ଫୁରସତ

ଝଡ଼ରେ ଉଡ଼ିପାରିବ ଡ୍ରୋନ୍‌

ଝଡ଼ରେ ଉଡ଼ିପାରିବ ଡ୍ରୋନ୍‌

ଏଣିକି ପ୍ରବଳ ବେଗରେ ପବନ ହେଉଥିଲେ ତାହାକୁ ପ୍ରତିହତ କରି ଡ୍ରୋନ୍‌ ଉଡିପାରିବ। ଆରଏମଆଇଟି ୟୁନିଭର୍ସିଟିର ପାକୋର୍‌ନ ପୋକ୍‌ସାଓ୍ବାଟ୍‌ ନାମକ ଜଣେ ପିଏଚ.ଡି. ଛାତ୍ର ଏଭଳି ଏକ ଡ୍ରୋନ୍‌ ପ୍ରସ୍ତୁତ କରିଛନ୍ତି। ପ୍ରତିକୂଳ ପାଣିପାଗ ସମୟରେ ମିଲିଟାରି ଟ୍ରେନିଂ ଏବଂ ବନ୍ୟଜନ୍ତୁଙ୍କ ସମ୍ପର୍କରେ ଭିଜୁଆଲ ତଥ୍ୟ ସଂଗ୍ରହ କରିବାରେ ଏହି ଡ୍ରୋନ୍‌ ସକ୍ଷମ ହେବ ବୋଲି ଜଣାପଡିଛି।

ଆଲୋଚନାରେ ଦଳାଚକଟା

ଆଲୋଚନାରେ ଦଳାଚକଟା

ମହାରାଷ୍ଟ୍ର ଅନ୍ତର୍ଗତ ନାସିକ୍‌ର ପୋଲିସ କମିଶନର ଡକ୍ଟର ରବୀନ୍ଦ୍ର ସିଂଘଲ ୨୦୦୩ ମସିହା କୁମ୍ଭମେଳାରେ ଘଟିଥିବା ଦଳଚକଟା ବିଷୟରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ଏହି ଦୁର୍ଘଟଣାରେ ଆହତ ଅନେକ ଭକ୍ତଙ୍କ ମଧ୍ୟରୁ ୪୮ଜଣ ପ୍ରାଣ ହରାଇଥିଲେ। ଦଳାଚକଟାର କାରଣ ଅନୁଧ୍ୟାନକରି ବିଶ୍ଳେଷଣ କରିବା ସମୟରେ ସେ ଏହାର ନିରାକରଣ ସମ୍ପର୍କରେ ମଧ୍ୟ ସୁଚିନ୍ତିତ ମତ ଦେଇଛନ୍ତି।

ଜୀବନ୍ତ ଗ୍ରହର ଦୂରତା

ଜୀବନ୍ତ ଗ୍ରହର ଦୂରତା

ବିଜ୍ଞାନଯୁଗରେ ମହାକାଶ ଗବେଷଣା ବିଶେଷ ଭୂମିକା ଗ୍ରହଣ କରିଛି। ଏବେ ବୈଜ୍ଞାନିକମାନେ ଆମ ସୌରଜଗତ ବାହାରେ ଗ୍ରହର ସନ୍ଧାନ କରୁଛନ୍ତି। ପୃଥିବୀକୁ ମିଶାଇ ୮ଟି ଗ୍ରହ, ପ୍ଲୁଟୋକୁ ମିଶାଇ ୫ଟି ବାମନଗ୍ରହ, ଚନ୍ଦ୍ରକୁ ମିଶାଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ବିରାଟ ବଳୟ ଏବଂ ଅଗଣିତ ଅନ୍ୟାନ୍ୟ ପିଣ୍ଡକୁ ନେଇ ଆମର ସୌରଜଗତ ତିଆରି ହୋଇଛି।

 ଦୁଷ୍ଟ ଆତ୍ମା କବଳରୁ ମୁକ୍ତି ପାଇଁ ଘାଟା ବାଲାଜି ମନ୍ଦିରରେ ଅଜବ ଚିକିତ୍ସା

ଦୁଷ୍ଟ ଆତ୍ମା କବଳରୁ ମୁକ୍ତି ପାଇଁ ଘାଟା ବାଲାଜି ମନ୍ଦିରରେ ଅଜବ ଚିକିତ୍ସା

ଜୟପୁର, ୨୫।୩ : ଆଧୁନିକ ଯୁଗରେ ମଧ୍ୟ ବେଳେବେଳେ ଅନେକ ରହସ୍ୟମୟ ବିଷୟବସ୍ତୁ ମଣିଷକୁ ପ୍ରହେଳିକାରେ ପକାଇଥାଏ। ଏହାର ରହସ୍ୟ ଉପରୁ ପରଦା ଉଠାଇବାକୁ ମଣିଷ ସକ୍ଷମ ହୋଇପାରି ନ ଥାଏ। ପରବର୍ତ୍ତୀ ସମୟରେ ବାଧ୍ୟହୋଇ ମଣିଷ ଏଭଳି ରହସ୍ୟ ଆଗରେ ମୁଣ୍ଡ ନୋଇଁଥାଏ। ସେହିପରି ଏକ ରହସ୍ୟ ମୟ ସ୍ଥାନ ହେଉଛି, ରାଜସ୍ଥାନ ଦୌସା ଜିଲାରେ ଥିବା ଘାଟା ବାଲାଜିଙ୍କ ମନ୍ଦିର।

କଣ୍ଢେଇ ମେଳଣ

କଣ୍ଢେଇ ମେଳଣ

ଆମ ରାଜ୍ୟରେ ରହିଛି ଏମିତି ଏକ ଗାଁ, ଯେଉଁଠି ଆୟୋଜିତ ହୁଏ କଣ୍ଢେଇ ମେଳଣ। କେବଳ ଦୋଳବିମାନରେ କଣ୍ଢେଇକୁ ବିଜେ କରାଯାଇ ଏପରି ମେଳଣ ହୋଇଥାଏ। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗ୍ରାମ ପଞ୍ଚାୟତର ଭଗବାନପୁର ଗାଁ। ଏହି ଗାଁର ମା’ ଛୋଟିଭୁଆସୁଣୀଙ୍କ ମେଳଣ ପଡ଼ିଆରେ ଆଜକୁ ପ୍ରାୟ ୭୦ବର୍ଷ ଧରି ପାଳନ ହୋଇଆସୁଛି କଣ୍ଢେଇ ମେଳଣ।

ପ୍ରଥମ ରୋଜଗାର:  ପ୍ରଥମ ପାରିଶ୍ରମିକରେ ବହି କିଣିଥିଲି

ପ୍ରଥମ ରୋଜଗାର: ପ୍ରଥମ ପାରିଶ୍ରମିକରେ ବହି କିଣିଥିଲି

ଅଭିନେତ୍ରୀ, ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶିକା ଭାସ୍ବତୀ ବସୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଜନ୍ମ, ପାଠପଢ଼ା ସବୁକିଛି ମୋର ଭୁବନେଶ୍ୱରରେ। ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଡ୍ରାମା ଡିପାର୍ଟମେଣ୍ଟରେ ନାଁ ଲେଖାଇଥିଲି। କଲେଜ ନିୟମାନୁସାରେ, ଯେଉଁମାନେ ପିଜି କରୁଥିବେ ସେମାନେ ପ୍ରତ୍ୟେକେ ଗୋଟେ ଗୋଟେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେବେ, ଯାହାକୁ ପିଜି ପ୍ରଡକ୍ସନ କୁହାଯାଉଥିଲା।

ଆଉ ପାଦେ ସହଜ

ଆଉ ପାଦେ ସହଜ

ଗୁଗୁଲ୍‌ ମ୍ୟାପ୍‌ ୨୦୦୫ ଫେବୃୟାରୀ ୮ରେ ପ୍ରଥମ ଥର ଆସିବା ପରେ ବିଭିନ୍ନ ସ୍ଥାନ ସମ୍ପର୍କରେ ଜାଣିବା ଖୁବ୍‌ ସହଜ ହେଲା। କ୍ରମଶଃ ଏହାର ବିଭିନ୍ନ ଅପ୍‌ଡେଟ୍‌ ଭର୍ସନ ବିଶେଷକରି ସ୍ମାର୍ଟ ଫୋନ୍‌ରେ ଏହାର ବ୍ୟବହାର ଦିନକୁଦିନ ଏହାକୁ ଲୋକପ୍ରିୟ କରିବାକୁ ଲାଗିଲା। ବର୍ତ୍ତମାନ ଏହା ସମସ୍ତଙ୍କ ଲାଗି ଆବଶ୍ୟକ ହୋଇଯାଇଛି। ଏହାଦ୍ୱାରା କୌଣସି ସ୍ଥାନ ଖୋଜିବା ଲାଗି ଅନ୍ୟର ସାହାଯ୍ୟ ନେବା କିମ୍ବା ଦୀର୍ଘ ସମୟ ଧରି ଏଣେତେଣେ ବୁଲିବା ଭଳି ସମସ୍ୟା ରହୁନାହିଁ। ଅଯଥା ସମୟ ନଷ୍ଟ ସହ ଅନାବଶ୍ୟକ ଇନ୍ଧନ ଖର୍ଚ୍ଚକୁ ମଧ୍ୟ ରୋକାଯାଇପାରୁଛି। ଗୁଗୁଲ୍‌ ମ୍ୟାପ୍‌ରେ ସମସ୍ତ ଯାନବାହନ ଚଳାଚଳ ଲାଗି ମଲ୍ଟିପ୍‌ଲ ଟ୍ରାନ୍ସପୋର୍ଟେଶନ୍‌ ମୋଡ୍‌ ରହିଛି, ଯେଉଁଥିରେ ପାଦଚଲା ରାସ୍ତାଠାରୁ ଟୁ ହ୍ବିଲର, କାର, ଅନ୍ୟ ପବ୍ଲିକ୍‌ ଯାନବାହନ ଚାଳକମାନଙ୍କ ସୁବିଧା ମୁତାବକ ମଧ୍ୟ ଫିଚର୍ସ ଉପଲବ୍ଧ।

