Dharitri News

ଫୁରସତ

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ନ୍ୟୁୟର୍କ: ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ପୁରାତନ ଇଜିପ୍ଟ ସାମ୍ରାଜ୍ୟ ଧ୍ୱଂସ ହୋଇଥିବା ଗବେଷକ କହିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୫ରୁ ୩୦ ମଧ୍ୟରେ ନୀଳ ନଦୀ ଅବବାହିକାରେ ଥିବା ଏହି ପୁରାତନ ସାମ୍ରାଜ୍ୟର କିଭଳି ଅନ୍ତ ଘଟିଲା ସେ ସମ୍ପର୍କରେ ଗବେଷକ ଜାଣିପାରିଛନ୍ତି

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଓ୍ବାଶିଂଟନ: ଉଚ୍ଚ ରକ୍ତଚାପ କିମ୍ବା ବୟସାଧିକକ୍ଷେତ୍ରରେ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ରକ୍ତ ପ୍ରବାହିତ ହୋଇପାରି ନ ଥାଏ। ଫଳରେ ମସ୍ତିଷ୍କାଘାତ ସମସ୍ୟା ଦେଖାଦେଇଥାଏ।

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ମାଧ୍ୟାକର୍ଷଣ ତରଙ୍ଗ ଯୋଗୁ ସୁନା ସୃଷ୍ଟି ହୋଇଛି

ଓ୍ବାଶିଂଟନ: ପୃଥିବୀ ସୃଷ୍ଟି ସମୟରେ ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡଥିଲା। ନିୟୁତ ନିୟୁତ ବର୍ଷ ପରେ ଏହାର ଉପର ଭାଗ ଶୀତଳ ହୋଇ କ୍ରମଶଃ କଠିନ ହୋଇଥିଲା। ଏହାପରେ ପୃଥିବୀରେ ମହାଜାଗତିକ ରଶ୍ମୀ ମଧ୍ୟରେ ପ୍ରଚଣ୍ଡ ଧକ୍କା ହୋଇଥିଲା।

ଚନ୍ଦ୍ରରେ ଥିଲା ବାୟୁମଣ୍ଡଳ

ଚନ୍ଦ୍ରରେ ଥିଲା ବାୟୁମଣ୍ଡଳ

ଓ୍ବାଶିଂଟନ: ନିୟୁତ ନିୟୁତ ବର୍ଷ ତଳେ ଚନ୍ଦ୍ରରେ ବାୟୁମଣ୍ଡଳ ଥିଲା ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଏହା ଚନ୍ଦ୍ରରେ ଥିବା ଆଗ୍ନେୟଗିରୀର ଉଦ୍‌ଗୀରଣ ଯୋଗୁ ସୃଷ୍ଟି ହୋଇଥିଲା।

ସ୍ନାୟୁଦୋଷ ଯୋଗୁ ନିଦ ଆସେ

ସ୍ନାୟୁଦୋଷ ଯୋଗୁ ନିଦ ଆସେ

ନୂଆଦିଲ୍ଲୀ: କୌଣସି ଆଲୋଚନା ଚକ୍ର କିମ୍ବା ବୈଠକ ଚାଲିଥିବାବେଳେ କିଛି ଲୋକଙ୍କୁ ନିଦ ଲାଗିଥାଏ। ଏହାକୁ ଅନେକ ବାର୍ତ୍ତାଳାପ ମଜାଦାର ନ ହେବାରୁ ନିଦ ଲାଗୁଥିବା କହିଥାନ୍ତି।

ସବୁଠାରୁ ଅଧିକ ଲମ୍ବା କେଶ ରଖି ବିଶ୍ୱ ରେକର୍ଡ

ସବୁଠାରୁ ଅଧିକ ଲମ୍ବା କେଶ ରଖି ବିଶ୍ୱ ରେକର୍ଡ

ଆର୍ଜେଣ୍ଟିନା: ଦୁନିଆରେ ସବୁଠାରୁ ଅଧିକ ଲମ୍ବା କେଶ ଥିବା ନାବାଳିକା ଭାବେ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆର୍ଜେଣ୍ଟିନାର ୧୭ ବର୍ଷୀୟା ଏବ୍ରିଲ ଲୋରେନ୍‌ଜାପତି। ଦୀର୍ଘ ୧୧ ବର୍ଷ ଧରି ସେ ନିଜ କେଶକୁ ବଢ଼ାଇ ଆସୁଥିଲେ। ଶେଷରେ ତାଙ୍କ କେଶ ୪ ଫୁଟ ୧୧ ଇଞ୍ଚ ଲମ୍ବା ହେବା ପରେ ସେ ଏହି ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି।

ସାଥୀଙ୍କୁ ଆକୃଷ୍ଟ କରିବା ପାଇଁ ବେଙ୍ଗ ରଙ୍ଗ ପରିବର୍ତ୍ତନ କରେ

ସାଥୀଙ୍କୁ ଆକୃଷ୍ଟ କରିବା ପାଇଁ ବେଙ୍ଗ ରଙ୍ଗ ପରିବର୍ତ୍ତନ କରେ

ଲଣ୍ଡନ : ମାଈ ସାଥୀକୁ ଆକୃଷ୍ଟ କରିବା ପାଇଁ ପୁରୁଷ ବେଙ୍ଗ ରଙ୍ଗ ପରିବର୍ତ୍ତନ କରିଥାଏ। ପ୍ରଜନନ ଋତୁରେ କିଭଳି ପୁରୁଷ ବେଙ୍ଗ ମାଇ ବେଙ୍ଗକୁ ନିଜ ପାଖକୁ ଆଣିଥାଏ ସେ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଗବେଷକ ଏହା ଜାଣିପାରିଛନ୍ତି।

 ଅଙ୍ଗାରକାମ୍ଳରୁ ସୃଷ୍ଟି ହେବ ଅକ୍ଷୟ ଶକ୍ତି

ଅଙ୍ଗାରକାମ୍ଳରୁ ସୃଷ୍ଟି ହେବ ଅକ୍ଷୟ ଶକ୍ତି

ବର୍ଲିନ୍‌: ଶକ୍ତି ଚାହିଦା ପୂରଣ ପାଇଁ ବୈଜ୍ଞାନିକ ଅଙ୍ଗାରକାମ୍ଳରୁ ଅକ୍ଷୟ ଶକ୍ତି ସୃଷ୍ଟି କରିବାର ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ ସୌର ଶକ୍ତି ଦ୍ୱାରା ପରିଚାଳିତ ଇଲୋକ୍ଟ୍ରୋଲିସିସ୍‌ ପ୍ରକ୍ରିୟା ମାଧ୍ୟମରେ ଅଙ୍ଗାରକାମ୍ଳରୁ ଅକ୍ଷୟ ଇନ୍ଧନ ସୃଷ୍ଟି କରିବାକୁ ସକ୍ଷମ ହେବେ।

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ଓ୍ବାଶିଂଟନ,୨।୧: ଆଧୁନିକ ଦୁନିଆ ବା ରୋବୋଟିକ୍‌ ଦୁନିଆକୁ ନେଇ ବୈଜ୍ଞାନିକମାନେ ଦିନରାତି କରି ଚାଲିଛନ୍ତି ଗବେଷଣା। ଏବେ ଆମେରିକା ଅନ୍ତରୀକ୍ଷ ଏଜେନ୍ସି (ନାସା) ଏମିତି ଏକ ରୋବର୍ଟ ତିଆରି କରିବାକୁ ଯାଉଛି ଯାହା ଉପଗ୍ରହର ମରାମତି କରିବାକୁ ସକ୍ଷମ ହେବ। ଖାଲି ସେତିକି ନୁହେଁ ଅନ୍ତରୀକ୍ଷରେ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଶତ୍ରୁପକ୍ଷକୁ ଆଖି ପିଛୁଳାକେ ଧ୍ୱଂସ କରିଦେଇ ପାରିବ

ସେଲ୍‌ଫୋନ୍‌ ମାନିଆ ସାଇବର ଅପରାଧ ସୃଷ୍ଟିକରେ

ସେଲ୍‌ଫୋନ୍‌ ମାନିଆ ସାଇବର ଅପରାଧ ସୃଷ୍ଟିକରେ

ନ୍ୟୁୟର୍କ: ସମ୍ପ୍ରତି ଛୋଟ ପିଲାଙ୍କ ମଧ୍ୟରେ ସେଲ୍‌ଫୋନ୍‌ ମାନିଆ ଦେଖିବାକୁ ମିଳୁଛି। ଏପରିକି କେତେକସ୍ଥଳେ ପିଲାମାନେ ସେଲ୍‌ଫୋନ୍‌କୁ ନିଜ ପାଖରୁ ଅଲଗା କରିବାକୁ ଚାହୁଁ ନାହାଁନ୍ତି।

ପ୍ରଦୂଷିତ ବାୟୁମଣ୍ଡଳ ଏବଂ କିଡ୍‌ନୀ ଫେଲୁୟର

ପ୍ରଦୂଷିତ ବାୟୁମଣ୍ଡଳ ଏବଂ କିଡ୍‌ନୀ ଫେଲୁୟର

ବାୟୁମଣ୍ଡଳ ପ୍ରଦୂଷିତ ହେଲେ ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ଅଯଥାରେ ଆମେ କେତେକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ। ‘ପ୍ରଦୂଷିତ ବାୟୁମଣ୍ଡଳ ଯୋଗୁ କିଡ୍‌ନୀ ଫେଲୁୟର ହେବାର ଆଶଙ୍କା ରହିଛି’-ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଆମେରିକୀୟ କିଡ୍‌ନୀ ବିଶେଷଜ୍ଞମାନେ।

ଡ୍ରୋନ୍‌ ହେଲିକପ୍ଟର ମିଶନ

ଡ୍ରୋନ୍‌ ହେଲିକପ୍ଟର ମିଶନ

ଆମେରିକୀୟ ମହାକାଶ ସଂସ୍ଥା (ନାସା)ର ମହାକାଶ ବିଜ୍ଞାନୀମାନେ ଏଲିୟନ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଏକ ନୂଆ ମହାକାଶ ଅଭିଯାନ ଖୁବ୍‌ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି।

ସ୍ପୋର୍ଟିଙ୍ଗ ରୋବୋ

ସ୍ପୋର୍ଟିଙ୍ଗ ରୋବୋ

ଦିନକୁ ଦିନ ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ବଢ଼ିବାରେ ଲାଗିଛି। ଏପରି କି ଚିକିତ୍ସା ବିଜ୍ଞାନରେ ଏହାର ପ୍ରୟୋଗ ଆରମ୍ଭ ହୋଇଗଲାଣି। କେତେକ ଜଟିଳ ଅପରେଶନ ଏହାଦ୍ୱାରା ସମ୍ପାଦନ କରାଯାଇପାରୁଛି।

 ଜିନ୍‌ ପରିବର୍ତ୍ତନ ଜ୍ଞାନକୌଶଳରେ ବଦଳିବ ଫୁଲର ରଙ୍ଗ

ଜିନ୍‌ ପରିବର୍ତ୍ତନ ଜ୍ଞାନକୌଶଳରେ ବଦଳିବ ଫୁଲର ରଙ୍ଗ

ଟୋକିଓ: ଜାପାନର ବୈଜ୍ଞାନିକ ଜିନ୍‌ ପରିବର୍ତ୍ତନକାରୀ ଜ୍ଞାନକୌଶଳ ଉପଯୋଗ କରି ଫୁଲର ରଙ୍ଗ ବଦଳାଇ ପାରୁଥିବା କହିଛନ୍ତି। ସେମାନେ କ୍ରିସ୍‌ପର୍‌ ଜିନ୍‌-ଏଡିଟିଂ ପଦ୍ଧତିରେ ଏହା କରିଥିବା ସୂଚନା ଦେଇଛନ୍ତି।

 ନୂଆବର୍ଷରେ ନୂଆ ଜୀବନ

ନୂଆବର୍ଷରେ ନୂଆ ଜୀବନ

ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧିର ବର୍ଷ ହେଉ ଏହି କାମନା ସଭିଙ୍କର ଥାଏ। କିନ୍ତୁ କେତେଜଣଙ୍କ କ୍ଷେତ୍ରରେ ଏହା ସତ ହୁଏ ତ ଆଉ କେତେକଙ୍କ ନିମନ୍ତେ ନବବର୍ଷର ଖୁସି ଦୁଃଖର ରୂପ ନେଇ ଆସିଥାଏ। ତଥାପି ସେମାନେ ହାରି ଯାଇ ନ ଥାନ୍ତି।

ନିଶାଦ୍ରବ୍ୟ ପ୍ରତି ପଶୁ ମଧ୍ୟ ଆକର୍ଷିତ ହୋଇଥାନ୍ତି

ନିଶାଦ୍ରବ୍ୟ ପ୍ରତି ପଶୁ ମଧ୍ୟ ଆକର୍ଷିତ ହୋଇଥାନ୍ତି

ଓ୍ବାଶିଂଟନ: ମଣିଷ ନିଶାଦ୍ରବ୍ୟ ପ୍ରତି ଆକର୍ଷିତ ହୋଇଥାଏ। ତେବେ ପଶୁମାନଙ୍କ ମଧ୍ୟରେ ନିଶାଦ୍ରବ୍ୟ ପ୍ରତି ମୋହ ରହିଥାଏ ବୋଲି ଗବେଷକ ଜାଣିପାରିଛନ୍ତି।