ବାଣିଜ୍ୟ

ଫୋର୍ଡ ଫ୍ରିଷ୍ଟାଇଲ୍‌ ବଜାରରେ

ଫୋର୍ଡ ଫ୍ରିଷ୍ଟାଇଲ୍‌ ବଜାରରେ

ଭୁବନେଶ୍ୱର, ୨୬-୪(ବ୍ୟୁରୋ) ପ୍ରମୁଖ ଅଟୋ ନିର୍ମାତା ଫୋର୍ଡ ଇଣ୍ଡିଆ ଲିମିଟେଡ୍‌ ଏହାର କମ୍ପ୍ୟାକ୍ଟ ୟୁଟିଲିଟି ଭେଇକିଲ୍‌ ‘ଫ୍ରିଷ୍ଟାଇଲ୍‌’କୁ ଗୁରୁବାର ଦେଶବ୍ୟାପୀ ବଜାର ପ୍ରବେଶ କରାଇଛି। ଏଭଳି ଯାନ ଅଟୋମୋବାଇଲ୍‌ ଶିଳ୍ପରେ ପ୍ରଥମ ବୋଲି କମ୍ପାନୀ ପ୍ରକାଶ କରିଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟ୍‌ରେ ଏହା ଉପଲବ୍ଧ। ପେଟ୍ରୋଲ ଭାରିଆଣ୍ଟ୍‌ର ପ୍ରାରମ୍ଭିକ ମୂଲ୍ୟ ୫ ଲକ୍ଷ ୯ ହଜାର ଟଙ୍କା ହୋଇଥିବା ବେଳେ ଡିଜେଲ ଭାରିଆଣ୍ଟ୍‌ର ମୂଲ୍ୟ ୬ ଲକ୍ଷ ୯ ହଜାର ଟଙ୍କାରୁ ଆରମ୍ଭ ହେଉଛି।

ଆଇଡିବିଆଇ ଋଣ ଠକେଇରେ ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟରଙ୍କ କମ୍ପାନୀ ନାଁରେ ମାମଲା

ଆଇଡିବିଆଇ ଋଣ ଠକେଇରେ ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟରଙ୍କ କମ୍ପାନୀ ନାଁରେ ମାମଲା

ନୂଆଦିଲ୍ଲୀ,୨୬-୪(ପି.ଟି.) ଆଇଡିବିଆଇ ବ୍ୟାଙ୍କରୁ ୬୦୦ କୋଟି ଟଙ୍କାର ଋଣ ଖିଲାପୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏୟାର୍‌ସେଲ୍‌ର ପୂର୍ବତନ ପ୍ରମୋଟର ସି. ଶିବଶଙ୍କରନ୍‌ଙ୍କ ଦୁଇଟି କମ୍ପାନୀ ନାମରେ ମାମଲା ଦାଏର କରିଛି। ଏହି କମ୍ପାନୀ ଦ୍ୱୟ ହେଲେ ବ୍ରିଟିଶ ଭର୍ଜିନ ଆଇଲାଣ୍ଡ୍‌ଭିତ୍ତିକ ଆକ୍ସେଲ୍‌ ସନ୍‌ସାଇନ୍‌ ଲିମିଟେଡ୍‌ ଏବଂ ଫିନ୍‌ଲାଣ୍ଡ୍‌ଭିତ୍ତିକ ଓ୍ବିନ୍‌ ଉଇଣ୍ଡ୍‌ ଓଓ୍ବାଇ।

ଟ୍ରାଫିକ୍‌ ସମସ୍ୟା ଯୋଗୁ ୪ ପ୍ରମୁଖ ସହର ବର୍ଷକୁ ହରାଉଛନ୍ତି ୧.୫ ଲକ୍ଷ କୋଟି

ଟ୍ରାଫିକ୍‌ ସମସ୍ୟା ଯୋଗୁ ୪ ପ୍ରମୁଖ ସହର ବର୍ଷକୁ ହରାଉଛନ୍ତି ୧.୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୬-୪ ଟ୍ରାଫିକ୍‌ ସମସ୍ୟା ଯୋଗୁ ଦେଶର ୪ ପ୍ରମୁଖ ସହର ବର୍ଷକୁ ୧.୪୭ ଲକ୍ଷ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଏହି ସହରଗୁଡିକ ହେଉଛି ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ଏବଂ କଲିକତା। ଅନ୍ତର୍ଜାତୀୟ ସର୍ବେକ୍ଷଣ ସଂସ୍ଥା ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ଏକ ସର୍ଭେରୁ ଏହା ଜଣାଯାଇଛି। ଉପରୋକ୍ତ ସହରଗୁଡିକରେ ସକାଳ ୭ଟାରୁ ୯ଟା ଏବଂ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଭିଡ ରହିଥାଏ। ଏହି ସମୟରେ ଯାତ୍ରା କରୁଥିବା ଲୋକମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୮୦,୦୦୦ ନିଯୁକ୍ତି ଦେବ ରିଲାଏନ୍ସ ଜିଓ

୮୦,୦୦୦ ନିଯୁକ୍ତି ଦେବ ରିଲାଏନ୍ସ ଜିଓ

ହାଇଦ୍ରାବାଦ,୨୬-୪(ପି.ଟି) ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୭୫,୦୦୦ରୁ ୮୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି। କମ୍ପାନୀ ସହ ବର୍ତ୍ତମାନ ୧.୫ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ବେଳେ ଅଧିକ ୭୫ରୁ ୮୦ହଜାର ନିଯୁକ୍ତି ପ୍ରଦାନ ଲାଗି କମ୍ପାନୀ ଯୋଜନା ରଖିଛି। ସୋସାଇଟି ଅଫ୍‌ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ସଞ୍ଜୟ ଯୋଗ ଏହି ସୂଚନା ଦେଇଛନ୍ତି।

ବ୍ୟାଙ୍କ ଘୋଟାଲା:କନିଷ୍କ ଗୋଲ୍ଡର ୧୪୩ କୋଟି ଟଙ୍କାର ସମ୍ପତ୍ତି ଜବତ

ବ୍ୟାଙ୍କ ଘୋଟାଲା:କନିଷ୍କ ଗୋଲ୍ଡର ୧୪୩ କୋଟି ଟଙ୍କାର ସମ୍ପତ୍ତି ଜବତ

ମାଡ୍ରାସ,୨୬-୪ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ୟାଙ୍କ ଘୋଟାଲା ମାମଲାରେ ମାଡ୍ରାସ ଭିତ୍ତିକ କନିଷ୍କ ଗୋଲ୍ଡ ପ୍ରାଇଭେଟ ଲିମିଟେଡର ୧୪୩ କୋଟି ଟଙ୍କା ଜବତ କରିଛି। ସ୍ଥାୟୀ ଜମା ଭାବେ କମ୍ପାନୀ ଏହି ଟଙ୍କା ଜମା କରିଥିଲା। କ୍ରିଜ୍‌ ବ୍ରାଣ୍ଡ ନାମରେ ଗହଣା ବ୍ୟବସାୟ କରୁଥିବା ଉକ୍ତ ସଂସ୍ଥା ଉପରେ ୮୨୪ କୋଟି ଟଙ୍କାର ଠକେଇ ଅଭିଯୋଗ ଆସିଛି। ଗତ ଦୁଇ ଦିନ ତଳେ ଇଡି ଉକ୍ତ କମ୍ପାନୀର ପ୍ଲାଣ୍ଟ ତଥା ମେଶିନେରୀ ବାବଦକୁ ୪୮ କୋଟି ଟଙ୍କା ଜବତ କରିଥିଲା।

