ବାଣିଜ୍ୟ

ନିଜସ୍ବ ପେମେଣ୍ଟ ବ୍ୟବସ୍ଥା ଆଣିବ ଆଇଆର୍‌ସିଟିସି

ନିଜସ୍ବ ପେମେଣ୍ଟ ବ୍ୟବସ୍ଥା ଆଣିବ ଆଇଆର୍‌ସିଟିସି

ନୂଆଦିଲ୍ଲୀ,୩୦-୩- ଇଣ୍ଡିଆନ୍‌ ରେଲଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ କର୍ପୋରେଶନ(ଆଇଆର୍‌ସିଟିସି) ଏହାର ନିଜସ୍ବ ପେମେଣ୍ଟ୍‌ ସୁବିଧା ପ୍ରଦାନ କରିବ। ରେଳ ଯାତ୍ରୀଙ୍କ ସୁବିଧା ତଥା ଅତିରିକ୍ତ ରାଜସ୍ବ ପାଇଁ ଆଇଆର୍‌ସିଟିସି ଆଉ ଦୁଇ ମାସ ମଧ୍ୟରେ ଏହି ସୁବିଧା ଆରମ୍ଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଏଫ୍‌ଆର୍‌ଡିଆଇ ବିଲ୍‌କୁ ନେଇ ଭୟ: ଏଟିଏମ୍‌ରୁ ଟଙ୍କା ଉଠାଇ ଆଣୁଛନ୍ତି ଗ୍ରାହକ

ଏଫ୍‌ଆର୍‌ଡିଆଇ ବିଲ୍‌କୁ ନେଇ ଭୟ: ଏଟିଏମ୍‌ରୁ ଟଙ୍କା ଉଠାଇ ଆଣୁଛନ୍ତି ଗ୍ରାହକ

ହାଇଦ୍ରାବାଦ,୩୦-୩ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜନସାଧାରଣ ବ୍ୟାଙ୍କ ଶାଖା ଓ ଏଟିଏମ୍‌ରେ ଲମ୍ବା ଧାଡି ଲଗାଇଛନ୍ତି। ନିଜ କଷ୍ଟ ଉପାର୍ଜିତ ଧନ ହରାଇବା ଆଶଙ୍କାରେ ସେମାନେ ତାହାକୁ ବ୍ୟାଙ୍କରୁ ଉଠାଇ ଆଣୁଛନ୍ତି। ଏହାର କାରଣ ହେଉଛି ଫାଇନାନ୍ସିଆଲ୍‌ ରିଜୋଲ୍ୟୁଶନ ଆଣ୍ଡ୍‌ ଡିପୋଜିଟ୍‌ ଇନସ୍ୟୁରାନ୍ସ(ଏଫ୍‌ଆର୍‌ଡିଆଇ) ବିଲ୍‌ ଅନ୍ତର୍ଗତ ବେଲ୍‌ ଇନ୍‌ କ୍ଲଜ୍‌। ଏହି ଧାରା ଅନୁସାରେ ଯଦି କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅନାଦାୟ ଋଣ ଭାରରେ ଦେବାଳିଆ ଘୋଷିତ ହୁଏ ତେବେ ଏହାର ଭରଣା ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ କିଛି ଅଂଶ ବହନ କରିବାକୁ ପଡିବ। ଫଳରେ ଗ୍ରାହକ ସେମାନଙ୍କ ଜମା ହରାଇବେ। ଏହି ଭୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଜନସାଧାରଣ ନିଜ ଜମା ଅର୍ଥ ଉଠାଇ ଆଣୁଛନ୍ତି ବୋଲି ଖବର ପ୍ରସାରିତ ହୋଇଛି।

ସୁନା ଦର ହ୍ରାସ

ସୁନା ଦର ହ୍ରାସ

ନୂଆଦିଲ୍ଲୀ,୩୦-୧(ପି.ଟି.) ଗହଣା ବ୍ୟବସାୟୀ ତଥା ରିଟେଲରମାନଙ୍କ ମଧ୍ୟରେ ଚାହିଦା କମିବା ଫଳରେ ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଛି। ଏହି ଧାତୁ ଏବେ ଉଚ୍ଚ ସ୍ତରରେ ରହିଛି, ଯାହାଫଳରେ ଚାହିଦା ଅନେକ ମାତ୍ରାରେ ହ୍ରାସ ପାଇଛି। ୧୦ ଗ୍ରାମ ପିଛା ଏଥିରେ ୬୫୦ ଟଙ୍କା ହ୍ରାସ ଘଟିଛି। ଫଳରେ ଏହା ୩୧,୩୦୦ ଟଙ୍କାକୁ ଖସିଆସିଛି।

ନିଯୁକ୍ତି, ପରିବେଶ ସମସ୍ୟା ଭାରତର ଅର୍ଥନୀତି ପାଇଁ ଚିନ୍ତାର ବିଷୟ: ଜୋସେଫ୍‌ ଷ୍ଟିଗ୍‌ଲିଜ୍‌

ନିଯୁକ୍ତି, ପରିବେଶ ସମସ୍ୟା ଭାରତର ଅର୍ଥନୀତି ପାଇଁ ଚିନ୍ତାର ବିଷୟ: ଜୋସେଫ୍‌ ଷ୍ଟିଗ୍‌ଲିଜ୍‌

ନୂଆଦିଲ୍ଲୀ, ୩୦।୩: ନିଯୁକ୍ତି ଏବଂ ପରିବେଶ ଭବିଷ୍ୟତରେ ଭାରତୀୟ ଅର୍ଥନୀତି ପାଇଁ ୨ଟି ପ୍ରମୁଖ ଚିନ୍ତାର ବିଷୟ ହେବ। ନୋବେଲ ଲରେଟ ଅର୍ଥନୀତିଜ୍ଞ ଜୋସେଫ୍‌ ଷ୍ଟିଗ୍‌ଲିଜ୍‌ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି। ଯଦିଓ ଭାରତ ଅଭିବୃଦ୍ଧି ହାସଲ କରିବ ତଥାପି ଆଶାନୁରୂପ ନିଯୁକ୍ତି ସୃଷ୍ଟି ନ ହେବା ଭାରତୀୟ ଅର୍ଥନୀତି ପାଇଁ ମୁଣ୍ଡବ୍ୟଥାର କାରଣ ହେବ।

ନେମ୍‌ ଆଣ୍ଡ ଶେମ୍‌ ଅଭିଯାନରେ  ପ୍ରକାଶ ପାଇଲା ୨୪ ଟିକସ ଖିଲାପକାରୀଙ୍କ ନାଁ

ନେମ୍‌ ଆଣ୍ଡ ଶେମ୍‌ ଅଭିଯାନରେ ପ୍ରକାଶ ପାଇଲା ୨୪ ଟିକସ ଖିଲାପକାରୀଙ୍କ ନାଁ

ନୂଆଦିଲ୍ଲୀ,୨୯-୩(ପି.ଟି.) ଟିକସ ଖିଲାପକାରୀଙ୍କୁ ନେଇ ସରକାର ଦିନକୁ ଦିନ କଡା ଆଭିମୁଖ୍ୟ ପ୍ରକାଶ କରୁଛନ୍ତି। ନେମ୍‌ ଆଣ୍ଡ୍‌ ଶେମ୍‌ ଅଭିଯାନ ଜରିଆରେ ସେମାନଙ୍କ ନାମ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ସରକାର ଆୟକର(ଆଇଟି) ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବିଭାଗ ଗୁରୁବାର ଦେଶବ୍ୟାପୀ ୨୪ ଜଣ ଟିକସ ଖିଲାପକାରୀଙ୍କ ନାମ ପ୍ରକାଶ କରିଛି। ଏଥିମଧ୍ୟରେ କେତେକ ବ୍ୟକ୍ତିବିଶେଷ ରହିଥିବାବେଳେ କେତେକ କମ୍ପାନୀ ରହିଛନ୍ତି। ସେମାନଙ୍କ ଉପରେ ପାଖାପାଖି ୪୯୦ କୋଟି ଟଙ୍କାର ଟିକସ ବକେୟା ରହିଛି। କେତେକ ଖିଲାପକାରୀଙ୍କ ଠିକଣା ମିଳୁ ନ ଥିବାବେଳେ କେତେକ ବକେୟା ଟିକସ ପୈଠ କରିବା ପାଇଁ ନିଜର ଅକ୍ଷମତା ଦର୍ଶାଇଛନ୍ତି।

ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଟିକସମୁକ୍ତ ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷକୁ ବଢିଲା

ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଟିକସମୁକ୍ତ ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷକୁ ବଢିଲା

ବମ୍ବେ,୨୯-୩ (ପି.ଟି) ଘରୋଇ କ୍ଷେତ୍ର କର୍ମଚାରୀଙ୍କ ଟିକସମୁକ୍ତ ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ସରକାର ଏ ନେଇ ଗୁରୁବାର ବିଜ୍ଞପ୍ତି ଜାରି କରିଛନ୍ତି। ଗ୍ରାଚ୍ୟୁଇଟି ପ୍ରଦାନ ଆଇନରେ ସଂଶୋଧନ ପରେ ସରକାର ଏହି ବିଜ୍ଞପ୍ତି ଜାରି କରିଛନ୍ତି। ସେହିଭଳି ଏଭଳି ସଂଶୋଧନ ଦ୍ୱାରା ମାତୃତ୍ୱ ଲାଗି ଥିବା ଛୁଟି ସମୟ ଧାର୍ଯ୍ୟ କରିବାକୁ ସରକାର ସକ୍ଷମ ହୋଇ ପାରିବେ।

ଏବେ ରେଳ କର୍ମଚାରୀଙ୍କ ପାଇଁ ଏଲ୍‌ଟିସି

ଏବେ ରେଳ କର୍ମଚାରୀଙ୍କ ପାଇଁ ଏଲ୍‌ଟିସି

ନୂଆଦିଲ୍ଲୀ,୨୯-୩(ପି.ଟି.) ରେଳ କର୍ମଚାରୀମାନେ ଏବେ ଲିଭ୍‌ ଟ୍ରାଭେଲ୍‌ କନ୍‌ସେସନ୍‌ (ଏଲ୍‌ଟିସି) ଲାଭ କରିପାରିବେ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍‌ସନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସପ୍ତମ ବେତନ ଆୟୋଗର ସୁପାରିସ୍‌କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

 ଆଦିତ୍ୟ ହ୍ୟୁଣ୍ଡାଇରେ ମାଗଣା କାର କେୟାର କ୍ଲିନିକ୍‌

ଆଦିତ୍ୟ ହ୍ୟୁଣ୍ଡାଇରେ ମାଗଣା କାର କେୟାର କ୍ଲିନିକ୍‌

ଭୁବନେଶ୍ୱର,୨୯-୩ ଟମାଣ୍ଡୋସ୍ଥିତ ଆଦିତ୍ୟ ହ୍ୟୁଣ୍ଡାଇଠାରେ ଏକ ମାଗଣା କାର୍‌ କେୟାର କ୍ଲିନିକ୍‌(ଏଫ୍‌ସିସିସି) ଉଦ୍‌ଘାଟିତ ହୋଇଯାଇଛି। ଏହା ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକ ଆକର୍ଷଣୀୟ ଅଫର୍‌ ଲାଭ କରିପାରିବେ।

ହର୍ଲିକ୍ସ ବିକ୍ରି ପ୍ରସଙ୍ଗ:ସମ୍ଭାବ୍ୟ ବିଡର ତାଲିକାରେ ନେସ୍‌ଲେ, କ୍ରାଫ୍ଟ ହେଞ୍ଜ୍‌, ୟୁନିଲିଭର, ଆଇଟିସି

ହର୍ଲିକ୍ସ ବିକ୍ରି ପ୍ରସଙ୍ଗ:ସମ୍ଭାବ୍ୟ ବିଡର ତାଲିକାରେ ନେସ୍‌ଲେ, କ୍ରାଫ୍ଟ ହେଞ୍ଜ୍‌, ୟୁନିଲିଭର, ଆଇଟିସି

ନୂଆଦିଲ୍ଲୀ,୨୯-୩ ବ୍ରିଟିଶଭିତ୍ତିକ ଔଷଧ କମ୍ପାନୀ ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍‌(ଜିଏସ୍‌କେ)ର ହର୍ଲିକ୍ସ ବ୍ରାଣ୍ଡ ଏବଂ କମ୍ପାନୀର ଅନ୍ୟ ହେଲ୍‌ଥ ନ୍ୟୁଟ୍ରିଶନ୍‌ ପ୍ରଡକ୍ଟ ଲାଇନ୍‌ ବିକ୍ରି ହେବ। ତେବେ ଏଥିପାଇଁ ସମ୍ଭାବ୍ୟ ବିଡର ତାଲିକାରେ ସୁଇଜରଲାଣ୍ଡର ନେସ୍‌ଲେ ଏସ୍‌ଏ, ସିକାଗୋ ଭିତ୍ତିକ କମ୍ପାନୀ କ୍ରାଫ୍ଟ ହେଞ୍ଜ୍‌ କୋ, ଡଚ୍‌ ପ୍ୟାକେଜ୍‌ଡ ଗୁଡ୍‌ସ କମ୍ପାନୀ ୟୁନିଲିଭର, ନ୍ୟୁଜର୍ସିଭିତ୍ତିକ ମଣ୍ଡେଲେଜ୍‌ ଇଣ୍ଟର୍‌ନ୍ୟାଶ୍‌ନାଲ୍‌ ଏବଂ ଆଇଟିସି ଲିମିଟେଡ୍‌ ରହିଛନ୍ତି।

 ଏପ୍ରିଲ୍‌ ୧୫ରୁ  ୬ଟା ୩୦ରେ ଛାଡ଼ିବ ଭୁବନେଶ୍ୱର- ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ

ଏପ୍ରିଲ୍‌ ୧୫ରୁ ୬ଟା ୩୦ରେ ଛାଡ଼ିବ ଭୁବନେଶ୍ୱର- ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ

ଭୁବନେଶ୍ୱର,୨୯-୩ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ଏପ୍ରିଲ ୧୫ରୁ ପରିବର୍ତ୍ତିତ ସମୟ ଅନୁସାରେ ଚଳାଚଳ କରିବ। ଏହା ଭୁବନେଶ୍ୱରରୁ ସକାଳ ୬ ଟା ୪୫ ମିନିଟ୍‌ରେ ଛାଡ଼ିବା ବଦଳରେ ସକାଳ ୬ଟା ୩୦ରେ ଛାଡ଼ିବ।

ଅତିରିକ୍ତ ୨୦,୦୦୦ ନିଯୁକ୍ତି ଦେବ ରେଳପଥ

ଅତିରିକ୍ତ ୨୦,୦୦୦ ନିଯୁକ୍ତି ଦେବ ରେଳପଥ

ନୂଆଦିଲ୍ଲୀ,୨୯-୩(ପି.ଟି.) ଭାରତୀୟ ରେଳପଥ ୯୦,୦୦୦ ନିଯୁକ୍ତି ଦେବ ବୋଲି ପୂର୍ବରୁ ଘୋଷଣା କରିଥିଲା। ଏବେ ଆଉ ୨୦,୦୦୦ ନିଯୁକ୍ତି ଦିଆଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଗୁରୁବାର ସୂଚନା ଦେଇଛନ୍ତି।

 ରୋଜ ଭ୍ୟାଲି ଚିଟ ଫଣ୍ଡ ଠକେଇରେ ୨୩୦୦ କୋଟି ଟଙ୍କା ସମ୍ପତ୍ତି ଜବତ କଲା ଇଡି

ରୋଜ ଭ୍ୟାଲି ଚିଟ ଫଣ୍ଡ ଠକେଇରେ ୨୩୦୦ କୋଟି ଟଙ୍କା ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ,୨୯-୩ ରୋଜଭ୍ୟାଲି ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ୨୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଟଙ୍କା ଚାଲାଣ ସମ୍ପୃକ୍ତି ଅଭିଯୋଗରେ ଇଡି ପକ୍ଷରୁ ଏହି ସମ୍ପତ୍ତିଗୁଡିକୁ ଜବତ କରାଯାଇଛି। ଉକ୍ତ ସମ୍ପତ୍ତି ମଧ୍ୟରେ ୧୨ରୁ ଅଧିକ ହୋଟେଲ ଏବଂ ରିସର୍ଟ ସାମିଲ ରହିଛି। ସେହିଭଳି ଜବତ ହୋଇଥିବା ଅନ୍ୟ ସମ୍ପତ୍ତି ମଧ୍ୟରେ ୨୦୦ ଏକରର ପ୍ଲଟ ଏବଂ ୪୧୪ ଲ୍ୟାଣ୍ଡ ପାର୍ସଲ ମଧ୍ୟ ସାମିଲ ରହିଛି।

କର୍ନାଟକ ବ୍ୟାଙ୍କରୁ ଗୀତାଞ୍ଜଳି ଗ୍ରୁପ ନେଇଛି ୮୬.୫ କୋଟି

କର୍ନାଟକ ବ୍ୟାଙ୍କରୁ ଗୀତାଞ୍ଜଳି ଗ୍ରୁପ ନେଇଛି ୮୬.୫ କୋଟି

ବାଙ୍ଗାଲୋର,୨୯-୩ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩,୫୪୦ କୋଟି ଟଙ୍କାରୁ ଅଧିକ ଋଣ ମାମଲାରେ ଜଡ଼ିତ ଥିବା ମେହୁଲ ଚୋକସୀଙ୍କ ଗୀତାଞ୍ଜଳି ଗ୍ରୁପର କର୍ନାଟକ ବ୍ୟାଙ୍କକୁ ୮୬.୫ କୋଟି ଟଙ୍କା ଚୂନ ଲଗାଇଛି। ପରିଚାଳନା ପୁଞ୍ଜି ବାବଦକୁ ଗୀତାଞ୍ଜଳି ଗ୍ରୁପକୁ ଏହି ଋଣ ପ୍ରଦାନ କରାଯାଇଥିଲା।

ଭିଡିଓକନ୍‌ ଋଣ ମାମଲାରେ କୋଚରଙ୍କ ସମ୍ପୃକ୍ତି ନାହିଁ: ଆଇସିଆଇସିଆଇ

ଭିଡିଓକନ୍‌ ଋଣ ମାମଲାରେ କୋଚରଙ୍କ ସମ୍ପୃକ୍ତି ନାହିଁ: ଆଇସିଆଇସିଆଇ

ନୂଆଦିଲ୍ଲୀ,୨୯-୩ କ୍ଷତିରେ ଚାଲୁଥିବା ଭିଡିଓକନ୍‌ କମ୍ପାନୀକୁ ଋଣ ପ୍ରଦାନରେ ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଥିବା ଚନ୍ଦା କୋଚରଙ୍କ କୌଣସି ସମ୍ପୃକ୍ତି ନାହିଁ। ଋଣ ପ୍ରଦାନରେ କୋଚରଙ୍କ ସମ୍ପୃକ୍ତି ନେଇ ଆସିଥିବା ରିପୋର୍ଟକୁ ବ୍ୟାଙ୍କ ଭିତ୍ତିହୀନ ବୋଲି କହିଛି। ଭିଡିଓକନକୁ ପ୍ରଦାନ କରାଯାଇଥିବା ଋଣ ବ୍ୟାଙ୍କର ଋଣ କମିଟି ମଞ୍ଜୁର କରିଥିଲା। ସେହି ସମୟରେ ଉକ୍ତ କମିଟିର ମୁଖ୍ୟ କୋଚର ନ ଥିଲେ। କୋଚରଙ୍କ ସପକ୍ଷରେ ମତ ରଖି ବ୍ୟାଙ୍କର ଅଧ୍ୟକ୍ଷ ଏମ୍‌.କେ ଶର୍ମା ଏହା କହିଛନ୍ତି।

୧ କୋଟି ନୂଆ ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ଗୁରୁତ୍ୱ

୧ କୋଟି ନୂଆ ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୨୮-୩ ନୂଆ କରି ଚାକିରିରେ ଯୋଗ ଦେଉଥିବା କର୍ମଚାରୀଙ୍କୁ ପ୍ରଥମ ତିନି ବର୍ଷ ଲାଗି ସରକାର ୧୨% ପେନସନ ରିହାତି ପ୍ରଦାନ କରିବେ। ଏହିଭଳି ପଦକ୍ଷେପ ଦ୍ୱାରା ସରକାର ୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ମୂଳ ବେତନରୁ ପେନସନ ଲାଗି ବାଧ୍ୟତାମୂଳକ ଭାବେ କଟୁଥିବା ୧୨% ଅର୍ଥକୁ ସରକାର ବହନ କରିବେ ବୋଲି ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ଗୁରୁବାର ମଞ୍ଜୁରୀ ପ୍ରଦାନ କରିଛି।

ନୀରବଙ୍କୁ ଠାବ ଲାଗି ଇଣ୍ଟରପୋଲ ସାହାଯ୍ୟ ଲୋଡିଲା ଇଡି

ନୀରବଙ୍କୁ ଠାବ ଲାଗି ଇଣ୍ଟରପୋଲ ସାହାଯ୍ୟ ଲୋଡିଲା ଇଡି

ନୂଆଦିଲ୍ଲୀ,୨୯-୩ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ମହାଘୋଟାଲା ମାମଲାରେ ଦେଶ ଛାଡିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଠାବ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଇଣ୍ଟରପୋଲର ସହାୟତା ଲୋଡିଛି।

ଅପରିବର୍ତ୍ତିତ ରହିପାରେ ସୁଧହାର

ଅପରିବର୍ତ୍ତିତ ରହିପାରେ ସୁଧହାର

ବମ୍ବେ,୨୯-୩ (ପି.ଟି) ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆରବିଆଇ) ଏପ୍ରିଲ ୫ରେ ହେବାକୁ ଥିବା ସମୀକ୍ଷା ବୈଠକରେ ସୁଧହାରକୁ ଅପରିବର୍ତ୍ତିତ ରଖିପାରେ। ଅର୍ଥନୈତିକ ଅଭିବୃଦ୍ଧି ଧାରାର ସ୍ଥିତାବସ୍ଥାକୁ ତଥା ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗକୁ ଧ୍ୟାନରେ ରଖି ଆରବିଆଇ ସୁଧହାରରେ କୌଣସି ପରିବର୍ତ୍ତନ କରି ନ ପାରେ ବୋଲି ବିଶ୍ୱ ସ୍ତରୀୟ ବିତ୍ତ ସେବା ପ୍ରଦାନକାରୀ ୟୁବିଏସ୍‌ କହିଛି। ଏପ୍ରିଲରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମୀକ୍ଷା କମିଟି ସୁଧହାରକୁ ୬%ରେ ଅପରିବର୍ତ୍ତିତ ରଖିପାରେ ବୋଲି ୟୁବିଏସ୍‌ ପ୍ରକାଶ କରିଛି।

ଓଜିବି କର୍ମଚାରୀଙ୍କ ଧର୍ମଘଟ

ଓଜିବି କର୍ମଚାରୀଙ୍କ ଧର୍ମଘଟ

ଭୁବନେଶ୍ୱର,୨୯-୩ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ଆର୍‌ଆର୍‌ବି ୟୁନିୟନର ଡାକରା କ୍ରମେ ୨୬ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କର କର୍ମଚାରୀମାନେ ଧର୍ମଘଟରେ ସାମିଲ ହୋଇଥିଲେ। ୭ ଦଫା ଦାବିରେ ବ୍ୟାଙ୍କର କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇ ଥିଲେ। ସାରା ଦେଶରୁ ୫୬ଟି ଆର୍‌ଆର୍‌ବି ଏହି ଧର୍ମଘଟ ଡାକରାରେ ସାମିଲ ହୋଇଥିଲେ। ଗତ ୨୦ ତାରିଖରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ଆର୍‌ଆର୍‌ବି ୟୁନିୟନ ପକ୍ଷରୁ ଦିଲ୍ଲୀରେ ଧାରଣା ଦିଆଯିବା ସହ ଏହାର ପ୍ରତିନିଧି ମାନେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ।

ଜାଲିଆତି ଯୋଗୁ ବ୍ୟାଙ୍କିଙ୍ଗ ଶିଳ୍ପକୁ ୧୮,୧୭୦ କୋଟି କ୍ଷତି

ଜାଲିଆତି ଯୋଗୁ ବ୍ୟାଙ୍କିଙ୍ଗ ଶିଳ୍ପକୁ ୧୮,୧୭୦ କୋଟି କ୍ଷତି

ବମ୍ବେ,୨୯-୩(ପି.ଟି.) ୨୦୧୬-୧୭ ଆର୍ଥିକବର୍ଷରେ ଦେଶର ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ମୋଟ ୧୨,୫୫୩ଟି ଜାଲିଆତି ମାମଲା ହୋଇଛି। ଏଥିଯୋଗୁ ଶିଳ୍ପକୁ ୧୮,୧୭୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ସର୍ବାଧିକ ସଂଖ୍ୟକ ଜାଲିଆତି ମାମଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ସର୍ବାଧିକ ୩,୮୯୩ଟି ମାମଲା ରହିଥିବାବେଳେ ଘରୋଇ ଆଇସିଆଇସିଆଇ ବ୍ୟାଙ୍କରେ ୩,୩୫୯ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୨,୩୧୯ ସଂଖ୍ୟକ ଜାଲିଆତି ମାମଲା ରହିଥିବା ପ୍ରକ୍ସି ଆଡ୍‌ଭାଇଜରୀ ସଂସ୍ଥା ଇନ୍‌ଷ୍ଟିଚ୍ୟୁଶ୍‌ନାଲ ଇନ୍‌ଭେଷ୍ଟର ଆଡ୍‌ଭାଇଜରୀ ସର୍ଭିସେସ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

ରେଳପଥରେ ୮୯,୦୦୦ ଖାଲି ପଦବୀ ପାଇଁ ୨ କୋଟି ଆବେଦନ

ରେଳପଥରେ ୮୯,୦୦୦ ଖାଲି ପଦବୀ ପାଇଁ ୨ କୋଟି ଆବେଦନ

ନୂଆଦିଲ୍ଲୀ,୨୯-୩ ଭାରତରେ ନିଯୁକ୍ତି ସଙ୍କଟ ଏବେ ଏକ ବଡ ସମସ୍ୟା ପାଲଟିଛି। ପ୍ରମୁଖ ଟେକ୍ନୋଲୋଜି କମ୍ପାନୀଗୁଡିକ ଛଟେଇ କରୁଥିବାବେଳେ ନୂଆ କମ୍ପାନୀଗୁଡିକ ସ୍ବଳ୍ପ ନିବେଶ ଯୋଗୁ ଅଧିକ ନିଯୁକ୍ତି ପ୍ରଦାନ କରୁନାହାନ୍ତି। ଫଳରେ ଦେଶରେ ଉଚ୍ଚଶିକ୍ଷିତ ବେକାରି ହାର ବଢ଼ୁଛି। ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ଯେ, ଭାରତୀୟ ରେଳପଥରେ ବାହାରିଥିବା ୮୯,୦୦୦ ଖାଲି ପଦବୀ ପାଇଁ ୨ କୋଟି ପ୍ରାର୍ଥୀ ଆବେଦନ କରିଛନ୍ତି।

ଆଇଡିବିଆଇରେ ସନ୍ଦେହଜନକ ଋଣ: ୩ ମାମଲା ଦାଏର କଲା ସିବିଆଇ

ଆଇଡିବିଆଇରେ ସନ୍ଦେହଜନକ ଋଣ: ୩ ମାମଲା ଦାଏର କଲା ସିବିଆଇ

ନୂଆଦିଲ୍ଲୀ,୨୯-୩(ପି.ଟି.) ଇଣ୍ଡଷ୍ଟ୍ରିଆଲ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆଇଡିବିଆଇ)ର ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପଲାଙ୍ଗୀ ଶାଖାରେ ୭୪୩ କୋଟି ଟଙ୍କାର ଏକ ଋଣ ଜାଲିଆତି ହୋଇଛି। ମତ୍ସ୍ୟଚାଷ ଏବଂ କିଷାନ କ୍ରେଡିଟ୍‌ କାର୍ଡ ପାଇଁ ନିଆଯାଇଥିବା ଏହି ଋଣ ବର୍ତ୍ତମାନ ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ପାଲଟିଥିବାବେଳେ ଏହାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୩ଟି ମାମଲା ଦାଏର୍‌ କରିଛି। ସିବିଆଇ ଅଧିକାରୀଙ୍କ ପକ୍ଷରୁ ଗୁରୁବାର ଉକ୍ତ ସୂଚନା ଦିଆଯାଇଛି।

ଛୋଟ କମ୍ପାନୀ ଅଧିକ ପସନ୍ଦ

ଛୋଟ କମ୍ପାନୀ ଅଧିକ ପସନ୍ଦ

ନୂଆଦିଲ୍ଲୀ,୨୯।୩: ଭାରତରେ ବର୍ତ୍ତମାନ ଅର୍ଦ୍ଧାଧିକ କର୍ମଚାରୀ ଛୋଟ କମ୍ପାନୀରେ କାମ କରିବାକୁ ପସନ୍ଦ କରୁଛନ୍ତି। ୨୦୧୨ ବେଳକୁ ପ୍ରତି ୧୦୦ ଜଣରେ ମାତ୍ର ୧୭ଜଣ କର୍ମଚାରୀ ଛୋଟ କମ୍ପାନୀରେ କାମ କରିବାକୁ ପସନ୍ଦ କରୁଥିବା ବେଳେ ଏବେ କର୍ମଚାରୀଙ୍କ ଆଗ୍ରହରେ ପରିବର୍ତ୍ତନ ଆସିଛି।

ବିବିବିର ପରବର୍ତ୍ତୀ ଅଧ୍ୟକ୍ଷା ହୋଇପାରନ୍ତି ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ

ବିବିବିର ପରବର୍ତ୍ତୀ ଅଧ୍ୟକ୍ଷା ହୋଇପାରନ୍ତି ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ

ନୂଆଦିଲ୍ଲୀ,୨୯।୩: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ବ୍ୟାଙ୍କ ବୋର୍ଡ ବ୍ୟୁରୋ (ବିବିବି)ର ପରବର୍ତ୍ତୀ ଅଧ୍ୟକ୍ଷା ହୋଇପାରନ୍ତି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ଆପଏଣ୍ଟମେଣ୍ଟ କମିଟି ଏ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରିବ।

ଜନକଲ୍ୟାଣକାରୀ ଯୋଜନାରେ ଆଧାର ସଂଯୋଗ, ସମୟସୀମା ବଢ଼ିଲା ତିନିମାସ

ଜନକଲ୍ୟାଣକାରୀ ଯୋଜନାରେ ଆଧାର ସଂଯୋଗ, ସମୟସୀମା ବଢ଼ିଲା ତିନିମାସ

ନୂଆଦିଲ୍ଲୀ, ୨୮-୩(ପି.ଟି.) ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହିତ ଆଧାର ସଂଯୋଗ ପାଇଁ ଥିବା ସମୟସୀମାକୁ ଆଉ ତିନିମାସ ବୃଦ୍ଧି କରାଯାଇଛି। ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଜନସାଧାରଣ ସମସ୍ତ ପ୍ରକାର କଲ୍ୟାଣକାରୀ ଯୋଜନା ସହିତ ସେମାନଙ୍କ ଆଧାର ନମ୍ବରକୁ ଜୁନ ୩୦ ପର୍ଯ୍ୟନ୍ତ ସଂଯୋଗ କରିପାରିବେ।