ପେଟରୁ ବାହାରିଲା ୨୩୫୦ ପଥର

ପେଟରୁ ବାହାରିଲା ୨୩୫୦ ପଥର

ବମ୍ବେ: ମହିଳାଙ୍କ ପେଟରୁ ବାହାରିଲା ୨୩୫୦ଟି ପଥର। ବମ୍ବେର ଭକ୍ତିବେଦାନ୍ତ ହସ୍ପିଟାଲ୍‌ର ଡାକ୍ତରମାନେ ଜଟିଳ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ପେଟରୁ ଏତେ ପରିମାଣର ପଥର ବାହାର କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା ନଭେମ୍ବର ୨୦୧୬ରୁ ଗାଲ୍‌ଷ୍ଟୋନ୍‌ର ଶିକାର ହୋଇଥିଲେ। ରୋଗ ଠାବ ହେବା ପରେ ଡାକ୍ତରମାନେ ମହିଳାଙ୍କୁ ଅସ୍ତ୍ରୋପଚାର ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ମହିଳା ଜଣକ ଏହାର ବିକଳ୍ପ ଉପାୟ ଆପଣାଇବେ ବୋଲି କହିଥିଲେ।

ସ୍ବଚ୍ଛତା ପ୍ରିୟ ଗରିଲା

ସ୍ବଚ୍ଛତା ପ୍ରିୟ ଗରିଲା

ନୂଆଦିଲ୍ଲୀ: କେବଳ ମଣିଷମାନେ ନିଜ ଶରୀରର ସ୍ବଚ୍ଛତା ବିଷୟରେ ଚିନ୍ତା କରି ନ ଥାନ୍ତି। ଜୀବଜନ୍ତୁ ମଧ୍ୟ ଏ ଦିଗରେ ଯତ୍ନବାନ। ଫିଲାଡେଲ୍‌ଫିଆର ଏକ ଚିଡ଼ିଆଖାନାରେ ଥିବା ଗରିଲା ବ୍ୟବହାରକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ। ଚିଡ଼ିଆଖାନାରେ ଥିବା ଲୁଇସ୍‌ ନାମକ ସ୍ବଚ୍ଛତାପ୍ରିୟ ଉକ୍ତ ଗରିଲାକୁ ନେଇ ଦେଶବିଦେଶରେ ଚର୍ଚ୍ଚା। ସାଧାରଣତଃ ଗରିଲା ଚାଲିବା ସମୟରେ ଗୋଡ଼ ସହ ହାତର ବ୍ୟବହାର କରିଥାନ୍ତି।

ରୋଗ ବିଷୟରେ  ଅଜ୍ଞ ଅଧିକାଂଶ ମହିଳା

ରୋଗ ବିଷୟରେ ଅଜ୍ଞ ଅଧିକାଂଶ ମହିଳା

ଲଣ୍ଡନ: ଗ୍ରାମୀଣ ଭାରତରେ ମହିଳାମାନେ ସ୍ତନକର୍କଟ ରୋଗର ଉଚିତ ସମୟରେ ଉପଚାର କରାଇ ନ ଥାନ୍ତି। ରୋଗ ନିଦାନ ଲାଗି ଆବଶ୍ୟକ ଖର୍ଚ୍ଚ ଅଧିକ ରହୁଥିବା ଦର୍ଶାଇ ମହିଳାମାନେ ତ୍ୱରିତ ଚିକତ୍ସାକୁ ଅଣଦେଖା କରିଥାନ୍ତି। ଏପରି କି ଦେଶର ଗ୍ରାମାଞ୍ଚଳରେ ଅନେକ ମହିଳା ସ୍ତନକର୍କଟ ଭଳି ଏକ ମାରାତ୍ମକ ରୋଗ ବିଷୟରେ ଜାଣିନାହାନ୍ତି ବୋଲି ସଦ୍ୟ ଏକ ଗବେଷଣାରୁ ଜଣାପଡ଼ିଛି।

ଘୁଞ୍ଚିଲା ‘ଚନ୍ଦ୍ରଯାନ ୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ ୨’ ଉତ୍‌କ୍ଷେପଣ

ମାଡ୍ରାସ/ନୂଆଦିଲ୍ଲୀ: ଘୁଞ୍ଚିଲା ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ ୨’ର ଉତ୍‌କ୍ଷେପଣ। ଏପ୍ରିଲ ପରିବର୍ତ୍ତେ ଅକ୍ଟୋବରରେ ହେବ ଏହାର ଉତ୍‌କ୍ଷେପଣ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ପକ୍ଷରୁ ଆସନ୍ତାମାସ ଏହାର ଉତ୍‌କ୍ଷେପଣ ନେଇ ସ୍ଥିର ହୋଇଥିଲା। କିନ୍ତୁ ଯାନକୁ ନେଇ କିଛିଟା ପରୀକ୍ଷଣ ବାକି ରହି ଯାଇଥିବାବେଳେ ବିଶେଷଜ୍ଞମାନେ ଏହାର ଉତ୍‌କ୍ଷେପଣ ଘୁଞ୍ଚାଇ ଦେଇଥିବା ଶୁକ୍ରବାର ଅଧ୍ୟକ୍ଷ କେ. ଶିବନ୍‌ ସୂଚନା ଦେଇଛନ୍ତି। ସଦ୍ୟ ଭାବେ ଅନୁଷ୍ଠିତ ବିଶେଷଜ୍ଞଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

ରବି ବର୍ମାଙ୍କ ପେଣ୍ଟିଂ ୫ କୋଟିରେ ନିଲାମ

ରବି ବର୍ମାଙ୍କ ପେଣ୍ଟିଂ ୫ କୋଟିରେ ନିଲାମ

ନ୍ୟୁୟର୍କ: ବିଶିଷ୍ଟ ଭାରତୀୟ ଚିତ୍ରକର ରାଜା ରବି ବର୍ମାଙ୍କର ଏକ ପେଣ୍ଟିଂ ୫.୧୭ କୋଟି ଟଙ୍କାରେ ନିଲାମ ହୋଇଛି। ନ୍ୟୁୟର୍କର ସୋଥ୍‌ବୀଠାରେ ନିଲାମ ହୋଇଥିବା ଏହି ପେଣ୍ଟିଂଟି ହିନ୍ଦୁ ପୁରାଣରେ ବର୍ଣ୍ଣିତ ଅପ୍‌ସରା ତିଳୋତ୍ତମାଙ୍କର ବୋଲି ଜଣାପଡ଼ିଛି। ହିନ୍ଦୁ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ରାକ୍ଷସ ଭ୍ରାତୃ ସୁନ୍ଦ ଏବଂ ଉପସୁନ୍ଦଙ୍କ ନିପାତ ଲାଗି ବ୍ରହ୍ମାଙ୍କ ଅନୁରୋଧ କ୍ରମେ ତିଳୋତ୍ତମାଙ୍କ ସୃଷ୍ଟିି କରାଯାଇଥିଲା। ତିଳୋତ୍ତମାଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଦୁଇଭାଇଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା ଏବଂ ପରସ୍ପରକୁ ହତ୍ୟା କରିଥିଲେ। ଅପରୂପା ସୁନ୍ଦରୀ ତିଲୋତ୍ତମାଙ୍କ ଚିତ୍ରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥାଏ। ପୁରାଣରେ ବର୍ଣ୍ଣିତ ରୂପସୀଙ୍କର ସୌନ୍ଦର୍ଯ୍ୟକୁ ଜୀବନ୍ତ ରୂପ ଦେବାରେ ସମର୍ଥ ହୋଇଥିଲେ ରବି ବର୍ମା।

ଚକୋଲେଟ୍‌ ମୂଲ୍ୟ ୬ ଲକ୍ଷ ୧୮ ହଜାର ଟଙ୍କା

ଚକୋଲେଟ୍‌ ମୂଲ୍ୟ ୬ ଲକ୍ଷ ୧୮ ହଜାର ଟଙ୍କା

ଲିସବନ୍‌, ୨୩।୩ : ପର୍ତ୍ତୁଗାଲର ଚକୋଲେଟ୍‌ କମ୍ପାନୀ ଡେନିଏଲ୍‌ ଗୋମ୍ସ୍‌ ଦୁନିଆର ସବୁଠାରୁ ଦାମିକା ଚକୋଲେଟ୍‌ ତିଆରି କରିଛନ୍ତି। ଏହା କୌଣସି ସାଧାରଣ ଚକୋଲେଟ୍‌ ନୁହେଁ। ଏହାର ମୂଲ୍ୟ ୬ ଲକ୍ଷ ୧୮ ହଜାର ୪ ଶହ ଟଙ୍କା ରହିଛି। ଏହାକୁ ଗିନିଜ୍‌ ବୁକ୍‌ରେ ସ୍ଥାନୀତ କରାଯାଇଛି।

