Dharitri News

ବାଣିଜ୍ୟ

ଏଥର ବଜେଟରେ ଫୋକସରେ ରହିବ ଏହି ସବୁ କ୍ଷେତ୍ର ........

ଏଥର ବଜେଟରେ ଫୋକସରେ ରହିବ ଏହି ସବୁ କ୍ଷେତ୍ର ........

୨୦୧୯ରେ ସାଧାରଣ ନିର୍ବାଚନ ପଡୁଥିବା ବେଳେ ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଆସୁଥିବା ବଜେଟ ସରକାରଙ୍କ ଜିଏସଟି ପରବର୍ତ୍ତି ପ୍ରଥମ ବଜେଟ ହେବ। ୨୦୧୮ ବର୍ଷ ଲାଗି ଘରୋଇ ବଜାରର ଅଭିବୃଦ୍ଧି ଚାରିବର୍ଷର ସର୍ବନିମ୍ନ ସ୍ତର ୬.୫% ରହିବ ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସଓ) ଏହାର ଆଗୁଆ ଆକଳନରେ କହି ସାରିଛି। ସେହିଭଳି ଜିଭିଏ ଅଭିବୃଦ୍ଧି ୬.୧%ରେ ସୀମିତ ରହିବ। ଏହା ଗତ ୨୦୧୭ ବର୍ଷରେ ୬.୬% ଥିଲା। ଜିଭିଏ ୬.୭% ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଆକଳନରେ କହିଛି।

ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞଙ୍କୁ ଭେଟିଲେ ମୋଦି

ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୦-୧ ବର୍ତ୍ତମାନ ଘରୋଇ ବଜାରର ଅର୍ଥନୈତିକ ଅଭିବୃଦ୍ଧି ଧାରା ମନ୍ଥର ରହିଥିବା ବେଳେ ଏହାକୁ ଉନ୍ନତ ଧାରାରେ ପରିବର୍ତ୍ତନ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଏହି ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୀତି ଆୟୋଗଠାରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ତଥା ଅର୍ଥନୀତିଜ୍ଞଙ୍କୁ ଭେଟିଛନ୍ତି।

ଫସଲ ବୀମା ଯୋଜନାକୁ ମିଳିପାରେ ୧୩,୦୦୦ କୋଟି

ଫସଲ ବୀମା ଯୋଜନାକୁ ମିଳିପାରେ ୧୩,୦୦୦ କୋଟି

ନୂଆଦିଲ୍ଲୀ,୧୦-୧(ପି.ଟି.)୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫବିଓ୍ବାଇ) ଲାଗି ୧୩,୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇପାରେ। ଏହା ଗତ ଆର୍ଥତ୍କ ବର୍ଷରେ ୧୦,୭୦୧ କୋଟି ଟଙ୍କା ରହିଥିଲା। ୨୦୧୬ରେ ସରକାର କୃଷି ବୀମା ଯୋଜନାକୁ ପରିବର୍ତ୍ତିତ ଢଙ୍ଗରେ ଶୁଭାରମ୍ଭ କରିଥିଲେ।

ଆସିଲା ସାମ୍‌ସଙ୍ଗ ଗ୍ୟାଲେକ୍ସି ଟ୍ୟାବ୍‌ ଏ

ଆସିଲା ସାମ୍‌ସଙ୍ଗ ଗ୍ୟାଲେକ୍ସି ଟ୍ୟାବ୍‌ ଏ

ନୂଆଦିଲ୍ଲୀ,୧୦-୧ ସାମ୍‌ସଙ୍ଗ ଇଣ୍ଡିଆ ବଜାରକୁ ନୂଆ ଗ୍ୟାଲେକ୍ସି ଟ୍ୟାବ୍‌ ଏ ଆଣିଛି। ଏହି ନୂଆ ଟ୍ୟାବଟିର ବଜାର ଦର ୧୭,୯୯୦ ଟଙ୍କା ରହିଛି। ଏହା ଗୋଲ୍ଡ ତଥା ବ୍ଲାକ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ହୋଇ ପାରିବ।

ବଜାରରେ ଡେଲର ଏକ୍ସପିଏସ୍‌ ୧୫ ନୋଟବୁକ୍‌

ବଜାରରେ ଡେଲର ଏକ୍ସପିଏସ୍‌ ୧୫ ନୋଟବୁକ୍‌

ନୂଆଦିଲ୍ଲୀ,୧୦-୧ ପ୍ରମୁଖ ପିସି ନିର୍ମାଣକାରୀ କମ୍ପାନୀ ଡେଲ୍‌ ବଜାରକୁ ନୂଆ ଏକ୍ସପିଏସ୍‌ ୧୫ ନୋଟ୍‌ବୁକ ଛାଡିଛି। ଏହି ୧୫ ଇଞ୍ଚ ବିଶିଷ୍ଟ ନୋଟ୍‌ବୁକର ବଜାର ଦର ୧.୧୭ ଲକ୍ଷ ଟଙ୍କା ରହିଛି। ଏହା କମ୍ପାନୀର ଶକ୍ତିଶାଳୀ ଏକ୍ସପିଏସ୍‌ ଲ୍ୟାପଟପ୍‌ ହୋଇଥିବା ବେଳେ ଏହାର ଓଜନ ୧. ୮ କିଲୋ ଗ୍ରାମ୍‌ ରହିଛି।

ମଧ୍ୟବିତ୍ତଙ୍କୁ ମିଳିପାରେ ଟିକସ ରିହାତି

ମଧ୍ୟବିତ୍ତଙ୍କୁ ମିଳିପାରେ ଟିକସ ରିହାତି

ନୂଆଦିଲ୍ଲୀ,୯-୧(ପି.ଟି.) ୨୦୧୮-୧୯ ଆର୍ଥତ୍କବର୍ଷରେ ମଧ୍ୟବିତ୍ତ ପରିବାରଗୁଡିକୁ ଟିକସ ରିହାତି ମିଳିପାରେ। ଆସନ୍ତା ବଜେଟରେ ଲୋକମାନଙ୍କୁ ବ୍ୟକ୍ତିଗତ ଟିକସ ଛାଡ ସୀମାରେ ବୃଦ୍ଧି, ଟିକସ ସ୍ଲାବ୍‌ ହ୍ରାସ ସୁବିଧା ହୋଇପାରେ ବୋଲି ଆଶା କରାଯାଉଛି।

ଆଧାର ତଥ୍ୟ ଉପରେ ହ୍ୟାକିଂ ବିପଦ ଅଧିକ

ଆଧାର ତଥ୍ୟ ଉପରେ ହ୍ୟାକିଂ ବିପଦ ଅଧିକ

ନୂଆଦିଲ୍ଲୀ,୯-୧ ଆଧାର ଉପରେ ହ୍ୟାକିଂର ବିପଦ ଅଧିକ ମାତ୍ରାରେ ରହିଛି। ବିଶେଷ କରି ବ୍ୟାବସାୟିକ ବ୍ୟବହାର ଲାଗି ଆଧାର ତଥ୍ୟର ହ୍ୟାକିଂ କରାଯାଇପାରେ। ଦିନକୁ ଦିନ ସାଇବର ଆକ୍ରମଣ ବୃଦ୍ଧି ହେଉଥିବାରୁ ଆଧାର ତଥ୍ୟକୁ ଅଧିକ ସୁରକ୍ଷିତ କରିବାର ସମୟ ଆସିଛି।

 ଅର୍ଥନୀତିଜ୍ଞ, ବିଶେଷଜ୍ଞଙ୍କୁ ଆଜି ଭେଟିବେ ମୋଦି

ଅର୍ଥନୀତିଜ୍ଞ, ବିଶେଷଜ୍ଞଙ୍କୁ ଆଜି ଭେଟିବେ ମୋଦି

ନୂଆଦିଲ୍ଲୀ,୯-୧(ପି.ଟି.) ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାଧାରଣ ବଜେଟ ଆସିବାକୁ ଆଉ ୩ ସପ୍ତାହ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଘରୋଇ ବଜାରର ଅର୍ଥନୀତିଜ୍ଞ ତଥା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କୁ ଭେଟିବେ।

ନୀତି ଆୟୋଗ ଆଣିବ ଇ-ଯାନ ନୀତି

ନୀତି ଆୟୋଗ ଆଣିବ ଇ-ଯାନ ନୀତି

ନୂଆଦିଲ୍ଲୀ,୯-୧(ପି.ଟି.)- ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗ ଇ-ଯାନ ଲାଗି ନୂଆ ନୀତି ଆଣିବ। ଏହି ନୀତିକୁ ବିଭିନ୍ନ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବେ। ସୋମବାର କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହା ଉପରେ ସବିଶେଷ ଭାବେ ଏହାର ଆଲୋଚନା ହୋଇଛି।

ଲଜିଷ୍ଟିକ ସୂଚୀରେ ଗୁଜରାଟ ପ୍ରଥମ

ଲଜିଷ୍ଟିକ ସୂଚୀରେ ଗୁଜରାଟ ପ୍ରଥମ

ନୂଆଦିଲ୍ଲୀ,୯-୧(ପି.ଟି.) ନିକଟରେ ପ୍ରକାଶ ପାଇଥିବା ଘରୋଇ ବଜାରର ଲଜିଷ୍ଟିକ୍‌ ସୂଚୀରେ ଗୁଜରାଟ ପ୍ରଥମ ସ୍ଥାନରେ ରହିଛି। ଦକ୍ଷ ଲଜିଷ୍ଟିକ ସେବା ଆଧାରରେ ଏହି ସୂଚୀ ପ୍ରକାଶ ପାଇଥିବା ବେଳେ ଏହାର ଶେଷ ର଼୍ୟାଙ୍କରେ ଜମ୍ମୁ-କଶ୍ମୀର ରହିଛି।

ଭେଣ୍ଡରଙ୍କ ଲାଗି ରେଲଓ୍ବେର ନୂଆ ଅନ୍‌ଲାଇନ ପଞ୍ଜୀକରଣ

ଭେଣ୍ଡରଙ୍କ ଲାଗି ରେଲଓ୍ବେର ନୂଆ ଅନ୍‌ଲାଇନ ପଞ୍ଜୀକରଣ

ନୂଆଦିଲ୍ଲୀ,୯-୧(ପି.ଟି.)- ରେଲଓ୍ବେ କ୍ଷେତ୍ରରେ ଉତ୍ପାଦ ତଥା ସେବାର ଉନ୍ନତୀକରଣ ଲାଗି ଭେଣ୍ଡରମାନେ ଏଣିକି ଅନଲାଇନ୍‌ରେ ପଞ୍ଜୀକରଣ କରିପାରିବେ। ରେଲଓ୍ବେ ଅନ୍‌ଲାଇନରେ ଭେଣ୍ଡରଙ୍କୁ ଏହି ପଞ୍ଜୀକରଣ ସୁବିଧା ପ୍ରଦାନ କରୁଛି। ଏହି ସୁବିଧା ସାରା ବର୍ଷ ଲାଗି ଲାଗୁ ହୋଇ ପାରିବ।

ସାଧାରଣ ଖାଦ୍ୟ ସାମଗ୍ରୀକୁ ଟିକସମୁକ୍ତ କରାଯାଉ

ସାଧାରଣ ଖାଦ୍ୟ ସାମଗ୍ରୀକୁ ଟିକସମୁକ୍ତ କରାଯାଉ

ନୂଆଦିଲ୍ଲୀ,୯-୧ ଫେବୃୟାରୀ ୧ ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ ହେବ। ବିମୁଦ୍ରୀକରଣ ପରେ ଅନ୍ୟ ଏକ ବଡ ଆର୍ଥିକ ସଂସ୍କାର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)କୁ କାର୍ଯ୍ୟକାରୀ କରାଯାଇଛି। ଏସବୁ ଆର୍ଥିକ ସଂସ୍କାର ମଧ୍ୟରେ ଏହି ବଜେଟ ଉପସ୍ଥାପନ ହେଉଥିବାରୁ ଏହା ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି। ତେବେ ବିଭିନ୍ନ ଶିଳ୍ପ ସେମାନଙ୍କର ଦାବି ଅର୍ଥ ମନ୍ତ୍ରଣାଳୟ ନିକଟରେ ରଖୁଥିବାବେଳେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପକ୍ଷରୁ ମଧ୍ୟ ଏହାର ଦାବି ଉପସ୍ଥାପନ କରାଯାଇଛି।

ଘୋଷଣା ହୋଇପାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବ

ଘୋଷଣା ହୋଇପାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବ

ସରକାରଙ୍କ ଏଜେଣ୍ଡାରେ ସବୁଠାରୁ ଆଗରେ ରହିଛି ବ୍ୟାଙ୍କିଙ୍ଗ୍‌ ସଙ୍କଟ। ଫେବୃୟାରୀ ୧ରେ ହେବାକୁ ଥିବା ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ବ୍ୟାଙ୍କ ମିଶ୍ରଣ ପ୍ରସ୍ତାବଗୁଡିକୁ ଘୋଷଣା କରିପାରନ୍ତି ବୋଲି ନାମ ଗୋପନ ରଖି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତା ଆର୍ଥିକବର୍ଷ ପ୍ରଥମ ଭାଗରେ ଭାରତର ବ୍ୟାଙ୍କିଙ୍ଗ ଶିଳ୍ପରେ ବଡଧରଣର ମିଶ୍ରଣ ହୋଇପାରେ ବୋଲି ଅର୍ଥ ମନ୍ତ୍ରଣାଳୟ ଆକଳନ କରିଛି।

୬୮ ଡଲାର ଟପିଲା ଅଶୋଧିତ ତୈଳ ଦର

୬୮ ଡଲାର ଟପିଲା ଅଶୋଧିତ ତୈଳ ଦର

ଲଣ୍ଡନ,୯-୧ ମଙ୍ଗଳବାର ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ପୁନର୍ବାର ୬୮ ଡଲାର ଅତିକ୍ରମ କରିଛି। ୨୦୧୫ ମେ’ରୁ ଏହା ସର୍ବୋଚ୍ଚ ସ୍ତର। ପେଟ୍ରୋଲିୟମ୍‌ ରପ୍ତାନିକାରୀ ରାଷ୍ଟ୍ର ସଂଘ(ଓପିଇସି) ଦ୍ୱାରା ଉତ୍ପାଦନ ହ୍ରାସ ଯୋଗୁ ତୈଳ ଦରରେ ବୃଦ୍ଧି ଘଟୁଛି।

ୟୁଆଇଡିଏଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ:ସ୍ନୋଡେନ୍‌

ୟୁଆଇଡିଏଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ:ସ୍ନୋଡେନ୍‌

ନୂଆଦିଲ୍ଲୀ,୯-୧ ଭାରତ ସରକାର ଜାରି କରିଥିବା ଆଧାର କାର୍ଡକୁ ସହଜରେ ଅପବ୍ୟବହାର କରିହେବ ବୋଲି କହିବା ପରେ ଏବେ ଆମେରିକୀୟ ହ୍ବିସିଲ୍‌ବ୍ଲୋୟର୍‌ ଏଡ୍‌ଓ୍ବାର୍ଡ ସ୍ନୋଡେନ୍‌ ୟୁଆଇଡିଏଆଇ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ଆଧାର କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ବ୍ୟବସ୍ଥାରେ ତ୍ରୁଟି ରହିଛି।

ଓଜିବିର ଷଷ୍ଠ ପ୍ରତିଷ୍ଠା ଦିବସ

ଓଜିବିର ଷଷ୍ଠ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୯-୧ ଓଡଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)ର ଷଷ୍ଠ ପ୍ରତିଷ୍ଠା ଦିବସ ରବିବାର ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ରାଜ୍ୟର ୧୩ଟି ଜିଲାରେ ଓଜିବିର ୫୪୯ଟି ଶାଖା ରହିଛି। ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କର ଗଣ୍ଡମୁଣ୍ଡା ସ୍ଥିତ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ବ୍ୟାଙ୍କଗୁଡିକ ଲାଗି ସମସ୍ୟା ଆଣିବ ଶସ୍ତା ଗୃହଋଣ

ବ୍ୟାଙ୍କଗୁଡିକ ଲାଗି ସମସ୍ୟା ଆଣିବ ଶସ୍ତା ଗୃହଋଣ

ବମ୍ବେ,୯-୧(ପି.ଟି.) ସମ୍ପ୍ରତି ଶସ୍ତା ବାସଗୃହ ଯୋଜନାଗୁଡିକ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି। ସମସ୍ତଙ୍କ ପାଇଁ ବାସଗୃହ ଯୋଗାଇବା ପାଇଁ ସରକାର ବ୍ୟାଙ୍କଗୁଡିକ ମାଧ୍ୟମରେ ଶସ୍ତା ଗୃହଋଣ ଯୋଗାଇ ଦେଉଛନ୍ତି।

କର୍ପୋରେଟ୍‌ ଟିକସ ହ୍ରାସ ଦାବି

କର୍ପୋରେଟ୍‌ ଟିକସ ହ୍ରାସ ଦାବି

ବମ୍ବେ,୯-୧(ପି.ଟି.)ଆକର୍ଷଣୀୟ ଅଭିବୃଦ୍ଧି ତଥା ଅର୍ଥନୀତିକୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ହେଲେ ସରକାରଙ୍କୁ ଆସନ୍ତା ବଜେଟ୍‌ରେ କର୍ପୋରେଟ୍‌ ଟିକସ ହାରକୁ କମାଇବାକୁ ପଡିବ। ଗୋଦ୍‌ରେଜ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଆଦି ଗୋଦ୍‌ରେଜ୍‌ ଏହା କହିଛନ୍ତି।

ଶିଳ୍ପପତିଙ୍କ ସମ୍ପତ୍ତିରେ ବଳିଷ୍ଠ ଅଭିବୃଦ୍ଧି

ଶିଳ୍ପପତିଙ୍କ ସମ୍ପତ୍ତିରେ ବଳିଷ୍ଠ ଅଭିବୃଦ୍ଧି

ନୂଆଦିଲ୍ଲୀ,୮-୧ ଦେଶର ନାମୀଦାମୀ ବିଜ୍‌ନେସ୍‌ ଟାଇକୁନ୍‌ମାନେ ୨୦୧୭ରେ ସେମାନଙ୍କ ନେଟ୍‌ ସମ୍ପତ୍ତିରେ ଆଖିଦୃଶିଆ ଅଙ୍କ ଯୋଡିଛନ୍ତି। ଗୌତମ ଆଦାନୀଙ୍କ ନେଟ୍‌ ସମ୍ପତ୍ତିରେ ସବୁଠାରୁ ଅଧିକ ବୃଦ୍ଧି ଘଟିଛି। ତାଙ୍କ ସମ୍ପତ୍ତିରେ ୧୨୪.୬% ବୃଦ୍ଧି ଘଟିଛି। ପ୍ରତିଶତକୁ ଦୃଷ୍ଟିରେ ରଖିଲେ ତାଲିକାରେ ସେ ସବୁଠାରୁ ଆଗରେ ରହିଛନ୍ତି। ଗତ ବର୍ଷ ଜାନୁୟାରୀରେ ତାଙ୍କର ସମ୍ପତ୍ତି ପରିମାଣ ୪.୬୩ ବିଲିୟନ ଡଲାର ଥିବାବେଳେ ୨୦୧୭ ଡିସେମ୍ବର ୩୧କୁ ଏହା ୧୦.୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ବ୍ଲୁମ୍‌ବର୍ଗ ପ୍ରଦତ୍ତ ତଥ୍ୟରୁ ଏହା ଜଣାଯାଇଛି। ଆଦାନୀ ହେଉଛନ୍ତି ଦେଶର ସର୍ବବୃହତ୍‌ ବନ୍ଦର ଅପରେଟର୍‌ ଆଦାନୀ ଗ୍ରୁପ୍‌ର ପ୍ରତିଷ୍ଠାତା।

ବିଜ୍‌ନେସ୍‌ କ୍ଲାସ୍‌ ଯାତ୍ରୀଙ୍କୁ ଲାପ୍‌ଟପ୍‌ ଦେବ ଏୟାର୍‌ ଇଣ୍ଡିଆ

ବିଜ୍‌ନେସ୍‌ କ୍ଲାସ୍‌ ଯାତ୍ରୀଙ୍କୁ ଲାପ୍‌ଟପ୍‌ ଦେବ ଏୟାର୍‌ ଇଣ୍ଡିଆ

ନୂଆଦିଲ୍ଲୀ,୮-୧(ପି.ଟି.) ଅନ୍ତର୍ଜାତୀୟ ବିମାନ ରୁଟ୍‌ରେ ବିଜ୍‌ନେସ୍‌ କ୍ଲାସ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆ ଏକ ନୂଆ ଯୋଜନା ଉପରେ ବିଚାର କରୁଛି। କମ୍ପାନୀ ଏହାର ପ୍ରିମିୟମ୍‌ ଯାତ୍ରୀଙ୍କୁ ଲାପ୍‌ଟପ୍‌ ଯୋଗାଇବା ପାଇଁ ବିଚାର କରୁଥିବା ଏୟାର୍‌ ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂ ଖରୋଲା ସୋମବାର କହିଛନ୍ତି। ବିଶେଷ କରି ଏହି ବର୍ଗରେ ସିଟ୍‌ଗୁଡିକ ଖାଲି ପଡୁଥିବାରୁ ଅଧିକ ସଂଖ୍ୟକ ଯାତ୍ରୀ ଆକୃଷ୍ଟ କରିବା ପାଇଁ କମ୍ପାନୀ ଉପରୋକ୍ତ ଯୋଜନା ଉପରେ କାର୍ଯ୍ୟ କରୁଛି।

ଶସ୍ତା ହେବ ଡିଜିଟାଲ କ୍ୟାମେରା, ବାୟୋ-ଡିଜେଲ ଯାନ

ଶସ୍ତା ହେବ ଡିଜିଟାଲ କ୍ୟାମେରା, ବାୟୋ-ଡିଜେଲ ଯାନ

ନୂଆଦିଲ୍ଲୀ,୮-୧ ଆସନ୍ତା ୧୮ ତାରିଖରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ପରବର୍ତ୍ତୀ ବୈଠକ ହେବାକୁ ଯାଉଛି। ଏଥିରେ ଡିଜିଟାଲ କ୍ୟାମେରା, ଜଳସେଚନ ସମ୍ବନ୍ଧୀୟ ଯନ୍ତ୍ରାଂଶ ଏବଂ ବାୟୋ-ଡିଜେଲ ଯାନଗୁଡିକ ଉପରେ ଟିକସ ହାର ହ୍ରାସ କରାଯାଇପାରେ। ଏକ ବିଶେଷ ସୂତ୍ରରୁ ଏହା ଜଣାଯାଇଛି। ସମ୍ପ୍ରତି ଡିଜିଟାଲ କ୍ୟାମେରା ଏବଂ ବାୟୋ-ଡିଜେଲ ଯାନ ଉପରେ ୨୮% ଜିଏସ୍‌ଟି ଲାଗୁଥିବାବେଳେ ଜଳସେଚନ ସମ୍ବନ୍ଧୀୟ ଯନ୍ତ୍ରାଂଶ ଉପରେ ୧୮% ଟିକସ ଲାଗୁଛି।

 ଜିଏସ୍‌ଟି ପ୍ରଫିଟିୟରିଂ ଅଭିଯୋଗ ଲାଗି ଆସିବ ଏସ୍‌ଓପି

ଜିଏସ୍‌ଟି ପ୍ରଫିଟିୟରିଂ ଅଭିଯୋଗ ଲାଗି ଆସିବ ଏସ୍‌ଓପି

ନୂଆଦିଲ୍ଲୀ, ୭-୧(ପି.ଟି.)- ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ଏହାର ଲାଭ ଗ୍ରାହକଙ୍କୁ ହସ୍ତାନ୍ତର କରିବା ପାଇଁ ସରକାର ଆଣ୍ଟିପ୍ରଫିଟିୟରିଂ ଆଇନ୍‌ ଆଣିଛନ୍ତି। କିନ୍ତୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବାରେ ୬ ମାସ ବିତିଯାଇଥିଲେ ମଧ୍ୟ ଅନେକ ବ୍ୟବସାୟୀ ଏହାର ଲାଭ ହିତାଧିକାରୀଙ୍କୁ ପ୍ରଦାନ କରୁନାହାନ୍ତି।

ବିଳାସମୟ ଟ୍ରେନରେ ଫ୍ରି ପାସ୍‌କୁ ପ୍ରଶ୍ନ ଉଠାଇଲା ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି

ବିଳାସମୟ ଟ୍ରେନରେ ଫ୍ରି ପାସ୍‌କୁ ପ୍ରଶ୍ନ ଉଠାଇଲା ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି

ନୂଆଦିଲ୍ଲୀ,୭-୧(ପି.ଟି.) ବିଳାସମୟ ଟ୍ରେନରେ ଯାତ୍ରା ବେଳେ ସରକାର କାହିଁକି ଫ୍ରି ପାସ୍‌(ମାଗଣା ଟିକେଟ୍‌) ପ୍ରଦାନ କରୁଛନ୍ତି ବୋଲି ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଙ୍ଗ୍‌ କମିଟି ପ୍ରଶ୍ନ କରିଛି। ଏହାକୁ ବନ୍ଦ କରାଯାଉ ବୋଲି କହିଛି।

ପ୍ରକାଶ ପାଇବ ଲଜିଷ୍ଟିକ୍‌ ପଫରର୍ମାନ୍ସ ଇଣ୍ଡେକ୍ସ

ପ୍ରକାଶ ପାଇବ ଲଜିଷ୍ଟିକ୍‌ ପଫରର୍ମାନ୍ସ ଇଣ୍ଡେକ୍ସ

ନୂଆଦିଲ୍ଲୀ,୭-୧(ପି.ଟି.) ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ ଲଜିଷ୍ଟିକ୍‌ ପଫରର୍ମାନ୍ସ ଇଣ୍ଡେକ୍ସ ପ୍ରକାଶ କରାଯିବ। ବାଣିଜ୍ୟକୁ ପ୍ରୋତ୍ସାହନ କରିବା ପାଇଁ ପରିବହନ କ୍ଷେତ୍ରରେ ରାଜ୍ୟଗୁଡିକ କେତେ ମାତ୍ରାରେ ସୁବିଧା ପ୍ରଦାନ କରୁଛନ୍ତି ତାହାକୁ ଆଧାର କରି ସେମାନଙ୍କୁ ର଼୍ୟାଙ୍କ ପ୍ରଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।