ନୋଟ ସଙ୍କଟ: ୧୪.୪୮ କୋଟି ଜବତ କଲା ଆୟକର ବିଭାଗ

ନୋଟ ସଙ୍କଟ: ୧୪.୪୮ କୋଟି ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ,୨୬-୪ ଦେଶର ବିଭିନ୍ନ ପ୍ରାନ୍ତରେ ନୋଟ ସଙ୍କଟରେ ସୁଧାର ଆସୁଥିବା ବେଳେ ମହଜୁଦକାରୀଙ୍କ ଉପରେ ଆୟକର ବିଭାଗ ଚଢାଉ କରିବା ସହ ୧୪.୪୮ କୋଟି ଟଙ୍କା ଜବତ କରିଛି। କର୍ନାଟକ ସମେତ ଦେଶର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଏହିଭଳି ଚଢାଉ କରାଯାଇଥିଲା। ଜବତ ହୋଇଥିବା ନୋଟଗୁଡିକ ୨୦୦୦ ଏବଂ ୫୦୦ ଟଙ୍କିଆ ବୋଲି ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ମେ ପହିଲାରେ ଆସିବ ଡ୍ରାଫ୍ଟ ଜାତୀୟ ଟେଲିକମ୍‌ ନୀତି

ମେ ପହିଲାରେ ଆସିବ ଡ୍ରାଫ୍ଟ ଜାତୀୟ ଟେଲିକମ୍‌ ନୀତି

ନୂଆଦିଲ୍ଲୀ,୨୬-୪ ମେ ପହିଲାରେ ସରକାର ନୂଆ ଟେଲିକମ୍‌ ନୀତିର ଡ୍ରାଫ୍ଟ ଆଣିବେ। ଲୋକମାନଙ୍କଠାରୁ ଏହି ନୀତିକୁ ନେଇ ମତାମତ ସଂଗ୍ରହ କରିବାକୁ ସରକାର ଡ୍ରାଫ୍ଟକୁ ଜାରି କରିବେ। ଟେଲିକମ୍‌ ସଚିବ ଅରୁଣା ସୁନ୍ଦର ରାଜନ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ନୂଆ ନୀତି ସଂସ୍କାରମୂଳକ, ନିବେଶ ଉପଯୋଗୀ ଏବଂ ଅନୁପାଳନ ଉପଯୋଗୀ ହେବ ବୋଲି ଆମେରିକାର ଶିଳ୍ପ ସଂଘ ଆମ୍‌ଚାମର ବାର୍ଷିକ ବୈଠକ ଅବସରରେ ସୁନ୍ଦର ରାଜନ ଏହା କହିଛନ୍ତି।

ଘରୋଇ ସହାୟକଙ୍କ ପାଇଁ ଆସିବ ଜାତୀୟ ନୀତି

ଘରୋଇ ସହାୟକଙ୍କ ପାଇଁ ଆସିବ ଜାତୀୟ ନୀତି

ନୂଆଦିଲ୍ଲୀ, ୨୬-୪ ବ୍ୟକ୍ତିଗତ ଗାଡିଚାଳକ ତଥା ରୋଷେଇଆଙ୍କ ଭଳି ଘରୋଇ ସହାୟକଙ୍କ ପାଇଁ ଖୁସି ଖବର। ସେମାନଙ୍କ ଆର୍ଥିକ ସୁରକ୍ଷା ପାଇଁ ଶ୍ରମ ମନ୍ତ୍ରଣାଳୟ ଏକ ଜାତୀୟ ନୀତି ବା ବୋର୍ଡ ଗଠନ କରିବାକୁ ଯୋଜନା କରୁଛି।

ମୋବାଇଲ ନମ୍ବର ସହ ଆଧାର ସଂଯୋଗ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ

ମୋବାଇଲ ନମ୍ବର ସହ ଆଧାର ସଂଯୋଗ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ, ୨୬-୪ ମୋବାଇଲ ନମ୍ବର ସହିତ ଆଧାର ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ବୁଧବାର ଆଧାର ବାଧ୍ୟତାମୂଳକ ପ୍ରସଙ୍ଗ ଉପରେ ଶୁଣାଣି କରି କହିଛନ୍ତି, ଯେଉଁମାନେ ମୋବାଇଲ ବ୍ୟବହାର କରୁଛନ୍ତି ଜାତୀୟ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯାଞ୍ଚ ହେବା ଆବଶ୍ୟକ।