 ୪୦ ଫୁଟ ପାଣି ତଳେ ପାପ ନଗରୀ

୪୦ ଫୁଟ ପାଣି ତଳେ ପାପ ନଗରୀ

ଜାମାଇକା, ୨୨।୩ : ସମୁଦ୍ରର ୪୦ଫୁଟ ଗଭୀର ପାଣିରେ ରହିଛି ଜାମାଇକାର ପାପ ନଗରୀ ପୋର୍ଟ ରୟାଲ। ଧନ ପ୍ରାଚୁର୍ଯ୍ୟ ଭରା ଏହି ଦ୍ୱୀପରେ ଏକଦା ବେଶ୍‌ ଗହଳି ଲାଗିରହିଥିଲା। ମାତ୍ର ୧୬୯୨ ମସିହାରେ ଏକ ଶକ୍ତିଶାଳୀ ଭୂକମ୍ପରେ ପୋର୍ଟ ରୟାଲ ଦ୍ୱୀପ ସମୁଦ୍ର ଗର୍ଭରେ ବୁଡ଼ି ଗଲା। ଏଠାରେ ବସବାସ କରୁଥିବା ଅନେକ ଲୋକ ନେଇଥିଲେ ଜଳସମାଧି। ୧୫୧୮ ମସିହାରେ ସ୍ପେନ୍‌ର କିଛି ନାବିକ ଏହି ଦ୍ୱୀପକୁ ଆବିଷ୍କାର କରିଥିଲେ। ମାତ୍ର ଇଂରେଜମାନେ ଏହି ଦ୍ୱୀପ ଉପରେ ବଳପୂର୍ବକ ରାଜୁତି ଆରମ୍ଭ କରିଥିଲେ। ଏହି ଦ୍ୱୀପ ପାଲଟିଯାଇଥିଲା ଜଳଦସ୍ୟୁଙ୍କ ଦ୍ୱୀପ।

କେରଳର ସରକାରୀ ଫଳ ପଣସ

କେରଳର ସରକାରୀ ଫଳ ପଣସ

ଥିରୁଭାନନ୍ଥପୁରମ୍‌: କେରଳର ସରକାରୀ ଫଳ ମାନ୍ୟତା ଲାଭ କଲା ପଣସ। କୃଷିମନ୍ତ୍ରୀ ଭି.ଏସ୍‌. ସୁନୀଲ କୁମାର ଏ ନେଇ ରାଜ୍ୟ ବିଧାନସଭାରେ ଘୋଷଣା କରିଛନ୍ତି। ପଣସକୁ ଦେଶ ଏବଂ ଦେଶ ବାହାରେ ଏକ ଉତ୍ତମ ଫଳ ଭାବେ ପରିଚିତ କରାଇବା ସହ ଏହାର ଗୁଣ ସମ୍ପର୍କରେ ପ୍ରଚାର କରିବା ଦିଗରେ ଏହି ପଦକ୍ଷେପ ବେଶ୍‌ ଗୁରୁତ୍ୱ ବହନ କରିବ ବୋଲି କୃଷିମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଦେଶ ତଥା ଦେଶ ବାହାରେ କେରଳରେ ଉତ୍ପାଦିତ ପଣସକୁ ଏହି ପ୍ରଜାତିର ବ୍ରାଣ୍ଡ ଆମ୍ବାସାଡର୍‌ କରିବା ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ପଣସ ଏବଂ ସେଥିରୁ ଉତ୍ପାଦିତ ବିଭିନ୍ନ ପଦାର୍ଥ (ଭେଲ୍ୟୁ ଆଡେଡ୍‌ ପ୍ରଡକ୍ଟ) ଦ୍ୱାରା ରାଜ୍ୟ ପ୍ରତିବର୍ଷ ୧୫୦୦୦ କୋଟି ଟଙ୍କାର ଆୟ କରିପାରିବ। ରାଜ୍ୟରେ ବାର୍ଷିକ ୩୦କୋଟିରୁ ଊର୍ଦ୍ଧ୍ୱ ପଣସ ଉତ୍ପାଦିତ ହେଉଛି।

ବିଶ୍ୱ ଜଳ ଦିବସ: ଜଳ ସମ୍ପର୍କରେ ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ବିଶ୍ୱ ଜଳ ଦିବସ: ଜଳ ସମ୍ପର୍କରେ ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଜୀବଜଗତ ତିଷ୍ଠି ରହିବା ପାଇଁ ଅମ୍ଳଜାନ ଭଳି ଜଳର ଆବଶ୍ୟକତା ମଧ୍ୟ ଅପରିହାର୍ଯ୍ୟ। ପୃଥିବୀ ପୃଷ୍ଠରେ ଥବା ଦୁଇ ତୃତୀୟାଂଶ ଜଳ ଏହାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥାଏ। ତେବେ ବର୍ତ୍ତମାନ ପରିସ୍ଥିତିରେ ଜଳସଙ୍କଟ ମାନବ ସମାଜ ତଥା ଜୀବଜଗତ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଥିପାଇଁ ସାରା ବିଶ୍ୱରେ ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଉଛି।

ଜାତୀୟ ସଙ୍ଗୀତ ପାଇଁ ନୀରବ, ନିସ୍ତବ୍ଧ ରହୁଥିବା ଗାଁ

ଜାତୀୟ ସଙ୍ଗୀତ ପାଇଁ ନୀରବ, ନିସ୍ତବ୍ଧ ରହୁଥିବା ଗାଁ

ପଶ୍ଚିମବଙ୍ଗ: ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲାରେ ରହିଛି ଏକ ଗାଁ ଅଭଇନଗର। ଦେଶଭକ୍ତିର ନିଆରା ଚିତ୍ର ଦେଖିବାକୁ ମିଳେ ଏଠାରେ। ସପ୍ତାହର ସମସ୍ତ କାର୍ଯ୍ୟଦିବସର ପୂର୍ବାହ୍ନ ୧୦ଟା ୫୦ ମିନିଟ୍‌ରେ ସାରା ଗାଁ ହୋଇଯାଏ ନୀରବ, ନିସ୍ତବ୍ଧ।

ମାର୍ଚ୍ଚ ୩୧ରେ ହକିଙ୍ଗ୍‌ଙ୍କ ଅନ୍ତ୍ୟେଷ୍ଟି: ବୈଜ୍ଞାନିକଙ୍କ ନାମରେ ଭାରତରେ ଡାକ ଟିକଟ ଜାରି

ମାର୍ଚ୍ଚ ୩୧ରେ ହକିଙ୍ଗ୍‌ଙ୍କ ଅନ୍ତ୍ୟେଷ୍ଟି: ବୈଜ୍ଞାନିକଙ୍କ ନାମରେ ଭାରତରେ ଡାକ ଟିକଟ ଜାରି

ଲଣ୍ଡନ/ବମ୍ବେ: ବ୍ରିଟେନ୍‌ର କିମ୍ବଦନ୍ତୀ ଥିଓରିଟିକାଲ୍‌ ଫିଜିସିଷ୍ଟ ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କ ଅନ୍ତିମ ସଂସ୍କାର ମାର୍ଚ୍ଚ ୩୧ରେ ସ୍ଥାନୀୟ କେମ୍ବ୍ରିଜ୍‌ ଚର୍ଚ୍ଚଠାରେ କରାଯିବ। କେମ୍ବ୍ରିଜ୍‌ର ୟୁନିଭର୍ସିଟି ଚର୍ଚ୍ଚ ଗ୍ରେଟ୍‌ ସେଣ୍ଟ ମେରୀଠାରେ ପାରମ୍ପରିକ ସମାରୋହରେ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହାପରେ ଚର୍ଚ୍ଚ ପରିସରରେ ଥିବା ସମାଧୀରେ ତାଙ୍କର ଅନ୍ୟେଷ୍ଟିକ୍ରିୟା ହେବ।

ଭାରତରେ ୧୬୩ ନିୟୁତ ଲୋକଙ୍କଠାରେ ସ୍ବଚ୍ଛଜଳ ଅପହଞ୍ଚ

ଭାରତରେ ୧୬୩ ନିୟୁତ ଲୋକଙ୍କଠାରେ ସ୍ବଚ୍ଛଜଳ ଅପହଞ୍ଚ

କୋଚି: ନିଜ ନାଗରିକଙ୍କୁ ସ୍ବଚ୍ଛ ଜଳ ଉପଲବ୍ଧ କରାଇବା କ୍ଷେତ୍ରରେ ଭାରତ ବେଶ୍‌ ଆଗେଇଛି। କିନ୍ତୁ ନିଜର ଅଧିକାଂଶ ଲୋକକୁ ଜଳଯୋଗାଣ ସୁବିଧା ଦେଇ ନ ପାରିବା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ଏବେ ବି ଭାରତର ସ୍ଥାନ ରହିଛି ବୋଲି ଏକ ସଦ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁରୁବାର ବିଶ୍ୱ ଜଳଦିବସ ପାଳିତ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ‘ଓ୍ବାଟର୍‌ ଆଡ୍‌’ ‘ଷ୍ଟେଟ୍‌ ଅଫ୍‌ ଦି ଓ୍ବାଲର୍‌ଡସ୍‌ ଓ୍ବାଟର୍‌ ୨୦୧୮: ଦି ଓ୍ବାଟର୍‌ ଗ୍ୟାପ୍‌’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଛି।

କିଶୋରଙ୍କଠାରେ ସମ୍ବେଦନହୀନ ଭାବପ୍ରବଣତା ଅଧିକ

କିଶୋରଙ୍କଠାରେ ସମ୍ବେଦନହୀନ ଭାବପ୍ରବଣତା ଅଧିକ

ଓ୍ବାଶିଂଟନ: କିଶୋରଙ୍କଠାରେ ସମ୍ବେଦନହୀନ ଭାବପ୍ରବଣତା ଅଧିକ ଦେଖାଯାଇଥାଏ ଗବେଷଣାରୁ ଜଣାପଡିଛି। ଯୁବା ବୟସରେ ପଦାର୍ପଣ କରିଥିବା କିଶୋରୀମାନେ ଭାବପ୍ରବଣତାକୁ ଗୁରୁତର ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ସେମାନେ ଏହାକୁ ବାହାରେ ପ୍ରକାଶ କରିବାକୁ ପ୍ରା୍ରୟତଃ କୁଣ୍ଠାବୋଧ କରିଥାନ୍ତି। ଅନ୍ୟପକ୍ଷରେ କିଶୋର ବାହାରକୁ ସେମାନେ ଅଧିକ ଭାବପ୍ରବଣ ବୋଲି ଅନ୍ୟମାନଙ୍କୁ ପ୍ରଦର୍ଶିତ କରିବାକୁ ପସନ୍ଦ କରନ୍ତି। ଏପରି କରି ସେମାନେ ସମବେଦନା ସାଉଁଟିବାର ପ୍ରୟାସ କରିଥାନ୍ତି ବୋଲି ଗବେଷକ ସୂଚିତ କରିଛନ୍ତି।

ମୁଖବର୍ଣ୍ଣ କହେ ମନର କଥା

ମୁଖବର୍ଣ୍ଣ କହେ ମନର କଥା

ଓ୍ବାଶିଂଟନ୍‌: ଅନେକେ ନିଜ ମନକଥା ମନରେ ରଖିବାକୁ ପସନ୍ଦ କରନ୍ତି। ଅନ୍ୟ କାହା ଆଗରେ ଖୋଲି କହିବାକୁ ଏମାନେ ଚାହାନ୍ତି ନାହିଁ। ତେବେ ଏଭଳି ମାନସିକତା ଥିବା ଲୋକଙ୍କ ଭିତରେ କ’ଣ ଚାଲିଛି, ତାହା ଅନୁମାନ କରିହେବ। ତାହା ପୁଣି କହିବ ସେମାନଙ୍କ ମୁହଁ। ଲୋକଙ୍କ ମୁଖବର୍ଣ୍ଣରେ ପରିବର୍ତ୍ତନ ଦେଖି ସେମାନଙ୍କ ମନର କଥା ଜାଣିହେବ ବୋଲି ସଦ୍ୟ ଏକ ସର୍ଭେରୁ ଜଣାପଡ଼ିଛି।

ଚାଷୀ ହୋଇଥିବାରୁ ମୁଁ ଗର୍ବିତ: କୃଷ୍ଣପ୍ରସାଦ ବେବର୍ତ୍ତା(ସଫଳ ଚାଷୀ)

ଚାଷୀ ହୋଇଥିବାରୁ ମୁଁ ଗର୍ବିତ: କୃଷ୍ଣପ୍ରସାଦ ବେବର୍ତ୍ତା(ସଫଳ ଚାଷୀ)

