ବାଣିଜ୍ୟ

ମ୍ୟାକ୍ସ ଏମର୍ଜିଂ ଷ୍ଟାର୍‌ ୨୦୧୮ ଅଡ଼ିସନ୍‌

ମ୍ୟାକ୍ସ ଏମର୍ଜିଂ ଷ୍ଟାର୍‌ ୨୦୧୮ ଅଡ଼ିସନ୍‌

ଭୁବନେଶ୍ୱର,୨୪-୨ ଦେଶରର ଅଗ୍ରଣୀ ଫ୍ୟାଶନ୍‌ ବ୍ରାଣ୍ଡ୍‌ ମ୍ୟାକ୍ସ ଫ୍ୟାଶନ୍‌୍‌ ପକ୍ଷରୁ ‘ମ୍ୟାକ୍ସ ଏମର୍ଜିଂ ଷ୍ଟାର୍‌ ୨୦୧୮’ ଅଡ଼ିସନ୍‌ ଫେବୃୟାରୀ ୨୮ରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଡ଼ିସନ୍‌ ଦେଶର ୬ଟି ସହର ଯେପରିକି ଚଣ୍ଡିଗଡ଼, ଭୁବନେଶ୍ୱର, ଜୟପୁର, ଭାଇଜାକ୍‌, ଭଦୋଦରା ଏବଂ ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ଭୁବନେଶ୍ୱରଠାରେ ଏହି ଅଡ଼ିସନ୍‌ ମାର୍ଚ୍ଚ ୩ (ଶନିବାର) ଚନ୍ଦ୍ରଶେଖରପୁର ଡମଣା ଛକସ୍ଥିତ ମ୍ୟାକ୍ସ ଷ୍ଟୋର୍‌ରେ ଦିନ ୧୧ରୁ ୧ଟା ସମୟ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି।

ଆଉ ଏକ ପିଏନ୍‌ବି ଜାଲିଆତି,ଏଥର ମୁଦ୍ରା ଋଣ ଠକେଇ

ଆଉ ଏକ ପିଏନ୍‌ବି ଜାଲିଆତି,ଏଥର ମୁଦ୍ରା ଋଣ ଠକେଇ

ନୂଆଦିଲ୍ଲୀ,୨୪ା୨ ନୀରବ ମୋଦିଙ୍କ ୧୧,୪୦୦ କୋଟି ଟଙ୍କାର ଠକେଇ ପରେ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ଆଉ ଏକ ଜାଲିଆତି ସାମ୍ନାକୁ ଆସିଛି। ବ୍ୟାଙ୍କର ରାଜସ୍ଥାନ ସ୍ଥିତ ବାର୍ମର ଶାଖାରେ ଏହି ଜାଲିଆତି ହୋଇଛି, ଯେଉଁଥିରେ ଜଣେ ତତ୍କାଳୀନ ବରିଷ୍ଠ ଶାଖା ପରିଚାଳକ ସମ୍ପୃକ୍ତ ଅଛନ୍ତି। ଇନ୍ଦର ଚାନ୍ଦ ଚୁନ୍ଦଓ୍ବା ନାମକ ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଦ୍ରା ଯୋଜନା ଅଧୀନରେ ବେଆଇନ ଉପାୟରେ ଋଣ ପ୍ରଦାନ କରିଥିବା ଏକ ନୂଆ ଅଭିଯୋଗ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଦାଏର୍‌ ହୋଇଛି।

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ଓବିସିରେ ୩୮୯ କୋଟି ଠକେଇ, ସିବିଆଇର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ,୨୪।୨: ପିଏନ୍‌ବି ମହାଘୋଟାଲା ପଦାରେ ପଡ଼ିବାପରେ ୬ ମାସ ପୂର୍ବରୁ ଅଭିଯୋଗ ହୋଇଥିବା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସରେ ୩୮୯କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଏ ନେଇ କରୋଲ ବାଗରେ ଏକ ଗହଣା ଦୋକାନ ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାଶନାଲ୍‌ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୨: ଆମେରିକା ଏହାର ଏଚ୍‌-୧-ବି ଭିଜା ଅନୁମୋଦନ ପାଇଁ କେତେକ କଡା ଆଇନକୁ ଅନ୍ତର୍ଭୁକ୍ତ କରିଛି। ଏହାଦ୍ୱାରା ଭାରତୀୟ ସୂଚନାପ୍ରଯୁକ୍ତି(ଆଇଟି) କମ୍ପାନୀ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଆଇନ ଅନୁସାରେ କମ୍ପାନୀଗୁଡିକୁ ସେମାନଙ୍କର କର୍ମଚାରୀମାନେ ଥାର୍ଡ-ପାର୍ଟି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ହୋଇଥିବା ଦର୍ଶାଇବାକୁ ପଡିବ। ଏହା ସହିତ ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ କେତେକ ସୂଚନା ଦାଖଲ କରିବାକୁ ପଡିବ।

ଇଇଏସ୍‌ଏଲ୍‌ ନିକଟରୁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌କୁ ୨୦୭ କୋଟିର କଣ୍ଟ୍ରାକ୍ଟ

ଇଇଏସ୍‌ଏଲ୍‌ ନିକଟରୁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌କୁ ୨୦୭ କୋଟିର କଣ୍ଟ୍ରାକ୍ଟ

ବମ୍ବେ,୨୨-୨ ସୁପର ଏଫିସିଏଣ୍ଟ୍‌ ଗ୍ରୀନ୍‌ ଇନଭର୍ଟର ଏସି ଯୋଗାଣ ଓ ସଂସ୍ଥାପନ ପାଇଁ ଗୋଦ୍‌ରେଜ ଆପ୍ଲିଆନ୍‌ସେସ୍‌ ଏନର୍ଜି ଏଫିସିଏନ୍ସି ସର୍ଭିସ ଲିମିଟେଡ଼ (ଇଇଏସ୍‌ଏଲ୍‌) ପକ୍ଷରୁ ୨୦୭ କୋଟି ଟଙ୍କାର କଣ୍ଟ୍ରାକ୍ଟ ହାସଲ କରିଛି ା

ପିଏନ୍‌ବି  ମାମଲାରେ ମୋଦି ଓ ଚୋକ୍‌ସୀଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅକ୍ତିଆର କଲା ଇଡି

ପିଏନ୍‌ବି ମାମଲାରେ ମୋଦି ଓ ଚୋକ୍‌ସୀଙ୍କ ୧୦୦ କୋଟି ଟଙ୍କାର ସମ୍ପତ୍ତି ଅକ୍ତିଆର କଲା ଇଡି

ବମ୍ବେ/ନୂଆଦିଲ୍ଲୀ,୨୨-୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କ୍ରମାଗତ ଅଷ୍ଟମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ଗୁରୁବାର ଏଜେନ୍ସିର ଅଧିକାରୀମାନେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ତଥା ବିଲିୟାନୟାର୍‌ ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ସହଯୋଗୀ ତଥା ଗୀତାଞ୍ଜଳୀ ଗ୍ରୁପ୍‌ର ମାଲିକ ମେହୁଲ ଚୋକ୍‌ସୀଙ୍କ ଶେୟାର, ଜମା ଏବଂ ଲକ୍‌ଜ୍ୟୁରୀ କାର ଆଦି ଜବତ କରିଛନ୍ତି।

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଏମ୍‌ଟେକ୍‌ର ନୂଆ ଫୋଟୋ ୩ ସ୍ମାର୍ଟଫୋନ

ଭୁବନେଶ୍ୱର,୨୨-୨ ପ୍ରମୁଖ ସ୍ମାର୍ଟଫୋନ ନିର୍ମାତା ଏମ୍‌ଟେକ୍‌ ମୋବାଇଲ ପକ୍ଷରୁ ନୂଆ ବଜେଟ୍‌ ସ୍ମାର୍ଟଫୋନ ଫୋଟୋ ୩ ବଜାରକୁ ଆସିଛି। ନୂଆ ମଡେଲଟିକୁ କମ୍ପାନୀର ଓଡ଼ିଶା ବାଣିଜ୍ୟ ମୁଖ୍ୟ ଶିବ ପାତ୍ର ଉନ୍ମୋଚନ କରିଥିଲେ।

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱରରେ ଖୋଲିଲା ଆଉ ୨ ସଫଲ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୨-୨ ବ୍ରାଣ୍ଡ୍‌ ସଫଲ ପକ୍ଷରୁ ଏଠାରେ ଦୁଇଟି ନୂଆ ଫ୍ରେସ୍‌ ଫ୍ରୁଟ୍‌ ଆଣ୍ଡ୍‌ ଭେଜିଟେବଲ୍‌ (ଏଫ୍‌୍‌ଆଣ୍ଡ୍‌ଭି) ଆଉଟ୍‌୍‌ଲେଟ୍‌ ଖୋଲାଯାଇଛି। ନୂତନ ଭାବେ ଖୋଲିଥିବା ଦୁଇଟି ଷ୍ଟୋର୍‌କୁ ମଦର ଡେରିର ଅଧିକାରୀଙ୍କ ଉପସ୍ଥିତିରେ ନ୍ୟାଶନାଲ୍‌ ଡେରି ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ଆଉଟ୍‌ଲେଟ୍‌ ପଟିଆର ଜେଡ୍‌ ୧ ଇଷ୍ଟେଟ୍‌ ଏବଂ ଖଣ୍ଡଗିରିର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ଖୋଲାଯାଇଛି।

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ବିଓଆଇ ପକ୍ଷରୁ ମେଗା କ୍ରେଡିଟ ଏକ୍ସପୋ

ଭୁବନେଶ୍ୱର,୨୨-୨ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଏନ୍‌ବିଜି (ପୂର୍ବ) ପକ୍ଷରୁ ଏକ ମେଗା କ୍ରେଡିଟ ଏକ୍ସପୋ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ା ଏମ୍‌ଏସ୍‌ଏମ୍‌ଇ, କୃଷି ଏବଂ ସୁନା ଋଣ ଉପରେ ଉକ୍ତ କାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା।

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କଲେ ଛାତ୍ର

ଗୁଲବର୍ଗ, ୨୨।୨: କର୍ନାଟକ ଗୁଲବର୍ଗ ଜିଲାର ୨ ଛାତ୍ର ଯୋଗୋ ଓ ଅଭିଜିତ୍‌ ବ୍ଲୁଟୁଥ୍‌ ମାର୍ଗ ନିଦର୍ଶକ ହେଲମେଟ୍‌ ନିର୍ମାଣ କରିଛନ୍ତି। ପିଡିଏ କଲେଜରେ ଚତୁର୍ଥ ବାର୍ଷିକ ଛାତ୍ର ଭାବେ ଅଧ୍ୟୟନ କରୁଥିବା ଏହି ଛାତ୍ରଙ୍କ ସୃଜନ ସଫଳତା ନେଇ ଚର୍ଚ୍ଚା ଜାରି ରହିଛି। ଏହି ହେଲମେଟ୍‌ ପିନ୍ଧିଥିବା ବ୍ୟକ୍ତି ସହଜରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ଏଥିରେ ଇନବିଲ୍ଟ୍‌ ବ୍ଲୁଟୁଥ୍‌ ସ୍ପିକର ରହିଛି।

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୀରବଙ୍କ ୯ ବିଳାସପୂର୍ଣ୍ଣ କାର ଜବତ କଲା ଇଡି

ନୂଆଦିଲ୍ଲୀ, ୨୨।୨: ପିଏନ୍‌ବି ଠକେଇ ମାମଲାରେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି)ପକ୍ଷରୁ ନୀରବ ମୋଦିଙ୍କ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟାଳୟ ତଥା ବାସସ୍ଥାନରେ ଚଢ଼ାଉ ଜାରି ରହିଛି। ଗୁରୁବାର ଇଡି ନୀରବଙ୍କ ୯ଟି ବିଳାସପୂର୍ଣ୍ଣ କାର ଜବତ କରିବା ସହିତ ୯୪ କୋଟି ଟଙ୍କାର ମୁଚ୍ୟୁଆଲ ଫଣ୍ଡ୍‌ ଶେୟାର ଜବତ କରିଛି।

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ଋଣ ଖିଲାପକାରୀ ବ୍ୟବସାୟୀଙ୍କ ବିଦେଶ ଗସ୍ତ ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୧ା୨(ପି.ଟି.): ବ୍ୟାଙ୍କଗୁଡିକରୁ କୋଟି କୋଟି ଟଙ୍କାର ଋଣ ନେଇ ଅନେକ ବ୍ୟବସାୟୀ ବିଦେଶକୁ ପଳାୟନ କରୁଥିବା ବେଳେ ଏହାକୁ ନେଇ ସରକାରଙ୍କ ଚେତା ପଶିିଛି। ଆଗାମୀ ଦିନରେ ଯେଭଳି ଭାବେ ଏହି ଭଳି ସମସ୍ୟା ନ ଆସିବ ତାକୁ ନେଇ ସରକାର ଯୋଜନା କରୁଛନ୍ତି।

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୀରବଙ୍କ ଆଲିବାଗ ଫାର୍ମ ସିଲ୍‌ କଲା ସିବିଆଇ

ନୂଆଦିଲ୍ଲୀ,୨୧ା୨(ପି.ଟି.): ପିଏନବି ମାମଲାରେ ସିବିଆଇ ବୁଧବାର ନୀରବ ମୋଦିଙ୍କ ବମ୍ବେର ଆଲିବାଗରେ ଥିବା ଫାର୍ମ ହାଉସକୁ ସିଲ୍‌ କରିଛି। ଏ ନେଇ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧।୨(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ, ଏହି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ପିଏନ୍‌ବି ଜାଲିଆତି, ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧ା୨(ପି.ଟି.) ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ତା’ସହିତ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଏକ ବିଳାସମୟ ଫାର୍ମହାଉସ୍‌କୁ ସିବିଆଇ ପକ୍ଷରୁ ଜବତ କରାଯାଇଛି। ଏହି ଫାର୍ମ ହାଉସ୍‌ ବମ୍ବେ ନିକଟବର୍ତ୍ତୀ ଅଲିବାଗ୍‌ ଅଞ୍ଚଳରେ ରହିଛି। ୧.୫ ଏକର ଏହି ଫାର୍ମ ହାଉସ୍‌କୁ ୨୦୦୪ରେ ମୋଦି ୩୨ କୋଟି ଟଙ୍କାରେ କିଣିଥିଲେ। ନିଜର ମୂଲ୍ୟବାନ ଗହଣା କଲେକ୍ସନ୍‌କୁ କ୍ଲାଏଣ୍ଟମାନଙ୍କୁ ଦେଖାଇବା ପାଇଁ ଏହି ଫାର୍ମ ହାଉସ୍‌କୁ ବ୍ୟବହାର କରାଯାଉଥିଲା। ଅନ୍ୟପକ୍ଷରେ, ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜର(ଜିଏମ୍‌)ଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

କର୍ମଚାରୀଙ୍କୁ ଦରମା ଦେଇପାରିବେନି ନୀରବ ଅନ୍ୟତ୍ର ଚାକିରି ଦେଖିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୧-୨ ପିଏନ୍‌ବି ଜାଲିଆତି ମାମଲାରେ ଛନ୍ଦି ହୋଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଭାରତରେ କାର୍ଯ୍ୟରତ ତାଙ୍କର କର୍ମଚାରୀମାନଙ୍କୁ ବୁଧବାର ଏକ ଇ-ମେଲ ଲେଖିଛନ୍ତି। ବର୍ତ୍ତମାନ ସେ ନିଜ କର୍ମଚାରୀଙ୍କୁ ଦରମା ଦେଇପାରିବେ ନାହିଁ। ତେଣୁ ଅନ୍ୟତ୍ର ଚାକିରି ଖୋଜିବା ପାଇଁ କର୍ମଚାରୀମାନଙ୍କୁ ସେ ଏହି ଇ-ମେଲ୍‌ ଜରିଆରେ ପରାମର୍ଶ ଦେଇଛନ୍ତି। ତାଙ୍କର ସମ୍ପତ୍ତିଗୁଡିକ ତଦନ୍ତ ଏଜେନ୍ସିଗୁଡିକ ଜବତ କରୁଥିବାବେଳେ ଆୟ କର ବିଭାଗ ତାଙ୍କ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଅଚଳ କରିଦେଇଥିବାରୁ ସେ ଦରମା ଦେବା ପାଇଁ ଏବେ ସକ୍ଷମ ନୁହନ୍ତି ବୋଲି କର୍ମଚାରୀମାନଙ୍କୁ ଜଣାଇଛନ୍ତି।

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ରୋଟୋମାକର କାନପୁର, ଅହମ୍ମଦାବାଦ ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୧ା୨(ପି.ଟି.) ଆୟକର ବିଭାଗ ବୁଧବାର ରୋଟୋମାକ୍‌ ଗ୍ରୁପର ୪ ସ୍ଥାବର ସମ୍ପତିକୁ ଜବତ କରିଛି। ରୋଟୋମାକ୍‌ ପ୍ରମୋଟର ବିକ୍ରମ କୋଠାରୀଙ୍କ ବିରୋଧରେ ଦାଏର୍‌ ହୋଇଥିବା ଟିକସ ଫାଙ୍କି ଅଭିଯୋଗକୁ ଭିତ୍ତି କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ୪ଟି ସମ୍ପତ୍ତି ମଧ୍ୟରୁ ୩ଟି କାନ୍‌ପୁରରେ ଥିବାବେଳେ ଗୋଟିଏ ଅହମ୍ମଦାବାଦରେ ରହିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ବିଭାଗ ରୋଟୋମାକ୍‌ ଗ୍ରୁପ୍‌ର ୧୪ଟି ବ୍ୟାଙ୍କ ଖାତାକୁ ଅଚଳ କରିଥିଲା।

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ମହାପ୍ରବନ୍ଧକ ପାହ୍ୟା ଅଧିକାରୀ ଗିରଫ

ନୂଆଦିଲ୍ଲୀ,୨୧-୨(ପି.ଟି.) ଏଠାରେ ଥିବା ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ମହାପ୍ରବନ୍ଧକ ପାହ୍ୟାର ଅଧିକାରୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବୁଧବାର ଗିରଫ କରିଛି। ବିଲିୟନେୟାର ଗହଣା ବ୍ୟବସାୟୀ ନୀରବ ମୋଦି ଏବଂ ତାଙ୍କ ବ୍ୟବସାୟିକ ସହଯୋଗି ମେହୁଲ୍‌ ଚୋକ୍‌ସୀ ଭିଆଇଥିବା ୧୧,୪୦୦ କୋଟି ଟଙ୍କାର ଜାଲିଆତି ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଛି।

ପିଏନ୍‌ବିରୁ ୫୦୦୦ ଟଙ୍କାର କାର ଋଣ ନେଇଥିଲେ ଲାଲ୍‌ ବାହାଦୂର ଶାସ୍ତ୍ରୀ

ପିଏନ୍‌ବିରୁ ୫୦୦୦ ଟଙ୍କାର କାର ଋଣ ନେଇଥିଲେ ଲାଲ୍‌ ବାହାଦୂର ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧-୨ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରୁ କୋଟି କୋଟି ଟଙ୍କାର ଋଣ ନେଇ ଫେରାର୍‌ ହୋଇଯାଇଛନ୍ତି ହୀରା ବ୍ୟବସାୟୀ ନୀରବ ମୋଦି। କିନ୍ତୁ ଦେଶର ବ୍ୟାଙ୍କିଙ୍ଗ୍‌ ଇତିହାସରେ ଏଭଳି କିଛି ଋଣକର୍ତ୍ତା ଥିଲେ, ଯେଉଁମାନେ ଋଣ ପରିଶୋଧ କରିବାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବେ। ସେଭଳି ଜଣେ ଋଣକର୍ତ୍ତା ଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଲାଲ୍‌ ବାହାଦୂର ଶାସ୍ତ୍ରୀ। ପିଏନ୍‌ବିରୁ ସେ ୫,୦୦୦ ଟଙ୍କାର ଋଣ ନେଇ ଏକ ଫିଆଟ୍‌ କାର୍‌ କିଣିଥିଲେ। ଋଣ ନେବାର ପରବର୍ତ୍ତୀ ବର୍ଷ ତାସକେଣ୍ଟଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେଅବଶିଷ୍ଟ ଋଣରାଶିକୁ ଶୁଝିଥିଲେ ତାଙ୍କର ବିଧବା ପତ୍ନୀ।

 ଇପିଏଫ୍‌ଓ ସୁଧ ହାର ହ୍ରାସ

ଇପିଏଫ୍‌ଓ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୨୧ା୨ ୨୦୧୭-୧୮ ଆର୍ଥିକବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) ଏହାର ୫ କୋଟି ସଦସ୍ୟଙ୍କ ପାଇଁ ୮.୫୫% ସୁଧ ହାର ଘୋଷଣା କରିଛି।

ଆଦିତ୍ୟ ହ୍ୟୁଣ୍ଡାଇରେ ନୂଆ ଏଲାଇଟ୍‌ ଆଇ ୨୦

ଆଦିତ୍ୟ ହ୍ୟୁଣ୍ଡାଇରେ ନୂଆ ଏଲାଇଟ୍‌ ଆଇ ୨୦

ଭୁବନେଶ୍ୱର,୨୧-୨ ହ୍ୟୁଣ୍ଡାଇ କମ୍ପାନୀ ପାଇଁ ରାଜ୍ୟର ପ୍ରମୁଖ ଡିଲର ଆଦିତ୍ୟ ହ୍ୟୁଣ୍ଡାଇରେ କମ୍ପାନୀର ବହୁ ଲୋକପ୍ରିୟ ପ୍ରିମିୟମ୍‌ କମ୍ପାକ୍ଟ କାର ‘ଦ ନ୍ୟୁ ଏଲାଇଟ୍‌ ଆଇ୨୦’ର ବଜାର ପ୍ରବେଶ ହୋଇଯାଇଛି। ଆଦିତ୍ୟ ହ୍ୟୁଣ୍ଡାଇର ଏମ୍‌ଡି ଆଦିତ୍ୟ ପାତ୍ର ଏବଂ ସହକାରୀ ଉପସଭାପତି ହରମୋହନ ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରାଯାଇଥିଲା। ପ୍ରିମିୟମ୍‌, ସ୍ପୋର୍ଟି ଏବଂ ଷ୍ଟାଇଲିସ୍‌ ଡିଜାଇନ୍‌ ସହ ହାଇଟେକ୍‌ ବୈଶିଷ୍ଟ୍ୟ ଏହାକୁ ସ୍ବତନ୍ତ୍ର କରୁଛି। ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ଆକର୍ଷକ ରହିଛି।

କେମିତି ଥିଲା ପିଏନ୍‌ବି ଠକେଇ

କେମିତି ଥିଲା ପିଏନ୍‌ବି ଠକେଇ

ନୂଆଦିଲ୍ଲୀ,୨୧-୨- ଦୀର୍ଘ ୭ ବର୍ଷ ଧରି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଠକେଇ ହେଉଥିବା ବେଳେ ଏହା କିଭଳି ସାମ୍ନାକୁ ଆସିଲା ନାହିଁ, ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମାମଲାରେ ଦିନକୁ ଦିନ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ବାଂଲାଦେଶର ଜାତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ପରେ ୫୨୫ କୋଟି ଟଙ୍କାର କ୍ଷତି ହେବା ପରେ ପିଏନ୍‌ବିରେ ଏହିଭଳି ମାମଲା ସମଗ୍ର ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଉପରେ ପ୍ରଭାବ ପକାଇଛି।

 ଅତୁଲ ମିଶ୍ର ଜେଏସପିଏଲ ଅନୁଗୋଳର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଅତୁଲ ମିଶ୍ର ଜେଏସପିଏଲ ଅନୁଗୋଳର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର,୨୧-୨ ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ୟୁନିଟ୍‌ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି) ତଥା ମୁଖ୍ୟ ଭାବେ ଅତୁଲ ମିଶ୍ର ଯୋଗ ଦେଇଛନ୍ତି। ମିଶ୍ର ଜଣେ ପ୍ରମୁଖ ଇସ୍ପାତ ବିଶେଷଜ୍ଞ ହୋଇଥିବା ବେଳେ ଅନୁଗୋଳୟୁନିଟର ଧାର୍ଯ୍ୟ ୬ ନିୟୁତ ଟନ୍‌ ଉତ୍ପାଦନ କ୍ଷମତା ହାସଲ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବେ।

ଏୟାରଟେଲ୍‌-ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ସହଭାଗିତା

ଏୟାରଟେଲ୍‌-ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ସହଭାଗିତା

ଭୁବନେଶ୍ୱର,୨୧-୨ ଦେଶର ପ୍ରମୁଖ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତୀ ଏୟାରଟେଲ୍‌ ଏବଂ ନୋକିଆ ବ୍ରାଣ୍ଡ୍‌ରେ ହ୍ୟାଣ୍ଡ୍‌ସେଟ୍‌ ପ୍ରସ୍ତୁତ କରୁଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ମଧ୍ୟରେ ସହଭାଗିତା ହୋଇଛି। ଏହା ଜରିଆରେ ଗ୍ରାହକମାନେ ବ୍ୟୟସାପେକ୍ଷ ମୂଲ୍ୟରେ ୪ଜି ସ୍ମାର୍ଟଫୋନ୍‌ ପାଇବେ ା ଏହି ସହଭାଗିତା ଏୟାରଟେଲ୍‌ର ‘ମେରା ପେହେଲା ସ୍ମାର୍ଟଫୋନ୍‌’ ଅଭିଯାନର ଏକ ଅଂଶ ା