ଭିଡିଓକନ୍‌ ଋଣ ମାମଲା:ଦୀପକ କୋଚ୍ଚରଙ୍କୁ ଆଇଟିର ସାନି ନୋଟିସ୍‌

ଭିଡିଓକନ୍‌ ଋଣ ମାମଲା:ଦୀପକ କୋଚ୍ଚରଙ୍କୁ ଆଇଟିର ସାନି ନୋଟିସ୍‌

ନୂଆଦିଲ୍ଲୀ,୨୬-୪(ପି.ଟି) ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ବ୍ୟାଙ୍କର ବେଆଇନ୍‌ ଋଣ ମାମଲାରେ ଆୟକର ବିଭାଗ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଥିବା ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦିପକ କୋଚରଙ୍କୁ ସାନି ନୋଟିସ ଜାରି କରିଛି।

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ନାଲ୍‌କୋ ପକ୍ଷରୁ କ୍ୱାଲିଟି ସର୍କଲ କନ୍‌ଭେନଶନ

ଭୁବନେଶ୍ୱର,୨୬-୪(ବ୍ୟୁରୋ) ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ(ନାଲ୍‌କୋ) ପକ୍ଷରୁ ଅଲ୍‌ ଓଡିଶା କ୍ୱାଲିଟି ସର୍କଲ କନଭେଶନର ୨୩ତମ ସଂସ୍କରଣ ସ୍ଥାନୀୟ ନାଲକୋ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଉଦଘାଟନ କରିଥିଲେ।

ଆଲ୍ଲାହାବାଦ୍‌ ବ୍ୟାଙ୍କର  ବ୍ୟାଙ୍କର-କଷ୍ଟମର ମିଟ୍‌

ଆଲ୍ଲାହାବାଦ୍‌ ବ୍ୟାଙ୍କର ବ୍ୟାଙ୍କର-କଷ୍ଟମର ମିଟ୍‌

ଭୁବନେଶ୍ୱର,୨୬-୪(ବ୍ୟୁରୋ) ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର ୧୫୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସ୍ଥାନୀୟ ଏକ ହୋଟେଲରେ ବ୍ୟାଙ୍କର ଏବଂ ଗ୍ରାହକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବ୍ୟାଙ୍କର ନିର୍ଦ୍ଦେଶକ ବି.କେ ସାହୁ, ଡିଜିଏମ୍‌ ତଥା ଜୋନ୍‌ ମୁଖ୍ୟ କେ. ମୂରଲୀ କ୍ରୀଷ୍ଣା ଉଦଘାଟନ କରିଥିଲେ।

ଇପିଏଫ୍‌ ଆକାଉଣ୍ଟ କମ୍ପାନୀ ଜମା କରୁ ନ ଥିଲେ ଜାଣିବେ କର୍ମଚାରୀ

ଇପିଏଫ୍‌ ଆକାଉଣ୍ଟ କମ୍ପାନୀ ଜମା କରୁ ନ ଥିଲେ ଜାଣିବେ କର୍ମଚାରୀ

ନୂଆଦିଲ୍ଲୀ, ୨୬-୪(ପି.ଟି.) କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟକୁ କର୍ମସଂସ୍ଥାନ ପକ୍ଷରୁ ଯଦି ଅବଦାନ ପୈଠ କରା ନ ଯାଏ ତେବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍‌ଓ) ଏହାର ସଦସ୍ୟମାନଙ୍କୁ ଚିଠି ଲେଖିବ। ଇମେଲ୍‌ ଏବଂ ମୋବାଇଲ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଏହି ଚିଠି ପଠାଯିବ।

ମେ ୪ରେ ୨୭ତମ ଜିଏସ୍‌ଟି ପରିଷଦ ବୈଠକ

ମେ ୪ରେ ୨୭ତମ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ, ୨୬-୪(ପି.ଟି.) ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୭ତମ ବୈଠକ ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏଥିରେ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ପରୋକ୍ଷ ଟିକସ ବ୍ୟବସ୍ଥାରେ ବର୍ତ୍ତମାନ ଦେଖାଦେଉଥିବା କେତେକ ସମସ୍ୟା ଏବଂ ଜିଏସ୍‌ଟି ରିଟର୍ନ ଫାଇଲିଂ ଫର୍ମକୁ ସରଳୀକରଣ ସଂକ୍ରାନ୍ତରେ ଆଲୋଚନା ହେବ।

ଜାତୀୟ ବାଉଁସ ମିଶନରେ ଖର୍ଚ୍ଚ ହେବ ୧୨୯୦ କୋଟି

ଜାତୀୟ ବାଉଁସ ମିଶନରେ ଖର୍ଚ୍ଚ ହେବ ୧୨୯୦ କୋଟି

ନୂଆଦିଲ୍ଲୀ, ୨୬-୪ ୨୦୧୮-୧୯ ଆର୍ଥିକ ବର୍ଷ ସକାଶେ ନଳିତା( ର’ଝୋଟ)ର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ( ଏମ୍‌ଏସ୍‌ପି) ୩୫୦୦ ଟଙ୍କାରୁ ୩୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିପରି ପୂନଃଗଠିତ ଜାତୀୟ ବାଉଁସ ମିଶନ(ଏନ୍‌ବିଏମ୍‌) ବାବଦ ଆସନ୍ତା ୨ ବର୍ଷରେ ୧୨୯୦ କୋଟି ଟଙ୍କା ଖର୍ଚ୍ଚକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଇନ୍‌ସଲ୍‌ଭେନ୍ସି ମାମଲାର ବିଚାର ପାଇଁ ଜଜ୍‌ ଅଭାବ

ଇନ୍‌ସଲ୍‌ଭେନ୍ସି ମାମଲାର ବିଚାର ପାଇଁ ଜଜ୍‌ ଅଭାବ

ନୂଆଦିଲ୍ଲୀ,୨୬-୪ ଯେଉଁ କମ୍ପାନୀଗୁଡ଼ିକ ମାତ୍ରାଧିକ ଅନାଦାୟ ଋଣ ଭିତରେ ବୁଡ଼ି ରହିଛନ୍ତି ସେମାନଙ୍କୁ ପୂନଃ ବ୍ୟବସ୍ଥିତ କରିବା ତଥା ଦେବାଳିଆ ଘୋଷଣା କରି ଋଣ ଅସୁଲ କରିବା ନିମନ୍ତେ ଦେଶରେ ନୂତନ ବ୍ୟାଙ୍କରେପ୍ସି କୋଡ ଲାଗୁ ହୋଇଛି।

ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ମଞ୍ଜିି ବୁଣୁଛି ସାଉଦି ଆରବ:ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବାକୁ କରୁଛି ପ୍ରୟାସ

ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ମଞ୍ଜିି ବୁଣୁଛି ସାଉଦି ଆରବ:ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବାକୁ କରୁଛି ପ୍ରୟାସ

ନୂଆଦିଲ୍ଲୀ,୨୬-୪ ବ୍ୟାରେଲ ପିଛା ଅଶୋଧିତ ତୈଳ ଦରକୁ ୧୦୦ ଡଲାରରେ ପହଞ୍ଚାଇବା ପାଇଁ ସାଉଦି ଆରବ ଚେଷ୍ଟା କରୁଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହା ଏକ ଗୁଜବ ହୋଇଥାଇପାରେ। କିନ୍ତୁ ଯଦି ତୈଳ ଦର ଉକ୍ତ ସ୍ତର ଛୁଏଁ ତା’ହେଲେ ପରବର୍ତ୍ତୀ ମାନ୍ଦାବସ୍ଥା ପାଇଁ ସାଉଦି ଆରବ ମଞ୍ଜି ବୁଣିବ।

ଗୋଇନ୍ଦା ଏଜେନ୍ସି ନିଯୁକ୍ତି ଦେବ ପିଏନ୍‌ବି:ଅପହଞ୍ଚ ଋଣକର୍ତ୍ତାଙ୍କୁ ଠାବ କରିବାକୁ ପ୍ରୟାସ

ଗୋଇନ୍ଦା ଏଜେନ୍ସି ନିଯୁକ୍ତି ଦେବ ପିଏନ୍‌ବି:ଅପହଞ୍ଚ ଋଣକର୍ତ୍ତାଙ୍କୁ ଠାବ କରିବାକୁ ପ୍ରୟାସ

ନୂଆଦିଲ୍ଲୀ,୨୬-୪(ପି.ଟି.) ଋଣ ନେଇ ଫେରାର୍‌ ହୋଇଯାଉଥିବା ଖିଲାପକାରୀମାନଙ୍କୁ ଠାବ କରିବା ପାଇଁ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଗୋଇନ୍ଦା ଏଜେନ୍ସିଗୁଡିକୁ ନିଯୁକ୍ତି ଦେବ। ଏଥିପାଇଁ ବ୍ୟାଙ୍କ ବର୍ତ୍ତମାନ ଏହି ଏଜେନ୍ସିଗୁଡିକଠାରୁ ଆବେଦନପତ୍ର ଆହ୍ବାନ କରିଛି। ମେ’ ୫ ସୁଦ୍ଧା ଆବେଦନପତ୍ର ଦାଖଲ କରିବା ପାଇଁ ଇଚ୍ଛୁକ ଏଜେନ୍ସିଗୁଡିକୁ କୁହାଯାଇଛି।

ରିଲାଏନ୍ସ  ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ଅନ୍‌ମୋଲ୍‌ ଅମ୍ବାନୀ

ନୂଆଦିଲ୍ଲୀ,୨୫-୪(ପି.ଟି.) ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ବଡ ପୁଅ ଅନ୍‌ମୋଲ୍‌ ଅମ୍ବାନୀ ରିଲାଏନ୍ସ ନିପନ୍‌ ଲାଇଫ୍‌ ଆସେଟ୍‌ ମ୍ୟାନେଜ୍‌ମେଣ୍ଟ ଏବଂ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବୋର୍ଡରେ ନିଯୁକ୍ତି ପାଇଛନ୍ତି।

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ହୋଣ୍ଡା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୫-୪ ହୋଣ୍ଡା ମୋଟର ସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ-୨୦୧୮ ପାଳନ କରାଯାଉଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ସାରା ଭାରତରେ ‘ହେଲ୍‌ମେଟ୍‌ ଅନ୍‌ ଲାଇଫ୍‌ ଅନ୍‌’ ଅଭିଯାନ ଜରିଆରେ ସଡକ ସୁରକ୍ଷା ବାର୍ତ୍ତା ପ୍ରଦାନ କରାଯାଉଛି। ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୧୮ ଏପ୍ରିଲ୍‌ ୨୩ରୁ ୩୦ ପର୍ଯ୍ୟନ୍ତ ପାଳନ କରାଯାଉଛି।

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ସାମସଙ୍ଗ ଆଣିଲା ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏସି

ନୂଆଦିଲ୍ଲୀ,୨୫-୫ ଦେଶର ପ୍ରମୁଖ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ ଇଣ୍ଡିଆ ବିଶ୍ୱର ପ୍ରଥମ ଉଇଣ୍ଡ୍‌-ଫ୍ରୀ ଏୟାର୍‌ କଣ୍ଡିଶନର୍‌ର ବଜାର ପ୍ରବେଶ କରାଇଛି। ସାମ୍‌ସଙ୍ଗ୍‌ର ଏକ୍ସକ୍ଲୁଶିଭ୍‌ ଉଇଣ୍ଡ୍‌ ଫ୍ରୀ କୁଲିଂ ଟେକ୍ନୋଲୋଜିରେ ପ୍ରସ୍ତୁତ ଏହି ଏସି ଗ୍ରାହକଙ୍କୁ ଅଧିକ ଶକ୍ତି ସଞ୍ଚୟ ସହିତ ଏକ ଥଣ୍ଡା ଇନ୍‌ଡୋର୍‌ କ୍ଲାଇମେଟ୍‌ ପ୍ରଦାନ କରୁଛି। ସିଧାସଳଖ ଶୀତଳ ପବନ ପ୍ରବାହରୁ ଏହା ନିବୃତ ରହିବ। ଏଥିରେ ବିଶ୍ୱର ପ୍ରଥମ ୮ ପୋଲ୍‌ ସିରିଜ ଏବଂ କ୍ଷୟନିରୋଧୀ ଡ୍ୟୁରାଫିନ କଣ୍ଡେନ୍‌ସର ରହିଛି ା ଭାରତର ମାତ୍ରାଧିକ ତାପମାତ୍ରାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି।

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଗଣପତି ଲାଲ ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ

ଭୁବନେଶ୍ୱର,୨୫-୪ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଭୁବନେଶ୍ୱର ମଣ୍ଡଳର ନୂତନ ମୁଖ୍ୟ ଭାବେ ଗଣପତି ଲାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୧୯୮୫ରେ ପିଏନ୍‌ବିରେ ଯୋଗଦେଇଥିବା ଲାଲ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା ସମେତ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟଭାର ତୁଲାଇଛନ୍ତି।

ଅନ୍‌ଲାଇନ ଆସେସୋରିଜ ବିକ୍ରି ଆରମ୍ଭ କଲା ହିରୋ

ଅନ୍‌ଲାଇନ ଆସେସୋରିଜ ବିକ୍ରି ଆରମ୍ଭ କଲା ହିରୋ

ଭୁବନେଶ୍ୱର, ୨୫-୪ ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡ୍‌ ଏହାର ଇ-କମର୍ସ ପୋର୍ଟାଲ ଉଦ୍‌ଘାଟନ କରି ଦୁଇଚକିଆ ଯାନ ଶିଳ୍ପରେ ନୂତନ ରେକର୍ଡ ସୃଷ୍ଟି କରିଛି। ଗ୍ରାହକମାନେ ହିରୋର ଆବଶ୍ୟକୀୟ ଯନ୍ତ୍ରାଶଂ ଏବଂ ଆସେସରିଜ୍‌ www.hgpmart.com ଏକ୍ସକ୍ଲୁଶିଭ୍‌ କମର୍ସିଆଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ କ୍ରୟ କରିପାରିବେ ବୋଲି କମ୍ପାନୀ ପ୍ରକାଶ କରିଛି।

 ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ,୨୫-୪(ପି.ଟି) ଗ୍ରୀଷ୍ମ ଅବକାଶ ଅବସରରେ ଦେଶର ପ୍ରମୁଖ ବିମାନ କମ୍ପାନୀଗୁଡିକ ଗ୍ରାହକଙ୍କୁ ଲୋଭନୀୟ ଅଫର ପ୍ରଦାନ କରୁଛନ୍ତି। କମ୍ପାନୀଗୁଡିକର ଭଡା ଏହି ସମୟରେ ୧୩୦୪ ଟଙ୍କାରୁ ଆରମ୍ଭ ହେଉଛି। ଗୋ ଏୟାର ଏବଂ ଏୟାର ଏସିଆ ଭଳି କମ୍ପାନୀଗୁଡିକ ଏହି ଭଳି ଅଫର ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି।