ଫୁରସତ

ସୁଲତାନ୍‌ ପୀର୍‌: ବ୍ରାହ୍ମଣ ପରିବାର ସ୍ଥାପନ କରିଥିଲେ ଦରଘା

ସୁଲତାନ୍‌ ପୀର୍‌: ବ୍ରାହ୍ମଣ ପରିବାର ସ୍ଥାପନ କରିଥିଲେ ଦରଘା

ରାଏପୁର, ୨୯।୩ : ଛତିଶଗଡ଼ ଜଶପୁର ଜିଲା ପତ୍ଥଲଗାଓଁ ନିକଟରେ ଥିବା ମଦନପୁର ଇଞ୍ଜୋକ୍‌ ଗାଁରେ ରହିଛି ବାବା ସୟଦ୍‌ ସୁଲତାନ୍‌ ପୀର୍‌ଙ୍କ ଦରଘା। ବାବାଙ୍କ ମହିମା ଅପାର। ଏଠାରେ ବାବାଙ୍କ ଦରଘା ନିର୍ମାଣ କରିଥିଲେ ଅଞ୍ଚଳର ଗୋଟିଏ ବ୍ରାହ୍ମଣ ପରିବାର। ଦରଘା ସ୍ଥାପନ କରିଥିବା ବ୍ରାହ୍ମଣ ପରିବାରର ଅଶୋକ ଶର୍ମା ଏବେ ଏହାର ପରିଚାଳନା କରୁଛନ୍ତି।

ଚକୋଲେଟ୍‌ ପାର୍କ

ଚକୋଲେଟ୍‌ ପାର୍କ

ଲଣ୍ଡନ: ଚକୋଲେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର। ଯୁକ୍ତରାଷ୍ଟ୍ର ଆମେରିକାରେ ନିର୍ମାଣ ହୋଇଛି ଏକ ଚକୋଲେଟ୍‌ ଥିମ୍‌ର ପାର୍କ, ଯାହାର ନାମ ହେଉଛି ‘ହର୍‌ସିଜ୍‌ ଚକୋଲେଟ୍‌ ଓ୍ବାଲର୍‌ଡ’। ଏଠାରେ ସବୁଆଡେ ଦେଖିବାକୁ ମିଳେ ଚକୋଲେଟ୍‌ ଆଉ କ୍ୟାଣ୍ଡିଜ୍‌।

ମରୁଭୂମିରେ ଜଳ ଅମଳ

ମରୁଭୂମିରେ ଜଳ ଅମଳ

ବୋଷ୍ଟନ୍‌: ଜଣେ ମୂଳ ଭାରତୀୟଙ୍କ ସମେତ କେତେକ ବୈଜ୍ଞାନିକ ଏକ ନୂଆ ଯନ୍ତ୍ର ବିକାଶ କରିଛନ୍ତି। ଏହା ମରୁଭୂମିର ଶୁଷ୍କ ବାୟୁରୁ ପାନୀୟଜଳ ପ୍ରସ୍ତୁତ କରିପାରିବ। ଏପରି କି ପୃଥିବୀର ଅତି ଶୁଷ୍କ ଅଞ୍ଚଳର ବାୟୁରେ ଥିବା ଆର୍ଦ୍ରତାରୁ ଜଳ ପ୍ରସ୍ତୁତ କରାଯାଇ ପାରିବ।

କଫିନ୍‌ ଭିତରେ ପ୍ରସବ

କଫିନ୍‌ ଭିତରେ ପ୍ରସବ

ଇମୋଲା(ଇଟାଲୀ): କଫିନ ଭିତରେ ସନ୍ତାନ ଜନ୍ମର ଏକ ବିରଳ ପ୍ରମାଣ ପାଇଛନ୍ତି ଇାଟଲୀୟ ପ୍ରତ୍ନତତ୍ତ୍ୱବିତ୍‌। ଦେଶର ଇମୋଲାଠାରେ ୨୦୧୦ରେ ଖନନବେଳେ ଇଟାଲୀୟ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଏକ ଟିମ୍‌ କଫିନ୍‌ ଭିତରେ କଙ୍କାଳ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୃତ ଅବସ୍ଥାରେ କଫିନ ଭିତରେ ଜଣେ ମହିଳା ସନ୍ତାନ ଜନ୍ମ ଦେଇଥିବାର ପ୍ରମାଣ ପାଇଛନ୍ତି ସେମାନେ।