କୃଷ୍ଣପ୍ରସାଦ ବେବର୍ତ୍ତା(ମୋ:୯୪୩୭୩୩୮୪୭୧)। ବୟସ ୭୬ ବର୍ଷ। ଏ ବୟସରେ ବି ଚାଷ ପ୍ରତି ତାଙ୍କର ଆଗ୍ରହ କମିନି। ଏବେବି ଦିନକୁ ୭/୮ଘଣ୍ଟାରୁ ଅଧିକ ସମୟ କୃଷିକାର୍ଯ୍ୟରେ ବିତାନ୍ତି। ତେବେ ଏହି କୃଷି କାର୍ଯ୍ୟ ହିଁ ତାଙ୍କୁ ଆଣିଦେଇଛି ବହୁ ସମ୍ମାନ। ଦେଶ ବିଦେଶ ବୁଲି ଚାଷ ସମ୍ବନ୍ଧୀୟ ଅନେକ ଜ୍ଞାନ ଅର୍ଜନ କରିଛନ୍ତି।

ଭାରତରେ ରହିଛି ୨ହଜାର ୩୪୦ ବର୍ଷ ପୁରୁଣା ମହିଳାଙ୍କ ମମି

ଭାରତରେ ରହିଛି ୨ହଜାର ୩୪୦ ବର୍ଷ ପୁରୁଣା ମହିଳାଙ୍କ ମମି

ଜୟପୁର, ୨୦।୩ : ରାଜସ୍ଥାନ ଜୟପୁର ଆଲର୍ବଟ ମ୍ୟଜିୟମ୍‌ରେ ରହିଛି ୨ ହଜାର ୩୪୦ ବର୍ଷ ପୁରୁଣା ମହିଳାଙ୍କ ମମି। ୧୩୧ ବର୍ଷ ତଳେ ୧୮୮୭ରେ ଏହି ମମିକୁ ମିଶରରୁ ଜୟପୁର ଅଣାଯାଇଥିଲା। ପରେ ୧୮୯୦ରେ ମମିକୁ ଆଲର୍ବଟ ମ୍ୟୁଜିୟମ୍‌ରେ ରଖାଯାଇଥିଲା। ମିଶରର ପ୍ରାଚୀନ ରାଜ୍ୟ ପେନୋପଲିସ୍‌ରେ ବାସ କରୁଥିବା ତୁତୁ ନାମକ ଜଣେ ମହିଳାଙ୍କର ଏହି ମମି ବୋଲି ଗବେଷକ ଅନୁମାନ କରୁଛନ୍ତି।

ମୃତଦେହକୁ ଚପଲରେ ପିଟିବା ପରମ୍ପରା

ମୃତଦେହକୁ ଚପଲରେ ପିଟିବା ପରମ୍ପରା

ବମ୍ବେ, : ମନୁଷ୍ୟ ସମାଜରେ ଶବସତ୍କାର ପାଇଁ ବିଭିନ୍ନ ପରମ୍ପରା ରହିଛି। ସମସ୍ତ ପରମ୍ପରା ସଭ୍ୟ ସମାଜ ଉପଯୋଗୀ ହୋଇଥିବାବେଳେ କିନ୍ନର ସଦସ୍ୟମାନଙ୍କ ଶେଷକୃତ୍ୟ ପରମ୍ପରା ସମ୍ପୂର୍ଣ୍ଣ ନିଆରା। କିନ୍ନରଙ୍କ ସମାଜର ଅନେକ ରହସ୍ୟ ପଦାକୁ ଆସିପାରେ ନାହିଁ। କିନ୍ନର ସଦସ୍ୟଙ୍କ ଶେଷକୃତ୍ୟ ଗୁପ୍ତଭାବେ କରାଯାଇଥାଏ। କିନ୍ନରମାନେ ବିଶ୍ୱାସ କରନ୍ତି ତାଙ୍କ ସମାଜର ସଦସ୍ୟଙ୍କୁ ଛାଡି ଯଦି ଅନ୍ୟ କୌଣସି ଲୋକ ମୃତବ୍ୟକ୍ତିଙ୍କ ମୃତଦେହ ଦେଖନ୍ତି ତେବେ ମୃତବ୍ୟକ୍ତି ପୁଣିଥରେ କିନ୍ନର ଭାବେ ଜନ୍ମ ନିଅନ୍ତି। ତେଣୁ ଏଭଳି ଜନ୍ମରୁ ମୁକ୍ତି ପାଇଁ ସମସ୍ତ ସଦସ୍ୟ ପ୍ରାର୍ଥନା କରିବା ସହିତ ଶେଷକୃତ୍ୟ ବିଧି ଗୁପ୍ତ ଭାବେ ରାତିରେ କରାଯାଇଥାଏ। ମୃତଦେହକୁ ଧଳା କପଡ଼ାରେ ଘୋଡାଇ ଦିଆଯାଏ। ଏହାପରେ ଶରୀରରେ ବନ୍ଧା ଯାଇଥିବା ସମସ୍ତ ବସ୍ତୁକୁ ଖୋଲି ଦିଆଯାଏ।