ଫୁରସତ

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା। ହେଲେ ଶାଗୁଣା ଓ ଚିଲଙ୍କ ପାଇଁ ରହିଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ। କାନପୁର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେଷ୍ଟୁରାଣ୍ଟ। ଏଠି କେବଳ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେଷ୍ଟୁରାଣ୍ଟ।

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି  ୮୨ ଆପସ୍‌

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି ୮୨ ଆପସ୍‌

ଜବଲପୁର, ୨୦।୪ : ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ ଆପସ୍‌। ସେ ସମ୍ପ୍ରତି ୮ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଇତି ମଧ୍ୟରେ ସେ ‘ଆଦି’ ନାମକ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି।

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ମେକ୍ସିକୋ, ୨୦।୪ : ପାଠ ପଢ଼ିବା ପାଇଁ ବୟସ ବାଧକ ସାଜେ ନାହିଁ। ଏହାର ଉଦାହରଣ ଦେଇଛନ୍ତି ମେକ୍ସିକୋର ଜଣେ ୯୬ ବର୍ଷ ବୟସ୍କା ବୃଦ୍ଧା। ସେ ହେଉଛନ୍ତି ଗୌଡାଲୁପେ ପାଲାସିଓସ୍‌। ପିଲାଦିନୁ ତାଙ୍କର ପାଠ ପଢ଼ିବା ପାଇଁ ଭାରି ସୌକ୍‌ ଥିଲା। ତେବେ ଅର୍ଥ ଅଭାବରୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ମଙ୍ଗଳରେ ସୁଶୁପ୍ତ ଜୀବନ

ମଙ୍ଗଳରେ ସୁଶୁପ୍ତ ଜୀବନ

ମିଆମି,୧୯।୪: ପୃଥିବୀର ଅନେକ ମରୁଭୂମିରେ ବର୍ଷ ବର୍ଷ ଧରି ବର୍ଷା ହୋଇ ନ ଥାଏ। କିନ୍ତୁ ସେଠାରେ ଅନେକ ଅଣୁଜୀବ ସୁଶୁପ୍ତ ଅବସ୍ଥାରେ ରହିଛନ୍ତି। ଉପଯୁକ୍ତ ପରିବେଶରେ ସେଭଳି ଅଣୁଜୀବ ବଂଶ ବିସ୍ତାର କରିଥାନ୍ତି। ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ସୁଶୁପ୍ତ ଅବସ୍ଥାରେ ଅନେକ ଅଣୁଜୀବ ରହିଛନ୍ତି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଦକ୍ଷିଣ ଆମେରିକାର ଆଟାକାମା ମରୁଭୂମିରେ ପ୍ରାୟ ୧୦ ବର୍ଷରେ ଥରେ ବର୍ଷା ହୋଇଥାଏ।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ। ଚଳିତମାସ ଏହାର ମହାକାଶ ଯାତ୍ରା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ଚଳିତବର୍ଷ ଶେଷବେଳକୁ ଅକ୍ଟୋବର-ନଭେମ୍ବରରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ବୁଧବାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

ଓ୍ବାଶିଂଟନ୍‌,୧୮ା୪: ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଜଣେ ମହିଳା ଉତ୍ତୀର୍ଣ୍ଣ ହେଲେ ସେ ତାଙ୍କର ଅଧସ୍ତନ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତି ବୋଲି ଯାହା କୁହାଯାଏ ତାହା ମନଗଢ଼ା। ଏହା ଏକ ସଦ୍ୟତମ ଅଧ୍ୟୟନରୁ ଜାଣିବାକୁ ମିଳିଛି।

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ନୂଆଦିଲ୍ଲୀ,୧୮ା୪- ଡେଙ୍ଗୁ ରୋଗ ନିରାକରଣ ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ବୈଜ୍ଞାନିକମାନେ। ବିଶ୍ୱରେ ଏହା ପ୍ରଥମ ବୋଲି କୁହାଯାଉଛି। ଆସନ୍ତା ବର୍ଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବା ନେଇ ଅନୁମାନ କରାଯାଉଛି।