ଶୈଶବର ବନ୍ଧୁତା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ

ଶୈଶବର ବନ୍ଧୁତା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ

ଓ୍ବାଶିଂଟନ୍‌: ଶୈଶବ ସମୟର ବନ୍ଧୁତା କୈଶୋର ଏବଂ ବୟସାଧିକ୍ୟରେ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଅନେକ ଦଶନ୍ଧି ଧରି ମଣିଷ ଉପରେ ଚାଲିଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଶୈଶବରେ ବନ୍ଧୁତା ସ୍ଥାପନ କରୁଥିବା ପିଲାଙ୍କଠାରେ ସେମାନଙ୍କ ଯୁବାବସ୍ଥାରେ ରକ୍ତଚାପ ଏବଂ ବଡି ମାସ୍‌ ଇଣ୍ଡେକ୍ସ(ବିଏମ୍‌ଆଇ) ଠିକ୍‌ ରହିଥାଏ।

ନିଜ ସୁଖ ନିଜେ ଉଜାଡୁଛି ମଣିଷ

ନିଜ ସୁଖ ନିଜେ ଉଜାଡୁଛି ମଣିଷ

ମେଡେଲିନ୍‌(କଲମ୍ବିଆ): ଅଧିକ ଫସଲ ଅମଳ ପାଇଁ ମୃତ୍ତିକାରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯାଉଥିବାରୁ ଏହାର ବିପଜ୍ଜନକ ପରିଣାମ ମଣିଷକୁ ଭୋଗ କରିବାକୁ ପଡ଼ିବ। ଏଥିପାଇଁ ମଣିଷ ଭବିଷ୍ୟତର ସୁଖଶାନ୍ତିକୁ ନଷ୍ଟ କରୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳରେ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତିର ଅବକ୍ଷୟ ଅବସ୍ଥା ଆସିଯାଇଛି ବୋଲି ଗବେଷକମାନେ ଏକ ବ୍ୟାପକ ସର୍ବେକ୍ଷଣ କରି ସତର୍କ କରାଇ ଦେଇଛନ୍ତି। ୫୫୦ ଜଣ ବୈଜ୍ଞାନିକ ଦୀର୍ଘ ୩ବର୍ଷ ଧରି ଗବେଷଣା କରି ୪ଟି ବୃହତ୍‌ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଚୋରି ଜାଣିଥିଲେ କରିପାରିବେ ପ୍ରେମ ବିବାହ

ଚୋରି ଜାଣିଥିଲେ କରିପାରିବେ ପ୍ରେମ ବିବାହ

ବିବାହକୁ ନେଇ ରହିଛି ଅନେକ ପରମ୍ପରା। ଦେଶ, ଜାତି, ସମ୍ପ୍ରଦାୟକୁ ନେଇ ବିବାହ ଉତ୍ସବରେ ଦେଖାଦିଏ ଭିନ୍ନ ଭିନ୍ନ ପରମ୍ପରା। ପଶ୍ଚିମ ଆଫ୍ରିକାରେ ଥିବା ଏମିତି ଏକ ଜନଜାତି ଅଛନ୍ତି ସେମାନଙ୍କ ବିବାହର ପରମ୍ପରା କଥା ନା କେବେ ଆପଣ ଦେଖିଥିବେ ନା ଶୁଣିଥିବେ। ଓ୍ବେଦଓ୍ବେ ଜନଜାତିର ଏହି ପରମ୍ପରା ସବୁଠାରୁ ନିଆରା। ବିବାହ ପାଇଁ ଜଣେ ପୁରୁଷ ଅନ୍ୟ ଜଣକ ସ୍ତ୍ରୀକୁ ଚୋରି କଲେ ବିବାହ ହୋଇଥାଏ। କଥାଟା ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ଆହୁରି ଆଶ୍ଚର୍ଯ୍ୟ ଲାଗିବ। ଏହି ଜନଜାତିର ଲୋକେ ପ୍ରଥମ ବିବାହ ଘର ପରିବାରଙ୍କ ମତ ଅନୁଯାୟୀ କରିଥାନ୍ତି।

