ଫୁରସତ

ଶିଶୁ  ପ୍ରତିଭା: ଖୋଖୋ ନିଶାରେ ଦେବାଶିଷ

ଶିଶୁ ପ୍ରତିଭା: ଖୋଖୋ ନିଶାରେ ଦେବାଶିଷ

-କଥାରେ ଅଛି-ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ପିଲାଟି ଦିନରୁ ତାଙ୍କ ମନରେ ଜାଗ୍ରତ ହୋଇଥିଲା ଖୋ-ଖୋ ଖେଳିବା ଆଶା। ତା’ସହ ଜଣେ ଆଥ୍‌ଲେଟ୍‌ ହେବାର ସ୍ବପ୍ନ। ସମୟ ଗଡିଚାଲେ ଆଗକୁ। ପିଲାଟି ମନରେ ଉଙ୍କି ମାରିଥିବା ସ୍ବପ୍ନ ସତ ହୁଏ। ବୟସ ସିନା୧୪, ହେଲେ ବୟସ ତୁଳନାରେ ନିଜକୁ ଜଣେ ନାମୀ ଖୋ ଖୋ ଖେଳାଳି ଏବଂ ଆଥ୍‌ଲେଟ୍‌ ଭାବରେ ପରିଚିତ କରାଇ ପାରିଛନ୍ତି ସେ।

ଟ୍ରାଭେଲ କାଉନ୍‌ସେଲର

ଟ୍ରାଭେଲ କାଉନ୍‌ସେଲର

ପ୍ରତିବର୍ଷ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନକୁ ପର୍ଯ୍ୟଟକମାନେ ବୁଲିବାକୁ ଯାଉଛନ୍ତି। ପର୍ଯ୍ୟଟକଙ୍କ ଆଗମନ ଫଳରେ ଏକାଧିକ ସଂସ୍ଥା ଉପକୃତ ହେଉଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବା ସହ ବୈଦେଶିକ ମୁଦ୍ରା ପରିମାଣ ମଧ୍ୟ ବୃଦ୍ଧି ପାଉଛି।

ଚାକିରିର ପ୍ରଥମ ମାସ...

ଚାକିରିର ପ୍ରଥମ ମାସ...

ଚାକିରିର ପ୍ରଥମ ୩୦ ଦିନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନଗୁଡ଼ିକୁ କିପରି ବ୍ୟବସ୍ଥିତ ଭାବେ ବିତାଇବେ ସେ ସମ୍ପର୍କରେ ଟିପ୍ସ...

ଯେଉଁଠି ନବବଧୂଙ୍କ ସହ ସମ୍ପର୍କ ରଖନ୍ତି ଅଜଣା ପୁରୁଷ

ଯେଉଁଠି ନବବଧୂଙ୍କ ସହ ସମ୍ପର୍କ ରଖନ୍ତି ଅଜଣା ପୁରୁଷ

ନୂଆଦିଲ୍ଲୀ: ଘରର ବୋହୂୂ ଅବା ଝିଅଙ୍କୁ ଘରର ସମ୍ମାନ ବୋଲି କୁହାଯାଏ। ଏମାନେ ହେଲେ ଘରର ଲକ୍ଷ୍ମୀ। ଏମାନଙ୍କୁ ପୂଜା କରାଯାଏ। ଏମିତିକି ନବବଧୂଟିଏ ଘରର ଏରୁଣ୍ଡି ବନ୍ଧ ଡେଇଁବାକୁ ଥାଏ ନାନା କଟକଣା। ପରଦା ପଛରେ ଏମାନେ ସୁନ୍ଦର ଦେଖାଯାଆନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି।

ଝିଅଙ୍କ ପିଛା କଲେ ଦେବାକୁ ପଡିବ ୬୦ ହଜାର

ଝିଅଙ୍କ ପିଛା କଲେ ଦେବାକୁ ପଡିବ ୬୦ ହଜାର

ଫ୍ରାନ୍ସ,୧୮।୫: ଦିନକୁ ଦିନ ମହିଳାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ଏମିତିକି ଛୋଟ ଛୋଟ ଝିଅମାନେ ବି ଏଥିରୁ ବାଦ୍‌ ପଡୁନାହାନ୍ତି। ଏପରି ପରିସ୍ଥିତିର ମୁକାବିଲା କରିବାକୁ ଫ୍ରାନ୍ସ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୌନ ଉତ୍ପୀଡନ ଆଇନକୁ ଏବେ ଫ୍ରାନ୍ସରେ କଡାକଡି କରାଯାଇଛି।

ଯେଉଁଠି ବଳାତ୍କାରରୁ ରକ୍ଷା ଲାଗି ଆପଣାନ୍ତି ଭିନ୍ନ ଉପାୟ

ଯେଉଁଠି ବଳାତ୍କାରରୁ ରକ୍ଷା ଲାଗି ଆପଣାନ୍ତି ଭିନ୍ନ ଉପାୟ

ଲଣ୍ଡନ : ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସାମାଜିକ ପରମ୍ପରା ରହିଛି। ଅନେକ ପରମ୍ପରା ବେଶ୍‌ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ। ମାତ୍ର ଅତି ପ୍ରାଚୀନକାଳରୁ ଏହା ଜାରି ରହିଥିବାରୁ ଅନେକ ଏହାର ବିରୋଧ ମଧ୍ୟ କରି ନ ଥାନ୍ତି। ବ୍ରିଟେନ୍‌ରେ ବାସକରୁଥିବା ଆଫ୍ରିକୀୟ ଲୋକଙ୍କ ମଧ୍ୟରେ ଏକ ଅଜବ ପରମ୍ପରା ପ୍ରଚଳିତ। ଏଠାରୁ ବାଳିକାଙ୍କୁ ବଳାତ୍କାରରୁ ରକ୍ଷା କରିବା ପାଇଁ ସେମାନଙ୍କର ‘ବ୍ରେଷ୍ଟ ଆଇରନିଂ’ କରାଯାଇଥାଏ।

ପାଠପଢ଼ା ଲାଗି କରାଯାଏ ବୈଶ୍ୟାବୃତ୍ତି

ପାଠପଢ଼ା ଲାଗି କରାଯାଏ ବୈଶ୍ୟାବୃତ୍ତି

ଫ୍ରିଟାଉନ୍‌ : ଶିକ୍ଷା ଉପରେ ବାଳକ ବାଳିକା ଉଭୟଙ୍କର ରହିଛି ସମାନ ଅଧିକାର। ତେବେ ଶିକ୍ଷା ଲାଗି ହେଉଥିବା ଖର୍ଚ୍ଚ ପାଇଁ ଅନେକ ପାଠପଢ଼ିବାକୁ ଚାହୁଁଥିଲେ ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି। ବିଶ୍ୱର ଅନେକ ରାଷ୍ଟ୍ରରେ ସରକାର ମହିଳାଙ୍କ ବିକାଶ ପାଇଁ ନାନା ପ୍ରକାର ଶିକ୍ଷା ଯୋଜନା ପ୍ରଣୟନ କରାଯାଉଛି। ଯେତେବେଳେ ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିପାରେ ନାହିଁ ସେତେବେଳେ ପାଠପଢ଼ା ଜାରି ରଖିବା ପାଇଁ ନାନା ପ୍ରକାର ଉପାୟ କରିଥାନ୍ତି ଲୋକ।

ଯେଉଁ ପୀଠରେ ଆମିଷ ସହିତ ପୂଜା ହୁଏ ବେଲପତ୍ର

ଯେଉଁ ପୀଠରେ ଆମିଷ ସହିତ ପୂଜା ହୁଏ ବେଲପତ୍ର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍‌ ଭୂଷଣ୍ଡପୁର ରେଳଷ୍ଟେସନ୍‌ଠାରୁ ମାତ୍ର ୧କିମି ଦୂର ମୂଳିଝର ଗଡ଼ରେ ଶୋଭାପାଏ ମା’ ଉଗ୍ରତାରାଙ୍କ ମନ୍ଦିର। ଖୋର୍ଦ୍ଧାରୁ ୫ନଂ ଜାତୀୟ ରାଜପଥରେ ବ୍ରହ୍ମପୁର ଯିବାବେଳେ ୩୦ କିମି ଦୂର ଜାତୀୟ ରାଜପଥ ପାର୍ଶ୍ୱରେ ମା’ଙ୍କ ପୀଠକୁ ଯିବା ପାଇଁ ରାସ୍ତା ରହିଛି। ମା’ ଉଗ୍ରତାରା ମହାବିପତ୍ତିରୁ ରକ୍ଷା କରିଥାନ୍ତି ବୋଲି ଶ୍ରଦ୍ଧାଳୁଙ୍କ ରହିଛି ବିଶ୍ୱାସ। ଦଶ ମହାବିଦ୍ୟାରେ ମା’ଙ୍କର କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଏବଂ କମଳା ଆଦି ଦଶ ସ୍ବରୂପ ରହିଛି।

ବିବାହ ଅପେକ୍ଷାରେ ୬ଶହ କୁମାରୀ

ବିବାହ ଅପେକ୍ଷାରେ ୬ଶହ କୁମାରୀ

ବର୍ତ୍ତମାନ ସମୟରେ କୁହାଯାଉଛି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍‌। ହେଲେ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି। ଏମିତି ଏକ ଗାଁ ଅଛି, ଯେଉଁଠି କୁମାରୀଙ୍କ ସଂଖ୍ୟା ପାଖାପାଖି ୬ଶହ। ଏମାନଙ୍କ ପାଇଁ ମିଳୁ ନାହାନ୍ତି ବରପାତ୍ର। ସାରା ଜୀବନ ବୋଧହୁଏ ଏମାନେ କୁମାରୀ ହୋଇ ରହିଯିବେ। ବ୍ରାଜିଲରେ ଥିବା ନେଇଓ୍ବା ଦୋ କୋରଡେଏରୋ ଏମିତି ଏକ ଗାଁ, ଯେଉଁଠି ଅଧିକାଂଶ ଝିଅ କୁମାରୀ। ଏଠାରେ ପାଖାପାଖି ୬ଶହ କୁମାରୀ ସେମାନଙ୍କ ପାଇଁ ବରପାତ୍ରକୁ ଅପେକ୍ଷା କରଛନ୍ତି ସତ। ହେଲେ ଏହା ସେମାନଙ୍କ ପାଇଁ ବାସସ୍ତବତା ନୁହେଁ ବରଂ ସ୍ବପ୍ନରେ ପରିଣତ ହୋଇଯାଇଛି।

ଅପରାଧୀଙ୍କୁ ଧରିବ ନୂଆ ଡିଏନ୍‌ଏ ପଦ୍ଧତି

ଅପରାଧୀଙ୍କୁ ଧରିବ ନୂଆ ଡିଏନ୍‌ଏ ପଦ୍ଧତି

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ଏକ ନୂଆ ଡିଏନ୍‌ଏ ପଦ୍ଧତି ବିକାଶ କରିଛନ୍ତି। ଅପରାଧ ସ୍ଥଳରୁ ମିଳୁଥିବା ଅପରାଧୀର ଦେହାବଶେଷରୁ ଡିଏନ୍‌ଏ ନମୁନା ସଂଗ୍ରହ କରି ଏହି ଯନ୍ତ୍ର ଦ୍ୱାରା ପରୀକ୍ଷା କଲେ ଅପରାଧୀର ଆଖି, କେଶ ଏବଂ ଦେହର ରଙ୍ଗ ବିଷୟରେ ଅବିକଳ ସୂଚନା ମିଳିପାରିବ।

ପ୍ରଦର୍ଶନ ହେବ ପୁରାତନ ସାମଗ୍ରୀ

ପ୍ରଦର୍ଶନ ହେବ ପୁରାତନ ସାମଗ୍ରୀ

ନୂଆଦିଲ୍ଲୀ: ଚଳିତବର୍ଷ ଶେଷଭାଗରେ ଆର୍କିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ) ମୁଦ୍ରା ଓ ମାଟିପାତ୍ର ସମେତ ଅନେକ ପ୍ରାଚୀନ ବସ୍ତୁ ଜନସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ କରିବ। ପ୍ରାୟ ୨ଲକ୍ଷ ପ୍ରାଚୀନ ସାମଗ୍ରୀ ପୁରୁଣା କିଲ୍ଲାଠାରେ ପ୍ରଦର୍ଶନ କରାଯିବ।

ଚା’ ବିକାଳିରୁ ଗୋଲ୍ଡ ମେଡାଲିଷ୍ଟ

ଚା’ ବିକାଳିରୁ ଗୋଲ୍ଡ ମେଡାଲିଷ୍ଟ

ଶାରୀରିକ ଅକ୍ଷମତା ସତ୍ତ୍ୱେ ଦୁଃସାହସିକ କ୍ରୀଡ଼ାରେ ସେ ଧୂରୀଣ। ପାରା ଆଥଲେଟିକ୍ସ ଗେମ୍ସ ଖେଳି ରାଜ୍ୟ ଓ ଦେଶ ପାଇଁ ଆଣିଛନ୍ତି ଗୌରବ। ଭୁବନେଶ୍ୱରରେ ଚା’ ଦୋକାନ କରି ରୋଜଗାରର ବାଟ ଖୋଜୁଥିବା ଏହି ଯୁବକ ଆଜି ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି।

ପ୍ରତିଭା : ବାଲେଶ୍ୱରରୁ କଲମ୍ବୋ-ପ୍ରଜ୍ଞାପ୍ରଶାନ୍ତି ସାହୁ

ପ୍ରତିଭା : ବାଲେଶ୍ୱରରୁ କଲମ୍ବୋ-ପ୍ରଜ୍ଞାପ୍ରଶାନ୍ତି ସାହୁ

ଗାଁ ମାଟିର ଝିଅ ପ୍ରଜ୍ଞାପ୍ରଶାନ୍ତି ବିଦେଶରେ ପ୍ରତିଭା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ତାଙ୍କର ଏହି ସଫଳତା ଲାଗି ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ଯୁବପିଢ଼ି ପାଇଁ ସେ ଆଜି ପାଲଟିଯାଇଛନ୍ତି ପ୍ରେରଣା।

ମୋ ଅନୁଭୂତି: ପ୍ରୋଗ୍ରାମ ଯିବା ବାଟରେ ଏନ୍‌କାଉଣ୍ଟର ଛାତି ଥରାଇ ଦେଇଥିଲା -ମହାପ୍ରସାଦ କର

ମୋ ଅନୁଭୂତି: ପ୍ରୋଗ୍ରାମ ଯିବା ବାଟରେ ଏନ୍‌କାଉଣ୍ଟର ଛାତି ଥରାଇ ଦେଇଥିଲା -ମହାପ୍ରସାଦ କର

ମହାପ୍ରସାଦ କର। ଓଡ଼ିଆ ସଙ୍ଗୀତ ଜଗତର ଜଣେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ। ଭଜନ ହେଉ କି ଗୀତଗୋବିନ୍ଦ, ଓଡ଼ିଶୀ ହେଉ କି ଗଜଲ୍‌ କି ସେମି କ୍ଲାସିକାଲ୍‌, ସବୁ ପ୍ରକାର ଗୀତ ଗାଇବାରେ ସେ ମାହିର୍‌। ଜେଜେ ବିଶିଷ୍ଟ ତବଲା ବାଦକ କ୍ଷେତ୍ରମୋହନ କର ଓ ବାପା ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମହାପ୍ରସାଦ ସଙ୍ଗୀତ ପ୍ରତି ମନ ବଳାଇଥିଲେ।

ତେଜପ୍ରତାପଙ୍କ ରୋମାଣ୍ଟିକ୍‌ ଫଟୋ ଭାଇରାଲ, ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ପାଇଁ ପାଲଟିଲେ ଶାହରୁଖ୍‌

ତେଜପ୍ରତାପଙ୍କ ରୋମାଣ୍ଟିକ୍‌ ଫଟୋ ଭାଇରାଲ, ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ପାଇଁ ପାଲଟିଲେ ଶାହରୁଖ୍‌

ପାଟ୍‌ନା: ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ବିବାହ କୌଣସି ଷ୍ଟାରଙ୍କ ବିବାହଠାରୁ କମ୍‌ ନ ଥିଲା। ନିର୍ବନ୍ଧରୁ ବିବାହ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଗଣମାଧ୍ୟମର ଚର୍ଚ୍ଚିତ ଖବର ମଧ୍ୟରୁ ଗୋଟିଏ ପାଲଟିଥିଲା। ବିବାହ ପରେ ତେଜପ୍ରତାପ ଓ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି। ଫଟୋଟିରେ ତେଜପ୍ରତାପ ଐଶ୍ୱର୍ଯ୍ୟାଙ୍କୁ ଏକ ସାଇକେଲରେ ବସାଇ ବୁଲାଉଥିବା ଦେଖାଯାଉଛି।

ନିଜ କଥା: ବାହାରେ କିଛିଦିନ ରହି ଫେରିଲେ ପିଲାମାନେ ‘ଅଙ୍କଲ’ ଡାକୁଥିଲେ-ଶୈଳେନ୍ଦ୍ର ସିଂ

ନିଜ କଥା: ବାହାରେ କିଛିଦିନ ରହି ଫେରିଲେ ପିଲାମାନେ ‘ଅଙ୍କଲ’ ଡାକୁଥିଲେ-ଶୈଳେନ୍ଦ୍ର ସିଂ

କମୋଡର ଶୈଳେନ୍ଦ୍ର ସିଂ। ଭାରତୀୟ ନୌସେନାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ପରେ ବର୍ତ୍ତମାନ ସେ ଓଡ଼ିଶାର ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ ଭାବେ କାର୍ଯ୍ୟରତ। ମଧ୍ୟପ୍ରଦେଶର ଛତରପୁରରେ ଜନ୍ମିତ ଶୈଳେନ୍ଦ୍ର ଜବଲପୁରର ଜବାହରଲାଲ ନେହେରୁ କୃଷି ବିଶ୍ୱବିଦ୍ୟାଳୟରୁ ଏଗ୍ରିକଲ୍‌ଚର ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲେ।

ଅଜବ ପରମ୍ପରା: ଭିକ ନ ମାଗିଲେ ବିବାହ ଲାଗି ମିଳେନା ଅନୁମତି

ଅଜବ ପରମ୍ପରା: ଭିକ ନ ମାଗିଲେ ବିବାହ ଲାଗି ମିଳେନା ଅନୁମତି

ଲକ୍ଷ୍ନୌ : ଭାରତରେ ଅନେକ ଲୋକ ଗରିବ ରେଖା ତଳେ ବାସ କରୁଛନ୍ତି। ସେମାନଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେମାନେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି। ତେବେ ଏଭଳି ଗାଁ ରହିଛି, ଯେଉଁଠି ଭିକ ମାଗିବା ଲୋକଙ୍କର ପେଶା। ଉତ୍ତରପ୍ରଦେଶ କାନପୁର ସଟେ ଇସ୍‌ ଗାଁରେ ରହିଛି କପାଡ଼ିଆ ବସ୍ତି। ଏଠାରେ ବାସକରୁଥିବା ସମସ୍ତ ଲୋକ ଭିକ୍ଷାବୃତ୍ତି କରି ଚଳନ୍ତି। ଏହା ତାଙ୍କର କୌଳିକବୃତ୍ତି।

ରୁଦ୍ରାକ୍ଷ ଆଣେ ଜୀବନରେ ସଫଳତା

ରୁଦ୍ରାକ୍ଷ ଆଣେ ଜୀବନରେ ସଫଳତା

ନୂଆଦିଲ୍ଲୀ : ଭାରତୀୟ ସଂସ୍କୃତିରେ ରୁଦ୍ରାକ୍ଷକୁ ଅତି ପବିତ୍ର ବିବେଚନା କରାଯାଇଥାଏ। ରୁଦ୍ରାକ୍ଷ ଏକ ଗଛର ଫଳ। ଏହା ଭୋଳାନାଥ ଶଙ୍କରଙ୍କଠାରୁ ଉତ୍ପତ୍ତି ହୋଇଛି ବୋଲି ଶିବପୁରାଣରେ ବର୍ଣ୍ଣନା କରାଯାଇଛି। ଜୀବନରେ ସଫଳତା ପାଇଁ ରାଶିର ଅଧିପତି ଗ୍ରହଙ୍କ ଅନୁସାରେ ରୁଦ୍ରାକ୍ଷ ଧାରଣ କଲେ ଜୀବନରେ ସଫଳତା ମିଳିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ସୂଚିତ କରାଯାଇଛି।

ସୌଭାଗ୍ୟ ଲାଗି କଟାଯାଏ ଏଲବିନୋଙ୍କ ଅଙ୍ଗ

ସୌଭାଗ୍ୟ ଲାଗି କଟାଯାଏ ଏଲବିନୋଙ୍କ ଅଙ୍ଗ

କାନ୍‌ବେରା : ସୌଭାଗ୍ୟ ବୃଦ୍ଧି ପାଇଁ ଅତି ପ୍ରାଚୀନ କାଳରୁ ମଣିଷ ଅନେକ ପ୍ରକାର ଉପାୟ କରି ଆସିଛି। ପୃଥିବୀର ଅନେକ ଅଞ୍ଚଳରେ ଏଥିପାଇଁ କେତେକ କୁସଂସ୍କାର ତଥା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିଭିନ୍ନ ଅମାନୁଷିକ କାର୍ଯ୍ୟ ମଧ୍ୟ କରାଯାଇଥାଏ। ଆଫ୍ରିକା ମହାଦେଶର ଅନେକ ଅଞ୍ଚଳରେ ଏଲବିନୋଙ୍କ ଶରୀରର ଅଙ୍ଗ କାଟି ରଖିଲେ ଘରେ ସୁଖ ଓ ସୌଭାଗ୍ୟ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ।

ହଣ୍ଟେଡ୍‌ ଦୁର୍ଗ ଭାନଗଡ଼: ରାତିରେ ଗଲେ ଫେରନ୍ତିନି କେହି

ହଣ୍ଟେଡ୍‌ ଦୁର୍ଗ ଭାନଗଡ଼: ରାତିରେ ଗଲେ ଫେରନ୍ତିନି କେହି

ଯୋଧପୁର : ଭାରତର ସବୁଠ।ରୁ ଭୟ ଉଦ୍ରେକକାରୀ ସ୍ଥାନ ଭାବେ ରାଜସ୍ଥାନ ଅଲଓ୍ବାର ଜିଲାରେ ଥିବା ଭାନଗଡ଼ ଦୁର୍ଗ ପରିଚିତି ହାସଲ କରିଛି। ଏହି ପରିତ୍ୟକ୍ତ ଦୁର୍ଗରେ ରହିଛି ଅତୃପ୍ତ ଆତ୍ମାର କାହାଣୀ । ଏଠାକାର ପରିବେଶ ଅତ୍ୟନ୍ତ ଭୟଙ୍କର। ଜନଶୂନ୍ୟ ଏହି ସ୍ଥାନରେ ଭୟର ବାତାବରଣ ବିରାଜମାନ କରିଥାଏ। ଏଠି ଜୀବନ ମୃତ୍ୟୁର ଖେଳ ଅଦୃଶ୍ୟ ଶକ୍ତିର ଇଶାରାରେ ହୋଇଥାଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି।

ସ୍ବାବଲମ୍ବୀ ହେବା ଲାଗି ଆଗ୍ରହ ସହ ପରିଶ୍ରମ ଲୋଡ଼ା: ସଫଳ ଚାଷୀ, ଅରୁଣ କୁମାର ଗୋଚ୍ଛାୟତ

ସ୍ବାବଲମ୍ବୀ ହେବା ଲାଗି ଆଗ୍ରହ ସହ ପରିଶ୍ରମ ଲୋଡ଼ା: ସଫଳ ଚାଷୀ, ଅରୁଣ କୁମାର ଗୋଚ୍ଛାୟତ

ପିଲାଟି ଦିନରୁ ବାଡିରୁ କଞ୍ଚା ପରିବା ଚୋବାଇ ଖାଇବା, ଦେଶୀ ଗାଈ କ୍ଷୀର ପିଇବାର ଇଛା ଆଉ ଗାଈ ସେବା ଲାଗି ତାଙ୍କର ଥିଲା ପ୍ରବଳ ଆଗ୍ରହ। ଏହି ଆଗ୍ରହ ହିଁ କୃଷିକାର୍ଯ୍ୟ ମାଧ୍ୟମରେ ସ୍ବାବଲମ୍ବୀ ହେବା ଲାଗି ତାଙ୍କୁ ଯୋଗାଇଥିଲା ପ୍ରେରଣା। ଏହାପରେ ଆରମ୍ଭ ହେଲା ଉଦ୍ୟମ। ମାତ୍ର ବର୍ଷ କେଇଟାରେ ସ୍ଥାନୀୟ ଅଞ୍ଚଳରେ ନିଜକୁ ଜଣେ ସଫଳ ଚାଷୀ ଭାବରେ ପରିଚିତ କରାଇବାରେ ସେ ହୋଇଛନ୍ତି ସକ୍ଷମ। ଏଥିସହିତ ସେ ଆଉ କେତେଜଣଙ୍କୁ ସ୍ବରୋଜଗାରକ୍ଷମ ହେବାରେ ସହାୟ ହୋଇଛନ୍ତି। ସେ ହେଲେ ଅରୁଣ କୁମାର ଗୋଚ୍ଛାୟତ (ମୋ: ୭୭୫୦୦୪୦୨୮୭)।

୬ ଶହ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬ ଶହ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ବୁଦାପେଷ୍ଟ : ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ। ସେ ମହିଳା ହେଉଛନ୍ତି ଏଲିଜାବେଥ୍‌ ବାଥରୀ। ୧୫୮୫ ମସିହାରୁ ୧୬୧୦ ମସିହା ମଧ୍ୟରେ ନିଜର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଏହି ମହିଳା ଜଣକ ୬ଶହରୁ ଅଧିକ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ।

ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ

ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ

ଇଡେନ୍‌ବର୍ଗ: ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। ସେହିପରି ସ୍କଟଲାଣ୍ଡ୍‌ରେ ବିବାହ ସମୟରେ ଏକ ଅଜବ ପରମ୍ପରା ରହିଛି। ବାହାଘରକୁ ଆସିଥିବା ବନ୍ଧୁବାନ୍ଧବ ତଥା ପରିବାର ବର୍ଗ ବରକନ୍ୟାଙ୍କୁ କଳାରଙ୍ଗ ବୋଳିଥାନ୍ତି। ଏହା ସହିତ ବରକନ୍ୟାଙ୍କ ଉପରେ କାଦୁଅ ମଧ୍ୟ ଢ଼ଳା ଯାଇଥାଏ।

ଅଜବ ଗାଁ: ଆପେ ଆପେ ଜଳିଉଠେ ନିଆଁ

ଅଜବ ଗାଁ: ଆପେ ଆପେ ଜଳିଉଠେ ନିଆଁ

ରୋମ୍‌ : ଆଧୁନିକ ବିଜ୍ଞାନ ଯୁଗରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ। ସେଭଳି ଏକ ରହସ୍ୟ ଘଟଣା ଦୀର୍ଘ ୧୪ ବର୍ଷ ଧରି ଇଟାଲୀର ଏକ ଗାଁରେ ଘଟିଚାଲିଛି। ତେବେ ଏପର୍ଯ୍ୟନ୍ତ ଏହାର ରହସ୍ୟର ଉତ୍ତର ବିଜ୍ଞାନକୁ ମିଳିନାହିଁ। ଏହି ଗାଁ ହେଉଛି ସିସିଲିୟନ୍‌ ବୈଲି ଅଫ୍‌ କୈନେଟୋ ଡି ବୈରାନିଆ। ଗାଁରେ ଘରଠାରୁ ଆରମ୍ଭ କରି କାର୍‌, ଲୁଗାପଟା, ଗଛଲତା ଆଦିରେ ହଠାତ୍‌ ନିଆଁ ଲାଗିଯାଇଥାଏ।