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ହଂସଖାଲି (ପଶ୍ଚିମବଙ୍ଗ),୧୮ା୪: ପଶ୍ଚିମବଙ୍ଗରୁ ଠାବ ହୋଇଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବୋମା। ରାଜ୍ୟର ନଦୀୟା ଜିଲାର ହଂସଖାଲି ଥାନା ଅନ୍ତର୍ଗତ ଛୋଟୋ ଚୁପ୍ରିଆ ଗ୍ରାମରେ ପୋଖରୀ ଖୋଳୁଥିବାବେଳେ ଦୁଇଟି ବୋମା ମାଟିତଳୁ ବାହାରିଛି। ସିଲିଣ୍ଡର ଭଳି ଦୁଇଟି ଜିନିଷ ମାଟିତଳୁ ବାହାରିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କୃଷି ଅନୁକୂଳର ପର୍ବ

କୃଷି ଅନୁକୂଳର ପର୍ବ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଆ ନବବର୍ଷର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ମହାନ୍‌ କୃଷି ଭିତ୍ତିକ ପର୍ବ ଆମ ରାଜ୍ୟ ତଥା ଦେଶରେ ପାରମ୍ପରିକ ରୀତିରେ ପାଳିତ ହୋଇ ଆସୁଅଛି । ସକଳ କୃଷି କାର୍ଯ୍ୟ ଆଜି ଦିନ ଠାରୁ ହିଁ ଆରମ୍ଭ କରା ଯାଇଥାଏ । ତେଣୁ ଚାଷୀ ଭାଇମାନେ ଏହି ଦିବସଟିକୁ ସମସ୍ତ ଚାଷ କାର୍ଯ୍ୟର ଶୁଭାରମ୍ଭ ଦିବସ ଭାବେ ଗ୍ରହଣ କରି ଅକ୍ଷିମୁଠି ବୁଣିଥାନ୍ତି ।

 ମାଟି ଓ ବିହନ ବିଶୋଧନ

ମାଟି ଓ ବିହନ ବିଶୋଧନ

ରୋଗ, ପୋକ ଆକ୍ରମଣ ଯୋଗୁ ଆମ ରାଜ୍ୟର ଧାନ, ପନିପରିବା, ତୈଳବୀଜ, ଡାଲିଜାତୀୟ ଇତ୍ୟାଦି ବିଭିନ୍ନ ଫସଲର ଉତ୍ପାଦନ ହ୍ରାସ ପାଇଥାଏ। ସାଧାରଣତଃ ଆମ ରାଜ୍ୟରେ ଚାଷ କରାଯାଉଥିବା ଫସଲରେ ମାଟି ଏବଂ ବିହନଜନିତ ରୋଗର ମାତ୍ରା ବହୁଳ ଭାବେ ପରିଲକ୍ଷିତ ହୋଇଥାଏ ।

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

ପିଲାମାନେ ପାଠ ପଢିବା ବେଳେ ସାଧାରଣତଃ ଟିକେ ଭୟ କରିଥାଆନ୍ତି। କେଉଁଠି କିଛି ଭୁଲ୍‌ ହୋଇଗଲେ ମାଡ କିମ୍ବା ଗାଳି ଖାଇବାର ଭୟ ମଧ୍ୟ ଥାଏ। ସେଥିପାଇଁ ସେମାନେ ବେଳେବେଳେ ପ୍ରଶ୍ନ ପଚାରିବାକୁ ମଧ୍ୟ ଭୟ କରିଥାନ୍ତି।

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ, ୧୬।୪ : ଲଗାତର ୯ ଶହ ବର୍ଷ ଧରି ମରୁଡ଼ି ପଡିବା ଯୋଗୁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା। ଏନେଇ ଖଡ଼ଗପୁର ବୈଜ୍ଞାନିକ ଦଳ ତଥ୍ୟ ଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୪ ହଜାର ୩୫୦ ବର୍ଷ ପୁରୁଣା ସିନ୍ଧୁ ସଭ୍ୟତା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିଲା।

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ କଶ୍ମୀର ଆତଙ୍କବାଦ ସହ ଲଢିବା ବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଅଧାରୁ ପାଠ ଛାଡୁଛନ୍ତି। ଏପରି ପରିସ୍ଥିତିରେ କିନ୍ତୁ ଉଦାହରଣ ପାଲଟିଛନ୍ତି ଜଣେ ୯ବର୍ଷର ବାଳକ।

ଭାରତୀୟ  ରେଳସେବାକୁ ପୂରିଲା ୧୬୫ ବର୍ଷ

ଭାରତୀୟ ରେଳସେବାକୁ ପୂରିଲା ୧୬୫ ବର୍ଷ

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ରେଳସେବାକୁ ୧୬୫ ବର୍ଷ ପୂରିଛି। ୧୮୫୩ ମସିହା ଏପ୍ରିଲ୍‌ ୧୬ ତାରିଖ ଅପରାହ୍ନ ୩ଟା ୩୫ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ରେଳସେବା। ପ୍ରଥମକରି ଦେଶର ବୋରିବନ୍ଦର(ଛତ୍ରପତି ଶିବାଜୀ ଟର୍ମିନାଲ)ଠାରୁ ଥାନେ ପର୍ଯ୍ୟନ୍ତ ୩୫ କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା। ଏଥିରେ ୨୦ଟି ବଗି ଥିଲା।

ପ୍ରିୟତମଙ୍କ କୋମଳ ସ୍ପର୍ଶରେ ଯନ୍ତ୍ରଣା  ହୁଏ ଉପଶମ

ପ୍ରିୟତମଙ୍କ କୋମଳ ସ୍ପର୍ଶରେ ଯନ୍ତ୍ରଣା ହୁଏ ଉପଶମ

କଲୋରାଡୋ, ୧୫।୪: ପ୍ରିୟତମଙ୍କ କୋମଳ ସ୍ପର୍ଶରେ ଯନ୍ତ୍ରଣା ଉପଶମ ହୋଇଥାଏ। ଏନେଇ ଗବେଷକ ଦଳ ଏକ ରୋଚକ ତଥ୍ୟ ଉପସ୍ଥାପନ କରିଛନ୍ତି। ପରସ୍ପରକୁ ଭଲ ପାଉଥିବା ପୁରୁଷ ଓ ମହିଳାଙ୍କ ମଧ୍ୟରେ ସ୍ଥଳ ବିଶେଷରେ ଅନେକଗୁଡିଏ ସମାନତା ରହିଥାଏ। ସେମାନଙ୍କର ଆଚାର ବ୍ୟବହାର ସମେତ ଦୈନଦିନ ଜୀବନଶୈଳୀ, ପସନ୍ଦ, ଖାଦ୍ୟ ପ୍ରଭୃତିରେ ଅନେକ ସମାନତା ପରିଲକ୍ଷିତ ହୋଇଥାଏ।

୧୭ ଲକ୍ଷ ଟଙ୍କାର ଜୋତା, ୫ଲକ୍ଷର ଟାଇ ପିନ୍ଧି ବାହାରିଲେ ବର

୧୭ ଲକ୍ଷ ଟଙ୍କାର ଜୋତା, ୫ଲକ୍ଷର ଟାଇ ପିନ୍ଧି ବାହାରିଲେ ବର

ଇସ୍‌ଲାମାବାଦ,୧୫।୪: ଲାହୋରର ଜଣେ ବ୍ୟବସାୟୀ ସଲମାନ ସାହିଦ ସୁନା ପିନ୍ଧି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ବିବାହ ସମୟରେ ସାଧାରଣତଃ କନ୍ୟାର ବେଶ ପୋଷାକ, ଅଳଙ୍କାର ଆଦିକୁ ନେଇ ଚର୍ଚ୍ଚା ହୋଇଥାଏ।

ବୁଝି ହେବ ମାଙ୍କଡର ଧ୍ୱନୀ

ବୁଝି ହେବ ମାଙ୍କଡର ଧ୍ୱନୀ

ଓ୍ବାଶିଂଟନ, ୧୫।୪: ମାଙ୍କଡର ଧ୍ୱନୀକୁ ବୁଝିବା ଏବେ ସହଜ ହେବ। ଏହା ମାଧ୍ୟମରେ ସେ କ’ଣ ସୂଚିତ କରିବାକୁ ଚାହୁଁଛି ତାହା ଜାଣିହେବ। ସମ୍ପ୍ରତି ବୈଜ୍ଞାନିକ ମାଙ୍କଡର ଧ୍ୱନୀକୁ ଡିକୋଡ୍‌ କରିଛନ୍ତି। ମାରମୋସେଟ୍‌ ପ୍ରଜାତିର ମାଙ୍କଡର ବିଭିନ୍ନ ଧ୍ୱନୀକୁ ଡିକୋଡ୍‌ କରି ଏହାକୁ ମନୁଷ୍ୟ ବୁଝିପାରୁଥିବା ଭାଷାରେ ପ୍ରକାଶ ପାଇଁ ଉଦ୍ୟମ ଜାରି ରହିଛି। ଧ୍ୱନୀ ସୃଷ୍ଟି ସମୟରେ ମାଙ୍କଡ ମସ୍ତିଷ୍କର ସ୍ନାୟୁ କୋଷିକାରୁ ଉତ୍ପନ୍ନ ହେଉଥିବା ତରଙ୍ଗକୁ ଟୁବିନ୍‌ଜେନ୍‌ ବିଶ୍ୱବିଦ୍ୟାଳୟର ଗବେଷକ ସଂରକ୍ଷିତ କରିଛନ୍ତି।

ମାତାପିତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମ ହେଲା ଶିଶୁ

ମାତାପିତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମ ହେଲା ଶିଶୁ

ବେଜିଂ, ୧୫।୪ : ଚାଇନାରେ ମାତାପିତାଙ୍କ ମୃତ୍ୟୁର ୪ ବର୍ଷ ପରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି। ସରୋଗେଟ୍‌ ମା’ତାଙ୍କୁ ଜନ୍ମ ଦେଇଛନ୍ତି। ୨୦୧୩ରେ ଏକ କାର୍‌ ଦୁର୍ଘଟଣାରେ ଶିଶୁଙ୍କ ମାତାପିତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସେମାନେ ଏହାର କିଛିଦିନ ପୂର୍ବରୁ ଫର୍ଟିଲିଟି କ୍ଲିନିକ୍‌ରେ ଚିକିତ୍ସତ ହେଉଥିଲେ।

ପ୍ରଥମ ରୋଜଗାର: ପ୍ରଥମ ରୋଜଗାରରେ ବାକି ଟଙ୍କା ସୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ରୋଜଗାରରେ ବାକି ଟଙ୍କା ସୁଝିଥିଲି

ଆଇନଜୀବୀ ତଥା ସାମାଜିକ କର୍ମୀ ଦିଲୀପ ଦାଶଶର୍ମା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଅନୁଗୋଳ ଜିଲାର ତଳମୂଳ ନୂଆଁସାହି ଗାଁରେ ମୋର ଜନ୍ମ। ତଳମୂଳ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ଢେଙ୍କାନାଳ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗରେ ନାଁ ଲେଖାଇଥିଲି। ସେଠାରେ ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର ପଢିବା ସମୟରେ ଦେଖିଲି ଅନ୍ୟ ସବୁ ବିଭାଗରେ ସେମିନାର ପାଇଁ ସ୍ବତନ୍ତ୍ର ବିଭାଗ ଥିବାବେଳେ ବାଣିଜ୍ୟରେ ସେମିନାର ବିଭାଗ ନାହିଁ।

ଚାଇନାର ସ୍ମାର୍ଟ ପାଇଖାନା

ଚାଇନାର ସ୍ମାର୍ଟ ପାଇଖାନା

ବେଜିଂ: ସମ୍ପ୍ରତି ଭାରତରେ ପାଇଖାନା ବିପ୍ଳବ ଚାଲିଥିବାବେଳେ ଏହାଠାରୁ ଦୁଇପାଦ ଆଗକୁ ଯାଇ ଚାଇନା ଦେଶର ବିଭିନ୍ନ ସହରରେ ସ୍ମାର୍ଟ ଟଏଲେଟ ନିର୍ମାଣ କରିଛି। ସ୍ବଚ୍ଛତା ଦିଗରେ ଟେକ୍ନୋଲୋଜିର ବ୍ୟବହାର କରିଛି ବେଜିଂ। ନିଜର ଏହି ହାଇ-ଟେକ୍‌ ଗୋଷ୍ଠୀ ପାଇଖାନାରେ ଚାଇନା ସରକାର ଓ୍ବାଇ-ଫାଇ ସେବା ସାଙ୍ଗକୁ ମୁହଁ ଚିହ୍ନଟ ଉପକରଣ ମଧ୍ୟ ବ୍ୟବସ୍ଥା କରିଛନ୍ତି।

ଠାକୁରାଣୀ ପିନ୍ଧିଲେ ୫ କୋଟି ଟଙ୍କା

ଠାକୁରାଣୀ ପିନ୍ଧିଲେ ୫ କୋଟି ଟଙ୍କା

ମାଡ୍ରାସ: ୫ କୋଟି ଟଙ୍କାର ନୋଟ୍‌ରେ ସୁସଜ୍ଜିତ ହେଲେ ଠାକୁରାଣୀ। ତାମିଲ ନବବର୍ଷ ପୁଥାନ୍ଦୁ ଅବସରରେ ତାମିଲନାଡୁର କୋଏମ୍ବାଟୁର ସହରର ଆରାଧ୍ୟା ଦେବୀ ଶ୍ରୀ ମୁଥୁମାରିଆମ୍ମାନ୍‌ ମନ୍ଦିରରେ ଠାକୁରାଣୀଙ୍କୁ ୨୦୦୦, ୫୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ରେ ଶନିବାର ସଜାଯାଇଛି। ଭାରତୀୟ ନୋଟ୍‌ ବ୍ୟତୀତ ହୀରା, ମୋତି ସାଙ୍ଗକୁ ଅନେକ ମୂଲ୍ୟବାନ ରତ୍ନପଥର ଏବଂ ଅଳଙ୍କାରରେ ମଧ୍ୟ ଠାକୁରାଣୀଙ୍କୁ ସଜାହୋଇଛି।

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ଓ୍ବାଶିଂଟନ: ସ୍ବାଭିମାନ ମାନସିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟତା କରିଥାଏ। ଏହା ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଆତ୍ମ ସମ୍ମାନ ଓ ବ୍ୟକ୍ତିତ୍ୱ ନିଷ୍ଠା ସ୍ବାଭିମାନ ଦ୍ୱାରା ପରିପ୍ରକାଶ ହୋଇଥାଏ। ଏହି ମର୍ମରେ ଓ୍ବାଟରଲୁ ବିଶ୍ୱ ବିଦ୍ୟାଳୟର ମନୋସ୍ତତ୍ତ୍ୱବିତ୍‌ ୮ରୁ ୧୭ ବର୍ଷ ବୟସ୍କ ୪୭ ଜଣ ମାନସିକ ବିକାର ଗ୍ରସ୍ତ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ।