ଫୁରସତ

ଲେଜର ବିମ୍‌ରେ ଉଡ଼ିବ ରୋବୋ

ଲେଜର ବିମ୍‌ରେ ଉଡ଼ିବ ରୋବୋ

ଓ୍ବାଶିଂଟନ୍‌: ଜଣେ ମୂଳ ଭାରତୀୟଙ୍କ ସମେତ କେତେକ ବୈଜ୍ଞାନିକ ପ୍ରଥମକରି କୀଟ ଆକୃତିର ଏକ ଉଡନ୍ତା ରୋବୋ ବିକାଶ କରିଛନ୍ତି। ଏହା ଲେଜର ରଶ୍ମି ଦ୍ୱାରା ଶକ୍ତିସମ୍ପନ୍ନ ହୋଇ ଉଡ଼ିବୁଲିବ। ବଡ ବଡ କୃଷି ଫାର୍ମରେ ସର୍ବେକ୍ଷଣ ପାଇଁ ଏହା ସହାୟକ ହେବ ଏବଂ ଗ୍ୟାସ୍‌ ଉତ୍ପାଦନ କାରଖାନାରେ ଲିକ୍‌ ସମ୍ବନ୍ଧରେ ସୂଚନା ଦେଇପାରିବ।

ଏଯୁଗର ପାଞ୍ଚାଳୀ

ଏଯୁଗର ପାଞ୍ଚାଳୀ

ଡେରାଡୁନ୍‌ : ମହାଭାରତରେ ବର୍ଣ୍ଣନା କରାଯାଇଛି ଦ୍ୱାପରଯୁଗରେ ଦ୍ରୌପଦୀ ପାଣ୍ଡବ ପାଞ୍ଚଭାଇଙ୍କୁ ବିବାହ କରିଥିଲେ। ସେଥିପାଇଁ ତାଙ୍କୁ ପାଞ୍ଚାଳୀ ମଧ୍ୟ କୁହାଯାଉଥିଲା। ବର୍ତ୍ତମାନର କଳିଯୁଗରେ ମଧ୍ୟ ଏଭଳି ଜଣେ ମହିଳା ଅଛନ୍ତି ଯିଏକି ଗୋଟିଏ ପରିବାରର ପାଞ୍ଚଭାଇଙ୍କୁ ବିବାହ କରିଛନ୍ତି। ମହିଳା ଜଣକ ହେଉଛନ୍ତି ଉତ୍ତରଖଣ୍ଡରେ ବାସ କରୁଥିବା ରଜୋ।

କର୍ତ୍ତବ୍ୟରେ ଅବହେଳା କଲେ ଶକ୍ତଚାପୁଡ଼ା ଦିଏ ମେଜରଙ୍କ ପ୍ରେତାତ୍ମା

କର୍ତ୍ତବ୍ୟରେ ଅବହେଳା କଲେ ଶକ୍ତଚାପୁଡ଼ା ଦିଏ ମେଜରଙ୍କ ପ୍ରେତାତ୍ମା

ରାଜସ୍ଥାନର କୋଟାରେ ରହିଛି ୧୮୮ ବର୍ଷ ପୁରୁଣା ବ୍ରିଜ୍‌ ଭବନ। ଏହାକୁ ୧୮୩୦ ମସିହାରେ ନିର୍ମାଣ କରାଯାଇଥିଲା। ତତ୍‌କାଳୀନ ରାଜପରିବାର ଏହି ପ୍ରାସାଦରେ ବାସ କରୁଥିଲେ। ୧୯୮୦ ମସିହାରେ ଏହି ପ୍ରାସାଦକୁ ଏକ ହୋଟେଲ୍‌ରେ ପରିଣତ କରାଗଲାା ତେବେ ଏହି ହୋଟେଲ୍‌ରେ ନିୟମିତ ଭାବେ କିଛି ନା କିଛି ଭୌତିକ ଘଟଣାମାନ ଘଟୁଥିବାର ଶୁଣିବାକୁ ମିଳେ।

ଯେଉଁ ମନ୍ଦିରରେ ବର୍ଷରେ ତିନିଦିନ ପ୍ରବେଶ ମନା

ଯେଉଁ ମନ୍ଦିରରେ ବର୍ଷରେ ତିନିଦିନ ପ୍ରବେଶ ମନା

ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ। ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠାରେ ମା’ଙ୍କ ଯୋନି ପୂଜା କରାଯାଏ। ନୀଳାଚଳକୁ ମଧ୍ୟ କାମଗିରି କୁହାଯାଏ। ଶାସ୍ତ୍ର ମତରେ, ସତୀଙ୍କ ଅଙ୍ଗର ୫୧ ଅଂଶବିଶେଷ ଯେଉଁସ୍ଥାନରେ ପଡ଼ିଲା, ସେଠାରେ ଶକ୍ତିପୀଠ ସ୍ଥାପିତ ହେଲା।

୨ ବର୍ଷ ପରେ କୁକର ପାଲଟିଲା ଭାଲୁ

୨ ବର୍ଷ ପରେ କୁକର ପାଲଟିଲା ଭାଲୁ

ବେଜିଂ: କୁକୁର ପାଳିବାକୁ ସଉକ ରଖିଥିବା ଦକ୍ଷିଣ ଚାଇନାର ମୋସୁ ନାମକ ଜଣେ ଯୁବତୀ ୨ ବର୍ଷ ତଳେ ବଜାର ଯାଇ ଏକ କୁକୁର କିଣି ଆଣିଥିଲେ। କିଛିଦିନ ପରେ ଛୁଆଟି ବଡ ହେବାକୁ ଲାଗିଲା। ହେଲେ ବଡ ହେବା ପରେ କୁକୁରର କୌଣସି ଲକ୍ଷଣ ଦେଖା ଦେଲାନି ଉକ୍ତ ପଶୁଟି ପାଖରେ।

ପ୍ରେତାତ୍ମାଙ୍କ ସହ କଥା ହୁଅନ୍ତି ଯୁବତୀ

ପ୍ରେତାତ୍ମାଙ୍କ ସହ କଥା ହୁଅନ୍ତି ଯୁବତୀ

ଇଂଲଣ୍ଡ: ମଣିଷର ପ୍ରେତାତ୍ମା ସହିତ କଥାବାର୍ତ୍ତା ହେଉଥିବା ସମ୍ପର୍କରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ମାତ୍ର ଏଭଳି ଘଟଣା ଘଟିଛି ଇଂଲଣ୍ଡରେ। ସେଠାରେ ବାସ କରୁଥିବା ଏମ୍ମା ଲୋଡର୍ସ ପ୍ରତିଦିନ ପ୍ରେତାତ୍ମାଙ୍କ ସହିତ କଥାବାର୍ତ୍ତା ହୁଅନ୍ତି ଏବଂ କେତେକ ସମସ୍ୟାର ସମାଧାନ କରିଥାନ୍ତି।

ଆସନ୍ତା ମାସ ୧୨୯ ବର୍ଷରେ ପାଦ ଦେବେ ମହିଳା

ଆସନ୍ତା ମାସ ୧୨୯ ବର୍ଷରେ ପାଦ ଦେବେ ମହିଳା

ରୁଷ: ରୁଷର ଚେଚେନ୍ୟାରେ ରହୁଥିବା ମହିଳା କୋକୁ ଇସ୍ତରବୁଲଓ୍ବା ଆସନ୍ତା ମାସରେ ୧୨୯ ବର୍ଷରେ ପଦାର୍ପଣ କରିବେ। ସେ ଦୁନିଆର ସବୁଠାରୁ ବୟସ୍କ ମହିଳା ବୋଲି ଦାବି କରାଯାଉଛି। ରୁଷ ସରକାର ମଧ୍ୟ ଏକଥା ସତ ବୋଲି କହିଛନ୍ତି

ବିଜ୍ଞାନ କଥା: ପିଲାଦିନୁ ବୈଜ୍ଞାନିକ

ବିଜ୍ଞାନ କଥା: ପିଲାଦିନୁ ବୈଜ୍ଞାନିକ

-ଜଣେ ପିଲା ଓ ଜଣେ ବୈଜ୍ଞାନିକ ଭିତରେ ଯେଉଁ ଗୋଟିଏ ଜିନିଷ ଏକାପ୍ରକାର ଥାଏ ତାହା ହେଲା ସେମାନଙ୍କ ମନ। ସେଥିରେ ନ ଥାଏ ଆବିଳତା, ଭରିଥାଏ କେବଳ ନୂଆ ନୂଆ ଜାଣିବାର ଇଚ୍ଛା। ସେଥିପାଇଁ ସେମାନେ ବେଳେ ବେଳେ ଏପରି ବିଚିତ୍ର କାମ କରି ପକାନ୍ତି, ଯାହାକି ଶୁଣିଲେ ହସି ହସି ବେଦମ୍‌ ହେବାକୁ ପଡ଼ିବ। ଏହିଭଳି କାମଟିଏ ଥରେ କରିଥିଲେ ଆମ ଅତି ପରିଚିତ ବୈଜ୍ଞାନିକ ଏର୍‌ନେଷ୍ଟ ରୁଜରଫୋର୍ଡ।

ଶିଶୁ  ପ୍ରତିଭା: ଖୋଖୋ ନିଶାରେ ଦେବାଶିଷ

ଶିଶୁ ପ୍ରତିଭା: ଖୋଖୋ ନିଶାରେ ଦେବାଶିଷ

-କଥାରେ ଅଛି-ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ପିଲାଟି ଦିନରୁ ତାଙ୍କ ମନରେ ଜାଗ୍ରତ ହୋଇଥିଲା ଖୋ-ଖୋ ଖେଳିବା ଆଶା। ତା’ସହ ଜଣେ ଆଥ୍‌ଲେଟ୍‌ ହେବାର ସ୍ବପ୍ନ। ସମୟ ଗଡିଚାଲେ ଆଗକୁ। ପିଲାଟି ମନରେ ଉଙ୍କି ମାରିଥିବା ସ୍ବପ୍ନ ସତ ହୁଏ। ବୟସ ସିନା୧୪, ହେଲେ ବୟସ ତୁଳନାରେ ନିଜକୁ ଜଣେ ନାମୀ ଖୋ ଖୋ ଖେଳାଳି ଏବଂ ଆଥ୍‌ଲେଟ୍‌ ଭାବରେ ପରିଚିତ କରାଇ ପାରିଛନ୍ତି ସେ।

ଟ୍ରାଭେଲ କାଉନ୍‌ସେଲର

ଟ୍ରାଭେଲ କାଉନ୍‌ସେଲର

ପ୍ରତିବର୍ଷ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନକୁ ପର୍ଯ୍ୟଟକମାନେ ବୁଲିବାକୁ ଯାଉଛନ୍ତି। ପର୍ଯ୍ୟଟକଙ୍କ ଆଗମନ ଫଳରେ ଏକାଧିକ ସଂସ୍ଥା ଉପକୃତ ହେଉଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବା ସହ ବୈଦେଶିକ ମୁଦ୍ରା ପରିମାଣ ମଧ୍ୟ ବୃଦ୍ଧି ପାଉଛି।

ଚାକିରିର ପ୍ରଥମ ମାସ...

ଚାକିରିର ପ୍ରଥମ ମାସ...

ଚାକିରିର ପ୍ରଥମ ୩୦ ଦିନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନଗୁଡ଼ିକୁ କିପରି ବ୍ୟବସ୍ଥିତ ଭାବେ ବିତାଇବେ ସେ ସମ୍ପର୍କରେ ଟିପ୍ସ...

ଯେଉଁଠି ନବବଧୂଙ୍କ ସହ ସମ୍ପର୍କ ରଖନ୍ତି ଅଜଣା ପୁରୁଷ

ଯେଉଁଠି ନବବଧୂଙ୍କ ସହ ସମ୍ପର୍କ ରଖନ୍ତି ଅଜଣା ପୁରୁଷ

ନୂଆଦିଲ୍ଲୀ: ଘରର ବୋହୂୂ ଅବା ଝିଅଙ୍କୁ ଘରର ସମ୍ମାନ ବୋଲି କୁହାଯାଏ। ଏମାନେ ହେଲେ ଘରର ଲକ୍ଷ୍ମୀ। ଏମାନଙ୍କୁ ପୂଜା କରାଯାଏ। ଏମିତିକି ନବବଧୂଟିଏ ଘରର ଏରୁଣ୍ଡି ବନ୍ଧ ଡେଇଁବାକୁ ଥାଏ ନାନା କଟକଣା। ପରଦା ପଛରେ ଏମାନେ ସୁନ୍ଦର ଦେଖାଯାଆନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି।

ଝିଅଙ୍କ ପିଛା କଲେ ଦେବାକୁ ପଡିବ ୬୦ ହଜାର

ଝିଅଙ୍କ ପିଛା କଲେ ଦେବାକୁ ପଡିବ ୬୦ ହଜାର

ଫ୍ରାନ୍ସ,୧୮।୫: ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ଏମିତିକି ଛୋଟ ଛୋଟ ଝିଅମାନେ ବି ଏଥିରୁ ବାଦ୍‌ ପଡୁନାହାନ୍ତି। ଏପରି ପରିସ୍ଥିତିର ମୁକାବିଲା କରିବାକୁ ଫ୍ରାନ୍ସ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୌନ ଉତ୍ପୀଡନ ଆଇନକୁ ଏବେ ଫ୍ରାନ୍ସରେ କଡାକଡି କରାଯାଇଛି।

ଯେଉଁଠି ବଳାତ୍କାରରୁ ରକ୍ଷା ଲାଗି ଆପଣାନ୍ତି ଭିନ୍ନ ଉପାୟ

ଯେଉଁଠି ବଳାତ୍କାରରୁ ରକ୍ଷା ଲାଗି ଆପଣାନ୍ତି ଭିନ୍ନ ଉପାୟ

ଲଣ୍ଡନ : ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସାମାଜିକ ପରମ୍ପରା ରହିଛି। ଅନେକ ପରମ୍ପରା ବେଶ୍‌ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ। ମାତ୍ର ଅତି ପ୍ରାଚୀନକାଳରୁ ଏହା ଜାରି ରହିଥିବାରୁ ଅନେକ ଏହାର ବିରୋଧ ମଧ୍ୟ କରି ନ ଥାନ୍ତି। ବ୍ରିଟେନ୍‌ରେ ବାସକରୁଥିବା ଆଫ୍ରିକୀୟ ଲୋକଙ୍କ ମଧ୍ୟରେ ଏକ ଅଜବ ପରମ୍ପରା ପ୍ରଚଳିତ। ଏଠାରୁ ବାଳିକାଙ୍କୁ ବଳାତ୍କାରରୁ ରକ୍ଷା କରିବା ପାଇଁ ସେମାନଙ୍କର ‘ବ୍ରେଷ୍ଟ ଆଇରନିଂ’ କରାଯାଇଥାଏ।

ପାଠପଢ଼ା ଲାଗି କରାଯାଏ ବୈଶ୍ୟାବୃତ୍ତି

ପାଠପଢ଼ା ଲାଗି କରାଯାଏ ବୈଶ୍ୟାବୃତ୍ତି

ଫ୍ରିଟାଉନ୍‌ : ଶିକ୍ଷା ଉପରେ ବାଳକ ବାଳିକା ଉଭୟଙ୍କର ରହିଛି ସମାନ ଅଧିକାର। ତେବେ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ପାଇଁ ଅନେକ ପାଠପଢ଼ିବାକୁ ଚାହୁଁଥିଲେ ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି। ବିଶ୍ୱର ଅନେକ ରାଷ୍ଟ୍ରରେ ସରକାର ମହିଳାଙ୍କ ବିକାଶ ପାଇଁ ନାନା ପ୍ରକାର ଶିକ୍ଷା ଯୋଜନା ପ୍ରଣୟନ କରାଯାଉଛି। ଯେତେବେଳେ ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିପାରେ ନାହିଁ ସେତେବେଳେ ପାଠପଢ଼ା ଜାରି ରଖିବା ପାଇଁ ନାନା ପ୍ରକାର ଉପାୟ କରିଥାନ୍ତି ଲୋକ।

ଯେଉଁ ପୀଠରେ ଆମିଷ ସହିତ ପୂଜା ହୁଏ ବେଲପତ୍ର

ଯେଉଁ ପୀଠରେ ଆମିଷ ସହିତ ପୂଜା ହୁଏ ବେଲପତ୍ର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍‌ ଭୂଷଣ୍ଡପୁର ରେଳଷ୍ଟେସନ୍‌ଠାରୁ ମାତ୍ର ୧କିମି ଦୂର ମୂଳିଝର ଗଡ଼ରେ ଶୋଭାପାଏ ମା’ ଉଗ୍ରତାରାଙ୍କ ମନ୍ଦିର। ଖୋର୍ଦ୍ଧାରୁ ୫ନଂ ଜାତୀୟ ରାଜପଥରେ ବ୍ରହ୍ମପୁର ଯିବାବେଳେ ୩୦ କିମି ଦୂର ଜାତୀୟ ରାଜପଥ ପାର୍ଶ୍ୱରେ ମା’ଙ୍କ ପୀଠକୁ ଯିବା ପାଇଁ ରାସ୍ତା ରହିଛି। ମା’ ଉଗ୍ରତାରା ମହାବିପତ୍ତିରୁ ରକ୍ଷା କରିଥାନ୍ତି ବୋଲି ଶ୍ରଦ୍ଧାଳୁଙ୍କ ରହିଛି ବିଶ୍ୱାସ। ଦଶ ମହାବିଦ୍ୟାରେ ମା’ଙ୍କର କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଏବଂ କମଳା ଆଦି ଦଶ ସ୍ବରୂପ ରହିଛି।

ବିବାହ ଅପେକ୍ଷାରେ ୬ଶହ କୁମାରୀ

ବିବାହ ଅପେକ୍ଷାରେ ୬ଶହ କୁମାରୀ

ବର୍ତ୍ତମାନ ସମୟରେ କୁହାଯାଉଛି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍‌। ହେଲେ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି। ଏମିତି ଏକ ଗାଁ ଅଛି, ଯେଉଁଠି କୁମାରୀଙ୍କ ସଂଖ୍ୟା ପାଖାପାଖି ୬ଶହ। ଏମାନଙ୍କ ପାଇଁ ମିଳୁ ନାହାନ୍ତି ବରପାତ୍ର। ସାରା ଜୀବନ ବୋଧହୁଏ ଏମାନେ କୁମାରୀ ହୋଇ ରହିଯିବେ। ବ୍ରାଜିଲରେ ଥିବା ନେଇଓ୍ବା ଦୋ କୋରଡେଏରୋ ଏମିତି ଏକ ଗାଁ, ଯେଉଁଠି ଅଧିକାଂଶ ଝିଅ କୁମାରୀ। ଏଠାରେ ପାଖାପାଖି ୬ଶହ କୁମାରୀ ସେମାନଙ୍କ ପାଇଁ ବରପାତ୍ରକୁ ଅପେକ୍ଷା କରଛନ୍ତି ସତ। ହେଲେ ଏହା ସେମାନଙ୍କ ପାଇଁ ବାସସ୍ତବତା ନୁହେଁ ବରଂ ସ୍ବପ୍ନରେ ପରିଣତ ହୋଇଯାଇଛି।

ଅପରାଧୀଙ୍କୁ ଧରିବ ନୂଆ ଡିଏନ୍‌ଏ ପଦ୍ଧତି

ଅପରାଧୀଙ୍କୁ ଧରିବ ନୂଆ ଡିଏନ୍‌ଏ ପଦ୍ଧତି

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ଏକ ନୂଆ ଡିଏନ୍‌ଏ ପଦ୍ଧତି ବିକାଶ କରିଛନ୍ତି। ଅପରାଧ ସ୍ଥଳରୁ ମିଳୁଥିବା ଅପରାଧୀର ଦେହାବଶେଷରୁ ଡିଏନ୍‌ଏ ନମୁନା ସଂଗ୍ରହ କରି ଏହି ଯନ୍ତ୍ର ଦ୍ୱାରା ପରୀକ୍ଷା କଲେ ଅପରାଧୀର ଆଖି, କେଶ ଏବଂ ଦେହର ରଙ୍ଗ ବିଷୟରେ ଅବିକଳ ସୂଚନା ମିଳିପାରିବ।

ପ୍ରଦର୍ଶନ ହେବ ପୁରାତନ ସାମଗ୍ରୀ

ପ୍ରଦର୍ଶନ ହେବ ପୁରାତନ ସାମଗ୍ରୀ

ନୂଆଦିଲ୍ଲୀ: ଚଳିତବର୍ଷ ଶେଷଭାଗରେ ଆର୍କିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ) ମୁଦ୍ରା ଓ ମାଟିପାତ୍ର ସମେତ ଅନେକ ପ୍ରାଚୀନ ବସ୍ତୁ ଜନସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ କରିବ। ପ୍ରାୟ ୨ଲକ୍ଷ ପ୍ରାଚୀନ ସାମଗ୍ରୀ ପୁରୁଣା କିଲ୍ଲାଠାରେ ପ୍ରଦର୍ଶନ କରାଯିବ।

ଚା’ ବିକାଳିରୁ ଗୋଲ୍ଡ ମେଡାଲିଷ୍ଟ

ଚା’ ବିକାଳିରୁ ଗୋଲ୍ଡ ମେଡାଲିଷ୍ଟ

ଶାରୀରିକ ଅକ୍ଷମତା ସତ୍ତ୍ୱେ ଦୁଃସାହସିକ କ୍ରୀଡ଼ାରେ ସେ ଧୂରୀଣ। ପାରା ଆଥଲେଟିକ୍ସ ଗେମ୍ସ ଖେଳି ରାଜ୍ୟ ଓ ଦେଶ ପାଇଁ ଆଣିଛନ୍ତି ଗୌରବ। ଭୁବନେଶ୍ୱରରେ ଚା’ ଦୋକାନ କରି ରୋଜଗାରର ବାଟ ଖୋଜୁଥିବା ଏହି ଯୁବକ ଆଜି ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି।

ପ୍ରତିଭା : ବାଲେଶ୍ୱରରୁ କଲମ୍ବୋ-ପ୍ରଜ୍ଞାପ୍ରଶାନ୍ତି ସାହୁ

ପ୍ରତିଭା : ବାଲେଶ୍ୱରରୁ କଲମ୍ବୋ-ପ୍ରଜ୍ଞାପ୍ରଶାନ୍ତି ସାହୁ

ଗାଁ ମାଟିର ଝିଅ ପ୍ରଜ୍ଞାପ୍ରଶାନ୍ତି ବିଦେଶରେ ପ୍ରତିଭା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ତାଙ୍କର ଏହି ସଫଳତା ଲାଗି ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ଯୁବପିଢ଼ି ପାଇଁ ସେ ଆଜି ପାଲଟିଯାଇଛନ୍ତି ପ୍ରେରଣା।

ମୋ ଅନୁଭୂତି: ପ୍ରୋଗ୍ରାମ ଯିବା ବାଟରେ ଏନ୍‌କାଉଣ୍ଟର ଛାତି ଥରାଇ ଦେଇଥିଲା -ମହାପ୍ରସାଦ କର

ମୋ ଅନୁଭୂତି: ପ୍ରୋଗ୍ରାମ ଯିବା ବାଟରେ ଏନ୍‌କାଉଣ୍ଟର ଛାତି ଥରାଇ ଦେଇଥିଲା -ମହାପ୍ରସାଦ କର

ମହାପ୍ରସାଦ କର। ଓଡ଼ିଆ ସଙ୍ଗୀତ ଜଗତର ଜଣେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ। ଭଜନ ହେଉ କି ଗୀତଗୋବିନ୍ଦ, ଓଡ଼ିଶୀ ହେଉ କି ଗଜଲ୍‌ କି ସେମି କ୍ଲାସିକାଲ୍‌, ସବୁ ପ୍ରକାର ଗୀତ ଗାଇବାରେ ସେ ମାହିର୍‌। ଜେଜେ ବିଶିଷ୍ଟ ତବଲା ବାଦକ କ୍ଷେତ୍ରମୋହନ କର ଓ ବାପା ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମହାପ୍ରସାଦ ସଙ୍ଗୀତ ପ୍ରତି ମନ ବଳାଇଥିଲେ।

ତେଜପ୍ରତାପଙ୍କ ରୋମାଣ୍ଟିକ୍‌ ଫଟୋ ଭାଇରାଲ, ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ପାଇଁ ପାଲଟିଲେ ଶାହରୁଖ୍‌

ତେଜପ୍ରତାପଙ୍କ ରୋମାଣ୍ଟିକ୍‌ ଫଟୋ ଭାଇରାଲ, ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ପାଇଁ ପାଲଟିଲେ ଶାହରୁଖ୍‌

ପାଟ୍‌ନା: ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ବିବାହ କୌଣସି ଷ୍ଟାରଙ୍କ ବିବାହଠାରୁ କମ୍‌ ନ ଥିଲା। ନିର୍ବନ୍ଧରୁ ବିବାହ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଗଣମାଧ୍ୟମର ଚର୍ଚ୍ଚିତ ଖବର ମଧ୍ୟରୁ ଗୋଟିଏ ପାଲଟିଥିଲା। ବିବାହ ପରେ ତେଜପ୍ରତାପ ଓ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି। ଫଟୋଟିରେ ତେଜପ୍ରତାପ ଐଶ୍ୱର୍ଯ୍ୟାଙ୍କୁ ଏକ ସାଇକେଲରେ ବସାଇ ବୁଲାଉଥିବା ଦେଖାଯାଉଛି।

ନିଜ କଥା: ବାହାରେ କିଛିଦିନ ରହି ଫେରିଲେ ପିଲାମାନେ ‘ଅଙ୍କଲ’ ଡାକୁଥିଲେ-ଶୈଳେନ୍ଦ୍ର ସିଂ

ନିଜ କଥା: ବାହାରେ କିଛିଦିନ ରହି ଫେରିଲେ ପିଲାମାନେ ‘ଅଙ୍କଲ’ ଡାକୁଥିଲେ-ଶୈଳେନ୍ଦ୍ର ସିଂ

କମୋଡର ଶୈଳେନ୍ଦ୍ର ସିଂ। ଭାରତୀୟ ନୌସେନାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ପରେ ବର୍ତ୍ତମାନ ସେ ଓଡ଼ିଶାର ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟରତ। ମଧ୍ୟପ୍ରଦେଶର ଛତରପୁରରେ ଜନ୍ମିତ ଶୈଳେନ୍ଦ୍ର ଜବଲପୁରର ଜବାହରଲାଲ ନେହେରୁ କୃଷି ବିଶ୍ୱବିଦ୍ୟାଳୟରୁ ଏଗ୍ରିକଲ୍‌ଚର ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲେ।