରିଟେନସ୍ଥିତ ରାଜନୈତିକ ପରାମର୍ଶଦାତା ସଂସ୍ଥା କେମ୍ବ୍ରିଜ୍‌ ଆନାଲିଟିକା ଗୁରୁବାର ବନ୍ଦ ହୋଇଛି। ଏହି ସଂସ୍ଥା ଏକ ଆପ୍ଲିକେଶନ ମାଧ୍ୟମରେ ପାଖାପାଖି ୮ କୋଟି ୭୦ ଲକ୍ଷ ଫେସ୍‌ବୁକ୍‌ ୟୁଜରଙ୍କ ତଥ୍ୟ ଚୋରି କରିଛି ବୋଲି ଫେସ୍‌ବୁକ୍‌ ଅଭିଯୋଗ କରିବା ପରେ ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପରିଣାମସ୍ବରୂପ ଦିନକୁ ଦିନ ଏହି ସଂସ୍ଥା ନିଜର କ୍ଲାଏଣ୍ଟମାନଙ୍କୁ ହରାଇ ଚାଲିଛି। ତେଣୁ ବାଧ୍ୟହୋଇ ନିଜର କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଗୁରୁବାର ଏହା ପ୍ରକାଶ କରିଛି। କେମ୍ବ୍ରିଜ୍‌ ଆନାଲିଟିକା କୌଣସି ପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ ନାହିଁ। ଗଣମାଧ୍ୟମରେ ମିଥ୍ୟା ପ୍ରଚାର କାରଣରୁ ଆଜି ସଂସ୍ଥା ବୁଡିବାକୁ ବସିଛି ବୋଲି ଏହାର ମୁଖପାତ୍ର କହିଛନ୍ତି।

ପ୍ରିମିୟମ ଟ୍ରେନରେ ବ୍ୟବହାର ହେବ ପରିବେଶ ଉପଯୋଗୀ ପ୍ଲେଟ

ପ୍ରିମିୟମ ଟ୍ରେନରେ ବ୍ୟବହାର ହେବ ପରିବେଶ ଉପଯୋଗୀ ପ୍ଲେଟ

ନୂଆଦିଲ୍ଲୀ,୪-୫(ପି.ଟି):ପ୍ରିମିୟମ୍‌ ଟ୍ରେନରେ ଯାତ୍ରୀଙ୍କୁ ପରିବେଶ ଉପଯୋଗୀ ପ୍ଲେଟରେ ଖାଇବା ମିଳିବ। ବର୍ତ୍ତମାନ ବ୍ୟବହାର ହେଉଥିବା ପଲ୍ୟୁମର ପ୍ଲେଟକୁ ବାଦ୍‌ ଦେଇ ଏଭଳି ପ୍ଲେଟରେ ଖାଇବା ମିଳିବ। ଗୋ ଗ୍ରୀନ ଡ୍ରାଇଭ୍‌ ପଦକ୍ଷେପ ଅନ୍ତର୍ଗତ ରେଲଓ୍ବେ ଏଭଳି ଏକ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଯୋଜନାକୁ ରେଲଓ୍ବେ ବର୍ତ୍ତମାନ ପରୀକ୍ଷଣ ଭିତ୍ତିରେ ଆରମ୍ଭ କରି ସାରିଛି। ସିଲଦାୟ ରାଜଧାନୀ ଏକ୍ସପ୍ରେସରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାକୁ ସବୁ ଟ୍ରେନରେ ଶୁଭାରମ୍ଭ କରାଯିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏନ୍‌ଟିପିସିର ୮୫,୫୦୦ କୋଟି ଆୟ ଲକ୍ଷ୍ୟ

ଏନ୍‌ଟିପିସିର ୮୫,୫୦୦ କୋଟି ଆୟ ଲକ୍ଷ୍ୟ

ନୂଆଦିଲ୍ଲୀ,୪-୫(ପି.ଟି.):ଚଳିତ ଆର୍ଥିକ ବର୍ଷରେ ନ୍ୟାଶ୍‌ନାଲ୍‌ ଥର୍ମାଲ୍‌ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ୨୬୮ ବିଲିୟନ ୟୁନିଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିବା ପାଇଁ ଆଶା ରଖିଥିବା ବେଳେ ମୋଟ ୮୫,୫୦୦ କୋଟି ଟଙ୍କା ଆୟ କରିବ ବୋଲି ଲକ୍ଷ୍ୟ ରଖିଛି। ଶକ୍ତି ମନ୍ତ୍ରଣାଳୟ ଏବଂ ଏନ୍‌ଟିପିସି ମଧ୍ୟରେ ଏଥିପାଇଁ ଏକ ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ସହିତ ପୁଞ୍ଜି ବିନିଯୋଗ ପ୍ରକଳ୍ପ ଯାଞ୍ଚ, ବୈଷୟିକ ଜ୍ଞାନକୌଶଳ ବ୍ୟବହାରରେ ଉନ୍ନତି ଆଣିବା ପାଇଁ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି ବୋଲି ଏନ୍‌ଟିପିସି ପକ୍ଷରୁ ପ୍ରକାଶ।

ଆଧାର ସପକ୍ଷରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀବ୍ୟକ୍ତି

ଆଧାର ସପକ୍ଷରେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀବ୍ୟକ୍ତି

ନୂଆଦିଲ୍ଲୀ,୪-୫:ଭାରତରେ ଆଧାର ତଥ୍ୟ ସୁରକ୍ଷାକୁ ନେଇ ବର୍ତ୍ତମାନ ବାଦବିବାଦ ଚାଲିଛି। ଇପିଏଫ୍‌ଓ ସଦସ୍ୟଙ୍କର ଆଧାର ତଥ୍ୟ ଚୋରି ହୋଇଛି ବୋଲି ନିକଟରେ ଖବର ଆସିଥିବାବେଳେ ଆଧାର କାରଣରୁ ହିଁ ବ୍ୟାଙ୍କରୁ ଟଙ୍କା ଚୋରି ହୋଇଥିବା ଖବର ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଛି। ବିରୋଧୀଦଳ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଗଣ ଆଧାରକୁ ଏକ ଅଯଥା ପ୍ରହସନ କହି ସମାଲୋଚନା କରୁଛନ୍ତି। ଏଭଳି ସ୍ଥଳେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ଗେଟ୍‌ ଆଧାର ସପକ୍ଷରେ ଯୁକ୍ତିବାଢ଼ିଛନ୍ତି। ସେ କହିଛନ୍ତି, ଭାରତର ଆଧାର ବ୍ୟବସ୍ଥାରେ ବ୍ୟକ୍ତିର ଗୋପନୀୟତା ଅଧିକାର କ୍ଷୁଣ୍ଣ ହେବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ଏକ ଉତ୍ତମ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ। ଭାରତର ଆଧାର ବ୍ୟବସ୍ଥାକୁ ଅନ୍ୟଦେଶଗୁଡିକରେ ଗ୍ରହଣ କରିବା ପାଇଁ ବିଲ୍‌ ଆଣ୍ଡ୍‌ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେଶନ ଓ୍ବାର୍ଲଡ୍‌ ବ୍ୟାଙ୍କକୁ ପ୍ରସ୍ତାବ ଦେଇଛି। ଏଥିପାଇଁ ପାଣ୍ଠି ମଧ୍ୟ ପ୍ରଦାନ କରିଛି। ସେ କହିଛନ୍ତି, ଅନ୍ୟ ଦେଶଗୁଡିକ ଏହାକୁ ଗ୍ରହଣ କରିବା ଉଚିତ। ଆଧାର ବ୍ୟବସ୍ଥା ଦ୍ୱାରା ହିଁ ଭାରତର ଅର୍ଥନୀତି ବର୍ତ୍ତମାନ ସୁଦୃଢ଼ ହେଉଛି। ଆଧାର ବାୟୋମେଟ୍ରିକ୍‌ ବ୍ୟବସ୍ଥାରେ ଏଭଳି କୌଣସି ତଥ୍ୟ ନାହିଁ ଯାହାକି ବ୍ୟକ୍ତିର ଗୋପନୀୟତାକୁ ନଷ୍ଟ କରିବ ବୋଲି ବିଲ୍‌ ଗେଟ୍‌ସ ପ୍ରକାଶ କରିଛନ୍ତି।

୨୭ ତମ ଜିଏସ୍‌ଟି ପରିଷଦ ବୈଠକ ଆଜି: ଚିନି ଉପରେ ଲାଗିପାରେ ସେସ୍‌

୨୭ ତମ ଜିଏସ୍‌ଟି ପରିଷଦ ବୈଠକ ଆଜି: ଚିନି ଉପରେ ଲାଗିପାରେ ସେସ୍‌

ନୂଆଦିଲ୍ଲୀ,୪-୫:ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୭ ତମ ବୈଠକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସି ଜରିଆରେ ହେବ। ଏହି ବୈଠକର ଏଜେଣ୍ଡାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସ୍ଥାନିତ କରାଯାଇଛି। ଏଜେଣ୍ଡାରେ ସବୁଠାରୁ ଆଗରେ ରହିଛି ଚିନି। ଏହି ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଏକ ବଡ ନିଷ୍ପତ୍ତି ଶୁକ୍ରବାର ନିଆଯାଇପାରେ। ଚିନି ଉପରେ ୫% ସେସ୍‌ ଲଗାଇବା ପାଇଁ ପରିଷଦ ବିଚାର କରିପାରେ ବୋଲି ସୂତ୍ରରୁ ଜଣାଯାଇଛି। ସମ୍ପ୍ରତି ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଲାଗୁଥିବାବେଳେ ଆଉ ଏକ ସେସ୍‌ ଆସିପାରେ ବୋଲି ଉକ୍ତ ସୂତ୍ରରୁ ସୂଚନା ମିଳିଛି। ଚିନି ସେସ୍‌ ଲାଗୁ ହେଲେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ବୁଧବାର କ୍ୟାବିନେଟ୍‌ ବୈଠକରେ ଆଖୁଚାଷୀଙ୍କ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଖୁଚାଷୀଙ୍କୁ ସରକାର ସିଧାସଳଖ ୧,୫୪୦ କୋଟି ଟଙ୍କା ପ୍ରଦାନ କରିବେ।

ଦ୍ୱନ୍ଦ୍ୱରେ ପକାଉଛି ଦେଶର ଜିଡିପି ଆକଳନ

ଦ୍ୱନ୍ଦ୍ୱରେ ପକାଉଛି ଦେଶର ଜିଡିପି ଆକଳନ

ନୂଆଦିଲ୍ଲୀ,୪-୫:ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ଆକଳନ ଠିକ୍‌ରେ କରାଯାଉନାହିଁ। ବାରମ୍ବାର ଏହାକୁ ସଂଶୋଧନ କରାଯାଉଥିବା ବେଳେ ଦେଶର ପ୍ରକୃତ ଅର୍ଥନୈତିକ ଅଭିବୃଦ୍ଧି ଚିତ୍ର ଜଣାପଡ଼ୁନାହିଁ। ଖୋଦ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏଭଳି କହିଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ଜିଡିପିକୁ ନେଇ ବାରମ୍ବାର ସଂଶୋଧନ କରାଯାଉଥିବା ବେଳେ ଏହା ଆନାଲିଷ୍ଟ୍‌ମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ଆର୍‌ବିଆଇର ଡିପାର୍ଟମେଣ୍ଟ ଅଫ୍‌ ଇକୋନୋମିକ୍‌ ଆଣ୍ଡ୍‌ ପଲିସି ରିସର୍ଚ୍ଚ ପକ୍ଷରୁ ଏଭଳି କୁହାଯାଇଛି। ସିଏସ୍‌ଓର ଆଡ୍‌ଭାନ୍ସ ଏଷ୍ଟିମେଟ୍‌ ଏବଂ ଫାଇନାଲ୍‌ ଗ୍ରୋଥ୍‌ ଏଷ୍ଟିମେଟ୍‌ ମଧ୍ୟରେ ବ୍ୟାବକ ତାରତମ୍ୟ ରହୁଛି ବୋଲି ଏହି ବିଭାଗ ପ୍ରକାଶ କରିଛି।

କଳାତାଲିକାରେ ୫୦,୦୦୦ରୁ ଊର୍ଦ୍ଧ୍ୱ ପଞ୍ଜୀକରଣ ସଂସ୍ଥା

କଳାତାଲିକାରେ ୫୦,୦୦୦ରୁ ଊର୍ଦ୍ଧ୍ୱ ପଞ୍ଜୀକରଣ ସଂସ୍ଥା

ନୂଆଦିଲ୍ଲୀ, ୪-୫(ପି.ଟି.):ସରକାର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଆଧାର ପଞ୍ଜୀକରଣ ସଂସ୍ଥାକୁ କଳାତାଲିକା ଭୁକ୍ତ କରିଛନ୍ତି। ବିଭିନ୍ନ ନିୟମ ଉଲ୍ଲଂଘନ ସହିତ ଏମାନଙ୍କର ସଫ୍ଟଓ୍ବେରରେ ତ୍ରୁଟି ରହିଥିବା କାରଣ ଦର୍ଶାଇ ଆଧାର ନିୟାମକ ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଅଣ୍ଡିଆ(ୟୁଆଇଡିଏଆଇ) ଏହି ପଦକ୍ଷେପ ଗ୍ରହଣ କରିଛି। ଏ ସମ୍ପର୍କିତ ସୂଚନାରେ ୟୁଆଇଡିଏଆଇ କହିଛି, ଆଧାର ପଞ୍ଜୀକରଣ ଏବଂ ନବୀକରଣରେ କଡ଼ା ସୁରକ୍ଷା ବୈଶିଷ୍ଟ୍ୟ ଗ୍ରହଣ କରାଯାଉଛି। ଆଧାର ପଞ୍ଜୀକରଣ ସଫ୍ଟଓ୍ବେର ସିଷ୍ଟମକୁ ଚୋରି କରି ଏହାକୁ କଳାବଜାରରେ ବିକ୍ରି କରାଯାଉଛି ବୋଲି ଖବର ପ୍ରକାଶ ପାଇଲା ପରେ ଏକ ସ୍ପଷ୍ଟୀକରଣ ଦେଇ ୟୁଆଇଡିଏଆଇ ଏହା କହିଛି।

ପିଏନ୍‌ବି ସମ୍ବଲପୁର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ପିଏନ୍‌ବି ସମ୍ବଲପୁର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୪-୫:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସମ୍ବଲପୁର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ନୀରେନ୍ଦ୍ର କୁମାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୧୯୮୯ରେ ପିଏନ୍‌ବିରେ ଯୋଗ ଦେଇଥିବା କୁମାର ବିହାର, ଛତିଶଗଡ, ମଧ୍ୟପ୍ରଦେଶ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛନ୍ତି। ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସମ୍ବଲପୁର ମଣ୍ଡଳରେ ଏନ୍‌ପିଏ ହ୍ରାସ ଉପରେ ଗୁରୁତ୍ୱ ଦେବା ସହ ରିଟେଲ୍‌ ବ୍ୟାଙ୍କିଙ୍ଗ୍‌, ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଏବଂ ସରକାରଙ୍କ ପ୍ରାୟୋଜିତ ଋଣ ଉପରେ ଦୃଷ୍ଟି ଦେବେ। ଗ୍ରାହକମାନଙ୍କୁ ଉନ୍ନତ ଗ୍ରାହକ ସେବା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱାରୋପ କରିବେ ବୋଲି କହିଛନ୍ତି।

ଜାତୀୟ ସଡ଼କ ସୁରକ୍ଷା ଅଭିଯାନ :୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଚେତନ କରିଛି ହୋଣ୍ଡା

ଜାତୀୟ ସଡ଼କ ସୁରକ୍ଷା ଅଭିଯାନ :୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଚେତନ କରିଛି ହୋଣ୍ଡା

ଭୁବନେଶ୍ୱର,୪-୫:ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ମେଗା ଜାତୀୟ ସଡ଼କ ସୁରକ୍ଷା ଅଭିଯାନ ପାଳନ କରାଯାଇଛି। ସାରା ଭାରତରେ ‘ହେଲମେଟ୍‌ଅନ୍‌ଲାଇଫ୍‌ଅନ୍‌’ ଅଭିଯାନ ଅନ୍ତର୍ଗତ ହୋଣ୍ଡା ପକ୍ଷରୁ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ହେଲମେଟ୍‌ର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଛି। ସଡକ ସୁରକ୍ଷା ସପ୍ତାହରେ ‘ହେଲମେଟ୍‌ଅନ୍‌ଲାଇଫ୍‌‌ଅନ୍‌’ ଅଭିଯାନରେ ୧୨ଟି ଟ୍ରାଫିକ୍‌ ତାଲିମ ପାର୍କରେ ସ୍ବତନ୍ତ୍ର ତାଲିମ ହାସଲ କରିଥିବା ହୋଣ୍ଡାର ସଡ଼କ ସୁରକ୍ଷା ପରାମର୍ଶଦାତା ଲୋକମାନଙ୍କୁ ସଚେତନ କରିଥିଲେ। କମ୍ପାନୀର ୫୭୦୦ରୁ ଅଧିକ ଟଚ୍‌ପଏଣ୍ଟ୍‌ରେ ଲୋକମାନଙ୍କୁ ସଚେତନ କରାଯାଇଛି। ସଡ଼କ ସୁରକ୍ଷା ପ୍ରତି ହୋଣ୍ଡାର ରହିଥିବା ପ୍ରତିଶ୍ରୁତି ବିଷୟରେ ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଉପସଭାପତି(ବ୍ରାଣ୍ଡ୍‌ ଏବଂ କମ୍ୟୁନିକେଶନ୍‌) ପ୍ରଭୁ ନାଗରାଜ କହିଛନ୍ତି ଯେ, ‘ଉଭୟ ବିଶ୍ୱ ତଥା ଭାରତରେ ସଡ଼କ ସୁରକ୍ଷା ସଚେତନତା ହେଉଛି ହୋଣ୍ଡାର ପ୍ରାଥମିକତା। ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାରେ ୫୦% ହ୍ରାସ କରିବା ପାଇଁ ସରକାରଙ୍କର ରହିଥିବା ଲକ୍ଷ୍ୟ ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ।

ସରଳ ହୋଇପାରେ ରିଟର୍ନ ଫର୍ମ

ସରଳ ହୋଇପାରେ ରିଟର୍ନ ଫର୍ମ

ନୂଆଦିଲ୍ଲୀ,୩-୫(ପି.ଟି) ୨୭ତମ ଜିଏସ୍‌ଟି ପରିଷଦ ବୈଠକର ଏଜେଣ୍ଡାରେ ରିଟର୍ନ ଫର୍ମର ସରଳୀକରଣ ସ୍ଥାନ ପାଇବ। ଏହା ସହ ସାମଗ୍ରୀ ଓ ସେବା ଟିକସ ନେଟଓ୍ବର୍କ ଲାଗି ଆଇଟି ଭିତ୍ତିଭୂମି ପ୍ରଦାନ କରୁଥିବା ଜିଏସ୍‌ଟିଏନ୍‌କୁ ଏକ ରାଷ୍ଟ୍ରାୟତ୍ତ ସଂସ୍ଥାରେ ରୂପାନ୍ତରିତ କରିବା ଉପରେ ମଧ୍ୟ ଆଲୋଚନା ହେବ। ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଭିଡିଓ କନଫରେନ୍ସିଂ ଯୋଗେ ଅଂଶଗ୍ରହଣ କରିବେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଏନ୍‌ପିଏସ୍‌ ପାଣ୍ଠିର ଆଂଶିକ ଉଠାଣ ହୋଇପାରିବ

ଏନ୍‌ପିଏସ୍‌ ପାଣ୍ଠିର ଆଂଶିକ ଉଠାଣ ହୋଇପାରିବ

ନୂଆଦିଲ୍ଲୀ,୩-୫(ପି.ଟି) ନ୍ୟାଶନାଲ ପେନସନ ସ୍କିମ(ଏନ୍‌ପିଏସ୍‌)ର ଉପଭୋକ୍ତାମାନେ ଶିକ୍ଷା ତଥା ବାଣିଜ୍ୟ ସ୍ଥାପନା ଲାଗି ସେମାନଙ୍କ ପାଣ୍ଠିରୁ ଆଂଶିକ ଉଠାଣ କରିପାରିବେ। ଏ ନେଇ ପେନସନ ପାଣ୍ଠି ନିୟାମକ ତଥା ଉନ୍ନତିକରଣ କର୍ତ୍ତୃପକ୍ଷ(ପିଏଫ୍‌ଆର୍‌ଡିଏ )ସୂଚନା ଦେଇଛି। ଗତ ମାସରେ ଅନୁଷ୍ଠିତ ହୋଇଥିବା ପିଏଫ୍‌ଆର୍‌ଡିଏ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

୧ ଲକ୍ଷ କୋଟି ଟଙ୍କାର ବେଆଇନ୍‌ ଟ୍ରାଞ୍ଜାକଶନ ଠାବ

୧ ଲକ୍ଷ କୋଟି ଟଙ୍କାର ବେଆଇନ୍‌ ଟ୍ରାଞ୍ଜାକଶନ ଠାବ

ନୂଆଦିଲ୍ଲୀ,୩-୫(ପି.ଟି) ଆୟକର ବିଭାଗ(ଆଇଟି) ୨୦୧୭-୧୮ ଆର୍ଥତ୍କ ବର୍ଷରେ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଉଚ୍ଚ ମୂଲ୍ୟର ବେଆଇନ୍‌ ନେଣଦେଣ ଠାବ କରିବାକୁ ସକ୍ଷମ ହୋଇଛି। ଏହି ନେଣଦେଣ ନେଇ ଲୋକମାନେ ଠିକ୍‌ ଭାବେ ଆୟକର ବିଭାଗକୁ ସୂଚନା ଦେଇ ନ ଥିବା ଜଣାଯାଇଛି। ଆୟକର ବିଭାଗର ଆପରାଧିକ ଏବଂ ଗୋଇନ୍ଦା ତଦନ୍ତ ନିର୍ଦ୍ଦେଶାଳୟ ଏହି ଭଳି ନେଣଦେଣକୁ ଠାବ କରିଥିବା ସୂଚନା ରହିଛି।

ଫ୍ଲିପକାର୍ଟ-ଓ୍ବାଲମାର୍ଟ ଡିଲ୍‌ ଶୀଘ୍ର

ଫ୍ଲିପକାର୍ଟ-ଓ୍ବାଲମାର୍ଟ ଡିଲ୍‌ ଶୀଘ୍ର

ନୂଆଦିଲ୍ଲୀ,୩-୫(ପି.ଟି) ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପକାର୍ଟର ସିଂହଭାଗ ଅଂଶଧନ ହାସଲ ଲାଗି ବିଶ୍ୱର ଅନ୍ୟତମ ସଂସ୍ଥା ଓ୍ବାଲମାର୍ଟ ଯୋଜନା ରଖିଥିବା ବେଳେ ଉକ୍ତ ଡିଲ୍‌ ଶୀଘ୍ର ଶେଷ ହେବ। ଫ୍ଲିପକାର୍ଟ ସହ ଡିଲ୍‌ ଲାଗି ଆମାଜନ ଚେଷ୍ଠା ଜାରି ରଖିଥିବା ବେଳେ ଓ୍ବାଲମାର୍ଟ ମଧ୍ୟ ଡିଲ୍‌କୁ ନିଜ ସପକ୍ଷରେ ନେବା ଲାଗି ଯୋଜନା ରଖିଛି।

ନିଲାମ ହେବ ରୁଚି ସୋୟା:ଦୌଡରେ ପତଞ୍ଜଳୀ ଆଗରେ

ନିଲାମ ହେବ ରୁଚି ସୋୟା:ଦୌଡରେ ପତଞ୍ଜଳୀ ଆଗରେ

ନୂଆଦିଲ୍ଲୀ,୩-୫ ହିନ୍ଦୁସ୍ତାନ ୟୁନିଲିବର ପରେ ଦେଶର ଦ୍ୱିତୀୟ ସର୍ବବୃହତ୍‌ ଏଫ୍‌ଏମ୍‌ସିଜି କମ୍ପାନୀ ପାଲଟିଥିବା ପତଞ୍ଜଳୀ ଆୟୁର୍ବେଦ ଏତିକିରେ ସନ୍ତୁଷ୍ଟ ନୁହେଁ। ଯୋଗଗୁରୁ ବାବା ରାମଦେବଙ୍କ ନେତୃତ୍ୱରେ ଗଠିତ ଏହି କମ୍ପାନୀ ଋଣ ବୋଝରେ ଡୁବିଥିବା ରୁଚି ସୋୟାକୁ କିଣିବା ପାଇଁ ଦୌଡରେ ସାମିଲ ହୋଇଯାଇଛି। ଖାଇବା ତେଲ ପ୍ରସ୍ତୁତ କରୁଥିବା ପ୍ରମୁଖ କମ୍ପାନୀ ‘ରୁଚି ସୋୟା’ ଋଣ ପରିଶୋଧ କରିବାରେ ବିଫଳ ହେବା କାରଣରୁ ବ୍ୟାଙ୍କଗୁଡିକ ଏହାକୁ ଏବେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଆଗରେ ହାଜର କରିଛନ୍ତି।

ଉମଙ୍ଗ ଆପ୍‌ ବ୍ୟବହାର କରି ଦେଖିହେବ ପାସ୍‌ବୁକ୍‌

ଉମଙ୍ଗ ଆପ୍‌ ବ୍ୟବହାର କରି ଦେଖିହେବ ପାସ୍‌ବୁକ୍‌

ନୂଆଦିଲ୍ଲୀ,୩।୫-ଏବେ ପେନ୍‌ସନଭୋଗୀ ଉମଙ୍ଗ ଆପ୍‌ ସହାୟତାରେ ମୋବାଇଲ୍‌ ଫୋନ୍‌ରେ ନିଜ ପାସ୍‌ବୁକ୍‌ ଦେଖିପାରିବେ। ପେନ୍‌ସନ୍‌ଭୋଗୀଙ୍କୁ ଦିଆଯାଉଥିବା ବିଶେଷ ସେବାର ପ୍ରୋତ୍ସାହନ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଏହି ସେବା ଶୁଭାରମ୍ଭ କରିଛି।