 ମନ୍ଦିର ଜଗୁଛି ଶାକାହାରୀ କୁମ୍ଭୀର

ମନ୍ଦିର ଜଗୁଛି ଶାକାହାରୀ କୁମ୍ଭୀର

ଥିରୁବନ୍ତପୁରମ୍‌, ୨୬।୩ : କେରଳ ଅନନ୍ତପୁରା ହ୍ରଦ ମନ୍ଦିରର ସୁରକ୍ଷା ଦାୟିତ୍ୱ ବବିୟା ନାମକ ଏକ କୁମ୍ଭୀର ହାତରେ ରହିଛି। ଗତ ୬୦ ବର୍ଷ ଧରି କୁମ୍ଭୀର ଦିନ ରାତି ମନ୍ଦିର ଜଗୁଛି। ବବିୟା ସମ୍ପୂର୍ଣ୍ଣ ଶାକାହାରୀ। ମନ୍ଦିରରେ ଚାଉଳ ଏବଂ ଗୁଡ଼ରେ ପ୍ରସ୍ତୁତ ପ୍ରସାଦ ତାକୁ ଖାଇବାକୁ ଦିଆଯାଇଥାଏ। ମନ୍ଦିର ନିକଟସ୍ଥ ହ୍ରଦରେ ସେ ବାସ କରେ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ବବିୟାକୁ ପ୍ରସାଦ ଖାଇବାକୁ ଦେଇଥାନ୍ତି।

ନକାରାତ୍ମକ ଭାବନା ସୃଷ୍ଟି କରେ ନିଦ୍ରା ହୀନତା

ନକାରାତ୍ମକ ଭାବନା ସୃଷ୍ଟି କରେ ନିଦ୍ରା ହୀନତା

ଓ୍ବାଶିଂଟନ, ୨୬।୩: ରାତିରେ ଭଲରେ ନିଦ ନ ହେଲେ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଦିନକୁ ୮ ଘଣ୍ଟାରୁ କମ୍‌ ସମୟ ନିଦ୍ରା ଗଲେ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ। ଫଳରେ ମନରେ ସାଧାରଣ କଥାକୁ ନେଇ ଉଦ୍‌ବେଗ ସୃଷ୍ଟି ହେବା ସହିତ ମଣିଷ ବିଶାଦଗ୍ରସ୍ତ ରହିଥାଏ ବୋଲି ନ୍ୟୁୟର୍କ ବିଶ୍ୱ ବିଦ୍ୟାଳୟର ପ୍ରଫେସର ମେରେଡିଥ୍‌ କୋଲସ୍‌ ପ୍ରକାଶ କରିଛନ୍ତି।

ହଜାରେ ବର୍ଷର ବାହୁବଲୀ ମୂର୍ତ୍ତି

ହଜାରେ ବର୍ଷର ବାହୁବଲୀ ମୂର୍ତ୍ତି

କରୁର୍‌ (ତାମିଲନାଡୁ): ଐତିହାସିକ ଚଳଚ୍ଚିତ୍ର ‘ବହୁବଲୀ’ ଏବଂ ଏହାର ମହେସ୍ମତୀ ସାମ୍ରାଜ୍ୟ ସିନେପ୍ରେମୀଙ୍କ ହୃଦୟରେ ସଦା ଘର କରିରହିବ। ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲୀ କାଳ୍ପନିକ ଚରିତ୍ର ଏବଂ କାହାଣୀର ବାସ୍ତବିକ ଚିହ୍ନ ଦେଖିବାକୁ ମିଳିଛି ତାମିଲନାଡୁର ଏକ ଉପାନ୍ତ ଅଞ୍ଚଳରେ। ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଥିବା କରୁର୍‌ ଅନ୍ତର୍ଗତ କାନ୍ନାକୁଭେଲାପଟ୍ଟି ଗ୍ରାମରେ ଥିବା ଏକ ବିଶାଳକାୟ ବାହୁବଲୀ ପ୍ରତିମୂର୍ତ୍ତି ରାଜାମୌଲୀଙ୍କ ଫିଲ୍ମର ବାହୁବଲୀ ବୋଲି କୁହାଯାଉଛି।

