ବାଣିଜ୍ୟ

ୟୁଜରଙ୍କ ତଥ୍ୟ ପଦାରେ ପକାଉଛି ହ୍ବାଟ୍‌ସ୍‌ଆପ

ୟୁଜରଙ୍କ ତଥ୍ୟ ପଦାରେ ପକାଉଛି ହ୍ବାଟ୍‌ସ୍‌ଆପ

ନୂଆଦିଲ୍ଲୀ,୧୦-୪(ପି.ଟି) ବର୍ତ୍ତମାନ ସମୟରେ ମନି ଅର୍ଡର, ଚେକ୍‌, ଚାଲାଣ, ଡିମାଣ୍ଡଡ୍ରାଫ୍ଟ ଆଦି ସବୁ ପୁରୁଣା ହେଲାଣି। କୌଣସି କାମରେ ଟଙ୍କା ଦେବାକୁ ହେଲେ ପୂର୍ବଭଳି ଆଉ ନଗଦ ଉପରେ ନିର୍ଭର କରିବାକୁ ପଡୁନାହିଁ। ଏହାର ବିକଳ୍ପ ଭାବେ ଉଭୟ ସରକାରୀ ଏବଂ ଘରୋଇ ପେମେଣ୍ଟ ଆପ୍ଲିକେଶନ ବାହାରିଲାଣି। ଏଗୁଡିକ ମଧ୍ୟରେ ପେଟିଏମ୍‌, ମୋବିକ୍ୱିକ୍‌, ଫୋନ୍‌ପେ, ଭିମ୍‌ ଭଳି ଆପ୍ଲିକେଶନ ରହିଛି।

ଆଧାର ନ ଥିଲେ ବି ପେନ୍‌ସନ ମିଳିବ : ଇପିଏଫ୍‌ଓ

ଆଧାର ନ ଥିଲେ ବି ପେନ୍‌ସନ ମିଳିବ : ଇପିଏଫ୍‌ଓ

ନୂଆଦିଲ୍ଲୀ, ୧୦-୪(ପି.ଟି.) ଆଧାର ନ ଥିଲେ ବି ପେନ୍‌ସନ ମିଳିବ। ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନେ ମାସିକ ପେନସନ ପାଉଛନ୍ତି ସେମାନଙ୍କର ଆଧାର ନ ଥିଲେ କିଛି ଅସୁବିଧା ନାହିଁ। ବ୍ୟାଙ୍କଗୁଡିକ ଆଧାର ବାହାନା ଦେଖାଇ କୌଣସି ପେନ୍‌ସନଭୋଗୀଙ୍କୁ ହଇରାଣ କରିପାରିବେ ନାହିଁ।

ପଓ୍ବନ ହଂସ ଲାଗି ମିଳୁନାହାନ୍ତି ଯୋଗ୍ୟ ବିଡର

ପଓ୍ବନ ହଂସ ଲାଗି ମିଳୁନାହାନ୍ତି ଯୋଗ୍ୟ ବିଡର

ନୂଆଦିଲ୍ଲୀ,୧୦-୪: ରାଷ୍ଟ୍ରାୟତ୍ତ ହେଲିକପ୍ଟର ସେବା ଯୋଗାଣକାରୀ କମ୍ପାନୀ ପଓ୍ବନ ହଂସରୁ ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ଯୋଜନା କରିଥିବା ବେଳେ ଏଥି ଲାଗି ଯୋଗ୍ୟ ବିଡର ମିଳୁ ନାହାନ୍ତି। ଆବଶ୍ୟକ ସଂଖ୍ୟକ ବିଡରଙ୍କ ଅଭାବ ଯୋଗୁ ସରକାର ପଓ୍ବନ ହଂସର ପୁଞ୍ଜି ପ୍ରତ୍ୟାହାର ଲାଗି ଜାରି କରିଥିବା ପ୍ରାଥମିକ ସୂଚନା ବୁଝାମଣା ପତ୍ରକୁ ପ୍ରତ୍ୟାହାର କରି ନେଇଛନ୍ତି। ପଓ୍ବନହଂସ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତଥା ରାଷ୍ଟ୍ରାୟତ୍ତ ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି)ର ଯୌଥ ଉଦ୍ୟୋଗ। ଏଥିରେ ଓଏନ୍‌ଜିସିର ୪୯% ଅଂଶଧନ ରହିଛି।

ରିଷଦ ପ୍ରେମ୍‌ଜି ନାସକମ୍‌ ଅଧ୍ୟକ୍ଷ

ରିଷଦ ପ୍ରେମ୍‌ଜି ନାସକମ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୦-୪(ପି.ଟି):ଓ୍ବିପ୍ରୋର ମୁଖ୍ୟ ଷ୍ଟ୍ରାଟେଜି ଅଫିସର ଏବଂ ବୋର୍ଡ ସଦସ୍ୟ ଥିବା ରିଷଦ ପ୍ରେମ୍‌ଜିଙ୍କୁ ୨୦୧୮-୧୯ ବର୍ଷ ପାଇଁ ନ୍ୟାଶନାଲ ଆସୋସିଏଶନ ଅଫ୍‌ ସଫ୍ଟଓ୍ବେର ଆଣ୍ଡ ସର୍ଭିସେସ କମ୍ପାନୀ(ନାସକମ୍‌)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ଡାଇମଣ୍ଡ ପାଓ୍ବାର ପ୍ରମୋଟରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଡାଇମଣ୍ଡ ପାଓ୍ବାର ପ୍ରମୋଟରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଅହମ୍ମଦାବାଦ,୧୦-୪(ପି.ଟି): ୨୬୫୪ କୋଟି ବ୍ୟାଙ୍କ ଟଙ୍କାର ଋଣ ଘୋଟାଲାରେ ସମ୍ପୃକ୍ତ ଥିବା ଡାଇମଣ୍ଡ ପାଓ୍ବାର ଇନଫ୍ରାଷ୍ଟ୍ରକଚର ଲିମିଟେଡ୍‌(ଡିପିଆଇଏଲ୍‌) ପ୍ରମୋଟରଙ୍କ ଆଗୁଆ ଜାମିନ ଆବେଦନକୁ ସିବିଆଇ ସ୍ବତନ୍ତ୍ର କୋର୍ଟ ଖାରଜ କରି ଦେଇଛନ୍ତି।

 ୫ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ଶୀଘ୍ର

୫ ରାଜ୍ୟରେ ଇଣ୍ଟ୍ରାଷ୍ଟେଟ୍‌ ଇ-ଓ୍ବେ ବିଲ୍‌ ଶୀଘ୍ର

ନୂଆଦିଲ୍ଲୀ,୧୦-୪(ପି.ଟି): ରାଜ୍ୟ ମଧ୍ୟରେ ସାମଗ୍ରୀର ପରିବହନ ଲାଗି ଇ-ଓ୍ବେ ବିଲ୍‌ ଶୀଘ୍ର ଲାଗୁ ହେବ। ପ୍ରାଥମିକ ପର୍ଯ୍ୟାୟରେ ଚଳିତ ମାସ ୧୫ରୁ ଏହା ୫ ରାଜ୍ୟରେ ଲାଗୁ ହେବ ବୋଲି ଜଣାଯାଇଛି। ଲାଗୁ ହେବାକୁ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ, ଉତ୍ତର ପ୍ରଦେଶ ଏବଂ ଗୁଜରାଟ ରହିଛନ୍ତି। ଏପ୍ରିଲ ପହିଲାରୁ ଆନ୍ତଃ ରାଜ୍ୟ ସାମଗ୍ରୀ ପରିବହନ ଲାଗି ସରକାର ଇ-ଓ୍ବେ ବିଲ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି।

ଜିଏସ୍‌ଟିଏନ୍‌ ହୋଇପାରେ ରାଷ୍ଟ୍ରାୟତ୍ତ ସଂସ୍ଥା

ଜିଏସ୍‌ଟିଏନ୍‌ ହୋଇପାରେ ରାଷ୍ଟ୍ରାୟତ୍ତ ସଂସ୍ଥା

ନୂଆଦିଲ୍ଲୀ,୧୦-୪(ପି.ଟି): ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗି ଆଇଟି ଭିତ୍ତିଭୂମି ପ୍ରଦାନ କରୁଥିବା ସଂସ୍ଥା ଜିଏସ୍‌ଟି ନେଟଓ୍ବର୍କ(ଜିଏସ୍‌ଟିଏନ୍‌) ରାଷ୍ଟ୍ରାୟତ୍ତ ସଂସ୍ଥାରେ ରୂପାନ୍ତରିତ ହୋଇପାରେ। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ବିଚାର କରାଯାଉଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଘରୋଇ ବିତ୍ତ ସଂସ୍ଥାଗୁଡିକ ନିକଟରେ ଜିଏସ୍‌ଟିଏନ୍‌ର ୫୧% ଅଂଶଧନ ରହିଛି।

ଆର୍‌ବିଆଇ ଡେପୁଟି ଗଭର୍ନର ପଦବୀ ପାଇଁ ୩୭ ଆବେଦନ

ଆର୍‌ବିଆଇ ଡେପୁଟି ଗଭର୍ନର ପଦବୀ ପାଇଁ ୩୭ ଆବେଦନ

ନୂଆଦିଲ୍ଲୀ,୧୦-୪(ପି.ଟି.) ଏସ୍‌.ଏସ୍‌. ମୁଦ୍ରାଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ଗତବର୍ଷ ଜୁଲାଇ ୩୧ରେ ଶେଷ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଏକ ଡେପୁଟି ଗଭର୍ନର ପଦବୀ ଖାଲିପଡିଛି। ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତି ଦେବା ଲାଗି ପ୍ରକ୍ରିୟା ଚାଲୁ ରହିଛି।

ନୀରବଙ୍କ ଗିରଫନାମା ମାମଲାରେ ଭାରତ ହଂକଂକୁ ଅନୁରୋଧ କରୁ: ଚାଇନା

ନୀରବଙ୍କ ଗିରଫନାମା ମାମଲାରେ ଭାରତ ହଂକଂକୁ ଅନୁରୋଧ କରୁ: ଚାଇନା

ବେଜିଂ, ୧୦-୪ ନୀରବ ମୋଦି କେଉଁଠାରେ ଅଛନ୍ତି ତାହା ସରକାରଙ୍କ ପକ୍ଷରୁ ଏ ଯାଏଁ ସ୍ପଷ୍ଟ କରାଯାଇନାହିଁ। କିଛିଦିନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ନୀରବଙ୍କୁ ଗିରଫ କରିବା ପାଇଁ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ଅନ୍ତର୍ଗତ ହଂକଂ ସ୍ପେସିଆଲ୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ରିଜନ(ଏଚ୍‌କେଏସ୍‌ଏଆର୍‌)କୁ ଅନୁରୋଧ କରାଯାଇଛି।

ଏୟାରଟେଲ୍‌ ଟିଭି ଆପ୍‌ର ନୂତନ ସଂସ୍କରଣ

ଏୟାରଟେଲ୍‌ ଟିଭି ଆପ୍‌ର ନୂତନ ସଂସ୍କରଣ

ଭୁବନେଶ୍ୱର,୧୦-୪ ଏପ୍ରିଲ ୭ରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ର ୧୧ତମ ସଂସ୍କରଣର ସମସ୍ତ ମ୍ୟାଚ ଏବଂ ହାଇଲାଇଟ୍‌ସ୍‌ଗୁଡିକୁ ଏୟାରଟେଲ୍‌ ଗ୍ରାହକମାନେ ଚାହିଁଲେ ମାଗଣାରେ ଦେଖିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଏୟାରଟେଲ୍‌ ଟିଭି ଆପ୍‌ର ନୂତନ ସଂସ୍କରଣ ଡାଉନଲୋଡ କରିବାକୁ ପଡିବ ବୋଲି କମ୍ପାନୀ ପ୍ରକାଶ କରିଛି।

 ଓଡ଼ିଶାରେ ଶୋ’ରୁମ୍‌ ସଂଖ୍ୟା ବଢାଇବ  ସେନ୍‌କୋ

ଓଡ଼ିଶାରେ ଶୋ’ରୁମ୍‌ ସଂଖ୍ୟା ବଢାଇବ ସେନ୍‌କୋ

ଭୁବନେଶ୍ୱର, ୧୦-୪(ବ୍ୟୁରୋ) କଲିକତାଭିତ୍ତିକ ପ୍ରମୁଖ ଗହଣା ରିଟେଲ୍‌ ଚେନ୍‌ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସ୍‌ ୨୦୨୦ ସୁଦ୍ଧା ଓଡିଶାରେ ଆଉ ୪ରୁ ୫ ନୂଆ ଶୋ’ରୁମ୍‌ ଖୋଲିବ। ସମ୍ବଲପୁର, ଯାଜପୁର, ଅନୁଗୋଳ ଏବଂ ରାଉରକେଲାକୁ ଏଥିପାଇଁ ପ୍ରାଥମିକତା ଦେବ। ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଭଙ୍କର ସେନ୍‌ ଏହା କହିଛନ୍ତି।

ଭିଡିଓକନ ଋଣ ମାମଲାରେ ସିଇଓ ପଦରୁ ବିଦା ହୋଇପାରନ୍ତି ଚନ୍ଦା କୋଚ୍ଚର

ଭିଡିଓକନ ଋଣ ମାମଲାରେ ସିଇଓ ପଦରୁ ବିଦା ହୋଇପାରନ୍ତି ଚନ୍ଦା କୋଚ୍ଚର

ନୂଆଦିଲ୍ଲୀ,୧୦-୪ ଭିଡିଓକନ୍‌ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚରଙ୍କୁ ସମର୍ଥନ ଦେଇ ଆସିଥିବା ବ୍ୟାଙ୍କର ବୋର୍ଡ ତାଙ୍କୁ ନେଇ ଏବେ ଭିନ୍ନ ବିଚାର କରୁଛି। ତାଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି ବୋଲି ପୂର୍ବରୁ କହିଥିବା ବ୍ୟାଙ୍କ ଏବେ ନିଜ ମତ ପରିବର୍ତ୍ତନ କରିଛି। ଚନ୍ଦା, ତାଙ୍କ ସ୍ବାମୀ ଦୀପକ ଏବଂ ଭିଡିଓକନ ଗ୍ରୁପ୍‌ର ମୁଖ୍ୟ ବେଣୁଗୋପାଳ ଧୂତଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି ହେବା ପରେ ଏବେ ବ୍ୟାଙ୍କ ବୋର୍ଡ ବିକଳ୍ପ ବିଚାର କରୁଛି। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଚନ୍ଦାଙ୍କୁ ସିଇଓ ପଦରୁ ବହିଷ୍କାର କରାଯାଇପାରେ।

୪୯୯ ରିଚାର୍ଜରେ ଦୈନିକ ୨ ଜିବି ଡାଟା

୪୯୯ ରିଚାର୍ଜରେ ଦୈନିକ ୨ ଜିବି ଡାଟା

ନୂଆଦିଲ୍ଲୀ,୧୦।୪: ପ୍ରମୁଖ ଟେଲିକମ୍‌ ସେବା ପ୍ରଦାକାରୀ କମ୍ପାନୀ ଏୟାରଟେଲ ତା’ର ଉପଭୋକ୍ତାଙ୍କୁ ଏକ ଆକର୍ଷଣୀୟ ଅଫର ଘୋଷଣା କରିଛି। ତାହା ହେଲା ଗ୍ରାହକମାନେ ୪୯୯ ଟଙ୍କା ରିଚାର୍ଜ କରି ଦୈନିକ ୨ ଜିବି ଡାଟା ପାଇପାରିବେ। ଅଫରଟିର ବୈଦ୍ଧତା ୮୨ ଦିନ ରହିଛି।

ରେଳପଥ, ବ୍ୟାଙ୍କରେ ଅଧିକ ଦୁର୍ନୀତି

ରେଳପଥ, ବ୍ୟାଙ୍କରେ ଅଧିକ ଦୁର୍ନୀତି

ନୂଆଦିଲ୍ଲୀ, ୯-୫(ପି.ଟି.) ରେଳପଥ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ସବୁଠାରୁ ଅଧିକ ଦୁର୍ନୀତି ହେଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିରୋଧରେ ସର୍ବାଧିକ ଅଭିଯୋଗ ଆସିଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ(ସିଭିସି) ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ତେବେ ୨୦୧୬ ତୁଳନାରେ ୨୦୧୭ରେ ଦୁର୍ନୀତି ସଂକ୍ରାନ୍ତ ହାରାହାରି ଅଭିଯୋଗ ସଂଖ୍ୟା ୫୨% ହ୍ରାସ ପାଇଥିବା ସିଭିସି ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି। ୨୦୧୬ରେ ସିଭିସିକୁ ଆସିଥିବା ଦୁର୍ନୀତି ସଂକ୍ରାନ୍ତ ଅଭିଯୋଗ ସଂଖ୍ୟା ୪୯,୮୪୭ ରହିଥିବାବେଳେ ୨୦୧୭ରେ ଏହା ୨୩,୬୦୯କୁ ହ୍ରାସ ପାଇଛି। ଏହା ୨୦୧୧ରୁ ସର୍ବନିମ୍ନ ସ୍ତର। ୨୦୧୫ରେ ଏହି ସଂଖ୍ୟା ୨୯,୮୩୮ ରହିଥିବାବେଳେ ୨୦୧୪, ୨୦୧୩ ଏବଂ ୨୦୧୨ରେ ଏହା ଯଥାକ୍ରମେ ୬୨,୩୬୨, ୩୧,୪୩୨ ଏବଂ ୩୭,୦୩୯ ରହିଥିଲା। ୨୦୧୧ରେ ଏହି ସଂଖ୍ୟା ୧୬,୯୨୯ ରହିଥିବା ସିଭିସି ପକ୍ଷରୁ ପ୍ରକାଶ।

ଆର୍‌ବିଆଇ ହାତରେ ଚନ୍ଦାଙ୍କ ଭାଗ୍ୟ

ଆର୍‌ବିଆଇ ହାତରେ ଚନ୍ଦାଙ୍କ ଭାଗ୍ୟ

ନୂଆଦିଲ୍ଲୀ, ୯-୫(ପି.ଟି.) ଚନ୍ଦା କୋଚ୍ଚର ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ପଦରେ ରହିବେ ନା ନାହିଁ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିର୍ଦ୍ଧାରଣ କରିବ। ଆଇସିଆଇସିଆଇ ଏକ ଘରୋଇ ବ୍ୟାଙ୍କ ହୋଇଥିବାରୁ ଏଥିରେ ଅର୍ଥମନ୍ତ୍ରଣାଳୟ ହସ୍ତକ୍ଷପ କରିବ ନାହିଁ, ବରଂ ସମସ୍ତ ବ୍ୟାଙ୍କର ନିୟାମକ ଭାବେ ଆର୍‌ବିଆଇ ହସ୍ତକ୍ଷେପ କରିପାରିବ ବୋଲି ଅର୍ଥମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଆଧାରରେ କୋଚ୍ଚରଙ୍କ ଭାଗ୍ୟ ଆର୍‌ବିଆଇ ହାତରେ ନ୍ୟସ୍ତ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ବର୍ତ୍ତମାନ ଦୁଇଭାଗରେ ବିଭକ୍ତ ହୋଇଛି। କୋଚ୍ଚରଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି ବୋଲି କିଛିଦିନ ପୂର୍ବର ବୋର୍ଡ ପ୍ରକାଶ କରିଥିବା ବେଳେ ଏବେ ଏଥିରେ ଭିନ୍ନ ମତ ପ୍ରକାଶ ପାଇଛି।

କ୍ରିପ୍ଟୋକରେନ୍ସି ଉପରେ ରୋକ୍‌ ଲଗାଇବାକୁ ଏସ୍‌ଆଇଟିର ନିର୍ଦ୍ଦେଶ

କ୍ରିପ୍ଟୋକରେନ୍ସି ଉପରେ ରୋକ୍‌ ଲଗାଇବାକୁ ଏସ୍‌ଆଇଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ,୯-୪: କଳା ଟଙ୍କା ମାମଲାରେ ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସ୍‌ଆଇଟି) ଘରୋଇ ବଜାରରେ କ୍ରିପ୍ଟୋକରେନ୍ସି ବ୍ୟବହାର ଉପରେ ରୋକ୍‌ ଲଗାଇବା ଲାଗି ନିର୍ଦ୍ଦେଶ ଦେଇଛି।

ଜ୍ୟୋତି ସୁଜୁକିର ‘ରାଇଡ୍‌ ଟୁ ବରୁଣେଇ’

ଜ୍ୟୋତି ସୁଜୁକିର ‘ରାଇଡ୍‌ ଟୁ ବରୁଣେଇ’

ଭୁବନେଶ୍ୱର,୯-୪ ପଟିଆସ୍ଥିତ ଜ୍ୟୋତି ସୁସୁଜି ପକ୍ଷରୁ ‘ରାଇଡ୍‌ ଟୁ ବରୁଣେଇ’ ନାମରେ ଏକ ବାଇକ୍‌ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ଇଣ୍ଟ୍ରୋଡ୍ୟୁୟର ମଡେଲ ସହିତ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ରାଇଡର ଏଥିରେ ସାମିଲ ହୋଇଥିଲେ।

ନୂଆ ଆମେଜ୍‌ର  ପ୍ରି-ବୁକିଂ ଆରମ୍ଭ କଲା ହୋଣ୍ଡା

ନୂଆ ଆମେଜ୍‌ର ପ୍ରି-ବୁକିଂ ଆରମ୍ଭ କଲା ହୋଣ୍ଡା

ନୂଆଦିଲ୍ଲୀ, ୯-୪ ଦେଶର ପ୍ରମୁଖ କାର୍‌ ନିର୍ମାତ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ ଏହାର ଅଲ୍‌ ନ୍ୟୁ ହୋଣ୍ଡା ଆମେଜ୍‌ ଦ୍ୱିତୀୟ ସଂସ୍କରଣର ପ୍ରି-ବୁକିଂ ଆରମ୍ଭ କରିଛି। ଗ୍ରାହକମାନେ ୨୧,୦୦୦ ଟଙ୍କା ବୁକିଙ୍ଗ୍‌ ମୂଲ୍ୟ ପୈଠ କରି କମ୍ପାନୀର ସମସ୍ତ ପ୍ରାଧିକୃତ ଡିଲର୍ସ ପଏଣ୍ଟରୁ ଏହାକୁ ପ୍ରି ବୁକ୍‌ କରିପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି।

ଆର୍‌ବିଆଇ ନଜରରେ ୪୦ ସିଏ

ଆର୍‌ବିଆଇ ନଜରରେ ୪୦ ସିଏ

ନୂଆଦିଲ୍ଲୀ,୯-୪ ପ୍ରାୟ ୪୦ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର କଡ଼ା ନଜରରେ। ଏମାନେ ଋଣ ଖିଲାପକାରୀଙ୍କୁ ପ୍ରବର୍ତ୍ତାଇବା ସହିତ ସେମାନଙ୍କୁ ଠକାମିରେ ସାହାଯ୍ୟ କରିଛନ୍ତି। ତେଣୁ ଆର୍‌ବିଆଇ ଏମାନଙ୍କୁ କଡ଼ା ନଜରରେ ରଖିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। କେଉଁ କେଉଁ ମାଧ୍ୟମରେ ସିଏ ମାନେ ବୃହତ ଖିଲାପକାରୀଙ୍କୁ ସାହାଯ୍ୟ କରିଛନ୍ତି ତାହା ଆର୍‌ବିଆଇ ଯାଞ୍ଚ କରିବ।

ଚୀନ୍‌ରୁ ଆମଦାନୀ ହେଉଥିବା ଫସ୍‌ଫରସ୍‌ ପେଣ୍ଟକ୍ସାଇଡ୍‌ ଉପରେ ଲାଗିବ ଆଣ୍ଟି ଡମ୍ପିଙ୍ଗ ଶୁଳ୍କ

ଚୀନ୍‌ରୁ ଆମଦାନୀ ହେଉଥିବା ଫସ୍‌ଫରସ୍‌ ପେଣ୍ଟକ୍ସାଇଡ୍‌ ଉପରେ ଲାଗିବ ଆଣ୍ଟି ଡମ୍ପିଙ୍ଗ ଶୁଳ୍କ

ନୂଆଦିଲ୍ଲୀ,୯।୪: ଘରୋଇ ନିର୍ମାତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଇନାରୁ ଶସ୍ତା ଦରରେ ଆମଦାନୀ ହେଉଥିବା ବିଭିନ୍ନ ରାସାୟନିକ ଦ୍ରବ୍ୟ ଉପରେ ରାଜସ୍ବ ବିଭାଗ ଆଣ୍ଟି ଡମ୍ପିଙ୍ଗ ଶୁଳ୍କ ଲାଗୁ କରିଛନ୍ତି। ସେଣ୍ଟ୍ରାଲ୍‌ ବୋର୍ଡ୍‌ ଅଫ୍‌ ଏକ୍ସସାଇଜ୍‌ ଆଣ୍ଡ କଷ୍ଟମ୍ସ(ସିଇବିସି)ର ଅଧିସୂଚନା ଅନୁସାରେ ଚାଇନାରୁ ଆମଦାନୀ ହେଉଥିବା ଫସ୍‌ଫରସ୍‌ ପେଣ୍ଟକ୍‌ସାଇଡ୍‌ର ପ୍ରତି ଟନ୍‌ ଉପରେ ଆସନ୍ତା ୫ବର୍ଷ ପାଇଁ ୧,୬୮୫.୪୨ ଆମେରିକୀୟ ଡଲାର ଆଣ୍ଟି ଡମ୍ପିଙ୍ଗ ଶୁଳ୍କ ଲଗାଯାଇଛି।

ସିପିଏସ୍‌ଇ କନ୍‌କ୍ଲେଭ୍‌କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ସିପିଏସ୍‌ଇ କନ୍‌କ୍ଲେଭ୍‌କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯।୪- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିଜ୍ଞାନଭବନରେ ଆୟୋଜିତ ହେବାକୁ ଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ସିପିଏସ୍‌ଇ) କନ୍‌କ୍ଲେଭ୍‌କୁ ସମ୍ବୋଧିତ କରିବେ। ଏ ନେଇ ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସିପିଏସ୍‌ଇର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଉକ୍ତ ସମ୍ମିଳନୀରେ ସାମିଲ ହେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି।

ଖଦି ପାଇଁ ଆସିବ ‘ସୁପର୍‌ ପ୍ରିମିୟମ୍‌’ ଶୃଙ୍ଖଳା

ଖଦି ପାଇଁ ଆସିବ ‘ସୁପର୍‌ ପ୍ରିମିୟମ୍‌’ ଶୃଙ୍ଖଳା

ନୂଆଦିଲ୍ଲୀ,୯।୪: ଖଦିର ପ୍ରଚାର ପ୍ରସାର ନିମନ୍ତେ ସରକାର ‘ସୁପର୍‌ ପ୍ରିମିୟମ୍‌’ ଶୃଙ୍ଖଳା ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ହାତବୁଣା ଫେବ୍ରିକ୍‌ ପ୍ରଡକ୍ଟର ବିକ୍ରି ବଢାଇବା ପାଇଁ ବିଳାସପୂର୍ଣ୍ଣ ଗ୍ରାହକ ଆଧାରକୁ ନଜରରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଡାକଘର ସଞ୍ଚୟ ଜମା ଆକାଉଣ୍ଟଧାରୀଙ୍କୁ ମିଳିବ ପୂର୍ଣ୍ଣ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ସେବା

ଡାକଘର ସଞ୍ଚୟ ଜମା ଆକାଉଣ୍ଟଧାରୀଙ୍କୁ ମିଳିବ ପୂର୍ଣ୍ଣ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ସେବା

ନୂଆଦିଲ୍ଲୀ,୯।୪- ସରକାର ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(ଆଇପିପିବି) ସହିତ ଡାକଘର ସଞ୍ଚୟ ଆକାଉଣ୍ଟକୁ ଲିଙ୍କ୍‌ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ପାଖାପାଖି ୩୪ କୋଟି ପୋଷ୍ଟ ଅଫିସ୍‌ ସଞ୍ଚୟ ଖାତାଧାରୀ ମେ ମାସରୁ ପୂର୍ଣ୍ଣ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାଇବାରେ ସକ୍ଷମ ହେବେ।

ସ୍ବାସ୍ଥ୍ୟକ୍ଷେତ୍ର ଉତ୍ପାଦରେ ସର୍ବାଧିକ ବିଭ୍ରାନ୍ତିକର ବିଜ୍ଞାପନ

ସ୍ବାସ୍ଥ୍ୟକ୍ଷେତ୍ର ଉତ୍ପାଦରେ ସର୍ବାଧିକ ବିଭ୍ରାନ୍ତିକର ବିଜ୍ଞାପନ

ନୂଆଦିଲ୍ଲୀ, ୯।୪ : ବିଜ୍ଞାପନ ଦ୍ୱାରା କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦ ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିଥାନ୍ତି। ଏଥିସହ ଏହାର ବିକ୍ରି ଲାଗି ମଧ୍ୟ ସକ୍ଷମ ହୋଇଥାନ୍ତି। ବେଳେ ବେଳେ କମ୍ପାନୀଗୁଡିକ ଲୋକଙ୍କୁ ବିଭ୍ରାନ୍ତିକର ବିଜ୍ଞାପନ ଦେଖାଇଥାନ୍ତି।