ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ନୂଆ ଆଇପିଏଲ୍‌ ପ୍ଲାନ: ୨୪୮ଟଙ୍କାରେ ଦୈନିକ ମିଳିବ ୩ଜିବି ଡାଟା

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ନୂଆ ଆଇପିଏଲ୍‌ ପ୍ଲାନ: ୨୪୮ଟଙ୍କାରେ ଦୈନିକ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ,୮।୪: ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ଧ୍ୟାନରେ ରଖି ନୂଆ ଟାରିଫ ପ୍ଲାନ ଘୋଷଣା କରାଯାଇଛି। ଏହି ପ୍ଲାନଟିର ମୂଲ୍ୟ ୨୪୮ ଟଙ୍କା ରହିଛି।

ପୂର୍ବତଟ ରେଳପଥର ସର୍ବୋତ୍ତମ ରେକର୍ଡ: ୨୦୧୭-୧୮ରେ ୧୮୨.୭୫ ନିୟୁତ ଟନ ମାଲ ପରିବହନ

ପୂର୍ବତଟ ରେଳପଥର ସର୍ବୋତ୍ତମ ରେକର୍ଡ: ୨୦୧୭-୧୮ରେ ୧୮୨.୭୫ ନିୟୁତ ଟନ ମାଲ ପରିବହନ

ଭୁବନେଶ୍ୱର, ୮।୪ : ୨୦୧୬-୧୭ ଆର୍ଥିକବର୍ଷରେ ପୂର୍ବତଟ ରେଳପଥ ୧୭୭.୪୩ ନିୟୁତ ଟନ ମାଲ ପରିବହନ କରିଥିଲା ବେଳେ ୨୦୧୭-୧୮ ଆର୍ଥିକବର୍ଷରେ ଏହା ୧୮୨.୭୫ ନିୟୁତ ଟନକୁ ବୃଦ୍ଧି ପାଇଛି। ଭାରତୀୟ ରେଳର ମୋଟ ମାଲ ପରିବହନର ଏହା ୧୫.୭୦% ହୋଇଥିବା ବେଳେ ଏହା ସର୍ବୋତ୍ତମ ରେକର୍ଡ ବୋଲି ପୂର୍ବତଟ ରେଳପଥ ପ୍ରକାଶ କରିଛି।

ଘରୋଇ ବ୍ୟାଙ୍କରେ ଉତ୍ତରାଧିକାରୀ ସଙ୍କଟ

ଘରୋଇ ବ୍ୟାଙ୍କରେ ଉତ୍ତରାଧିକାରୀ ସଙ୍କଟ

ନୂଆଦିଲ୍ଲୀ,୭-୪ ବିଭିନ୍ନ ବାଦବିବାଦ ମଧ୍ୟରେ ଏବେ ଘରୋଇ ବ୍ୟାଙ୍କଗୁଡିକ ଆଗରେ ପ୍ରଶ୍ନସଂଖ୍ୟା ବଢ଼ିଚାଲିଛି। ବଡ ବଡ ଋଣ ଖିଲାପୀ ମାମଲା ଶିଳ୍ପକୁ ସମସ୍ୟା ଘେରକୁ ଆଣିଦେଇଛି। ଏକଦା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ଆସୁଥିବା ଘରୋଇ ବ୍ୟାଙ୍କଗୁଡିକର ସ୍ଥିତି ବର୍ତ୍ତମାନ ଯାହା ଅଛି ଏଗୁଡିକର ମଙ୍ଗ ସମ୍ଭାଳିବା ପାଇଁ ଦକ୍ଷ ଉତ୍ତରାଧିକାରୀ ଖୋଜିବା ମ୍ୟାନେଜ୍‌ମେଣ୍ଟ ପାଇଁ ବଡ ସମସ୍ୟା ପାଲଟିବ। ଏହି ପଦରେ ଅବସ୍ଥାପିତ ହେବା ପାଇଁ ସେଭଳି ଜଣେ ଦୃଢ଼ ବ୍ୟକ୍ତିତ୍ୱଙ୍କ ଆବଶ୍ୟକତା ରହିଛି। ଆଗାମୀ ବର୍ଷେ ଦୁଇ ବର୍ଷ ମଧ୍ୟରେ ପ୍ରମୁଖ ବ୍ୟାଙ୍କଗୁଡିକରେ ସିଇଓ ପଦ ଫାଙ୍କା ହେବାକୁ ଯାଉଛି। ଏଭଳି କ୍ଷେତ୍ରରେ ଉକ୍ତ ବ୍ୟାଙ୍କଗୁଡିକର ମଙ୍ଗୁଆଳ କାହାକୁ କରାଯିବ ତାହା ଚୟନ କରିବା ଶିଳ୍ପ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

 ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି

ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି

ନୂଆଦିଲ୍ଲୀ,୭-୪ ଦେଶର ସମସ୍ତ ବିମାନବନ୍ଦରରେ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ ଗ୍ରୁପ୍‌ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର(ଏଲ୍‌ଓସି) ଜାରି ହୋଇଛି। ଅର୍ଥାତ୍‌ ସରକାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏମାନେ ଦେଶ ଛାଡ଼ି ଯାଇପାରିବେ ନାହିଁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ନିର୍ଦ୍ଦେଶକ୍ରମେ ଏହି ଏଲ୍‌ଓସି ଜାରି ହୋଇଛି।

ଆରମ୍ଭ ହେଲା ବ୍ରାଣ୍ଡେଡ୍‌ ଗାର୍ମେଣ୍ଟ ମେଳା

ଆରମ୍ଭ ହେଲା ବ୍ରାଣ୍ଡେଡ୍‌ ଗାର୍ମେଣ୍ଟ ମେଳା

ଭୁବନେଶ୍ୱର, ୭-୪ ସ୍ଥାନୀୟ ହୋଟେଲ ନ୍ୟୁମାରିୟନରେ ଆରମ୍ଭ ହୋଇଛି ଇଣ୍ଟରନାଶନାଲ୍‌ ବ୍ରାଣ୍ଡେଡ୍‌ ଗାର୍ମେଣ୍ଟ ସେଲ୍‌ ମେଳା। ଗ୍ରୀଷ୍ମ ଋତୁ ତଥା ବିବାହ ସମୟକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି।

 ଭିଡିଓକନ ସହିତ କାରବାର କରୁଥିଲେ ରାଜୀବ କୋଚ୍ଚର

ଭିଡିଓକନ ସହିତ କାରବାର କରୁଥିଲେ ରାଜୀବ କୋଚ୍ଚର

କ୍ରମାଗତ ଦୁଇଦିନ ଧରି ରାଜୀବ କୋଚ୍ଚରଙ୍କୁ ସିବିଆଇ ପଚରାଉଚରା ଚଳାଇଛି। ଭିଡିଓକନ କମ୍ପାନୀ ସହିତ ତାଙ୍କର କିଛି ବର୍ଷ ପୂର୍ବରୁ ବ୍ୟବସାୟିକ କାରବାର ଚାଲିଥିଲା ବୋଲି ସେ ରାଜି ହୋଇଛନ୍ତି।

୩୬ ଦିନରେ ବୟନିକା କର୍ମଚାରୀ ସଂଘର ଆନ୍ଦୋଳନ

୩୬ ଦିନରେ ବୟନିକା କର୍ମଚାରୀ ସଂଘର ଆନ୍ଦୋଳନ

ଭୁବନେଶ୍ୱର, ୭-୪ ସାତ ଦଫା ଦାବିପୂରଣ ପାଇଁ ବୟନିକା କର୍ମଚାରୀ ସଂଘ ଚଳାଇଥିବା ଆନ୍ଦୋଳନ ଶନିବାର ୩୬ ଦିନରେ ପହଞ୍ଚିଛି। ଏହାକୁ ଆହୁରି ତୀବ୍ର କରିବା ପାଇଁ ଆନ୍ଦୋଳନକାରୀମାନେ କଳାବ୍ୟାଜ ପରିଧାନ କରି ବୟନିକା ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ନୋକିଆର ତିନି ନୂଆ ସ୍ମାର୍ଟଫୋନ୍‌ ବଜାରରେ

ନୋକିଆର ତିନି ନୂଆ ସ୍ମାର୍ଟଫୋନ୍‌ ବଜାରରେ

ନୂଆଦିଲ୍ଲୀ,୭-୪ ପ୍ରମୁଖ ଫୋନ୍‌ ନିର୍ମାତା ନୋକିଆ ଭାରତରେ ଏହାର ୩ଟି ସ୍ମାର୍ଟଫୋନ୍‌କୁ ବଜାର ପ୍ରବେଶ କରାଇଛି। ଏଗୁଡିକ ହେଲା ନୋକିଆ ୮ ସାରୋକୋ, ନୋକିଆ ୭ ପ୍ଲସ୍‌ ଏବଂ ନ୍ୟୁ ନୋକିଆ ୬। ନୋକିଆ ୮ ସାରୋକୋର ମୂଲ୍ୟ ୪୯,୯୯୯ ଟଙ୍କା ହୋଇଥିବା ବେଳେ ୭ ପ୍ଲସ୍‌ର ମୂଲ୍ୟ ୨୫,୯୯୯ ଟଙ୍କା ଏବଂ ନ୍ୟୁ ନୋକିଆ ୬ର ମୂଲ୍ୟ ୧୬,୯୦୦ ଟଙ୍କା ରହିଛି। ଏଥି ସହିତ ଭାରତରେ ନୋକିଆର ଅପରେଟିଂ ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ ଏକ ଅନ୍‌ଲାଇନ ନୋକିଆ ଫୋନ୍‌ସ ଶପ୍‌ ମଧ୍ୟ ଆରମ୍ଭ କରିଛି।

ରାଜନଙ୍କୁ ପ୍ରଶ୍ନ କରିବ ସିବିଆଇ

ରାଜନଙ୍କୁ ପ୍ରଶ୍ନ କରିବ ସିବିଆଇ

ନୂଆଦିଲ୍ଲୀ, ୭-୪ ଅଡୁଆରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ। ୮୦:୨୦ ସୁନା ଆମଦାନୀ ସ୍କିମ୍‌କୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ତାଙ୍କୁ ପ୍ରଶ୍ନ କରିପାରେ। ଏ ସମ୍ପର୍କରେ ରାଜନଙ୍କୁ କେଉଁ କେଉଁ ପ୍ରଶ୍ନ ପଚରାଯିବ ତାହାର ଏକ ଲିଖିତ ନକଲ ସିବିଆଇ ପ୍ରସ୍ତୁତ କରୁଛି। ଏହି ପ୍ରଶ୍ନ ରାଜନଙ୍କ ପାଖକୁ ଖୁବ୍‌ଶୀଘ୍ର ପଠାଯିବ ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରକାଶ କରିଛି।

ଏଏସ୍‌ବିଏମ୍‌ ପକ୍ଷରୁ ସମାବର୍ତ୍ତନ ଉତ୍ସବ

ଏଏସ୍‌ବିଏମ୍‌ ପକ୍ଷରୁ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୭।୪- ପ୍ରମୁଖ ବି-ସ୍କୁଲ୍‌ ଏସିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ(ଏଏସ୍‌ବିଏମ୍‌) ପକ୍ଷରୁ ୧୧ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଡ. ଗୁରୁ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଏବଂ ଆଇଏଫ୍‌ସିଆଇର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶଙ୍କର ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

 କେୟାର ହସ୍ପିଟାଲରେ ସ୍ପେଶିଆଲାଇଜ୍‌ଡ ନ୍ୟୁରୋ କ୍ଲିନିକ୍‌

କେୟାର ହସ୍ପିଟାଲରେ ସ୍ପେଶିଆଲାଇଜ୍‌ଡ ନ୍ୟୁରୋ କ୍ଲିନିକ୍‌

ଭୁବନେଶ୍ୱର,୭।୪(ବ୍ୟୁରୋ) ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ କେୟାର ସୁପର ସ୍ପେଶାଲିଟି ହସ୍ପିଟାଲରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ହସ୍ପିଟାଲ ପରିସରରେ ଏକ ସ୍ପେଶିଆଲାଇଜ୍‌ଡ ନ୍ୟୁରୋ (ସ୍ନାୟୁ) କ୍ଲିନିକ୍‌ର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏବଂ ମେଡିକାଲ ଡାଇରେକ୍ଟର ତଥା ସ୍ନାୟୁ ରୋଗ ବିଶେଷଜ୍ଞ ଡ. ମହେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଉପସ୍ଥିତିରେ ଏହି କ୍ଲିନିକର ଉଦ୍‌ଘାଟନ ହୋଇଥିଲା।

ମଣ୍ଟେ କାର୍ଲୋ ପକ୍ଷରୁ ସ୍ପ୍ରିଙ୍ଗ୍‌ ସମର୍‌ କଲେକ୍ସନ୍‌

ମଣ୍ଟେ କାର୍ଲୋ ପକ୍ଷରୁ ସ୍ପ୍ରିଙ୍ଗ୍‌ ସମର୍‌ କଲେକ୍ସନ୍‌

ପୋଷାକ ବ୍ରାଣ୍ଡ୍‌ ମଣ୍ଟେ କାର୍ଲୋ ପକ୍ଷରୁ ଚଳିତବର୍ଷ ପାଇଁ ସ୍ପ୍ରିଙ୍ଗ୍‌ ସମର୍‌ କଲେକ୍ସନ୍‌ ୨୦୧୮ର ବଜାର ପ୍ରବେଶ କରାଯାଇଛି ା ଏଥିରେ ଗ୍ରାହକମାନେ ଅନ୍ତର୍ଜାତୀୟ ଫ୍ୟାଶନ୍‌ ଟ୍ରେଣ୍ଡ୍‌ର ପୋଷାକ ପାଇପାରିବେ। ଆକର୍ଷଣୀୟ ରଙ୍ଗ, ଡିଜାଇନ ଏବଂ ଅତ୍ୟନ୍ତ ନିପୁଣ ପିସ୍‌ ଏଥିରେ ରହିଛି।

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ୬୫୮ ପଏଣ୍ଟ ବୃଦ୍ଧି

ସାପ୍ତାହିକ ସମୀକ୍ଷା:ସେନ୍‌ସେକ୍ସରେ ୬୫୮ ପଏଣ୍ଟ ବୃଦ୍ଧି

ବମ୍ବେ,୭-୪ କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସେନ୍‌ସେକ୍ସରେ ବୃଦ୍ଧି ଘଟିଛି। ଏଇ ସପ୍ତାହରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ସେନ୍‌ସେକ୍ସରେ ୬୫୮.୨୯ ପଏଣ୍ଟ ବୃଦ୍ଧି ଘଟିଛି। ଫଳରେ ଏହା ୩୩,୬୨୬.୯୭ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ୟପକ୍ଷରେ, ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ନିଫ୍‌ଟି ୧୦,୩୦୦ ପଏଣ୍ଟ୍‌ ସ୍ତରକୁ ପୁଣି ଥରେ ଫେରିଛି।

ଆଧାର ଲିଙ୍କ୍‌ ନାଁରେ ଆକାଉଣ୍ଟରୁ ୭୫ ହଜାର ଗାଏବ୍‌

ଆଧାର ଲିଙ୍କ୍‌ ନାଁରେ ଆକାଉଣ୍ଟରୁ ୭୫ ହଜାର ଗାଏବ୍‌

ଠାଣେ, ୭।୪: ସରକାର ବିଭିନ୍ନ ଯୋଜନା ପାଇଁ ଆଧାରକୁ ବାଧ୍ୟତାମୂଳକ କରିଥିବା ବେଳେ ଏହାକୁ ନେଇ ସାଧାରଣ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଧାର ସଂଯୋଗ କରାଇଦେବା ନାଁରେ ମହାରାଷ୍ଟ୍ରର ଠାଣେସ୍ଥିତ ଜଣେ ବ୍ୟକ୍ତି ଠକାମିର ଶିକାର ହୋଇଛନ୍ତି।

ଚନ୍ଦା କୋଚ୍ଚର, ଶିଖା ଶର୍ମା, ଆଦିତ୍ୟ ପୁରୀଙ୍କୁ ମିଳିନି ବୋନସ୍‌

ଚନ୍ଦା କୋଚ୍ଚର, ଶିଖା ଶର୍ମା, ଆଦିତ୍ୟ ପୁରୀଙ୍କୁ ମିଳିନି ବୋନସ୍‌

ବମ୍ବେ,୬-୪ ପ୍ରମୁଖ ଘରୋଇ ବ୍ୟାଙ୍କଗୁଡିକର ବସ୍‌ମାନଙ୍କୁ ଏଯାବତ୍‌ ସେମାନଙ୍କ ବାର୍ଷିକ ବୋନସ୍‌ ମିଳିନାହିଁ। ସାଧାରଣତଃ ଆର୍ଥିକ ବର୍ଷ ଅନ୍ତରେ ବ୍ୟାଙ୍କଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ମାନଙ୍କୁ ବାର୍ଷିକ ବୋନସ୍‌ ମିଳିଥାଏ। କିନ୍ତୁ ନିୟାମକ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମଞ୍ଜୁରୀ ମିଳି ନ ଥିବାରୁ ଏମାନେ ବର୍ତ୍ତମାନ ସୁଦ୍ଧା ବୋନସ୍‌ ପାଇନାହାନ୍ତି। ବ୍ୟାଙ୍କଗୁଡିକର ପ୍ରଦର୍ଶନ ଦୃଷ୍ଟିକୋଣରୁ ବୋନସ୍‌ର ମାତ୍ରା ଅଧିକ ରହିଥିବା ସର୍ବୋଚ୍ଚ ବ୍ୟାଙ୍କ ଦର୍ଶାଇଛି। ତେଣୁ ବୋନସ୍‌ ପ୍ରସ୍ତାବକୁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ବୀକୃତି ପ୍ରଦାନ କରିନାହିଁ।

ଏମ୍ସରେ ଭର୍ତ୍ତି ହେଲେ ଜେଟ୍‌ଲୀ

ଏମ୍ସରେ ଭର୍ତ୍ତି ହେଲେ ଜେଟ୍‌ଲୀ

ନୂଆଦିଲ୍ଲୀ,୬-୪ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଶୁକ୍ରବାର ସନ୍ଧ୍ୟାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ୬୫ ବର୍ଷୀୟ ଜେଟ୍‌ଲୀଙ୍କର ଶନିବାର କିଡ୍‌ନୀ ପ୍ରତିରୋପଣ କରାଯିବ, ଯେଉଁଥିପାଇଁ ସବୁ ପ୍ରକାର ପ୍ରାକ୍‌-କାର୍ଯ୍ୟବିଧି ଶେଷ ହୋଇଥିବା ଜଣାଯାଇଛି।

ଶହୀଦନଗରରେ ଖୋଲିଲା ଏଚ୍‌ପିର ନୂତନ ଏକ୍ସକ୍ଲୁସିଭ୍‌ ଷ୍ଟୋର

ଶହୀଦନଗରରେ ଖୋଲିଲା ଏଚ୍‌ପିର ନୂତନ ଏକ୍ସକ୍ଲୁସିଭ୍‌ ଷ୍ଟୋର

ଭୁବନେଶ୍ୱର,୬-୪ ଉନ୍ନତ କମ୍ପ୍ୟୁଟିଂ ଅନୁଭୂତି ପ୍ରଦାନ କରୁଥିବା କମ୍ପାନୀ ଏଚ୍‌ପି ଇଣ୍ଡିଆ ପକ୍ଷରୁ ଶହୀଦ ନଗରରେ ଏହାର ଏକ ନୂତନ ଏକ୍ସକ୍ଲୁସିଭ୍‌ ଷ୍ଟୋର ‘ଏଇଟ୍‌ଥ ଓ୍ବାଣ୍ଡର’ ଖୋଲିଯାଇଛି। ରାଜଧାନୀରେ ଏହା କମ୍ପାନୀର ତୃତୀୟ ଏବଂ ଓଡ଼ିଶାରେ ୧୧ତମ ଏକ୍ସକ୍ଲୁସିଭ୍‌ ଏଚ୍‌ପି ଓ୍ବାର୍ଲଡ । ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଏହି ଶୋ’ରୁମ୍‌ ଉଦ୍‌ଘାଟିତ ହୋଇଛି। ୨୫୦ ବର୍ଗଫୁଟ ସ୍ଥାନରେ ନିର୍ମିତ ଏହି ଷ୍ଟୋରରେ ଏଚ୍‌ପି କଞ୍ଜ୍ୟୁମର ଶୃଙ୍ଖଳରେ ବିସ୍ତୃତ ଉତ୍ପାଦ ଉପଲବ୍ଧ। ଲାପଟପ୍‌, ଡେକ୍ସଟପ୍‌, ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସେଗ୍‌ମେଣ୍ଟରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ତଥା ଡିଜାଇନ୍‌ର ଉତ୍ପାଦ ଉପଲବ୍ଧ କରାଯାଇଛି।

ଦ୍ୱିତୀୟ ଦିନ ପାଇଁ ରାଜୀବ କୋଚ୍ଚରଙ୍କୁ ସିବିଆଇ ଜେରା

ଦ୍ୱିତୀୟ ଦିନ ପାଇଁ ରାଜୀବ କୋଚ୍ଚରଙ୍କୁ ସିବିଆଇ ଜେରା

ନୂଆଦିଲ୍ଲୀ,୬-୪(ପି.ଟି) ଭିଡିଓକନ୍‌ ଗ୍ରୁପକୁ ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କ ପ୍ରଦାନ କରିଥିବା ୩,୨୫୦ କୋଟି ଟଙ୍କାର ଋଣ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ଏହାର ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିଛି। ଶୁକ୍ରବାର ସିବିଆଇ ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଥିବା ଚନ୍ଦା କୋଚ୍ଚରଙ୍କ ଦିଅର ରାଜୀବ କୋଚ୍ଚରଙ୍କୁ ଦ୍ୱିତୀୟ ଦିନ ଲାଗି ଜେରା କରିଛି। ସିବିଆଇର ବମ୍ବେ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ଲାଗି ରାଜୀବଙ୍କୁ ନିର୍ଦ୍ଦେଶ ରହିଥିଲା। ଋଣ ପ୍ରଦାନକୁ ନେଇ ତଦନ୍ତ କରାଯିବା ସହ ଭିଡିଓକନ ଗ୍ରୁପର ପ୍ରମୋଟର ବେଣୁ ଗୋପାଳ ଧୂତଙ୍କ ସହ ରାଜୀବଙ୍କ ଲିଙ୍କ ଉପରେ ସିବିଆଇ ପଚରାଉଚୁରା କରିଛି। ସେ ଗତକାଲି ଦେଶ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ବମ୍ବେ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ସେ ଦକ୍ଷିଣ ପୂର୍ବ ଏସିଆ ଦେଶ ସମୂହକୁ ପଳାୟନ କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କର ଏହି ଉଦ୍ୟମ ବିଫଳ ହୋଇଛି। ସିବିଆଇ ପକ୍ଷରୁ ଜାରି ହୋଇଥିବା ଲୁକ୍‌ ଆଉଟ ସର୍କୁଲାର ଦ୍ୱାରା ରାଜୀବଙ୍କୁ ଅଟକ ରଖା ଯାଇଥିବା ଜଣାଯାଇଛି।

ଆରବିଆଇ ଅଧିକାରୀଙ୍କୁ ପଚରାଉଚୁରା

ଆରବିଆଇ ଅଧିକାରୀଙ୍କୁ ପଚରାଉଚୁରା

ନୂଆଦିଲ୍ଲୀ,୬-୪(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଋଣ ଘୋଟାଲାରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନରଙ୍କୁ ସିବିଆଇ ଜେରା କରିଛି। ବିଭିନ୍ନ ନିୟମାବଳୀକୁ ନେଇ ସ୍ପଷ୍ଟ ଦିଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ ପଚରା ଉଚୁରା କରାଯାଇଥିବା ରିଜର୍ଭ ବ୍ୟାଙ୍କ ସୂତ୍ରରୁ ଜଣାଯାଇଛି। ଆର୍‌ବିଆଇ ପରିସରରେ ରହୁଥିବା ବିଭିନ୍ନ ନିୟମାବଳୀ ଉପରେ ସ୍ପଷ୍ଟ ଚିତ୍ର ପାଇବା ଲାଗି ସମୟ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଟିମ୍‌ ଏହି ଭଳି ପଚରା ଉଚୁରା କରିଥାନ୍ତି ବୋଲି ଜଣାଯାଇଛି।

ପିଏନ୍‌ବି ମାମଲାରେ ଇଡି ପକ୍ଷ ଲୋଡିଲେ ହାଇକୋର୍ଟ

ପିଏନ୍‌ବି ମାମଲାରେ ଇଡି ପକ୍ଷ ଲୋଡିଲେ ହାଇକୋର୍ଟ

ନୂଆଦିଲ୍ଲୀ,୬-୪(ପି.ଟି) ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ମାମଲାରେ ମେହୁଲ ଚୋକସୀଙ୍କ ଫାର୍ମ ଗୀତାଞ୍ଜଳି ଜେମ୍‌ସ ବିରୋଧରେ ଟଙ୍କା ଚାଲାଣ ଅଭିଯୋଗ ଆସିଛି। ଏହାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାମଲା ରୁଜୁ କରିଥିବାବେଳେ କମ୍ପାର୍ନୀ ପକ୍ଷରୁ ଏହା ବିରୋଧରେ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଥିଲା। ଉକ୍ତ ମାମଲାକୁ ନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଇଡିର ପକ୍ଷ ଲୋଡିଛନ୍ତି। ଜଷ୍ଟିସ ଏସ୍‌ ମୁରଲୀଧର ଏବଂ ଆଇ.ଏସ୍‌ ମେହେଟ୍ଟା ଉକ୍ତ ମାମଲାରେ ଇଡିକୁ ନୋଟିସ ଜାରି କରିଛନ୍ତି।

ସୁଲଭ ଓ୍ବାଇଫାଇ ସେବା ଉପରେ ଟ୍ରାଇର ଗୁରୁତ୍ୱ

ସୁଲଭ ଓ୍ବାଇଫାଇ ସେବା ଉପରେ ଟ୍ରାଇର ଗୁରୁତ୍ୱ

ନୂଆଦିଲ୍ଲୀ,୬-୪ ଲୋକଙ୍କୁ ସୁଲଭ ମୂଲ୍ୟରେ ଓ୍ବାଇଫାଇ ସେବା ଯୋଗାଣ ଉପରେ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଗୁରୁତ୍ୱ ଦେଇଛି। ପବ୍ଲିକ ଡାଟା ଅଫିସ ପ୍ରୋଭାଇଡର (ପିଡିଓ)ନାମରେ ଏକ ପ୍ରସ୍ତାବ ଟ୍ରାଇ ପ୍ରଦାନ କରିଛି। ଏହା ଦ୍ୱାରା ଓ୍ବାଇଫାଇ ସେବା ସଂଯୋଗ ବୃଦ୍ଧି ହେବା ସହ ଇଣ୍ଟରନେଟ ଖର୍ଚ୍ଚ ୯୦% ପର୍ଯ୍ୟନ୍ତ ହ୍ରାସ ହୋଇ ପାରିବ। ଏହା କାର୍ଯ୍ୟକାରୀ ହେଲେ ୨ ଟଙ୍କାରେ ମଧ୍ୟ ଲୋକମାନେ ଓ୍ବାଇ ଫାଇ ସେବା ଲାଭ କରିବାକୁ ସମର୍ଥ ହେବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି।

ବ୍ୟାଙ୍କ ଘରୋଇକରଣ ସପକ୍ଷରେ ରଜନୀଶ

ବ୍ୟାଙ୍କ ଘରୋଇକରଣ ସପକ୍ଷରେ ରଜନୀଶ

ନୂଆଦିଲ୍ଲୀ,୬-୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏଗୁଡିକର ଘରୋଇକରଣ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏପରି ସ୍ଥିତିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣକୁ ନେଇ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଅଧ୍ୟକ୍ଷ ରଜନିଶ କୁମାର ମତ ରଖିଛନ୍ତି। ସେ ବ୍ୟାଙ୍କ ଘରୋଇକରଣ ସପକ୍ଷରେ ମତ ଦେଇଥିବା ବେଳେ କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ କରାଯାଇ ପାରିବ ବୋଲି କହିଛନ୍ତି।

ଏମ୍‌ଏନ୍‌ପି ଧାରାର ସଂଶୋଧନ ହେବ

ଏମ୍‌ଏନ୍‌ପି ଧାରାର ସଂଶୋଧନ ହେବ

ନୂଆଦିଲ୍ଲୀ,୬-୪(ପି.ଟି) ମୋବାଇଲ ନମ୍ବର ପୋର୍ଟେବିଲିଟି(ଏମ୍‌ଏନ୍‌ପି) କ୍ଷେତ୍ରରେ ଉପଭୋକ୍ତାମାନେ ସାମ୍ନା କରୁଥିବା ବିଭିନ୍ନ ଅସୁବିଧାର ସମାଧାନ ହେବ। ଏମ୍‌ଏନ୍‌ପି ଧାରାରେ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଧାରାରେ ପରିବର୍ତ୍ତନ ନେଇ ଟ୍ରାଇ ଏକ ଆଲୋଚନା ପତ୍ର ଜାରି କରିଛି।

ରେଳ କ୍ୟାଟରିଂ ସେବାରେ ୫% ଜିଏସ୍‌ଟି

ରେଳ କ୍ୟାଟରିଂ ସେବାରେ ୫% ଜିଏସ୍‌ଟି

ନୂଆଦିଲ୍ଲୀ,୬-୪(ପି.ଟି) ଭାରତୀୟ ରେଳ ଏବଂ ଆଇଆର୍‌ସିଟିସି ପକ୍ଷରୁ ଟ୍ରେନ୍‌, ପ୍ଲାଟଫର୍ମ ଏବଂ ଷ୍ଟେଶନରେ ଯୋଗାଣ ହେଉଥିବା ଖାଦ୍ୟ ଏବଂ ପାନୀୟ ଉପରେ ୫% ଜିଏସ୍‌ଟି ଲାଗୁ ହେବ। ଏ ନେଇ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।