ଝଡ଼ରେ ଉଡ଼ିପାରିବ ଡ୍ରୋନ୍‌

ଝଡ଼ରେ ଉଡ଼ିପାରିବ ଡ୍ରୋନ୍‌

ଏଣିକି ପ୍ରବଳ ବେଗରେ ପବନ ହେଉଥିଲେ ତାହାକୁ ପ୍ରତିହତ କରି ଡ୍ରୋନ୍‌ ଉଡିପାରିବ। ଆରଏମଆଇଟି ୟୁନିଭର୍ସିଟିର ପାକୋର୍‌ନ ପୋକ୍‌ସାଓ୍ବାଟ୍‌ ନାମକ ଜଣେ ପିଏଚ.ଡି. ଛାତ୍ର ଏଭଳି ଏକ ଡ୍ରୋନ୍‌ ପ୍ରସ୍ତୁତ କରିଛନ୍ତି। ପ୍ରତିକୂଳ ପାଣିପାଗ ସମୟରେ ମିଲିଟାରି ଟ୍ରେନିଂ ଏବଂ ବନ୍ୟଜନ୍ତୁଙ୍କ ସମ୍ପର୍କରେ ଭିଜୁଆଲ ତଥ୍ୟ ସଂଗ୍ରହ କରିବାରେ ଏହି ଡ୍ରୋନ୍‌ ସକ୍ଷମ ହେବ ବୋଲି ଜଣାପଡିଛି।

ଆଲୋଚନାରେ ଦଳାଚକଟା

ଆଲୋଚନାରେ ଦଳାଚକଟା

ମହାରାଷ୍ଟ୍ର ଅନ୍ତର୍ଗତ ନାସିକ୍‌ର ପୋଲିସ କମିଶନର ଡକ୍ଟର ରବୀନ୍ଦ୍ର ସିଂଘଲ ୨୦୦୩ ମସିହା କୁମ୍ଭମେଳାରେ ଘଟିଥିବା ଦଳଚକଟା ବିଷୟରେ ଅନୁଧ୍ୟାନ କରିଛନ୍ତି। ସେତେବେଳେ ଏହି ଦୁର୍ଘଟଣାରେ ଆହତ ଅନେକ ଭକ୍ତଙ୍କ ମଧ୍ୟରୁ ୪୮ଜଣ ପ୍ରାଣ ହରାଇଥିଲେ। ଦଳାଚକଟାର କାରଣ ଅନୁଧ୍ୟାନକରି ବିଶ୍ଳେଷଣ କରିବା ସମୟରେ ସେ ଏହାର ନିରାକରଣ ସମ୍ପର୍କରେ ମଧ୍ୟ ସୁଚିନ୍ତିତ ମତ ଦେଇଛନ୍ତି।

ଜୀବନ୍ତ ଗ୍ରହର ଦୂରତା

ଜୀବନ୍ତ ଗ୍ରହର ଦୂରତା

ବିଜ୍ଞାନଯୁଗରେ ମହାକାଶ ଗବେଷଣା ବିଶେଷ ଭୂମିକା ଗ୍ରହଣ କରିଛି। ଏବେ ବୈଜ୍ଞାନିକମାନେ ଆମ ସୌରଜଗତ ବାହାରେ ଗ୍ରହର ସନ୍ଧାନ କରୁଛନ୍ତି। ପୃଥିବୀକୁ ମିଶାଇ ୮ଟି ଗ୍ରହ, ପ୍ଲୁଟୋକୁ ମିଶାଇ ୫ଟି ବାମନଗ୍ରହ, ଚନ୍ଦ୍ରକୁ ମିଶାଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ବିରାଟ ବଳୟ ଏବଂ ଅଗଣିତ ଅନ୍ୟାନ୍ୟ ପିଣ୍ଡକୁ ନେଇ ଆମର ସୌରଜଗତ ତିଆରି ହୋଇଛି।

 ଦୁଷ୍ଟ ଆତ୍ମା କବଳରୁ ମୁକ୍ତି ପାଇଁ ଘାଟା ବାଲାଜି ମନ୍ଦିରରେ ଅଜବ ଚିକିତ୍ସା

ଦୁଷ୍ଟ ଆତ୍ମା କବଳରୁ ମୁକ୍ତି ପାଇଁ ଘାଟା ବାଲାଜି ମନ୍ଦିରରେ ଅଜବ ଚିକିତ୍ସା

ଜୟପୁର, ୨୫।୩ : ଆଧୁନିକ ଯୁଗରେ ମଧ୍ୟ ବେଳେବେଳେ ଅନେକ ରହସ୍ୟମୟ ବିଷୟବସ୍ତୁ ମଣିଷକୁ ପ୍ରହେଳିକାରେ ପକାଇଥାଏ। ଏହାର ରହସ୍ୟ ଉପରୁ ପରଦା ଉଠାଇବାକୁ ମଣିଷ ସକ୍ଷମ ହୋଇପାରି ନ ଥାଏ। ପରବର୍ତ୍ତୀ ସମୟରେ ବାଧ୍ୟହୋଇ ମଣିଷ ଏଭଳି ରହସ୍ୟ ଆଗରେ ମୁଣ୍ଡ ନୋଇଁଥାଏ। ସେହିପରି ଏକ ରହସ୍ୟ ମୟ ସ୍ଥାନ ହେଉଛି, ରାଜସ୍ଥାନ ଦୌସା ଜିଲାରେ ଥିବା ଘାଟା ବାଲାଜିଙ୍କ ମନ୍ଦିର।

କଣ୍ଢେଇ ମେଳଣ

କଣ୍ଢେଇ ମେଳଣ

ଆମ ରାଜ୍ୟରେ ରହିଛି ଏମିତି ଏକ ଗାଁ, ଯେଉଁଠି ଆୟୋଜିତ ହୁଏ କଣ୍ଢେଇ ମେଳଣ। କେବଳ ଦୋଳବିମାନରେ କଣ୍ଢେଇକୁ ବିଜେ କରାଯାଇ ଏପରି ମେଳଣ ହୋଇଥାଏ। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗ୍ରାମ ପଞ୍ଚାୟତର ଭଗବାନପୁର ଗାଁ। ଏହି ଗାଁର ମା’ ଛୋଟିଭୁଆସୁଣୀଙ୍କ ମେଳଣ ପଡ଼ିଆରେ ଆଜକୁ ପ୍ରାୟ ୭୦ବର୍ଷ ଧରି ପାଳନ ହୋଇଆସୁଛି କଣ୍ଢେଇ ମେଳଣ।

ପ୍ରଥମ ରୋଜଗାର:  ପ୍ରଥମ ପାରିଶ୍ରମିକରେ ବହି କିଣିଥିଲି

ପ୍ରଥମ ରୋଜଗାର: ପ୍ରଥମ ପାରିଶ୍ରମିକରେ ବହି କିଣିଥିଲି

ଅଭିନେତ୍ରୀ, ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶିକା ଭାସ୍ବତୀ ବସୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଜନ୍ମ, ପାଠପଢ଼ା ସବୁକିଛି ମୋର ଭୁବନେଶ୍ୱରରେ। ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଡ୍ରାମା ଡିପାର୍ଟମେଣ୍ଟରେ ନାଁ ଲେଖାଇଥିଲି। କଲେଜ ନିୟମାନୁସାରେ, ଯେଉଁମାନେ ପିଜି କରୁଥିବେ ସେମାନେ ପ୍ରତ୍ୟେକେ ଗୋଟେ ଗୋଟେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେବେ, ଯାହାକୁ ପିଜି ପ୍ରଡକ୍ସନ କୁହାଯାଉଥିଲା।

ଆଉ ପାଦେ ସହଜ

ଆଉ ପାଦେ ସହଜ

ଗୁଗୁଲ୍‌ ମ୍ୟାପ୍‌ ୨୦୦୫ ଫେବୃୟାରୀ ୮ରେ ପ୍ରଥମ ଥର ଆସିବା ପରେ ବିଭିନ୍ନ ସ୍ଥାନ ସମ୍ପର୍କରେ ଜାଣିବା ଖୁବ୍‌ ସହଜ ହେଲା। କ୍ରମଶଃ ଏହାର ବିଭିନ୍ନ ଅପ୍‌ଡେଟ୍‌ ଭର୍ସନ ବିଶେଷକରି ସ୍ମାର୍ଟ ଫୋନ୍‌ରେ ଏହାର ବ୍ୟବହାର ଦିନକୁଦିନ ଏହାକୁ ଲୋକପ୍ରିୟ କରିବାକୁ ଲାଗିଲା। ବର୍ତ୍ତମାନ ଏହା ସମସ୍ତଙ୍କ ଲାଗି ଆବଶ୍ୟକ ହୋଇଯାଇଛି। ଏହାଦ୍ୱାରା କୌଣସି ସ୍ଥାନ ଖୋଜିବା ଲାଗି ଅନ୍ୟର ସାହାଯ୍ୟ ନେବା କିମ୍ବା ଦୀର୍ଘ ସମୟ ଧରି ଏଣେତେଣେ ବୁଲିବା ଭଳି ସମସ୍ୟା ରହୁନାହିଁ। ଅଯଥା ସମୟ ନଷ୍ଟ ସହ ଅନାବଶ୍ୟକ ଇନ୍ଧନ ଖର୍ଚ୍ଚକୁ ମଧ୍ୟ ରୋକାଯାଇପାରୁଛି। ଗୁଗୁଲ୍‌ ମ୍ୟାପ୍‌ରେ ସମସ୍ତ ଯାନବାହନ ଚଳାଚଳ ଲାଗି ମଲ୍ଟିପ୍‌ଲ ଟ୍ରାନ୍ସପୋର୍ଟେଶନ୍‌ ମୋଡ୍‌ ରହିଛି, ଯେଉଁଥିରେ ପାଦଚଲା ରାସ୍ତାଠାରୁ ଟୁ ହ୍ବିଲର, କାର, ଅନ୍ୟ ପବ୍ଲିକ୍‌ ଯାନବାହନ ଚାଳକମାନଙ୍କ ସୁବିଧା ମୁତାବକ ମଧ୍ୟ ଫିଚର୍ସ ଉପଲବ୍ଧ।

ପେଟରୁ ବାହାରିଲା ୨୩୫୦ ପଥର

ପେଟରୁ ବାହାରିଲା ୨୩୫୦ ପଥର

ବମ୍ବେ: ମହିଳାଙ୍କ ପେଟରୁ ବାହାରିଲା ୨୩୫୦ଟି ପଥର। ବମ୍ବେର ଭକ୍ତିବେଦାନ୍ତ ହସ୍ପିଟାଲ୍‌ର ଡାକ୍ତରମାନେ ଜଟିଳ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ପେଟରୁ ଏତେ ପରିମାଣର ପଥର ବାହାର କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା ନଭେମ୍ବର ୨୦୧୬ରୁ ଗାଲ୍‌ଷ୍ଟୋନ୍‌ର ଶିକାର ହୋଇଥିଲେ। ରୋଗ ଠାବ ହେବା ପରେ ଡାକ୍ତରମାନେ ମହିଳାଙ୍କୁ ଅସ୍ତ୍ରୋପଚାର ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ମହିଳା ଜଣକ ଏହାର ବିକଳ୍ପ ଉପାୟ ଆପଣାଇବେ ବୋଲି କହିଥିଲେ।

ସ୍ବଚ୍ଛତା ପ୍ରିୟ ଗରିଲା

ସ୍ବଚ୍ଛତା ପ୍ରିୟ ଗରିଲା

ନୂଆଦିଲ୍ଲୀ: କେବଳ ମଣିଷମାନେ ନିଜ ଶରୀରର ସ୍ବଚ୍ଛତା ବିଷୟରେ ଚିନ୍ତା କରି ନ ଥାନ୍ତି। ଜୀବଜନ୍ତୁ ମଧ୍ୟ ଏ ଦିଗରେ ଯତ୍ନବାନ। ଫିଲାଡେଲ୍‌ଫିଆର ଏକ ଚିଡ଼ିଆଖାନାରେ ଥିବା ଗରିଲା ବ୍ୟବହାରକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ। ଚିଡ଼ିଆଖାନାରେ ଥିବା ଲୁଇସ୍‌ ନାମକ ସ୍ବଚ୍ଛତାପ୍ରିୟ ଉକ୍ତ ଗରିଲାକୁ ନେଇ ଦେଶବିଦେଶରେ ଚର୍ଚ୍ଚା। ସାଧାରଣତଃ ଗରିଲା ଚାଲିବା ସମୟରେ ଗୋଡ଼ ସହ ହାତର ବ୍ୟବହାର କରିଥାନ୍ତି।

ରୋଗ ବିଷୟରେ  ଅଜ୍ଞ ଅଧିକାଂଶ ମହିଳା

ରୋଗ ବିଷୟରେ ଅଜ୍ଞ ଅଧିକାଂଶ ମହିଳା

ଲଣ୍ଡନ: ଗ୍ରାମୀଣ ଭାରତରେ ମହିଳାମାନେ ସ୍ତନକର୍କଟ ରୋଗର ଉଚିତ ସମୟରେ ଉପଚାର କରାଇ ନ ଥାନ୍ତି। ରୋଗ ନିଦାନ ଲାଗି ଆବଶ୍ୟକ ଖର୍ଚ୍ଚ ଅଧିକ ରହୁଥିବା ଦର୍ଶାଇ ମହିଳାମାନେ ତ୍ୱରିତ ଚିକତ୍ସାକୁ ଅଣଦେଖା କରିଥାନ୍ତି। ଏପରି କି ଦେଶର ଗ୍ରାମାଞ୍ଚଳରେ ଅନେକ ମହିଳା ସ୍ତନକର୍କଟ ଭଳି ଏକ ମାରାତ୍ମକ ରୋଗ ବିଷୟରେ ଜାଣିନାହାନ୍ତି ବୋଲି ସଦ୍ୟ ଏକ ଗବେଷଣାରୁ ଜଣାପଡ଼ିଛି।

ଘୁଞ୍ଚିଲା ‘ଚନ୍ଦ୍ରଯାନ ୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ ୨’ ଉତ୍‌କ୍ଷେପଣ

ମାଡ୍ରାସ/ନୂଆଦିଲ୍ଲୀ: ଘୁଞ୍ଚିଲା ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ ୨’ର ଉତ୍‌କ୍ଷେପଣ। ଏପ୍ରିଲ ପରିବର୍ତ୍ତେ ଅକ୍ଟୋବରରେ ହେବ ଏହାର ଉତ୍‌କ୍ଷେପଣ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ପକ୍ଷରୁ ଆସନ୍ତାମାସ ଏହାର ଉତ୍‌କ୍ଷେପଣ ନେଇ ସ୍ଥିର ହୋଇଥିଲା। କିନ୍ତୁ ଯାନକୁ ନେଇ କିଛିଟା ପରୀକ୍ଷଣ ବାକି ରହି ଯାଇଥିବାବେଳେ ବିଶେଷଜ୍ଞମାନେ ଏହାର ଉତ୍‌କ୍ଷେପଣ ଘୁଞ୍ଚାଇ ଦେଇଥିବା ଶୁକ୍ରବାର ଅଧ୍ୟକ୍ଷ କେ. ଶିବନ୍‌ ସୂଚନା ଦେଇଛନ୍ତି। ସଦ୍ୟ ଭାବେ ଅନୁଷ୍ଠିତ ବିଶେଷଜ୍ଞଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

ରବି ବର୍ମାଙ୍କ ପେଣ୍ଟିଂ ୫ କୋଟିରେ ନିଲାମ

ରବି ବର୍ମାଙ୍କ ପେଣ୍ଟିଂ ୫ କୋଟିରେ ନିଲାମ

ନ୍ୟୁୟର୍କ: ବିଶିଷ୍ଟ ଭାରତୀୟ ଚିତ୍ରକର ରାଜା ରବି ବର୍ମାଙ୍କର ଏକ ପେଣ୍ଟିଂ ୫.୧୭ କୋଟି ଟଙ୍କାରେ ନିଲାମ ହୋଇଛି। ନ୍ୟୁୟର୍କର ସୋଥ୍‌ବୀଠାରେ ନିଲାମ ହୋଇଥିବା ଏହି ପେଣ୍ଟିଂଟି ହିନ୍ଦୁ ପୁରାଣରେ ବର୍ଣ୍ଣିତ ଅପ୍‌ସରା ତିଳୋତ୍ତମାଙ୍କର ବୋଲି ଜଣାପଡ଼ିଛି। ହିନ୍ଦୁ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ରାକ୍ଷସ ଭ୍ରାତୃ ସୁନ୍ଦ ଏବଂ ଉପସୁନ୍ଦଙ୍କ ନିପାତ ଲାଗି ବ୍ରହ୍ମାଙ୍କ ଅନୁରୋଧ କ୍ରମେ ତିଳୋତ୍ତମାଙ୍କ ସୃଷ୍ଟିି କରାଯାଇଥିଲା। ତିଳୋତ୍ତମାଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଦୁଇଭାଇଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା ଏବଂ ପରସ୍ପରକୁ ହତ୍ୟା କରିଥିଲେ। ଅପରୂପା ସୁନ୍ଦରୀ ତିଲୋତ୍ତମାଙ୍କ ଚିତ୍ରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥାଏ। ପୁରାଣରେ ବର୍ଣ୍ଣିତ ରୂପସୀଙ୍କର ସୌନ୍ଦର୍ଯ୍ୟକୁ ଜୀବନ୍ତ ରୂପ ଦେବାରେ ସମର୍ଥ ହୋଇଥିଲେ ରବି ବର୍ମା।

ଚକୋଲେଟ୍‌ ମୂଲ୍ୟ ୬ ଲକ୍ଷ ୧୮ ହଜାର ଟଙ୍କା

ଚକୋଲେଟ୍‌ ମୂଲ୍ୟ ୬ ଲକ୍ଷ ୧୮ ହଜାର ଟଙ୍କା

ଲିସବନ୍‌, ୨୩।୩ : ପର୍ତ୍ତୁଗାଲର ଚକୋଲେଟ୍‌ କମ୍ପାନୀ ଡେନିଏଲ୍‌ ଗୋମ୍ସ୍‌ ଦୁନିଆର ସବୁଠାରୁ ଦାମିକା ଚକୋଲେଟ୍‌ ତିଆରି କରିଛନ୍ତି। ଏହା କୌଣସି ସାଧାରଣ ଚକୋଲେଟ୍‌ ନୁହେଁ। ଏହାର ମୂଲ୍ୟ ୬ ଲକ୍ଷ ୧୮ ହଜାର ୪ ଶହ ଟଙ୍କା ରହିଛି। ଏହାକୁ ଗିନିଜ୍‌ ବୁକ୍‌ରେ ସ୍ଥାନୀତ କରାଯାଇଛି।

 ୪୦ ଫୁଟ ପାଣି ତଳେ ପାପ ନଗରୀ

୪୦ ଫୁଟ ପାଣି ତଳେ ପାପ ନଗରୀ

ଜାମାଇକା, ୨୨।୩ : ସମୁଦ୍ରର ୪୦ଫୁଟ ଗଭୀର ପାଣିରେ ରହିଛି ଜାମାଇକାର ପାପ ନଗରୀ ପୋର୍ଟ ରୟାଲ। ଧନ ପ୍ରାଚୁର୍ଯ୍ୟ ଭରା ଏହି ଦ୍ୱୀପରେ ଏକଦା ବେଶ୍‌ ଗହଳି ଲାଗିରହିଥିଲା। ମାତ୍ର ୧୬୯୨ ମସିହାରେ ଏକ ଶକ୍ତିଶାଳୀ ଭୂକମ୍ପରେ ପୋର୍ଟ ରୟାଲ ଦ୍ୱୀପ ସମୁଦ୍ର ଗର୍ଭରେ ବୁଡ଼ି ଗଲା। ଏଠାରେ ବସବାସ କରୁଥିବା ଅନେକ ଲୋକ ନେଇଥିଲେ ଜଳସମାଧି। ୧୫୧୮ ମସିହାରେ ସ୍ପେନ୍‌ର କିଛି ନାବିକ ଏହି ଦ୍ୱୀପକୁ ଆବିଷ୍କାର କରିଥିଲେ। ମାତ୍ର ଇଂରେଜମାନେ ଏହି ଦ୍ୱୀପ ଉପରେ ବଳପୂର୍ବକ ରାଜୁତି ଆରମ୍ଭ କରିଥିଲେ। ଏହି ଦ୍ୱୀପ ପାଲଟିଯାଇଥିଲା ଜଳଦସ୍ୟୁଙ୍କ ଦ୍ୱୀପ।